ମା' ମନ ଏବେ ଜରାଶ୍ରମରେ ଗୁମୁରି ଗୁମୁରି କାନ୍ଦୁଛି। କାହାକୁ କହିବେ ତାଙ୍କ ଦୁଃଖ କଥା, ଭଗଵାନଙ୍କୁ ନିନ୍ଦିବା ଛଡ଼ା ତାଙ୍କ ପାଖେ ଅନ୍ୟ କିଛି ଚାରା ନାହିଁ। ଜରାଶ୍ରମରେ ଏଇ ମା ମାନେ ନିଜ ନିଜର ସାହା ହୋଇ ବଞ୍ଚିବାର ରାହା ଖୋଜୁଛନ୍ତି। ପରସ୍ପରର ବନ୍ଧୁ, କୁଟୁମ୍ବ ଓ ଜୀବନସାଥି ସାଜିଛନ୍ତି।
ସେମିତି ଜଣେ ମା’ ହେଲେ ସରସ ପତି। ବୟସ ହେଲାଣି ଷାଠିଏ। ସରସଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ବେଳେ ତାଙ୍କର ୨ପୁଅ ଅଛନ୍ତି। ସ୍ୱାମୀ ମଧ୍ୟ କେଉଁଆଡେ ନିଖୋଜ ହେଇଗଲେ। ବଡ ପୁଅ ବାହାଘର ପରେ କୁଆଡେ ଚାଲିଗଲେ। ବଡ ବୋହୁ, ନାତିକୁ ନେଇ ତାଙ୍କ ବାପ ଘରକୁ ପଳେଇଲେ।
ଏହାପରେ ଦୁଇ ବର୍ଷ ତଳେ ସରସ ସାନ ପୁଅ ଓ ବୋହୁ ସହ ଭୁବନେଶ୍ୱର ପଳେଇଆସିଲେ। ସରସ ହୋଟେଲରେ କାମ କରି ନିଜ କଥା ବୁଝୁଥିଲେ।
ଦୁଃଖ କଷ୍ଟେ ଚାଲିଥିଲା ସବୁ କିଛି। ହେଲେ ସରସଙ୍କ ଉପରେ ପୁଣି ଆସିଲା ଯନ୍ତ୍ରଣା। ହଠାତ ଦିନେ ସାନ ପୁଅ-ବୋହୁ ଘରର ଚାବି ସରସଙ୍କୁ ଧରାଇ ନାତିକୁ ନେଇ କେଉଁଆଡେ ଚାଲିଗଲେ ଯେ, ଆଉ ଫେରିଲେ ନାହିଁ। ତାଙ୍କୁ ଯୋଗାଯୋଗ କରିବାକୁ ସରସ ବହୁତ ଚେଷ୍ଟା କରିଥିଲେ ବି ବିଫଳ ହେଲେ। ଝୁରି ଝୁରି ଦେହ ଅସୁସ୍ଥ ହୋଇପଡିଲା। ସ୍ଥାନୀୟ ବସ୍ତିବାସିନ୍ଦା ୬ ନମ୍ବର ମେଡିକାଲରେ ଭର୍ତି କରାଇଲେ।
ଦେହ ଭଲ ହେବା ପରେ ଖୋଜି ବୁଲିଲେ ବଞ୍ଚିବାର ରାହା। କୋଉଠି ରହିବେ, କ’ଣ ଖାଇବେ ଏମିତି ଭାବୁ ଭାବୁ ବୃଦ୍ଧାଆଶ୍ରମରେ ପହଞ୍ଚିଥିଲେ ସରସ। ଏବେ ତାଙ୍କ ଘର କହିଲେ ସେହି ବୃଦ୍ଧାଆଶ୍ରମ। ସେଠି ଯାହା ମିଳେ ତାହା ଖାଆନ୍ତି ଆଉ ନିଜ କରମକୁ ଆଦରି କାଟି ଚାଲନ୍ତି ଦିନ।
ପୁଅ ବୋହୂଙ୍କ କଥାକୁ ଭାବି ସରସ କୁହନ୍ତି ଯେ,"ବୁଢ଼ୀ କାଳକୁ ଖାଇବାକୁ ପିଇବାକୁ ଦେବେ ଭାବିଥିଲି, ହେଲେ ସମସ୍ତେ ଛାଡିକି ଚାଲିଗଲେ। ନାତିମାନଙ୍କ ସେବା କରି ମୋ ଦିନ ପଳେଇଥାନ୍ତା। ମୁଁ ଥାଉ ଥାଉ ମୋ ନାତି ବଡ ହେଇଥାଆନ୍ତେ ଆଉ ମୋ ଦୁଃଖ ଯାଇଥାନ୍ତା। ସାନ ନାତି ସାଇକେଲ୍ କିଣିବ ବୋଲି ଦଶ ଟଙ୍କା ସବୁଦିନ ମାଗୁଥିଲା। ନାତିକୁ ଚାହିଁ କି ଦୁଃଖ ସବୁ ପାସୋରି ଯାଉଥିଲି। ସାନ ପୁଅଟି ମୋର ତା’ ବାପା ଭଳିଆ ବୁଦ୍ଧିଆ। ସେମାନେ ନ ଭାବିଲେ ନାହିଁ, ପୁଅମାନେ ମୋର ଭଲରେ ଥାଆନ୍ତୁ।”
ଏହାରି ଭିତରେ ନାତିମାନଙ୍କ କଥା ମନେପଡିଲେ ଆଶ୍ରମରେ ଥିବା ଛୋଟ ଛୁଆଙ୍କୁ ଡାକି ଗେଲ କରନ୍ତି ବୋଲି କୁହନ୍ତି ସରସ।
ସେହିପରି ଆଉଜଣେ ମା’ ହେଲେ ମାଳତୀ। ସ୍ୱାମୀ ଓ ଦୁଇଟି ଝିଅକୁ ନେଇ ଚାଲିଥିଲା ସୁଖର ସଂସାର। କିଛି ଦିନ ପରେ ହଠାତ ସ୍ୱାମୀଙ୍କ ମୃତ୍ୟୁହେଲା। ଏହି ଦୁଃଖ ନ ସରୁଣୁ ପରେ ବଡ଼ ଝିଅବି ଚାଲିଗଲା ଆରପାରିକୁ। ଧୈର୍ଯ୍ୟ ଧରି ସାନ ଝିଅକୁ ମଣିଷ କରିଥିଲେ ମାଳତୀ ।
କୋଡିଏ ବର୍ଷ ତଳେ ଭୁବନେଶ୍ୱରରେ ସାନ ଝିଅକୁ ବିବାହ କରେଇଲେ। ପରେ ଦେହ ଖରାପ ହେବାରୁ ଝିଅ ଘରେ ଆସି ଆଶ୍ରୟ ନେଲେ ମାଳତୀ। ଝିଅ ଘରେବି କାମ କରିବାକୁ ପଡୁଥିଲା। ବାର୍ଦ୍ଧକ୍ୟ କାରଣରୁ କାମ କରିବା ନେଇ ପାଉ ନଥିଲା ବଳ।
ଏନେଇ ସମୁଦିଙ୍କ ସହ ମନାନ୍ତର ହେଲା। ନିଜ ସଂସାରକୁ ଦେଖି ଝିଅ ବି ମା’ ପ୍ରତି ମୁହଁ ଆଡେଇ ଦେଲା। କହିଲା ଆଉ ମା’କୁ ରଖିପାରିବ ନାହିଁ। ନିଜ ପିଲା ଛୁଆକୁ ଦେଖିବ ନା ନିଜେ ବଞ୍ଚିବ ନା ମା’କୁ ଦେଖିବ। ସାହି ପଡିଶାଙ୍କ ସହଯୋଗରେ ମାଳତୀ ଶେଷ ବୃଦ୍ଧା ଆଶ୍ରମକୁ ନିଜର ଠିକଣା ଭାବେ ବାଛିନେଲେ। ଝିଅର କଥାକୁ ଭାବି କାନ୍ଦି କାନ୍ଦି ମାଳତୀ କୁହନ୍ତି, “ଝିଅତ ଜନ୍ମ କରିଥିଲି ସେ ନିଜର ହେଲାନି, ଆଉ ଜ୍ୱାଇଁ କ’ଣ କରିବ। କେହି ପଚାରିଲେ ନାହିଁ।”
ଜୀବନର ଶବ୍ଦକୋଶର ପ୍ରଥମ ଶବ୍ଦ ହେଉଛି ମା’। କଥା କହୁ ନଥିବା ଶିଶୁଟିର ଭାଷା ଯେ ବୁଝିପାରେ ବୟସର ଅପରାହ୍ନରେ କିନ୍ତୁ ତା’ ମନର ଭାଷା କେହି ବୁଝି ପାରନ୍ତିନି। ସେ ପରିବାର ଆଉ ତା’ର ଅତି ଆପଣାର ପିଲାମାନଙ୍କ ପାଇଁ ଅଲୋଡା ହୋଇପଡେ। ଏକାକୀ ବଞ୍ଚି ଆଖିରୁ ଲୁହ ଗଡାଏ ସତ, ହେଲେ ଯେତେ କଷ୍ଟ ହେଲେବି ନିଜ ପିଲାମାନଙ୍କ ମଙ୍ଗଳ ପାଇଁ ସବୁବେଳେ ଈଶ୍ୱରଙ୍କ ନିକଟରେ ମୁଣ୍ଡ ପିଟେ। ଅଭିଶାପ ନୁହେଁ, ଯେତେ କଷ୍ଟ ହେଉ ପଛେ ପିଲାମାନଙ୍କ ପାଇଁ ତା’ ପଣତରେ ସବୁବେଳେ ଭରି ରହିଥାଏ ଆଶୀର୍ବାଦ।
(ଭୁବନେଶ୍ୱରରୁ ଶର୍ମିଷ୍ଠା ପ୍ରଧାନଙ୍କ ରିପୋର୍ଟ)
]]>ଦିବ୍ୟାଙ୍ଗ ପୁଅକୁ ଖୁଆଇ ଦେଉଛି । ମୁଣ୍ଡ କୁଣ୍ଡାଇ ଗୀତ ଗାଇ ଶୁଆଇ ଦେଉଛି । ଜେଜେମାଆରୁ ମାଆ ହୋଇଥିବା ମୟୁରଭଞ୍ଜ ଜିଲ୍ଲା ଉଦଳା ବାଉଁଶପାଳ ଗାଁର ଦୌପଦୀ ମଲ୍ଲିକ । ନିଜେ ଦିବ୍ୟାଙ୍ଗ ହୋଇ ପରିଣତ ବୟସରେ ନାତି ସାଗର ସେବାରେ ଲାଗିଛନ୍ତି ।
ଅନେକ ଦିନ ହେଲା ସାଗରକୁ ଘରେ ଛାଡି ପୁଅ-ବୋହୂ କେଉଁ ଆଡେ ଚାଲି ଯାଇଛନ୍ତି । ଏବେ ନାତି ସାଗର ପାଇଁ ମାଆ ସାଜିଛନ୍ତି ଦୌପଦୀ । ପରିଣତ ବୟସରେ ଏକ ହୋଟେଲରେ କାମ କରି ସେ ପରିବାର ଚଳାଉଛନ୍ତି । କାରଣ ଦୌପଦୀଙ୍କ ସ୍ୱାମୀ ଜଣେ ମାନସିକ ରୋଗୀ। କାମ କରି ସେ ଯାହା କିଛି ପାଉଛନ୍ତି, ସେଥିରେ ପରିବାର ଚଳୁଛି ।
ଜେଜେମାଆରୁ ମାଆ ହୋଇଥିବା ଦୌପଦୀ ସବୁ ସ୍ନେହ ମମତା ନାତି ସାଗର ଉପରେ ଅଜାଡି ଦେଇଛନ୍ତି । ସତରେ ଦୌପଦୀଙ୍କର ଏହି ମହାନତା ଅନ୍ୟମାନଙ୍କ ପାଇଁ ଉଦାହରଣ ।
]]>ମାଆ, ଏକ ଅନାବିଳ ଶବ୍ଦ । ଯେଉଁ ଶବ୍ଦ ଉଚ୍ଚାରଣ କରିବା ମାତ୍ରେ ଝରି ଆସେ ସ୍ନେହ । ଦିନେ ଯିଏ ପିଲାର ହାତ ଧରି ଦୁନିଆ ଦେଖାଇଥିଲା, ଆଜି ସେହି ପିଲାର ଯନ୍ତ୍ରଣା ଦେଖି ଜୀବନକୁ ଜଳାଞ୍ଜଳି ଦେବାକୁ ବି ପଛାଇ ନାହିଁ । ପୁଅର ଜୀବନ ବଞ୍ଚାଇବାକୁ ଯାଇ ନିଜର କିଡନୀକୁ ଦାନ କରିଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରି ଯାଆଁଳା ଗାଁର ରେବତୀ ପ୍ରଧାନ ।
ପରିବାର ବୋଝକୁ ହାଲକା କରିବା ପାଇଁ ଦାଦନ ଖଟି ଯାଇଥିଲେ ବଂଶୀଧର ପ୍ରଧାନଙ୍କ ପୁଅ ବିବେକାନନ୍ଦ। କିଛି ଦିନ କାମ କରିବା ପରେ ହଠାତ ଅସୁସ୍ଥ ହୋଇ ପଡିବାରୁ ଜଣାପଡିଥିଲା ଯେ ତାଙ୍କର ୨ଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ଏହା ଶୁଣିବା ପରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ପୁଅର ଜୀବନ ବଞ୍ଚାଇବାକୁ ଆଗକୁ ଆସିଥିଲେ ମାଆ ରେବତୀ । ନିଜର ଗୋଟିଏ କିଡ଼ନୀ ଦାନ କରିବା ପରେ ପୁଅ ବିବେକାନନ୍ଦ ନୂଆ ଜୀବନ ପାଇଛି ।
ରେବତୀଙ୍କ ପାଇଁ ଆଜି ଦୁନିଆ ଦେଖୁଛନ୍ତି ବିବେକାନନ୍ଦ । କିଡନୀ ପ୍ରତ୍ୟାରୋପଣ ପରେ ବିବେକାନନ୍ଦ ସୁସ୍ଥ ଥିବା ବେଳେ ରେବତୀ ବେଶ ଖୁସି। ଯାହାକୁ ଦେଖି ରେବତୀଙ୍କୁ ପ୍ରଶଂସା କରୁଛନ୍ତି ସାହି ପଡିଶା ।
ଏ ଦୁନିଆରେ ମାଆ ହିଁ ସବୁ କିଛି । ପୁଅର ଜୀବନ ବଞ୍ଚାଇବାକୁ ଯାଇ ରେବତୀ ଯାହା କଲେ ଆଜି ସେ ଅନ୍ୟ ମାଆମାନଙ୍କ ପାଇଁ ପ୍ରେରଣା।
]]>ଆଜି ହେଉଛି ସେହି ମା’ର ଦିନ। ମା’ର ହୃଦୟକୁ ବୁଝିବାର ଅବସର। ଏହି ଦିନ ଆମ ହୃଦୟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରଖିଥାଏ କାରଣ ଏହା ଆମ ମାଆମାନଙ୍କ ପାଇଁ ଆମର କୃତଜ୍ଞତା, ପ୍ରେମ ଏବଂ ପ୍ରଶଂସା ଜଣାଇବାକୁ ଏକ ସୁଯୋଗ ଦେଇଥାଏ।
ମାତୃ ଦିବସ ସମଗ୍ର ବିଶ୍ୱରେ ବିଭିନ୍ନ ତାରିଖରେ ପାଳନ କରାଯାଏ। ଆମେରିକା ଭଳି ଅନେକ ଦେଶରେ ଏହା ମେ ମାସର ଦ୍ୱିତୀୟ ରବିବାରରେ ପାଳନ କରାଯାଏ। ଚଳିତ ବର୍ଷ ଏହିଦିନ ୧୪ ମେ’ ବା ଆଜିକୁ ଲୋକେ ମାତୃ ଦିବସ ଭାବେ ପାଳନ କରୁଛନ୍ତି।
ମାତୃ ଦିବସ ପ୍ରାଚୀନ ଗ୍ରୀସ୍ରେ ଆରମ୍ଭ ହୋଇଥିଲା, ଯେଉଁଠାରେ ମାର୍ଚ୍ଚ ମଧ୍ୟ ଭାଗରେ ଦେବତାମାନଙ୍କର ମା’ ରିୟାଙ୍କ ପର୍ବ ପାଳନ କରାଯାଉଥିଲା। ଖ୍ରୀଷ୍ଟିଆନ ପରମ୍ପରାର ପ୍ରଭାବରେ ଏହି ଉତ୍ସବକୁ ଯୀଶୁଙ୍କ ମା’ ମେରୀଙ୍କୁ ସମ୍ମାନିତ କରିବାର ଏକ ମାଧ୍ୟମ ଭାବରେ ଗ୍ରହଣ କରାଗଲା ଏବଂ ଏହାର ନାମ ‘ମଦରିଂ ସଣ୍ଡେ’ ନାମରେ ନାମିତ କରାଗଲା।
ଯୁକ୍ତରାଷ୍ଟ୍ରରେ, ୧୯୦୮ ମସିହାରେ ଆନ୍ନା ଜାରଭିସ୍ଙ୍କ ଦ୍ୱାରା ମାତୃ ଦିବସ ପାଳନ କରାଯାଇଥିଲା, ଯିଏ ମୃତ୍ୟୁବରଣ କରିଥିବା ତାଙ୍କ ମା’ଙ୍କୁ ମନେରଖିବାକୁ ଗୋଟିଏ ଦିନ ଚାହୁଁଥିଲେ। ଯେହେତୁ ଏହା ମୂଳତଃ ମେ’ ମାସର ଦ୍ୱିତୀୟ ରବିବାରରେ ପାଳନ କରାଯାଉଥିଲା, ଆନ୍ତର୍ଜାତୀୟ ମାତୃ ଦିବସ ବର୍ତ୍ତମାନ ସମସ୍ତ ଦେଶରେ ଏକ ସାର୍ବଭୌମିକ ଉତ୍ସବ ପାଲଟିଯାଇଛି।
ଏହି ମା’ମାନଙ୍କ ପ୍ରେମ ଏବଂ ସମର୍ପଣକୁ ସ୍ୱୀକାର କରେ, ଯେଉଁମାନେ ନିଜ ପିଲାମାନଙ୍କ ଲାଳନ ପାଳନ ନେଇ ଅନେକ ବଳିଦାନ ଦେଇଥାନ୍ତି। ଦେହାନ୍ତ ହୋଇଥିବା ମା’ମାନଙ୍କୁ ମଧ୍ୟ ମନେପକେଇବା ଏବଂ ସମ୍ମାନ ଦେବା ନେଇ ଏହା ମଧ୍ୟ ଏକ ଅବସର।
ଏହି ଦିନ ହେଉଛି ମା’ମାନଙ୍କର ନିସର୍ତ୍ତ ପ୍ରେମ, ଯତ୍ନ ଏବଂ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଏବଂ ସମ୍ମାନ ଦେଖାଇବା। ଆମ ଜୀବନକୁ ଗଢିବାରେ ମା'ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିବା ଏବଂ ସେମାନଙ୍କର ଅଦମ୍ୟ ସମର୍ଥନ ଏବଂ ଉତ୍ସାହ ପାଇଁ ଆମର କୃତଜ୍ଞତା ଜଣାଇବାର ସମୟ।
ଲୋକମାନେ ମାତୃ ଦିବସକୁ ଅନେକ ଉପାୟରେ ପାଳନ କରନ୍ତି ଯେପରିକି ଫୁଲ ଏବଂ ଉପହାର ଦେବା, ମା’ ପାଇଁ କୌଣସି ଏକ ବିଶେଷ ଖାଦ୍ୟ ପ୍ରସ୍ତୁତ କରିବା କିମ୍ବା ମା’ଙ୍କୁ ବାହାରକୁ ବୁଲେଇନେବା। ଏହିଦିନ ଆମ ମା’ମାନଙ୍କୁ ଜଣେଇବାର ଦିନ ଯେ ସେମାନେ ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ଆମ ଜୀବନରେ ସେମାନଙ୍କ ଉପସ୍ଥିତି କେତେ ଜରୁରୀ।
]]>ଏହି ମା’ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଗଣ୍ଡର୍ଦ୍ଦା ପଞ୍ଚାୟତ ଶଙ୍କରପୁର ଗାଁର ଯଶୋଦାମଣୀ ମହାନ୍ତି। ସ୍ୱାମୀ ଘର ଛାଡି କେଉଁଆଡେ ଚାଲିଗଲେ ତାହା ଆଜିପର୍ଯ୍ୟନ୍ତ ଅଜଣା। ବଡପୁଅ ଅଫେରା ରାଇଜକୁ ଚାଲିଗଲା। ଘରେ ଏକମାତ୍ର ପାଗଳ ପୁଅକୁ ନେଇ ବଞ୍ଚିଥିବା ଯଶୋଦା ସବୁକିଛି ହରାଇଛନ୍ତି ସତ ହେଲେ ନିଜ ଧୈର୍ଯ୍ୟ ବଳରେ ଚାଲିଛନ୍ତି ବାଟ।
ଯଶୋଦାମଣୀ ମହାନ୍ତିଙ୍କ ଘର କହିଲେ ଉପରେ କେଇ ଖଣ୍ଡ ଭଙ୍ଗା ଆଜ୍ବେଷ୍ଟସ୍ ଆଉ ଚାରିପାଖ କାନ୍ଥ କହିଲେ ଘେରାଯାଇଥିବା ଛିଣ୍ଡା ଜରି ଅଖା। ଏହି ଛିଣ୍ଡା ଜରି ଅଖାରେ ଆବୃତ ଘର ପଛରେ ରହିଛି ବଡ କାହାଣୀ। ଏହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।
ଯଶୋଦାଙ୍କ ସ୍ୱାମୀ ଦିବାକର ମହାନ୍ତି ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ। ଚାଷକରି ପୋଷୁଥିଲେ ପରିବାର। ସନ୍ଧ୍ୟାରେ ଗାଁ ମନ୍ଦିରରେ ଭଜନ କୀର୍ତ୍ତନରେ ଥିଲା ତାଙ୍କ ଆନନ୍ଦ। ହେଲେ ଦିବାକର ହଠାତ୍ ଦିନେ ଘରଛାଡି କେଉଁ ଆଡେ ଚାଲିଗଲେ ଯେ ଆଜିକୁ ପାଞ୍ଚ ଛଅ ବର୍ଷ ହେଲାଣି ଆଉ ଫେରୁନାହାଁନ୍ତି। ଯେତେ ଖୋଜାଖୋଜି କଲାପରେ ବି ତାଙ୍କ ପତ୍ତା ମିଳୁନି।
କିଛି ମାସ ପରେ ବଡପୁଅ ସନ୍ତୋଷ ହଠାତ୍ ଗାଁ ପାଖରେ ଥିବା ନଦୀରେ ପଡି ମୃତ୍ୟୁବରଣ କଲେ। ତାକୁ ନିଆଁ ଦେଇଥିବା ସାନ ଭାଇ ବିଜୟ କେଇ ମାସ ଭିତରେ ପାଗଳ ହୋଇଗଲେ। ଏହା ପରେ ବି ଯଶୋଦା ଧୈର୍ଯ୍ୟଚ୍ୟୁତ ହୋଇନାହାଁନ୍ତି। ସବୁ ଦୁଃଖକୁ ଭୁଲି ନିଜ ପାଗଳ ପୁଅକୁ ନେଇ ଚାଲିଛନ୍ତି ବାଟ।
ସାନ ପୁଅ ବିଜୟ ବେତନଟୀ କଲେଜରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ ଜଣେ ମେଧାବୀ ଛାତ୍ର ମଧ୍ୟ। ହେଲେ ପାଗଳ ହେବାପରେ ସେ ଏବେ ଘରେ ମା’ ଉପରେ ବୋଝ ହୋଇଛନ୍ତି। ଦୁଃଖ କଷ୍ଟ ଭିତରେ ଏକମାତ୍ର ଝିଅକୁ ବାହାଦେଇଛନ୍ତି ଯଶୋଦା। ପ୍ରଥମେ ଯଶୋଦାଙ୍କ ଶାଶୁ, ପରେ ସ୍ୱାମୀ ଘର ଛାଡି ଚାଲିଗଲେ ଆଉ ତାପରେ ପୁଅର ଦୁଃଖ।
ଗୋଟିଏ ଗୋଟିଏ ଦୁଃଖ ଯନ୍ତ୍ରଣାକୁ ହୃଦୟରେ ସହି ଚାଲିଛନ୍ତି ଯଶୋଦା। ନିଜେ ବଞ୍ଚିବା ପାଇଁ ପାଖରେ ଅର୍ଥ ନାହିଁ, ତା’ ଭିତରେ ଘରର ଏହି ଅବସ୍ଥାକୁ ଦେଖିଲେ ଯେ କେହିବି ଭାଙ୍ଗିପଡିବ। ହେଲେ ଜଣେ ମା’ ହିସାବରେ ସେ ତାଙ୍କ ଧୈର୍ଯ୍ୟକୁ କେବେ ବି ହରାଇ ନାହାଁନ୍ତି।
ସ୍ୱାମୀର ଫେରିବା ବାଟକୁ ଚାହିଁ ରହିଛନ୍ତି ଯଶୋଦା। ହାତରେ ଆଜି କାଚକୁ ଅକ୍ଷୁଣ୍ଣ ରଖିଛନ୍ତି ଆଉ ସ୍ୱାମୀଙ୍କ ଶୁଭମନାସୀ ସବୁଦିନ ମୁଣ୍ଡରେ ପିନ୍ଧୁଛନ୍ତି ସିନ୍ଦୁର। ଏବେ ତାଙ୍କ ଗୋଟିଏ ଚିନ୍ତା କିଏ ତାଙ୍କ ସ୍ୱାମୀକୁ ଫେରାଇ ଆଣିବ ଓ ମେଧାବୀ ପାଗଳ ପୁଅକୁ ଭଲ କରିଦେବ।
ଏହାରି ଭିତରେ ସାହି-ପଡିଶା ଓ ଗାଁ ଲୋକଙ୍କଠାରୁ ମାଗିଯାଚି ଘର ଚଳାଉଛନ୍ତି ଯଶୋଦାମଣୀ। ବଡ ପୁଅର ମୃତ୍ୟୁ ପରେ ବୋହୂ ବି ଘରଛାଡି ଚାଲିଗଲା। ଜଣେ ମା’ ହିସାବରେ ଏକମାତ୍ର ପୁଅ ପାଗଳ ହୋଇଥିଲେ ବି ତା’ର ଚିକିତ୍ସା ପାଇଁ ସମସ୍ତଙ୍କ ଆଗରେ ନିବେଦନ କରୁଛନ୍ତି ସେ। ପରିବାରରେ ଜଣଙ୍କ ପରେ ଜଣଙ୍କୁ ହରାଇ ନିସଃଙ୍ଗ ହୋଇପଡିଛନ୍ତି ସିନା ଯଶୋଦାମଣୀ ହେଲେ ତାଙ୍କର ଅସୀମ ଧୈର୍ଯ୍ୟ ଆଜି ବି ତାଙ୍କ ପାଖରେ ରହିଛି।
]]>ଏହି ବାଲୁକା ମୂର୍ତ୍ତି ଟିକୁ ତିଆରି କରିବାକୁ ମାନସ ସାହୁଙ୍କୁ ପ୍ରାୟ ୭ ଘଣ୍ଟା ସମୟ ଲାଗିଥିଲା । ୧୨ ଫୁଟ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ୧୨ ଟନ୍ ବାଲି ଉପଯୋଗ କରାଯାଇଛି । ଏଥିରେ "HAPPY MOTHERS DAY" ର ବାର୍ତ୍ତା ଦିଆଯାଇଛି ।
ମାନସ କୁମାର ସାହୁ ନିର୍ମାଣ କରିଥିବା ଏହି ବାଲୁକା କଳାରେ ସେ ମା ଏବଂ ତାର ସନ୍ତାନର ଚିତ୍ରଣ କରିବା ସହିତ ସମସ୍ତ ଜନସମାଜକୁ ମା ର ସର୍ତ୍ତଶୂନ୍ୟ ଭଲପାଇବାକୁ କେହି ନଭୁଲିବା ପାଇଁ ଅନୁରୋଧ କରିଛନ୍ତି ।
ଏହାସହ ବାଲୁକା କଳା ମାଧ୍ୟମରେ ମା ହିଁ ଭଗବାନଙ୍କ ଏକମାତ୍ର ସୁନ୍ଦର ପରିକଳ୍ପନା ଯିଏ କି କୌଣସି ଆଶା ଅଭିଳାଷ ନରଖି ସନ୍ତାନ କୁ ସ୍ନେହ, ଶ୍ରଦ୍ଧା, ଭଲପାଇବା ସାରା ଜୀବନ ଦେଇଚାଲିଥାଏ । ତେଣୁ ଆମେ ସମସ୍ତେ ମାକୁ ଭଲପାଇବା ଦରକାର କେବଳ ମାତୃ ଦିବସ ରେ ନୁହେଁ ନିଜ ବାସ୍ତବିକ ଜୀବନ ରେ ମାଙ୍କୁ ଶ୍ରଦ୍ଧା ଏବଂ ସର୍ବଦା ସମ୍ମନ ଜଣାଇବା ଦରକାର ଏହି ଭାବମୂର୍ତ୍ତିକୁ ନିଜ ବାଲୁକା କଳା ମାଧ୍ୟମରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ମାନସ ସାହୁ ।
]]>କରୁଣାମୟୀ, ସ୍ନେହମୟୀ, ଅଭୟଦାୟିନୀ ଏମିତି ଯେତେ ଅଳଙ୍କାର ଦେଲେ ବି ମାଆ ପାଇଁ କମ୍ ପଡ଼ିବ । ଆଜି ମଦର୍ସ ଡେ ବା ମାତୃ ଦିବସ କିନ୍ତୁ ସନ୍ତାନ ପାଇଁ ସବୁଦିନ ମାତୃ ଦିବସ । ପ୍ରତି କ୍ଷଣ ପ୍ରତି ମୁହୁର୍ତ୍ତ ଯିଏ ନିଜ ସନ୍ତାନ ପାଇଁ ନିଜକୁ ସମର୍ପି ଦେଇଥାଏ ସେ ମାଆର ତ୍ୟାଗ, ବଳିଦାନକୁ କେମିତି ବା ଭୁଲିବ ସନ୍ତାନ ।
ଅନ୍ୟପକ୍ଷେ, ମାତୃ ଦିବସ ଉପଲକ୍ଷେ ସମସ୍ତ ମା ମାନଙ୍କୁ ସମ୍ମାନ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ସେ ମା ଏବଂ ତାର ସନ୍ତାନର ଚିତ୍ରଣ କରିବା ସହିତ ସମସ୍ତ ଜନସମାଜକୁ ମା’ର ସର୍ତ୍ତଶୂନ୍ୟ ଭଲପାଇବାକୁ କେହି ନଭୁଲିବା ପାଇଁ ଅନୁରୋଧ କରିଛନ୍ତି ।
]]>ମାଆ ଏହି ଦୁଇଟି ଅକ୍ଷରରେ ସାରା ସଂସାର। ମା-ରେ ମାଟି, ଆ-ରେ ଆକାଶ। ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ। ମାଆ ପାଇଁ ଆମ ସମସ୍ତଙ୍କ ଅସ୍ତିତ୍ୱ। ସମସ୍ତଙ୍କ ଜୀବନରେ ମାଆର ମହତ୍ତ୍ୱ ଓ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ତପସ୍ୟା, ଅବଦାନ, ବଳିଦାନକୁ ସମ୍ମାନ ଦେବାକୁ ଆଜିର ଦିନକୁ ମଦର୍ସ ଡେ ଭାବେ ପାଳନ କରାଯାଏ।
ବିଶ୍ୱ ମାତୃ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ପୁରୀ ବେଳାଭୁମିରେ ବାଲୁକା କଳା କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏକ ନାଲି ରଙ୍ଗର ହୃଦୟ ଭିତରେ ନିଜ ଶିଶୁକୁ କିଭଳି ମାଆ ଯତ୍ନର ସହ ଧରି ଶୋଇଛି ତାକୁ ବାଲୁକା କଳା ମାଧ୍ୟମରେ କରି ଦେଖାଇଛନ୍ତି ସେ। ଏହାସହ ବାଲୁକା କଳା ମାଧ୍ୟମରେ ସେ ମାତୃ ଦିବସର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।
We love you, all dear mothers across the planet! My SandArt on #HappyMothersDay at #Puri beach, #Odisha. pic.twitter.com/FtrtVmuizA
— Sudarsan Pattnaik (@sudarsansand) 12 May 2018
]]>On the occasion of #MothersDay, my sand sculpture of Hon Prime Minister @narendramodi and his mother with message "Maa ki Mamta" at #Puri beach, #Odisha. pic.twitter.com/THyOfmTE4g
— Sudarsan Pattnaik (@sudarsansand) 13 May 2018