ତେବେ ପତ୍ନୀଙ୍କୁ ଆଣିବାକୁ ମାନସ ଶ୍ୱଶୂର ଘରକୁ ଯାଇଥିବା ବେଳେ ବଚସା ହେବାରୁ ସେ ତାଙ୍କ ଶାଶୁଙ୍କୁ ଏସିଡ୍ ମାଡ଼ କରି ଫେରାର୍ ହୋଇଯାଇଛନ୍ତି । ଏଥିରେ ତାଙ୍କ ବର୍ଷକର ଝିଅ ମଧ୍ୟ ସାମାନ୍ୟ ଆହତ ହୋଇଛି। ଉଭୟଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏସିଡ ବୋତଲ ଓ ଗ୍ଲାସ ଜବତ କରିଛି। ତେବେ ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବାକୁ ପୋଲିସ କହିଛି।
]]>