A memorable boat ride on the beautiful East Lake, which is a prized landmark of Wuhan. pic.twitter.com/xJdEZEelDH
— Narendra Modi (@narendramodi) 28 April 2018
ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ନିଜନିଜ ସାମରିକ ବାହିନୀକୁ ନିର୍ଦ୍ଦେଶାବଳୀ ଜାରି କରିବେ ଭାରତ ଓ ଚୀନ୍। ଆଜି ଉଭୟ ଦେଶ ମଧ୍ୟରେ ଚାଲିଥିବା ଅନୌପଚାରିକ ଶିଖର ସମ୍ମିଳନୀର ଅନ୍ତିମ ଦିନରେ ଏହି ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜିନ୍ପିଙ୍ଗ୍।
ଦୁଇ ଦେଶର ସେନା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ସହ ଆସ୍ଥା ଓ ସହଯୋଗକୁ ସୁଦୃଢ କରିବା ଲାଗି ପଦକ୍ଷେପ ନେବାକୁ ଉଭୟ ରାଷ୍ଟ୍ରନେତା ରାଜି ହୋଇଛନ୍ତି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିଜୟ ଗୋଖ୍ଲେ।
Productive discussions over tea. Strong India-China friendship is beneficial for the people of our nations and the entire world. pic.twitter.com/ZBPiVu7a5A
— Narendra Modi (@narendramodi) 28 April 2018
ଗତକାଲି ଚୀନ୍ର ବୁହାନ ସହରରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ହୋଇଥିଲା।
ନିଜ ଦେଶର ବିକାଶ ଓ ବିଶ୍ୱର ହିତ ଲାଗି ଦୁଇ ଦେଶ ଏକାଠି କାମ କରିବା ଉଚିତ୍ ବୋଲି ମୋଦି କହିଥିଲେ। ୨୦୧୯ରେ ଭାରତରେ ଏଭଳି ଅନୌପଚାରିକ ସମ୍ମିଳନୀ ପାଇଁ ଜିନ୍ପିଙ୍ଗ୍ଙ୍କୁ ନିୟନ୍ତ୍ରଣ କରିଛନ୍ତି ମୋଦି। ଏହି ଅନୌପଚାରିକ ଆଲୋଚନା ଦ୍ୱାରା ଦୁଇ ଦେଶ ନିକଟତର ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ।
]]>The talks with President Xi Jinping focussed on diverse areas of India-China cooperation. We discussed ways to give impetus to our economic ties as well as people-to-people relations. Other areas we spoke about include agriculture, technology, energy and tourism. pic.twitter.com/vgvUSjT1XX
— Narendra Modi (@narendramodi) 28 April 2018