ଏ ଅବସରରେ ଏକ ମୋବାଇଲ୍ ଆମ୍ବୁଲାନ୍ସକୁ ଗାଁ ଲୋକଙ୍କ ପାଇଁ ଏହି ଟିମ୍ ଉତ୍ସର୍ଗ କରିଛନ୍ତି । ସେଠାରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ନିକଟ ସ୍କୁଲକୁ ପରିଦର୍ଶନ କରିଥିଲେ । ଏଥିସହ ପ୍ରତି ସପ୍ତାହରେ ଥରେ ଏଠାକୁ ଆସିବେ ବୋଲି ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ଗତ ଦୁଇ ମାସ ହେବ ଆନ୍ଧ୍ରର ଏଭଳି ଆଚରଣ ରାଜ୍ୟରେ ଉଷ୍ମତା ଆଣିଥିବା ବେଳେ, ରାଜ୍ୟ ସରକାର କେବଳ ସଭା ସମତି, ବୈଠକରେ ନିଜକୁ ସୀମିତ ରଖିଛନ୍ତି । ଆନ୍ଧ୍ରର ଏଭଳି କାର୍ଯ୍ୟକୁ ‘ଆମ କୋଟିଆ’ ସଂଗଠନ ସ୍ୱାଗତ କରିଛି । ସୁବିଧା ଦେବା ନାଁରେ ଆନ୍ଧ୍ର ଅଧିକ କିଛି ଆଶା ନ କରୁ ବୋଲି ସଂଗଠନ କହିଛି ।
]]>