ଅନ୍ୟପଟେ ଗତ କିଛିଦିନ ତଳେ କଂଗ୍ରେସକୁ ଫେରିଥିଲେ ମୋକିମ । ଦବଦବା ଥିବା ନିଲମ୍ୱିତ ନେତାଙ୍କୁ ଫେରାଇ ଦଳ ଗୋଟାଇଥିଲା ବଳ । କିନ୍ତୁ ବର୍ତ୍ତମାନ ହାଇକୋର୍ଟଙ୍କ ଏପରି ଘୋଷଣା କଂଗ୍ରେସ ଆଶାରେ ପାଣି ପକାଇ ଦେଇଛି । ଗତ ଜାନୁଆରୀରେ ପ୍ରଭାରୀ ଅଜୟ କୁମାର, ମହମ୍ମଦ ମୋକିମଙ୍କ ଉପରୁ ନିଲମ୍ବନ ଉଠାଇ ଦେଇଥିଲେ ।
ସୂଚନା ଅନୁସାରେ ୧୫ ଜୁଲାଇ ୨୦୨୩ରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ସସ୍ପେଣ୍ଡ କରିଥିଲା କଂଗ୍ରେସ । ସୂଚନା ଭବନରେ ଆୟୋଜିତ ‘ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ଉଭୟ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା ।
ଯେଉଁଥିପାଇଁ AICC ଶୃଙ୍ଖଳା କମିଟି ଉଭୟଙ୍କୁ ସସ୍ପେଣ୍ଡ କରିଥିଲା । ଅନ୍ୟପଟେ ମାର୍ଚ୍ଚ ପହିଲାରେ କଂଗ୍ରେସର ଟିକେଟ୍ ବଣ୍ଟନ ହୋଇଥାଆନ୍ତା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଆସନରେ ଟିକେଟ ଘୋଷଣା କରାଯିବ ବୋଲି ଗତ କିଛିଦିନ ତଳେ ପ୍ରଦେଶ ନିର୍ବାଚନ କମିଟି ବୈଠକ ଅବସରରେ ପିସିସି ସଭାପତି ଶତର ପଟ୍ଟନାୟକ ସୂଚନା ଦେଇଥିଲେ ।
]]>ଆଉ ଜୀବନ ତମାମ ସେହି ପଣ ରଖି ଶେଷରେ ଆଖି ବୁଜିଛନ୍ତି ସୁଜ୍ଞାନ କୁମାରୀ । ଯାହାଙ୍କୁ ଝୁରୁଛି ଗଞ୍ଜାମ ମାଟି, ଝୁରୁଛନ୍ତି ତାଙ୍କ ସାନ୍ନିଧ୍ୟ ପାଇଥିବା ନେତା ଓ ଜନତା । ନିସ୍ତବ୍ଧ ହୋଇ ଯାଇଛି ଖଲ୍ଲିକୋଟ ରାଜବାଟୀ...ଶୋକସନ୍ତପ୍ତ ଜନତା... । ରାଣୀ ସାହେବାଙ୍କ ନିଧନ ପରେ ଝୁରୁଛି ରାଜତନ୍ତ୍ରଠୁ ରାଜନୀତି ଯାଏଁ ମୁକସାକ୍ଷୀ ସାଜିଥିବା ଅଟ୍ଟାଳିକା...।
ରାଣୀ ମା’ଙ୍କ ବିଚ୍ଛେଦ ପରେ ଶୋକାକୂଳ ପରିବେଶ । କାହା ପାଇଁ ସେ ଥିଲେ ରାଣୀ ତ ଆଉ କାହାର ଥିଲେ ଭାଗ୍ୟ ବିଧାତା । ୫୦ ବର୍ଷର ଲମ୍ବା ରାଜନୈତିକ ଯାତ୍ରା ଭିତରେ କେତେ ଜନତାଙ୍କ ଦୁଃଖହରଣ କରିଛନ୍ତି, ଆଜି ସବୁ ଗୋଟି ଗୋଟି ହୋଇ ଭାସିଆସୁଛି ଆଖିର ଲୁହ ସାଜି । ସେଥିପାଇଁ ତ ସେ ବିଧାୟିକା ନଥିଲେ, ବରଂ ସେ ଥିଲେ ମା’ ।
ସୁଜ୍ଞାନ କୁମାରୀ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଗତରାତି ୧୨ଟା ୪୪ ମିନିଟରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ୮୭ ବର୍ଷ ବୟସ୍କା ସୁଜ୍ଞାନ ଅସୁସ୍ଥ ଥିବା ଖବର ପାଇ କାଲି ସଂଧ୍ୟାରେ ଚେନ୍ନାଇ ଯାଇଥିଲେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟବସ୍ଥା କଥା ବୁଝିଥିଲେ । କିନ୍ତୁ ଏହାର କିଛି ଘଣ୍ଟା ପରେ ତାଙ୍କର ଦେହାନ୍ତ ନେଇ ଘୋଷଣା କରିଥିଲେ ମେଡ଼ିକାଲ କର୍ତ୍ତୃପକ୍ଷ ।
ଏ ଖବର ପରଠୁ ଶୋକରେ ବୁଡ଼ିଛି ସାରା ଗଞ୍ଜାମ, କାନ୍ଦୁଛି ଖଲ୍ଲିକୋଟଠୁ କବିସୂର୍ଯ୍ୟନଗର ଯାଏଁ । ଭି.ସୁଜ୍ଞାନ କୁମାରୀ ଦେଓ । ୧୯୩୭ ଅଗଷ୍ଟ ୫ରେ ଜନ୍ମ । ବାପାଙ୍କ ନାଁ ରାଜା ଆର.ଭି.ଏମ୍. ନୀଳାଦ୍ରି ରାଓ ଏବଂ ସ୍ୱାମୀଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ । ରାଜ୍ୟ ରାଜନୀତିର ଏହି ଚର୍ଚ୍ଚିତ ନେତ୍ରୀ, ରାଜନୈତିକ ଇତିହାସରେ ଏକ ବିରଳ ବ୍ୟକ୍ତିତ୍ୱ ।
ଯିଏ ଖଲ୍ଲିକୋଟରୁ ୮ ଥର ଓ କବିସୂର୍ଯ୍ୟନଗରରୁ ୨ ଥର ବିଧାୟିକା ବନିଥିଲେ । ପ୍ରଥମ ଥର ପାଇଁ ୧୯୬୧ରେ ଜାତୀୟ କଂଗ୍ରେସ ଟିକଟରେ ଖଲ୍ଲିକୋଟରୁ ଆରମ୍ଭ କରିଥିଲେ ଜୟଯାତ୍ରା । ୧୯୭୪ରେ ଉତ୍କଳ କଂଗ୍ରେସରୁ, ୧୯୭୭ ଏବଂ ୧୯୮୫ରେ ଜନତା ପାର୍ଟି, ୧୯୯୦ ଏବଂ ୧୯୯୫ରେ ଜନତା ଦଳରୁ ଲଢ଼ି ନିର୍ବାଚିତ ହୋଇଥିଲେ ।
ପରେ ବିଜେଡି ଟିକେଟରେ ୨୦୦୦ରୁ ୨୦୦୯ ଯାଏଁ ୨ ଥର ଖଲ୍ଲିକୋଟ ଏବଂ ୨୦୦୯ ଓ ୨୦୧୪ରେ ୨ ଥର କବିସୂର୍ଯ୍ୟନଗର ବିଧାୟିକା ହୋଇଥିଲେ ସୁଜ୍ଞାନ । ରାଜନୈତିକ ଜୀବନ ଭିତରେ ଅନେକ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଥିବା ସୁଜ୍ଞାନ ବରିଷ୍ଠ ସଦସ୍ୟା ଭାବେ ୨୦୦୦ରେ କାମଚଳା ବାଚସ୍ପତି ସାଜି ନବୀନ ପଟ୍ଟନାୟକଙ୍କୁ ପ୍ରଥମ ଥର ବିଧାୟକ ଭାବେ ଶପଥପାଠ କରାଇଥିଲେ ।
ବଡ଼କଥା ହେଉଛି, ସୁଜ୍ଞାନ କେବେ ବି ମନ୍ତ୍ରୀ ହେବାର ଆଗ୍ରହ ରଖିନଥିଲେ । କହୁଥିଲେ, ସେ ରାଣୀ... ମନ୍ତ୍ରୀ କାହିଁକି ହେବେ । ସୁଜ୍ଞାନଙ୍କ ଅବର୍ତ୍ତମାନରେ ଆଜି ରାଜନୀତିରେ ଛାଇଯାଇଛି ଶୂନ୍ୟତା । ତାଙ୍କ ପରଲୋକରେ ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।
]]>ସୋସିଆଲ ମିଡିଆରେ ମିଛ ପ୍ରଚାର ପାଇଁ ୬ କୋଟି ଖର୍ଚ୍ଚ କରୁଛି ବିଜେଡି । ଆଗକୁ ସମଗ୍ର ଓଡ଼ିଶାରେ ଜୟ ଶ୍ରୀରାମ ନାରା ଗୁଞ୍ଜରଣ ହେବ । ଆଗକୁ ଓଡ଼ିଶାରେ ଅରେଞ୍ଜ ଲହର ଆସିବାକୁ ଯାଉଛି । ଖୁବ୍ ଶୀଘ୍ର ଓଡ଼ିଶାରେ ଗ୍ରୀନରୁ ଅରେଞ୍ଜ, ବିରାଟ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସ ବ୍ୟକ୍ତିଗତ ସମ୍ପତ୍ତି ହୋଇଥିଲେ ବି ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ନାଁରେ କେତୋଟି ନୂଆ ଅଟ୍ଟାଳିକା ନିର୍ମାଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି । ଏହାସହ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ରଖିବେ କି ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ପ୍ରଦୀପ ।
ସେହିପରି ଶଙ୍ଖ ଭବନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ଟଙ୍କା କେଉଁଠୁ ଆସିଲା କିଏ କାମ କଲା ତାହାର ହିସାବ ମାଗିଛନ୍ତି । ତେବେ ପ୍ରଦୀପଙ୍କ ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
]]>ପୁରୀ,ଭଦ୍ରକ, ଯାଜପୁର, ଜଗତସିଂହପୁର ସମେତ ୧୭ଟି ଜିଲ୍ଲାରେ କୌଣସି ସାଂସଦ କିମ୍ବା ବିଧାୟକଙ୍କ ବିରୋଧରେ ଗୋଟିଏ ବି ମାମଲା ବିଚାରାଧୀନ ନାହିଁ ବୋଲି ହାଇକୋର୍ଟରେ ତଥ୍ୟ ଦାଖଲ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ହାଇକୋର୍ଟ ନିଜ ଆଡୁ ଦାୟର କରିଥିବା ମାମଲାରେ ଏହି ତଥ୍ୟ ସାମ୍ନାକୁ ଆସିଛି।
ବିଭିନ୍ନ ଜିଲ୍ଲାରୁ ଗତ ଡିସେମ୍ବର ସୁଦ୍ଧା ସଂଗୃହିତ ତଥ୍ୟରେ ଏହା ସ୍ପଷ୍ଟ ହୋଇଛି। ସର୍ବାଧିକ ମାମଲାର ଶୁଣାଣି ଆପିୟରାନ୍ସ ବା ପ୍ରାରମ୍ଭିକ ସ୍ତରରେ ରହିଛି। ଏସବୁ ମାମଲା ଗୁଡିକର ତ୍ୱରିତ ଶୁଣାଣି ପାଇଁ କି ପଦକ୍ଷେପ ଗ୍ରହଣ କରାଯାଉଛି, କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଜାଣିବାକୁ ଚାହିଁଛନ୍ତି। ସେନେଇ ସତ୍ୟପାଠ ଦାଖଲ କରିବାକୁ ସରକାରୀ ଓକିଲଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତି ଶୁଣାଣି ହେବ।
]]>ରାଜ୍ୟର ସାଂସଦ ଓ ବିଧାୟକଙ୍କ ବିରୋଧରେ ଫୌଜଦାରୀ ମାମଲା । ସମୁଦାୟ ୪୨୩ଟି ଫୌଜଦାରୀ ମାମଲା ବିଚାରାଧୀନ ।#MLA #MP #HighCourt #Crime #Politics pic.twitter.com/KF7xOCzhgg
— ଓଟିଭି (@otvkhabar) January 12, 2024
ବିଧାୟକ ପହଞ୍ଚିବା ବେଳକୁ ଫଳକ ଉପରେ ବସିଥିଲେ ସ୍ଥାନୀୟ ସରପଞ୍ଚ । ତାଙ୍କୁ କାହିଁକି ଡକାଯାଇନି ବୋଲି କହି ବିଧାୟକଙ୍କୁ ପ୍ରଶ୍ନ କରିଥିଲେ । ତେବେ ସରପଞ୍ଚ ସେମିତି ଫଳକ ଉପରେ ବସିଥିବା ବେଳେ ଶିଳାନ୍ୟାସ କରିଥିଲେ ବିଧାୟକ । ଏହା ହିଁ ଘଟଣାର ସୂତ୍ରପାତ କରିଥିଲା । ବିଧାୟକ ଶିଳାନ୍ୟାସ କରିବା ପରେ ପରେ ହିଁ ଫଳକ ଭାଙ୍ଗି ଦେଇଥିଲେ ସରପଞ୍ଚ ।
ଅନ୍ୟପଟେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ସେରଗଡ଼ରୁ ଉଦଳାକୁ ସଂଯୋଗ କରୁଥିବା ୧୯ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ଅନ୍ୟପଟେ ବଲାଙ୍ଗିରରେ ମଧ୍ୟ ସରପଞ୍ଚ ଓ ଯନ୍ତ୍ରୀଙ୍କ ମଧ୍ୟରେ ମାଡପିଟ ହୋଇଛି ।
ସୂଚନାଯୋଗ୍ୟ, ହରିଶଙ୍କର ପୀଠର ସୌନ୍ଦର୍ଯ୍ୟକରଣ କାମରେ ଅନିୟମିତତା ଦେଖିବାରୁ ଅଭିଯୋଗ କରିଥିଲେ ଚଙ୍ଗରିଆ ସରପଞ୍ଚ ସୁଶିଲ କୁମାର । ପୁରୁଣା ପଥରକୁ ନ କାଢି ଉପରଠାଉରିଆ କାମକୁ ନେଇ ଉଠାଇଥିଲେ ପ୍ରଶ୍ନ । ବାଲି ସହିତ ଅଳ୍ପ ସିମେଣ୍ଟରେ ନିମ୍ନମାନ କାମ ପାଇଁ ଅଭିଯୋଗ ଆଣିଥିଲେ । ତେବେ ଏଭଳି ଅଭିଯୋଗ ନୂଆ ନଥିଲା। ସଂପୃକ୍ତ ସରପଞ୍ଚ ନିମ୍ନମାନର କାମ ଓ ପୁରୁଣା ରଡ୍ ବ୍ୟବହାର ହେଉଥିବା କଥା ପୂର୍ବରୁ ଲିଖିତ ଭାବେ ଜଣାଇଥିଲେ ।
]]>ରାଜଗାଙ୍ଗପୁର ବିଧାୟକ ଡ଼ଃ. ସିଏସ ରାଜନ ଏକ୍କା ଜଣେ ଡାକ୍ତର । ଏଣୁ ଡାକ୍ତରଖାନାରେ ବହୁ ସଂଖ୍ୟକ ରୋଗୀଙ୍କ ସମସ୍ୟାକୁ ଦେଖି ନିଜେ ବସି ଟିକିତ୍ସା କରୁଛନ୍ତି । ସରକାର ସ୍ୱାସ୍ଥ୍ୟ ସେବାକୁ 5t ରେ ଅନ୍ତର୍ଭୁକ୍ତ କରି ଡିଣ୍ଡିମ ପିଟୁଥିବା ବେଳେ ରାଜଗାଙ୍ଗପୁରରେ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବା ସ୍ଥାନୀୟ ଲୋକେ ଓ ବିଧାୟକ ଅଭିଯୋଗ କରିଛନ୍ତି ।
ରାଜଗାଙ୍ଗପୁର ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗରିବ ଆଦିବାସୀ ମାନେ କେଉଁଭଳି ଚିକିତ୍ସା ସେବା ପାଇବାକୁ ବଞ୍ଚିତ ହେଉଛନ୍ତି ତାର ଚିତ୍ର ବଖାଣିଛି ଏ ଦୃଶ୍ୟ । ତେବେ ଡାକ୍ତର କାହିଁକି ଅନୁପସ୍ଥିତ ଅଛନ୍ତି ସେନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ ।
]]>ମେ ୧୮, ୧୯୯୮। ଗୋପାଳପୁରରେ ଏସିଆର ସର୍ବବୃହତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡିଥିଲା ଟାଟା କମ୍ପାନୀ। ସ୍ଥାନୀୟ ଅଂଚଳରେ ୩ ହଜାର ଏକର ଜମି ଅଧିଗ୍ରହଣ ବି କରିଥିଲା। ତେବେ ଟାଟାର ଏହି ପ୍ରକଳ୍ପ ବିରୋଧରେ ପ୍ରବଳ ବିରୋଧ ମୁଣ୍ଡ ଟେକିଥିଲା। ଅଳ୍ପ ମୂଲ୍ୟରେ ଚାଷୀଙ୍କ ଉର୍ବର ଜମି କମ୍ପାନୀ ହାତରେ ଟେକାଯାଇଥିବାରୁ ତେଜିଥିଲା ପ୍ରତିବାଦ। ସ୍ଥାନୀୟ ଅଂଚଳରେ ପ୍ରକଳ୍ପ କରାଇନଦେବାକୁ ଲୋକ ସଂଗ୍ରାମ ସମିତି ଗଠନ ହୋଇଥିଲା। ଯାହାର ନେତୃତ୍ୱ ନେଇଥିଲେ ନାରାୟଣ ରେଡ୍ଡୀ।
ସେଦିନ ଛତ୍ରପୁର ସିନ୍ଧି ଗାଁର ଏକ ସ୍କୁଲରେ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଟାଟା କମ୍ପାନୀ ଅଧିକାରୀଙ୍କ ସହ ଏସ୍ ପି, ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ତେବେ ଆଲୋଚନା ବେଳେ ହଠାତ୍ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ପରେ ତୁହାକୁ ତୁହା ବୋମାମାଡରେ ଥରି ଉଠିଥିଲା ବୈଠକ ଅଂଚଳ।ମାରପିଟ୍ ଓ ବୋମାମାଡରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ପୋଲିସ ରିଜର୍ଭ ଇନ୍ସପେକ୍ଟର ବିନୋଦ ମେହେର।
ସେତେବେଳେ ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିଲା ଏହି ଘଟଣା। ବଡ଼ କଥା ହେଉଛି ଯେ, ଏହି ଘଟଣା ପରେ ପରେ ଗୋପାଳପୁରରେ ମେଗା ପ୍ରକଳ୍ପରୁ ଓହରିଯାଇଥିଲା ଟାଟା। ହତ୍ୟା ମାମଲାରେ ଜେଲରେ ବର୍ଷେ ୧୦ ମାସ ସଜ୍ଜା କାଟିଥିଲେ ନାରାୟଣ। ଦୁଇ ଦୁଇ ଥର ଏନଏସଏ ଲାଗୁ ହୋଇଥିଲା। ତେବେ ଟାଟା କମ୍ପାନୀ ବିରୋଧରେ ଜନମତ ସଂଗ୍ରହ କରି ନାରାୟଣ ରେଡ୍ଡୀ ପାଲଟିଯାଇଥିଲେ ଲୋକଙ୍କ ନେତା। ୨୦୦୪ରୁ ୨୦୦୯ ଯାଏଁ ସିପିଆଇ ଟିକେଟରେ ନାରାୟଣ ବନିଥିଲେ ଛତ୍ରପୁରର ବିଧାୟକ।
]]>ରାଜ୍ୟରେ କେଉଁ ବିଧାୟକଙ୍କ ବିରୋଧରେ କେତେ ଅପରାଧିକ ମାମଲା ରହିଛି, ତାର ରିପୋର୍ଟ ପ୍ରକାଶ କରିଛି ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ ବା ଏଡିଆର । ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ୪୪ ପ୍ରତିଶତ ଅର୍ଥାତ ୬୪ ଜଣଙ୍କ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ୨୦୧୯ ନିର୍ବାଚନ ପୂର୍ବରୁ ସତ୍ୟପାଠ ଜରିଆରେ ଘୋଷଣା କରିଥିବା ଓଡ଼ିଶାର ୧୪୫ ବିଧାୟକଙ୍କ ମଧ୍ୟରୁ ୪୬ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି ।
ଏମାନଙ୍କ ମଧ୍ୟରୁ ୨ ଜଣ ବିଧାୟକଙ୍କ ନାଁରେ ହତ୍ୟା, ୧୧ ଜଣ ହତ୍ୟା ଉଦ୍ୟମ ଏବଂ ୧୨ ଜଣଙ୍କ ବିରୋଧରେ ମହିଳାଙ୍କ ପ୍ରତି କରାଯାଇଥିବା ଅପରାଧ ମାମଲା ରହିଛି। ଜଣେ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ମଧ୍ୟ ପଞ୍ଜୀକୃତ ହୋଇଛି । ଏଡିଆର ତଥ୍ୟ ଅନୁସାରେ, ବିଜୁ ଜନତା ଦଳର ୪୫ ବିଧାୟକଙ୍କ ନାଁରେ ଅପରାଧ ଓ ୩୨ ଜଣଙ୍କ ନାଁରେ ଗମ୍ଭୀର ଅପରାଧିକ ମାମଲା ରହିଛି।
ଦେଶର ୨୮ ବିଧାନସଭା ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ବିଧାୟକଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ଘୋଷଣା କରାଯାଇଥିବା ଅପରାଧିକ ପୃଷ୍ଠଭୂମି, ଆର୍ଥିକ, ଶିକ୍ଷା, ବୟସ, ଲିଙ୍ଗ ଓ ଅନ୍ୟାନ୍ୟ ବିବରଣୀକୁ ବିଶ୍ଳେଷଣ କରାଯାଇ ଏଡିଆର ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।...
]]>ହରିୟାଣାର ଅନେକ ଜିଲ୍ଲାରେ ବନ୍ୟା ପରି ପରିସ୍ଥିତି ଦେଖାଦେଇଛି । ଏଥିପାଇଁ କୈଥଲ୍, ଯମୁନାନଗର, ପଞ୍ଚକୁଲା ସମେତ ଅନେକ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି । କୈଥଲ୍କୁ ଜନନାୟକ ଜନତା ପାର୍ଟି (ଜେଜେପି) ବିଧାୟକ ଇଶ୍ୱର ସିଂ ବନ୍ୟା ପରିସ୍ଥିତିର ଆକଳନ କରିବାକୁ ଯାଇଥିଲେ, ସେତେବେଳେ ତାଙ୍କୁ ଜନତାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି । ଭିଡ଼ରେ ଥିବା ଜଣେ ମହିଳା ତାଙ୍କୁ ଚାପୁଡ଼ା ମାରିଛନ୍ତି ।
#WATCH | Haryana: In a viral video, a flood victim can be seen slapping JJP (Jannayak Janta Party) MLA Ishwar Singh in Guhla as he visited the flood affected areas
— ANI (@ANI) July 12, 2023
"Why have you come now?", asks the flood victim pic.twitter.com/NVQmdjYFb0
ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଧାୟକ ସେଠାରେ ଉପସ୍ଥିତ ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ସମୟରେ ଅଚାନକ୍ ମହିଳା ଜଣକ ଆସି ବିଧାୟକଙ୍କୁ ବ୍ରହ୍ମଚାପୁଡ଼ା ପକାଇଛନ୍ତି । ତେବେ ଏହି ଘଟଣା ପରେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ମହିଳାଙ୍କୁ ଘେରି ଯାଇଥିଲେ ।
ହରିୟାଣାରେ ଜନନାୟକ ଜନତା ପାର୍ଟି, ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାର ଅନ୍ୟତମ ସଦସ୍ୟ । ସୂଚନା ଅନୁସାରେ ଘାଗର ନଦୀରେ ବନ୍ୟା ଆସିବା ପରେ ଗହଲା ନିର୍ବାଚନ ମଣ୍ଡଳୀର ଭାଟିଆ ଗାଁରେ ଭୀଷଣ ବନ୍ୟା ହୋଇଥିଲା । ଆଉ ସେହି ସମୟରେ ବିଧାୟକଙ୍କ ଗସ୍ତକୁ ନେଇ ଲୋକେ ତାତିକି ଥିଲେ ।
ଅନ୍ୟପଟେ ଏହି ଘଟଣା ପରେ ବିଧାୟକ ଇଶ୍ୱର ସିଂ ନିଜ ପ୍ରତିକ୍ରିୟା ରଖିଛନ୍ତି । ମୋତେ ଦେଖି ମହିଳା ଜଣକ କହିଥିଲେ, ଏବେ ଏଠାକୁ କାହିଁକି ଆସିଛ ? ତୁମେ ଚାହିଁଥିଲେ ବନ୍ଧ ଭାଙ୍ଗି ନ ଥାନ୍ତା ବୋଲି ତାଙ୍କର ମତ ଥିଲା ।
ତେବେ ଏନେଇ ବିଧାୟକ ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଗତ କିଛି ଦିନ ଧରି ହେଉଥିବା ପ୍ରବଳ ବର୍ଷା ଯୋଗୁ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଛି ବୋଲି ଯେତେ ବୁଝାଇଲେ ମଧ୍ୟ ମହିଳା ଜଣକ ନିଜ କଥାରେ ଅଡ଼ି ବସିଥିଲେ । ତେବେ ଏହି ଘଟଣା ପାଇଁ ମହିଳାଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ବିଧାୟକ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
]]>ଫେବୃୟାରୀ ଶେଷ ସପ୍ତାହରେ ତଥା ୨୫ ତାରିଖରେ ପୁରୀରେ ସେ ବିବାହ କରିବେ ବୋଲି ସୂଚନା ମିଳିଛି । ଉଭୟଙ୍କର ଏହା ଦ୍ୱିତୀୟ ବିବାହ । ଦିବ୍ୟଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ । କିନ୍ତୁ କୌଣସି କାରଣକୁ ନେଇ ସେ ଛାଡପତ୍ର ଦେଇଥିଲେ । ଏନେଇ ଦିବ୍ୟଶଙ୍କରଙ୍କ କିମ୍ବା ତାଙ୍କ ପରିବାର ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।
]]>ଗତକାଲି ସାଲୁଜାଙ୍କ ପୁଅ କଣ୍ଟାବାଞ୍ଜିରେ ଥିବା ‘ଆଲିସାନ’ ସିନେମା ହଲ୍କୁ ଫିଲ୍ମ ଦେଖିବା ପାଇଁ ସାଙ୍ଗମାନଙ୍କ ସହ ଯାଇଥିଲେ । କୌଣସି କାରଣ ପାଇଁ ସିନେମା ହଲ୍ ମାଲିକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଏନେଇ ନେଇ ସିନେମା ହଲ୍ ମାଲିକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲା । ହେଲେ ସେଠାରେ ପୋଲିସ ସହ ମଧ୍ୟ ସାଲୁଜାଙ୍କ ପୁଅର ଯୁକ୍ତିତର୍କ ହୋଇଥିଲା। କିଛି ସମୟ ପୁଲିସ ଓ ସାଲୁଜାଙ୍କ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆଉ ସେ ଘରକୁ ପଳାଇ ଯାଇଥିଲେ।
ପରେ ସେହି ରାତିରେ ସିନେମା ହଲ୍ ମାଲିକ ସାଲୁଜାଙ୍କ ପୁଅଙ୍କ ନାଁ ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ କରି ଗତକାଲି ରାତିରେ ସାଲୁଜାଙ୍କ ପୁଅକୁ ଗିରଫ କରିଥିଲା ପୋଲିସ । ଏହାସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ସେଜି ସିଂଙ୍କ ଜିମ୍ରେ ପୁଲିସ ଚଢ଼ାଉ କରି ନଗଦ ୧୯ ଲକ୍ଷ ଟଙ୍କା ଓ ବିଭିନ୍ନ ବ୍ରାଣ୍ଡର ୧୭ ଲିଟର ମଦ ଜବତ କରିଛି ।
ତେବେ କାହିଁକି ଘଟିଲା ଏଭଳି ଗଣ୍ଡଗୋଳ, ଘଟଣା ପଛର କାରଣ କଣ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । କିମ୍ବା ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
]]>୧୯ଟି ରାଜ୍ୟ ତୁଳନାରେ ଓଡ଼ିଶା ବିଧାୟକଙ୍କ ଦରମା ଓ ପେନସନ୍ ଅପେକ୍ଷାକୃତ କମ ଥିବାରୁ ଦରମା ବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଛନ୍ତି ଶାସକ ଓ ବିରୋଧୀ । କଂଗ୍ରେସ କିନ୍ତୁ ବର୍ତ୍ତମାନ ସମୟରେ ଦରମା ବୃଦ୍ଧି ନକରାଯାଉ ବୋଲି ମତ ରଖିଛି । ବିଧାୟକମାନେ ଏବେ ଦରମା ବାବଦକୁ ୩୫ ହଜାର ଟଙ୍କା ପାଉଥିବା ବେଳେ ବିଭିନ୍ନ ଭତ୍ତା ବାବଦକୁ ପାଉଛନ୍ତି ୬୫ ହଜାର ଟଙ୍କା । ଯେଉଁଥିରେ କନଭେୟାନସ ପାଇଁ ୧୫ ହଜାର, ମେଡ଼ିକାଲ ପାଇଁ ୫ ହଜାର ଓ ଟେଲିଫୋନ ବାବଦରେ ରହିଛି ୮ ହଜାର ଟଙ୍କା ।
ଅନ୍ୟ ରାଜ୍ୟ ତୁଳନାରେ ଏହା ବହୁତ କମ ଥିବାରୁ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ବିଧାୟକମାନେ ସେମାନଙ୍କ ଦରମା ୧ଲକ୍ଷ ରୁ ୩ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ଦାବି କରିଥିଲେ । ହେଲେ ବାଚସ୍ପତିଙ୍କ ଦ୍ୱାରା ଗଠନ କରାଯାଇଥିବା କାର୍ଯ୍ୟ ପରାମର୍ଶଦାତା କମିଟି ସବୁ ଦିଗକୁ ବିଚାର କରି ବିଧାୟକମାନଙ୍କ ଦରମା ଅଢେଇ ଲକ୍ଷ ଓ ପୂର୍ବତନ ବିଧାୟକଙ୍କ ପେନସନ ୧ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ସୁପାରିଶ କରିଛି ।
ବିଧାୟକମାନଙ୍କ ଦରମା ବଢିବା ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ସାଧାରଣରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଲାଣି । ବିଶେଷ କରି ଶିକ୍ଷକ, ଅଙ୍ଗନବାଡି କର୍ମୀ, ଠିକା କର୍ମଚାରୀ ଏବଂ ସାଧାରଣ ଜନତା କଡ଼ା ଭାଷାରେ ଏହାକୁ ନିନ୍ଦା କରିଛନ୍ତି । ବିଧାନସଭା ସମ୍ମୁଖରେ ସରକାର ବିରୋଧୀ ସ୍ଲୋଗାନ ଦେଇ ଅହରୋତ୍ର ଆନ୍ଦୋଳନରେ ବିଭିନ୍ନ ଅନୁଷ୍ଠାନ ବସିଛନ୍ତି, କେବଳ ଦରମା ବୃଦ୍ଧି ଦାବିରେ । କିନ୍ତୁ ସେମାନଙ୍କ କଥା ନଶୁଣି ଜନପ୍ରତିନିଧି ନିଜ ଦରମା ବୃଦ୍ଧିକୁ ଅଗ୍ରାଧିକାର ଦେବା ନିହାତି ଭାବେ ଗଣତନ୍ତ୍ର ବିରୋଧୀ ବୋଲି ବିଭିନ୍ନ ସଂଗଠନ କହିଛନ୍ତି ।
ଶେଷ ଥର ପାଇଁ ୨୦୧୭ରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଆଉ ଏବେ ଦରଦାମ ବଢିଥିବାରୁ ଦରମା ବଢ଼ାଇବାକୁ ଦାବି କରିଛନ୍ତି ବିଧାୟକ ।
(ରିପୋର୍ଟ-ଜଗଦୀଶ ଦାସ, ଭୁବନେଶ୍ୱର)
]]>ଏଥିସହ ଅର୍ଚ୍ଚନାଙ୍କ କଳାଧନ୍ଦାର ଗୁମର ଖୋଲି ଜଣେ ପୀଡ଼ିତା ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ବି କାହିଁକି ଉକ୍ତ ଘଟଣାରେ ପୋଲିସ ଆଗ୍ରହ ଦେଖାଉନି ଓ ପୀଡ଼ିତାଙ୍କୁ ଡାକି ମାଜିଷ୍ଟ୍ରେଟଙ୍କ ଆଗରେ ସିଆରପିସିର ଧାରା ୧୬୪ରେ ବୟାନ ରେକର୍ଡ କରୁନାହିଁ, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତା ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ମାଳ ମାଳ ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ହେଲେ ଅନେକ ନେତା କିନ୍ତୁ ନିଜର ଦୋଷ ଝାଡ଼ି ଦେଉଛନ୍ତି । ଅର୍ଚ୍ଚନାଙ୍କୁ ଚିହ୍ନନ୍ତିନି କି ଜାଣନ୍ତିନି ବୋଲି ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ପୋଲିସ ମଧ୍ୟ ସେ ଦିଗରେ ସକ୍ରିୟତାର ସହ ତଦନ୍ତ କରୁନଥିବାରୁ ପ୍ରଶ୍ନ ଉଠିଛି ।
ସେପଟେ ଅର୍ଚ୍ଚନା ନାଗ ପ୍ରସଙ୍ଗ ନେଇ ବିବାଦୀୟ ଥିବା ତାଙ୍କ ସମ୍ପର୍କୀୟ ଭାଇ କୁଆଡେ ଗଲେ ବୋଲି ପ୍ରଶ୍ନ ଉଠିଛି । ପୀଡ଼ିତାଙ୍କ ନ୍ୟୁଡ୍ ଭିଡିଓ କରିଥିବା ସେ ଭାଇ କିଏ ? ହନି ଟ୍ରାପ୍, ବ୍ଲାକ୍ ମେଲିଂ ଟଙ୍କା ଆଦାୟ ସମ୍ପର୍କରେ ପୋଲିସ ତାଙ୍କୁ ଜେରା କରିଛି ନା ସେ ମଧ୍ୟ ଫେରାର ହୋଇଯାଇଛନ୍ତି । ନୟାଗଡ଼ର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଏହି ଚକ୍ରବ୍ୟୁହରେ ଛନ୍ଦି ହୋଇଥିବା ସଦ୍ୟ ସୂଚନା ମିଳିଛି । ଆଉ ତାଙ୍କ ଠାରୁ ହନିଟ୍ରାପ୍ ବାବଦକୁ ଟଙ୍କା ଆଦାୟ ହୋଇଥିଲା । ପୀଡ଼ିତା ୫୦ ହଜାର ଟଙ୍କା ପାଇଥିବା ବେଳେ ଅର୍ଚ୍ଚନା କେତେ ଟଙ୍କା ଆଦାୟ କରିଥିଲେ ? ପୀଡ଼ିତାଙ୍କୁ କେଉଁ କେଉଁ ବ୍ୟକ୍ତିଙ୍କ ସହ ହନିଟ୍ରାପରେ ବ୍ୟବହାର କରାଯାଇଛି, ଆଉ କେଉଁ ନାମିଦାମୀ ବିଶିଷ୍ଟ ବ୍ୟକ୍ତିଙ୍କ ନିକଟରେ ଟଙ୍କା ଆଦାୟ କରିଛନ୍ତି ଅର୍ଚ୍ଚନା , ଏସବୁ ଏବେ ରହସ୍ୟ ଘେରରେ ।
]]>ଦରମା ବୃଦ୍ଧି ଦାବି ନେଇ ବିଧାନସଭାରେ ସବୁ ଦଳର ବିଧାୟକଙ୍କ ଏକସ୍ୱର ହେବା ପରେ ଏବେ ଏମିତି ଚର୍ଚ୍ଚା । ବିଧାୟକ ମାନେ ଏବେ ପାଉଛନ୍ତି କେତେ ? ବ୍ୟବସ୍ଥା ଅନୁଯାୟୀ ଓଡ଼ିଶାରେ ବିଧାୟକଙ୍କୁ ଏବେ ମାସକୁ ଲକ୍ଷେ ଟଙ୍କା ଦରମା ମିଳୁଛି । ତା ମଧ୍ୟରୁ କେବଳ ଦରମା ୩୫ ହଜାର, ଆଉ ବିଭିନ୍ନ ଭତ୍ତା ବାବଦକୁ ରହିଛି ୬୫ ହଜାର । ଯେଉଁଥିରେ କନ୍ଭେୟାନ୍ସ ପାଇଁ ୧୫ ହଜାର, ମେଡିକାଲ ୫ ହଜାର ଓ ଟେଲିଫୋନ୍ ପାଇଁ ରହିଛି ୮ ହଜାର ଟଙ୍କାର ଭତ୍ତା ।
ଏବେ ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ଜାଣିବା । ଦରମା ଅଧିକ ନେବାରେ ସବୁଠୁ ଉପରେ ତେଲେଙ୍ଗାନାର ବିଧାୟକ । ଭତ୍ତାକୁ ମିଶାଇ ଏଠି ବିଧାୟକଙ୍କ ଦରମା ପ୍ରାୟ ୨ ଲକ୍ଷ ୭୫ ହଜାର । ବିଧାୟକଙ୍କୁ ଦୁଇ ଲକ୍ଷ ଦରମା ଦେବା ତାଲିକାରେ ଅଛନ୍ତି ମେଘାଳୟ, ଝାଡ଼ଖଣ୍ଡ ଭଳି ୫ଟି ରାଜ୍ୟ । ସେହିପରି ୧୯ଟି ରାଜ୍ୟର ବିଧାୟକଙ୍କ ଦରମା ଓଡ଼ିଶାଠୁ ଅଧିକ ରହିଥିଲା ବେଳେ ଓଡ଼ିଶା ତଳେ ଅଛି ପଞ୍ଜାବ, ଦିଲ୍ଲୀ, ପଶ୍ଚିମବଙ୍ଗ ଭଳି ରାଜ୍ୟ ।
ତେବେ ଗତ ଶନିବାର ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ଦରମା ବଢ଼ାଇବାକୁ ଦାବି କରିଥିଲେ ସବୁ ଦଳର ବିଧାୟକ । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଯୁକ୍ତିଥିଲା-୨୦୧୭ରେ ଶେଷ ଥର ପାଇଁ ବିଧାୟକଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଏବେ ଦରଦାମ ବଢିଥିବା ଏବଂ ଅନ୍ୟ ରାଜ୍ୟ ତୁଳନାରେ ବିଧାୟକମାନେ ଦରମା ବହୁ କମ୍ ପାଉଥିବାରୁ ଏଠି ମଧ୍ୟ ଦରମା ଓ ଗସ୍ତ ଖର୍ଚ୍ଚକୁ ୩ ଲକ୍ଷ ଟଙ୍କାକୁ ବଢ଼ାଯାଉ । ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି ମଧ୍ୟ ଦରମା ବଢ଼ାଇବାକୁ ଦାବି କରିଥିଲା ବେଳେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଦରମା, ପେନସନ ଏବଂ ମେଡ଼ିକାଲ ଆଲାଉନସ୍ ବଢ଼ାଇବାକୁ ଦାବି କରିଥିଲେ । ବାଚସ୍ପତି ବି ବିଧାୟକଙ୍କ ଦାବି ନେଇ ସରକାର ସୁବିଚାର କରିବାକୁ କହିଥିଲେ ।
ସେପଟେ ଦରମା ପାଇଁ ବିଧାୟକଙ୍କ ଦାବି ପରେ ଆଜି କିଛି ପୂର୍ବତନ ବିଧାୟକ ମଧ୍ୟ ପେନ୍ସନ୍ ବୃଦ୍ଧି ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ପୂର୍ବତନ ବିଧାୟକଙ୍କୁ ପେନ୍ସନ୍ ବାବଦକୁ ଏବେ ୩୦ ହଜାର ମିଳୁଥିଲା ବେଳେ ଏହାକୁ ୫୦ ହଜାର ଏବଂ ମେଡିସିନ୍ ବାବଦ ମିଳୁଥିବା ୨ ହଜାରକୁ ୧୦ ହଜାର ଟଙ୍କାକୁ ବଢ଼ାଇବା ଲାଗି ସେମାନେ ଦାବି କରିଛନ୍ତି ।
ଏଡିଆର୍ ରିପୋର୍ଟ ଅନୁସାରେ ଏବେ ବିଧାନସଭାରେ ଥିବା ବିଧାୟକଙ୍କ ମଧ୍ୟରେ ୯୫ ଜଣ ହେଉଛନ୍ତି କୋଟିପତି । ତେଣୁ ଏଭଳି ସ୍ଥିତିରେ ବିଧାୟକଙ୍କ ଦରମା ବୃଦ୍ଧି ଦାବିକୁ ନେଇ ଏବେ ଜୋର୍ଦାର ଚର୍ଚ୍ଚା ।
ସେପଟେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ କମିଟି ଗଠନ କରିଛନ୍ତି ବିଧାନସଭା ବାଚସ୍ପତି । ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି । ଯେଉଁଥିରେ କଂଗ୍ରେସ ଓ ବିଜେପି ସଦସ୍ୟ ସ୍ଥାନ ପାଇଛନ୍ତି । ଦରମା ଓ ଭତ୍ତା ବୃଦ୍ଧି ନେଇ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବ ବୋଲି ସୂଚନା ମିଳିଛି ।
ତେବେ ବିଧାୟକଙ୍କ ଦରମା ଓ ପେନସନ୍ ବୃଦ୍ଧି ପ୍ରସଙ୍ଗକୁ ନାପସନ୍ଦ କରିଛନ୍ତି ଅନେକ । କହିଛନ୍ତି, ସେମାନେ ତ ଲକ୍ଷାଧିକ ଟଙ୍କା ଦରମା ପାଉଛନ୍ତି । ସେମାନଙ୍କ ଦରମା ବୃଦ୍ଧି କଣ ଦରକାର । ଜନପ୍ରତିନିଧିଙ୍କ ଦରମା ପରିବର୍ତ୍ତେ ଲୋକଙ୍କ ମୌଳିକ ଆବଶ୍ୟକତା ପୁରା କରିବାକୁ ସାଧାରଣରେ ଦାବି ହୋଇଛି ।
]]>ଫୁଲବାଣୀର ରୁଜାଙ୍ଗି ବିଦ୍ୟାଳୟରେ ବିଧାୟକ ଓ ତାଙ୍କ ଅନ୍ୟ ଦୁଇ ବନ୍ଧୁ ଏକାଠି ପରୀକ୍ଷା ଦେଇଥିଲେ। ବିଧାୟକ ସାଧାରଣ ପରୀକ୍ଷାର୍ଥୀଙ୍କ ଭଳି ପରୀକ୍ଷା କେନ୍ଦ୍ରକୁ ଆସିବା ସହ ଆଡମିଟ୍ କାର୍ଡ ଯାଞ୍ଚ ପରେ ହଲ୍ ଭିତରକୁ ଯାଇଥିଲେ।
ସେହିପରି ବିଧାୟକଙ୍କ ସରପଞ୍ଚ ବନ୍ଧୁ ତଥା ଲୁଇସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ମଧ୍ୟ ବିଧାୟକଙ୍କ ସହ ଗୋଟିଏ ସ୍କୁଲରେ ପରୀକ୍ଷା ଦେଇଥିଲେ। ଜଣେ ବିଧାୟକ ତା’ବି ପୁଣି ଏହି ବୟସରେ ପରୀକ୍ଷା ଦେବା ଓ ଫାଷ୍ଟକ୍ଲାସ୍ ପାଇବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ପରୀକ୍ଷା ଦେବାକୁ ଯିବା ସମୟରେ ବିଧାୟକ ଅଙ୍ଗଦ କହଁର କହିଥିଲେ, ଛାତ୍ର ସମୟରେ ପାରିବାରିକ ସମସ୍ୟା ଯୋଗୁ ମାଟ୍ରିକ ପରୀକ୍ଷା ଦେଇପାରିନଥିଲି। ହେଲ ମାଟ୍ରିକ ପାସ୍ କରିବାର ଇଛା ମନରୁ ହଟି ନଥିବାରୁ ଏଇ ବୟସରେ ସେ ପରୀକ୍ଷା ଦେଉଥିବା ବିଧାୟକ କହିଛନ୍ତି। ସେ ଆହୁରି କହିଛନ୍ତି, ପାଠପଢା ପାଇଁ କୌଣସି ବୟସ ସୀମା ନଥାଏ। ତେଣୁ କୌଣସି ସଙ୍କୋଚ ବିନା ପରୀକ୍ଷା ଦେଉଛି।
]]>ଏନେଇ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ, ପେଟା ନାଳର ପୁନରୁଦ୍ଧାର ଲାଗି ସେ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କିରଛନ୍ତି । ବିଧାନସଭାରେ ମଧ୍ୟ ପ୍ରସଙ୍ଗ ଉଠାଇଛନ୍ତି । ହେଲେ ଏହା ସତ୍ତ୍ୱେ ସରକାର ନ ଶୁଣିବାରୁ ଆଜି ସେ ଏଭଳି ପ୍ରତିବାଦ କରିଛନ୍ତି ।
]]>ନୂଆ ଏମଏଲଏ କଲୋନୀ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜଧାନୀର ଛାତି ଉପରେ ଶହ ଶହ ବୃକ୍ଷ ବଳିକୁ ନେଇ ବିରୋଧ ଯେତିକି ତୀବ୍ର, ସ୍ଲୋଗାନ ବି ସେତିକି ଶାଣିତ । ଦୁଇ ଦିନ ହେବ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ତେଜିଥିବା ଗଛ ନିପାତ ବିରୋଧୀ ଅଭିଯାନ ସ୍ୱର ସହ ସ୍ୱର ମିଳାଇଛନ୍ତି ବୁଦ୍ଧିଜୀବୀ, ପରିବେଶବିତ୍, ରାଜନେତା ଓ ବୃକ୍ଷପ୍ରେମୀ ।
ଏମିତିକି ଗଛକୁ କୁଣ୍ଢେଇ ପ୍ରତିବାଦ କରିଥିଲେ ପ୍ରେରଣା ଅନୁଷ୍ଠାନର ସଭାପତି ଦିଲ୍ଲିପ ଶ୍ରୀଚନ୍ଦନ । ସେହିପରି ବିଧାୟକ ସୁରେଶ ରାଉତରାୟ ମଧ୍ୟ କ୍ଷୋଭ ପ୍ରକାଶ କରି ତୁରନ୍ତ ନିଷ୍ପତ୍ତି ବଦଳାଇବାକୁ ବାଚସ୍ପତିଙ୍କୁ ନିବେଦନ କରିଛନ୍ତି । ତେଣେ ବିଧାୟକଙ୍କ କ୍ୱାର୍ଟର୍ସ ସହରଠାରୁ ଦୂରରେ କରିବାରେ ଅସୁବିଧା କଣ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ସାଂସଦ ତଥାଗତ ସତପଥୀ ।
ଯେଉଁ ସବୁଜିମାର ମଶାଣିରେ ସୌଧ ନିର୍ମାଣ ପାଇଁ ସରକାରଙ୍କ ଏତେ ଆଗ୍ରହ, ମାତ୍ର କେଇଦିନ ତଳେ ସେ ସ୍ଥାନ ଥିଲା ଜୀବନ୍ତ । ଏବେର ଦୃଶ୍ୟ ସହ ସେତେବେଳର ଦୃଶ୍ୟକୁ ତୁଳନା କଲେ ଛାତି ଥରି ଉଠୁଛି । ଶୀତଳ ଗଛ ଛାଇ, ତଳେ ଘାସ ଗାଲିଚାରେ ଘଣ୍ଟା ଘଣ୍ଟା ବସି ପାଠ ପଢୁଥିଲେ ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ଚାକିରୀ ଆଶାୟୀ ଛାତ୍ରଛାତ୍ରୀ ।
]]>ଆଜି ଗଛକୁ କୁଣ୍ଢେଇ ପ୍ରତିବାଦ କରିଥିଲେ ପ୍ରେରଣା ଅନୁଷ୍ଠାନର ସଭାପତି ଦିଲ୍ଲିପ ଶ୍ରୀଚନ୍ଦନ । ସେହିପରି ବିଧାୟକ ସୁରେଶ ରାଉତରାୟ ମଧ୍ୟ କ୍ଷୋଭ ପ୍ରକାଶ କରି ତୁରନ୍ତ ନିଷ୍ପତ୍ତି ବଦଳାଇବାକୁ ବାଚସ୍ପତିଙ୍କୁ ନିବେଦନ କରିଛନ୍ତି । ତେଣେ ବିଧାୟକଙ୍କ କ୍ୱାର୍ଟର୍ସ ସହରଠାରୁ ଦୂରରେ କରିବାରେ ଅସୁବିଧା କଣ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ସାଂସଦ ତଥାଗତ ସତପଥୀ ।
ଯେଉଁ ସବୁଜିମାର ମଶାଣିରେ ସୌଧ ନିର୍ମାଣ ପାଇଁ ସରକାରଙ୍କ ଏତେ ଆଗ୍ରହ ମାତ୍ର କେଇଦିନ ତଳେ ସେ ସ୍ଥାନ ଥିଲା ଜୀବନ୍ତ । ଏବେର ଦୃଶ୍ୟ ସହ ସେତେବେଳର ଦୃଶ୍ୟକୁ ତୁଳନା କଲେ ଛାତି ଥରି ଉଠୁଛି । ଶୀତଳ ଗଛ ଛାଇ, ତଳେ ଘାସ ଗାଲିଚାରେ ଘଣ୍ଟା ଘଣ୍ଟା ବସି ପାଠ ପଢୁଥିଲେ ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ଚାକିରୀ ଆଶାୟୀ ଛାତ୍ରଛାତ୍ରୀ ।
ଆଜି ବି କିଛି ପିଲା ଆଗକୁ କଟା ହେବାକୁ ବନ ବିଭାଗ ନମ୍ବରିଂ କରିଥିବା ଗଛ ମୂଳେ ବସି ପଢୁଥିଲେ । ହେଲେ ଏଗଛ ସବୁ ଆଉ ଦିନ କେଇଟାରେ ନିଶ୍ଚିହ୍ନ ହୋଇଯିବ ସେକଥା ଭାବିଲା ବେଳକୁ ଯେମିତି ବିଦାରି ହୋଇଯାଉଛି ସେମାନଙ୍କ ମନ ଓ ହୃଦୟ । ତେଣେ ବନ ବିଭାଗ ନମ୍ବରିଂ କରିଥିବା ଗଛ ଗୁଡ଼ିକରେ ଆଜି ଏମିତି ହୃଦୟସ୍ପର୍ଶୀ ଲେଖାର ପୋଷ୍ଟର ମାରିଛନ୍ତି ମହାନଦୀ ବଞ୍ଚାଓ ଆନ୍ଦୋଳନ ସହସ୍ୟ । କହିଛନ୍ତି ଗଛ କାଟିବାକୁ ଯିଏ ଆସିବ, ୟାକୁ ପଢ଼ି ଅତିକମ୍ରେ ତା ବିବେକ ଟିକକ ତ ଜାଗ୍ରତ ହେବ ।
ରବୀନ୍ଦ୍ର ମଣ୍ଡପଠୁ କମିଶନରେଟ୍ ପୋଲିସ ହେଡ୍କ୍ୱାର୍ଟର ଛକ, ତାରି ମଝିରେ ଇତିମଧ୍ୟରେ ବଳି ପଡ଼ିଲାଣି ପ୍ରାୟ ୩ ଶହରୁ ଅଧିକ ପୁରୁଣା ଓ ମୂଲ୍ୟବାନ ଗଛ । ଆଗକୁ ଆହୁରି ୫ଶହ ଗଛ କଟାଯିବାକୁ ଲକ୍ଷ୍ୟ ରହିଛି । ଶୀଘ୍ର ଏ କାମ ସରିଲେ ସେଠି ୨୭୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ୧୦ ମହଲା ଓ ୧୧ ମହଲା ଆପାର୍ଟମେଣ୍ଟ । ଯେଉଁଥିରେ ରହିବ ୩ ଶହ ବିଧାୟକ କ୍ୱାର୍ଟର । ହେଲେ ସେଥିପାଇଁ ଗଛକଟାକୁ ନେଇ ଆନ୍ଦୋଳନ ଦୁର୍ବାର ହେଉଥିବା ବେଳେ ଥାନାରେ ଏତଲା ମଧ୍ୟ ହେଲାଣି । ଗତକାଲିଠୁ ଗଛକଟା ବନ୍ଦ ରହିଥିଲେ ବି ଏଭଳି ସ୍ଥିତିରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ତାଉପରେ ସମସ୍ତଙ୍କ ନଜର ।
]]>ସାତ ଜନ୍ମର ସାଥୀ ହେବା ପାଇଁ ଏକାଠି ହୋଇଛନ୍ତି ଯୁବକ-ଯୁବତୀ । ବେଦମନ୍ତ୍ରରେ କନ୍ୟାର ସିନ୍ଥିରେ ସିନ୍ଦୁର ଲଗାଇଛି ବର। ବରପକ୍ଷ ଓ କନ୍ୟା ପକ୍ଷର ବନ୍ଧୁବାନ୍ଧବ ବି ସାମିଲ ହୋଇଛନ୍ତି । ବିନା ଯୌତୁକରେ ବାହା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯୁବକ-ଯୁବତୀ। ଦୀର୍ଘ ୧୦ ବର୍ଷ ହେବ ଏଭଳି ସାମୁହିକ ଆଦର୍ଶ ବିବାହ ଉତ୍ସବ ଆୟୋଜନ ହୋଇ ଆସୁଛି । ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ସହାୟତାରେ ରସିକଲାଲ କଂଚନବେନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏଭଳି ନିଆରା ଉତ୍ସବ ଆୟୋଜନ କରାଯାଇଛି।
ଆଜିର ବ୍ୟବସ୍ଥାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବାହାଘର କରିବା କଷ୍ଟକର। ଏମିତି ସମୟରେ ବାହାଘରର ସମସ୍ତ ଖର୍ଚ୍ଚ ବହନ କରାଯାଉଛି। ଭୋଜି ଭାତର ଆୟୋଜନ ବି ହୋଇଛି। ଯାହାକୁ ନେଇ ବେଶ ଖୁସି ଝିଅ-ପୁଅ ଘର ଲୋକେ । ଆଜି ପର୍ଯ୍ୟନ୍ତ ନୂଆପଡା ବିଧାୟକଙ୍କ ସହାୟତାରେ ୭୦୦ ଯୁବକ-ଯୁବତୀଙ୍କ ବିବାହ ସମ୍ପନ୍ନ ହୋଇଛି ।
ନୂଆପଡାରୁ ମାୟାଧର ସରାଫଙ୍କ ରିପୋର୍ଟ, ଓଟିଭି।
]]>ସେପଟେ ବିଧାୟକଙ୍କ ଏଭଳି କାଣ୍ଡ ପରେ, ବିଜେଡି ମଧ୍ୟ ତାଙ୍କୁ ଦୁରେଇ ଦେଇଥିଲା । ବାଣପୁରର ଏହି ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ । ପୋଲିସ ପ୍ରଶାସନ ଦୃଢ଼ତାର ସହ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଥିଲେ ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର ।
ତେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗିରି ନୂଆ ନୁହେଁ । ପୂର୍ବରୁ ଅନେକ ଥର ନିଜ କାରନାମାକୁ ନେଇ ବିବାଦରେ ରହିଛନ୍ତି ଏହି ଜନ ପ୍ରତିନିଧି । ଜୁଲାଇ ୨୦୧୬ରେ ବୌଦ୍ଦ ଜିଲ୍ଲା ମନମୁଣ୍ଡାରେ ବିଜେପି କର୍ମୀ କଳାପତାକା ପ୍ରଦର୍ଶନ କରୁଥିବାବେଳେ ଗାଡିରୁ ଓହ୍ଲାଇ ସେମାନଙ୍କୁ ନିସ୍ତୁକ ପିଟିଥିଲେ । ଜଗଦ୍ଦେବ ସେହି ବର୍ଷ ଅର୍ଥାତ୍ ନଭେମ୍ବର ୨୦୧୬ରେ ବୋଲଗଡ ତହସିଲଦାରଙ୍କ ଉପରକୁ କିରାସିନି ଲଣ୍ଠନ ଫୋପାଡି ଆକ୍ରମଣ କରିଥିବା ଅଭିଯୋଗ ମଧ୍ୟ ଆସିଥିଲା ।
ପରେ ୨୦୧୮ ଡିସେମ୍ବରରେ ବେଗୁନିଆର ପୂର୍ବତନ ସରପଞ୍ଚଙ୍କୁ ବ୍ଲକ୍ ଅଫିସରେ ସରକାରୀ ଅଫିସରଙ୍କ ଉପସ୍ଥିତିରେ ଧମକ ଦେଇଥିଲେ। ଅଗଷ୍ଟ ୨୦୨୦ରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଜଣେ କନିଷ୍ଠଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ବି କରିଥିଲେ ବାହୁବଳୀ ବିଧାୟକ। ସେହିପରି ସେପ୍ଟେମ୍ବର ୨୦୨୧ରେ ବିଜେପି ବାଲୁଗାଁ ମଣ୍ଡଳ ଅଧ୍ୟକ୍ଷ ନିରଞ୍ଜନ ସେଠୀଙ୍କୁ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇ ଜେଲ୍ ଯାଇଥିଲେ ପ୍ରଶାନ୍ତ ଜଗଦ୍ଦେବ।
]]>ବିଧାୟକ ରାକେଶ ପ୍ରତାପ ସିଂ ଦୀର୍ଘ ଦିନ ଧରି ଦୁଇଟି ରାସ୍ତାର ପୁନଃନିର୍ମାଣ ପାଇଁ ଦାବି କରି ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ନିର୍ମିତ ଦୁଇଟି ରାସ୍ତା କାଦୁନାଲା ଠାରୁ ଥୋରୀ ମାର୍ଗ ଏବଂ ମୁସାଫିରଖାନା ଠାରୁ ପାରା ମାର୍ଗ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡ଼ିଥିଲା । ଆଉ ଏହି ଦୁଇ ରାସ୍ତା ତିଆରି ହୋଇ ନପାରିବାରୁ ସେ ଇସ୍ତଫା ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।
ଗତ ତିନି ବର୍ଷ ଧରି ବିଧାନସଭାରେ ଏହି ଦୁଇଟି ରାସ୍ତାର ପୁନଃନିର୍ମାଣ ପାଇଁ ଦାବି ଉଠାଉ ଆସୁଥିବା ସେ ଦାବି କରିଛନ୍ତି । ଚଳିତ ବର୍ଷ ଫେବୃଆରୀରେ ଏହି ରାସ୍ତାଗୁଡ଼ିକର ପୁନଃନିର୍ମାଣ କାର୍ଯ୍ୟ ତିନି ମାସ ମଧ୍ୟରେ ଶେଷ ହେବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା । ଆଉ ଏଥିପାଇଁ ଅକ୍ଟୋବର ୨ରେ ସେ ଆମେଥିଙ୍କ କଲେକ୍ଟରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ଅକ୍ଟୋବର ୩୧ସୁଦ୍ଧା ରାସ୍ତା ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ, ଇସ୍ତଫା ଦେବେ ଏବଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉପବାସ କରିବେ ବୋଲି କହିଥିଲେ । ଏହି କ୍ରମରେ ଆଜି ତାଙ୍କ କଥା ନରହିବାରୁ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ବିଧାନସଭାର ବାଚସ୍ପତିଙ୍କ ନିକଟରେ ଇସ୍ତଫା ଦେବାବେଳେ ରାକେଶ ସିଂ କହିଛନ୍ତି ରାସ୍ତାର ପୁନଃନିର୍ମାଣ କାର୍ଯ୍ୟ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଆରମ୍ଭ ନହେବାରୁ ଏପରି ନିଷ୍ପତ୍ତି ନେବାକୁ ପଡ଼ିଲା ।
ଅନ୍ୟପଟେ ରାକେଶ ପ୍ରତାପ ସିଂଙ୍କ ସପା ଛାଡି ଖୁବ ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନା ଜଳ୍ପନା କରାଯାଉଛି । ରାକେଶ ପ୍ରତାପ ସିଂ ଦୀର୍ଘ ଦିନ ଧରି ବିଜେପିର ନିକଟତର ହୋଇଥିବା କୁହାଯାଉଛି । ବର୍ତ୍ତମାନ ନିର୍ବାଚନ ପୂର୍ବରୁ ସେ ସପା ଛାଡି ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଆକଳନ କରାଯାଉଛି ।
]]>ସରକାରଙ୍କ ନିୟମକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ କାଳେ ସେ ଏଥିରୁ କିଛି ଫାଇଦା ନେଇଯିବେ, ଏଥିପାଇଁ ତାଙ୍କ ଗାଡିକୁ ବୋମାମାଡ ହୋଇଥିବା ସେ ସନ୍ଦେହ କରିଛନ୍ତି।
ଏନେଇ ବିଧାୟକ କହିଛନ୍ତି ଯେ ଶ୍ରମିକମାନଙ୍କ ନିଯୁକ୍ତି ଦେବା ପାଇଁ ଦାବି କରିବା ସହ ସେମାନଙ୍କୁ ଭେଟିଥିଲି। ସେମାନେ କରୁଥିବା ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି ବୋଲି କହିଥିଲି। ଯେପର୍ଯ୍ୟନ୍ତ ଓଏମ୍ସି ତରଫରୁ ନ୍ୟାୟ ନମିଳିଛି, ସେପର୍ଯ୍ୟନ୍ତ ସହଯୋଗ କରିବି ବୋଲି କହିଥିଲି। ଏହି ଆଶ୍ୱାସନା ଦେବା ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଥିଲା। କିନ୍ତୁ ଓଏମ୍ସିରେ ଦଲାଲଗିରି କରୁଥିବା ବିଜେଡି ନେତାମାନେ ଓ ଲୋଡିଂ ଏଜେନ୍ସି ମୋ ଉପରେ ପ୍ରତିଶୋଧ ପରାୟଣ ହୋଇ ଏଭଳି ଆକ୍ରମଣ କରିଥାଇପାରନ୍ତି।
ସେପଟେ ଘଟଣାସ୍ଥଳ ଯାଞ୍ଚ କରି ବାରୁଦ ଗୁଣ୍ଡ ସହ ସୂତା ଓ କଣ୍ଟା ଜବତ କରି ଲାବୋରେଚୋରୀକୁ ଯାଞ୍ଚ ପାଇଁ ପଠାଇଛି। ତେବେ ପୋଲିସ କାହାକୁ ଗିରଫ କରିବାରେ ସଫଳ ହୋଇ ନ ଥିବାରୁ ଜିଲ୍ଲା ଯୁବ ବିଜେପି ପକ୍ଷରୁ ଆଜି ଆନ୍ଦୋଳନ କରାଯାଇଛି। ଗାନ୍ଧି ଛକରେ ଏନ୍ଏଚ୍ ୪୯ ଅବରୋଧ ବିଜେପି କର୍ମୀ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଗାଡ଼ି ମୋଟର ଅଟକି ରହିଛି। ପୋଲିସ ଦେଇଥିବା ସମୟ ସୀମାରେ କାହାକୁ ଗିରଫ କରି ନଥିବାରୁ ରାସ୍ତାରୋକ କରାଯାଇଛି।
ଗତ ୧୦ ତାରିଖରେ ବିଧାୟକ ମୋହନ ମାଝୀ ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରୁ ଫେରୁଥିବା ବେଳେ ଦିନ ପ୍ରାୟ ୧୨ଟା ପାଖାପାଖି ଏକ ହୋଣ୍ଡା ସାଇନ୍ ଗାଡ଼ିରେ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ମୁଖ୍ୟ ରାସ୍ତାରେ ତାଙ୍କ ଗାଡ଼ି ଉପରକୁ ବୋମା ଫୋପାଡ଼ି ଥିଲେ।ବୋମାମାଡ଼ କରିଥିବା ଦୁଇ ଦୁର୍ବୃତ୍ତଙ୍କୁ ଧରିବାକୁ ବିଧାୟକଙ୍କ ପିଏସ୍ଓ ଗାଡ଼ିରୁ ଓହ୍ଲାଇ ପିଛା କରିଥିଲେ। ତେବେ ସେମାନେ ବାଇକ୍ରେ ବସି ପଳାଇଥିଲେ।
]]>ଆଗକୁ ପଞ୍ଚାୟତ ନିର୍ବାଚନ ଯେଉଁଥିରେ ଶିକ୍ଷକମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ପଞ୍ଚାୟତ ନିର୍ବାଚନ ବୈତରଣୀ ଶିକ୍ଷକଙ୍କ ଦ୍ୱାରା ପାର ହେବା ଲାଗି ଶାସକ ଦଳ ଏପରି ହୀନ ଚକ୍ରାନ୍ତ କରିଛି ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଛନ୍ତି। ଜବାବରେ ବିଜେଡି କହିଛି ନିୟମ ଅନୁଯାୟୀ ସବୁ ହେବ, ବିରୋଧୀଙ୍କ କାମ ଅଭିଯୋଗ ଆଣିବା।
ବଦଳି ପ୍ରକ୍ରିୟାରେ ହେରଫେର ରୋକିବା ଲାଗି ଅନଲାଇନ୍ ଆବେଦନର ପ୍ରଚଳନ କରିଥିଲେ ସରକାର। ଏବେ ପୁଣି ନିୟମରେ କୋହଳ କରାଯିବା ନେଇ ପ୍ରଶ୍ନ ଉଠାଇଛି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ। ଓଷ୍ଟା ସଂଘର ଯୁକ୍ତି, ରାଜନୈତିକ ଆକ୍ରୋଶର ଶିକାର ନହୁଅନ୍ତୁ ଶିକ୍ଷକ। ଏମିତି ହେଲେ ପିଲାଙ୍କ ପାଠ ପଢା ପ୍ରଭାବିତ ହେବ। କେବଳ ବିଧାୟକ ନୁହେଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ନିର୍ଦ୍ଦେଶକଙ୍କୁ ବି ବଦଳି ଅଧିକାର ଦିଆଯାଉ, ଏହାଦ୍ୱାରା ବହୁ ଶିକ୍ଷକ ଉପକୃତ ହୋଇପାରିବେ।
ଗଣଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତି ପରେ ଏବେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହଠାତ୍ ଏ ଅନୁମତି ପଛର ଅସଲ ଉଦ୍ଦେଶ୍ୟ କଣ?
ରିପୋର୍ଟ: ଜଗଦୀଶ ଦାସ
]]>