ସୂଚନାଯୋଗ୍ୟ, କାର୍ଯ୍ୟକ୍ରମ ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ମିସ୍ ଇଣ୍ଡିଆ ଆର୍ଗାନାଇଜେସନ୍ ପକ୍ଷରୁ ଏହାର ଆଫିସିଆଲ୍ ପେଜ୍ରେ ଆସିଲା ଏକ ବଡ଼ ଖବର । ଆଉ ତାହା ଥିଲା ‘ମିସ୍ ୱାର୍ଲ୍ଡ ଗ୍ରାଣ୍ଡ ଫିନେଲେ କାର୍ଯ୍ୟକ୍ରମକୁ ଅସ୍ଥାୟୀ ଭାବେ ସ୍ଥଗିତ ରାଖାଯାଇଛି । କାରଣ ଅନେକ ପ୍ରତିଯୋଗୀ କରୋନା ସଂକ୍ରମିତ ହେବା ସହ କିଛି କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଣୁ ମିସ୍ ୱାର୍ଲ୍ଡ ସଂସ୍ଥା ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।’
ଅନେକ ପରିଶ୍ରମ ଓ ନିଷ୍ଠା ସତ୍ତ୍ୱେ, ମନସା ବାରାଣସୀ କରୋନା ଯୋଗୁଁ ବିଶ୍ୱ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ ନାହିଁ ! ଏହାକୁ ତାଙ୍କ ପ୍ରଶଂସକମାନେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ମନସା ଯଥାଶୀଘ୍ର କରୋନାରୁ ମୁକ୍ତ ହୋଇ ପୁଣି ମଞ୍ଚ ଉପରେ ଚଢ଼ନ୍ତୁ ।
ମିସ୍ ୱାର୍ଲ୍ଡ ୨୦୨୧ର ସବୁ ପ୍ରତିଯୋଗୀଙ୍କୁ, ଆର୍ଥାତ୍ ଯେଉଁମାନେ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କୁ ପ୍ୟୁର୍ଟୋ ରିକୋରେ ଆଇସୋଲେସନରେ ରଖାଯାଇଛି । ଏଠାରେ ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ ଆୟୋଜନ ହେବାର ଥିଲା । ତେବେ ମିଳିଥିବା ସୂଚନା ଅନୁଯାୟୀ, କରୋନା ଆକ୍ରାନ୍ତ ପ୍ରତିଯୋଗୀମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ, ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ ପାଇଁ ପୁଣି ଥରେ ନୂଆ କାର୍ଯ୍ୟସୂଚି ପ୍ରସ୍ତୁତ କରାଯିବ । କେବଳ ସେତିକି ନୁହେଁ, ସଂକ୍ରମିତ ପ୍ରତିଯୋଗୀମାନଙ୍କୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁମତି ମିଳିବା ପରେ ହିଁ ସେମାନଙ୍କୁ ଘରକୁ ଛଡ଼ାଯାଇ ପାରିବ ।
ଅନ୍ୟପଟେ କହିବାକୁ ଗଲେ ହରନାଜ୍ ସନ୍ଧୁ ମିସ୍ ୟୁନିଭର୍ସ ୨୦୨୧ ଟାଇଟଲ୍ ଜିତିବା ପରେ, ଏବେ ସମସ୍ତଙ୍କ ନଜର ମିସ୍ ୱାର୍ଲ୍ଡ ୨୦୨୧ରେ ଭାଗ ନେଉଥିବା ଭାରତର ପ୍ରତିଯୋଗୀ ମନସା ବାରାଣସୀଙ୍କ ଉପରେ ରହିଛି । ଏଭଳି ସ୍ଥିତିରେ, ସେ କରୋନା ପଜିଟିଭ୍ ହେବା ତାଙ୍କ ପ୍ରଶଂସକଙ୍କୁ ସାମାନ୍ୟ ନିରାଶ କରିଥାଇପାରେ ।
]]>ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୁତିକ୍ଷାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।
କୋଲକାତାରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ୨ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରୁତିକ୍ଷା ମନୋନୀତ ହୋଇଛନ୍ତି। ଏହି ସଫଳତାରେ ଶ୍ରୁତିକ୍ଷା ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ସଫଳତାର ଶ୍ରେୟକୁ ସେ ତାଙ୍କ ପିତାମାତା, ଓଡ଼ିଶା ବାସୀ ଓ ସମ୍ପର୍କୀୟଙ୍କୁ ଦେଇଛନ୍ତି। ଏଥିସହ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ତେବେ ଆଗକୁ ହେବାକୁ ଥିବା ମିସ୍ ଇଣ୍ଡିଆ ପ୍ରତିଯୋଗିତା ପାଇଁ ଅଧିକରୁ ଅଧିକ ପରିଶ୍ରମ କରିବା ସହ ବିଜୟ ହାସଲ କରି ପୁଣିଥରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଶ୍ରୁତିକ୍ଷା।
ମାର୍ଚ୍ଚ ୨୨ରେ କୋଲକାତାରେ ଅନୁଷ୍ଠିତ fbb Colors Femina East 2018ରେ ୧୩ଟି ରାଜ୍ୟର ଫାଇନାଲିଷ୍ଟଙ୍କ ନାଁ ଘୋଷଣା କରାଯାଇଥିଲା। ଯେଉଁଠି ଶ୍ରୁତିକ୍ଷା ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ୨୦୧୮ଟାଇଟଲ୍ ହାସଲ କରିଥିଲେ।
୨୦ବର୍ଷୀୟ ଶ୍ରୁତିକ୍ଷା ଜଣେ ଭଲ ଡ଼୍ୟାନ୍ସର ସହ ଫିଟନେସ୍ ମଡ଼େଲ୍ ମଧ୍ୟ। ବର୍ତ୍ତମାନ ସେ କିଟ୍ ୟୁନିଭର୍ସଟିରେ Mass Mediaରେ ଡ଼ିଗ୍ରୀ ପଢ଼ୁଛନ୍ତି। ସୂଚନାଥାଉ କି, ଗତ ବର୍ଷ ଖ୍ରୀଷ୍ଟିନା ବିଜୁ ଓଡ଼ିଶାରୁ fbb Colors Femina 2017 ଟାଇଟଲ୍ ହାସଲ କରିଥିଲେ।
]]>