ତାମିଲନାଡୁର ଦଶଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ପିଏମକେ । ଦଳ କହିଛି ସିଙ୍ଗାପୁର, ଫିଲିପାଇନ୍ସ, ଜାପାନ ଏବଂ ବ୍ରାଜିଲ ଭଳି ଦେଶରେ ଅଳ୍ପ ବୟସରେ ବିବାହ କରିବାକୁ ହେଲେ ପିତାମାତାଙ୍କ ସମ୍ମତି ବାଧ୍ୟତାମୂଳକ କରାଯାଇଛି । କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ ଏହାକୁ ଗୁରୁତ୍ୱ ଦେଇଛନ୍ତି। ଯୁବତୀଙ୍କୁ ମିଛ ପ୍ରତିଶ୍ରୁତି ଓ ପ୍ରେମ ବିବାହକୁ ରୋକିବା ପାଇଁ ପରିବାର ବ୍ୟବସ୍ଥାର ସୁରକ୍ଷା ତଥା କିଶୋରମାନଙ୍କ ଭବିଷ୍ୟତକୁ ରକ୍ଷା କରିବା ପାଇଁ ଏହି ଆଇନ ଆସିବା ଆବଶ୍ୟକ।
ଦଳ ନିର୍ବାଚନ ଜିତିଲେ ୨୧ବର୍ଷରୁ କମ୍ ବୟସର ଯୁବକ ଯୁବତୀଙ୍କ ବିବାହ ପାଇଁ ପିତାମାତାଙ୍କ ସମ୍ମତି ବାଧ୍ୟତାମୂଳକ କରାଯିବା ନେଇ ଆଇନ୍ ଆଣିବ ବୋଲି କୁହାଯାଇଛି। କିଶୋରମାନଙ୍କ ବିବାହ ପାଇଁ ପିତାମାତାଙ୍କ ସମ୍ମତି ଆଇନ୍ ବିଭିନ୍ନ ଦେଶରେ ଅଛି। ଏନେଇ ପିଏମକେ ନେତା ଅନବୁମାନି ରାମାଡୋସ ମତ ଦେଇଛନ୍ତି ଯେ, ବିବାହର ଆଇନଗତ ବୟସ ଖୁବଶୀଘ୍ର ୨୧ ବର୍ଷ ହୋଇଯିବ। ଯେପର୍ଯ୍ୟନ୍ତ ଏହା ନହୋଇଛି ଆମେ ଏହି ବ୍ୟବସ୍ଥା ଲାଗୁ କରିପାରିବା ।
ଜଣେ ମହିଳାଙ୍କ ବିବାହ ବୟସ ୧୮ବର୍ଷ ଖୁବ୍ କମ । ସେମାନେ ସ୍କୁଲ ଶେଷ କରିବା ପରେ ଉଚ୍ଚଶିକ୍ଷା ପାଇଁ କଲେଜରେ ପ୍ରବେଶ କରିବାର ଗୋଟିଏ ବର୍ଷ ପରେ ତାଙ୍କୁ ୧୮ବର୍ଷ ହୋଇଯାଏ। ଯଦି ସେମାନେ ୧୮ବର୍ଷରେ ବିବାହ କରନ୍ତି ସେମାନଙ୍କର ଭବିଷ୍ୟତ କଣ ହେବ ବୋଲି ସେ କହିଛନ୍ତି। ଯଦି ସେମାନେ ଏତେ କମ ବୟସରେ ବିବାହ କରନ୍ତି ତେବେ ୨୦ବର୍ଷ ହେବା ବେଳକୁ ସେ ୨ଟି ସନ୍ତାନ ଜନ୍ମ ଦେଇସାରିଥିବେ। ଏଭଳି ଅନେକ ଯୁବତୀ ଅଛନ୍ତି, ଯେଉଁମାନେ ଅନେକ ସମସ୍ୟା ଭୋଗୁଛନ୍ତି ଓ କୁପୋଷଣର ଶିକାର ହେଉଛନ୍ତି।
]]>୨୦୧୭ରେ ଦମ୍ପତ୍ତିଙ୍କ ବିବାହ ହୋଇଥିଲା । ସେମାନେ ଇନ୍ଦୋରର ମୂଳ ବାସିନ୍ଦା । ତାଙ୍କର ୫ ବର୍ଷର ଶିଶୁପୁତ୍ର ବି ରହିଛି । ବିବାହର ୫ ବର୍ଷ ପରେ ସ୍ୱାମୀଙ୍କୁ ଛାଡ଼ି ଦେଇଥିଲେ ପତ୍ନୀ । ଆଉ ଅଭିଯୋଗ ଆଣିଥିଲେ ଯେ, ତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଛି ।
ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେବ ମହିଳା ଜଣକ ସ୍ୱାମୀଙ୍କଠାରୁ ଅଲଗା ହୋଇ ଅନ୍ୟ ଏକ ଘରେ ରହୁଛନ୍ତି । ତେଣୁ ସ୍ୱାମୀ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଉ ନ୍ୟାୟ ଭିକ୍ଷା କଲେ । କୋର୍ଟଙ୍କ ସମ୍ମୁଖରେ ନିଜ ବୈବାହିକ ଅଧିକାର ପାଇଁ ଆବେଦନ କଲେ ।
କୋର୍ଟରେ ମାମଲାର ଶୁଣାଣୀ ବେଳେ, ସ୍ୱାମୀଙ୍କଠାରୁ ଅଲଗା ହେବା ନେଇ ପତ୍ନୀଙ୍କ ପାଖରେ କୌଣସି ପ୍ରକାର ଠୋସ୍ କାରଣ ନଥିଲା । ଏମିତିକି ମଥାରେ ସିନ୍ଦୁର ନଲଗାଇବା ପଛର କାରଣ କ’ଣ ରହିଛି, ତାହା ମଧ୍ୟ କହିପାରିଲେନି ପତ୍ନୀ । କିନ୍ତୁ ଯେତେବେଳେ ମହିଳା ଜଣଙ୍କ କୋର୍ଟରେ ଅଭିଯୋଗ କଲେ, ସ୍ୱାମୀ ତାଙ୍କୁ ଯୌତୁକ ନିର୍ଯାତନା ଦେଉଛନ୍ତି ବା ଅଧିକ ଯୌତୁକ ମାଗୁଛନ୍ତି । ସେତେବେଳେ କୋର୍ଟ ପାଲଟା ପ୍ରଶ୍ନ କଲେ, ଯଦି ଏଭଳି କିଛି ସ୍ଥିତି ଉପୁଜିଥିଲା ତେବେ ପୋଲିସରେ ଅଭିଯୋଗ କଲେ ନାହିଁ କାହିଁକି ?
ଶୁଣାଣି ବେଳେ ଏହା ମଧ୍ୟ ମହିଳା ଜଣକ ସ୍ୱୀକାର କଲେ ଯେ, ସେ ସିନ୍ଦୁର ପିନ୍ଧନ୍ତି ନାହିଁ । ଏହି ସମୟରେ କୋର୍ଟ କହିଲେ, ସିନ୍ଦୁର ହେଉଛି ହିନ୍ଦୁ ବିବାହିତାଙ୍କ ପ୍ରତୀକ । ଏହା ଏକ ଧାର୍ମିକ କର୍ମ । ମହିଳା ବିବାହ କରିଛନ୍ତି ବୋଲି, ଏହା ଏକ ସଙ୍କେତ । ମାର୍ଚ୍ଚ ଏକ ତାରିଖରେ ଇନ୍ଦୋର କୋର୍ଟର ପ୍ରିନ୍ସପାଲ ଜଜ୍ ଏନ୍ପି ସିଂହ ନିଜ ଅର୍ଡରରେ ଏହା କହିଛନ୍ତି ।
ମହିଳା ଜଣକ ଭୁଲ କରୁଛନ୍ତି । ଏଭଳି କରିବା ଉଚିତ୍ ନୁହେଁ । ସିନ୍ଦୁର ନପିନ୍ଧିବା ସ୍ୱାମୀଙ୍କ ପ୍ରତି ମହିଳାଙ୍କ ଅପମାନ ବୋଲି ମଧ୍ୟ କୁହାଯାଇପାରେ । କୋର୍ଟ ମହିଳାଙ୍କୁ ଭର୍ତ୍ସନା କରିବା ସହ ପୁଣି ସ୍ୱାମୀଙ୍କ ପାଖକୁ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
]]>ଉତ୍ତର ପ୍ରଦେଶର ମହାରାଜଗଞ୍ଜରୁ ଏହି ଘଟଣା ସାମ୍ନାକୁ ଆସିଛି । ମାର୍ଚ୍ଚ ୫ ତାରିଖରେ ଏଠାରେ ଏକ ସମୁହ ବିବାହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅନେକ ଦମ୍ପତ୍ତି ଏଠାରେ ବିବାହ କରିଥିଲେ । ଏଠାରେ ବିବାହ ପାଇଁ ଉପସ୍ଥିତ ଥିବା ଜଣେ କନ୍ୟାଙ୍କ ବର ନଆସିବାରୁ ସେ ନିଜ ଭାଇକୁ ବିବାହ କରିଛନ୍ତି । ଏଥିପାଇଁ ଜଣେ ବ୍ୟକ୍ତି ମଧ୍ୟସ୍ତି ମଧ୍ୟ କରିଥିଲେ । ଏହି ଖବର ପ୍ରଚାର ହେବା ପରେ ଉକ୍ତ ଭାଇ ଭଉଣୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେମାନଙ୍କୁ ଠକ ବୋଲି କୁହାଯାଇଛି ।
ତେବେ ଭାଇ ଭଉଣୀ ଏଭଳି କରିବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଠାରେ ଯେଉଁମାନେ ବିବାହ କରୁଥିଲେ, ସେମାନଙ୍କୁ ୫୧ ହଜାର ଟଙ୍କା ସହାୟତା ଦିଆଯାଉଥିଲା । ୩୫ ହଜାର ଟଙ୍କା ସିଧା କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଥିଲା । ଆଉ ୧୦ ହଜାର ଟଙ୍କା ଉପହାର କିଣାକିଣି ପାଇଁ ଦିଆଯାଉଥିଲା । ପରେ ବାକି ୬ ହଜାର ଟଙ୍କା ବିବାହ ଆୟୋଜନ କରିବାକୁ ଦିଆଯାଉଥିଲା । ଏହି ୫୧ ହଜାର ଟଙ୍କା ପାଇବା ପାଇଁ କନ୍ୟା ନିଜ ଭାଇକୁ ବିବାହ କରିବାକୁ ନିଷ୍ପତ୍ତି ନେଲା ।
କାରଣ ସମୁହ ବିବାହ କାର୍ଯ୍ୟକ୍ରମରେ ଯେତେବେଳେ ତାଙ୍କ ବରକୁ ଖୋଜା ପଡ଼ିଲା ସେତେବେଳେ ସେ ସେଠାରେ ଉପସ୍ଥିତ ନଥିଲେ । କୌଣସି କାରଣ ବଶତଃ ବର ପହଞ୍ଚି ପାରିନଥିଲେ । ତେଣୁ ଗାଁର ଡେଭଲପ୍ମେଣ୍ଟ ଅଫିସର ବର ସ୍ଥାନରେ କନ୍ୟାଙ୍କ ଭାଇକୁ ଛିଡ଼ା କରିବାର ଉପାୟ ବତାଇଥିଲେ । ଆଉ ସେହି ଉପାୟ ଆପଣାଇଥିଲେ କନ୍ୟା । ଉକ୍ତ ଡେଭଲପ୍ମେଣ୍ଟ ଅଫିସରଙ୍କୁ ଚାକିରିରୁ ସସ୍ପେଣ୍ଡ କରାଯାଇଛି ।
ସୂଚନାଯୋଗ୍ୟ, ଏହି ସମୁହ ବିବାହ କାର୍ଯ୍ୟକ୍ରମ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଥିଲା । ମୁଖ୍ୟମନ୍ତ୍ରୀ ମାସ୍ ମ୍ୟାରେଜ୍ ସ୍କିମ୍ ଅଧିନରେ ପ୍ରତ୍ୟେକ ଦମ୍ପତ୍ତିଙ୍କୁ ୫୧ ହଜାର ଟଙ୍କା ସହାୟତା ରାଶି ଦିଆଯାଉଥିଲା ।
ତେବେ ସେହି କନ୍ୟାଙ୍କ ନାଁ ପ୍ରୀତି ଯାଦବ ବୋଲି ଜଣାପଡ଼ିଛି । ଆଉ ତାଙ୍କ ଭାଇଙ୍କ ନାଁ କ୍ରିଷ୍ଣା । ଯେଉଁ ବରକୁ ଆସିପାରିଲେ ନାହିଁ, ସେ ହେଉଛନ୍ତି ରମେଶ ଯାଦବ ।
]]>କେନ୍ଦ୍ରୀୟ ଏଜେନ୍ସି ସମେତ ୪ଟି ରାଜ୍ୟର ପୋଲିସ ମଧ୍ୟ ଗ୍ୟାଙ୍ଗଷ୍ଟରଙ୍କ ବିବାହ ଉପରେ ନଜର ରଖିଛନ୍ତି । କାଲି ସେ ସୋନିପତରେ ଘରେ ପ୍ରବେଶ ପାଇଁ ପାରୋଲ ମଧ୍ୟ ପାଇଛି । ସନ୍ଦୀପ ଏବଂ ତାର ଗର୍ଲଫ୍ରେଣ୍ଡକୁ ଜୁଲାଇ ୨୦୨୧ରେ ସାହାରନପୁରରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗିରଫ କରିଥିଲା । ସନ୍ଦୀପ ଉପରେ ୭ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ତା’ ବିରୋଧରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନରେ ଅନେକ ମାମଲା ରୁଜୁ ହୋଇଛି ।
ଲେଡି ଡନ୍ ଅନୁରାଧା ଏକଦା ରାଜସ୍ଥାନର କୁଖ୍ୟାତ ଡନ୍ ଆନନ୍ଦପାଲ ସହ ଜଡିତ ଥିଲା । ଆନନ୍ଦପାଲର ଏନକାଉଣ୍ଟର ପରେ ଅନୁରାଧା ସେହି ଗ୍ୟାଙ୍ଗ୍ ଚଳାଉଥିଲା । ପରେ ଅନୁରାଧା ସନ୍ଦୀପ ସହ କାମ କରିବା ଆରମ୍ଭ କରିଥିଲା । ବର୍ତ୍ତମାନ ଅନୁରାଧା ଜେଲରୁ ବାହାରି ସାରିଛି । ସୋନିପତରେ ସନ୍ଦୀପର ପରିବାର ସହ ରହୁଛି ।
୨୦୨୩ରେ ଅନୁରାଧା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଦେଇଥିଲା ଯେ ଏବେ ଅପରାଧ ସହ ତାର କୌଣସି ସମ୍ପର୍କ ନାହିଁ, ସେ କେବଳ ଜଣେ ଗୃହିଣୀ ଏବଂ ସନ୍ଦୀପର ଘର ସମ୍ଭାଳୁଛି । ଅନୁରାଧା ଏବେ ସାଧାରଣ ଜୀବନଯାପନ କରୁଛି ।
ସନ୍ଦୀପର ପ୍ରକୃତ ନାଁ ହେଉଛି କାଲା ଜାଥେଡି ବା କାଲା । ସେ ହରିୟାଣାର ସୋନିପତର ବାସିନ୍ଦା । ତା’ ନାଁ ସହିତ ଜାଥେଡି କେବେ ଯୋଡ଼ି ହେଲା ତାହା ପୋଲିସ ମଧ୍ୟ ଜାଣି ନାହିଁ । କିନ୍ତୁ ପୋଲିସ ପାଖରେ ତାର ସବୁ କାଣ୍ଡ କାରନାମା ବା ଅପରାଧର ଲମ୍ବା ତାଲିକା ରହିଛି । କୁହାଯାଏ ଯେ କାଲା ଜାଥେଡି କେବେ ଭାରତରେ ତ କେବେ ଦୁବାଇରେ ଏବଂ କେବେ ମାଲେସିଆରେ ବସି ତାର ଗ୍ୟାଙ୍ଗ ଚଳାଉଥିଲା ।
ପୋଲିସର ରେକର୍ଡ ଅନୁଯାୟୀ, କିଛି ବର୍ଷ ପୂର୍ବେ କାଲା ଜାଥେଡିର ଦୋସ୍ତି କିଛି ବଦମାସଙ୍କ ସହ ହୋଇଥିଲା । ସେହି ସମୟରେ ତାର ଖର୍ଚ୍ଚ ମଧ୍ୟ ବଢ଼ିଥିଲା । ନିଜର ଖର୍ଚ୍ଚ ପାଇଁ ସେ ପିତାମାତାଙ୍କଠାରୁ ଟଙ୍କା ମାଗିଥିଲା, ହେଲେ ସେହି ଟଙ୍କା ତାକୁ ଅଣ୍ଟିନଥିଲା । ଯାହାଫଳରେ ସେ ଲୁଟ୍ପାଟ୍ କରିବା ଆରମ୍ଭ କରିଥିଲା । ତା’ ବିରୋଧରେ ପ୍ରଥମ ମାମଲା ଦିଲ୍ଲୀରେ ୨୯ ସେପ୍ଟେମ୍ବର ୨୦୦୪ରେ ରୁଜୁ ହୋଇଥିଲା ।
]]>ହ୍ୱିଲଚେୟାରରେ ବସିଥିବା ବର ଓ ନବବଧୂ ବେଶରେ ସଜେଇ ହୋଇଥିବା କନ୍ୟାଙ୍କ ପ୍ରେମ କାହାଣୀ ଏମିତି ବିରଳ ଯେ, ଆପଣ ବି ଜାଣିଲେ ଚକିତ ହୋଇଯିବେ । ହୁଏତ ଭାବପ୍ରବଣ ବି ହୋଇଯିବେ। ୨୦୧୬ ମସିହାରୁ ପରସ୍ପରକୁ ଭଲ ପାଉଥିଲେ ସିମୁଳିଆ ଶେରପୁରର ବସନ୍ତ ପାଣିଗ୍ରାହୀ ଓ ଭଦ୍ରକ ତିହିଡ଼ିର ବିଦୁସ୍ମିତା ଲେଙ୍କା। ୮ ବର୍ଷର ସଂପର୍କ ଭିତରେ ଭବିଷ୍ୟତକୁ ନେଇ ଗଢ଼ିଥିଲେ ସ୍ୱପ୍ନର ମହଲ। ହେଲେ ଦଇବ ସହିଲାନି ।
ହଠାତ୍ ସ୍ୱପ୍ନର ମହଲ ତାସ୍ ଘର ଭଳି ଭୁଶୁଡ଼ିଗଲା ୨୦୨୧ ମସିହାରେ। ବାଇକ୍ ଦୁର୍ଘଟଣାର ଶିକାର ହୋଇ ଦିବ୍ୟାଙ୍ଗ ବନିଗଲେ ବସନ୍ତ। ଜୀବନ ତ ବଞ୍ଚିଗଲା, ହେଲେ ଗୋଡ଼ରେ ବଞ୍ଚିଲାନି ଚାଲିବାର ଶକ୍ତି। ନିଜ ଭବିଷ୍ୟତ ଅନ୍ଧାର ଘେରକୁ ଯାଉଥିବା ଦେଖି, ବିଦୁସ୍ମିତାଙ୍କୁ ଅନ୍ୟତ୍ର ବିବାହ ପାଇଁ ବହୁତ ବୁଝାଇଥିଲେ ବସନ୍ତ। କିନ୍ତୁ ବିଦୁସ୍ମିତାଙ୍କ ଗୋଟିଏ ଜିଦ୍, ମୁଁ ତୁମକୁ ହିଁ ଚାହେଁ। ବିବାହ ପରେ ଯଦି ଦୁର୍ଘଟଣା ଘଟିଥାନ୍ତା, ତେବେ କଣ ତୁମକୁ ଅଧାବାଟରେ ଛାଡ଼ି ଦେଇଥାନ୍ତି ?
କେବଳ ବସନ୍ତଙ୍କୁ ନୁହେଁ, ନିଜ ପରିବାର ଲୋକଙ୍କୁ ବି ବୁଝାଇବାକୁ ବହୁ କଷ୍ଟ-ପରିଶ୍ରମ, ମାନ-ଅଭିମାନ, କାକୁତି-ମୀନତି କରିବାକୁ ପଡ଼ିଥିଲା ବିଦୁସ୍ମିତାଙ୍କୁ। ଜଣେ ଦିବ୍ୟାଙ୍ଗ ହାତରେ ଅଲିଅଳି ଝିଅକୁ ଟେକିଦେବା ପାଇଁ କିଏ ବା ଚାହିଁବ ? ହେଲେ ନିଜ ପ୍ରେମ ପ୍ରତି ଦୃଢ଼ ବିଶ୍ବାସୀ ଥିଲେ ବିଦୁସ୍ମିତା। ପରିବାର ଲୋକେ ରାଜି ହେଲେନି ବୋଲି ଘର ଛାଡ଼ି ପଲାଇ ଆସିଲେ ବସନ୍ତଙ୍କ ଘରକୁ। ଶେଷରେ ତାଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଲେ ସମସ୍ତେ। ଉଭୟ ପରିବାରର ଉପସ୍ଥିତିରେ ମନ୍ଦିରରେ ହେଲା ବିବାହ। ନିଜ ମନର ମଣିଷ ହାତରୁ ସିନ୍ଦୁର ନାଇ ପ୍ରେମକୁ ସଫଳ କଲେ ଏ କାହାଣୀର ନାୟିକା।
ଆମୀର ଖାନ୍-ମନୀଷା କୋଇରାଲାଙ୍କ ଅଭିନୀତ 'ମନ୍' ହେଉ, କି ସାହିଦ କପୁର- ଅମ୍ରିତା ରାଓଙ୍କ 'ବିବାହ'। ଫିଲ୍ମରେ ଦେଖିବାକୁ ମିଳିଛି ଶାଶ୍ବତ ପ୍ରେମର ଏଭଳି ଅନେକ କାହାଣୀ। ହେଲେ ଏସବୁ ରିଲ୍ ଲଭଷ୍ଟୋରି ନିଶ୍ଚିତ ଫିକା ପଡ଼ିଯିବ ବସନ୍ତ ଓ ବିଦୁସ୍ମିତାଙ୍କ ରିୟଲ ଷ୍ଟୋରି ଆଗରେ।
]]>ଦେଖାଯାଏ ଯେ ବିବାହ ପରେ ଅନେକ ଦମ୍ପତିଙ୍କ ଜୀବନ କଷ୍ଟସାଧ୍ୟ ହୋଇଯାଏ। ଏହା ଲାଗିରହିଲେ ପରେ ଏହା ବିଚ୍ଛେଦର ମଧ୍ୟ କାରଣ ହୁଏ। ଏହାକୁ ଦୃଷ୍ଟିରେ ରଖି ଆସନ୍ତୁ ୫ଟି ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପରେ ନଜର ପକେଇବା ଯାହାକୁ ନେଇ ବିବାହ ପୂର୍ବରୁ ଆପଣ ନିଶ୍ଚିତ ଭାବରେ ଆପଣଙ୍କ ସାଥୀ ସହିତ କଥା ହେବା ଉଚିତ। ଆସନ୍ତୁ ଜାଣିବା…
ଦୁର୍ବଳ ଆର୍ଥିକ ଯୋଜନା ହେତୁ ଅନେକ ସମ୍ପର୍କରେ ତିକ୍ତତା ଦେଖାଯିବା ଆରମ୍ଭ କରେ। ତେଣୁ ବିବାହର ନିଷ୍ପତ୍ତି ନେବା ପୂର୍ବରୁ, ଭବିଷ୍ୟତ ଯୋଜନା ପାଇଁ ପୁଞ୍ଜି ସଞ୍ଚୟ କରିବା ଜରୁରୀ। ଆଜିକାଲି, ବିବାହ ପୂର୍ବରୁ ଦମ୍ପତିଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ସ୍ଥିର ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ, ନିଜର ସାଥୀ ସହିତ ଲୋନ୍, ବିନିଯୋଗ ଏବଂ ଅନ୍ୟାନ୍ୟ ସ୍ୱପ୍ନର ଜିନିଷ ବିଷୟରେ ଖୋଲାଖୋଲି କଥା ହୁଅନ୍ତୁ, ଏହା ଦାମ୍ପତ୍ୟ ଜୀବନକୁ ଖୁସି ରଖିବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱପ୍ନ ଏବଂ ଲକ୍ଷ୍ୟ ସ୍ଥିର କରିବା। ବିବାହ ପୂର୍ବରୁ, ନିଶ୍ଚିତ ଭାବରେ ନିଜର ସ୍ୱପ୍ନ ଏବଂ ଲକ୍ଷ୍ୟ ବିଷୟରେ ପରସ୍ପର ସହିତ ଶେୟାର କରନ୍ତୁ, କାରଣ ଏକ ସଂପର୍କରେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ନିଜ ପାର୍ଟନର୍କୁ ଭଲ ଭାବରେ ବୁଝିବା ଏବଂ ଭଲ ବନ୍ଧନରେ ରହିବା।
ଏକ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ, ଯେଉଁ ବ୍ୟକ୍ତି ସହିତ ଆପଣ ବିବାହ କରିବାକୁ ଯାଉଛନ୍ତି ସେ ପରିବାର କିପରି ଭଲ ଭାବେ ଜାଣନ୍ତୁ। ନିଜର ଭବିଷ୍ୟତ ପାର୍ଟନର୍ କିପରି ଏବଂ ତାଙ୍କ ପରିବାରର ବ୍ୟବସାୟ କ’ଣ ଏବଂ ସମାଜରେ ସେମାନଙ୍କୁ କିପରି ଦେଖାଯାଏ, ଏସବୁ ପାଖ ପଡ଼ୋଶୀଙ୍କ ଠାରୁ ଜାଣିବାକୁ ଚେଷ୍ଟା କରନ୍ତୁ।
ବିବାହ ପୂର୍ବରୁ, ନିଜର ଫାମିଲି ପ୍ଲାନିଙ୍ଗ୍ କିପରି ହେବ ଏହା ନିଜ ପାର୍ଟନର ସହିତ ଖୋଲାଖୋଲି ଭାବେ ଆଲୋଚନା କରିବା ଉଚିତ। ବାପାମାଆ କେତେବେଳେ ହେବେ ଥରେ ଏଥିପରି ବିଚାର କରନ୍ତୁ, ଯାହାଫଳରେ ଭବିଷ୍ୟତରେ ଯେପରି ଏହାକୁ ନେଇ କୌଣସି ଚାପ ନ ପଡେ।
ବିବାହ ପରେ, ଯଦି ନିଜର ଚାକିରି ପ୍ରୋଫାଇଲ୍ ବଦଳାଇବାକୁ କିମ୍ବା କ୍ୟାରିୟରକୁ ଏକ ଭିନ୍ନ ଦିଗ ଦେବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ନିଜ ପାର୍ଟନର୍ଙ୍କୁ କୁହନ୍ତୁ। ବିବାହ ପୂର୍ବରୁ ନିଜର କାମ କ’ଣ ଏବଂ କେଉଁଠାରେ କାମ କରିବାକୁ ହେବା ସେସବୁ କଥା ନିଜ ପାର୍ଟନର ସହ ଶେୟାର କରନ୍ତୁ। ନିଜର କାମ ଏବଂ ବ୍ୟକ୍ତିଗତ ଜୀବନକୁ ସନ୍ତୁଳିତ କରିବା ପାଇଁ ଆପଣ କ’ଣ କରନ୍ତି ଏସବୁ ନିଜ ପାର୍ଟନର୍ ସହ ଶେୟାର କରିବାକୁ ଭୁଲନ୍ତୁ ନାହିଁ।
]]>କିନ୍ତୁ କେହି କ’ଣ ନିଜ ଝିଅକୁ ସେହି ପୁରୁଷ ସହିତ ବିବାହ କରିପାରିବ ଯିଏ ଏକାଥରକେ ୪ ଜଣ କନ୍ୟାଙ୍କ ମଥାରେ ସିନ୍ଦୂର ଦେବାକୁ ଚାହୁଁଥିବ? ଏମିତି ବୋଧେ କେହି ଚାହିଁବେ ନାହିଁ। ବର୍ତ୍ତମାନ କିନ୍ତୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏହି ଭିଡିଓରେ ଜଣେ ବର ଚାରି ଜଣ କନ୍ୟାଙ୍କ ମଥାରେ ସିନ୍ଦୂର ଦେଉଥିବା ଦେଖିବାକୁ ମିଳେ।
ତେବେ ପ୍ରଥମ ଏବଂ ତୃତୀୟ କନ୍ୟାଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି, କାରଣ ସେମାନେ ଝିଅ ପରି ନୁହଁନ୍ତି, ବରଂ ପୁଅ ପରି ଦେଖାଯାଉଛନ୍ତି। ଆପଣ ମଧ୍ୟ ଭଲ ଭାବେ ଦେଖନ୍ତୁ, ଜାଣିପାରିବେ। କେତେକ ଲୋକ ସେମାନଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଥିବାବେଳେ ଆଉ କିଛି କହିଛନ୍ତି ଯେ ବିବାହ ଏକ ମଜ୍ଜା ହୋଇଯାଇଛି। ଏ ସମସ୍ତ ଘଟଣା ମନ୍ଦିର ଭିତରେ ହେଉଛି, ଯେଉଁଠାରେ ଚାରିଜଣ କନ୍ୟା ଏକାଠି ବସିଛନ୍ତି।
ଏଥିରେ ବର ହସୁଛି ଆଉ ଟିପେ ଟିପେ ସିନ୍ଦୁର ନେଇ ସମସ୍ତଙ୍କ ସିନ୍ଥିରେ ଦେଉଛି। କିନ୍ତୁ ଆପଣ ଯଦି ଭଲ ଭାବରେ ଏହି ଭିଡିଓକୁ ଦେଖିବେ ତେବେ ଜାଣିପାରିବେ ଏହି ଭିଡିଓ ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି।
ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ପାଖାପାଖି ୪୦ ହଜାର ଲୋକ ପସନ୍ଦ କରିଥିବାବେଳେ ପାଖାପାଖି ୪ ହଜାର ଲୋକ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଭିଡିଓଟି ଲକ୍ଷ ଲକ୍ଷ ଭ୍ୟୁ ମଧ୍ୟ ପାଇଛି।
ଇନ୍ଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ବ୍ରଜେଶ ତିୱାରୀ, ଯିଏ ନିଜକୁ ଅଭିନେତା ବୋଲି କହୁଛନ୍ତି। ଯେତେବେଳେ ଆମେ ତାଙ୍କ ପ୍ରୋଫାଇଲ୍ ଚେକ୍ କଲୁ, ଆମେ ଜାଣିଲୁ ଯେ ସେ ଇନଷ୍ଟାଗ୍ରାମରେ ବିବାହ ସହ ଜଡିତ ଅନେକ ଭିନ୍ନ ଭିନ୍ନ ଭିଡିଓ ପୋଷ୍ଟ୍ କରିଛନ୍ତି। କେବଳ ଏତିକି ନୁହେଁ, ତାଙ୍କର ସବୁ ଭିଡିଓ ଲକ୍ଷ ଲକ୍ଷ ଭ୍ୟୁ ମଧ୍ୟ ପାଇଛି।
ଏଥି ସହିତ ୩ ଲକ୍ଷରୁ ଅଧିକ ଲୋକ ମଧ୍ୟ ବ୍ରଜେଶଙ୍କୁ ଫଲୋ କରୁଛନ୍ତି। ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠେ ଯେ ବିବାହ ପରି ଏକ ପବିତ୍ର ବନ୍ଧନକୁ ପରିହାସ କରିବା ଠିକ୍ କି? ତଥାପି, ଲୋକମାନେ ପ୍ରତ୍ୟେକ ଭିଡିଓରେ ଏହି ବ୍ୟକ୍ତିଙ୍କୁ କ୍ଲାସ୍ କରୁଥିବା ଦେଖାଯାଏ।
ଶୁଭମ୍ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ “ଏହି ଲୋକମାନେ ବିବାହକୁ ଏକ ପରିହାସ କରିଦେଇଛନ୍ତି।” ସେହିପରି ଆଲିଆ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ “ ସବୁ କନ୍ୟା ମିଶି ଏଭଳି ବରର ଗଳା ଚିପିଦେବା ଉଚିତ୍। ତା’ପରେ ପ୍ରେମ ଅମର ହୋଇଯିବ।” ସେହିପରି ନୀତୀଶ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ “ବିଷ ଖାଇବା ପାଇଁ କେହି ଟଙ୍କା ଦେଇ ଦିଅନ୍ତୁ ଭାଇ”।
ତେବେ ଅନ୍ୟ ଜଣେ ବ୍ୟକ୍ତି କିନ୍ତୁ ତୃତୀୟ କନ୍ୟାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି, କାରଣ ସେ ପୁଅ ପରି ଦେଖାଯାଉଛନ୍ତି। ଏହି ସମୟରେ ସୋନିଆ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ “ମୋ ଦୃଷ୍ଟିକୋଣରୁ, ସେମାନେ କେହି ଝିଅ ନୁହଁନ୍ତି, ବରଂ ସମସ୍ତେ କିନ୍ନର।”
]]>ଅଗ୍ନିକାଣ୍ଡରେ ପାଉଁଶ ହୋଇଯାଇଛି ବର୍ଷ ବର୍ଷର ସାଇତା ସନ୍ତକ । ଚୁରମାର ହୋଇଯାଇଛି ଧୁମଧାମର ସହ ଝିଅ ବାହାଘର କରିବାର ସ୍ୱପ୍ନ । ଘରର ଆସବାବପତ୍ର ଠାରୁ ଆରମ୍ଭ କରି ନୂଆ କରି କିଣା ହୋଇଥିବା ଘରକରଣା ସାମଗ୍ରୀ ସବୁ କିଛି ମାଟିରେ ମିଶିଯାଇଛି ।
ବାହାଘର ପାଇଁ କିଣା ଯାଇଥିବା ଗହଣାଗାଣ୍ଠି ଓ ନୂଆ ଲୁଗାପଟା ବି ବାଦ୍ ପଡ଼ିନି । ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇବା ପରେ ବାହୁନି କଇଁକଇଁ କାନ୍ଦୁଛନ୍ତି ମାଆ । ଭଦ୍ରକ ଚାନ୍ଦବାଲି ଉତୁକୁଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।
ଗାଁର ରବୀନ୍ଦ୍ର ରାଉତଙ୍କ ଘରେ ଅଗ୍ନିକାଣ୍ଡ ଘଟି ସବୁକିଛି ଛାରଖାର ହୋଇଯାଇଛି । ରାତି ପାହିଥିଲେ ବାହାଘର ଲଗ୍ନ ଧାର୍ଯ୍ୟ ଲାଗି ଆସିଥାନ୍ତେ ବନ୍ଧୁଘର । ମାତ୍ର ଗୋଟିଏ ରାତିରେ ସବୁକିଛି ଓଲଟିଗଲା । ବିଧିର ବିଧାନ ପୋଡ଼ି ପାଉଁଶ କରିଦେଇଛି ରବୀନ୍ଦ୍ର ଦେଖିଥିବା ସୁନେଲି ସ୍ୱପ୍ନ ।
ଦାଦନ ଖଟିବାକୁ ଯାଇ ଯାହା କିଛି ସଞ୍ଚୟ କରିଥିଲେ ସବୁ ଚାଲିଗଲା ନିଆଁ ଆଁରେ । କେବଳ ପିନ୍ଧା ବସ୍ତ୍ରକୁ ଛାଡ଼ିଦେଲେ ଚାଉଳ ମୁଠେ ବି ରକ୍ଷା କରି ପାରିନାହାନ୍ତି । ଏବେ ବଡ଼ କଷ୍ଟରେ ଚଳୁଛନ୍ତି ପରିବାର । ତଥାପି ପୁଅ ଘର ଲୋକେ ନିର୍ଦ୍ଧାରିତ ତାରିଖରେ ବିବାହ ପାଇଁ ରାଜି ଅଛନ୍ତି ।
ଆଉ ବିପଦ ବେଳର ବନ୍ଧୁଟିଏ ପାଇ ରବୀନ୍ଦ୍ର ଓ ତାଙ୍କ ପରିବାର ଲୋକେ ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି । ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ବିଭିନ୍ନ ବଦାନ୍ୟ ବ୍ୟକ୍ତି ପରିବାରକୁ ସହାୟତାର ହାତ ବଢ଼ାଇଥିଲେ ବି ସରକାରୀ ସହାୟତା ଲାଗି ଗ୍ରାମବାସୀ ଦାବି କରିଛନ୍ତି ।
]]>ଏହି ଉପହାର ମଧ୍ୟରେ ମର୍ସିଡିଜ୍ ଇ-କ୍ଲାସ୍, ଟୟୋଟା ଫର୍ଚୁନ୍, ୭ କିଲୋଗ୍ରାମ ରୂପା ଓ ୧.୨୫ କିଲୋଗ୍ରାମ ସୁନା ଦିଆଯାଇଛି । ଏହା ବ୍ୟତୀତ ୧ କୋଟି, ୧ ହଜାର ୧୫୧ ଟଙ୍କା ମଧ୍ୟ ମିଳିଛି । ଜଣେ ବ୍ୟକ୍ତି ନିଜେ ଏହାକୁ ପଢି ସର୍ବ ମମ୍ମୁଖରେ ଏହା ଘୋଷଣା କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି ।
ଭାଇରାଲ୍ ଭିଡିଓରେ ଦର୍ଶାଯାଇଛି ଯେ ଜଣେ ବ୍ୟକ୍ତି ତାଙ୍କ ହାତରେ କାଗଜ ଧରି 'ଡାଇନିଂ ସେଟ୍ ରହିଛି' ବୋଲି କହୁଛନ୍ତି । ଦୁଇଟି କାର ରହିଛି । ପ୍ରଥମଟି ହେଉଛି ମର୍ସିଡିଜ୍-ବେଞ୍ଜ୍ ଇ-କ୍ଲାସ୍ ଇ ୨୦୦ ଏବଂ ଦ୍ୱିତୀୟଟି ହେଉଛି ଟୟୋଟା ଫର୍ଚ୍ୟୁନର୍ । ମୋଟ ଉପରେ ୧.୨୫ କିଲୋଗ୍ରାମ ସୁନା ଏବଂ ୭ କିଲୋଗ୍ରାମ ରୂପା ରହିଛି । ଘୋଷଣା ପରେ ସେଠାରେ ବସିଥିବା ଲୋକମାନେ କରତାଳି ମଧ୍ୟ ମାରୁଛନ୍ତି ଓ ହସୁଛନ୍ତି ।
ଏହି ଭିଡିଓ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହି ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ଏପର୍ଯ୍ୟନ୍ତ କୋଟି କୋଟି ଲାଇକ୍ ଓ ଲକ୍ଷ ଲକ୍ଷ ଭ୍ୟୁ ହୋଇସାରିଲାଣି । ସୋସିଆଲ ମିଡିଆରେ ଏହି ଭିଡିଓ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଓ ଅନେକ ଏହାକୁ ବିରୋଧ ମଧ୍ୟ କରୁଛନ୍ତି ।
]]>ସୂଚନା ଅନୁସାରେ, ଦୀର୍ଘଦିନ ଧରି ଅଭିଯୁକ୍ତ ଯୁକାନ୍ତି ଶ୍ରୀକାନ୍ତ ଓ ଯୁବତୀ ଆଲେଖ୍ୟା ରିଲେସନସିପରେ ଥିଲେ। ପରିବାର ଲୋକ ଆଲେଖ୍ୟାଙ୍କ ବିବାହ ଅନ୍ୟତ୍ର ଠିକ କରିଦେଇଥିଲେ। ଏହାପରେ ଆଲେଖ୍ୟା ସେହି ଶ୍ରୀକାନ୍ତଙ୍କୁ ଅଣଦେଖା କରିଥିଲେ। ତାଙ୍କ ସହ ବିଶେଷ କଥା ନହେବା ସହ ଅନ୍ୟ ଜାଗାରେ ବାହା ହେବେ ବୋଲି କହିଥିଲେ। ଯାହାକୁ ନେଇ ଶ୍ରୀକାନ୍ତ ଗ୍ରହଣ କରିପାରିଲେନି।
ଗତକାଲି ଆଲେଖ୍ୟା ନିଜ ଭାଉଜଙ୍କ ସହ ଅପରାହ୍ନ ପ୍ରାୟ ୧.୩୦ରେ ବାହାଘର ସପିଂ କରିବାକୁ ଯାଇଥିଲେ। ଠିକ ଏହି ସମୟରେ ଶ୍ରୀକାନ୍ତ ଏକ କୁରାଢି ଆଣି ତାଙ୍କୁ ଆକ୍ରମଣ କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସାଙ୍ଗରେ ଥିବା ଭାଉଜ ଓ ୩ବର୍ଷର ପୁତୁରା ମଧ୍ୟ ଗୁରୁତର ହୋଇଥିଲେ। ଶିଶୁର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାକୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି।
ତେବେ ଏହି ଘଟଣା ଘଟାଇ ଅଭିଯୁକ୍ତ ଶ୍ରୀକାନ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଏବେବେ ସେ ଫେରାର ଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।
]]>ଏହି ୩୯ ବର୍ଷୀୟ ମୋରେସ୍ ‘ମାର୍ସେଲୋ’ ନାମକ ଘର ତିଆରି କଣ୍ଢେଇକୁ ପ୍ରେମ କରୁଥିଲେ । ଯାହା ତାଙ୍କ ମା’ ତାଙ୍କୁ ଉପହାର ଭାବରେ ଦେଇଥିଲେ କାରଣ ମୋରେସ୍ ଅବିବାହିତ ଥିଲେ । କିନ୍ତୁ ଏହି ହାତ ତିଆରି କଣ୍ଢେଇ ସହ କିଛି ଦିନ ବିତାଇବା ପରେ ସେ ତାଙ୍କୁ ବିବାହ କରିଥିଲେ । ଯେଉଁଥିରେ ପ୍ରାୟ ୨୫୦ ଅତିଥି ଯୋଗ ଦେଇଥିଲେ । ଆହୁରି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ହେଉଛି ମୋରେସ୍ ଓ ତାଙ୍କ ସ୍ବାମୀ ଦୁଇ ଯାଆଁଳା ଶିଶୁ ମଧ୍ୟ ପାଇଛନ୍ତି ।
ଅନ୍ୟପଟେ ମୋରିସ୍ ତାଙ୍କ ଭାବନାକୁ ପ୍ରକାଶ କରି କହିଛନ୍ତି ଯେ, "ଆମ ପରିବାର ବଢିବାରୁ ଆମର ସମସ୍ତ ପ୍ରକାର ଖର୍ଚ୍ଚ ବଢିବାରେ ଲାଗିଛି । ତେଣୁ ‘ମାର୍ସେଲୋ’ ଟିକେ ଚିନ୍ତାରେ ରହୁଛନ୍ତି । ଡ଼୍ରେସ୍ , ଖାଇବା , ଔଷଧଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଖର୍ଚ୍ଚ ବଢିବାରେ ଲାଗିଛି । ତେଣୁ ଆମେ ଅଧିକ ଖୁସି ହୋଇପାରୁ ନାହୁଁ । "
ସେମାନଙ୍କର ପ୍ରେମ ଧୀରେ ଧୀରେ ବଢିବାରେ ଲାଗିଲା ଓ ୨୧ ମେ ୨୦୨୨ରେ ସେମାନେ ନିଜ ପୁଅ ମାର୍ସେଲିର ଜନ୍ମ ଦିନ ପାଳନ କରିଥିଲେ । ପ୍ରାୟ ୨୦୦ ଲୋକ ଲାଇଭ୍ ଷ୍ଟ୍ରିମ୍ ମାଧ୍ୟମରେ ଉପସ୍ଥିତି ଥିଲେ । ନିକଟରେ, ଏହି ଦମ୍ପତି ଘୋଷଣା କରିଛନ୍ତି ଯେ ସେମାନେ ପୁନର୍ବାର ଯାଆଁଳା ଶିଶୁ ପାଇବେ ବୋଲି ଆଶା ରଖିଛନ୍ତି ।
ମାର୍ସେଲୋଙ୍କ ସହିତ ତାଙ୍କ ଦାମ୍ପତ୍ୟ ଜୀବନକୁ ବର୍ଣ୍ଣନା କରି ମୋରେସ୍ ସେମାନଙ୍କ ସମ୍ପର୍କରେ ପାଇଥିବା ଆନନ୍ଦ ଏବଂ ପୂର୍ଣ୍ଣତା ଉପରେ ଗୁରୁତ୍ୱାରୋପ ମଧ୍ୟ କହିଛନ୍ତି । ତାଙ୍କ କହିବାନୁସାରେ, ମାର୍ସେଲୋ ଏକ ଉପଯୁକ୍ତ ସାଥୀ, ସର୍ବଦା ବୁଝାମଣା ଓ ଝଗଡା ଠାରୁ ଦୂରରେ ରହିଥାନ୍ତି ।
ତେବେ ତାଙ୍କ ସମ୍ପର୍କକୁ ନେଇ ହେଉଥିବା ସମାଲୋଚନାକୁ ନେଇ ମୋରେସ୍ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ ତାଙ୍କ ପାରମ୍ପରିକ ପରିବାରରେ ପାଇଥିବା ସୁଖ ସତ୍ତ୍ବେ ମାର୍ସେଲୋଙ୍କ ସହ ଥିବା ସମ୍ପର୍କର ସତ୍ୟତା ଉପରେ ପ୍ରଶ୍ନ କରୁଥିବା ଲୋକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏକ ରିପୋର୍ଟରେ ସମାଲୋଚନା କରୁଥିବା ଲୋକଙ୍କୁ ସେ କହିଛନ୍ତି, "ଏମିତି କହିବା ଦ୍ବାରା ମୋତେ ପ୍ରବଳ ରାଗ ଲାଗେ । ମୁଁ ଜଣେ ଭିନ୍ନ ଚରିତ୍ରର ମହିଳା, ଏବଂ ମୋ ବାପା ଓ ମାଆ ମୋତେ ସଚ୍ଚୋଟ ହେବାକୁ, ଜଣେ ଭଲ ମଣିଷ ହେବାକୁ ଏବଂ କୌଣସି ଜିନିଷର ଫାଇଦା ନ ନେବାକୁ ଶିଖାଇଛନ୍ତି । ତେଣୁ ମୁଁ କାହାର ଫାଇଦା ନେବାକୁ ଚେଷ୍ଟା କରେ ନାହିଁ । "
]]>
ଏଥିପାଇଁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ କାର୍ଡ ବଣ୍ଟା ଯାଇଛି, ବାହାଘରର ତାରିଖ, ଲଗ୍ନ ମଧ୍ୟ ଏହି କାର୍ଡରେ ଉଲ୍ଲେଖ କରାଯାଇଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବେଦୀ କରାଯାଇଥିବା ବେଳେ ଆଜି ହିଁ ବରାନୁଗମନ ହେଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ କହିଛି, ୨୫ ବର୍ଷ ହେଲା ଏକାଠି ରହୁଛନ୍ତି ବିଜେପି ଓ ବିଜେଡି। ତେଣୁ ଏବେ ବାହାଘରର ସମୟ ଆସିଛି। ତେଣୁ ଉଭୟଙ୍କ ବାହାଘର କରାଯାଉଛି।
ପୂର୍ବରୁ ମଧ୍ୟ ଅନେକ ଥର କଂଗ୍ରେସ ନେତାମାନେ କେନ୍ଦ୍ରରେ ବିଜେଡି-ବିଜେପିର ମଧୁର ସମ୍ପର୍କ ନେଇ ଅଭିଯୋଗ କରିଛନ୍ତି। ନିକଟରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର କେନ୍ଦ୍ରରେ କୋଳାକୋଳି ସ୍ଥିତି ନେଇ କଟାକ୍ଷ କରିଥିଲେ। କିନ୍ତୁ ଆଜି କଂଗ୍ରେସ ଏକ ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛି । ବେଦୀରେ ବ୍ରାହ୍ମଣ ବିବାହ ମନ୍ତ୍ର ପାଠ କରୁଛନ୍ତି ଆଉ ଅନ୍ୟପଟେ ବାଜା ବାଜୁଛି । ବିବାହ କାର୍ଡରେ ଲେଖାଯାଇଛି ବିଜେଡି ୱେଡ୍ସ ବିଡେପି ।
ସେପଟେ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଘର ସଜଡ଼ା । ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ନିଲମ୍ବନ ହଟାଇଲା ଦଳ । କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଛି କଂଗ୍ରେସ । ନିଲମ୍ବନ ହଟିବା ନେଇ ପ୍ରେସମିଟ୍ରେ ସୂଚନା ଦେଇଥିଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ସେହିପରି କଂଗ୍ରେସକୁ ଫେରିଛନ୍ତି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ୨୦୧୯ରେ ଦଳରୁ ବହିଷ୍କୃତ ହୋଇଥିଲେ ସଗରିଆ ।
]]>ବିବାହ ରିସେପସନ୍ ଚାଲିଥିବା ବେଳେ ଡ୍ୟାନ୍ସ ଫ୍ଲୋର ଭୁଶୁଡ଼ି ଯାଇଥିଲା । ଫଳରେ କିଛି ଅତିଥି ଆହତ ହୋଇଥିଲେ । ପରେ ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା । ପାଖପାଖି ୩୦ ରୁ ଅଧିକ ଅତିଥି ଆହତ ହୋଇଥିବା ଖବର ମିଳିଛି । ଷ୍ଟେଜଟି ୨୫ ଫୁଟ ଉପରେ ଥିବା ବେଳେ, ସେଠାରୁ ହିଁ ସମସ୍ତେ ପଡ଼ିଯାଇଥିଲେ । ବର କନ୍ୟା ଆହତ ହେବା ଫଳରେ ନବ ବିବାହିତାଙ୍କୁ ବିବାହର ପ୍ରଥମ ଦିନ ହିଁ ଡାକ୍ତରଖାନାରେ ବିତାଇବାକୁ ପଡିଥିଲା ।
ପାଓଲୋ ମୁଗନାନି ଓ ତାଙ୍କର ଇଟାଲୀୟ-ଆମେରିକୀୟ କନ୍ୟା ଭାଲେରିଆ ୟାବ୍ରା.. ଦୁହିଁଙ୍କ ବିବାହୋତ୍ସବ ଚାଲିଥିଲା । ପଖାପାଖି ୧୫୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ ମିଳିଥିଲା । ଇଟାଲୀର ପିଷ୍ଟୋଆରେ ଥିବା ଜିଆଚେରିନୋ କନଭେଣ୍ଟରେ ବିବାହ ଆୟୋଜିତ ହୋଇଥିଲା ।
ସମସ୍ତେ ଖୁସିରେ ମସଗୁଲ ଥିବା ସମୟରେ ହିଁ ଷ୍ଟେଜଟି ଭାଙ୍ଗିଯାଇଥିଲା ଓ ଅତିଥିଗଣ ଦୁଲଦାଲ ହୋଇ ତଳେ ପଡ଼ିଯାଇଥିଲେ । ମୁଗନାନିଙ୍କ କହିବା ଅନୁସାରେ, ହଠାତ ସେ ନିଜକୁ ଅନ୍ଧାରରେ ପାଇଥିଲେ ଓ ତାଙ୍କ ଉପରେ ଖଣ୍ତ ଖଣ୍ତ ହୋଇ ପଡ଼ୁଥିଲା । ନିଜ ବନ୍ଧୁଙ୍କୁ ଡାକିଥିଲେ ମଧ୍ୟ କେହି ଉତ୍ତର ଦେଇ ନଥିଲେ । ପରେ ଚାରିଆଡ଼େ ରକ୍ତ ଦେଖିବାକୁ ମିଳିଥିଲା ବୋଲି ସେ କହିଛନ୍ତି ।
ଖବର ଅନୁଯାୟୀ ୬ଜଣ ଗୁରୁତର ଆହତ ହୋଇଛନ୍ତି । ୧୦ ଜଣ ଆଘାତ ପ୍ରାପ୍ତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଇଟାଲୀର ସାନ୍ ଜାକୋପୋ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଏପରି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ହୋଟେଲ ମାଲିକ ।
]]>ଏହି ନିଜେ ଶୋଏବ ମଲିକ ନିଶ୍ଚିତ କରିଛନ୍ତି। ସେ ସୋସିଆଲ ମିଡିଆରେ ବିବାହର ଫଟୋ ମଧ୍ୟ ଶେୟାର କରିଛନ୍ତି। ତେଏ ସାନା ଜାଭେଦ୍ କିଏ? ତାଙ୍କୁ ଶୋଏବ କାହିଁକି ନିଜର ଜୀବନସାଥୀ ଭାବେ ବାଛିଲେ ଆସନ୍ତୁ ସେ ବିଷୟରେ ଜାଣିବା।
ଆପଣଙ୍କୁ କହିବା ଯେ ଶୋଏବ କ୍ରିକେଟ୍ ଜଗତର ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ ହୋଇଥିବାବେଳେ ସାନା ମନୋରଞ୍ଜନ ଜଗତ ସହିତ ଜଡିତ | ସେ ପାକିସ୍ତାନର ଜଣେ ପ୍ରସିଦ୍ଧ ଅଭିନେତ୍ରୀ।
ସାନା ପାକିସ୍ତାନର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ସେ ଉର୍ଦ୍ଦୁ ଟେଲିଭିଜନରେ ନଜର ଆସନ୍ତି। ସାନା ୨୦୧୨ରେ ‘ଶହର-ଏ-ଜାତ’ରୁ ଡେବ୍ୟୁ କରିଥିଲେ। ଏହା ପରେ ସେ ଅନେକ ସିରିଏଲରେ କାମ କରିଛନ୍ତି। ରୋମାଣ୍ଟିକ୍ ଡ୍ରାମା 'ଖାନି'ରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପରେ ସେ ପ୍ରକୃତ ପରିଚୟ ପାଇଥିଲେ। ଏଥିପାଇଁ ସେ ଲକ୍ସ ଷ୍ଟାଇଲ୍ ପୁରସ୍କାର ପାଇଁ ମଧ୍ୟ ମନୋନୀତ ହୋଇଥିଲେ।
ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ସେତିକିବେଳେ ବିବାହ କରିଛନ୍ତି ଯେତେବେଳେ ଶୋଏବ ଏବଂ ସାନିଆଙ୍କ ମଧ୍ୟରେ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚା ରହିଛି। ଶୋଏବ ଏବଂ ସାନା ଏକ ସମାରୋହରେ ବିବାହ କରିଛନ୍ତି। ଏହାକୁ ନେଇ ଶୋଏବ ଟ୍ୱିଟରରେ ଦୁଇଟି ଫଟୋ ଶେୟାର କରିଛନ୍ତି। କନ୍ୟା ବେଶରେ ସାନା ବହୁତ ସୁନ୍ଦର ଦେଖାଯାଉଛନ୍ତି।
- Alhamdullilah ♥️
— Shoaib Malik 🇵🇰 (@realshoaibmalik) January 20, 2024
"And We created you in pairs" وَخَلَقْنَاكُمْ أَزْوَاجًا pic.twitter.com/nPzKYYvTcV
ଏହା ଶୋଏବଙ୍କ ତୃତୀୟ ବିବାହ ହୋଇଥିବାବେଳେ ସାନା ଜାଭେଦଙ୍କ ଦ୍ୱିତୀୟ ବିବାହ। ଶୋଏବ ପ୍ରଥମେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିଲେ। ଖବର ଅନୁଯାୟୀ, ଆୟେଶା ଏବଂ ଶୋଏବ ୨୦୦୨ରେ ବିବାହ କରିଥିଲେ, କିନ୍ତୁ ସେମାନେ ୨୦୧୦ରେ ଅଲଗା ହୋଇଥିଲେ। ୨୦୧୦ରେ, ଶୋଏବ ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ। ସାନିଆ ଏବଂ ଶୋଏବଙ୍କ ଛାଡପତ୍ର ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାର ପରିସର ହୋଇ ରହିଛି। ଏହାରି ଭିତରେ ଶୋଏବ ତୃତୀୟ ଥର ପାଇଁ ବିବାହ କରିଛନ୍ତି।
ପାକିସ୍ତାନର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସାନା ଜାଭେଦଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ଶୋଏବଙ୍କ ପୂର୍ବରୁ ସେ ୨୦୨୦ରେ ଉମୈର ଜସ୍ୱାଲଙ୍କୁ ବିବାହ କରିଥିଲେ। ତେବେ ଦୁହେଁ ଖୁବ୍ ଶୀଘ୍ର ଅଲଗା ହୋଇଯାଇଥିଲେ। ପରେ, ଉଭୟ ନିଜ ନିଜ ଆକାଉଣ୍ଟରୁ ପରସ୍ପରଙ୍କ ଫଟୋ ଡିଲିଟ୍ କରିଥିଲେ। ତା’ପରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ତେବେ ୨୮ ବର୍ଷ ବୟସ୍କା ସାନା ପାକିସ୍ତାନର ଅନେକ ଟିଭି ଶୋ’ରେ ଅଭିନୟ କରିଛନ୍ତି।
]]>ଅଭିନେତ୍ରୀ ସାନା ଜାଭେଦ୍ ମଧ୍ୟ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୂର୍ବରୁ ବହୁଥର ସୋଏବ ସନାଙ୍କୁ ଡେଟ୍ କରୁଥିବାର ଶୁଣିବାକୁ ମିଳିଥିଲା । ତାହା ଆଜି ସତ ପ୍ରମାଣିତ ହୋଇଛି । ଗତବର୍ଷ ସନାଙ୍କ ଜନ୍ମଦିନରେ ଶୋଏବ ସନାଙ୍କ ସହ ଫଟୋ ପୋଷ୍ଟ କରିବା ପରେ ଚର୍ଚ୍ଚା ବଢ଼ିଥିଲା ।
୨୦୧୦ ରେ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କୁ ବିବାହ କରିଥିଲେ । ୨୦୧୮ ରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା । ପାକିସ୍ତାନ ମୋଡେଲ ଆଏଶାଙ୍କୁ ଶୋଏବ୍ ଡେଟ୍ କରୁଥିବା କୁହାଯାଉଥିଲା। ସୋଶାଲ ମିଡିଆରେ ସେମାନେ ପୋଷ୍ଟ କରିଥିବା ଫଟୋ ମଧ୍ୟ ଡିଲିଟ୍ କରିଦେଇଥିଲେ ।
ନିକଟରେ ସାନିଆ ମିର୍ଜା ମଧ୍ୟ ଏକ ଦୁଃଖପୂର୍ଣ୍ଣ ପୋଷ୍ଟ ଶେୟାର କରି ଲେଖିଥିଲେ, 'ବିବାହ ଓ ଛାଡ଼ପତ୍ର ଉଭୟ ଖୁବ୍ କଠିନ'। ଉଭୟ ସୋଏବ ଓ ସାନିଆ କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ ।
]]>ଏହି ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ଗତ ଶୁକ୍ରବାର ଦିନ ଏହି ଘଟଣାର ପୁନରାବୃତ୍ତି ଘଟିଛି । ମୁକେଶ କୁମାର ନାମକ ଜଣେ ଶିକ୍ଷକଙ୍କୁ ସମାନ ଢଙ୍ଗରେ ଅପହରଣ କରାଯାଇ ବାହା କରିଦିଆଯାଇଛି। ବିଶେଷ କରି କନ୍ୟାପିତାମାନେ ସରକାରୀ ବରକୁ ଅଧିକ ପସନ୍ଦ କରୁଥିବାରୁ ଏଭଳି ଘଟଣା ଘଟୁଥିବା କୁହଯାଉଛି ।
ତେବେ ଏହି ବିବାହ ପରେ ମୁକେଶ କୁମାର କହିଛନ୍ତି, ମୁଁ ଏହି ବିବାହରେ ଜମା ରାଜି ନାହିଁ । ସୁଯୋଗ ମିଳିଲେ ମୁଁ ଅନ୍ୟତ୍ର ବିବାହ କରିବି । ସୂଚନାଯୋଗ୍ୟଯେ ମୁକେଶ କୁମାର ନିକଟରେ ବିହାର ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷା ଦେଇ ପାସ୍ କରିବା ପରେ ସରକାରୀ ଶିକ୍ଷକ ଚାକିରି ପାଇଛନ୍ତି ।
ନିକଟରେ ମୁକେଶଙ୍କର ଜଣେ ବଂଧୁଙ୍କୁ ମଧ୍ୟ ଏଭଳି ଢଙ୍ଗରେ ବାହା କରିଦିଆଯାଇଥିଲା। ଅନ୍ୟପକ୍ଷରେ ଏହି ବିବାହରେ ମୁକେଶ ଆରାଜି ବୋଲି ଜାଣିବା ପରେ ସଂପୃକ୍ତ କନ୍ୟା ମୁହଁ ଖୋଲିଛନ୍ତି ।
ସେ କହିଛନ୍ତି, ଚାକିରି କରିବା ଆଗରୁ ମୁକେଶ ତାଙ୍କ ସହ ସଂପର୍କ ରଖିଥିଲେ । କିନ୍ତୁ ଏବେ ଚାକିରି କରିବା ପରେ ଆଉ ଧରାଛୁଆଁ ଦେଉନଥିଲେ । ସୁତରାଂ ବାଧ୍ୟ ହୋଇ ତାଙ୍କ ପରିବାର ଲୋକ ଏଭଳି ପନ୍ଥା ଆପଣାଇଥିବା ସେ କହିଛନ୍ତି । ତେବେ ଏହା ଗୋଟିଏ ଘଟଣା ନୁହେଁ, ବିହାରରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି ।
]]>
ତେବେ ବର ହୋଇଥିବା ନୁପୁର ଜିମ ପୋଷାକରେ ଆସି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ବିବାହ ପରେ ନବ ଦମ୍ପତି ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇଥିଲେ । ଏନେଇ ଭିଡ଼ିଓ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଅମୀର ଖାନ ଝିଅଙ୍କ ବିବାହ ଉତ୍ସବରେ ବଲିଉଡର ଅନେକ ଅଭିନେତା, ଅଭିନେତ୍ରୀଙ୍କ ସହ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଓ ବହୁ ଭିଆଇପି ସାମିଲ ହୋଇଥିଲେ ।
ବର ପାରମ୍ପରିକ ଭାବେ ଘୋଡ଼ା ଚଢ଼ି ଆସିବା ବଦଳରେ ଜିମ ପୋଷାକ ପିନ୍ଧି ନିଆରା ଢଙ୍ଗରେ ଆସିଥିଲେ । ଜିମ ପୋଷାକରେ ପ୍ରାୟ ୮ କିଲୋମିଟର ଦୌଡ଼ି ଦୌଡ଼ି ଆସି ପହଞ୍ଚିଥିଲେ ନୁପୁର । ଅନ୍ୟପଟେ ଅମୀରଙ୍କ ଝିଅ ଲେହେଙ୍ଗା ପିନ୍ଧିଥିଲେ । ଉଭୟ ରେଜିଷ୍ଟ୍ରି ବିବାହ କରିଥିଲେ । ନୁପୁର ଫିଟନେସ ଟ୍ରେନର ଥିବାରୁ ଏପରି ବିବାହ କରିଛନ୍ତି ବୋଲି ପ୍ରକାଶ ।
]]>#WATCH | Actor Aamir Khan attends daughter Ira Khan & Nupur Shikhare wedding reception at Taj Lands End, Bandra in Mumbai.
— ANI (@ANI) January 3, 2024
The couple solemnized their relationship via a registered marriage. pic.twitter.com/qsaQe0JDPy
୧୦ ଜଣ ଅତିଥି କଥା ଦେଇ ଶେଷ ମୁହୂର୍ତ୍ତରେ ନଆସିବାରୁ ସେମାନଙ୍କ ପାଇଁ ହୋଇଥିବା ଖର୍ଚ୍ଚକୁ ସେମାନଙ୍କଠାରୁ ଆଦାୟ କରିବାକୁ ଯୋଜନା କରିଛନ୍ତି ଅଷ୍ଟ୍ରେଲିଆର ଜଣେ ତରୁଣୀ । ମାତ୍ରାଧିକ ବିମାନ ଭଡା ଲାଗୁଥିବା ଦର୍ଶାଇ ଉକ୍ତ ଅତିଥିମାନେ ବିବାହରେ ଯୋଗ ଦେଇ ପାରିବେନି ବୋଲି ଶେଷ ମୁହୁର୍ତ୍ତରେ ଜଣାଇଥିଲେ ।
ତେବେ ସେମାନଙ୍କ ଲାଗି ସମସ୍ତ ବନ୍ଦୋବସ୍ତ ହୋଇ ସାରିଥିବାରୁ କନ୍ୟା ଜଣଙ୍କୁ ଅଯଥାରେ ପ୍ରାୟ ୧୩୩୬ ଡଲାର ଖର୍ଚ୍ଚ କରିବାକୁ ପଡିଛି । ୬ ମାସ ଆଗରୁ ନିମନ୍ତ୍ରଣ ପଠାଯାଇଥିଲେ ମଧ୍ୟ ଅତିଥିମାନେ କାହିଁକି ଆଗରୁ ଜଣାଇଲେନି ବୋଲି ତରୁଣୀ ଜଣଙ୍କ ସେମାନଙ୍କ ଖର୍ଚ୍ଚ ବାବଦକୁ ହୋଇଥିବା ଅର୍ଥ ସେମାନଙ୍କଠୁ ଫାଇନ ଭାବେ ଆଦାୟ କରିବାକୁ ଚିନ୍ତା କରୁଛନ୍ତି ।
ଏକ ପଡକାଷ୍ଟରେ ଭାଗ ନେଇ ଯୁବତୀ ଜଣଙ୍କ ଏହି ବିଷୟରେ କହିବା ପରେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । କିଛି ଏହାକୁ ସମର୍ଥନ କରିଥିବାବେଳେ ଆଉ କିଛି ନାପସନ୍ଦ କରିଛନ୍ତି । ଆମ ଦେଶରେ ବି ଏଭଳି ବ୍ୟବସ୍ଥା ଲାଗୁ ହୋଇପାରିବ କି ?
]]>ମିଳିଥିବା ସୂଚନା ଅନୁସାରେ କାହ୍ନା ଖେଡା ଗାଁର ସୁରେନ୍ଦ୍ର ନାମକ ଜଣେ ୨୫ ବର୍ଷୀୟ ଯୁବକଙ୍କ ବିବାହ ନେୱଡା ଗ୍ରାମର ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା। ବାହାଘର ପାଇଁ ଉଭୟ ବର ଓ କନ୍ୟା ପକ୍ଷରୁ ସରିଥିଲା ପ୍ରସ୍ତୁତି। ବାଜା ବାଣ ଫୁଟେଇ କନିଆଁ ଘରକୁ ବରଯାତ୍ରୀ ଆସୁଥିଲେ। କିନ୍ତୁ ଠିକ୍ ଏତିକି ବେଳେ ବରକୁ ଉଠାଇ ନେଇଥିଲା ପୋଲିସ। କାରଣ ବାହା ହେବାକୁ ଯାଉଥିବା ସୁରେନ୍ଦ୍ରଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପ୍ରେମିକା। ତାଙ୍କ ଅଭିଯୋଗ ଥିଲା କି ସୁରେନ୍ଦ୍ର ତାଙ୍କୁ ଠକି ଅନ୍ୟତ୍ର ବିବାହ କରୁଥିଲେ। ତେବେ ଏହି ଅଭିଯୋଗ ଆଧାରରେ ସୁରେନ୍ଦ୍ରଙ୍କୁ ଉଠାଇ ଆଣିଥିଲା ପୋଲିସ।
ନେୱଡା ପୋଲିସ ଉଭୟ ସୁରେନ୍ଦ୍ର, ତାଙ୍କ ପ୍ରେମିକା ଓ କନ୍ୟା ଘର ଲୋକଙ୍କୁ ଥାନାକୁ ଡାକିଥିଲେ। ଏହି ଘଟଣା ପରେ ଏହି ମାମଲାର ଆପୋଷ ବୁଝାମଣା କରିବା ପାଇଁ ପଞ୍ଚାୟତର କିଛି ବରିଷ୍ଠ ନାଗରିକ ଥାନାରେ ପହଞ୍ଚିଥିଲେ। ତେବେ ଥାନାରେ ଏହି ମାମଲାର ଆପୋଷ ବୁଝାମଣା ହେବା ସହ ପଞ୍ଚାୟତର ନିଷ୍ପତ୍ତି କ୍ରମେ ସୁରେନ୍ଦ୍ର ତାଙ୍କ ପ୍ରେମିକାକୁ ବିବାହ କରିବେ। ଏବଂ ସୁରେନ୍ଦ୍ରଙ୍କ ସାନ ଭାଇ ତାଙ୍କ ପାଇଁ ସ୍ଥିର ହୋଇଥିବା ଯୁବତୀଙ୍କୁ ବିବାହ କରିଥିଲେ ।
]]>ପୂର୍ବତନ ବାନ୍ଧବୀ ସୋମାଲିକା ଦାଶଙ୍କ ସହ ପ୍ରେମ ବିବାଦରୁ ମୁକୁଳି ନଥିବା ବେଳେ ଅନ୍ୟତ୍ର ବିବାହ କରିବାକୁ ଚାହୁଁଥିଲେ ବିଜୟ ଶଙ୍କର । କଟକ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ଅକ୍ଟୋବର ୨୧ରେ ଏନେଇ ଆବେଦନ କରିଥିଲେ । ସେହି ଆବେଦନକୁ ବର୍ତ୍ତମାନ ଖାରଜ କରାଯାଇଛି ।
କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ନଭେମ୍ବର ୨୧ରେ ସୋମାଲିକା ଦାସ ହାଜର ହୋଇଥିଲେ । ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଉପରେ ସେ ଆପତ୍ତି ଉଠାଇଥିଲେ । ଏହା ବିରୋଧରେ ସେ ଆବେଦନ ମଧ୍ୟ କରିଥିଲେ । ଅଭିଯୋଗ ଆଧାରରେ ତଥ୍ୟ, ପ୍ରମାଣ ଓ ସାକ୍ଷୀ ନେଇ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ସୋମାଲିକାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିପାଇଁ ସେ ହାଜର ହେବା ସହ ପ୍ରମାଣ ରଖିଥିଲେ ।
]]>ଗତ ବର୍ଷେ ହେବ ଉତ୍ତରାଖଣ୍ତର ଶ୍ରୀପୁର ବିଚୱାରେ ରହୁଥିବା ନବୀନ ଚନ୍ଦ୍ର ଭଟ୍ଟ କେଉଁଆଡ଼େ ଚାଲି ଯାଇଥିଲେ । ଗତ ନଭେମ୍ବର ୨୫ ରେ ଏକ ଅଜଣା ଶବକୁ ପରିବାର ଲୋକେ ନବୀନଙ୍କର ଭାବି ନେଇଥିଲେ । ଏଣୁ ସେ ଶବର ହିନ୍ଦୁ ରୀତିନୀତି ଅନୁଯାୟୀ ସମସ୍ତ କ୍ରିୟାକର୍ମାଣି କରିଥିଲେ । କିନ୍ତୁ ହଠାତ ନବୀନଙ୍କର ଆବିର୍ଭାବ ହେଲା । ଏହାକୁ ସମସ୍ତେ ପୁର୍ନଜନ୍ମ ବୋଲି କହିଛନ୍ତି ।
ନବୀନଙ୍କର ଦୁଇଟି ପିଲା ଅଛନ୍ତି । କିନ୍ତୁ ସେ ଗତ ଏକ ବର୍ଷ ହେବ କେଉଁଆଡ଼େ ହଜି ଯାଇଥିଲେ । ଏଣୁ ନବୀନଙ୍କର ପରିବାରରେ ସମସ୍ତେ ତାଙ୍କୁ ମୃତ ଭାବି ନେଇଥିଲେ । ହିନ୍ଦୁ ରୀତିନୀତି ଅନୁଯାୟୀ ଯେହେତୁ ତାଙ୍କର ଶୁଦ୍ଧିକ୍ରିୟା ସରି ସାରିଥିଲା, ଏଣୁ ଜନ୍ମ ଠାରୁ ପୁଣି ଥରେ ସମସ୍ତ କ୍ରିୟା କରିବା ଆବଶ୍ୟକ ବୋଲି ପୂଜକ କହିଥିଲେ । ଯେମିତି ଏହା ଏକ ପୁର୍ନଜନ୍ମ ହେବ ।
ସୂଚନା ଅନୁସାରେ ସମସ୍ତ କ୍ରିୟା ଶେଷ ହେବା ପରେ ନବୀନ ପୁଣିଥରେ ନିଜ ପତ୍ନୀଙ୍କ ମୁଣ୍ତରେ ସିନ୍ଦୁର ପିନ୍ଧାଇ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ନବୀନ ଉଦ୍ଦାମ ସିଂହ ନଗରରେ ନିଜ ପତ୍ନୀ ଓ ଦୁଇ ପିଲାଙ୍କ ସହ ରହୁଛନ୍ତି ।
]]>ଏହି ଭିଡିଓ ଇଣ୍ଟରନେଟ୍ରେ ଏବେ ଆଲୋଡନ ସୃଷ୍ଟି କରିଛି। କାରଣ ଟ୍ରେନରେ ବିବାହକୁ କେହି ଦେଖି ନଥିବେ। ଭାଇରାଲ ହେଉଥିବା ଏହି କ୍ଲିପ୍ରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି କି ଟ୍ରେନ୍ରେ ଯୁବକ ପ୍ରଥମେ ଯୁବତୀଙ୍କ ମଥାରେ ସିନ୍ଦୂର ପିନ୍ଧାଉଛନ୍ତି। ଏହା ପରେ ଯୁବତୀଙ୍କୁ ମଙ୍ଗଳସୂତ୍ର ପିନ୍ଧାଇଛନ୍ତି ଯୁବକଜଣକ। ଏହାପରେ ଉଭୟ ଉଭୟଙ୍କୁ ବରମାଳା ମଧ୍ୟ ପିନ୍ଧାଇଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି। ଶେଷରେ ଝିଅଟି ଯୁବକଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲା। ତେବେ ଏହି ସମୟର ଦୃଶ୍ୟକୁ ଟ୍ରେନ୍ରେ ଥିବା ଅନେକ ଯାତ୍ରୀ ମୋବାଇଲରେ କଏଦ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
]]>
କିଛି ବର୍ଷ ବିତି ଗଲା । ସ୍ୱାମୀଙ୍କର ହୃଦଘାତର ଖବର ପାଇଲେ ସ୍ତ୍ରୀ । ଗତ ଅଗଷ୍ଟରେ ହୃଦଘାତରେ ବିନୟଙ୍କର ଓପନ ହାର୍ଟ ସର୍ଜରୀ କରା ଯାଇଥିଲା । ଏ ଖବର ସ୍ତ୍ରୀଙ୍କ ପାଖରେ ପହଞ୍ଚିଲା । ଆଉ ଥୟ ଧରି ରହି ପାରିଲେନି ସ୍ତ୍ରୀ । ଛୁଟି ଆସିଲେ ସ୍ୱାମୀଙ୍କ ପାଖକୁ । ସେବା ଶୁଶ୍ରୁସା କରି ଭଲ କଲେ । ଯାହା ମନ କରି ପାରିନଥିଲା, ତାହା ହୃଦଘାତ କରି ଦେଖାଇ ଦେଲା ।
ପ୍ରେମ ମଞ୍ଜିର ଅଙ୍କୁରୋଦଗମ ହେଲା । ପୁଣି ଥରେ ଉଭୟ ପରସ୍ପରକୁ ମନ୍ଦିରରେ ବିବାହ କଲେ । ଏପରି ରୋମାଞ୍ଚକର ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦ ସହରରେ । ଗାଜିଆବାଦ କୋସମ୍ବି ଅଞ୍ଚଳର ବିନୟ ଓ ପୂଜା ୨୦୧୨ ମସିହାରେ ବିବାହ କରିଥିଲେ । ବିବାହର ମାତ୍ର ବର୍ଷେ ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଗଲା । ଫଳରେ ସେମାନେ ବିଚ୍ଛେଦ ହେବାକୁ ନିଷ୍ପତ୍ତି ନେଇ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ।
ଦୀର୍ଘ ୫ ବର୍ଷର ଲଢ଼େଇ ପରେ ଉଭୟଙ୍କୁ ଛାଡ଼ପତ୍ର ମିଳି ଯାଇଥିଲା । କିନ୍ତୁ ପରେ ହୃତଘାତ ଖବର ପାଇବା ପରେ ଗତ ୨୩ ତାରିଖରେ ଉଭୟ ପୁଣି ଥରେ ଆର୍ଯ୍ୟସମାଜରେ ବିବାହ କରିଛନ୍ତି ।
]]>ତେବେ ସବୁଠାରୁ ବଡକଥା ହେଲା ଜୀବନସାଥୀ ବାଛିବାବେଳେ ଚଞ୍ଚଳତା ରହିବା ଉଚିତ୍ ନୁହେଁ, ନଚେତ୍ ଭବିଷ୍ୟତରେ ସମ୍ପର୍କ ଭାଙ୍ଗିପାରେ। ଯଦି ବି ଆପଣଙ୍କ ନିଜ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟମାନେ ପୁଅ କିମ୍ବା ଝିଅ ଖୋଜୁଛନ୍ତି, ତେବେ ମଧ୍ୟ ଖୋଲାଖୋଲି ଭାବେ ନିଜର ମତାମତ କହିବା ଦରକାର। ଯଦି ବି ପାତ୍ର ଆପଣଙ୍କର ପସନ୍ଦ ନୁହେଁ ତେବେ ଆପଣ ସିଧା ମନା କରିଦେଇ ପାରିବେ। ନିରବରେ କୌଣସି ବି ପ୍ରସ୍ତାବକୁ ହଁ କରିଦେବା ଠିକ ନୁହେଁ।
ଏପରି ପରିସ୍ଥିତିରେ, ଯଦି ଆପଣ ଏକ ଉତ୍ତମ ଜୀବନ ସାଥୀ ଖୋଜୁଛନ୍ତି, ତେବେ ଆପଣ ସେମାନଙ୍କ ଭିତରେ ଥିବା କେତେକ ଗୁଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା କେଉଁସବୁ ଗୁଣ ଯାହା ଏକ ଉତ୍ତମ ଜୀବନ ସାଥୀ ପାଖରେ ରହିବା ଉଚିତ, ଯାହା ଦ୍ୱାରା ଆପଣଙ୍କର ସମ୍ପର୍କ ଅବିସ୍ମରଣୀୟ ହୋଇ ରହିଯିବ ଏବଂ ବିବାହିତ ଜୀବନ ପ୍ରେମ ଏବଂ ଶାନ୍ତିରେ କଟିଯିବ।
ସୁଖୀ ଏବଂ ସୁସ୍ଥ ଦାମ୍ପତ୍ୟ ଜୀବନଯାପନ ପାଇଁ ଭବିଷ୍ୟତ ଜୀବନସାଥୀ ପାଖରେ କିଛି ଗୁଣ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ନିଜ ପାଇଁ ଉପଯୁକ୍ତ ବର କିମ୍ବା କନ୍ୟା ଖୋଜୁଛନ୍ତି, ତେବେ ଏଥିରେ ହରବର ହୁଅନ୍ତୁ ନାହିଁ। ପରିବାର ସହିତ ଏକାଠି ବସି ବିବାହ ବିଷୟରେ ଆଲୋଚନା କରନ୍ତୁ। ଯଦି ଆପଣଙ୍କ ଇଛା ଅନୁଯାୟୀ ଜୀବନ ସାଥୀ ମିଳୁ ନାହାନ୍ତି, ତେବେ ଆଉ କିଛି ଦିନ ଅପେକ୍ଷା କରନ୍ତି ଆଉ ଖୋଜନ୍ତୁ। ତା’ପରେ ବିବାହ ପ୍ରସଙ୍ଗକୁ ଆଗକୁ ନିଅନ୍ତୁ।
ଆପଣ କାହାକୁ ଭେଟିବା ପୂର୍ବରୁ କିମ୍ବା ବିବାହ ପାଇଁ କଥାବାର୍ତ୍ତା ହେବା ପୂର୍ବରୁ କିଛି ସମୟ ପାଇଁ ତାଙ୍କ ସହିତ ଏକାକୀ କଥା ହୁଅନ୍ତୁ। ଦୁଇ-ତିନି ଦିନ ସେମାନଙ୍କୁ ଭେଟନ୍ତୁ। ସେମାନଙ୍କ ଚିନ୍ତାଧାରା ଏବଂ ବିଚାରକୁ ବୁଝିବାକୁ ଚେଷ୍ଟା କରନ୍ତୁ। ସେ ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ ଏପରି କରିବା ଦ୍ୱାରା କିଛି ମାତ୍ରାରେ ଜାଣିହେବ ଯେ ସେମାନେ ବିବାହରେ ବିଶ୍ୱାସ କରନ୍ତି କି ନାହିଁ।
ଜୀବନସାଥୀ ଏପରି ହେବା ଉଚିତ ଯାହାଙ୍କ ହବି ଏବଂ ଆଗ୍ରହ ଆପଣଙ୍କ ସହ ସମାନ ହେବା ଉଚିତ। ଜୀବନସାଥୀ ବାଛିବାବେଳେ, ଏହି ଗୁଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏହାର କାରଣ ବେଳେବେଳେ ଆପଣ ଯେଉଁ ଜିନିଷକୁ ନେଇ ଆଗ୍ରହୀ ଥିବେ ଆପଣଙ୍କା ସାଥୀଙ୍କର ଏହା ପସନ୍ଦ ହେଉ ନ ଥିବ। ଏଭଳି ପରିସ୍ଥିତିରେ ପରସ୍ପର ସହ ସମନ୍ୱୟ ରକ୍ଷା କରିବା କଷ୍ଟକର ହୋଇପଡେ।
କିଛି ଲୋକ ପ୍ରଥମ ଭେଟରେ ପ୍ରଭାବ ପକେଇବା ପାଇଁ ବଢେଇ ଚଢେଇ କଥା କୁହନ୍ତି। ଏପରି ପରିସ୍ଥିତିରେ, ନିଜର ଭବିଷ୍ୟତ ଜୀବନସାଥୀଙ୍କ ବୁଦ୍ଧି ପ୍ରତି ଧ୍ୟାନ ଦେବା ଜରୁରୀ ମଧ୍ୟ। ଏଥିସହିତ, ଶିକ୍ଷାଗତ ଯୋଗ୍ୟତା ଏବଂ ଚାକିରି ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ। ଯଦି ଆପଣ ଚାହାନ୍ତି ଯେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ବୁଝନ୍ତୁ ଏବଂ ଆପଣଙ୍କର କାମକୁ ସମର୍ଥନ କରନ୍ତୁ, ତେବେ ଏପରି ସାଥୀ ସବୁଠାରୁ ଭଲ।
ଜୀବନସାଥୀ ଏମିତି ଜଣେ ହେବା ଉଚିତ୍ ଯେଉଁମାନେ ପରସ୍ପରଙ୍କୁ ସମ୍ମାନ ଦେଉଥିବେ ଏବଂ ସମ୍ପର୍କର ମହତ୍ତ୍ୱକୁ ବୁଝିଥିବେ। ଯେଉଁ ବ୍ୟକ୍ତି ସବୁବେଳେ ନିଜର ଦବଦବା ଜାରି ରଖେ, ସବୁ କଥାରେ ନିଜର ମନମାନୀ କରେ, ସବୁକିଛି ଏକୁଟିଆ ନିଷ୍ପତ୍ତି ନିଏ, ନିଜକୁ ସବୁବେଳେ ଠିକ୍ ମନେ କରେ ଏବଂ ଅନ୍ୟକୁ ଭୁଲ୍ ଭାବେ ସେଭଳି ବ୍ୟକ୍ତି ଉପଯୁକ୍ତ ନୁହେଁ। ବିବାହ ପୂର୍ବରୁ ଯଦି ଆପଣ ଏମିତି କିଛି ସୁରାଗ ପାଆନ୍ତୁ ତେବେ ଏଭଳି ପ୍ରସ୍ତାବକୁ ଆଦୌ ଗ୍ରହଣ କରନ୍ତୁ ନାହିଁ।
]]>ଉତ୍ତରପ୍ରଦେଶ ମୋରଦାବାଦରେ ବାହାଘର ରିସେପସନ୍ ଚାଲିଥିଲା । ଠିକ ଏହି ସମୟରେ ହିଁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ମାତ ଦେଇ ବଡ଼ ବିଜୟ ହାସଲ କରିଥିଲା । ଏଣୁ ଏକ ନିଆରା ଢଙ୍ଗରେ ଟିମ୍ ଇଣ୍ଡିଆର ବିଜୟକୁ ସେଲିବ୍ରେଟ କରିଛନ୍ତି ନବବିବାହିତ ଦମ୍ପତି ।
ଗତକାଲି ହିଁ ସେମାନଙ୍କ ବାହାଘରର ରିସେପସନ୍ ଥିଲା । ଗତକାଲି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ମଧ୍ୟ ଏକ ସ୍ମରଣୀୟ ବିଜୟ ହାସଲ କରିଛି । ତେଣୁ ଷ୍ଟେଜରେ ହିଁ ସେମାନେ ଟିମ୍ ଇଣ୍ଡିଆର ବିଜୟର ସେଲିବ୍ରେସନ କରିଛନ୍ତି ।
]]>କାରଣ ଦର୍ଶାଅ ନୋଟିସର ଉତ୍ତରରେ ସେ କଲେକ୍ଟରଙ୍କ ସାମ୍ନାରେ ବିଭିନ୍ନ ପ୍ରକାର ସର୍ତ୍ତ ରଖିଥିଲେ । ନିଜର ଏପରି ହାସ୍ୟାସ୍ପଦ ଓ ଅଜବ ଯୁକ୍ତି ପାଇଁ ଚାକିରୀ ହରାଇଛନ୍ତି ଶିକ୍ଷକ । ସୂଚନା ଅନୁସାରେ ଶିକ୍ଷକ ଜଣକ ଅବିବାହିତ । ଏଣୁ ତାଙ୍କୁ ବିବାହ ପାଇଁ କନ୍ୟାର ଆବଶ୍ୟକ ରହିଛି ବୋଲି କହିଛନ୍ତି । ଏହା ସହ ଫ୍ଲାଟ ପାଇଁ ଋଣ ମଧ୍ୟ ମାଗିଛନ୍ତି । ପତ୍ନୀଙ୍କ ବିନା ରାତି କଷ୍ଟରେ ବିତୁଛି । ନିଃସଙ୍ଗ ଭାବେ ଜୀବନ କଟୁଛି ବୋଲି ନିଜ ଉତ୍ତରରେ ସେ କହିଥିଲେ ।
ନିର୍ବାଚନ କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ସତନା କଲେକ୍ଟର ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅନୁରାଗ ଶର୍ମା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଅଖିଳେଶ ତିୱାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଉତ୍ତରରେ ଅଖିଳେଶ ଲେଖିଛନ୍ତି, ସେ ମାନସିକ ଭାବେ ଅସୁସ୍ଥ ଥିଲେ । ଏହା ଏପରି ଏକ ଯନ୍ତ୍ରଣା ଯାହା ସାଧାରଣରେ ପ୍ରକାଶ ଯୋଗ୍ୟ ନୁହେଁ । ସାରା ଜୀବନ ସେ ଅବିବାହିତ ଅଛନ୍ତି । ପତ୍ନୀଙ୍କ ବିନା ରାତି କଷ୍ଟରେ କଟୁଛି । ଏପରି ଅଜବ ଉତ୍ତର ପାଇଁ ତାଙ୍କୁ ତତକ୍ଷଣାତ୍ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ।
सतना। एक शिक्षक ने शो कॉज़ का दिया ऐसा जवाब की अचंभित रह गए अफसर
— Ramashankar sharma (@Ramashankarsh19) November 2, 2023
बिना बीबी के गुजर रही है मेरी सारी उम्र,हाथ भी टूट गया है और बैक बोन भी नहीं कर रही काम,पहले इलाज कराइये,फ्लैट दिलाइये,एरियर का भुगतान कराइये।
चुनाव ड्यूटी में अनुपस्थित रहने पर जारी हुआ था नोटिस pic.twitter.com/V6RepskpA1
ନିଜ ଉତ୍ତରରେ ଅଖିଳେଶ କଲେକ୍ଟରଙ୍କୁ ଲେଖିଛନ୍ତି, ଆପଣ ଜ୍ଞାନର ସମୁଦ୍ର ଅଟନ୍ତି । ଏଣୁ ଆପଣ ମୋର ଦୁଃଖକୁ ବୁଝିପାରିବେ ବୋଲି ଆଶା । ଗତ ଅକ୍ଟୋବର ୧୬ ରେ ମତଦାନ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମରେ ସରକାରୀ ଶିକ୍ଷକ ଅଖିଳେଶ ଅନୁପସ୍ଥିତ ରହିଥିଲେ । ଡ୍ୟୁଟିରେ ଥିବା ସମୟରେ ମଧ୍ୟ ଅନୁପସ୍ଥିତ ରହିବାରୁ କଲେକ୍ଟରଙ୍କ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରା ଯାଇଥିଲା ।
]]>ମଥାରେ ଟିପି ଟିପି ଚନ୍ଦନ, କୁଙ୍କୁମ ଆଉ ପାଦରେ ଅଳତା..ଝଟକୁଛନ୍ତି ନୂଆ କନିଆ..ନୂଆ ଧୋତି ଜାମା ସହ ମୁଣ୍ଡରେ ମୁକୁଟ ପିନ୍ଧି ବର ବି ହସ ହସ । ତାହାରି ଭିତରେ ବାଜୁଛି ଶଙ୍ଖ, ଶୁଭୁଛି ହୁଳହୁଳି । ବାସ୍ ତା’ପରେ ମହାପ୍ରଭୁ ଜଗନ୍ନାଥଙ୍କୁ ସାକ୍ଷୀ ରଖି କଳସକୁ ସାତ ଘେରା ବୁଲିଛନ୍ତି ବର କନିଆ । ନିମନ୍ତ୍ରିତ ଅତିଥିଙ୍କ ଗହଣରେ ଏବଂ ବ୍ରାହ୍ମଣଙ୍କ ମନ୍ତ୍ରପାଠ ଭିତରେ ବେକରେ ମାଳ ପକାଇ ପରସ୍ପରକୁ ବରଣ କରିଛନ୍ତି ଆଜୀବନ । ସଂକଳ୍ପ ନେଇଛନ୍ତି ସାତ ଜନ୍ମର ସାଥୀ ହେବା ପାଇଁ ।
ଅତୀତକୁ ଭୁଲି ନୂଆ ଜୀବନ ଆରମ୍ଭ କରିବା ପାଇଁ ବନିଛନ୍ତି ନୂଆ ବାଟର ବାଟୋଇ । ସିଏ ହେଉଛନ୍ତି ୬୩ ବର୍ଷିୟ ବର ଦାସ ମାରାଣ୍ଡି ଏବଂ ଏ ହେଲେ ୬୫ ବର୍ଷିୟା କନିଆ ପଦ୍ମାବତୀ ଦାସ । ଦୀର୍ଘଦିନ ଧରି ବାଲେଶ୍ୱରର କୁଷ୍ଠାଶ୍ରମରେ ରହିବା ସହ ରୋଗମୁକ୍ତ ହେବା ପରେ ଆଜି ଉଭୟେ ପତି, ପତ୍ନୀ ବନିଛନ୍ତି । ଜୀବନରେ ଯେଉଁ ଝଡ଼ଝଞ୍ଜା ବହି ଯାଇଛି, ତାକୁ ପାସୋରି ଉଭୟ ଏବେ ନିଷ୍ପତ୍ତି ନେଇଛନ୍ତି ବଳକା ଆୟୁଷ ଭିତରେ ପରସ୍ପରର ସୁଖଦୁଃଖର ସାଥୀ ହୋଇ ଚଳିବା ପାଇଁ ।
ବାଲେଶ୍ୱର ସଦର ବ୍ଲକ ସାର୍ଥା ଅଞ୍ଚଳର ଦାସ ମାରାଣ୍ଡି ଏବଂ ବାଲେଶ୍ୱର ଔପଦା ବ୍ଲକ ଯୋଡ଼ା ଗଡ଼ିଆ ଗାଁର ପଦ୍ମାବତୀ । ଆଜିକୁ ୧୦ ବର୍ଷ ହେଲା ବାମାପଦା କୁଷ୍ଠାଶ୍ରମରେ ପଦ୍ମାବତୀ ରହୁଥିବାବେଳେ ୩ ବର୍ଷ ହେଲା ଦାସ ମାରାଣ୍ଡି ବି ଚିକିତ୍ସିତ ହେଉଥିଲେ । ଏମାନଙ୍କର ଯେ କେହି ଲୋକବାକ ନାହାଁନ୍ତି ତା’ ନୁହଁ । ପଦ୍ମାବତୀ ବିବାହିତା ଏବଂ ସେ ୨ ପୁଅ ଏବଂ ଗୋଟିଏ ଝିଅର ମାଆ । ସ୍ୱାମୀ ଚାଲିଗଲା ପରେ ଏବଂ ନିଜେ ରୋଗାଗ୍ରସ୍ତ ହେବା ପରେ ନାନା ହତାଦର ହେବାକୁ ପଡ଼ିଥିଲା ବୋଲି କହିଛନ୍ତି ପଦ୍ମାବତୀ ।
ଶେଷରେ ତାଡ଼ନା ସହିନପାରି ଚାଲିଆସିଲେ ଏହି କୁଷ୍ଠାଶ୍ରମକୁ । ଦାସ ମାରାଣ୍ଡି ଅବିବାହିତ ଥିଲେ ହେଁ ତାଙ୍କର ବି ସମ୍ପର୍କିୟ ଅଛନ୍ତି । କିନ୍ତୁ ରୋଗ ପାଇଁ ଏବଂ ରୋଗରୁ ମୁକ୍ତ ହେବା ପରେ ବି ନାନା ଛି ଛାକର ହେବାକୁ ପଡ଼ିଲା ବୋଲି ମାରାଣ୍ଡି ଚାଲିଆସିଥିଲେ ଆଶ୍ରମକୁ । ଆଉ କୁଷ୍ଠାଶ୍ରମର ରହଣୀ ଭିତରେ ପଦ୍ମାବତୀ ଓ ଦାସ ମାରାଣ୍ଡିଙ୍କ ମଧ୍ୟରେ ଯୋଡ଼ିହେଲା ନିବିଡ଼ ସଂପର୍କ । ଶେଷରେ ନିଷ୍ପତ୍ତି ନେଇଥିଲେ ବିବାହ କରି ବଳକା ଜୀବନ କାଟିନେବେ । ଶେଷରେ ଉଭୟଙ୍କ ନିଷ୍ପତ୍ତିରେ ସହମତି ପ୍ରକାଶ କରି ସ୍ୱାସ୍ଥ୍ୟ ବିଭାଗର ମଧ୍ୟସ୍ଥତାରେ ଅନୁଷ୍ଠାନ ପକ୍ଷରୁ ବୈଦିକ ରୀତିନୀତି କ୍ରମେ ବିବାହ କରିଦିଆଯାଇଛି ।
ଆଜି ରୋଗମୁକ୍ତ, ଚିନ୍ତାମୁକ୍ତ ପଦ୍ମାବତୀ ଓ ଦାସ ମାରାଣ୍ଡି । ଏବେ ନା ପଛକୁ ଚାହିଁବାକୁ ପଡ଼ିବ, ନା ଧନ୍ଧି ହେବାକୁ ପଡ଼ିବ ଯନ୍ତ୍ରଣାଦାୟକ ଅତୀତକୁ । ଆଜି କୁଷ୍ଠାଶ୍ରମ କେବଳ ନୂଆ ଜୀବନସାଥୀଟିଏ ଜୁଟେଇଦେଲାନି, ବରଂ ବଳକା ଜୀବନ ଜୀଇଁବା ପାଇଁ ନୂଆ ଦିଶାଟିଏ ବି ଦେଖାଇଦେଲା ।
]]>ଏଥିସହ ବର୍ଷକୁ ଅତି କମ୍ ରେ ୨ଥର ସେମାନଙ୍କର ରେକର୍ଡ ପତ୍ର ଯାଞ୍ଚ କରିବାକୁ କୋର୍ଟ କହିଛନ୍ତି । ବାଲେଶ୍ୱର ଶିମୁଳିଆ ଅଞ୍ଚଳର ଏକ ନୋଟରୀ ନିକଟରେ ହୋଇଥିବା ବିବାହ ଘୋଷଣାନାମାକୁ ନେଇ ଦାୟର ଏକ ମାମଲାର ଅନ୍ତଘଟାଇ ହାଇକୋର୍ଟ ଏପରି କହିଛନ୍ତି । ନୋଟାରୀ ଆଇନର ଧାରା ୮(୧)ରେ ନୋଟାରୀମାନଙ୍କ ଦାୟିତ୍ୱ ଏବଂ କ୍ଷମତା ପ୍ରସଙ୍ଗରେ ସ୍ପଷ୍ଟ ଉଲ୍ଲେଖ ରହିଛି । ନୋଟାରୀ ମାନଙ୍କ ଦ୍ୱାରା କେଉଁ କାର୍ଯ୍ୟ ସମ୍ପାଦନ କରାଯାଇପାରିବ ଏବଂ ସେମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ଏଥିରେ ଦର୍ଶାଯାଇଛି ।
ପୂର୍ବରୁ ଅନେକଥର ନୋଟାରୀରେ ବିବାହ ଅବୈଧ ବୋଲି ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କର ନିର୍ଦ୍ଦେଶ ରହିଛି । ଏସବୁ ସତ୍ତ୍ୱେ ନୋଟାରୀ ମାନେ ଜାଣିଶୁଣି ହେଉ ବା ଅଜାଣତରେ ଏହି ନିୟମର ଉଲଂଘନ କରୁଥିବା ଅଭିଯୋଗ ହୋଇଥିଲା ।
]]>ସୋମାଲିକା ଅଭିଯୋଗ କରିଛନ୍ତି ଯେ ମେ ୧୭ରେ ଜଗତସିଂହପୁର ସବ୍ ରେଜିଷ୍ଟର ଅଫିସରେ ବିଜୟ ସୋମାଲିକାଙ୍କୁ ବିବାହ କରିବାକୁ ଆବେଦନ କରିଥିଲେ । ଆଉ ୮ ମାସ ପରେ ପୁଣି ଥରେ ଅନ୍ୟ ଜଣଙ୍କୁ ବିବାହ ପାଇଁ କେମିତି ଆବେଦନ କରିଛନ୍ତି ପ୍ରଶ୍ନ କରି ତାକୁ ତାକୁ ଖାରଜ କରିବାକୁ ଦାବି କରିଛନ୍ତି ସୋମାଲିକା । ଖାଲି ରେଜିଷ୍ଟ୍ରି ଅଫିସ ନୁହେଁ, ଜଗତସିଂହପୁର ଥାନାକୁ ଯାଇ ବିବାହ ଆବେଦନକୁ ନେଇ ସୋମାଲିକା ଆଉ ଏକ ଏତଲା ଦାୟର କରିଛନ୍ତି ।
ଏଥିସହ ପୂରା ମାମଲାର ଲଢେଇରେ ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ଆଉ ପୋଲିସ ଦ୍ୱାରା ନିର୍ଯତନାକୁ ବଖାଣିଛନ୍ତି ସୋମାଲିକା । କାହିଁକି ଏ ଯାଏଁ ବିଧାୟକଙ୍କୁ ପୋଲିସ ଗିରଫ କରିନି ବୋଲି ପ୍ରଶ୍ନ କରି ପାର୍ଟି ପାୱାର ପାଇଁ ପୋଲିସ୍ ଚୁପ୍ ବସିଛି ବୋଲି ଅଭିଯୋଗ କରିଛନ୍ତି । ଏଥିସହ ନାରୀକୁ ସମ୍ମାନର ନାରା ଦେଉଥିବା ସରକାର ପ୍ରଥମେ ତାଙ୍କୁ ସମ୍ମାନ ଆଉ ନ୍ୟାୟ ଦିଅନ୍ତୁ ବୋଲି ମଧ୍ୟ କହିଛନ୍ତି ସୋମାଲିକା ।
ଗତ ୨୧ ତାରିଖରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ କଟକ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ଆବେଦନ କରିଥିଲେ ବିଧାୟକ ବିଜୟ ଶଙ୍କର । ବଡ଼ କଥା ହେଲା ଗତବର୍ଷ ମେ ମାସରେ ବିଧାୟକଙ୍କ ବିରୋଧରେ ସୋମାଲିକା ପ୍ରତାରଣାର ଅଭିଯୋଗ ଆଣିଥିଲେ । ହେଲେ ପୋଲିସ ମାମଲା ରୁଜୁ ନକରିବାରୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସୋମାଲିକା ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ଫେବୃଆରୀ ମାସରେ ମାମଲା ରୁଜୁ କରିଥିଲା ଜଗତସିଂହପୁର ଥାନା ପୋଲିସ । ହେଲେ ଆଜି ଯାଏଁ ଥରେ ବି ମାମଲା ନେଇ ବିଧାୟକଙ୍କୁ ପଚରାଉଚରା କରିନି ପୋଲିସ । ତେଣୁ କାହା ଚାପରେ ପୋଲିସର ଏମିତି ନିଷ୍କ୍ରିୟତା ତାକୁ ନେଇ ପ୍ରଶ୍ନ ଉଠୁଛି । ବିଧାୟକ ବୋଲି କଣ ସବୁ ମାଫ୍ କି ? ଏମିତି କି ମହିଳା ବିରୋଧୀ ଅପରାଧରେ ବି ଦଳ ତରଫରୁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
]]>ହିନ୍ଦୁ ରୀତିନୀତିରେ ବିବାହକୁ ନେଇ ଅନେକ ସମୟରେ ତର୍କ ହୁଏ । ଏକ ବିବାହ ବାସ୍ତବରେ କିପରି ହେବା ଉଚିତ୍? ଏଥିରେ ପରମ୍ପରା ମୁଖ୍ୟ ନା ଆଇନଗତ ପ୍ରକ୍ରିୟା ଆଗ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜେ, ଆଉ ତର୍କବିତର୍କ ବି ହୁଏ । ଏସବୁ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଦେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ । କୋର୍ଟ କହିଛନ୍ତି, ହିନ୍ଦୁ ବିବାହ ଆଇନରେ ରୀତିନୀତିକୁ ଶ୍ରେଷ୍ଠତା ପ୍ରଦାନ କରାଯାଇଛି ।
ସୂଚନା ଅନୁଯାୟୀ, ୨୦୧୭ରେ ଉତ୍ତର ପ୍ରଦେଶର ମିର୍ଜାପୁରରେ ସ୍ମୃତି ସିଂହ ଓ ସତ୍ୟମ୍ ସିଂହଙ୍କ ବିବାହ ହୋଇଥିଲା । କିନ୍ତୁ, ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତତା ଆସିବରୁ ସ୍ମୃତି ଶାଶୂଘର ଛାଡ଼ି ଚାଲିଯିବା ସହିତ ଯୌତୁକ ନିର୍ଯାତନା ଦିଆଯାଇଥିବା ଉଲ୍ଲେଖ କରି ଏକ ମାମଲା ରୁଜୁ କରିଥିଲେ । ତଦନ୍ତ କରି ପୋଲିସ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କ ନାମରେ ମାମଲା ରୁଜୁ କରିଥିଲା ।
ଅଦାଲତ ଏହି ମାମଲାର ଶୁଣାଣି ସମୟରେ କହିଛନ୍ତି, ଯେଉଁ ବିବାହରେ 'ସପ୍ତପଦୀ' ଅର୍ଥାତ୍ ଅଗ୍ନିକୁ ସାକ୍ଷୀ ରଖି ବର-କନ୍ୟା ସାତ ଫେରା ନେଇନହାନ୍ତି କିମ୍ବା ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇନାହିଁ ସେ ବିବାହ ହିନ୍ଦୁ ବିବାହ ଆଇନ ଅନୁସାରେ ବୈଧ ନୁହେଁ । ଆଉ ହିନ୍ଦୁ ରୀତି ଆଧାରରେ ଯେଉଁ ବିବାହ ବୈଧ ନୁହେଁ ତାକୁ ବିବାହ ବୋଲି ମାନି ନିଆଯିବ ନାହିଁ ବୋଲି କୋର୍ଟ କହିଛନ୍ତି ।
]]>ପାର୍ଟି ପାୱାର ଯୋଗୁଁ ବିଜୟଙ୍କୁ ପୋଲିସ ଡାକୁନି କି ପଚାରୁନି । ପୋଲିସ ତଦନ୍ତ କଲା, କିନ୍ତୁ ରେଜଲ୍ଟ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ପଦବୀ, ପାୱାର ପାଇଁ ହିଁ ବିଜୟଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉନି । ତାଙ୍କ ପାର୍ଟି ହିଁ ତାଙ୍କୁ ସେଭ୍ କରୁଛି ବୋଲି କହିଲେ ସୋମାଲିକା ।
ସେ ଆହୁରି କହିଛନ୍ତି ଯେ, ବିଜୟଙ୍କୁ ଛାଡ଼ିବିନି, ଅଭିଯୋଗ କରିବି । କଟକ ବିବାହ ପଂଜୀକରଣ ଅଧିକାରୀଙ୍କଠାରେ ଅଭିଯୋଗ କରିବି । ନିଶ୍ଚିତ କଂପ୍ଲେନ କରିବି, ମୋର କଣ କିଛି ଇଜ୍ଜତ ନାହିଁ । ସେ ଯେତେବେଳେ ଯାହାକୁ ଚାହଁବେ ତାଙ୍କ ଜୀବନ ନଷ୍ଟ କରିବେ ? ଝିଅ ବୋଲି କଣ ମୋତେ ଏମିତି ହଇରାଣ କରାଯିବ ନା କଣ ? ୩୦ ଦିନ ଭିତରେ ନିଶ୍ଚିତ କଂପ୍ଲେନ କରିବି ।
ସେପଟେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ କରିବା ନେଇ ଆବେଦନ କରିଛନ୍ତି । କଟକ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ ଗତ ୨୧ ତାରିଖରେ ଆବେଦନ କରିଥିବା ନେଇ ଖବର ମିଳିଛି ।
ହେଲେ ସେହି ଯୁବତୀ ଜଣକ କିଏ ? କାହାକୁ ବାହା ହେବେ ବିଜୟ ଶଙ୍କର? କାହାକୁ ବାହା ହେବା ପାଇଁ ଆବେଦନ କରିଛନ୍ତି ସେ ସମ୍ପର୍କରେ ଜଣାପଡ଼ିନାହିଁ । ବାନ୍ଧବୀ ସୋମାଲିକାଙ୍କ ସହ ସମ୍ପର୍କକୁ ନେଇ ବେଶ୍ କିଛି ଦିନ ଧରି ଚର୍ଚ୍ଚାରେ ଥିଲେ ବିଜୟଶଙ୍କର । ନିଜ ସମ୍ପର୍କକୁ ନେଇ ବିବାଦରେ ଛନ୍ଦି ହେବା ପରେ ଥାନାରେ ଏତଲା ବି ଦେଇଥିଲେ ସୋମାଲିକା । ଲମ୍ବା ସମୟ ଧରି ଥାନାରେ ଉଭୟ ଆଲୋଚନା ବି କରିଥିଲେ
]]>ହେଲେ ସେହି ଯୁବତୀ ଜଣକ କିଏ ? କାହାକୁ ବାହା ହେବେ ବିଜୟ ଶଙ୍କର? କାହାକୁ ବାହା ହେବା ପାଇଁ ଆବେଦନ କରିଛନ୍ତି ସେ ସମ୍ପର୍କରେ ଜଣାପଡ଼ିନାହିଁ । ବାନ୍ଧବୀ ସୋମାଲିକାଙ୍କ ସହ ସମ୍ପର୍କକୁ ନେଇ ସେ ବେଶ୍ କିଛି ଦିନ ଧରି ଚର୍ଚ୍ଚାରେ ଥିଲେ ବିଜୟଶଙ୍କର । ନିଜ ସମ୍ପର୍କକୁ ନେଇ ବିବାଦରେ ଛନ୍ଦି ହେବା ପରେ ଥାନାରେ ଏତଲା ବି ଦେଇଥିଲେ ସୋମାଲିକା । ଲମ୍ବା ସମୟ ଧରି ଥାନାରେ ଉଭୟ ଆଲୋଚନା ବି କରିଥିଲେ ।
ବାନ୍ଧବୀ ସୋମାଲିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ ମାମଲାରେ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଥାନାରେ ଏତଲା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଟ୍ୱିଟ୍ କରି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ ବିଧାୟକଙ୍କ ବାନ୍ଧବୀ ସୋମାଲିକା ।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୋ ସରକାର 5T, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଜଗତସିଂହପୁର ଜିଲ୍ଲା ପୋଲିସକୁ ଟ୍ୱିଟରରେ ଟ୍ୟାଗ୍ କରି ରାଜ୍ୟ ସରକାରଙ୍କ ବିରୋଧରେ ସୋମାଲିକା ବର୍ଷିଥିଲେ । ମହିଳା ସଶକ୍ତିକରଣ ନାଁରେ ଆପଣ ଓକିଲାତି କରୁଥିବାବେଳେ ମୁଁ କ’ଣ ମହିଳା ନୁହଁ କି ବୋଲି ସୋମାଲିକା ପ୍ରଶ୍ନ କରିଥିଲେ ।
]]>ତେବେ ଆଜି ପରିଣୀତିଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ବାହାଘରରେ ସାମିଲ ହୋଇନପାରନ୍ତି । ସେ ଗତକାଲିଠୁ ଉଭୟ ପରିଣୀତି ଓ ରାଘବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଦିଲ୍ଲୀ କପୁରତାଲାରେ ଥିବା ରାଘବ ଚଢାଙ୍କ ଘରେ ଦୁହିଁଙ୍କ ନିର୍ବନ୍ଧ ରୀତି ଅନୁଷ୍ଠିତ ହୋଇଥିଲା ।
୨୦୧୨ରେ ଆପରେ ଯୋଗଦେଇଥିଲେ ରାଘବ। ରାଜନୀତିରେ ପାଦ ଦେବା ପୂର୍ବରୁ ରାଘବ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ। ସେହିପରି ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ ଭାବେ ପରିଣିତୀଙ୍କ ପରିଚିତି ରହିଛି । କଲେଜ ବେଳଠୁ ଅଭିନେତ୍ରୀ ପରିନୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢା ପରସ୍ପରଙ୍କୁ ଜାଣିଛନ୍ତି । ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ଉଭୟ ହେଉଛନ୍ତି ଛାତ୍ର।
]]>ଗଞ୍ଜାମର ତେଲେଙ୍ଗାକୂଳର ଝିଅ କିମ୍ବା ପୁଅ ନିର୍ଦ୍ଦିଷ୍ଟ ୨୦ଟି ଗାଁ ଛଡ଼ା ଅନ୍ୟ କେଉଁଠି ବିବାହ କଲେ କରାଯାଉଛି ବାସନ୍ଦ । ଏପରି ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ନିକଟର ରଙ୍ଗେଇଲୁଣ୍ଡା ବ୍ଳକର ଭାଲିଆଗଡ଼ ଗାଁରେ । କେବଳ ବିବାହ ନୁହେଁ, ବାସନ୍ଦ ପରିବାର ସହ ଶୁଦ୍ଧିକ୍ରିୟାରେ ସାମିଲ ହେଲେ ଦେବାକୁ ପଡ଼ୁଛି ଫାଇନ୍ ।
କିଏ ନିଜ ମାଆଙ୍କୁ ଭେଟିପାରୁନି ତ କିଏ ନିଜ ଭଉଣୀ ହାତରୁ ରାକ୍ଷୀ ବାନ୍ଧି ପାରୁନି । ସ୍ଥିତି ଏଭଳି ହେଲାଣି ଯେ ବିବାହ ୨୦ଟି ଗାଁ ଭିତରେ ସୀମିତ ରହୁଥିବାରୁ ନିଜ ଜାତିର ସଂପର୍କୀୟ ଭାଇଭଉଣୀ ମଧ୍ୟରେ ବିବାହ ହେଉଛି । ସ୍ଥାନୀୟ ଭାଲିଆଡ଼ର ଓ୍ୱାଇ.ଗଣପତି, ଆଜକୁ ୫ବର୍ଷ ହେଲା ମାଆଙ୍କୁ ଭେଟି ପାରିନାହାନ୍ତି । କାରଣ ସେ ନିୟମ ନମାନି ନିଜ ଉଚ୍ଚଶିକ୍ଷିତ ଝିଅକୁ ଅନ୍ୟତ୍ର ବିବାହ କରାଇଛନ୍ତି । ସେହିପରି ଆଉ ଜଣେ ହେଉଛନ୍ତି ଭାଲିଆଡ଼ର ବି.ଦାମୋଦର । ତାଙ୍କର ଭଉଣୀମାନେ ବିବାହିତା । କିନ୍ତୁ ସେ ବାସନ୍ଦ ହୋଇଥିବାରୁ ତାଙ୍କୁ ଏଥର ରାକ୍ଷୀ ବାନ୍ଧିନାହାନ୍ତି ଭଉଣୀ ।
କେବଳ ଏହି ଦୁଇ ପରିବାର ନୁହଁନ୍ତି, ବହୁ ଶିକ୍ଷିତ ପରିବାର ଏପରି ବାସନ୍ଦର ଶିକାର ହୋଇଛନ୍ତି । ସେମାନଙ୍କର ଅଭିଯୋଗ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଏଭଳି ଅନ୍ୟାୟ କରୁଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି । ସେପଟେ ବ୍ରହ୍ମପୁର ଏସପି କହିଛନ୍ତି ଲୋକଙ୍କୁ ସଚେତନ କରାଯାଉଛି, ନବୁଝିଲେ କାର୍ଯ୍ୟାନୁଷ୍ଠାନ ହେବ ।
]]>
ପୂର୍ବରୁ ଅବୈଧ ବିବାହରୁ ଜନ୍ମିତ ସନ୍ତାନଙ୍କୁ ପିତାମାତାଙ୍କ ସମ୍ପତ୍ତିରୁ କୌଁଣସି ଭାଗ ମିଳିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ । କିନ୍ତୁ ଏହି ନିଷ୍ପତ୍ତିକୁ ଏବେ ବଡ଼ ପରିବର୍ତ୍ତନ କରାଯାଇ ସମ୍ପତ୍ତିରେ ସନ୍ତାନଙ୍କ ଭାଗ ଅଛି ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ଚିଫ୍ ଜଷ୍ଟିସ୍ ଡି.ୟାଇ. ଚନ୍ଦ୍ରଚୁଡ଼ ୨୦୧୧ ମସିହାର ଏକ ମାମଲାର ଶୁଣାଣି କରୁଥିବା ବେଳେ ଏହି ଐତିହାସିକ ରାୟ ଶୁଣାଇଛନ୍ତି ।
୨୦୧୧ ମସିହାରେ ଦୁଇ ଜଣିଆ ଖଣ୍ତପୀଠ ସମ୍ପତ୍ତିରେ ଭାଗ ନେଇ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଜଷ୍ଟିସ୍ ଚନ୍ଦ୍ରଚୁଡ଼ ରାୟ ଶୁଣାଣି ବେଳେ କହିଥିଲେ ଯେ, ଅବୈଧ ବିବାହରୁ ଜନ୍ମିତ ସନ୍ତାନକୁ କେବଳ ପିତାମାତାଙ୍କ ସ୍ୱଅର୍ଜିତ ସମ୍ପତ୍ତିରୁ ହିଁ ଭାଗ ମିଳିବ । ପିତାମାତାଙ୍କ ପରିବାର ବର୍ଗଙ୍କ ସମ୍ପତ୍ତିରେ ସେମାନଙ୍କ କୌଣସି ଅଧିକାର ରହିବ ନାହିଁ ।
]]>୧୮୬୦ର ଆଇପିସିକୁ ବଦଳାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ବିଲ୍ ଆଗତ କରିଥିଲେ। ମହିଳାଙ୍କ ପ୍ରତି ହେଉଥିବା ଅପରାଧ ସହ ଜଡ଼ିତ ବ୍ୟବସ୍ଥା ଉପରେ ଏହି ବିଲ୍ରେ ବିଶେଷ ଧ୍ୟାନ ଦିଆଯାଇଛି। ଅମିତ ଶାହ କହିଛନ୍ତି, ‘ଏହି ବିଲ୍ରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଓ ସେମାନେ ସମ୍ମୁଖୀନ କରୁଥିବା ଅନେକ ସମସ୍ୟାର ସମାଧାନ କରାଯାଇଛି। ବିବାହ, ଚାକିରି ପ୍ରଲୋଭନ ଓ ପରିଚୟ ଲୁଚାଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପ୍ରଥମ ଥର ପାଇଁ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି’।
ବିଲ୍ରେ କୁହାଯାଇଛି ଯେ, ‘ଯଦି କୌଣସି ବ୍ୟକ୍ତି ଧୋକା ଦେଇ କିମ୍ବା ବିବାହ ଉଦ୍ଦେଶ୍ୟ ନରଖି ଯୁବତୀଙ୍କୁ ବିବାହ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ଓ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି, ତା’ହେଲେ ପୂର୍ବରୁ ଏହାକୁ ଦୁଷ୍କର୍ମ ଅପରାଧ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇନଥିଲା। ହେଲେ ଏବେ ଏଥିପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ମିଳିବ ଓ ଜରିମାନା ମଧ୍ୟ ଲାଗିପାରେ।’
]]>ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ସାମସିଙ୍ଗା ଗାଁର ଜଣେ ଯୁବତୀ ୩ ବର୍ଷ ପୂର୍ବେ ସୁବଳୟା ଥାନା ଅନ୍ତର୍ଗତ ସାନକିରାସିରା ଗାଁର ଜଣେ ଯୁବକଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଏହାରି ଭିତରେ ଖଣ୍ଡହତା ପଞ୍ଚାୟତର ବରଘାଟ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପୃକ୍ତ ମହିଳାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯିଏକି ତାଙ୍କ ସ୍ୱାମୀଙ୍କ ମାଉସୀ ପୁଅ ଭାଇ। ଉଭୟଙ୍କ ମଧ୍ୟରେ କିଛି ମାସ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ସପ୍ତାହକ ତଳେ ଉଭୟ ଘରୁ ଫେରାର ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି ପରେ ନମିଳିବାରୁ ପରେ ସୁବଳୟା ଥାନାରେ ଜଣାଇଥିଲେ। ପୋଲିସ୍ ଛାନ୍ଭିନ୍ କରି ଉଭୟଙ୍କୁ ଗତ ଗୁରୁବାର ଉଦ୍ଧାର କରିଥିଲା। ତେବେ ଉଭୟ ଦିଅର-ଭାଉଜ ପରସ୍ପରକୁ ବିବାହ କରିବାକୁ ଥାନାରେ ଅଡ଼ି ବସିଥିଲେ। ଶେଷରେ ଥାନା ପରିସରରେ ଝିଅର ବାପ ଘର ଓ ଶ୍ୱଶୁର ଘର ସହ ପ୍ରେମିକଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟ ଦିଅର ଭାଉଜଙ୍କ ବିବାହ କରାଯାଇଥିଲା।
]]>ମନ୍ଦିର ବେଢାରେ ଚାଲିଛି ମନ୍ତ୍ରପାଠ, ହୋମ ନିଆଁ ସହ ବ୍ରାହ୍ମଣଙ୍କର ମନ୍ତ୍ର ଧ୍ୱନୀରେ ଦୁଇ ମନ ଓ ଆତ୍ମା ଆଜି ଏକ ହୋଇଛନ୍ତି । ବୈଦିକ ରୀତିନୀତି ଅନୁସାରେ କନିଆଁ ମଥାରେ ସିନ୍ଦୂର ଦେଇଛନ୍ତି ବର। ପରେ ହାତରେ ପଡୁଛି ହାତଗଣ୍ଠି । ଯେଉଁ ଝିଅ ୪ବର୍ଷ ପୂର୍ବରୁ ନିଜର ସାବତ ମାଆର ଅତ୍ୟାଚାରରେ ଶିକାର ହୋଇ ରାଜରାସ୍ତାରେ ବୁଲୁଥିଲା, ତାକୁ ସୁଧାର ଗୃହରେ ରଖିଥିଲା ପ୍ରଶାସନ । ଆଉ ବୟସ ହେବା ପରେ ଆଜି ଧୁମଧାମରେ କରାଉଛି ବିବାହ ।
ସ୍ଥାନୀୟ କେନ୍ଦୁଜାଣିରେ କନିଆଁ ଘର ହୋଇଥିବା ବେଳେ ମୟୂରଭଞ୍ଜ ତିହିଡି ଦେଉଳାରେ ବର ପାତ୍ରଙ୍କ ଘର । କନିଆଁ ମାଧୁରୀ ଏବେ ସାତ ଜନ୍ମର ସାଥୀ ହୋଇଛନ୍ତି ଅନନ୍ତଙ୍କର । ନୂଆ ଦାମ୍ପତ୍ୟ ଜୀବନ ଆରମ୍ଭ କରୁଥିବାରୁ ଉଭୟେ ବେଶ୍ ଖୁସୀ ଅଛନ୍ତି । ଜାଣିଆଶ୍ଚର୍ଯ୍ୟ ହେବେ କି, ଦିନେ ମାଧୁରୀଙ୍କୁ ନିଜର ସାବତ ମାଆ ଏମିତି ଅତ୍ୟାଚାର କରୁଥିଲେ ଯେ ସେ ବାଧ୍ୟ ହୋଇ ଘର ଛାଡିଦେଲେ, ଖାଲି ଘର ଛାଡିଦେଲେ ତାହା ନୁହେଁ ବରଂ ତାଙ୍କର ସବୁପ୍ରକାର ଦାୟିତ୍ୱ ବି ନେଇଥିଲା ପ୍ରଶାସନ । ଝିଅ ପରି ପାଳିଲେ...ଏବେ ବାହାଘର ବି କଲେ ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ବାହାଘରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା । ଭୋଜି ଭାତଠୁ ଆରମ୍ଭ କରି ସବୁ ଖର୍ଚ୍ଚ ଜିଲ୍ଲା ପ୍ରଶାସନ କରିଥିଲା । ସେପଟେ ଅନନ୍ତ ବି ନିଜ ଅଂଚଳରେ ଚାଷବାସ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ତେବେ ଏହି ବିବାହରେ ଝିଅର କର୍ତ୍ତା ଭାବରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁ ଉପସ୍ଥିତ ରହି ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିବା ବେଳେ ଫେଲୋସିପ ଅନୁଷ୍ଠାନର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ଉପସ୍ଥିତ ରହି ବିବାହର ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିଥିଲେ ।
]]>
ଗତ ଶନିବାର ଠାରୁ ଲଗାତାର ତିନି ଦିନ ଧରି ହିମାଚଳ ପ୍ରଦେଶରେ ମୂଷଳ ଧାରାରେ ବର୍ଷା ହେଉଛି । ଭୀଷଣ ବର୍ଷା ଯୋଗୁଁ ବନ୍ୟା, ଭୂସ୍ଖଳନ, ଘର ନଷ୍ଟ ହେବା ସହ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ଏହାରି ଭିତରେ ସୋମବାର ଦିନ ସିମଲାର କୋଟଗଡ଼ ଗାଁରୁ ବରଯାତ୍ରୀ ଧରି କୁଲ୍ଲୁ ଜିଲ୍ଲା କନ୍ୟାଘରକୁ ଯାଇଥାଆନ୍ତେ ଆଶିଷ ସିଂହ । କିନ୍ତୁ ବର୍ଷା ପାଇଁ ବିବାହ ଯୋଜନା ଫସର ଫାଟିଗଲା । କାରଣ ଏପରି ପାଗରେ କନ୍ୟା ଘରକୁ ଯିବା ସମ୍ଭବପର ନଥିଲା । ତେଣୁ ଭିଡିଓ କଲ୍ ଜରିଆରେ ଆଶିଷ ଓ ଶିବାନୀଙ୍କ ବାହାଘର ପାଇଁ ସେମାନଙ୍କ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ ।
ଏହି ଅନଲାଇନ ବିବାହରେ କିପରି ରୀତିନୀତି ସମ୍ପର୍ଣ୍ଣ ହୋଇଛି ସେସମ୍ପର୍କରେ କୌଣସି ସୂଚନା ନାହଁ । ତେବେ ବର୍ତ୍ତମାନ ସମୟରେ ପାଗ ଖରାପ ରହୁଥିବାରୁ କୁଆଡ଼େ ଗସ୍ତ ନକରିବା ପାଇଁ ସରକାର ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି । ଏପରିକି ଘରୁ ବାହାରିବା ସମୟରେ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
]]>ବାହା ହେଲେ ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳ । ତାଙ୍କର ପାରାଦୀପରେ ବିବାହ ହୋଇଛି । ବାଲଡିଆ ଗାଁର ଅଶୋକ ସେନାପତିଙ୍କ ଝିଅଙ୍କ ସହ ତାଙ୍କର ବିବାହ ହୋଇଛି । ସତ୍ୟମଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ବନ୍ଧୁ, ପରିଜନଙ୍କ ସହ ସତ୍ୟମ ପଟୁଆରରେ ଆସିବା ବେଳେ କିଛି ଲୋକ ସତ୍ୟମଙ୍କ ସହ ସେଲଫି ନେଇଛନ୍ତି ।
ସାରଥୀ ଜେଲରୁ ମୁକୁଳିବାର ୩ ବର୍ଷ ହୋଇଗଲାଣି । ହେଲେ ବର୍ତ୍ତମାନ ଯାଏଁ କୌଣସି ସର୍ବସାଧାରଣ ସ୍ଥାନରେ ସେ ନଜର ଆସିନାହାନ୍ତି । କିନ୍ତୁ ଅନୁଗାମୀଙ୍କ ଜରିଆରେ ନିଜର ପ୍ରଚାର ପ୍ରସାର କରାଇ ପୁଣିଥରେ ନିଜ ଧର୍ମ ବେଉସା ମେଲିବାକୁ ଯୋଜନା କରୁଥିବା ଚର୍ଚ୍ଚା ଜୋର ଧରିଛି ।
]]>ଉଭୟଙ୍କ ବିବାହର ଫଟୋ ଏବେ ସାମ୍ନାକୁ ଆସିଛି। ଏଥିରେ ଦ୍ରିଶା ଲାଲ ରଙ୍ଗର ଡ୍ରେସ୍ ପିନ୍ଧିଥିବା ବେଳେ କରଣ ଦେଓଲଙ୍କୁ ଆଇଭୋରୀ ଶେରୱାନି ଓ ମ୍ୟାଚିଙ୍ଗ୍ ପଗଡିରେ ଦେଖିବାକୁ ମିଳେ। ନିଜ ଲୁକ୍କୁ ପୂରା କରିବା ପାଇଁ ଦ୍ରିଶା ସର୍ବନିମ୍ନ ସାମଗ୍ରୀ ବାଛିଛନ୍ତି, ଯାହା ତାଙ୍କ ଚେହେରାକୁ ଆହୁରି ସୁନ୍ଦର କରିଦେଇଛି। ସେମାନଙ୍କ ବିବାହର ରୀତିନୀତି ଚାଲିଥିବା ବେଳେ ଦମ୍ପତିଙ୍କ ବେକରେ ଫୁଲମାଳ ମଧ୍ୟ ଦେଖିବାକୁ ମିଳେ।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଫଟୋଗୁଡିକରେ ନବ ବିବାହିତ ଦମ୍ପତିଙ୍କୁ ପାଭିଲିୟନରେ ବସିଥିବାର ଦେଖିବାକୁ ମିଳେ। କରଣ ଏବଂ ଦ୍ରିଶାଙ୍କ ମୁହଁରେ ଥିବା ଖୁସି ମଧ୍ୟ ଏଥିରେ ସ୍ପଷ୍ଟ ଦେଖାଯାଏ।
ଫଟୋ ଓ ଭିଡିଓ ଉପରେ ମନ୍ତବ୍ୟ ଦେଇ ଲୋକେ କରଣ-ଦ୍ରିଶାଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବିବାହ ପୂର୍ବରୁ ସାମ୍ନାକୁ ଆସିଥିବା ଭିଡିଓରେ କରଣ ଦେଓଲ ତାଙ୍କ ବାପା ସନ୍ନି ଦେଓଲ, ଜେଜେ ଧର୍ମେନ୍ଦ୍ର ଏବଂ ଦାଦା ବବି ଦେଓଲ, ଅଭୟ ଦେଓଲ ଏବଂ ଅନ୍ୟାନ୍ୟ ଅତିଥିଙ୍କ ସହ ଦିଶାଙ୍କ ଘରକୁ ବରଯାତ୍ରୀ ନେଇ ଆସିବାର ନଜର ଆସେ।
ଏହି ସମୟରେ ହୀମ୍ୟାନ୍ ଧର୍ମେନ୍ଦ୍ର ମଧ୍ୟ ନିଜକୁ ନାଚିବାରେ ରୋକି ପାରି ନଥିଲେ। ଏହି ସମୟରେ ଦେଓଲ ପରିବାରର ସମସ୍ତ ପୁରୁଷ ମଧ୍ୟ ପଗଡ଼ି ପିନ୍ଧିଥିବାର ନଜର ଆସନ୍ତି।
]]>