ମଧ୍ୟାହ୍ନରେ ଆକାଶ ସଫା ହୋଇ ଆସିଲାଣିର ବୟାନ। ଆଉ ଅପରାହ୍ଣ ହେଉ ହେଉ ସୋସିଆଲ୍ ମିଡିଆରେ ପୋଷ୍ଟ, ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ। ବେଶ୍ କିଛି ଦିନ ଧରି ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା, ଆକଳନ, ସସ୍ପେନ୍ସ ଉପରେ ଏକଦମ୍ ଫୁଲଷ୍ଟପ୍। ଏକାଠି ନୁହେଁ ରାଜ୍ୟରେ ଏକାକି ଲଢ଼ିବ ବିଜେପି। ପ୍ରଥମରୁ ମେଣ୍ଟ ଚର୍ଚ୍ଚାକୁ ଏଡ଼ାଇ ଆସୁଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଏ ବିସ୍ତୃତ ପୋଷ୍ଟ ଉପରେ। ଆରମ୍ଭରୁ ଗତ ୧୦ ବର୍ଷ ଧରି ରାଷ୍ଟ୍ରୀୟ ମହତ୍ତ୍ୱ ଥିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ ପାଇଁ ଧନ୍ୟବାଦ।
ଆଉ ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ଲାଗି ବିଜେପି ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବାର ଉଲ୍ଲେଖ। ଆଉ ମଝିରେ ମୋଦି ସରକାରଙ୍କ ଅନେକ ଲୋକକଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚି ପାରୁ ନ ଥିବା ଏବଂ ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ, ଓଡ଼ିଶାବାସୀଙ୍କ ସ୍ୱାର୍ଥ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନୁ ବୋଲି ଲେଖି ଏକା ଲଢ଼େଇର ଅସ୍ତ୍ରକୁ ସାମ୍ନାକୁ ଥୋଇଛନ୍ତି। ଡବଲ୍ ଇଞ୍ଜିନ୍ ସରକାର ଯେଉଁଠି ବିକାଶ ସେଇଠି ଦର୍ଶାଇ ପୂରା ୨୦୨୪ ପାଇଁ ଯୁଦ୍ଧ ରେଖା ଟାଣି ଦେଇଛନ୍ତି ମନମୋହନ।
୧୫-୨୦ ଦିନର ଜୋରଦାର୍ ଗରମା ଗରମ୍ ପରିବେଶ ପରେ ମେଣ୍ଟ ଯେ ହେଉନି, ଉଭୟ ବିଜେପି ଓ ବିଜେଡିର ପରିବର୍ତ୍ତିତ କାର୍ଯ୍ୟକଳାପରୁ ଗତ ଦୁଇ ଦିନ ତଳୁ ତା’ର ସଂକେତ ମିଳି ଆସୁଥିଲା । ଢେର ଦିନର ନିରବତା ଭାଙ୍ଗି ସବୁ ସିଟରେ ପ୍ରାର୍ଥୀ ଚୟନକୁ ଜୋରଦାର କରିଥିଲେ ଦୁଇ ଦଳ । ପୁଣି ଫେରିଥିଲା ଆରୋପ- ପ୍ରତ୍ୟୋରୋପ ଓ ସୋସିଆଲ୍ ମିଡିଆରେ ପରସ୍ପର ବିରୋଧୀ ଟିକ୍କା-ଟିପ୍ପଣୀର ପର୍ବ। ଏମିତିକି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ବିଜେଡି ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାର ବି ହୋଇଥିଲା ବିଜେପି।
ଆଉ ଆଜି ଏକାକି ଲଢ଼ିବା ନେଇ ମନମୋହନଙ୍କ ଏ ପୋଷ୍ଟକୁ ରିପୋଷ୍ଟ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଏକପ୍ରକାର ଜଣାଇ ଦେଇଥିଲେ ଯେ ଏହା ପଛରେ ରହିଛି କେନ୍ଦ୍ରୀୟ ନେତୃତ୍ୱର ନିର୍ଦ୍ଦେଶ। ଆଉ ସେପଟେ ଏଇ ନିଷ୍ପତ୍ତି ନେଇ ଗଭୀର କୃତଜ୍ଞ ବୋଲି ଉଲ୍ଲେଖ କରିବା ସହ ମେଣ୍ଟ ପାଇଁ ବିଜେଡି ନିବେଦନ କରିଥିଲା ବିଜେପି ଅଗ୍ରାହ୍ୟ କଲା ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅପରପକ୍ଷେ ବିଜେଡି ଛାଡ଼ିବା ପରେ ଏହା ଏକ ଅନୈତିକ ମେଣ୍ଟ ହେବାକୁ ଯାଉଥିଲା ବୋଲି କହିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।
ତେବେ ଏସବୁ ଭିତରେ ନବୀନଙ୍କୁ ଆରମ୍ଭରୁ ଧନ୍ୟବାଦ ଓ ଶେଷରେ ଏକାକି ଲଢ଼େଇର ନିଷ୍ପତ୍ତି ଶୁଣାଇ ବିଜେପି କ'ଣ ଦର୍ଶାଇବାକୁ ଚାହୁଁଛି। ସବୁଠାରୁ ବଡ଼ ପ୍ରଶ୍ନ ଏଥର ଲଢ଼େଇ ଜୋରଦାର ହେବ ତ ।
]]>ସେ ଆହୁରି କହିଛନ୍ତି, ମୋଦି ସରକାରଙ୍କ ଅନେକ ଯୋଜନା ତୃଣମୂଳସ୍ତରରେ ପହଞ୍ଚି ପାରୁନି। ଓଡ଼ିଶାର ଗରିବ ଲୋକେ କେନ୍ଦ୍ରୀୟ ଯୋଜନାର ଫାଇଦା ପାଉନାହାନ୍ତି। ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନୁ। ଓଡ଼ିଶାବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ସହମତ ହୋଇପାରୁନୁ। ଯେଉଁଠି ଡବଲ ଇଂଜିନ ସରକାର ଅଛି, ସେଠି ବିକାଶ ତ୍ୱରାନ୍ୱିତ ହୋଇଛି। ଏହି ଅବସରରେ ବିଜେଡି ସରକାରକୁ ଧନ୍ୟବାଦ ଦେଲେ ମନମୋହନ। ମୋଦି ସରକାରକୁ ଅନେକ ପ୍ରସଙ୍ଗରେ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଜଣାଇଲେ ମନମୋହନ।
विगत 10 वर्षों से, श्री नवीन पटनायक जी के नेतृत्व में ओडिशा की बीजू जनता दल (बीजेडी) पार्टी केंद्र की माननीय प्रधानमंत्री श्री नरेंद्र मोदी जी की सरकार के अनेक राष्ट्रीय महत्व के प्रसंगों में समर्थन देती आई है, इसके लिए हम उनका आभार व्यक्त करते हैं।
— Manmohan Samal (Modi Ka Parivar) (@SamalManmohan7) March 22, 2024
अनुभव में आया है कि देशभर…
ସମୟ ଯେତେ ଗଡୁଥିଲା, ସେତେ କମୁଥିଲା ମେଣ୍ଟ ସମ୍ଭାବନା। ଛିଡୁନି ଅଙ୍କ, ମେଣ୍ଟ ଆଶା କ୍ଷୀଣ। ଉଭୟ ବିଜେଡି ଓ ବିଜେପି ଚଳାଇଛନ୍ତି ଏକାକୀ ନିର୍ବାଚନୀ କସରତ। ଅଧିକାଂଶ ସିଟରେ ପ୍ରାର୍ଥୀ ଫାଇନାଲ କରିସାରିଲାଣି ବିଜେପି। ସଭାପତି ଧରି ଯାଇଥିବା ରାଜ୍ୟ ନିର୍ବାଚନ କମିଟି ରିପୋର୍ଟ ଉପରେ ହୋଇଛି ବିଚାର ବିମର୍ଶ। କୁହାଯାଉଛି ବିଧାନସଭାରେ ପ୍ରାୟ ୧୦୦ ସିଟରେ ଦଳ ପ୍ରାର୍ଥୀ ଚୂଡାନ୍ତ କରି ଦେଇଛି।
ସେହିପରି ପ୍ରାୟ ୧୬ ଲୋକସଭା ଟିକେଟ ବି ଫାଇନାଲ। କିନ୍ତୁ ମୟୁରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଆଉ କଟକରେ ଲୋକସଭା ପ୍ରାର୍ଥୀ କିଏ ହେବେ ତାକୁ ନେଇ ଏବେ ବି ଅଙ୍କକଷା ଚାଲିଛି। ଏପଟେ ଦୀର୍ଘ ଦିନର ଗୁମ୍ ପରେ ପୁଣି ଆରମ୍ଭ ହୋଇଛି ଆରୋପ, ପ୍ରତ୍ୟାରୋପ ରାଜନୀତି। ବିଜେଡି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେପିର ପ୍ରତିନିଧି ଦଳ। ନିର୍ବାଚନ ଆଚରଣ ବିଧି ଲାଗୁ ସତ୍ତ୍ୱେ ବି ଅନେକ ସ୍ଥାନରେ ଏବେ ବି ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ପୋଷ୍ଟର ବ୍ୟାନର ଲାଗିଥିବା ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ।
]]>ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବ କି ନାହିଁ ସେନେଇ ସ୍ପଷ୍ଟ ଚିତ୍ର ଆସିପାରୁନି। ଗତ କିଛି ଦିନ ଧରି ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏନେଇ ଓଟିଭିକୁ ବଡ଼ ସୂଚନା ଦେଇଥିଲେ। ଗତକାଲି ଅମିତ୍ ଶାହଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ମନମୋହନ ସାମଲ। ଫେରିବା ପରେ ସେ ପ୍ରଥମେ କହିଥିଲେ, ସବୁ ଆସନ ନେଇ ବିଚାର ବିମର୍ଶ ଚାଲିଛି। ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି।
ଏପଟେ ଆଜି ନବୀନ ନିବାସରେ ଜରୁରୀ ବୈଠକ ବସିବା ନେଇ ସୂଚନା ମିଳିଛି। ଏହି ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ କିଛି ବଡ଼ ନିଷ୍ପତ୍ତି। ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ଯାଇଥିବା ସୂଚନା ମିଳିଛି। ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଏଥିରେ ଡକାଯାଇଥିବା ସୂଚନା ରହିଛି। ପୂର୍ବରୁ ଗତ ୬ ତାରିଖରେ ନବୀନ ନିବାସରେ ବୈଠକ ହୋଇଥିଲା ଯେଉଁଥିରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି କହିଥିଲା ବିଜେଡି।
୬ ତାରିଖରୁ ମେଣ୍ଟ କସରତ ଆରମ୍ଭ ହୋଇଥିଲେ ବି ପ୍ରଶ୍ନ ହେଉଛି ଏହା କେଉଁଠି ଅଟକିଛି? କୁହାଯାଉଛି ଆସନ ଭାଗବଣ୍ଟା ସହ ପାୱାର ଡିଷ୍ଟ୍ରିବ୍ୟୁସନ ବି ମେଣ୍ଟ ପ୍ରକ୍ରିୟାରେ କଣ୍ଟା ହୋଇଛି। ସିଟ୍ ବୁଝାମଣାରେ ଉଭୟ ଦଳ ପରସ୍ପର ସହ ସହମତି ହୋଇ ପାରୁନାହାନ୍ତି, ଯଦିଓ ବିଜେପି-ବିଜେଡି ଲୋକସଭାରେ ୧୩-୮ ଆଉ ବିଧାନସଭାରେ ୪୯-୯୮ ନେଇ ଚର୍ଚ୍ଚା ଲାଗି ରହିଛି। କିନ୍ତୁ ମେଣ୍ଟ ନଛିଡିବାର କାରଣ କୁହାଯାଉଛି, ଅଧିକ ସିଟ୍ ଦାବି କରୁଛି ବିଜେପି।
]]>ଗତକାଲି ଅମିତ ଶାହଙ୍କ ଘରେ ବିଜେପି ରାଜ୍ୟ ନେତୃତ୍ୱଙ୍କ ବୈଠକ ବସିଥିଲା। ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଦିଲ୍ଲୀରେ ଡେରା ପକାଇଥିବା ରାଜ୍ୟ ବିଜେପି ନେତୃତ୍ୱ। ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ଆଲୋଚନା କରିଛନ୍ତି ଶାହ। ବୈଠକରେ ମେଣ୍ଟ ନେଇ ଫୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ, ମେଣ୍ଟ ହେଉଛି ନା ନାହିଁ ସେ ନେଇ କିନ୍ତୁ ସ୍ପଷ୍ଟ ସୂଚନା ମିଳିପାରିନାହିଁ।
ଏପଟେ ଆଜି ନବୀନ ନିବାସରେ ଜରୁରୀ ବୈଠକ ବସିବା ନେଇ ସୂଚନା ମିଳିଛି। ଏହି ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ କିଛି ବଡ଼ ନିଷ୍ପତ୍ତି। ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ଯାଇଥିବା ସୂଚନା ମିଳିଛି। ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଏଥିରେ ଡକାଯାଇଥିବା ସୂଚନା ରହିଛି। ପୂର୍ବରୁ ଗତ ୬ ତାରିଖରେ ନବୀନ ନିବାସରେ ବୈଠକ ହୋଇଥିଲା ଯେଉଁଥିରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି କହିଥିଲା ବିଜେଡି।
୬ ତାରିଖରୁ ମେଣ୍ଟ କସରତ ଆରମ୍ଭ ହୋଇଥିଲେ ବି ପ୍ରଶ୍ନ ହେଉଛି ଏହା କେଉଁଠି ଅଟକିଛି? କୁହାଯାଉଛି ଆସନ ଭାଗବଣ୍ଟା ସହ ପାୱାର ଡିଷ୍ଟ୍ରିବ୍ୟୁସନ ବି ମେଣ୍ଟ ପ୍ରକ୍ରିୟାରେ କଣ୍ଟା ହୋଇଛି। ସିଟ୍ ବୁଝାମଣାରେ ଉଭୟ ଦଳ ପରସ୍ପର ସହ ସହମତି ହୋଇ ପାରୁନାହାନ୍ତି, ଯଦିଓ ବିଜେପି-ବିଜେଡି ଲୋକସଭାରେ ୧୩-୮ ଆଉ ବିଧାନସଭାରେ ୪୯-୯୮ ନେଇ ଚର୍ଚ୍ଚା ଲାଗି ରହିଛି। କିନ୍ତୁ ମେଣ୍ଟ ନଛିଡିବାର କାରଣ କୁହାଯାଉଛି, ଅଧିକ ସିଟ୍ ଦାବି କରୁଛି ବିଜେପି।
]]>ବିମାନ ବନ୍ଦରରେ ଗଣମାଧ୍ୟମର ପ୍ରଶ୍ନରେ ପ୍ରତିକ୍ରିୟା ରଖି ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର କହିଛନ୍ତି, ସବୁ ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ। ଏଥିସହ ପୁରୁଣା କଥା ଦୋହରାଇ ତୋମାର କହିଛନ୍ତି ଯେ, ମେଣ୍ଟ ପାଇଁ କୌଣସି ଆଲୋଚନା ହୋଇନି। ସେହିପରି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ମେଣ୍ଟ ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ସବୁ ସିଟ୍ ନେଇ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବୁ ବୋଲି ସେ କହିଛନ୍ତି।
]]>ସୂଚନାଅନୁସାରେ, ଫେବ୍ରୁଆରୀ ୩ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ। ଏହି ଗସ୍ତ ସମୟରେ ସେ ସମ୍ବଲପୁରରେ IIMର ନୂଆ କ୍ୟାମ୍ପସକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। ଏହାପରେ ମୋଦି ସମ୍ବଲପୁରର ରେମେଡ୍ ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭାରେ ମଧ୍ୟ ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଓଡ଼ିଶା ଗସ୍ତରେ ଆସିଥିଲେ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଘରେ ଘରେ ମୋଦିଙ୍କ ଗ୍ୟାରେଣ୍ଟି ପହଞ୍ଚାଇବା ସହ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ଶିବରାଜ। ସେହିପରି ଫେବ୍ରୁଆରୀ ୨୨ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ ନବରଙ୍ଗପୁର, ଗଂଜାମ ଓ ବାରିପଦାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
]]>ବିଜେପିରେ ଯୋଗଦେବା ପରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ସମୟ ପରିବର୍ତ୍ତନର ସମୟ, ସଜାଗର ସମୟ ଏବଂ ସୁଦୃଢ଼ ଓଡ଼ିଶା, ସୁଦୃଢ଼ ଭାରତ ଗଠନର ସମୟ। ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଛି। ଅନ୍ଧ ମୂକ ବଧିର, ଗର୍ବୀ, ଅହଙ୍କାରୀ ସରକାର ହଟାଇବା। ଏକଛତ୍ରବାଦୀ ସରକାର ହଟାଇ, ଲୋକତନ୍ତ୍ର ସରକାର ଆଣିବା। ନବୀନଙ୍କୁ ହଟାଇବା, ଓଡ଼ିଆଙ୍କୁ ଗୁରୁତ୍ୱ ଦେବା। ବିଜେପିକୁ ଥରଟିଏ ସୁଯୋଗ ଦିଅନ୍ତୁ, ନୂଆ ସରକାର ଆଣନ୍ତୁ।
ଏହା ସହ ସେ ଆହୁରି କହିଛନ୍ତି କି ଓଡ଼ିଶାରେ ରାମରାଜ୍ୟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଗରିବଙ୍କୁ ଚାଉଳ ଦିଆଯାଉଛି, ଗରିବଙ୍କ କଷ୍ଟ କେବଳ ମୋଦି ହିଁ ବୁଝୁଛନ୍ତି । ତେଣୁ ରାଜ୍ୟରେ ବିକଳ୍ପ ସରକାର ଭାବେ ବାଛିବା ପାଇଁ ଲୋକେ ମନ ସ୍ଥିର କରି ସାରିଛନ୍ତି ବୋଲି କହିଛନ୍ତି ମନମୋହନ। ନିର୍ବାଚନ ଫଳାଫଳ କହିବ ମୋଦି ଆସିବାର ପ୍ରଭାବ କ’ଣ ରହୁଛି ଏବଂ ଲୋକେ କାହାକୁ କେତେ ସମର୍ଥନ କରୁଛନ୍ତି। ସେମାନେ ପୂର୍ବରୁ ଅନେକ କାମ କରି ଲୋକହସା ହେବା ସହ ନିନ୍ଦିତ, ଅପମାନିତ ଓ ଲଜ୍ଜିତ ମଧ୍ୟ ହୋଇଛନ୍ତି। ତେବେ ମୋଦି ଭାରତ ବର୍ଷରେ କଠିନ ପରିଶ୍ରମ କରି ସଫଳ ହେଉଛନ୍ତି ବୋଲି କହିଛନ୍ତି ମନମୋହନ ସାମଲ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।
ଓଡ଼ିଶାକୁ ୫ରୁ ୬ଟି କ୍ଲଷ୍ଟରରେ ଭାଗ କରାଯିବ। ଆଉ ଏସବୁ କ୍ଲଷ୍ଟର ଦାୟିତ୍ୱରେ ରହିବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହି ୩ କେନ୍ଦ୍ରୀୟ ନେତା ସେସବୁ କ୍ଲଷ୍ଟରରେ ନିର୍ବାଚନୀ କାର୍ଯ୍ୟକ୍ରମ ସହ ଷ୍ଟ୍ରାଟେଜିର ସମୀକ୍ଷା କରିବେ। ଏହାସହ ରାଜ୍ୟ ନେତାମାନେ ମଧ୍ୟ ଏହି କ୍ଲଷ୍ଟର ଦାୟିତ୍ୱରେ ରହିବେ। ତେଣୁ ଯଥାଶୀଘ୍ର ସବୁଠି ବୁଥ୍ କମିଟି ଗଠନ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କର୍ମୀଙ୍କ ମନରୁ ବିଜେପି-ବିଜେଡି ସଂପର୍କ ଦ୍ୱନ୍ଦ୍ୱକୁ ଦୂର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ବଂଶଲ। କହିଛନ୍ତି, କୌଣସି ମେଣ୍ଟ ହେବ ନାହିଁ ବୋଲି କେନ୍ଦ୍ର ନେତୃତ୍ୱ ସଫା ସଫା ଶୁଣାଇ ସାରିଥିବାରୁ ଏ ସ୍ପଷ୍ଟ ବାର୍ତ୍ତା ପ୍ରତିଟି କାର୍ଯ୍ୟକର୍ତ୍ତାଙ୍କ ପାଖରେ ପହଞ୍ଚାଅ।
ଅନ୍ୟପଟେ ରାଜ୍ୟରେ ଦ୍ୱିମୁଖୀ ଲଢ଼େଇ ସ୍ଥିତି ଥିବାରୁ ପ୍ରତିବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ହାସଲ ପାଇଁ, ପଦାଧିକାରୀ ବୈଠକରେ ବୁଥ ମ୍ୟାନେଜମେଣ୍ଟକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ ବଂଶଲ। ସେହିପରି ବୁଥ୍ କମିଟି ଗଠନ ପରେ ମଣ୍ଡଳ ସ୍ତରରେ ବୁଥ୍ ସମ୍ମିଳନୀ କରି ସ୍ଥାନୀୟ ପ୍ରସଙ୍ଗକୁ ନେଇ ଷ୍ଟ୍ରାଟେଜି ପ୍ରସ୍ତୁତ କରିବାକୁ କୁହାଯାଇଛି। ଏଥିସହ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏଁ ନେତା ଓ କର୍ମୀ ସୋସିଆଲ ମିଡିଆରେ ସକ୍ରିୟ ରହି କେନ୍ଦ୍ର ସରକାରଙ୍କ ଯୋଜନା ଓ ରାଜ୍ୟର ବିଫଳତାର ପ୍ରଚାର ପ୍ରସାର କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ତେବେ ବିଜେଡି କହିଛି ଯେତେ କେନ୍ଦ୍ରୀୟ ନେତୃତ୍ୱ ଆସିଲେ ବି ଫରକ ପଡ଼ିବନି।
ଗତକାଲି ସମନ୍ୱୟ ବୈଠକ ପରେ ଆଜି ପଦାଧିକାରୀ ଏବଂ ଜିଲ୍ଲା ସଭାପତିଙ୍କ ବୈଠକ ହେଲା। ଆସନ୍ତାକାଲି ହେବ ସଂଯୁକ୍ତ ମୋର୍ଚ୍ଚା ଗୁଡ଼ିକର ବୈଠକ। ତେବେ ଏହି ୩ ଦିନିଆ ମାନସମନ୍ଥନ, ୨୪ ମହାଲଢ଼େଇରେ ଦଳକୁ ଓଡ଼ିଶାରେ କେତେ ସଫଳତା ଦେଉଛି ତା ଉପରେ ନଜର।
ବିଳମ୍ବିତ ରାତି ଯାଏଁ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ବୈଠକ ନେଇଥିଲେ। ନିର୍ବାଚନ ଦୃଷ୍ଟିକୋଣରୁ ସାଙ୍ଗଠନିକ ସ୍ଥିତିର ଆଲୋଚନା ହେଲା ବୋଲି କହିଛନ୍ତି ମନମୋହନ। କଠିନ ପରିଶ୍ରମ କରି ତାହା କେମିତି କ୍ରିୟାନ୍ୱୟନ ହେବ, ସେ ସଂପର୍କରେ ଆଲୋଚନା ହେଲା। ଯେଉଁଠି ଯେତେ ଆବଶ୍ୟକ, ସେହି ଅନୁସାରେ ଟାର୍ଗେଟ ସେଟ୍ କରାଯିବ। ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦିଆଯିବା ସହ କେନ୍ଦ୍ର ନେତୃତ୍ୱ ଖୁବଶୀଘ୍ର ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି ବିଜେପି ସଭାପତି ମନମୋହନ ସାମଲ ।
ଆଗାମୀ ନିର୍ବାଚନରେ ଏହି ଟଙ୍କା ବିଜେଡି ବାଣ୍ଟିଥାଆନ୍ତା ବୋଲି ମନମୋହନ ଅଭିଯୋଗ କରିଛନ୍ତି । EOW ଏବଂ ଭିଜିଲାନ୍ସ ଯଦି ଧରି ଥାଆନ୍ତେ ତେବେ IT କାହିଁକି ରେଡ୍ କରିଥାନ୍ତା । ଏମିତିକି ସରକାରଙ୍କ ହାତ ନଥିଲେ ଏତେ ଟଙ୍କା ରଖିବାର ସୁଯୋଗ କେଉଁଠୁ ମିଳିବ ବୋଲି କହିଛନ୍ତି ମନମୋହନ । ଏପଟେ ବିଜେପି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ । ବିଜେଡି କେବେବି ଦୁର୍ନୀତିକୁ ସମର୍ଥନ କରିନି । ବିରୋଧ କରିବା ଆଳରେ ଯଦି କିଏ ବିରୋଧ କରେ, ତେବେ ତାହା ହେଲେ କିଛି କହିବାର ନାହିଁ ।
ସେପଟେ ରାଜ୍ୟରେ ବିଭିନ୍ନ ସ୍ଥାନରେ ମଦ ବ୍ୟବସାୟୀଙ୍କ ଘରୁ ୩୫୦ କୋଟିରୁ ଅଧିକ ଜବତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ବିଜେପି । ଆଇନ ତା ବାଟରେ ଯିବ କହୁଥିବା ମୁଖ୍ୟମନ୍ତ୍ରୀ ୭ ଦିନ ପରେ ବି କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛି ବିଜେପି । ଏକ ପ୍ରେସମିଟରେ ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଏନେଇ ବର୍ଷିଛନ୍ତି । ଏମିତିକି ୨୦୧୯ରେ ବୌଦ୍ଧ ଡିଷ୍ଟିଲାରିଜ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିବା କହିଛି ବିଜେପି ।
ଶିକ୍ଷାନୁଷ୍ଠାନ ଯାଉନଥିବା ମୁଖ୍ୟମନ୍ତ୍ରୀ ମଦଭାଟି ଉଦଘାଟନକୁ କେମିତି ଗଲେ । ବୌଦ୍ଧ ଡିଷ୍ଟିଲାରିଜ୍ ସହ ମୁଖ୍ୟମନ୍ତ୍ରୀଙ୍କର କିଛି ସଂପର୍କ ଅଛି କି ବୋଲି ପ୍ରଶ୍ନ କରିଛି ବିଜେପି । ବଲାଙ୍ଗିର ଜିଲ୍ଲାରେ ଗୋଟିଏ ବି ଦୁଗ୍ଧ ପ୍ଲାଣ୍ଟ ନାହିଁ ହେଲେ ସେଠାରେ ୬୨ ମଦ ଭାଟି ରହିଛି । ଏହାର ଉତ୍ତର ରାଜ୍ୟର ଶାସନ ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡ଼ିବ ।
]]>ପାଖାପାଖି ୧୨ଶହ ପଞ୍ଚାୟତ ଗସ୍ତ ସରିଲାଣି। ବାକି ୫ ହଜାର ପଞ୍ଚାୟତକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା। ଶୀର୍ଷ ନେତୃତ୍ୱଙ୍କଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ। ତୃଣମୂଳ ସଙ୍ଗଠନ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମନମୋହନ।
]]>କୁଆଡୁ ଆସିଲା ଏ ବିପୁଳ କଳା ଟଙ୍କା ? ଦେଶୀ ମଦଭାଟିରୁ କେମିତି ଅମଳ ହେଉଥିଲା ବ୍ଲାକ୍ ମନି ? ନଗଦ ଟଙ୍କାର ଏ ପାହାଡ଼ରେ ଥିଲା କାହା କାହା ଭାଗ ? ଆଇଟି ରେଡ୍ ଓ ଟଙ୍କା ଗଣତି ସହ ତାଳ ଦେଇ ଏମିତି ସବୁ ପ୍ରଶ୍ନକୁ ନେଇ ଚଢ଼ି ଚାଲିଛି ରାଜ୍ୟ ରାଜନୀତିର ପାରା । ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ମଦ ସାମ୍ରାଜ୍ୟ ଓ କଳା ଟଙ୍କାର ଭଣ୍ଡାରକୁ ନେଇ ସାରା ଦେଶରେ ଚର୍ଚ୍ଚା ଭିତରେ ଆଜି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ନିଶାନା ସାଧିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଟାଣି ପ୍ରଶ୍ନ କରିଛନ୍ତି, ରାଜ୍ୟର ମଦ ଭାଟିରେ ବର୍ଷ ବର୍ଷ ଧରି ଏତେ ପରିମାଣର କଳା କାରବାର ଚାଲିଥିଲା ରାଜ୍ୟ ପୋଲିସ୍, ଇଓଡବ୍ଲୁ, ଏକ୍ସାଇଜ୍, ଇଣ୍ଟେଲିଜେନ୍ସ, ବିଶେଷ କରି ହୋମ୍ ଡିପାର୍ଟମେଣ୍ଟ କରୁଥିଲା କ’ଣ ? ୨୫ ବର୍ଷ ଧରି ଦେଶୀ ମଦଭାଟିଗୁଡ଼ିକ କାହିଁକି ଅକ୍ସନ୍ ହୋଇନାହିଁ ? ସାଂସଦ ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟର ବାର୍ଷିକ ଟର୍ଣ୍ଣଓଭର ୧୨୦ କୋଟି ଟଙ୍କା ଥିଲା ବେଳେ ୫ଶହ କୋଟିର କଳାଧନ ଆସିଲା କେମିତି ? ସେହିପରି ମଦ ବେପାରୀ ସାହୁ ବ୍ରଦର୍ସ ସହ ବିଜେଡି ନେତା ଓ ମନ୍ତ୍ରୀଙ୍କ ଲିଙ୍କ ଅଭିଯୋଗ ନେଇ ବି ବର୍ଷିଛି ବିଜେପି ।
ରାଜ୍ୟ ସରକାର ଜାଣିଶୁଣି ସାହୁ ବ୍ରଦର୍ସ ଆଣ୍ଡ କଂପାନୀକୁ ସୁରକ୍ଷା ଦେଉଥିଲେ କି ବୋଲି ପ୍ରଶ୍ନ କରିବା ସହ ଓଡ଼ିଶା ପାଇଁ ଲଜ୍ଜାକର ସ୍ଥିତି ସୃଷ୍ଟି କରିଥିବା ଏ ଘଟଣାର ସତ ଖୋଜିବାକୁ ମୁଖ୍ୟମନ୍ତ୍ରୀଙ୍କ ସତ୍ ସାହସ ଥିଲେ ସିବିଆଇ ତଦନ୍ତ ପାଇଁ ଲେଖିବାକୁ ଆହ୍ୱାନ ଦେଇଛନ୍ତି ମନମୋହନ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଟଙ୍କାର ମୂଳ ଉତ୍ସ କେଉଁଠି ? ଓଡ଼ିଶାର କେଉଁ ବ୍ୟକ୍ତିଙ୍କ ସଂପୃକ୍ତି ଅଛି କି । ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା କିଛି ଲୋକ ଏହି ଘଟଣାରେ ଚୁପ୍ କାହିଁକି ବୋଲି ନିଶାନା କରି ଦୁର୍ନୀତି ବିରୋଧରେ ମୋଦିଙ୍କ ଗ୍ୟାରେଣ୍ଟିକୁ ଦୋହରାଇ ଲୁଟ୍ ହେଉଥିବା ଜନତାଙ୍କ ଟଙ୍କା ଗୋଟି ଗୋଟି କରି ଅସୁଲ କରାଯିବ ବୋଲି କହିଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଓଡ଼ିଶାରେ ଶାସନ ବ୍ୟବସ୍ଥାରେ ଥିବା ଅଧିକାରୀ ଓ ନେତାଙ୍କ ବିନା ସଂପୃକ୍ତି ବା ଜଣାତରେ ଏସବୁ ହେବା ସମ୍ଭବ କି ବୋଲି ସୋସିଆଲ୍ ମିଡିଆ ପୋଷ୍ଟରେ ପ୍ରଶ୍ନ କରିଛନ୍ତି । ଏସବୁ ଦେଖିଲେ ଲାଗୁଛି, ସତେ ଯେମିତି ଓଡ଼ିଶା ଏବେ ଅଣଓଡ଼ିଆ ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିଛି ବୋଲି ସେ ଲେଖିଛନ୍ତି ।
ଏପଟେ ବିଜେପି ଅଭିଯୋଗର ଜବାବରେ ବିଜେଡି କହିଛି ଘଟଣାରେ ଦଳର ନେତା ଓ ମନ୍ତ୍ରୀଙ୍କର କିଛି ସଂପୃକ୍ତି ନାହିଁ । କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି । ତେବେ ଏଠି ପ୍ରଶ୍ନ ଦେଶୀ ମଦ ଭାଟି ବ୍ୟବସାୟରୁ ଏତେ ନଗଦ ଟଙ୍କା ଆସିଲା କେମିତି । ପୂର୍ବତନ ଅବକାରୀ କମିଶନ୍ ଏଥିପାଇଁ ରାଜ୍ୟର ଅବକାରୀ ନୀତିକୁ ଦାୟୀ କରିଛନ୍ତି । ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରଠୁ ରାଜ୍ୟର ଦେଶୀ ମଦ ଦୋକାନ ଲାଇସେନ୍ସ କେବେ ରି-ଟେଣ୍ଡରିଂ କି ରି-ଅକ୍ସନିଂ ହୋଇନାହିଁ । ତେଣୁ ଦେଶୀ ମଦଭାଟି ମାଲିକଙ୍କ ଏକଚାଟିଆ ବେଆଇନ୍ କାରବାର ପାଇଁ ବର୍ଷ ବର୍ଷ ଧରି ଏଭଳି ବିପୁଳ କଳାଧନ ସୃଷ୍ଟି ହେଉଛି ।
ଏହାବାଦ୍ ବେଆଇନ୍ ମଦ ବ୍ୟବସାୟ ଅର୍ଥ ସହ ୨୪ ନିର୍ବାଚନ ପାଇଁ ମଧ୍ୟ ଅନ୍ୟ ଉତ୍ସରୁ ଦେଶୀମଦ ଭାଟି ଦେଇ ଟଙ୍କା ଗଚ୍ଛିତ ରଖାଯାଉଥିବାର ବି ଅଭିଯୋଗ ହେଉଛି । ହେଲେ ଏବେ ଯାଏଁ ରେ଼ଡ୍ ସରି ନଥିବା ବେଳେ, ତଦନ୍ତ ଆଗକୁ କେଉଁ ପର୍ଯ୍ୟନ୍ତ ଯାଉଛି, ତା ଉପରେ ନଜର ।
]]>ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ମାତ୍ର ନବୀନ ବାବୁ ଚୁପ କାହିଁକି ଅଛନ୍ତି। କେନ୍ଦ୍ର ସରକାର ଜାଣି ପାରୁଛନ୍ତି, ରାଜ୍ୟ ସରକାର ଜାଣି ନାହାନ୍ତି କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ଧୀରଜ ସାହୁ ରାଜ୍ୟସଭା ସାଂସଦ ଓ ରାହୁଲ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ। ସେ ଝାଡ଼ଖଣ୍ଡର ହୋଇଥିଲେ ବି ଓଡ଼ିଶା ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ। ଅଣଓଡ଼ିଆ ଲୋକ ଓଡ଼ିଶାକୁ ସର୍ବସ୍ୱାନ୍ତ କରିସାରିଲେଣି ବୋଲି ମନମୋହନ କହିଛନ୍ତି। ସେହିପରି ମଦ କାରବାର ନେଇ ରାଜ୍ୟ ସରକାର କାହିଁକି ନୂଆ କରି ନିଲାମ କରୁନାହାନ୍ତି ବୋଲି ମନମୋହନ ପ୍ରଶ୍ନ କରିଛନ୍ତି।
]]>ସାଂସଦ, ବିଧାୟକ, ପଦାଧିକାରୀ,କାର୍ଯ୍ୟକର୍ତ୍ତା ସମସ୍ତେ ପଞ୍ଚାୟତ ଗସ୍ତ କରିବେ । ପ୍ରତି ପଞ୍ଚାୟତରେ ଯେପରି ସମସ୍ତ ସୁବିଧା ପହଞ୍ଚିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ । ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ରହିଛି ବୋଲି ମନମୋହନ କହିଛନ୍ତି ।
ସେପଟେ ବିଜେପିର ଗାଁକୁ ଯିବା କାର୍ଯ୍ୟକ୍ରମ ଉପରେ ପ୍ରତିକ୍ରିୟା ରିଖିଛି ବିଜେଡି । ଦଳର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି, ଆମେ ସବୁବେଳେ ଗାଁରେ ଅଛୁ । ଲୋକଙ୍କ ସୁଖ ଦୁଃଖରେ ଅଛୁ । ବିଗତ ନିର୍ବାଚନ ମାନଙ୍କରେ ଲୋକଙ୍କ ଭଲପାଇବା ସ୍ପଷ୍ଟ ଦେଖିବା ପାଇଁ ମିଳିଛି ।
]]>ଏଠାରେ ଆଖି କାନ ନ ଥିବା ସରକାର ଚାଲିଛି । ଦେଢ଼ କୋଟି ଯୁବକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । କିନ୍ତୁ ହେଲିକପଟରରେ ବୁଲିବାକୁ ୩ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଲୋକ ବୋହିବାକୁ ୫ ଶହ କୋଟି ଖର୍ଚ୍ଚ । ନିଜ ଉତ୍ତରାଧିକାରୀ ବାଛିବାକୁ ସରକାର ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି । ତା’ ସହିତ ଓଡ଼ିଶାର ଅସ୍ମିତା, ସଂସ୍କୃତି, ଭାବାବେଗ ସହିତ ଖେଳୁଛନ୍ତି । ୨୦୨୪ ରାଜନୀତିରେ ୟୁ ଟର୍ଣ୍ଣ ହେବ ।
ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଲୋକଙ୍କ ଭରସା ଅଛି । ଏଠାରେ ମୋଦିଙ୍କ ସର୍ବାଧିକ ଲୋକପ୍ରିୟତା ଅଛି । ବିଜେପି ଏକପାଖିଆ ସରକାର ଗଢ଼ିବ ବୋଲି କହିଛନ୍ତି ମନମୋହନ ସାମଲ । ରାଜ୍ୟ ବିଜେପି ସଭାପତିଙ୍କ ଅଭିଯୋଗ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନି।
]]>ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାଜ୍ୟ ସବୁ ବ୍ଲକ ଏବଂ ପଞ୍ଚାୟତରେ ମାଟି ସଂଗ୍ରହ କରିଥିଲା ଦଳ। ଦେଶ ପାଇଁ ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନଙ୍କ ଉଦ୍ଦେସ୍ୟରେ ଅମୃତ କଳସ ଯାତ୍ରା ଏକ ପବିତ୍ର ଶ୍ରଦ୍ଧାଞ୍ଜଳି। ସେମାନଙ୍କୁ ସମ୍ମାନ ଜଣାଇ ମୋ ମାଟି ମୋ ଦେଶ ଅଭିଯାନ ଆୟୋଜିତ ହୋଇଥିଲା। ଏ ଅଭିଯାନରେ ବୀରମାନଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ କରାଯାଇଥିଲା। ଆସନ୍ତା ୧ ତାରିଖରେ ଏହି ମାଟିରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ‘ଅମୃତ ବାଟିକା’ ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ।
]]>]]>‘#ହିସାବ_ନଦେଇ_ଖସିପାରିବେନି’
— ଓଟିଭି (@otvkhabar) October 1, 2023
5T ସଚିବଙ୍କ ଚପର ଗସ୍ତ ଖର୍ଚ୍ଚ ପ୍ରସଙ୍ଗ । ରାଜ୍ୟ ସରକାର ହିସାବ ନଦେଇ ଖସିପାରିବେନି କହିଲେ ମନମୋହନ ସାମଲ । #ManmohanSamal #BJP #Odisha #OTV pic.twitter.com/wZ9Rd5weCZ
ସେହିଭଳି 5T ସଚିବଙ୍କୁ କହିଲେ BJD କୁ ବାଧୁଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି, ରାଜନୈତିକ ହତ୍ୟା କରିବାକୁ ଓଡିଶାରେ ଷଡଯନ୍ତ୍ର ଚାଲିଛି । ଯିଏ ମୁହଁ ଖୋଲୁଛି ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି । ଦଳର ଅନେକ ନେତାଙ୍କୁ କାଢ଼ି ଦିଆଯାଇଛି । ଜଣେ ବି ବରିଷ୍ଠ ନେତା BJD ରେ ନାହାନ୍ତି । MLA ଓ MP ଭୟରେ ମୁହଁ ଖୋଲୁନାହାନ୍ତି । ମନ୍ତ୍ରୀମାନେ କୌଣସି କାର୍ଯ୍ୟକ୍ରମରେ ଦୃଶ୍ୟମାନ ହେଉନାହାନ୍ତି । ମନ୍ତ୍ରୀ ମାନଙ୍କୁ କୁହାଯାଇଛି ତୁମେ ବାହାରେ ବୁଲିପାରିବ ନାହିଁ.. ମୁଖ୍ୟମନ୍ତ୍ରୀଙ୍କୁ ନଜରବନ୍ଦୀରେ ରଖାଯାଇଛି.. ରାଜ୍ୟରେ କୌଣସି ପ୍ରକାରର ଶାସନ ବ୍ୟବସ୍ଥା ନାହିଁ..। ଖୁବଶୀଘ୍ର ଏ ଯୁଗର ସମାପ୍ତ ହେବ.. ସାଧାରଣ ନିର୍ବାଚନ ସମୟରେ ଜନସାଧାରଣ ହିଁ ପରିବର୍ତ୍ତନ ଆଣିବେ ବୋଲି କହିଛନ୍ତି ।
ସେହିଭଳି ଚତୁର୍ଥ ସ୍ତମ୍ଭର ଯେଉଁ କଥା କହିବାର ଅଧିକାର ରହିଛି ତାକୁ କେହି ମାନିବା ସ୍ଥିତିରେ ନାହାନ୍ତି । ଯିଏ ତାଙ୍କ ପକେଟସ୍ଥତ ହେବ ତାକୁ ହିଁ ବିଜ୍ଞାପନ ଦିଆଯିବ ବୋଲି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ସଭାପତି ।
ସେହିଭଳି ଶିକ୍ଷକ ଆନ୍ଦୋଳନକୁ ନେଇ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ମନମୋହନ । ସରକାର ସାମାଜିକ ଅପରାଧ କରୁଛନ୍ତି । ଶିକ୍ଷକ ଆନ୍ଦୋଳନ ଯୋଗୁଁ ୫୬ ହଜାର ସ୍କୁଲ ବନ୍ଦ ହୋଇକି ପଡିଛି । ମଣିଷ ତିଆରି କାରଖାନା ବର୍ତ୍ତମାନ ବନ୍ଦ ରହିଛି । ପିଲାଙ୍କ ପାଠପଢା ବନ୍ଦ... ତାଙ୍କ ଭବିଷ୍ୟତ ଅନ୍ଧାର । ତୁରନ୍ତ ଶିକ୍ଷକଙ୍କ ନାର୍ଯ୍ୟ ଦାବିକୁ ପୂରଣ କରାଯାଉ ବୋଲି ସେ କହିଛନ୍ତି । ଅନ୍ୟପଟେ ଏହାକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
]]>ସେପଟେ କିନ୍ତୁ ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନାଲି ଆଖି ଦେଖାଇ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ । ୨୨୦ ଦିନ କାର୍ଯ୍ୟଦିବସ ପୂରଣ ନହେଲେ ପରବର୍ତ୍ତୀ ସମୟରେ ସମୂହ ଛୁଟିରେ ଥିବା ଶିକ୍ଷକ ମାନେ ଭରଣା କରିବେ ବୋଲି ଚିଠିରେ ଦର୍ଶାଯାଇଛି ।
ହେଲେ ସେପଟେ ରାଜ୍ୟବ୍ୟାପୀ ଧାରଣାରେ ବସିଥିବା ପ୍ରାଥମିକ ଶିକ୍ଷକଙ୍କ ଦାବିକୁ ସମର୍ଥନ କରିଛି ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସେମାନଙ୍କ ଦାବିକୁ ଯଥାର୍ଥ ବୋଲି କହିଛନ୍ତି ।
ଏହାପରେ ଏକ ଶୋଭଯାତ୍ରାରେ ଯାଇ ଏକ ଜନସଭାରେ ଯୋଗ ଦେଇଥିଲେ ମନମୋହନ ସାମଲ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ । ଶେଷରେ ରାୟଗଡ଼ାରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇ ବିଜେପି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ମିଶ୍ରଣ ପର୍ବରେ ଜିଲ୍ଲାର ଅନେକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଥିଲେ ।
]]>ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ କେହି ଦିଶୁନାହାନ୍ତି । ଓଡ଼ିଶାରେ ବିଚିତ୍ର ସ୍ଥିତି ଉପୁଜିବା ସହ ରାଜନୈତିକ ବ୍ୟବସ୍ଥା ନଷ୍ଟଭ୍ରଷ୍ଟ ହୋଇଗଲାଣି । 'ଆଗାମୀ ନିର୍ବାଚନରେ ସରକାର ପରିବର୍ତ୍ତନ ପାଇଁ ଲୋକେ ସ୍ଥିର କରିଛନ୍ତି । ଦୁର୍ନୀତିକୁ ବିରୋଧ କରି ବିଜେପି ସରକାର କରିବାକୁ ଲୋକେ ନିଷ୍ପତ୍ତି ନେଇଛନ୍ତି ବୋଲି ମନମୋହନ ସାମଲ କହିଛନ୍ତି । ଗଞ୍ଜାମକୁ କେନ୍ଦ୍ରର ବହୁ ଅନୁଦାନ ଆସିଛି, କିନ୍ତୁ ବିକାଶ ହୋଇନି ।
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆବାସ ଯୋଜନା ସଠିକ୍ କାର୍ଯ୍ୟକାରୀ ହୋଇନି ବୋଲି ସେ ଅଭିଯୋଗ କରିଛନ୍ତି । 5T ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାରେ ବହୁ ପରିମାଣରେ ଅଭିଯୋଗ ଆସୁଥିବା ଘଟଣାକୁ ନେଇ ସମାଲୋଚନା କରିଛନ୍ତି । ଏମିତିକି ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ୨୦୧୯ ଫନି ବାତ୍ୟାର କ୍ଷୟକ୍ଷତି ମିଳିନି କହି ସେ କଟାକ୍ଷ କରିଛନ୍ତି । ତେବେ ମନମୋହନଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଓଡ଼ିଶାରେ ଏବେ ଗୁମସ୍ତା ଶାସନ ଚାଲିଛି, ଗଣତନ୍ତ୍ର ଲୋପ ପାଇଛି । ତଥ୍ୟ ଭିତ୍ତିକ ସମାଲୋଚନା କରିବାର ଅଧିକାର ସମସ୍ତଙ୍କର ରହିଛି ।
]]>ଘୋଷଣା ହେଲା ରାଜ୍ୟ ବିଜେପିର ନୂଆ ଟିମ୍ । ମୁଖିଆ ମନମୋହନଙ୍କ ନୂଆ ଟିମରେ ନୂଆ ଚେହେରା । ବହୁ ନେତା ସାମିଲ, ଅନେକ ବି ପଡ଼ିଲେ ବାଦ୍ ବିଜେପି ଚାଣକ୍ୟ ଅମିତ ଶାହଙ୍କ ଗସ୍ତର ଠିକ୍ ପୂର୍ବରୁ ଏବଂ ରାଜ୍ୟ ସଭାପତି ଦାୟିତ୍ୱ ନେବାର ୪ ମାସ ପରେ ଆଜି ୩୫ ଜଣିଆ ଟିମର ତାଲିକା ଜାରି କରିଛନ୍ତି ମନମୋହନ ସାମଲ । ଯେଉଁଥିରେ ଅଛନ୍ତି ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସଂପାଦକ, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟାକ୍ଷ ଓ ସହ କୋଷାଧ୍ୟକ୍ଷ।
ମାନସ ମହାନ୍ତିଙ୍କୁ ସଙ୍ଗଠନ ମହାମନ୍ତ୍ରୀ ଭାବେ ପୁଣି ଥରେ ଦାୟିତ୍ୱ ଦିଆଯାଇଛି । ସାରଦା ଶତପଥୀ, ଯତୀନ ମହାନ୍ତି, ପୂର୍ଣ୍ଣିମା କେରକେଟା, ସିମାଚଂଳ ଖଟେଇଙ୍କୁ ସାଧାରଣ ସଂପାଦକର ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିରଞ୍ଚି ତ୍ରିପାଠୀ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତ ସିଂହାର, ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଭଳି ନେତାଙ୍କୁ ଉପସଭାପତି ଭାବେ ନିଯୁକ୍ତ କରାଯାଇଛି ।
ସେପଟେ ବଦଳିଛନ୍ତି ବିଜେପି ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା ଓ କୃଷକ ମୋର୍ଚ୍ଚାର ସଭାପତି । ଅଭିଳାଶ ପଣ୍ଡା ଯୁବ ମୋର୍ଚ୍ଚା ସଭାପତି, ଐଶ୍ୱର୍ଯ୍ୟା ବିଶ୍ୱାଳ ମହିଳା ମୋର୍ଚ୍ଚା ଓ ମହେଶ୍ୱର ସାହୁ କିଷାନ ମୋର୍ଚ୍ଚାର ସଭାପତି ନିଯୁକ୍ତ ହୋଇଛନ୍ତି । ସେହିପରି ନିତ୍ୟାନନ୍ଦ ଗଣ୍ଡଙ୍କୁ ଏସ୍. ଟି ମୋର୍ଚ୍ଚାର ସଭାପତି, ବିଭୁ ପ୍ରସାଦ ତରାଇଙ୍କୁ ଏସ.ସି ଓ ସୁରଥ ବିଶ୍ୱାଳଙ୍କୁ ଓବିସି ମୋର୍ଚ୍ଚା ସଭାପତି ଦାୟିତ୍ୱ ଦିଆଯାଇଛି । ଉମାକାନ୍ତ ପଟ୍ଟନାୟକଙ୍କୁ ମିଳିଛି ସୋସିଆଲ୍ ମିଡିଆ ଇନ୍ ଚାର୍ଜ ଦାୟିତ୍ୱ।
ସେପଟେ ପୂର୍ବ ଟିମ୍ରୁ ବାଦ୍ ପଡିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ସଂଗିତା ସିଂହଦଓ, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ଭଳଭଦ୍ର ମାଝୀ, ଭାସ୍କର ମଢେଇ, କାଳନ୍ଦୀ ସାମଲ ଓ ପିଙ୍କି ପ୍ରଧାନ ପ୍ରମୁଖ । ପ୍ରଦୀପ ପୁରୋହିତ, ସ୍ମତି ପଟ୍ଟନାୟକଙ୍କୁ ବି ବାଦ୍ ଦିଆଯାଇଛି । ନିର୍ବାଚନ ଲଢିବାକୁ ଥିବା ନେତାମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସଙ୍ଗଠନକୁ ମଜଭୁତ୍ କରିବା ପାଇଁ କମିଟିରୁ ବାଦ୍ ଦିଆଯାଇଥିବା ଚର୍ଚ୍ଚା ହେଉଛି ।
ସେପଟେ ନୂଆ ଟିମ୍ ଆଗରେ ସବୁଠୁ ବଡ ଚ୍ୟାଲେଞ୍ଜ ହେଲା ଆଗାମୀ ସାଧାରଣ ନିର୍ବାଚନ । ତୃଣମୂଳସ୍ତରରେ ଦଳର ସଙ୍ଗଠନକୁ ମଜଭୁତ କରିବା, ରାଜ୍ୟ ସରକାରଙ୍କ ବିରୋଧରେ ବଡ଼ ଲଢେଇ ପାଇଁ ପ୍ରସ୍ତୁତ ହେବା, ମୋଦୀ ସରକାରଙ୍କ ସଫଳ ବାର୍ତ୍ତାକୁ ଲୋକଙ୍କ ପାଖରେ ରଖିବା ଓ ସମନ୍ୱୟର ସହ ଦଳ ପାଇଁ କାର୍ଯ୍ୟ କରିବା ବି ଟିମ୍ ମନମୋହନ ପାଇଁ ଚ୍ୟାଲେଂଜ ହେବ ।
ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ନେଇ ଚର୍ଚ୍ଚା ହେଉଛି । ଏପରିିକି ଅନ୍ୟ ରାଜ୍ୟ ସହ ଡିସେମ୍ବରରେ ବିଧାନସଭା ଭୋଟ ହୋଇପାରେ ବୋଲି ବି କୁହାଯାଉଛି । ଏସବୁ ଭିତରେ ମନମୋହନଙ୍କ ଏ ନୂଆ ଟିମ୍ ଏତିକି ସମୟରେ ରାଜ୍ୟ ବିଜେପି ପାଇଁ ସଫଳତା ଆଣିବାରେ କେତେ ସହାୟକ ହେବ ତା’ଉପରେ ନଜର ରହିଛି ।
]]>]]>ବିଜେପିର ଟାର୍ଗେଟ ୨୧ ଲୋକସଭା ଆସନ, କହିଲେ ରାଜ୍ୟ ସଭାପତି ମନମୋହନ ସାମଲ #ManmohanSamal #BJP #StatePresident #Bhubaneswar pic.twitter.com/8WyvUEDXce
— ଓଟିଭି (@otvkhabar) July 8, 2023
ନବୀନ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ । ଦିଲ୍ଲୀରେ ରୋଡମ୍ୟାପ୍ , ଓଡ଼ିଶାରେ ହେବ କାର୍ଯ୍ୟକାରୀ । ଟାର୍ଗେଟରେ ୫୧ ପ୍ରତିଶତରୁ ଅଧିକ ଭୋଟ୍ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ତଥା ସାଧାରଣ ସଂପାଦକ ସୁନିଲ ବଂଶଲ, ସଂଗଠନ ମହାମନ୍ତ୍ରୀ ବିନୋଦ ତାୱଡେଙ୍କୁ ଭେଟି ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଭେଟଘାଟବେଳେ ରାଜ୍ୟରେ ବିଜେପିର ସ୍ଥିତି, ରାଜନୈତିକ ମାହୋଲ, ବିଜେଡି ସରକାର ବିରୋଧରେ ଦାନା ବାନ୍ଧୁଥିବା ପ୍ରସଙ୍ଗ, କେମିତି ବିଜେଡିକୁ ମାତ୍ ଦେଇ ହେବ ସେନେଇ ମନମୋହନଙ୍କଠାରୁ ଫିଡବ୍ୟାକ୍ ନେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ ।
ଏହାପରେ ଓଡ଼ିଶା ପାଇଁ ଫିକ୍ସ ହୋଇଛି ଟାର୍ଗେଟ । ମିଶନ୍ - ଓଡ଼ିଶାରେ ବିଜେପି ସରକାର ଗଠନ । କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ଅନ୍ୟ ପ୍ରମୁଖନେତାମାନଙ୍କୁ ନେଇ ଗଠିତ ଟିମ୍ ଏହି ଟାସ୍କକୁ କାର୍ଯ୍ୟକାରୀ କରିବେ । ଟାର୍ଗେଟ୍ ରହିଛି ୫୧ ପ୍ରତିଶତ ଭୋଟ୍ ହାସଲ । ସେପଟେ ବିଜେଡି ମଧ୍ୟ ପ୍ରତି ୱାର୍ଡରେ ୧୦ ଜଣ ସକ୍ରିୟ ସଦସ୍ୟ କରିବା ସହ ଲୋକଙ୍କ ପାଖରେ ପହଞ୍ଚିବା ଉପରେ ଜୋର ଦେଇଛି । ଟାର୍ଗେଟରେ ଦେଢ କୋଟି ଭୋଟର୍ ଓ ୫୦ ପ୍ରତିଶତ ଭୋଟ୍ ନେବା । ଅନ୍ୟପକ୍ଷରେ କଂଗ୍ରେସ ୯ରୁ ୯୦ ମିଶନରେ କାମ କରୁଛି ।
ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡିରେ ଅନ୍ତଦ୍ୱନ୍ଦ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛି । ତାକୁ ମ୍ୟାନେଜ୍ କରିବା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବ। ସେପଟେ ଓଡ଼ିଶାରେ ପଦ୍ମ ଦଳ କିଭଳି ଢଙ୍ଗରେ ଲଢ଼େଇ କରିବ, କେନ୍ଦ୍ରୀୟ ନେତ୍ୱତ୍ୱ ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।
ଆଗକୁ ବିଜେପି-ବିଜେଡି ମଧ୍ୟରେ ଲଢେଇ ଜୋରଦାର ହେବ । ହେଲେ ବିଜେଡିର ଗୋଷ୍ଠୀକନ୍ଦଳରୁ ବିଜେପି ଫାଇଦା ନେବା ଚକ୍କରରେ ରହିଛି ବୋଲି ଚର୍ଚ୍ଚା ହେଉଛି ।
ଜୟପୁର ଟି. ଗୌରୀଶଙ୍କର, କୋରାପୁଟରୁ ସୂର୍ଯ୍ୟନାୟରାଣ ପଣ୍ଡାଙ୍କ ସହ ଭୁବନେଶ୍ୱରରୁ ଜଗଦୀସ ଦାସ ଓ ହରିହର ଚାନ୍ଦଙ୍କ ରିପୋର୍ଟ ଓଟିଭି...
]]>ଏହି ଅବସରରେ ମନମୋହନ କହିଛନ୍ତି, ୨୦୨୪ରେ ଲୋକେ ବିକଳ୍ପ ଭାବେ ବିଜେପି ସରକାର ଗଢ଼ିବେ । ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ଭୋଟ୍ ଦେବେ ଲୋକେ । ସଂଗଠନକୁ ମଜଭୁତ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ ଦଳ ଆଶାନୁରୂପ ଫଳ ପ୍ରଦର୍ଶନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
]]>ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ରାଜ୍ୟ ବିଜେପି ସଭାପତି । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନ ହେଲେ ନୂଆ ମଙ୍ଗୁଆଳ । ବରିଷ୍ଠ ନେତା ମନମୋହନଙ୍କ ଉପରେ ପୁଣି ଥରେ ଭରସା କଲା ବିଜେପି । ତେବେ କାହିଁକି ମନମୋହନଙ୍କ ଉପରେ ଆସ୍ଥା ପ୍ରକଟ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ?
କୁହାଯାଉଛି ଆଭିମୁଖ୍ୟରେ ଆଗ୍ରେସିଭ୍, ବିଜେଡି ସରକାରର କଟ୍ଟର ବିରୋଧୀ, ଉପକୂଳ ଓଡ଼ିଶାର ସବୁଠୁ ଅଭିଜ୍ଞ ନେତା, ତୃଣମୂଳ ସ୍ତରର କର୍ମୀଙ୍କ ସହ ଯୋଡ଼ି ହୋଇ ରହିବା, ପଛୁଆ ବର୍ଗର ପ୍ରତିନିଧିତ୍ୱ, ବଡ଼ କଥା ହେଲା, ନୂଆ-ପୁରୁଣା ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରି ଚାଲିବାର କଳା ମନମୋହନଙ୍କୁ ମଙ୍ଗୁଆଳ କରିବାରେ ସହାୟକ ହୋଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ମାସ ତଳେ ଧାମନଗର ଉପନିର୍ବାଚନରେ ମନମୋହନଙ୍କ ଷ୍ଟ୍ରାଟେଜିରେ ମାତ୍ ଖାଇଥିଲା ବିଜେଡି । ଏବେ ଦେଖିବା ମନମୋହନଙ୍କ ଆଗରେ କଣ ରହିବ ୫ ବଡ଼ ଚ୍ୟାଲେଞ୍ଜ୍ ।
ଚ୍ୟାଲେଞ୍ଜ ୧: ନିର୍ବାଚନ ପୂର୍ବରୁ ଦଳରେ କୋଣଠେସା ନେତାଙ୍କୁ ଏକାଠି କରି ଲଢ଼ିବା
ଚ୍ୟାଲେଞ୍ଜ ୨: ବୁଥ୍, ଶକ୍ତିକେନ୍ଦ୍ର ଓ ମଣ୍ଡଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଜଭୁତ୍ କରିବା
ଚ୍ୟାଲେଞ୍ଜ ୩: ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ମାହୋଲ ବନାଇବା
ଚ୍ୟାଲେଞ୍ଜ ୪: ମୋଦି ସରକାରଙ୍କ ଯୋଜନାକୁ ସଫଳତାର ସହ ଲୋକଙ୍କ ପାଖରେ ପହଞ୍ଚାଇବା
ଚ୍ୟାଲେଞ୍ଜ ୫: ଉପକୂଳ ଓଡ଼ିଶାରେ ଶଙ୍ଖକୁ ମାତ୍ ଦେଇ ଅଧିକରୁ ଅଧିକ ପଦ୍ମ ଫୁଟାଇବା
୨୦୨୪ରେ କ୍ଷମତା ଦଖଲ ପାଇଁ ବିଜେପି ଫୋକସରେ ରହିଛି ଓଡ଼ିଶା । ଡି. ପୁରନ୍ଦେଶ୍ୱରୀ ରାଜ୍ୟ ବିଜେପି ପ୍ରଭାରୀ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦଳର ବଡ଼ ରଣନୀତିକାର କୁହାଯାଉଥିବା ସୁନିଲ ବଂଶଲଙ୍କୁ କ୍ଷେତ୍ରୀୟ ପ୍ରଭାରୀ କରାଗଲା । ସେହିପରି ପ୍ରଦୀପ୍ତ ନାୟକଙ୍କ ସ୍ଥାନରେ ଅଭିଜ୍ଞ ଜୟ ନାରାୟଣ ମିଶ୍ରଙ୍କୁ ଦିଆଗଲା ବିରୋଧୀ ଦଳ ନେତା ପଦବୀ ।
ଏବେ ପୁଣି ସମୀରଙ୍କ ସ୍ଥାନରେ ମନମୋହନଙ୍କୁ ସଭାପତି ଦାୟିତ୍ୱ ଦେଇ ନିର୍ବାଚନ ପୂର୍ବରୁ ଦଳ ନିଜର ଷ୍ଟ୍ରାଟେଜି ଏକ ପ୍ରକାର ସ୍ପଷ୍ଟ କରିଛି । ବଂଶଲ-ଜୟନାରାୟଣ-ମନମୋହନ ଏହି ତିନି ନେତାଙ୍କ ନେତୃତ୍ୱରେ ଦଳ ମୈଦାନକୁ ଓହ୍ଲାଇବ ବୋଲି କୁହାଯାଉଛି । ହେଲେ ବିଜେଡି କହିଛି ସଭାପତି ପରିବର୍ତ୍ତନ ହେଲେ କିଛି ପ୍ରଭାବ ପଡ଼ିବ ନାହିଁ ।
ଏବିଭିପି ଓ RSS ବ୍ୟାକଗ୍ରାଉଣ୍ଡରୁ ଆସିଥିବା ମନମୋହନ ୧୯୯୯ରୁ ୨୦୦୦ ଓ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ବେଶ୍ ସଫଳତାର ସହ ତୁଲାଇଥିଲେ । ତାଙ୍କ ସମୟରେ ବିଜେପି-ବିଜେଡି ମେଣ୍ଟ କରି ଲଢ଼ିବା ସହ ଓଡ଼ିଶାରେ କ୍ଷମତାକୁ ଆସିଥିଲା । ୨୦୦୦ରେ ରାଜ୍ୟସଭାକୁ ଯାଇଥିଲେ ମନମୋହନ ।
ଆଉ ୨୦୦୪ରେ ବିଧାୟକ ହୋଇ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏଭଳି ଜଣେ ଅଭିଜ୍ଞ ନେତାଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ଦେଖିବାର କଥା ମନମୋହନ ରାଜ୍ୟ ବିଜେପିକୁ କିଭଳି ନୂଆ ଦିଶା ଦେଉଛନ୍ତି ।
ଭଦ୍ରକରୁ ପାର୍ଥସାରଥୀ ନାୟକ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି
]]>ମନମୋହନ ଆହୁରି କହିଛନ୍ତି, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଏବେ ମଧ୍ୟ ବହୁ ଲୋକ ପାଣି ଘେରରେ ଅଛନ୍ତି । ଏବେ ବି ଅନେକ ସ୍ଥାନରେ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ । ଏପଯର୍ଯ୍ୟନ୍ତ ଘର ଭଙ୍ଗା ତଦନ୍ତ ଆରମ୍ଭ ହୋଇପାରିନାହିଁ । ଆରଆଇ ପହଞ୍ଚି ନାହାନ୍ତି । ରାସ୍ତା ପୁନରୁଦ୍ଧାର ହୋଇପାରିନାହିଁ । ଏଭଳି ସମସ୍ୟା ପାଇଁ ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି ।
ପ୍ରଧାନମନ୍ତ୍ରୀ ୮ ଲକ୍ଷରୁ ଅଧିକ ପକ୍କାଘର ଘୋଷଣା କରିଛନ୍ତି । ରାଜ୍ୟ ସରକାର ବାତ୍ୟାଞ୍ଚଳ ଗୁଡ଼ିକରେ ସମସ୍ତ କଚ୍ଚାଘରକୁ ପକ୍କାଘରରେ ପରିଣତ କରାନ୍ତୁ ବୋଲି ଦାବି କରିଛି ବିଜେପି । ସେହିପରି ଫସଲ ନଷ୍ଟ ବାବଦକୁ ତୁରନ୍ତ କ୍ଷତିପୂରଣ ଦିଆଯାଉ । ଘରଭଙ୍ଗା ଟଙ୍କା ୧୪ ଦିନ ଭିତରେ ପ୍ରଦାନ କରିବା ସହ ବାତ୍ୟା ଅଞ୍ଚଳରେ କୃଷକଙ୍କ ପାଇଁ ଋଣ ଛାଡ ଏବଂ ଅଗ୍ରୀମ ଋଣ ପ୍ରଦାନ ବ୍ୟବସ୍ଥା କରାଯାଉ । ଏହାସହ ଚିଙ୍ଗୁଡି ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ମଧ୍ୟ ବିଜେପି ଦାବି କରିଛି ।
]]>