ପୂର୍ବରୁ ଏହି ଯାତ୍ରା ସେଣ୍ଟ୍ରାଲ ଇମ୍ଫାଲରୁ ଆରମ୍ଭ ହେବାର ଥିଲା। କିନ୍ତୁ ମଣିପୁରରେ ଜାରି ରହିଥିବା ହିଂସା ଯୋଗୁ ମୁଖ୍ୟମନ୍ତ୍ରୀ ବିରେନ୍ ସିଂହ କଂଗ୍ରେସକୁ ଅନୁମତି ଦେଇ ନ ଥିଲେ। ତେଣୁ ଇମ୍ଫାଲ ଠାରୁ ୨୫ କିଲୋମିଟର ଦୂରରେ ଥିବା ଥୋବାଲ ଜିଲ୍ଲା ଠାରୁ କଂଗ୍ରେସ ନିଜର ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି।
୬ ହଜାର ୭୦୦ କିଲୋମିଟର୍ ବିଶିଷ୍ଟ ଏହି ୬୭ ଦିନର ଯାତ୍ରା ଦେଶର ୧୧୦ଟି ଜିଲ୍ଲା ମଧ୍ୟ ଦେଇ ଯିବ । ଉତ୍ତରପୂର୍ବ ରାଜ୍ୟରୁ ଆରମ୍ଭ ହୋଇ ଏହି ଯାତ୍ରା ଉତ୍ତର ଓ କେନ୍ଦ୍ରୀୟ ଭାରତ ଦେଇ ମାର୍ଚ୍ଚ ୨୦ ତାରିଖ ଦିନ ମହାରାଷ୍ଟ୍ରରେ ଶେଷ ହେବ। ରାହୁଲ ଗାନ୍ଧୀ କଂଗ୍ରେସ ନେତାଙ୍କ ସହ ବସ୍ ଯୋଗେ ଏହି ଦୂରତା ଅତିକ୍ରମ କରିବେ। ଓଡ଼ିଶାର ୪ଟି ଜିଲ୍ଲା ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଦେଇ ଗତି କରିବ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା।
]]>ସେପଟେ ମଣିପୁର ହିଂସା ଘଟଣାରେ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର ୪ ଜଣ ସଦସ୍ୟଙ୍କୁ ସୁପ୍ରିମକୋର୍ଟ ସୁରକ୍ଷା ଦେଇଛନ୍ତି। ମଣିପୁର ହିଂସା ଘଟଣାକୁ ନେଇ ସେମାନଙ୍କ ନାଁରେ ଦୁଇଟି ଲେଖାଏଁ ଏଫଆଇଆର ହୋଇଥିଲା। ତେବେ ସେମାନଙ୍କ ବିରୋଧରେ ବର୍ତ୍ତମାନ କୌଣସି ପ୍ରକାରର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆଜି ସର୍ବୋଚ୍ଚ ଅଦାଲତ କହିଛନ୍ତି । ସେମାନଙ୍କୁ ସୋମବାର ଯାଏ ସୁପ୍ରିମ ସୁରକ୍ଷା ମିଳିଛି।
ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ରାଜ୍ୟ ସରକାରଙ୍କ ମତାମତ ମଧ୍ୟ ଲୋଡ଼ିଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୧ରେ ହେବ। ମଣିପୁର ହିଂସାକୁ ନେଇ ଏହି ସାମ୍ବାଦିକମାନେ ଗୋଟିଏ ଫ୍ୟାକ୍ଟ ଫାଇଣ୍ଡିଂ ରିପୋର୍ଟ ଦେଇଥିଲେ। କିନ୍ତୁ ଏହା ଏକପାଖିଆ ରିପୋର୍ଟ ଥିବା ସରକାର କହିବା ସହ ଏଡିଟର୍ସ ଗିଲ୍ଡର ୪ ସାମ୍ବାଦିକଙ୍କ ବିରୋଧରେ ଏଫଆଇଆର କରିଥିଲେ।
ମଣିପୁର ମେ’ ୩ ତାରିଖରୁ ଜଳୁଥିବା ବେଳେ ଏହାର ସ୍ଥିତି ପରଖିବା ପାଇଁ ଏଡିଟର୍ସ ଗିଲ୍ଡର ୪ ଜଣ ସାମ୍ବାଦିକ ୪ ଦିନ ଧରି ସେଠାକୁ ଯାଇଥିଲେ। ସେପ୍ଟେମ୍ବର ୨ ତାରିଖରେ ସେମାନେ ରିପୋର୍ଟ ଦେଇଥିଲେ। ଏଥିରେ କୁହାଯାଇଥିଲା ଯେ ମଣିପୁରର ସ୍ଥାନୀୟ ସାମ୍ବାଦିକମାନେ ଜାଣିଶୁଣି ଏକପାଖିଆ ରିପୋର୍ଟ ପ୍ରକାଶ କରୁଛନ୍ତି।
ଏହାକୁ ନେଇ ରାଜ୍ୟ ସରକାର ଆଟାକିଂ ମୁଡକୁ ଚାଲି ଆସିଥିଲେ। ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ କହିଥିଲେ ଯେ ଏଡିଟର୍ସ ଗିଲ୍ଡର ସାମ୍ବାଦିକମାନେ ଜାଣିଶୁଣି ହିଂସାକୁ ଉସକାଇବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେମାନଙ୍କ ନାଁରେ ପୁଲିସ୍ କେସ ହୋଇଛି। ଗିଲ୍ଡର ୪ ସଦସ୍ୟଙ୍କ ବିରୋଧରେ ରୁଜୁ ହୋଇଥିବା ଦ୍ୱିତୀୟ ଏଫଆଇଆର୍ରେ ମାନହାନୀ ଚାର୍ଜ ଯୋଡ଼ା ଯାଇଛି।
]]>ଘରଠୁ ଦୂରରେ ରହିଲେ ମନେପଡ଼େ ପରିବାର । କିନ୍ତୁ ପରିବାର ଯେତେବେଳେ ଥାଏ ବିପଦରେ ସେତେବେଳେ ମନ ଆନ୍ଦୋଳିତ ହୁଏ । ଝୁରେ ଭିଟାମାଟିକୁ । ଠିକ୍ ଏଭଳି ସ୍ଥିତି ଏବେ ପ୍ରବାସୀ ମଣିପୁର ଛାତ୍ରଛାତ୍ରୀଙ୍କର । ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ଆସିଥିଲେ । ଲକ୍ଷ୍ୟ ରଖିଥିଲେ ଡିଗ୍ରୀ ହାସଲ କରି ଘରକୁ ଫେରିବେ । କିନ୍ତୁ ସବୁ କିଛି ବିଗିଡ଼ିଗଲା ।
ମଣିପୁରରେ ହିଂସାକାଣ୍ଡ ପାଇଁ ପରିବାରଠାରୁ ବର୍ତ୍ତମାନ ଯୋଗାଯୋଗ ବିଚ୍ଛିନ୍ନ । ନିଜ ଲୋକଙ୍କ ସହ କଦବା କୋଚିତ୍ ହେଉଛି ଯୋଗାଯୋଗ । ସୁରକ୍ଷା ଦୃଷ୍ଟିରୁ ଇଣ୍ଟରନେଟ୍, ମୋବାଇଲ୍ ସେବା ଉପରେ କଟକଣା ଲାଗିଛି ମଣିପୁରରେ । ଯେଉଁଥିପାଇଁ ପ୍ରତିଦିନ ମନକୁ ଘାଣ୍ଟୁଛି ଅଜଣା ଆଶଙ୍କା । ତଥାପି ମନକୁ ଦମ୍ଭ କରି ଭୁବନେଶ୍ୱରରେ ଏହି ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି ଭବିଷ୍ୟତ ଗଢିବା ପାଇଁ । ନିଜ ରାଜ୍ୟର ଲୋକକଳାକୁ ବି ପ୍ରଚାର କରୁଛନ୍ତି । ଆଉ ସେମାନଙ୍କ ମନବଳକୁ ବଢାଉଛନ୍ତି କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ।
ଏମାନଙ୍କ ମୁଖ୍ୟ ସମସ୍ୟା ହେଲା ଇଣ୍ଟରନେଟ୍ ସେବା କଟିଯାଇଥିବାରୁ ପରିବାରଠାରୁ ପଢା ଖର୍ଚ୍ଚ ବାବଦକୁ ଟଙ୍କା ଆସିପାରୁନାହିଁ । ଯେଉଁଥିପାଇଁ ଆଡମିଶନ, ପରୀକ୍ଷା ଓ ରି' ଆଡମିଶନ୍ ଫି' ଆଦି ଦାଖଲ କରିହେଉନି । ଖାଲି ସେତିକି ନୁହେଁ ଚଳିବା ମଧ୍ୟ କଷ୍ଟସାଧ୍ୟ ହୋଇଗଲାଣି । ଆଉ ଏକ ବଡ ସମସ୍ୟା ହେଲା ମଣିପୁର ଛାତ୍ରଛାତ୍ରୀଙ୍କର ଯେ ସେମାନେ ଜାତୀୟ ଓ ଅନ୍ୟ ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡିକରେ ଯୋଗ୍ୟତା ସତ୍ତ୍ୱେ ଆଡମିଶନ୍ ନେଇପାରୁନାହାନ୍ତି କେବଳ ହିଂସାକାଣ୍ଡ ଲାଗି । ସେପଟେ ମଣିପୁର ରାଜ୍ୟପାଳ ଓ ମୁଖ୍ୟଶାସନ ସଚିବଙ୍କ ଚିଠି ପାଇବା ପରେ ଉଚ୍ଚ ଶିକ୍ଷା ବିଭାଗ ବି ମଣିପୁର ଛାତ୍ରଛାତ୍ରୀଙ୍କ ସହାୟତା ଲାଗି ପ୍ରକ୍ରିୟା ଆରମ୍ଭ କରିଛି ।
]]>ମିଳିଥିବା ସୂଚନା ଅନୁଯାୟୀ, ଦୁଇ ମହିଳାଙ୍କୁ ବିବସ୍ତ୍ର କରି ଯେଉଁ ମୋବାଇଲରେ ଭିଡ଼ିଓ ଉଠାଯାଇଥିଲା, ସେହି ମୋବାଇଲ ଜବତ ହୋଇସାରିଛି। ଏପରିକି ଭିଡ଼ିଓ ସୁଟ୍ କରିଥିବା ବ୍ୟକ୍ତିଙ୍କୁ ବି ଗିରଫ କରିସାରିଛି ପୋଲିସ। ସେପଟେ କେନ୍ଦ୍ର ପକ୍ଷରୁ ମଣିପୁରର କୁକି ଏବଂ ମୈତେଇ ସଂପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ମଣିପୁରରେ କିଭଳି ସ୍ଥିତି ଫେରାଇ ଅଣାଯାଇପାରିବ, ସେନେଇ ଘନ ଘନ ଆଲୋଚନା ଜାରି ରଖିଛନ୍ତି କେନ୍ଦ୍ର ସରକାର। ଏହି ୨ ସଂପ୍ରଦାୟ ମଧ୍ୟରେ ବଫର୍ ଜୋନ ତିଆରି କରାଯାଇଥିବା ମଧ୍ୟ କୁହାଯାଉଛି ।
ଅନ୍ୟପଟେ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ନିୟମିତ ପ୍ରୟାସ କରୁଛନ୍ତି। ଏଥିପାଇଁ ସେମାନେ ଉଭୟ କୁକି ଓ ମୈତେଇ ସଂପ୍ରଦାୟର ନେତାମାନଙ୍କ ସହ ଯୋଗାଯୋଗାରେ ରହିଛନ୍ତି। ଦୁଇ ସଂପ୍ରଦାୟର ଲୋକଙ୍କୁ ବୁଝାମଣା ଟେବୁଲକୁ ଆଣିବା ପାଇଁ ଗୁରୁତ୍ୱ ଦିଆଯାଉଛି।
ଆପୋଷ ବୁଝାମଣା ପାଇଁ ସରକାର ଚେଷ୍ଟା କରୁଥିଲେ ହେଁ ଦୁଇ ପକ୍ଷ ଏଯାଏ ଏକମତ ହୋଇ ପାରି ନାହାନ୍ତି। ତଥାପି ସରକାର ଖୁବଶୀଘ୍ର ସମାଧାନର ରାସ୍ତା ବାହାରିବ ବୋଲି ଆଶା ରଖି ଦୁଇ ପକ୍ଷଙ୍କୁ ବୁଝାସୁଝା କରୁଥିବା ଏହି ସୂତ୍ରରେ କୁହାଯାଇଛି।
ଆଉ ଏକ ତଥାକଥିତ ସୂତ୍ରରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡ଼େ ବ୍ୟକ୍ତିଗତ ଭାବେ ମଣିପୁରର ପ୍ରତିଟି ଘଟଣାର ସମୀକ୍ଷା କରୁଛନ୍ତି। ତାଙ୍କୁ ଅଧିକାରୀମାନେ ମଣିପୁର ସ୍ଥିତି ସମ୍ପର୍କରେ କ୍ରମାଗତ ଅପଡେଟ ଦେଉଛନ୍ତି। ନିକଟରେ ଅଧିକାରୀମାନେ ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀଙ୍କୁ ୩ ଥର ମଣିପୁର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ ବୋଲି କୁହାଯାଇଛି।
ମଣିପୁରରେ ଏବେ ବି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ହିଂସା ଦେଖିବାକୁ ମିଳିଛି। ଏଥିପାଇଁ ପ୍ରଶାସନ ଆର୍ମି, ସିଆରପିଏଫ ଓ ସିଏପିଏଫର ଅତିରିକ୍ତ ୩୫ ଶହ ଯବାନଙ୍କୁ ମୁତୟନ କରିଛି। ସୁରକ୍ଷାକର୍ମୀମାନେ ମୈତେଇ ଓ କୁକି ସଂପ୍ରଦାୟର ଲୋକଙ୍କ ପାଇଁ ଗୋଟିଏ ବଫର ଜୋନ ମଧ୍ୟ ତିଆରି କରିଛନ୍ତି।
ହିଂସାରୁ ଫାଇଦା ଉଠାଇବା ପାଇଁ ପଡ଼ୋଶୀ ମିଆଁମାରରେ ଥିବା ବିଦ୍ରୋହୀ ପ୍ରବେଶ କରିବାର ଆଶଙ୍କା ରହିଛି। ଏଥିପାଇଁ ଭାରତ-ମିଆଁମାର ସୀମାରେ ବାଡ଼ ଲଗାଇବା ବ୍ୟବସ୍ଥା କରାଯାଇଛି। ସେହିପରି ମିଜୋରାମ-ମଣିପୁର ସୀମାରେ ମଧ୍ୟ ସମାନ କାମ ଚାଲିଛି। ସର୍ଭେ କାମ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି।
]]>ମଣିପୁର ବର୍ବର କାଣ୍ଡକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି। ମଣିପୁର ପେଚୀ ଅଂଚଳରେ ସୀମା ଡେଇଁଛି ଲୋକଙ୍କ ପୁଂଜିଭୁତ ଅସନ୍ତୋଷ। ଚରମ ରାଗରେ ଥିବା ଉତ୍ତ୍ୟକ୍ତ ଲୋକେ ଭାଙ୍ଗି ଦେଇଛନ୍ତି ମୁଖ୍ୟ ଅଭିଯୁକ୍ତର ଘର। ଦଳ ଦଳ ହୋଇ ଶତାଧିକ ପୁରୁଷ ଓ ମହିଳା ହାତରେ ଲାଠି-ବାଉଁଶ ଧରି ଘରେ
ପଶିଛନ୍ତି। ପ୍ରଥମେ ଘର ଭାଙ୍ଗି ଚୁରମାର କରିଛନ୍ତି, ପରେ ନିଆଁ ଲଗାଇଦେଇଛନ୍ତି। ଜାଳିଦେଇଛନ୍ତି ଜହ୍ଲାଦ ହେରୋଦାସର ଘର।
ଘଟଣାରେ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ ବିରେନ୍ ସିଂ ଆଜି ପୁଣି ଦୋହରାଇଛନ୍ତି, ମାମଲାରେ ଯେଉଁମାନେ ସମ୍ପୃକ୍ତ କାହାକୁ ଛଡାଯିବନି। କଠୋର ଦଣ୍ଡ ଦିଆଯିବ। ତେବେ ବିରୋଧୀଙ୍କ ପକ୍ଷରୁ ହେଉଥିବା ଇସ୍ତଫା ଦାବିକୁ ଖଣ୍ଡନ କରିବା ସହ
ବର୍ତ୍ତମାନ ତାଙ୍କ ଇସ୍ତଫା ଦେବା ଗୁରୁତ୍ବ ନୁହେଁ ବରଂ ରାଜ୍ୟରେ ଶାନ୍ତି ଫେରାଇବା ତାଙ୍କ ଦାୟିତ୍ବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବୀରେନ୍।
ଏପଟେ ମଣିପୁର ପ୍ରସଙ୍ଗରେ ଆଜି ବି ଚାଲିପାରିନି ସଂସଦ। ଉଭୟ ଗୃହରେ ପ୍ରବଳ ହୋହଲ୍ଲା କରିଛନ୍ତି ବିରୋଧୀ। ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ। ହାତରେ ପ୍ଲାକାର୍ଡ ଧରି ମଣିପୁର ପ୍ରସଙ୍ଗରେ ଆଲୋଚନା ଏବଂ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ।
ସରକାର ବିରୋଧୀଙ୍କ ଦାବି ମାନି ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ଜଣାଇବା ପରେ ବି ସ୍ୱାଭାବିକ ହୋଇପାରିନଥିଲା ଗୃହକାର୍ଯ୍ୟ। ଫଳରେ ଉଭୟ ରାଜ୍ୟସଭା ଓ ଲୋକସଭାକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା। ବିରୋଧୀଙ୍କ ଦାବି ହେଲା, ଗୃହର ସମସ୍ତ କାର୍ଯ୍ୟକୁ ଦିନକ ପାଇଁ ବାତିଲ କରାଯାଉ ଏବଂ ମଣିପୁର ପ୍ରସଙ୍ଗରେ ରୁଲ୍ ୨୬୭ରେ ଆଲୋଚନା କରାଯାଉ।
ତେବେ ସରକାର କହିଛନ୍ତି, ମଣିପୁର ପ୍ରସଙ୍ଗରେ ଗୃହରେ ରୁଲ୍ ୨୬୭ ନୁହେଁ, ୧୭୬ ଅନୁସାରେ ଆଲୋଚନା ହେଉ। ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବାକୁ ଥିବାରୁ ଏହି ପ୍ରସଙ୍ଗରେ ଅଳ୍ପ ସମୟ ଆଲୋଚନା କରିବାକୁ ଚାହୁଁଛନ୍ତି ସରକାର। ଦିଲ୍ଲୀ, ଗୌହାଟୀ, ଇମ୍ପାଲ। ସବୁଠି ତେଜିଛି ପ୍ରତିବାଦର ସ୍ୱର। ମଣିପୁରରେ ଘଟିଥିବା ଲଜ୍ଜା ପାଇଁ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଦାବି ଜୋର ଧରିଛି।
]]>ଦେଶର ମୁଣ୍ଡ ନୁଆଁଇଦେଲା ମଣିପୁରର ଜଘନ୍ୟ କାଣ୍ଡ । ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ୍ । ମଣିପୁର ହିଂସାକାଣ୍ଡରେ କଳା ଫର୍ଦ୍ଦ ଯୋଡ଼ିଛି ମହିଳାଙ୍କୁ ଯୌନ ନିର୍ଯାତନା ଘଟଣା । ଗତ ମେ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ କିଛି ଲୋକ, ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ନିର୍ଯାତନା ସମୟର ଭିଡିଓ ଭାଇରାଲ ହେବା ପରେ ସବୁଠି ତୀବ୍ର ହେଉଛି ବିରୋଧର ସ୍ୱର ।
ଇମ୍ଫାଲରେ ଶହ ଶହ ଲୋକ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ତେଣେ ଏହି ଘଟଣାରେ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏପରିକି ମୃତ୍ୟୁ ଦଣ୍ଡ ଦେବା ଉପରେ ବିଚାର କରାଯାଉଛି ବୋଲି ସେ କହିଛନ୍ତି ।
ମଣିପୁର ଲଜ୍ଜାକୁ ନେଇ ସଂସଦ ହୁଲସ୍ତୁଲ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ, ମଣିପୁର ପ୍ରସଙ୍ଗକୁ ନେଇ ଉଭୟ ଗୃହରେ ତମ୍ବିତୋଫାନ କରିଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଗୃହ ବାହାରେ ପ୍ରତିକ୍ରିୟା ରଖୁଥିବା ବେଳେ ଗୃହ ଭିତରେ କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ତେବେ ସରକାର ସଂସଦର ଉଭୟ ଗୃହରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ବେଳେ ବିରୋଧୀ ସଂସଦକୁ ଚଳାଇ ନଦେବାକୁ ଉଦ୍ୟମ କରୁଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।
ମଣିପୁର ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ମଣିପୁରରେ ଯାହା ଘଟିଛି, ତାହା କୌଣସି ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ । ଏହି ଘଟଣା ୧୪୦ କୋଟି ଭାରତୀୟଙ୍କୁ ଲଜ୍ଜିତ କରିଛି । ତେବେ କୌଣସି ବି ଅଭିଯୁକ୍ତଙ୍କୁ ଛଡ଼ାଯିବନି । ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବିରେନ ସିଂଙ୍କ ସହ ଆଲୋଚନା କରିଛନ୍ତି ।
ସେପଟେ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ମଣିପୁରର ଭିଡିଓ ଅତ୍ୟନ୍ତ ବିଚଳିତ କଲାଭଳି । ଏହା ଗ୍ରହଣୀୟ ନୁହେଁ। ଏବେ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି । ଯଦି ସରକାର କିଛି କରିବେନି, ତା ହେଲେ ଆମେ ପଦକ୍ଷେପ ନେବୁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ମଣିପୁର ଘଟଣା ସାମ୍ବିଧାନିକ ବ୍ୟବସ୍ଥାର ଚରମ ବିଫଳତା ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ । ମାମଲାର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ସହିତ, ଏ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
]]>ମଣିପୁରର ଭିଡିଓ ଅତ୍ୟନ୍ତ ବିଚଳିତ କଲାଭଳି । ଏହା ଗ୍ରହଣୀୟ ନୁହେଁ । ଏବେ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଏକଥା ବି କହିଛନ୍ତି, ଯଦି ସରକାର କିଛି କରିବେନି, ତା ହେଲେ ଆମେ ପଦକ୍ଷେପ ନେବୁ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ ତାରିଖରେ ହେବ। ...
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଏପରିକି ମୃତ୍ୟୁ ଦଣ୍ଡାଦେଶ ଦେବା ଉପରେ ବିଚାର କରାଯାଉଛି । ମଣିପୁରରେ ଏଭଳି ବର୍ବରୋଚିତ ହିଂସାର କୌଣସି ସ୍ଥାନ ନାହିଁ । ଏହା ମାନବିକତା ବିରୋଧରେ ଅପରାଧ । ମଣିପୁର ପୋଲିସ ଏନେଇ ନିଜ ଆଡୁ ମାମଲା ରୁଜୁକରି ଆଜି ସକାଳୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।
ସୋସିଆଲ ମିଡିଆରେ ବର୍ବରୋଚିତ କାଣ୍ଡର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଗତ ମେ ମାସ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଇଥିଲେ । ଏପରିକି ଦୁଇ ମହିଳାଙ୍କୁ ପରେ ଗଣଦୁଷ୍କର୍ମ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।
ସେପଟେ ମଣିପୁର ଭିଡିଓ ଭାଇରାଲକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ୱିଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏହି ଭିଡିଓ ଭାଇରାଲ ହେବା ଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିଲା । ଏଥିପାଇଁ ଟ୍ୱିଟରକୁ ନୋଟିସ ଜାରି କରାଯାଇଛି ।
ମଣିପୁର ଲଜ୍ଜା ଘଟଣାକୁ ନେଇ ଉଦବେଗ୍ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ପାର୍ଲାମେଣ୍ଟ ସେସନ୍ ପୂର୍ବରୁ ଯାହା ଘଟିଲା ମୋତେ ଗଭୀର ଆଘାତ ଦେଇଛି । ମଣିପୁର ଘଟଣାରେ କୌଣସି ବି ଅଭିଯୁକ୍ତଙ୍କୁ ଛଡ଼ାଯିବନି। ମଣିପୁର ଘଟଣା ଅତ୍ୟନ୍ତ ଲଜ୍ଜାଜନକ । ମାଆ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରିବୁ। ଯାହା ଘଟିଛି, ତାହାକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିବନି । ଏହି ଘଟଣାକୁ ନେଇ ସମଗ୍ର ଘଟଣାରେ ୧୪୦ କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି । ରାଜନୀତିରୁ ଊର୍ଦ୍ଧରେ ରହି ନାରୀକୁ ସମ୍ମାନ ପ୍ରତି ଗୁରୁତ୍ବ ଦିଆଯାଉଛି ।
]]>
#WATCH | Manipur CM N Biren Singh outside his residence in Imphal. pic.twitter.com/1uqm0jafVE
— ANI (@ANI) June 30, 2023
At this crucial juncture, I wish to clarify that I will not be resigning from the post of Chief Minister.
— N.Biren Singh (@NBirenSingh) June 30, 2023
ସୂଚନାନୁଯାୟୀ, ମଣିପୁର ହିଂସାକାଣ୍ତ ଚାଲିଥିବା ବେଳେ ନିକଟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକରେ ବିରୋଧୀ ଦଳଗୁଡ଼ିକ ବୀରେନ ସିଂହଙ୍କ ଇସ୍ତଫା ମାଗିଥିଲେ । ଏହାପରେ ଅମିତ ଶାହଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିଲେ ବୀରେନ ସିଂହ। ଆଲୋଚନାର ବିଷୟବସ୍ତୁ ଜଣାପଡ଼ିନଥିଲେ ମଧ୍ୟ ବୀରେନ ସିଂହଙ୍କ ଆଗରେ ଦୁଇଟି ବିକଳ୍ପ ରଖାଯାଇଥିଲା । ତାହା ହେଉଛି, ସେ ନିଜ ଆଡ଼ୁ ଇସ୍ତଫା ଦିଅନ୍ତୁ ନଚେତ କେନ୍ଦ୍ର ସରକାର ରାଜ୍ୟ ବ୍ୟାପାର ନିଜ ନିୟନ୍ତ୍ରଣକୁ ନେଇ ସ୍ଥିତିକୁ ସ୍ୱାଭାବିକ କରିବେ। ଗତକାଲି ଠାରୁ ମଧ୍ୟ ଦିଲ୍ଲୀରୁ ଏନେଇ ତାଙ୍କ ପାଖକୁ ଏକାଧିକ ଫୋନ କଲ୍ ଆସିଥିଲା।
ଆଶ୍ଚର୍ଯ୍ୟର କଥା ହେଲା ବୀରେନଙ୍କ ଇସ୍ତଫା ପତ୍ର ଫାଡ଼ିଦେଲେ ମହିଳାମାନେ। ସେ ଆଜି ରାଜ୍ୟପାଳ ଅନୁସୂୟା ଉକିଙ୍କୁ ରାଜଭବନରେ ଭେଟି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିବାକୁ ଯିବାର ଥିଲା। ହେଲେ ତାଙ୍କ ବାସଭବନ ଆଗରେ ମହିଳା ଓ ସମର୍ଥକମାନେ ରୁଣ୍ତ ହୋଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହଙ୍କୁ ସମର୍ଥନ କରି ତାଙ୍କ ଘର ବାହାରେ ଧାରଣା ଦେଇ ଇସ୍ତଫାକୁ ବିରୋଧ କରିଥିଲେ।
#WATCH | "We are protesting in front of the CM's office because we don't want him to give his resignation to the Governor of Manipur, he is the perfect CM of Manipur...We are trying to stop him. Because of the people's voice, he tore the paper...," says a woman supporter of CM N… pic.twitter.com/1vyyqYG1uS
— ANI (@ANI) June 30, 2023
ଏତେ ସଂଖ୍ୟାରେ ସମର୍ଥକଙ୍କୁ ଦେଖି ମନ ବଦଳାଇ ଇସ୍ତଫା ଦେବାକୁ ଯାଇନଥିଲେ ବୀରେନ୍ ସିଂହ । ତାଙ୍କ ଘରୁ ମଣିପୁରର ଦୁଇଜଣ ମନ୍ତ୍ରୀ ବାହାରିଥିଲେ। ସେମାନଙ୍କ ହାତରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପତ୍ର ଥିଲା। ଯାହାକୁ ମହିଳାମାନେ ଛଡ଼ାଇ ନେଇ ଚିରି ଟିକ୍ଟିକ୍ କରିଦେଇଥିବା ଜଣାପଡ଼ିଛି ।
]]>ନିୟମ ମୁତାବକ ସରକାରୀ କର୍ମଚାରୀ ଯେଉଁ ଦିନ ଅଫିସକୁ ଆସିବେ ନାହିଁ, ସେହି ଦିନ ପାଇଁ ତାଙ୍କୁ ଦରମା ଦିଆଯିବ ନାହିଁ । ସବୁଦିନ ଦରମା ଦରକାର ତ ସବୁଦିନ ଅଫିସ ଆସି କାମ କରିବାକୁ ପଡିବ । ହିଂସା ସ୍ଥିତି ପାଇଁ ମଣିପୁର ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏକ ଲକ୍ଷରୁ ଅଧିକ କର୍ମଚାରୀ ଅଫିସ ଆସୁନାହାନ୍ତି । ଏଥିପାଇଁ ପ୍ରାୟ ସରକାରୀ ଅଫିସରେ କାମ ଠପ ହୋଇ ପଡିରହିଛି । ଫଳରେ ଦିନକୁ ଦିନ କାମର ବୋଝ ବଢ଼ିବାରେ ଲାଗିଛି ।
ସୂଚନାଯୋଗ୍ୟ ଗତ ମେ’ ୩ ତାରିଖରୁ ରାଜ୍ୟରେ ମୁଣ୍ଡ ଟେକିଥିବା ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି । ଦଙ୍ଗାକାରୀମାନେ ଗତକାଲି ପୂର୍ବ ଇମ୍ଫାଲ ଚିଙ୍ଗାରେଲରେ ମଣିପୁର ମନ୍ତ୍ରୀ ଏଲ୍ ସୁସିନ୍ଦ୍ରୋଙ୍କ ଗୋଦାମ ଜାଳି ଦେଇଥିଲେ । ଏହା ପୂର୍ବରୁ ମଧ୍ୟ ଗତ ଜୁନ୍ ୧୪ରେ ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ରାଜ୍ୟର ଜଣେ ମନ୍ତ୍ରୀଙ୍କ ଘର ଉପରେ ଦଙ୍ଗାକାରୀ ଆକ୍ରମଣ କରିଥିଲେ ।
ତେବେ ଏପଟେ ଇମ୍ଫାଲ ସହରରେ କିନ୍ତୁ ଧୀରେ ଧୀରେ ସ୍ୱାଭବିକ ହେଉଛି ସ୍ଥିତି। କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନରେ ସ୍ଥିତି ସାମାନ୍ୟ ଥିବା ମଣିପୁର ପୁଲିସ କହିଛି । ଅଧିକାଂଶ ଅଞ୍ଚଳରେ ଏବେ କର୍ଫ୍ୟୁକୁ କୋହଳ କରାଯାଇଛି । ଇମ୍ଫାଲରେ ଦୋକାନ ବଜାର ସ୍ୱାଭବିକ ଭାବେ ଖୋଲାଯାଇଛି। ଲୋକମାନେ କିଣାବିକା କରୁଥିବା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଦିନ ଧରି ରାଜ୍ୟରେ ଲାଗିଥିବା ହିଂସା ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି ।
]]>
ହିଂସାକାଣ୍ଡ ଘଟାଇଥିବା ୧୨ ଜଣ ଉଗ୍ରବାଦୀଙ୍କୁ ସେନା ଗିରଫ କରିଥିବାବେଳେ ସେମାନଙ୍କୁ ମୁକୁଳାଇବା ପାଇଁ ପ୍ରାୟ ୧୨ ଶହ ମହିଳା ଯବାନମାନଙ୍କୁ ଘେରା ବନ୍ଦୀ କରି ରଖିଥିଲେ । ସେନା ଓ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ଦିନ ତମାମ ଛକାପଞ୍ଝା ଲାଗି ରହିବା ପରେ ଶେଷରେ ସେହି ୧୨ ଉଗ୍ରବାଦୀଙ୍କୁ ଖଲାସ କରି ଦେଇଥିଲା ସେନା ।
ସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଯବାନମାନେ ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ଚାହିଁ ନଥିଲେ। ବିପୁଳ ସଂଖ୍ୟାରେ ମହିଳାମାନେ ଘେରା ବନ୍ଦୀ କରିଥିଲେ। କାର୍ଯ୍ୟାନୁଷ୍ଠାନ ନେଇଥିଲେ ସାଧାରଣ ଲୋକଙ୍କ ଜବୀନ ପ୍ରତି ବିପଦ ସୃଷ୍ଟି ହୋଇଥାଆନ୍ତା।
ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ନେତାଙ୍କୁ ୧୨ ଜଣ କ୍ୟାଡରଙ୍କୁ ହସ୍ତାନ୍ତର କରାଯାଇଛି।
ସୂଚନା ଅନୁଯାୟୀ ଗିରଫ ହୋଇଥିବ ଉଗ୍ରବାଦୀ ମୈତେଇ ବିଦ୍ରୋହୀ ଗ୍ରୁପ KYKL ଗୋଷ୍ଠୀର ସଦସ୍ୟ। ୨୦୧୫ରେ ୬ ଡୋଗ୍ରା ୟୁନିଟ ଉପରେ ହମଲା ପଛରେ ଥିଲା ଏହି ଗୋଷ୍ଠୀର ହାତ । ହେଲେ ଗିରଫ ଖବର ପ୍ରଚାର ହେବା ପରେ ୧୨ଶହରୁ ୧୫ ଶହ ମହିଳା ଘେରା ବନ୍ଦୀ କରିଦେଇଥିଲେ।
ଗତ ମେ’ ୩ ତାରିଖରୁ ରାଜ୍ୟରେ ମୁଣ୍ଡ ଟେକିଥିବା ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି। ଦଙ୍ଗାକାରୀମାନେ ଗତକାଲି ପୂର୍ବ ଇମ୍ଫାଲ ଚିଙ୍ଗାରେଲରେ ମଣିପୁର ମନ୍ତ୍ରୀ ଏଲ୍ ସୁସିନ୍ଦ୍ରୋଙ୍କ ଗୋଦାମ ଜାଳି ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ଗତ ଜୁନ୍ ୧୪ରେ ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ରାଜ୍ୟର ଜଣେ ମନ୍ତ୍ରୀଙ୍କ ଘର ଉପରେ ଦଙ୍ଗାକାରୀ ଆକ୍ରମଣ କରିଥିଲେ। ...
ତେବେ ଏପଟେ ଇମ୍ଫାଲ ସହରରେ କିନ୍ତୁ ଧୀରେ ଧୀରେ ସ୍ୱାଭବିକ ହେଉଛି ସ୍ଥିତି। କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ
ସ୍ଥାନରେ ସ୍ଥିତି ସାମାନ୍ୟ ଥିବା ମଣିପୁର ପୁଲିସ କହିଛି । ଅଧିକାଂଶ ଅଞ୍ଚଳରେ ଏବେ କର୍ଫ୍ୟୁକୁ କୋହଳ କରାଯାଇଛି। ଇମ୍ଫାଲରେ ଦୋକାନ ବଜାର ସ୍ୱାଭବିକ ଭାବେ ଖୋଲାଯାଇଛି। ଲୋକମାନେ କିଣାବିକା କରୁଥିବା ଦେଖିବାକୁ ମିଳିଛି। ୫୦ରୁ ଅଧିକ ଦିନ ଧରି ରାଜ୍ୟରେ ଲାଗିଥିବା ହିଂସା ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି।
ଇମ୍ଫାଲ ଇଷ୍ଟର ପୋଲିସ ଅଧୀକ୍ଷକଙ୍କ ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୧୦.୩୦ ସମୟରେ ଏହି ଘଟଣା ଘଟିଛି । ବିଳମ୍ବିତ ରାତ୍ରିରେ ଗୁଳିମାଡ଼ରେ ଜଣେ ମହିଳାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ସମୟରେ ଉଗ୍ରବାଦୀମାନେ ଖମେନଲୋକ ଅଞ୍ଚଳର ଅନେକ ଘରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି ।ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ଶରୀରରେ କ୍ଷତ ଏବଂ ବୁଲେଟ୍ ଚିହ୍ନ ଦେଖିବାକୁ ମିଳିଛି ।
କାହିଁକି ଜଳୁଛି ମଣିପୁର ?
ଗତ ଏପ୍ରିଲ ୧୯ ତାରିଖରେ ମଣିପୁରର ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ମଣିପୁରରେ ପ୍ରତିବାଦ କରାଯାଇଥିଲା । ଆଉ ପରେ ଏହାକୁ ନେଇ ହିଂସାକାଣ୍ଡ ଦେଖା ଦେଇଥିଲା । ଉତ୍ତ୍ୟକ୍ତ ଲୋକଙ୍କୁ ରୋକିବାକୁ ପୋଲିସ ଲୁହବୁହା ଗ୍ୟାସ ସହ ଲାଠି ଚାଳନା କରିଥିଲା । ..
୨୨ ହଜାର ୩୨୭ ବର୍ଗ କିଲୋମିଟର ପରିମିତ ମଣିପୁରର ୧୦ ପ୍ରତିଶତ ଘାଟି ଅଂଚଳ ହୋଇଥିବା ବେଳେ ୮୯ ପ୍ରତିଶତ ପାହାଡ ଅଂଚଳ । ସେଠାରେ ମୁଖ୍ୟତଃ ୩ଟି ସମ୍ପଦ୍ରାୟ ମେଇତି, ନାଗା ଓ କୁକି ରହିଥାନ୍ତି । ନାଗା ଓ କୁକି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ମିଳିଥିବା ବେଳେ ମେଇତିଙ୍କୁ ଏପର୍ଯ୍ୟନ୍ତ ଏହି ମାନ୍ୟତା ମିଳିନାହିଁ । କିନ୍ତୁ ମଣିପୁର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେଇତି ସମ୍ପ୍ରଦାୟ ଏହି ମାନ୍ୟତା ପାଇଁ ଦାବି ଜୋର କରିଥିଲେ ।
ଅନ୍ୟପକ୍ଷରେ ନାଗା ଓ କୁକି ସମ୍ପ୍ରଦାୟ ଏହାକୁ ବିରୋଧ କରୁଛନ୍ତି । ମେଇତି ସମ୍ପ୍ରଦାୟ ମଣିପୁର ମୋଟ ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ । ମଣିପୁରରେ ଆଦିବାସୀମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ରହିଛି । ପାହାଡ଼ିଆ ଅଂଚଳରେ କେବଳ ଆଦିବାସୀ ମାନେ ବସବାସ କରିପାରିବେ । ମେଇତି ସମ୍ପ୍ରଦାୟକୁ ଏହି ମାନ୍ୟତା ମିଳି ନଥିବାରୁ ସେମାନେ ପାହାଡିଆ ଅଂଚଳ ନୁହେଁ କେବଳ ଘାଟି ଅଂଚଳରେ ରହିପାରିବେ । ତେଣୁ ମେଇତି ସମ୍ପ୍ରଦାୟ ଦୀର୍ଘ ଦିନରୁ ଅନୁସୂଚିତ ଜନଜାତି ମାନ୍ୟତା ପାଇଁ ଦାବି କରି ଆସୁଛନ୍ତି । ...
]]>ମଣିପୁରର ଲାମସଙ୍ଗ ଥାନା ଅନ୍ତର୍ଗତ ଇରୋଏସେମ୍ବା ଅଞ୍ଚଳରେ ଏହି ଘଟଣା ଘଟିଛି । ଜୁନ୍ ୪ ତାରିଖ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଉଗ୍ରବାଦୀମାନେ ଏକ ଆମ୍ବୁଲାନ୍ସ ଅଟକାଇ ସେଥିରେ ନିଆଁ ଲଗାଇ ଦେଇଥିଲେ । ଜଣେ ମହିଳା ନିଜ ପିଲାକୁ ହସ୍ପିଟାଲ ନେଇ ଯାଉଥିବା ବେଳେ ଏଭଳି ନିର୍ମମ କାଣ୍ଡ ଘଟିଛି । ତେବେ ସବୁଠାରୁ ବଡ଼ କଥା ହେଲା ପୋଲିସ୍ ସାମ୍ନାରେ ହିଁ ଏହି ଲୋମଟାଙ୍କୁରା ଘଟଣା ଘଟିଛି ।
ଲମସଙ୍ଗ ଥାନାର ଜଣେ ଅଧିକାରୀ କହିଛନ୍ତି, ଘଟଣା ପରେ ପୋଲିସ ଆମ୍ବୁଲାନ୍ସ ଭିତରୁ କିଛି ହାଡ ଉଦ୍ଧାର କରାଛି । ଆଉ ସେହି ଦିନ ରାତିରେ ପୋଲିସ ନିଜ ଆଡ଼ୁ ହତ୍ୟା ନେଇ ଏଫ୍ଆଇଆର୍ ପଞ୍ଜୀକୃତ କରିଛି । ମୃତ ତିନି ଜଣ ହେଉଛନ୍ତି ମୀନା ହ୍ୟାଙ୍ଗିଂ, ତାଙ୍କ ସାତ ବର୍ଷର ପୁଅ ଟମସିଂ ଏବଂ ମୀନାଙ୍କ ସମ୍ପର୍କୀୟ ଲିଡିଆ ଲରେମ୍ବମ୍ ।
ଜୁନ୍ ୪ ତାରିଖ ଦିନ ସ୍ଥାନୀୟ ଅଞ୍ଚଳରେ ଗୁଳିମାଡ଼ ହୋଇଥିଲା । ଆଉ ସେଥିରେ ଟମସନ୍ଙ୍କ ମୁଣ୍ଡରେ ଗୁଳି ବାଜି ସେ ଗୁରୁତର ହୋଇଯାଇଥିଲେ । ଏହି ଘଟଣା ପରେ ଗୁରୁତର ଆହତଙ୍କୁ ତାଙ୍କ ମା’ ଓ ଜଣେ ସମର୍କୀୟ ହସ୍ପିଟାଲକୁ ନେଇଯାଉଥିଲେ ।
ଜଣେ ପୋଲିସ୍ ଅଧିକାରୀ କହିଛନ୍ତି, ତାଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା । ପିଲାଟିକୁ କାଙ୍ଗପୋକଲି ଜିଲ୍ଲାର ଲିମାଖୋଙ୍ଗ୍ ହସ୍ପିଟାଲ ନେଇଯାଇ ଥାଆନ୍ତେ, କିମ୍ବା ସେହି ସ୍ଥାନ ଠାରୁ ୨୦ କିମ୍ବା ଦୂରତାରେ ଥିବା ରାଜଧାନୀ ଇମ୍ପାଲର ହସ୍ପିଟାଲକୁ ନେଇଯିବେ । ଲିମାଖୋଙ୍ଗ ଅଞ୍ଚଳରେ ଅଧିକାଂଶ ଲୋକ କୁକି ସଂପ୍ରଦାୟର ଥିଲେ, କିନ୍ତୁ ରାସ୍ତାରେ ମେଇତି ଗାଁ ବି ପଡ଼ୁଥିଲା । ଅନ୍ୟପଟେ ଇମ୍ପାଲରେ ମେଇତି ସଂପ୍ରଦାୟର ଲୋକ ଅଧିକ ଥିଲେ ଓ ତାହା ପାଖ ମଧ୍ୟ ପଡ଼ୁଥିଲା । ଏଥିପାଇଁ ଆହତଙ୍କୁ ଇମ୍ପାଲ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ଅନ୍ୟ ଜଣେ ସମ୍ପର୍କୀୟ ଚମ୍ପି ହ୍ୟାଙ୍ଗିଙ୍ଗ, ପରିବାର ଲୋକେ ସେମାନଙ୍କୁ ଏଥିପାଇଁ ଯିବାକୁ ଦେଇଥିଲେ। ଉଭୟ ମୀନା ଏବଂ ଲିଡିଆ ମେଇତି ସଂପ୍ରଦାୟର ଥିଲେ । ତେଣୁ ମେଇତି ସଂପ୍ରଦାୟ ରହୁଥିବା ଅଞ୍ଚଳ ଦେଇ ଯିବାରେ କୌଣସି ଭୟ ନାହିଁ ବୋଲି ଭାବିଥିଲେ । ସୁରକ୍ଷା ଦୃଷ୍ଟିରୁ ମଣିପୁରର ପୋଲିସ କର୍ମଚାରୀ ମଧ୍ୟ ସେମାନଙ୍କ ସହ ଦୁଇଟି ଗାଡିରେ ଯାଇଥିଲେ ।
ହେଲେ ଦୁର୍ଭାଗ୍ୟବଶତଃ କେହି ଜଣେ ଗୁଜବ ପ୍ରଚାର କରିଥିଲା । କୁକି ଉଗ୍ରବାଦୀଙ୍କୁ ଏହି ଅଞ୍ଚଳରୁ ବାହାର କରି ଦିଆଯାଉଥିବା ସୂଚନା ଦିଆଯାଇଥିଲା । ଫଳରେ ବାଟରେ ହିଁ ଅନେକ ଲୋକ ଘେରିଯାଇ ଆମ୍ବୁଲାନ୍ସ ଏବଂ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ । ତେବେ ନିଆଁ ଲଗାଇବା ପୂର୍ବରୁ ଆମ୍ବୁଲାନ୍ସରେ ଥିବା ଡ୍ରାଇଭର ଏବଂ ନର୍ସଙ୍କୁ ଟାଣି ବାହାର କରିଦେଇଥିଲେ ଉଗ୍ରବାଦୀ । ଫଳରେ ସେମାନଙ୍କ ଜୀବନ ବଞ୍ଚିଯାଇଛି । କିନ୍ତୁ ଅକାଳରେ ୩ ନୀରିହଙ୍କ ଜୀବନ ଚାଲିଯାଇଛି ।
]]>ଅବସରପ୍ରାପ୍ତ ହାଇକୋର୍ଟ ଜଜଙ୍କ ଦ୍ୱାରା ନ୍ୟାୟିକ କମିଟି ତଦନ୍ତ କରିବ ବୋଲି ଶାହା ସୂଚନା ଦେଇଛନ୍ତି । ହିଂସା ତ୍ରସ୍ତ ମଣିପୁରରେ ଅନଲାଇନ ପାଠପଢା ସହ ପରୀକ୍ଷା ମଧ୍ୟ ଅନଲାଇନରେ ହେବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦଙ୍ଗାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷର ଅନୁକମ୍ପା ରାଶି ମିଳିବ ବୋଲି ସେ ଘୋଷଣା କରିଛନ୍ତି ।
ମଣିପୁର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରାଯିବ ବୋଲି ଶାହା ଘୋଷଣା କରିଛନ୍ତି । ତିନି ଦିନିଆ ମଣିପୁର ଗସ୍ତରେ ଯାଇ ହିଂସା ଘଟଣାର ସମୀକ୍ଷା କରିଥିଲେ ଶାହା । ଏହି ସମୟରେ ସେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ୯ଟି ସ୍ଥାନରେ ଆୟୋଜିତ ବୈଠକରେ ବିଭିନ୍ନ ସଂପ୍ରଦାୟଙ୍କ ସହ ଆଲୋଚନା କରିଥିଲେ ।
ସେପଟେ ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ସ୍ଥିତିକୁ ଦେଖି ଇମ୍ଫାଲ ଇଷ୍ଟ, ୱେଷ୍ଟ ସମେତ ଅନ୍ୟ କିଛି ଅଂଚଳରେ କର୍ଫ୍ୟୁ କୋହଳ କରାଯାଇଛି। ୬ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଥିବାରୁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଦୋକାନ ବଜାରକୁ ବାହାରିଥିବା ଦେଖାଦେଇଥିଲା ।
]]>ଏଥିସହ କାକଚିଙ୍ଗ, ଥୋଉବାଲ, ଜିରିବାମ୍, ବିଷ୍ଣୁପୁର ଜିଲ୍ଲାରେ ମଧ୍ୟ କର୍ଫ୍ୟୁ ଘୋଷଣା କରାଯାଇଛି । ହିଂସା ବଢୁଥିବାରୁ ସେନା ଓ ଆସାମ ରାଇଫଲସର ଯବାନମାନେ ସହରରେ ପଇଁତରା ମାରିବା ସହ ସମ୍ବେଦନଶୀଳ ସ୍ଥାନମାନଙ୍କରେ ମୁତୟନ ଅଛନ୍ତି । ଘଟଣାସ୍ଥଳରେ ରହି ପ୍ରଭାବିତ ଲୋକମାନଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରୁଛନ୍ତି । ଏପରିକି ଘରଘର ବୁଲି ଲେକାମାନଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସମ୍ପ୍ରଦାୟର ପ୍ରାୟ ୭ ହଜାର ୫ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ଏଭଳି ସ୍ଥିତିରେ ମଣିପୁରର ଅଲମ୍ପିଆନ୍ ବକ୍ସର ଏମସି ମାରିକମ୍ ଶାନ୍ତିରକ୍ଷା ପାଇଁ ଅପିଲ କରିଛନ୍ତି । ହିଂସାକୁ ରୋକିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି । ହିଂସାରେ ସାଧାରଣ ଲୋକଙ୍କ ଜୀବନ ଯିବା ଅତ୍ୟନ୍ତ ଦୁଃଖଦାୟକ । ଖୁବଶୀଘ୍ର ସ୍ଥିତି ସ୍ୱାଭାବିକ କରିବାକୁ ସେ ଅପିଲ କରିଛନ୍ତି ।...
ହିଂସାର କାରଣ କଣ ? ବହୁଦିନ ଧରି କୁହୁଳୁଥିବା ଅଶାନ୍ତି ପୁଣି କାହିଁକି ଉତ୍ତେଜନାର ରୂପ ନେଇଛି? ମଣିପୁରରେ ଆଦିବାସୀ ଏକତା ମାର୍ଚ୍ଚ ବେଳେ ହିଂସାର ରୂପ ନେଇଥିଲା ପ୍ରତିବାଦ । ଗତ ଏପ୍ରିଲ ୧୯ ତାରିଖରେ ମଣିପୁରର ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ମଣିପୁରରେ ପ୍ରତିବାଦ କରାଯାଇଥିଲା । ଆଉ ପରେ ଏହାକୁ ନେଇ ହିଂସାକାଣ୍ଡ ଦେଖା ଦେଇଥିଲା । ଉତ୍ତ୍ୟକ୍ତ ଲୋକଙ୍କୁ ରୋକିବାକୁ ପୋଲିସ ଲୁହବୁହା ଗ୍ୟାସ ସହ ଲାଠି ଚାଳନା କରିଥିଲା । ..
୨୨ ହଜାର ୩୨୭ ବର୍ଗ କିଲୋମିଟର ପରିମିତ ମଣିପୁରର ୧୦ ପ୍ରତିଶତ ଘାଟି ଅଂଚଳ ହୋଇଥିବା ବେଳେ ୮୯ ପ୍ରତିଶତ ପାହାଡ ଅଂଚଳ । ସେଠାରେ ମୁଖ୍ୟତଃ ୩ଟି ସମ୍ପଦ୍ରାୟ ମେଇତି, ନାଗା ଓ କୁକି ରହିଥାନ୍ତି । ନାଗା ଓ କୁକି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ମିଳିଥିବା ବେଳେ ମେଇତିଙ୍କୁ ଏପର୍ଯ୍ୟନ୍ତ ଏହି ମାନ୍ୟତା ମିଳିନାହିଁ । କିନ୍ତୁ ମଣିପୁର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେଇତି ସମ୍ପ୍ରଦାୟ ଏହି ମାନ୍ୟତା ପାଇଁ ଦାବି ଜୋର କରିଛନ୍ତି ।
ଅନ୍ୟପକ୍ଷରେ ନାଗା ଓ କୁକି ସମ୍ପ୍ରଦାୟ ଏହାକୁ ବିରୋଧ କରୁଛନ୍ତି । ମେଇତି ସମ୍ପ୍ରଦାୟ ମଣିପୁର ମୋଟ ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ । ମଣିପୁରରେ ଆଦିବାସୀମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ରହିଛି । ପାହାଡ଼ିଆ ଅଂଚଳରେ କେବଳ ଆଦିବାସୀ ମାନେ ବସବାସ କରିପାରିବେ । ମେଇତି ସମ୍ପ୍ରଦାୟକୁ ଏହି ମାନ୍ୟତା ମିଳି ନଥିବାରୁ ସେମାନେ ପାହାଡିଆ ଅଂଚଳ ନୁହେଁ କେବଳ ଘାଟି ଅଂଚଳରେ ରହିପାରିବେ । ତେଣୁ ମେଇତି ସମ୍ପ୍ରଦାୟ ଦୀର୍ଘ ଦିନରୁ ଅନୁସୂଚିତ ଜନଜାତି ମାନ୍ୟତା ପାଇଁ ଦାବି କରି ଆସୁଛନ୍ତି । ...
ସେପଟେ ମୁଖ୍ୟମନ୍ତ୍ରୀ ବୀରେନ ସିଂ ଜଙ୍ଗଲ ସୁରକ୍ଷା ପାଇଁ କଡା ପଦକ୍ଷେପ ନେଇଛନ୍ତି । ଏଥିପାଇଁ ବେଆଇନ ଭାବେ ରହୁଥିବା ଶରଣାର୍ଥୀ ଓ ଡ୍ରଗ ମାଫିଆ ଏଭଳି ହିଂସାକୁ ଉସୁକାଉଥିବା ଚର୍ଚ୍ଚା ହେଉଛି ।
]]>ନାଗାଲାଣ୍ଡ, ଆସାମ ଓ ମଣିପୁରର ଅନେକ ଅଞ୍ଚଳ ଦୀଘବର୍ଷ ହେଲାଣି AFSPA ଅଧୀନରେ ରହିଛି । ଏହି ସବୁ ଅଞ୍ଚଳଗୁଡ଼ିକ ଅଧିକ ସମ୍ବେଦନଶୀଳଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଦୀର୍ଘ ବର୍ଷ ହେବ ସେଠାରେ AFSPA ଲାଗୁ କରାଯାଛି । ବାରମ୍ବାର ଏଠାରୁ AFSPA ପ୍ରତ୍ୟାହାର ପାଇଁ ଦାବି ହେଉଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିରେ ରାଜି ହେଉନଥିଲେ । ଏବେ କିନ୍ତୁ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ୩ ରାଜ୍ୟରୁ AFSPA ସଂପୂର୍ଣ୍ଣ ହଟିବ ନାହିଁ । ହେଲେ ଏହା ଅଧୀନରେ ଥିବା ଅଞ୍ଚଳଗୁଡ଼ିକର ପରିସୀମା ସଙ୍କୁଚିତ ହେବ । ଏହାର ଅର୍ଥ କିଛି ଅଞ୍ଚଳ AFSPAରୁ ବାଦ ପଡ଼ିବ ।
In a significant step, GoI under the decisive leadership of PM Shri @NarendraModi Ji has decided to reduce disturbed areas under Armed Forces Special Powers Act (AFSPA) in the states of Nagaland, Assam and Manipur after decades.
— Amit Shah (@AmitShah) March 31, 2022
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏ ସମ୍ପର୍କରେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି, “ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାରତ ସରକାର AFSPA ଅଧୀନରେ ଥିବା ନାଗାଲାଣ୍ଡ, ମଣିପୁର ଓ ଆସାମର ଉତ୍ତେଜନାପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ସଙ୍କୁଚିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।”
]]>Thanks to PM @NarendraModi Ji’s unwavering commitment, our North-Eastern region, which was neglected for decades is now witnessing a new era of peace, prosperity and unprecedented development.
— Amit Shah (@AmitShah) March 31, 2022
I congratulate the people of North East on this momentous occassion.
ମଣିପୁରରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ବଢିଲା ତତ୍ପରତା । ଆକ୍ରମଣ ଘଟଣା ନେଇ ସ୍ଥଳସେନା ମୁଖ୍ୟ ନର୍ଭାଣେଙ୍କୁ ଅବଗତ କରାଯାଇଛି । ଆତଙ୍କବାଦୀଙ୍କୁ କାବୁ କରିବା ନେଇ ଜୋରଦାର୍ ଅପରେସନ ଆରମ୍ଭ ହୋଇଛି । ମିଆଁମାର ସୀମାନ୍ତ ଉପରେ ସେନାବାହିନୀର କଡ଼ା ନଜର ରହିଛି । ଆକ୍ରମଣକାରୀ ଯେପରି ଖସି ନ ଯାଆନ୍ତି ତାହା ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଘଟଣାକୁ ଅନୁଧ୍ୟାନ କରୁଛନ୍ତି ସେନା ମୁଖ୍ୟାଳୟ ।
ତେବେ ମିଆମାଁର ସୀମାନ୍ତ ଚୁରାଚାନ୍ଦପୁର ଜିଲ୍ଲା ଏସ୍ ସେହକେନ୍ ଗାଁ ନିକଟରେ ହଠାତ ସେମାନଙ୍କ ଗାଡ଼ିକୁ ଟାର୍ଗେଟ୍ କରିଥିଲେ ଆତଙ୍କବାଦୀ । ପ୍ରଥମେ IED ବିସ୍ଫୋରଣ ପରେ ଅନ୍ଧାଧୂନ ଗୁଳିମାଡ଼ ହୋଇଥିଲା । ଫଳରେ କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ ଅନୁଜା, ପୁଅ ଅବିର ଓ ଡ୍ରାଇଭର ସମେତ ଅନ୍ୟ ୩ ଯବାନ ସେଇଠାରେ ହିଁ ଟଳି ପଡ଼ିଥିଲେ । ଆତଙ୍କବାଦୀଙ୍କ ଏ ଆମ୍ବୁସ ଆକ୍ରମଣରେ ଆଉ କିଛି ସୁରକ୍ଷାକର୍ମୀ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି ।
ଏ ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ଏଯାଏଁ ନିଜକୁ ଦାୟୀ କରି ନଥିଲେ ବି ଏହା ପଛରେ ମଣିପୁରର ପିପୁଲସ ଲିବରେସନ ଆର୍ମି PLAର ହାତ ଥିବା କୁହାଯାଉଛି । ସେପଟେ ମଣିପୁରରେ ଗତ କିଛି ଦଶନ୍ଧି ହେବ ସ୍ୱତନ୍ତ୍ର ଭୂଖଣ୍ଡ ଦାବି କରୁଥିବା ଦି ପିପୁଲ୍ସ ରିଭୋଲୁସନାରୀ ପାର୍ଟି ଅଫ୍ କଙ୍ଗଲେଇପାକ୍ ବା ପ୍ରିପାକ୍ ଗୋଷ୍ଠୀ ମଧ୍ୟ ଏ ନରସଂହାର କରିଥିବା ସନ୍ଦେହ କରାଯାଉଛି ।
ସେପଟେ ଆତଙ୍କୀଙ୍କୁ ଧରିବା ଲାଗି ଘଟଣାସ୍ଥଳରେ ଜାରି ରହିଛି ଜୋରଦାର ସର୍ଚ୍ଚ ଅପରେସନ । ସେହି ଅଞ୍ଚଳରେ ରାଜ୍ୟ ସୁରକ୍ଷା ବଳ ଓ ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ । ଏପଟେ ଘଟଣାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଡ଼ା ନିନ୍ଦା କରିବା ସହ ଷଡ଼ଯନ୍ତ୍ରକାରୀଙ୍କୁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ।
ଗଲା କିଛି ବର୍ଷ ଭିତରେ ମଣିପୁରରେ ଏହା ସବୁଠୁ ବଡ଼ ଆତଙ୍କବାଦୀ ହମଲା ବୋଲି କୁହାଯାଉଛି । ତେବେ ୟା ପୂର୍ବରୁ ଗତ ୨୦୧୫ରେ ଜୁନ୍ ୪ ତାରିଖରେ ମଣିପୁରର ଚାନ୍ଦେଲ୍ ଜିଲ୍ଲାରେ ଆର୍ମି ଡୋଗ୍ରା ରେଜିମେଣ୍ଟ ଯବାନଙ୍କ ଗାଡ଼ି ଉପରେ ଏକ ବଡ଼ ଧରଣର ହମଲା ହୋଇଥିଲା । UNLFW ଗୋଷ୍ଠୀର ଏ ଅତର୍କିତ ଆକ୍ରମଣରେ ୨୦ ଜଣ ଯବାନ ସହିଦ ହୋଇଥିଲେ । ମାତ୍ର ଏହାର ୫ ଦିନ ପରେ ଜୁନ୍ ୯ରେ ସେନା ପକ୍ଷରୁ ମିଆଁମାରରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇ ଆତଙ୍କୀ ଶିବିରକୁ ଧ୍ୱଂସ କରି ଦିଆଯାଇଥିଲା, ଯେଉଁଥିରେ ଅନେକ ଆତଙ୍କବାଦୀ ନିହତ ହୋଇଥିଲେ ।
]]>ଆସାମ ରାଇଫଲ ଯବାନଙ୍କ ଟ୍ରୁପ୍ ଯାଉଥିବା ବେଳେ ଆତଙ୍କବାଦୀମାନେ ହଠାତ୍ ଏହି ଆକ୍ରମଣ କରିଥିଲେ। ଘଟଣାକୁ ନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ ସ୍ପଷ୍ଟ କରିଛନ୍ତି। ଘଟଣା ପରେ ଆତଙ୍କବାଦୀଙ୍କୁ ଧରିବା ଲାଗି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି। ରିପୋର୍ଟ ଲେଖା ଯିବା ସୁଦ୍ଧା ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି।
Strongly condemn the cowardly attack on a convoy of 46 AR which has reportedly killed few personnel including the CO & his family at CCpur today. The State forces & Para military are already on their job to track down the militants. The perpetrators will be brought to justice.
— N.Biren Singh (@NBirenSingh) November 13, 2021
ସୂଚନାଥାଉ କି, ୨୦୧୫ରେ ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୨୦ ଜଣ ଯବାନ ସହିଦ ହୋଇଥିଲେ।
]]>
ରିଲ୍ର ଟୋନି ଷ୍ଟାର୍କଙ୍କ ଭଳି, ରିୟଲ୍ ଆଇରନ୍ ମ୍ୟାନ୍ ଶୁଟ୍ର ନିର୍ମାତା ନିଙ୍ଗୋମ୍ବାମ୍ ପ୍ରେମ୍। ବର୍ଜ୍ୟବସ୍ତୁରୁ ଆଇରନ୍ ମ୍ୟାନ୍ ଶୁଟ୍ ଓ ରୋବୋଟ୍ ତିଆରି କରୁଛନ୍ତି ପ୍ରେମ୍। ମଣିପୁର ଥୌବାଲ୍ ଜିଲ୍ଲା ହେଇରୋକ୍ ଗାଁର ପ୍ରେମ୍ ଖୁବ୍ ଗରିବ ପରିବାରର। ଛୋଟିଆ ଟିଣ ଛପର ଘର ଭିତରେ ତାଙ୍କର ସ୍ୱପ୍ନର ଦୁନିଆ। ଆଇରନ୍ ମ୍ୟାନ୍, ସ୍ପାଇଡର୍ ମ୍ୟାନ ଓ ଟର୍ମିନେଟର୍ ଆଦି ହଲିଉଡ୍ ଫିଲ୍ମ ଦେଖି ସେ ତିଆରି କରିବାକୁ ଚେଷ୍ଟା କରୁଛନ୍ତି ସେଭଳି ବିଭିନ୍ନ ଯାନ୍ତ୍ରିକ ଶୁଟ୍, ଯନ୍ତ୍ର ମାନବ ଓ ଅନ୍ୟାନ୍ୟ ରୋବଟ୍ କାର୍ଡବୋର୍ଡ, ଇଲେକ୍ଟ୍ରୋନିକ୍ସ ଖେଳଣାର ଯନ୍ତ୍ରାଂଶ। ଏସବୁ ଯନ୍ତ୍ରକୁ ଓ କାଗଜରେ ଅଙ୍କିତ ଡିଜାଇନ୍କୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
୨୦ ବର୍ଷୀୟ ପ୍ରେମ୍ ଜଣେ ଚିତ୍ରଶିଳ୍ପୀ ହେଲେ ବି ଇଞ୍ଜିନିୟରିଂ ବା ରୋବୋଟିକ୍ସ କ୍ଷେତ୍ରରେ ସେ ଆଦୌ କୌଣସି ବିଧିବଦ୍ଧ ଟ୍ରେନିଂ ନେଇ ନାହାନ୍ତି। ଆର୍ଥିକ ଦୃଷ୍ଟିରୁ ସେଭଳି ଟ୍ରେନିଂ ନେବା ତାଙ୍କ ପକ୍ଷରେ ସମ୍ଭବ ବି ନୁହେଁ। ତାଙ୍କ ବାପା ମାଆ ପରସ୍ପରଠୁ ଅଲଗା ରହୁଥିବା ବେଳେ, ପ୍ରେମ୍ ତାଙ୍କ ମାଆଙ୍କ ପାଖରେ ରହୁଛନ୍ତି। ପ୍ରେମ୍ଙ୍କ ମାଆ ରାସେଶ୍ୱରୀ ଦେବୀ ଏଇ ଛୋଟିଆ ଜଳଖିଆ ଦୋକାନରୁ ଯେତିକି ରୋଜଗାର କରନ୍ତି ପେଟ ପୋଷିବାକୁ ନିଅଣ୍ଟ। ତେଣୁ ପୁଅର ସଉକ୍ ଓ ସ୍ୱପ୍ନ ପୂରଣ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ପ୍ରେମ୍ ମଧ୍ୟ କେବେ ମାଆଙ୍କ ଉପରେ ବୋଝ ହେବାକୁ ଚାହିଁ ନାହାନ୍ତି। ଦିନବେଳା ସେ ହୋଟେଲରେ ମାଆାଙ୍କୁ ସାହାଯ୍ୟ କରନ୍ତି ଓ ରାତିରେ ଏଭଳି ବିସ୍ମୟକର ଯନ୍ତ୍ର ସବୁ ତିଆରି କରନ୍ତି। ସେ ୨୦୧୫ ମସିହା ଠାରୁ ଏକାଧିକ ଆଇରନ୍ ମ୍ୟାନ୍ ହେଲ୍ମେଟ୍, ଶୁଟ୍, ସ୍ପାଇଡର୍ ମ୍ୟାନ୍ ଭଳି ଟେକ୍ନୋଲୋଜି, ରୋବୋଟିକ୍ ଆର୍ମ ଇତ୍ୟାଦି ତିଆରି କରିଛନ୍ତି।
ପ୍ରେମ୍ ନିଜ ପାଇଁ ଓ ସାନ ଭାଇ ପାଇଁ ତିଆରି କରିଛନ୍ତି ଗୋଟିଏ ଲେଖାଏ ଆଇରନ୍ ମ୍ୟାନ୍ ଶୁଟ୍। ଏହାକୁ ପିନ୍ଧି ଘରୁ ବାହାରିଲେ ଲୋକେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେବା ସହ, ସେଲ୍ଫି ବି ନେଉଛନ୍ତି। ହେଲେ ଜାତୀୟ ଗଣମାଧ୍ୟମରେ ପ୍ରେମ୍ଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେବା ପଛରେ ରହିଛି ଦେଶର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରାଙ୍କ ଏକ ଟ୍ୱିଟ୍ରର ଭୂମିକା। ରିୟଲ୍ରେ ଆଇରନ୍ ମ୍ୟାନ୍ କୁହାଯାଉଥିବା ପ୍ରେମ୍ ଓ ତାଙ୍କ ଭାଇଭଉଣୀଙ୍କ ପାଠପଢ଼ା ପାଇଁ ସହାୟତା କରିପାରିଲେ ଆନନ୍ଦିତ ହେବି ବୋଲି କହି, ତାଙ୍କ ଯୋଗଯୋଗ ଠିକଣା ମାଗିଥିଲେ ଆନନ୍ଦ। ଏହାପରେ ତାଙ୍କୁ ମିଳିଯାଇଥିଲା ଏହି ରିୟଲ୍ ଆଇରନ୍ ମ୍ୟାନ୍ଙ୍କ ପରିଚୟ ଓ ଠିକଣା। ଆନନ୍ଦଙ୍କ ଟ୍ୱିଟ୍ ପରେ ଇମ୍ଫାଲରେ ଥିବା ତାଙ୍କ କମ୍ପାନୀ ପକ୍ଷରୁ ପ୍ରେମ୍ ଓ ତାଙ୍କ ପରିବାରକୁ ଦେଖାକରି ସୁବିଧାଅସୁବିଧା ସମ୍ପର୍କରେ ବୁଝା ଯାଇଥିଲା। ଏହାପରେ ତାଙ୍କର ଓ ତାଙ୍କ ଭାଉଭଉଣୀଙ୍କ ପାଠପଢ଼ା ଓ କ୍ୟାରିୟର୍ ଆଗେଇନେବା ଦିଗରେ ସହଯୋଗ କରିବେ ବୋଲି ଆନନ୍ଦ ମହିନ୍ଦ୍ରା ପ୍ରତିଶ୍ରୁତି ଦେଇଛନ୍ତି।
]]>କମ୍ପାନୀର ଟ୍ୱିଟ୍ରେ ଲେଖାଯାଇଛି, 'ପ୍ରେମଙ୍କ ଉଚ୍ଚାଭିଳାଷ ଏବଂ ପ୍ରତିଭାରୁ ଆମେ ଆଶ୍ଚର୍ଯ୍ୟ ଅଛୁ ' । ଏହାସହ ସେମାନେ ଯୁବକଟିର କିଛି କଳାକୃତିର ଫଟୋ ମଧ୍ୟ ସେୟାର କରି କହିଛନ୍ତି, ଆମେ କେହି କେବେ ହେଲେ ମଧ୍ୟ ଆବର୍ଜନାରୁ ନୂଆ ଜିନିଷର ବାହାରକରି ନାହୁଁ । ହେଲେ ପ୍ରେମ୍ କବାଡିଆ ଓ ଆବର୍ଜନା ଆଦିରୁ ଏଭଳି ନିଆରା କଳାକୃତି ତିଆରି କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ମହିନ୍ଦ୍ରା ଗ୍ରୁପ୍ର ଚିପ୍ ଡିଜାଇନର ଅଫିସର ପ୍ରେମ୍ର କ୍ୟାରିଅର୍ରେ ସାହାଯ୍ୟ କରିବେ ।ତେଣୁ ମହିନ୍ଦ୍ରା ଫାଉଣ୍ଡେସନର ମୁଖ୍ୟ ପ୍ରେମ୍ ଓ ତାଙ୍କ ଭାଇ ଭଉଣୀଙ୍କ ଶିକ୍ଷା ନିମନ୍ତେ ସହାୟତା କରିବା ନେଇ ନିଶ୍ଚିତ କରିବେ ।
I am awestruck & inspired by Prem’s ambition & skills that have flowered despite—not because of—his circumstances. Many of us from privileged backgrounds never appreciated enough the resources we were given. But Prem uses scrap material & basic tools to shape his creations (2/3) pic.twitter.com/YGCjyooCpv
— anand mahindra (@anandmahindra) September 30, 2021
ମହିନ୍ଦ୍ରା କମ୍ପାନୀ ପକ୍ଷରୁ କରାଯାଇଥିବା ଟ୍ୱୁଇଟ୍ ଦ୍ୱାରା ଜଣାପଡିଛି ଯେ, କମ୍ପାନୀର ଅନେକ ବଡ଼ ସଦସ୍ୟମାନେ ପ୍ରେମର ଘରକୁ ଯାଇଥିଲେ । ଗତ ସେପ୍ଟେମ୍ୱର ୨୦ରେ ମହିନ୍ଦ୍ରା କମ୍ପାନୀ ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଥିଲା । ଯେଉଁଥିରେ ଯେଉଁଥିରେ ଯୁବକ ଜଣକ ଜଙ୍କ୍ରେ ତିଆରି ଏକ ସୁଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହି ସୁଟ୍ଟି ମାର୍ବଲ ଫିଲ୍ମର ଏବ ଲୋକପ୍ରିୟ ତଥା ସୁପରିଚିତ ଆଇରନ୍ ମ୍ୟାନ୍ ପରି ଦେଖାଯାଉଥିଲା । ପ୍ରେମ୍ ସେହି ସୁଟ୍ଟିର ଶରୀରକୁ କାର୍ଡବୋର୍ଡ ଓ ଅଦରକାରୀ ଜିନିଷରୁ ତିଆରି କରିଥିଲେ । ସବୁଠୁ ଗୁରୁତ୍ୱର କଥା ହେଉଛି ସୁଟ୍ଟି ରିମୋଟ(ରିମୋର୍ଟ କଣ୍ଟ୍ରୋଲିଂ) ମାଧ୍ୟମରେ ଚାଲିପାରୁଥିଲା ।
ଆଇରନ୍ ମ୍ୟାନ୍ର ଚଳଚିତ୍ରରେ ଏହି ଟନି ଷ୍ଟାର୍କ ଚରିତ୍ରକୁ ହଲିଉଡର ଅଭିନେତା ରୋବର୍ଟ ଡାଉନି ଜୁନିୟର ଅଭିନୟ କରିଥିଲେ । ସେ ଲେଖିଛନ୍ତି, 'ଟନି ଷ୍ଟାର୍କରୁ ଆଗକୁ ବଢି ପ୍ରକୃତ ଆଇରନ୍ ମ୍ୟାନ୍ ପାଇଁ ରାସ୍ତା ପ୍ରସ୍ତୁତ କରନ୍ତୁ । ପ୍ରେମ୍ ଏବଂ ତାଙ୍କ ଭାଇ ଓ ଭଉଣୀଙ୍କ ଶିକ୍ଷାରେ ସହଯୋଗ କରିବା ମୋ ପାଇଁ ଏକ ସୌଭାଗ୍ୟର ବିଷୟ ହେବ ।ଯଦି କେହି ମୋ ସହ ଯୋଗାଯୋଗ କରିବେ, ତେବେ ସେମାନଙ୍କୁ ସାହାଯ୍ୟ କରିବା ମୋ ପାଇଁ ଅତି ଖାସ୍ ହେବ । ଟ୍ୱିଟରେ ଭିଡିଓ ପଠାଇଥିବାରୁ ସେ ଫିଲ୍ମ ଅଭିନେତା ଜାଭେଦ୍ ଜାଫ୍ରେଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ଏମିତି ଥିଲା ପୁରା ଘଟଣା –
ଖୋମଦାନ ସିଂହ ନାମକ ଜଣେ ବ୍ୟକ୍ତି ୧୯୭୮ମସିହାରେ ଇମ୍ଫାଲରୁ ନିଜ ଘରକୁ ଫେରୁଥିଲେ। କୌଣସି କାରଣ ବଶତଃ ସେ ନିଖୋଜ ହୋଇଯାଇଥିଲେ। ସେତେବେଳେ ତାଙ୍କ ବୟସ ଥିଲା ୨୬ ବର୍ଷ। ଦୀର୍ଘ ୪୦ ବର୍ଷ ଧରି ସେ ନିଖୋଜ ଥିଲେ। ପରିବାର ଲୋକ ଅନେକ ଖୋଜାଖୋଜି କରି ବିଫଳ ହୋଇଥିଲେ।
ହେଲେ ବହୁଦିନ ପରେ ଖୋମଦାନ ସିଂହଙ୍କ ପତ୍ତା ମିଳିଥିଲା ଏକ ୟୁଟ୍ୟୁବ୍ ଭିଡ଼ିଓ ସହାୟତାରେ। ଘଟଣାଟି ଏମିତି ଥିଲା କି , ମୁମ୍ୱାଇର ଫିରୋଜ ସାକିର ନାମକ ଜଣେ ଫଟୋଗ୍ରାଫର ଖୋମଦାନଙ୍କୁ ମୁମ୍ୱାଇ ରାସ୍ତାରେ ବୁଲୁଥିବାର ଦେଖିଥିଲେ। ଖୋମଦାନ ହିନ୍ଦୀ ଗୀତ ଗାଇ ଲୋକଙ୍କ ଠାରୁ ପଇସା ମାଗୁଥିଲେ। ଫଟୋଗ୍ରାଫର ଫିରୋଜକୁ ଖୁବ୍ ଆକର୍ଷିତ କରିଥିଲା ଏ ଲୋକର ଗୀତ। ସେ ସଙ୍ଗେ ସଙ୍ଗେ ତାଙ୍କର ଗୀତ ଗାଉଥିବାର ଦୃଶ୍ୟକୁ ରେକର୍ଡ କରି ୟୁଟ୍ୟୁବ୍ରେ ଅପଲୋଡ୍ କରିଦେଇଥିଲେ। ଆଉ ଏହି ରେକର୍ଡ ଭିଡ଼ିଓଟି ଖୁବ୍ ଭାଇରାଲ୍ ହୋଇଥିଲା।
ଖୋମଦାନ ସିଂହଙ୍କ ଜଣେ ପଡୋଶୀ ଏହି ଭିଡ଼ିଓଟିକୁ ୟୁଟ୍ୟୁବ୍ରୁ ଦେଖି ଖୋମଦାନ ସିଂହଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ତୁରନ୍ତ ପୋଲିସ୍ଙ୍କୁ ସୂଚନା ଦେଇଥିଲେ। ଏହାପରେ ବାନ୍ଦ୍ରା ରେଳ ଷ୍ଟେସନରୁ ଖୋମଦାନ ସିଂହଙ୍କୁ ଉଦ୍ଧାର କରିଥିଲେ ପୋଲିସ୍। ବହୁ ବର୍ଷ ପରେ ନିଜ ପରିବାରକୁ ପାଖରେ ପାଇ ବହୁତ ଖୁସି ହେବା ସହ ୟୁଟ୍ୟୁବ୍କୁ ଧନ୍ୟବାଦ ଦେଇଛନ୍ତି ଖୋମଦାନ ସିଂହ।
(ସୌଜନ୍ୟ : .ndtv.com)
]]>