ଭୁବନେଶ୍ୱର ଜିଆରପି ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ତଦନ୍ତ ଆଗକୁ ବଢ଼ାଇଛି। ଅନ୍ୟପକ୍ଷରେ, ଆଦିତ୍ୟଙ୍କ ସଂଗଠନର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି GRP ତଦନ୍ତ ଆରମ୍ଭ କରିଛି।
ଜବତ ହୋଇଥିବା ଆଦିତ୍ୟଙ୍କ ଡାଏରୀରେ ଡୋନେସନ୍ ବାବଦରେ ମିଳିଥିବା ଅର୍ଥ ଖର୍ଚ୍ଚର ଖୋଳତାଡ଼ ଆରମ୍ଭ ହୋଇଛି। ଏହାସହ ଆଦିତ୍ୟ ଓ ତାଙ୍କ ପତ୍ନୀଙ୍କ ମୋବାଇଲ୍କୁ ପୁଲିସ୍ ଜବତ କରି କଲ୍ ଡିଟେଲସ୍ ଯାଞ୍ଚ କରୁଛି।
ଅନ୍ୟପକ୍ଷରେ ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ ଭାଇରାଲ୍ ହୋଇଛି। ଯେଉଁଥିରେ ତାଙ୍କର କିଛି ରୋଚକ ଭରା ଧାଡ଼ିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହ ସୁଇସାଇଡ୍ ନୋଟ୍ରେ ଲେଖା ହୋଇଛି, ଏ ଦେଶର ଯୁବକ ସରକାରଙ୍କ ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁ କ୍ଷେତ୍ରରେ ଶକ୍ତିଶାଳୀ କର, ନଚେତ୍ ବଞ୍ଚିବା ମୁସ୍କିଲ କରିଦେବେ। ଓଡ଼ିଶାରୁ ମଦ ହଟିଲେ ମୋ ଆତ୍ମାକୁ ଚିର ଶାନ୍ତି ମିଳିବ ବୋଲି ସୁଇସାଇଡ୍ ନୋଟ୍ରେ ଲେଖା ହୋଇଛି। ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି।
୪ ପୃଷ୍ଠାର ଏହି ସୁଇସାଇଡ୍ ନୋଟ୍ରେ ଆଦିତ୍ୟ ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନାହାନ୍ତି। ତେବେ ଦେଶ ପାଇଁ କିଛି କରିବାର ଇଚ୍ଛା, ଇଚ୍ଛାରେ ହିଁ ରହିଗଲା ଏବଂ ସରକାରଙ୍କ ସହ ପଙ୍ଗା ନେବା ପୂର୍ବରୁ ନିଜକୁ ଷ୍ଟ୍ରଙ୍ଗ କରି ଗଢ଼ି ତୋଳିବାକୁ ମାନବପ୍ରେମୀ ଆଦିତ୍ୟ ଯୁବବର୍ଗଙ୍କୁ ତାଙ୍କ ସୁଇସାଇଡାଲ ନୋଟରେ ପରାମର୍ଶ ଦେଇଛନ୍ତି। ନିଜ ଡାଏରୀରେ ଲେଖିଥିବା ସୁଇସାଇଡାଲ୍ ନୋଟ୍ ପତ୍ନୀ ଶ୍ରୀଙ୍କୁ ସେ ବେଶ୍ ଭଲ ପାଆନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏହାସହ ବୃଦ୍ଧାଶ୍ରମ ଆଗକୁ କେମିତି ଚାଲିବ, ନିଜ ବାପା ମାଙ୍କ ଦାୟିତ୍ୱ ନେବା ପାଇଁ ପପୁ ଓ ବିକାଶ ନାମକ ଦୁଇ ଜଣଙ୍କ ଉପରେ ଦାୟିତ୍ୱ ଛାଡ଼ିଥିବା ସୁଇସାଇଡ୍ ନୋଟରୁ ସୂଚନା ମିଳିଛି।
]]>ଆହୁରି ମଧ୍ୟ ପଢ଼ନ୍ତୁ: ଖୋଲିଲା ମାନବପ୍ରେମୀଙ୍କ ମୃତ୍ୟୁ ରହସ୍ୟ
ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କର ଜଣେ ସମ୍ପର୍କୀୟ ଅଭିଯୋଗ ଆଣି କହିଛନ୍ତି, “ମଦ ବିରୋଧୀ ଅଭିଯାନ ଆରମ୍ଭ କରିବା ପରେ ମୋ ଭାଇ(ଆଦିତ୍ୟ) ଡିପ୍ରେସନ୍ରେ ଥିଲେ। କାହିଁକି ନା ଏହି ଅଭିଯାନ ଆରମ୍ଭ ହେବା ପରଠୁ ତାଙ୍କ ନିକଟକୁ ଧମକ ପୂର୍ଣ୍ଣ ଫୋନ୍ କଲ୍ ଆସୁଥିଲା। ଖାଲି ତାଙ୍କୁ ନୁହେଁ ମୋତେ ମଧ୍ୟ ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଥିଲା। ମୋ ଭାଇକୁ ଉଡେଇ ଦେବେ ବୋଲି ଧମକ ଦିଆଯାଇଥିଲା।”
ଆଦିତ୍ୟଙ୍କ ଏକ ଡାଏରୀ ମିଳିଛି। ଏହି ଡାଏରୀରେ ଅନେକ କଥା ଲେଖା ହୋଇଛି। ‘ସରକାରଙ୍କ ବିରୁଦ୍ଧରେ କେବେ ଯିବେ ନାହିଁ। ଆଉ ଯଦି ସରକାରଙ୍କ ବିରୁଦ୍ଧରେ ଆପଣ ଯାଉଛନ୍ତି, ତେବେ ସେଭଳି ସମ୍ବଳ ଥିବା ଦରକାର। ଖାଲି ସମ୍ବଳ ନୁହେଁ ଷ୍ଟ୍ରଙ୍ଗ୍ ହେବା ମଧ୍ୟ ଦରକାର। ତା’ପରେ ଯାଇ ସରକାରଙ୍କ ବିରୁଦ୍ଧରେ ଯିବ। ନ ହେଲେ ସରକାର କେବେବି ଶାନ୍ତିରେ ରଖେଇ ଦେବେ ନାହିଁ।” ମିଳିଥିବା ଏହି ଡାଏରୀରେ ଆଦିତ୍ୟ ଏଭଳି କିଛି ଲେଖିଥିବା ତାଙ୍କର ସମ୍ପର୍କୀୟ ଭାଇ କହିଛନ୍ତି। ଏଥିସହ ଆଦିତ୍ୟ କେବେ ଆତ୍ମହତ୍ୟା କରି ନ ଥିବେ ବୋଲି ସେ କହିଛନ୍ତି।
ଏବେ ରହସ୍ୟ ଘେରରେ ଆଦିତ୍ୟ ଦାସଙ୍କ ମୃତ୍ୟୁ। କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ ନେଇ ସସ୍ପେନ୍ସ ଲାଗି ରହିଛି। ଆତ୍ମହତ୍ୟା ବିରୋଧରେ ସୋସିଆଲ ମିଡିଆରେ ମୋଟିଭେସ୍ନାଲ୍ ସ୍ପିଚ୍ ଦେଉଥିବା ଆଦିତ୍ୟ ଏତେ ଶୀଘ୍ର ଚାଲିଯିବେ ବୋଲି ତାଙ୍କ ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଆଦିତ୍ୟଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ବୋଲି ତାଙ୍କ ପ୍ରଶଂସକମାନେ ସନ୍ଦେହ କରୁଛନ୍ତି। ତେଣୁ ଆଦିତ୍ୟଙ୍କ ମୃତ୍ୟୁର ସଠିକ୍ ତଦନ୍ତ କରିବା ପାଇଁ ତାଙ୍କ ସୋସିଆଲ୍ ମିଡିଆର ପ୍ରଶଂସକମାନେ ଦାବି କରିଛନ୍ତି। କାହିଁକି ନା ତାଙ୍କ ମୃତ୍ୟୁକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଛି ବୋଲି ପ୍ରଶଂସକମାନେ କହିଛନ୍ତି।
https://youtu.be/GYL0Voz3iko
ଆହୁରି ମଧ୍ୟ ପଢ଼ନ୍ତୁ: ରହସ୍ୟ ଘେରରେ ମୋଟିଭେସ୍ନାଲ୍ ସ୍ପିକର ଆଦିତ୍ୟ ଦାସଙ୍କ ମୃତ୍ୟୁ, ଥାନାରେ ହେଲା ଅଭିଯୋଗ
]]>ଆତ୍ମହତ୍ୟା ବିରୋଧରେ ସୋସିଆଲ ମିଡିଆରେ ମୋଟିଭେସ୍ନାଲ୍ ସ୍ପିଚ୍ ଦେଉଥିବା ଆଦିତ୍ୟ ଏତେ ଶୀଘ୍ର ଚାଲିଯିବେ ବୋଲି ତାଙ୍କ ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି।
ଆଦିତ୍ୟଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ବୋଲି ତାଙ୍କ ପ୍ରଶଂସକମାନେ ସନ୍ଦେହ କରୁଛନ୍ତି। ତେଣୁ ଆଦିତ୍ୟଙ୍କ ମୃତ୍ୟୁର ସଠିକ୍ ତଦନ୍ତ କରିବା ପାଇଁ ତାଙ୍କ ସୋସିଆଲ୍ ମିଡିଆର ପ୍ରଶଂସକମାନେ ଦାବି କରିଛନ୍ତି। କାହିଁକି ନା ତାଙ୍କ ମୃତ୍ୟୁକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଛି ବୋଲି ପ୍ରଶଂସକମାନେ କହିଛନ୍ତି।
ମୃତ୍ୟୁ ପୂର୍ବରୁ ସୋମବାର ସନ୍ଧ୍ୟା ୭ଟା ୧୪ମିନିଟ୍ରେ ସେ ଫେସ୍ବୁକ୍ରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ” ମୃତ୍ୟୁ ଯେତେବେଳେ ଆସେ ବହୁତ ଧୀର ଧୀରେ ଆସେ, କେହି ଜାଣିପାରନ୍ତି ନାହିଁ।” ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ସେହିପରି ତାଙ୍କ ହ୍ୱାଟ୍ସଆପ୍ last seenକୁ ନେଇ ମଧ୍ୟ ଆହୁରି ଅଧିକ ସସ୍ପେନ୍ସ ସୃଷ୍ଟି ହୋଇଛି। ଆଦିତ୍ୟଙ୍କ ହ୍ୱାଟ୍ସଆପ୍ last seen ସୋମବାର ରାତି ୧୧ଟା ୪୦ ମିନିଟ୍ରେ ଥିଲା ବୋଲି ଦାବି କରାଯାଉଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆଦିତ୍ୟ ମୋବାଇଲ୍କୁ ଫ୍ରିଜ୍ରେ ରଖି ରାଗିକି ଘରୁ ସୋମବାର ସନ୍ଧ୍ୟାରେ ଚାଲି ଯାଇଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି। ଯଦି ସେ ମୋବାଇଲ୍ ଘରେ ରଖି ସନ୍ଧ୍ୟା ବେଳୁ ଚାଲି ଯାଇଥିଲେ ତେବେ ଯେଉଁ ଦାବି ହେଉଛି ତାଙ୍କ ହ୍ୱାଟ୍ସଆପ୍ last seen ସୋମବାର ରାତି ୧୧ଟା ୪୦ ମିନିଟ୍ରେ ଥିଲା, ତା’ହେଲେ ଏହା କେମିତି ସମ୍ଭବ ବୋଲି ତାଙ୍କ ପ୍ରଶଂସକମାନେ ପ୍ରଶ୍ନ କରିଛନ୍ତି। କିଏ ତାଙ୍କ ମୋବାଇଲ୍କୁ ଅପରେଟ୍ କରୁଥିଲା ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ଏ ସବୁ ଘଟଣାକୁ ନେଇ ଏବେ ରହସ୍ୟ ଘେରରେ ଆଦିତ୍ୟଙ୍କ ମୃତ୍ୟୁ।
ସୂଚନାଥାଉ କି, ଗତକାଲି ଲିଙ୍ଗରାଜ ଷ୍ଟେସନ୍ ରେଳ ଲାଇନ୍ କଡ଼ରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର କରଯାଇଥିଲା। ସୁନ୍ଦରପଦାରେ ଆଦିତ୍ୟଙ୍କ ଗୋଟିଏ ବୃଦ୍ଧାଶ୍ରମ କରିଥିବାବେଳେ ପିପୁଲ ଫର୍ ସେବା ନାଁରେ ଗୋଟିଏ ସଂଗଠନ କରିଥିଲେ। ସୋସିଆଲ୍ ମିଡିଆରେ ଆଦିତ୍ୟଙ୍କ ଶତାଧିକ ଫଲୋଅର୍ସ ଅଛନ୍ତି।
ଆଦିତ୍ୟ ସମାଜ ସେବା ସହିତ ପ୍ରେରଣାଦାୟକ ବକ୍ତା( ମୋଟିଭେସନାଲ ସ୍ପିକର) ଥିଲେ। ମାନସିକ ଅବସାଦରୁ କେମିତି ଦୂରେଇ ରହିବେ, ସନେଇ ଅନେକ ଥର ଭିଡିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ସେ। ଏମିତିକି ବଲିଉଡ୍ ଷ୍ଟାର୍ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ମଧ୍ୟ ସେ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। ଆତ୍ମହତ୍ୟା ସମସ୍ୟାର ବିକଳ୍ପ ନୁହେଁ ବୋଲି ସେ ଫେସ୍ବୁକ୍ରେ ପୋଷ୍ଟ କରିଥିଲେ।
ଆହୁରି ମଧ୍ୟ ପଢ଼ନ୍ତୁ: ‘ସକାଳେ ଏତେ ଭଲ ପାଇଲେ, ସନ୍ଧ୍ୟାରେ ଘରୁ ଚାଲିଯିବାକୁ କହିଲେ’
]]>