ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ସ୍ଥାନ ଛାଡ଼ି ପଳାଇଥିଲା । ପୋଲିସର ସୂଚନାନୁସାରେ ଅଭିଯୁକ୍ତ ଗାଜିଆବାଦର କୌଶମ୍ବା ମେଟ୍ରୋ ଷ୍ଟେସନରୁ ଡେଇଁ ଆତ୍ମହତ୍ୟା କରିଛି । ତେବେ ଅଭିଯୁକ୍ତ ଜଣକ ହେଲେ ୩୦ ବର୍ଷୀୟ ଗୌରବ ଶର୍ମା । ପତ୍ନୀଙ୍କ ଗଳା କାଟି ହତ୍ୟା କରିବା ପରେ ପଥରରେ ମୁଣ୍ତକୁ ଛେଚି ଦେଇଥିଲା ।
ପରେ ପରେ ନିଜର ଦୁଇ ବର୍ଷର ଛୋଟ ପୁଅର ମୁଣ୍ତକୁ ପଥରରେ ଛେଚିଥିବା ପୋଲିସ ସୂତ୍ରରୁ ପ୍ରକାଶ । କିଛି ବର୍ଷ ପୂର୍ବେ ଲକ୍ଷ୍ମୀ ରାୱତଙ୍କ ସହ ଗୌରବ ଶର୍ମାଙ୍କର ବିବାହ ହୋଇଥିଲା । ପରେ ତାଙ୍କର ପୁଅଟିଏ ମଧ୍ୟ ହୋଇଥିଲା । ଘଟଣା ଦିନ ପଡ଼ୋଶୀଙ୍କର ସନ୍ଦେହ ହେବାରୁ ସେମାନେ ପୋଲିସକୁ ସୂଚନା ଦେଇଥିଲେ ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା । ପରେ ପୋଲିସ କବାଟ ଭାଙ୍ଗି ମହିଳାଙ୍କ ମୃତଦେହ ସମେତ ଶିଶୁକୁ ଉଦ୍ଧାର କରିଥିଲା । ମୃତ ମହିଳାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଟଏଲେଟରୁ ମିଳିଛି ବୋଲି ପୋଲିସ କହିଛି । ତେବେ ଆହତ ଶିଶୁକୁ ତୁରନ୍ତ ହସ୍ପିଟାଲକୁ ପଠାଇ ଦିଆ ଯାଇଛି । ପରେ ଅବସ୍ଥା ଗୁରୁତର ହେବାରୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ପଠାଇ ଦିଆ ଯାଇଛି । ମହିଳାଙ୍କ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରି ଦିଆଯାଇଛି ।
ଲକ୍ଷ୍ମୀ ରାୱତ୍ ଆଗ୍ରାର ବାସିନ୍ଦା ଥିଲେ । ତେବେ ସେ ତାଙ୍କ ସ୍ୱାମୀ ଗୌରବଙ୍କ ସହ ଗୁରୁଗ୍ରାମରେ ରହୁଥିଲେ । ଗୌରବ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ବୋଲି ପୋଲିସ କହିଛି । କିନ୍ତୁ କିଛିଦିନ ହେବ ସେ ଚାକିରୀ ଛାଡ଼ି ଦେଇଥିଲେ । ଏନେଇ ଦମ୍ପତ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିଲା । ଏଣୁ ଏହାକୁ ନେଇ ପତ୍ନୀଙ୍କୁ ଗୌରବ ହତ୍ୟା କରି ଥାଇପାରେ ବୋଲି ପୋଲିସ କହିଛି । ଅନ୍ୟପଟେ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି ।
]]>ସୂଚନା ମୁତାବକ ବ୍ୟକ୍ତି ଜଣକ ଗତକାଲି ଜଣେ ପଡ଼ୋଶୀଙ୍କ ଘର ସାମ୍ନାରେ ଜୋତା ରଖିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ପରେ ପଡ଼ୋଶୀ ଦମ୍ପତି ବ୍ୟକ୍ତି ଜଣକଙ୍କ ସହ ଖୁବ୍ ଜୋର୍ରେ ପାଟି କରିବା ସହ ଏକ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ବ୍ୟକ୍ତି ଜଣକ ଆହତ ହୋଇଥିଲେ ।
ମହାରାଷ୍ଟ୍ରର ଥାନେ ଥାନା ଅଧିନସ୍ଥ ନୟାନଗରରେ ଏଭଳି ଘଟଣା ଘଟିଛି । ଯେଉଁଠି ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଚପଲ ରଖିବାକୁ ନେଇ ବିବାଦ ଉପୁଜିବା ପରେ ଘଟଣା ଉଗ୍ରରୂପ ଧାରଣ କରିଛି । ଜଣେ ଆଉ ଜଣକ ଘର ସାମ୍ନାରେ ସ୍ଲିପର ରଖିବାକୁ ନେଇ ଗତକାଲି ରାତିରେ ଛୁରାମାଡ଼ ହୋଇଛି ।
ଏଥିରେ ଅଫସର୍ ଖର୍ତି ନାମକ ବ୍ୟକ୍ତିଙ୍କୁ ପଡ଼ୋଶୀ ଦମ୍ପତି ଆକ୍ରମଣ କରିଥିଲେ । ଛୁରୀ ମାଡ଼ରେ ଗୁରୁତର ଆହତ ହୋଇଥିବା ଅଫସର୍ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଛି ।
ଘଟଣାକୁ ନେଇ ଥାନେ ପୋଲିସ ବର୍ତ୍ତମାନ ତଦନ୍ତ ଚଳାଇଛି । ଅଭିଯୁକ୍ତଙ୍କୁ ଏନେଇ ଅଟକ ରଖିବା ସହ ପଚରାଉଚରା କରୁଛି । କାହିଁକି ଏପରି କାଣ୍ଡ ଘଟିଲା ସେନେଇ ତଦନ୍ତ ଜାରି ରହିଛି ।
]]>ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
]]>