ପରିବାର ଲୋକେ ଓ ଆତ୍ମୀୟ ସ୍ୱଜନ ଆସମାନଙ୍କୁ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ମିଳିନଥିଲା। ତେବେ ହାଇଦ୍ରାବାଦରୁ ଇଂରାଜୀ, ହିନ୍ଦୀ ଓ ତେଲଗୁ ଭାଷାରେ ଚିଠିଟି କୁମ୍ଭାରପଡ଼ା ଘର ଠିକଣାରେ ପହଞ୍ଚିଥିଲା। ଉକ୍ତ ଚିଠିରେ ଆସମାନଙ୍କ ମୋବାଇଲ ନମ୍ବର ଲେଖା ଯାଇଥିଲା।
ଚିଠି ପଢ଼ିବା ପରେ ସେଥିରେ ଆସମାନଙ୍କ ବିଷୟରେ ଲେଖାଯାଇଥିବା ଜାଣିପାରି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପରେ ଚିଠିରେ ଲେଖାଯାଇଥିବା ଫୋନ୍ ନମ୍ବରରେ ପରିବାର ଲୋକେ କଥା ହୋଇ ଆସମାନଙ୍କୁ ଗାଁକୁ ଫେରିଆସିବା ପାଇଁ ପରାମର୍ଶ ଦେଇଥିଲେ।
ସୂଚନାଥାଉ କି, ଆସମାନ ଗାଁରୁ ଯାଇ ହାଇଦ୍ରାବାଦର ଏକ ଟେଣ୍ଟ୍ ହାଉସ୍ ମାଲିକଙ୍କ ନିକଟରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ। ସବୁବେଳେ ପରିବାର ଲୋକଙ୍କ କଥା ମନେ ପକାଇ ଆସମାନ ଝୁରୁ ଥିଲେ। ଏହା ଜାଣିପାରି ଟେଣ୍ଟ୍ ହାଉସ୍ ମାଲିକଙ୍କ ଝିଅ ତାଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଦୀର୍ଘ ୨୪ ବର୍ଷ ପରେ ଆସମାନ ଘରକୁ ଫେରିବା ପରେ ପରିବାର ଓ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି।
]]>ଏମିତି ଥିଲା ପୁରା ଘଟଣା –
ଖୋମଦାନ ସିଂହ ନାମକ ଜଣେ ବ୍ୟକ୍ତି ୧୯୭୮ମସିହାରେ ଇମ୍ଫାଲରୁ ନିଜ ଘରକୁ ଫେରୁଥିଲେ। କୌଣସି କାରଣ ବଶତଃ ସେ ନିଖୋଜ ହୋଇଯାଇଥିଲେ। ସେତେବେଳେ ତାଙ୍କ ବୟସ ଥିଲା ୨୬ ବର୍ଷ। ଦୀର୍ଘ ୪୦ ବର୍ଷ ଧରି ସେ ନିଖୋଜ ଥିଲେ। ପରିବାର ଲୋକ ଅନେକ ଖୋଜାଖୋଜି କରି ବିଫଳ ହୋଇଥିଲେ।
ହେଲେ ବହୁଦିନ ପରେ ଖୋମଦାନ ସିଂହଙ୍କ ପତ୍ତା ମିଳିଥିଲା ଏକ ୟୁଟ୍ୟୁବ୍ ଭିଡ଼ିଓ ସହାୟତାରେ। ଘଟଣାଟି ଏମିତି ଥିଲା କି , ମୁମ୍ୱାଇର ଫିରୋଜ ସାକିର ନାମକ ଜଣେ ଫଟୋଗ୍ରାଫର ଖୋମଦାନଙ୍କୁ ମୁମ୍ୱାଇ ରାସ୍ତାରେ ବୁଲୁଥିବାର ଦେଖିଥିଲେ। ଖୋମଦାନ ହିନ୍ଦୀ ଗୀତ ଗାଇ ଲୋକଙ୍କ ଠାରୁ ପଇସା ମାଗୁଥିଲେ। ଫଟୋଗ୍ରାଫର ଫିରୋଜକୁ ଖୁବ୍ ଆକର୍ଷିତ କରିଥିଲା ଏ ଲୋକର ଗୀତ। ସେ ସଙ୍ଗେ ସଙ୍ଗେ ତାଙ୍କର ଗୀତ ଗାଉଥିବାର ଦୃଶ୍ୟକୁ ରେକର୍ଡ କରି ୟୁଟ୍ୟୁବ୍ରେ ଅପଲୋଡ୍ କରିଦେଇଥିଲେ। ଆଉ ଏହି ରେକର୍ଡ ଭିଡ଼ିଓଟି ଖୁବ୍ ଭାଇରାଲ୍ ହୋଇଥିଲା।
ଖୋମଦାନ ସିଂହଙ୍କ ଜଣେ ପଡୋଶୀ ଏହି ଭିଡ଼ିଓଟିକୁ ୟୁଟ୍ୟୁବ୍ରୁ ଦେଖି ଖୋମଦାନ ସିଂହଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ତୁରନ୍ତ ପୋଲିସ୍ଙ୍କୁ ସୂଚନା ଦେଇଥିଲେ। ଏହାପରେ ବାନ୍ଦ୍ରା ରେଳ ଷ୍ଟେସନରୁ ଖୋମଦାନ ସିଂହଙ୍କୁ ଉଦ୍ଧାର କରିଥିଲେ ପୋଲିସ୍। ବହୁ ବର୍ଷ ପରେ ନିଜ ପରିବାରକୁ ପାଖରେ ପାଇ ବହୁତ ଖୁସି ହେବା ସହ ୟୁଟ୍ୟୁବ୍କୁ ଧନ୍ୟବାଦ ଦେଇଛନ୍ତି ଖୋମଦାନ ସିଂହ।
(ସୌଜନ୍ୟ : .ndtv.com)
]]>