• translate

Tag: Mamita Meher Murder Case

Mamita Meher Murder Case  | Hearing On Bail Petition Of Gobinda Sahu Today
ଗୋବିନ୍ଦ ମାଗୁଛି ଜାମିନ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଆବେଦନର ଆଜି ହେବ ଶୁଣାଣି । କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମାମଲାର ଶୁଣାଣି ହେବ ।

Odisha Assembly To Resume Today, Opposition To Stall House Over Mamita Meher Murder Case
ଆଜିଠାରୁ ପୁଣି ଆରମ୍ଭ ହେଉଛି ବିଧାନସଭା ।

ଆଜିଠାରୁ ପୁଣି ଆରମ୍ଭ ହେଉଛି ବିଧାନସଭା । ମମିତା ମେହର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧି । ବିଧାନସଭା ୪ ଦିନ ଚାଲିଥିବାବେଳେ ଗୋଟିଏ ଦିନ ବି ଠିକ୍‌ରେ ଚାଲିପାରିନଥିଲା ଗୃହ । ପ୍ରଥମ ଦିନ ପ୍ରବେଶ ପଥରେ ତାଲା ମାରିଥିଲେ । ଦ୍ୱିତୀୟ ଦିନ ବ୍ୟାନର ଓ ପୋଷ୍ଟର ଦେଖାଇଲେ, ତୃତୀୟ ଦିନ ଗୋବର ଓ ଗଙ୍ଗାପାଣି ଛିଞ୍ଚିଥିଲେ ବିରୋଧି ।

HIGH Court Mamita
ମମିତା ହତ୍ୟା ମାମଲାରେ ନୂଆ ଫର୍ଦ୍ଦ, ହାଇକୋର୍ଟରେ ସରକାରଙ୍କ ଷ୍ଟାଟସ୍‌ ରିପୋର୍ଟ ଦାଖଲ

କିଛି ଦିନ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମିତାଙ୍କ ବାପା ଓ ଭାଇ । ଶୀଘ୍ର ତଦନ୍ତ ସାରି ଫାଷ୍ଟଟ୍ରାକ କୋର୍ଟରେ ବିଚାର ପାଇଁ ଆବେଦନ କରିଥିଲେ ମମିତାଙ୍କ ପରିବାର ଲୋକ । 

Mamita meher Case
ଏତେ ସହଜରେ ବର୍ତ୍ତିପାରିବେନି ମନ୍ତ୍ରୀ ଦିବ୍ୟଶଙ୍କର, ଗୋଡ଼େ ଗୋଡ଼େ ଜଗିଛନ୍ତି ବିରୋଧୀ

ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ କଳା ଗାମୁଛା ସହ ହାତରେ ପ୍ଲାକାର୍ଡ ଓ ବ୍ୟାନର୍ ଧରି ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକମାନେ ବି ଗୃହ ଭିତରେ ପୋଷ୍ଟର ଓ ବ୍ୟାନର୍ ଦେଖାଇ ହୋହଲ୍ଲା କରିଥିଲେ ।

bjp
ଏତେ ସହଜରେ ଲିଭିବନି ମମିତା ନିଆଁ ! DGPଙ୍କୁ ଭେଟିଲା କଂଗ୍ରେସ, BJP ଘେରିବ ବିଧାନସଭା

ମମିତା ମେହେର ହତ୍ୟା ମାମଲାରେ ଆନ୍ଦୋଳନକୁ ଜୋରଦାର କରିବ ବିଜେପି । ଆସନ୍ତା ୯ ତାରିଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ନିଷ୍ପତ୍ତି ନିଆଯାଇଛି

Mamita Meher Murder Case
ଦିବ୍ୟ ଶଙ୍କରଙ୍କୁ ଗୃହରେ ପୂରାଇ ନଦେବାକୁ ଦୁଆର ଜଗିଲା କଂଗ୍ରେସ୍, କଳା ଗାମୁଛା ଦେଖାଇଲା ବିଜେପି

ମମିତା ମାମଲାରେ ଦିବ୍ୟ ଶଙ୍କରଙ୍କୁ ଗୃହରେ ପୂରାଇ ନଦେବାକୁ ଦୁଆର ଜଗିଲା କଂଗ୍ରେସ୍ I କଳା ଗାମୁଛା ଓ ବ୍ୟାନର ଦେଖାଇ ବିଜେପିର ହୋହଲ୍ଲା I ଆବାସ୍ ସ୍କିମରେ କେନ୍ଦ୍ର ଅବହେଳା ଅଭିଯୋଗ ଆଣି ବିଜେଡିର କାଉଣ୍ଟର I

parliament
ଏଥର ସଂସଦରେ ଗୁଞ୍ଜରିତ ହେବ ମମିତା ସ୍ୱର

ପରୀ ଠାରୁ ମମିତା ଯାଏଁ ସବୁ ଘଟଣାରେ ରାଜ୍ୟ ସରକାର ନିରବ ବୋଲି ସୁରେଶ ଅଭିଯୋଗ କରିଛନ୍ତି । ତା’ସହ ଓଡ଼ିଶା ସୀମା ବିବାଦ ପ୍ରସଙ୍ଗ ମଧ୍ୟ ସଂସଦରେ ଉଠାଇବ ଦଳ ।

Mamita Meher Case
ଏଣିକି ଆଉ କଥା ବଦଳାଇ ପାରିବେନି ସୁଚନ୍ଦ୍ର, 164ରେ ବୟାନ ରେକର୍ଡ

ବିରୋଧୀ ଅଭିଯୋଗ କରିଥିଲେ ଯେ, ଚାପରେ ଆସି ସୁଚନ୍ଦ୍ର ବୟାନ ବଦଳାଉଛନ୍ତି । ହେଲେ ୧୬୪ରେ ବୟାନ୍ ରେକର୍ଡ କରାଗଲା ପରେ ସମସ୍ତଙ୍କ ମୁହଁ ବନ୍ଦ । ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, ବାରମ୍ବାର ବୟାନ ବଦଳାଉଥିବା ସୁଚନ୍ଦ୍ର ପୋଲିସ ଆଗରେ କ’ଣ କହିଛନ୍ତି ? ତେବେ ତା ଠାରୁ ଆହୁରି ବଡ କଥା ହେଉଛି, ପୋଲିସ୍ ଆଜି ପର୍ଯ୍ୟନ୍ତ ଚୁପ୍ ଥିଲା କାହିଁକି ? ୧୬୪ରେ ବୟାନ୍ ରେକର୍ଡ ଆଗରୁ କାହିଁକି କରୁନଥିଲା ?

Highcourt
ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ମନ୍ତ୍ରୀଙ୍କ ବହିଷ୍କାର ଦାବି ଜୋର ଧରିଛି। ସେପଟେ ଏହି ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ ହୋଇଛି।

Mahila Adhikar Abhiyan
ବଢ଼ୁଛି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଅଡ଼ୁଆ, ରାଜ୍ୟପାଳଙ୍କ ପାଖରେ ପହଞ୍ଚିଲା ମମିତା ହତ୍ୟା ଘଟଣା

ବିଜେପି ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଆରମ୍ଭ ହୋଇଛି, ଦସ୍ତଖତ ଅଭିଯାନ । ଯାହାକୁ ଦେଖିବା ପରେ ଏବେ ସ୍ପଷ୍ଟ ହେଉଛି ଯେ, ମନ୍ତ୍ରୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରରେ ଲାଗିଛି ।

Mamita Meher Murder Case Reaches Orissa High Court
ହାଇକୋର୍ଟଙ୍କୁ ନ୍ୟାୟ ମାଗିଲେ ମମିତା ପରିବାର

ହାଇକୋର୍ଟରେ ପହଞ୍ଚିଲା ମମିତା ମେହେର ମୃତ୍ୟୁ ମାମଲା.. ଝିଅକୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମମିତାଙ୍କ ପରିବାର

Dibya shankar Mishra
ମମିତା ହତ୍ୟା ମାମଲା: ପୁରୁଣା କଥାକୁ ଦୋହରାଇଲେ ମନ୍ତ୍ରୀ, ବାଢ଼ିଲେ ଅଜବ ଯୁକ୍ତି..

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ସେ ପୂର୍ବ ଭଳି କେବଳ ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି ହତ୍ୟା ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ । କାରଣ ସେ ଭାରତୀୟ ବାୟୁସେନାର ଜଣେ ପାଇଲଟ୍‌, ଦେଶ ପାଇଁ ଲଢ଼ିଛନ୍ତି ।

Minister Dibya Shankar Mishra On Mamita Murder Case
ମୋ ଚରିତ୍ର କ’ଣ ସମସ୍ତେ ଜାଣନ୍ତି, ମନ ଗଢା କାହାଣୀ ମୋ ନାଁରେ ରଚା ଯାଇଛି: ମନ୍ତ୍ରୀ ଦିବ୍ୟଶଙ୍କର

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୁଣି ଥରେ ନିଜ ଉପରକୁ ଆସିଥିବା ସମସ୍ତ ଅଭିଯୋଗକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଖଣ୍ଡନ କରିଛନ୍ତି।

Odisha HighCourt
ମମିତା ଘଟଣାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ, ହାଇକୋର୍ଟରେ ପହଞ୍ଚିଲା ପୁରା ପରିବାର

ମହାଲିଙ୍ଗ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ପ୍ରେମ କାହାଣୀ ଜାଣିଥିଲେ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର । ସେଥିପାଇଁ ତାଙ୍କୁ ଅନେକ ସମୟରେ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା ।

DIG
କ୍ଳିନଚିଟ୍‌ ଦେବାକୁ DIG କିଏ?

କ୍ଳିନଚିଟ୍‌ ଦେବାକୁ DIG କିଏ?

Mamita Murder Case
ମମିତା ହତ୍ୟା ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ, କିଏ ଏହି ୨ ବଙ୍ଗାଳି ଦାଦା ?

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ୍‌ ପଚରାଉଚରା କରିଥିବା ୧୦ ଜଣଙ୍କ ସାକ୍ଷୀଙ୍କ ମଧ୍ୟରେ ୨ ଜଣ ବଙ୍ଗାଳି ବ୍ୟକ୍ତି ଅଛନ୍ତି। କିଏ ଏହି ଦୁଇ ଜଣ ବଙ୍ଗାଳି ଭାଷାଭାଷି ବ୍ୟକ୍ତି ? ଏହି ଦୁଇ ବ୍ୟକ୍ତିଙ୍କ ମମିତା ମେହେର ହତ୍ୟାକାଣ୍ଡ ସହ କ’ଣ ସମ୍ପର୍କ ରହିଛି ? 

Congress Senior Leader Bhakta Charan Das Again Criticise Bjd Government And Dibyshankar Mishra
ଭକ୍ତଚରଣ ଦାସଙ୍କ ଅକାଟ୍ୟ ଯୁକ୍ତି

ପ୍ରେସ୍ ମିଟ୍ ରେ ଅକାଟ୍ୟ ଯୁକ୍ତି ଆଣିଲେ କଂଗ୍ରେସ ନେତା ଭକ୍ତ ଚରଣ ଦାସ। ସଂଘବଦ୍ଧ ଭାବେ ଘଟଣା ଘଟାଯାଇଥିବା ପରି ଗୁରୁତର ଅଭିଯୋଗ ଆଣିଛନ୍ତି, ଏଥି ସହ ହାଇକୋର୍ଟ ଜଜଙ୍କ ଦ୍ୱାରା ତଦନ୍ତ ହେଉ ବୋଲି ଦାବି କରିଛନ୍ତି

Bhakta Das
‘ଏତେ ଦିନ ଯାଏଁ ଚୁପ୍‌ ଥିଲେ କାହିଁକି ? କେଉଁଠି ଥିଲେ ସେହି ୩ ଦିନ ? କଲ୍‌ ଡିଟେଲ୍ସ କୁଆଡ଼େ ଗଲା ?’

ମମିତା ମାମଲାରେ କଂଗ୍ରେସ ନେତା ଭକ୍ତ ଦାସ ଏକ ପ୍ରେସମିଟ୍ କରି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି, ହାଇକୋର୍ଟ ସିଟିଂ ଜଜ୍‌ଙ୍କ ଦ୍ୱାରା ତଦନ୍ତ କରାଯାଉ ।

BJP Leader Bijay Mahapatra On Mamita Meher Murder Case Over Govind Sahu
ମମିତା ଘଟଣାରେ ନିଜର ସ୍ୱର ଶାଣିତ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଗୋବିନ୍ଦଙ୍କୁ ଖସାଇବାକୁ ଚେଷ୍ଟା କରାଯାଉଛି । ତେଣୁ ଏଫ୍‌ଆଇଆର୍‌ରେ ଗଡ଼ବଡ଼ କରାଯାଇଥିବା ସନ୍ଦେହ ହେଉଛି । ପୋଲିସ ଜାଣିଶୁଣି ତଦନ୍ତକୁ ବାଟବଣା କରୁଛି । ତଦନ୍ତରେ କୌଣସି ପ୍ରକାର ସତ୍ୟାତା ପରିଲିକ୍ଷିତ ହେଉନାହିଁ ।

Bijay Mahapatra
ମମିତା ହତ୍ୟା ମାମଲାରେ ବିଜୟଙ୍କ ଚାଞ୍ଚଲ୍ୟକର ବୟାନ ! କେସ୍‌ ହାଲୁକା କରାଯାଇଛି ଓ ଗୋବିନ୍ଦଙ୍କୁ ଖସାଇବାକୁ ଚେଷ୍ଟା ହୋଇଛି

ବିଜୟ ଆହୁୁରି କହିଛନ୍ତି ଯେ, ଅକ୍ଟୋବର ୧୩ରେ ଏଫ୍‌ଆଇଆର୍ ହେଲା, ୧୬ ତାରିଖରେ ପୋଲିସ ବଙ୍ଗୋମୁଣ୍ଡା କୋର୍ଟରେ କେଶ୍ ଡାଏରୀ କଲା । ତେବେ କେଶ୍ ଡାଏରୀ କରିବାକୁ କାହିଁକି ୩ ଦିନ ଲାଗିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

NCPCR Notice
କଳାହାଣ୍ଡି ଏସ୍‌ପିଙ୍କୁ NCPCRଙ୍କ ନିର୍ଦ୍ଦେଶ: ୩ ଦିନରେ ରିପୋର୍ଟ ଦିଅ

ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା। କଲେଜ ସଭାପତି ଗୋବିନ୍ଦ ସାହୁ ତାଙ୍କ କାର୍‌ ଭିତରେ ତାଙ୍କୁ ହତ୍ୟା କରିଥିଲେ। ନିଜର ପରକୀୟା ପ୍ରୀତି ପ୍ରଘଟ ହୋଇଯିବା ଆଶଙ୍କାରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରି ପୋଡ଼ି ଦେଇଥିଲା।

Mamita Meher Case
କଂଗ୍ରେସର ବନ୍ଦକୁ ହାଇକୋର୍ଟଙ୍କ କଟକଣା ! ବନ୍ଦ ନୁହେଁ, ହରତାଳ..

ଆସନ୍ତାକାଲି ରାଜ୍ୟରେ କଂଗ୍ରେସର ୬ ଘଣ୍ଟିଆ ଧର୍ମଘଟ, କଂଗ୍ରେସର ବନ୍ଦକୁ ହାଇକୋର୍ଟଙ୍କ କଟକଣା । ବନ୍ଦ ନୁହେଁ, ହରତାଳ କରିପାରିବ ।

BJP Yuva Morcha Members Scuffle With Police
‘ଡରିବନି ଯୁବ ମୋର୍ଚ୍ଚା, ଆହୁରି ଜୋରଦାର ହେବ ଲଢ଼େଇ’

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।

Odisha Bandh Tomorrow
ଆସନ୍ତାକାଲି ଓଡ଼ିଶା ବନ୍ଦ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ସମୟରେ ମେଡିକାଲ ସମେତ ଜରୁରୀ ସେବା ବନ୍ଦରୁ ବାଦ୍ ପଡ଼ିବ।

Dibyashankar Mishra
ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୁଣି ସ୍ୱର ଶାଣିତ କଲା ବିଜେପି

ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ବିରୋଧୀ ଖଡ଼ଗହସ୍ତ ହୋଇଥିବାବେଳେ ଆହୁରି ତେଜିଛି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ସାଙ୍ଗକୁ ଗିରଫ ଦାବି । ଆଜି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ହୋଇଛି ଅଣ୍ଡାମାଡ଼ ।