ମାଲକାନଗିରି ଜିଲ୍ଲା କୋରକୁଣ୍ଡା ଓ ସମ୍ବଲପୁର ନାକଟିଦେଉଳ ୨ଟି ଅଞ୍ଚଳର ଘଟଣା । ବିକାଶର ମାଳ ମାଳ ବିଜ୍ଞାପନକୁ କେଉଁଠି ଶକ୍ତ ଚାପୁଡ଼ା ମାରିଛି ଗାଁ ଲୋକଙ୍କ ଦ୍ୱାରା ନିର୍ମିତ ଅସ୍ଥାୟୀ କାଠପୋଲ ତ ଆଉ କେଉଁଠି ନିର୍ବାଚନୀ ପ୍ରତିଶ୍ରୁତିର ପୋଲ୍ ଖୋଲିଦେଇଛି ଆବଡ଼ା ଖାବଡ଼ା ରାସ୍ତା । ପରିଣାମ ସ୍ବରୂପ, ବିକାଶ ନାହିଁ ତ ଭୋଟ୍ ନାହିଁ ବୋଲି ଏବେ ରୋକଠୋକ୍ ଚେତାବନୀ ଶୁଣାଇଛନ୍ତି ଗାଁ ଲୋକେ ।
]]>ବଣ ପାହାଡ ଘେରା ଉପାନ୍ତ ଅଂଚଳ ମାଲକାନଗିରିର ମୁଦୁଲିପଡ଼ା । ଆଉ ତା’ ଭିତରେ ଆଦିମ ଜନଜାତି ରହୁଥିବା ବଣ୍ଡା ଘାଟିର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ବାହାରେ ଫୁଲ ବଗିଚା, ଭିତରେ ପରିଷ୍କାର ପରିଛନ୍ନତା । ପୂରାପୂରି ଘରୋଇ ମେଡିକାଲର ମାହୋଲ । ଚିକିତ୍ସାଳୟର ଚିତ୍ର ବଦଳାଇ ଦେଇଥିବା ଡାକ୍ତର ଚମ୍ପେଶ୍ୱର ପାଣିଗ୍ରାହୀ । ଡାକ୍ତର ତ ନୁହନ୍ତି, ବଣ୍ଡାଘାଟିର ମଣିଷରୂପୀ ଭଗବାନ ।
]]>ବଣ ପାହାଡ ଘେରା ଉପାନ୍ତ ଅଂଚଳ ମାଲକାନଗିରିର ମୁଦୁଲିପଡ଼ା । ଆଉ ତା’ ଭିତରେ ଆଦିମ ଜନଜାତି ରହୁଥିବା ବଣ୍ଡା ଘାଟିର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ବାହାରେ ଫୁଲ ବଗିଚା, ଭିତରେ ପରିଷ୍କାର ପରିଛନ୍ନତା । ପୂରାପୂରି ଘରୋଇ ମେଡିକାଲର ମାହୋଲ । ଚିକିତ୍ସାଳୟର ଚିତ୍ର ବଦଳାଇ ଦେଇଥିବା ଡାକ୍ତର ଚମ୍ପେଶ୍ୱର ପାଣିଗ୍ରାହୀ । ଡାକ୍ତର ତ ନୁହନ୍ତି, ବଣ୍ଡାଘାଟିର ମଣିଷରୂପୀ ଭଗବାନ ।
ସପ୍ତାହର ସାତ ଦିନ, ଦିନର ୨୪ ଘଣ୍ଟା ଅନ୍ ଡ୍ୟୁଟି । ଖରା, ବର୍ଷା, ଶୀତରେ ଅନବରତ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି ଚମ୍ପେଶ୍ୱର । ଛୋଟ ମୋଟ ରୋଗରୁ ଗର୍ଭବତୀଙ୍କ ଡେଲିଭରି ଯାଏଁ, ବଣ୍ଡା ଆଦିବାସୀଙ୍କୁ ଆଉ ଯିବାକୁ ପଡୁନି ମାଲକାନଗିରି ଜିଲ୍ଲା ହସ୍ପିଟାଲ । ଭଗବାନଙ୍କ ଭଳି ଡାକ୍ତର ଓ ସ୍ୱପ୍ନରେ କେବେ ଭାବିନଥିବା ଚିକିତ୍ସା ସେବା ପାଇ ସେମାନଙ୍କ ଖୁସି କାହିଁରେ କଣ ।
ଦୁଇ ବର୍ଷ ତଳେ ନିଯୁକ୍ତି ପାଇ ଏଠାକୁ ଆସିଥିଲେ ଡାକ୍ତର ଚମ୍ପେଶ୍ୱର । ସେତେବେଳେ ବଣ୍ଡା ଜନଜାତି, ସ୍ୱାସ୍ଥ୍ୟକେନ୍ଦ୍ର ନଆସି ଗୁଣିଆ ଓ ଦିଶାରିଙ୍କୁ ଭରସା କରୁଥିଲେ । ସେଇଠୁ ଆରମ୍ଭ ହୋଇଥିଲା ଡାକ୍ତର ଚମ୍ପେଶ୍ୱରଙ୍କ ଅଭିଯାନ । ପ୍ରଥମେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କଲେ, ମେଡିକାଲ ମୁହାଁ କରାଇଲେ । ଦଦରା ଚିକିତ୍ସାଳୟର ଚିତ୍ର ବଦଳାଇ ଘରୋଇ ଚିକିତ୍ସାଳୟ ଭଳି ବ୍ୟବସ୍ଥା କଲେ । ଷ୍ଟାଫଙ୍କୁ ଦାୟିତ୍ୱ ବୁଝାଇ ଉତ୍ତମ ସେବାର ପରାମର୍ଶ ବି ଦେଲେ । ଏବେ ବଣ୍ଡା ଘାଟିରେ କାହାର କଣ ହେଲେ ସିଧା ଆସୁଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ରକୁ, ଡାକ୍ତର ଚମ୍ପେଶ୍ୱରଙ୍କ ପାଖକୁ ।
ବଣ୍ଡା ଘାଟିର ଅପହଂଚ ଇଲାକାରେ ଆଦିବାସୀଙ୍କ ସେବାରେ ଲାଗିଥିବା ଚମ୍ପେଶ୍ୱରଙ୍କୁ ସହଯୋଗ କରୁଛନ୍ତି ଏମବିଏ ପଢୁଆ ପତ୍ନୀ ଅନୁଜା ମିଶ୍ର । ସେ ଚାହିଁଥିଲେ ଭଲ କମ୍ପାନୀରେ ଚାକିରି କରିପାରିଥାନ୍ତେ । ହେଲେ ସ୍ୱାମୀଙ୍କ ପଥରେ ଅନୁପ୍ରାଣିତ ହୋଇ ପାଲଟିଛନ୍ତି ଉପାନ୍ତ ଅଂଚଳର ସ୍ଥାୟୀ ସଦସ୍ୟ। ଗାଁ ଗାଁ ବୁଲି ମହିଳାଙ୍କ ସହ ଆଲୋଚନା କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ଆସିବାକୁ ସଚେତନ କରାଉଛନ୍ତି । ଚମ୍ପେଶ୍ୱରଙ୍କର ଏହି ନିସ୍ୱାର୍ଥପର ସେବା ବଣ୍ଡା ଜନଜାତିଙ୍କ ପାଇଁ ଭଗବାନଙ୍କ ଆଶୀର୍ବାଦ ଠାରୁ କମ୍ ନୁହେଁ ।
]]>ଲୋକକଥାକୁ ଆଧାର କଲେ ଏହି ପ୍ରଶ୍ନର ଉତ୍ତର ପାଇବାକୁ ଆମକୁ ରାମାୟଣ ଯୁଗକୁ ଫେରିବାକୁ ପଡିବ। ବନବାସୀ ପ୍ରଭୁ ଶ୍ରୀ ରାମଙ୍କ କାହାଣୀ ସହ ଯୋଡି ଦେବାକୁ ପଡିବ ଏହି ବଣ୍ଡା ରମଣୀମାନଙ୍କୁ।
]]>ସେହିପରି ଗଞ୍ଜାମ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରରେ ବି ବସ୍ତା ବନ୍ଧା ହୋଇ ପଡିରହିଛି ଅର୍ପଣ ରଥ ଦ୍ୱାରା ଗାଁ ଗାଁରୁ ସଂଗୃହୀତ ହୋଇ ଆସିଥିବା ଚାଉଳ। ଯଦିଓ ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବରେ ସଂଗୃହୀତ ଏ ଚାଉଳ କାମରେ ଲାଗିବା ସହ ଗୁଆ ମହୋଦଧୀକୁ ଫିଙ୍ଗା ଯିବ ବୋଲି କୁହାଯାଇଥିଲା, ହେଲେ ଏଠି ଏମିତି ଅବସ୍ଥାରେ ପକାଇ ରଖାଯିବାକୁ ନେଇ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। କାହିଁକି ଉଦଘାଟନ ଉତ୍ସବକୁ ଚାଉଳ ପଠାଗଲା ନାହିଁ ବୋଲି ଲୋକେ ପ୍ରଶ୍ନ କରିବା ସହ ଲୋକଙ୍କ ଭାବନା ସହ ଏଭଳି ଖେଳ ଆଦୌ ଠିକ ହୋଇନି ବୋଲି କହିଛନ୍ତି। ସେପଟେ ଖଲ୍ଲିକୋଟ ବିଡିଓ କହିଛନ୍ତି ସଂଗୃହୀତ ଚାଉଳ, ଗୁଆ ଓ ଟଙ୍କା ହିସାବ କରି ରଖାଯାଇଛି। ଆସନ୍ତା ୨୪ତାରିଖରେ ଏହି ଚାଉଳରୁ ୧୦ କେଜି ପୁରୀ ପଠାଯିବ।
]]>ମୋନିକାଙ୍କ ପରିବାର ମୂଳତଃ ବାଂଲାଦେଶୀ। ତଥାପି ଦୀର୍ଘବର୍ଷର ରହଣି ଭିତରେ ଏବଂ ମାଲକାନଗିରିର ପାଣିପବନରେ ବଢ଼ି ଓଡ଼ିଶାକୁ ଆଦରି ନେଇଛନ୍ତି। ମୋନିକାଙ୍କ ବାପା ଗୌତମ ସମାଦ୍ଦାର ଜଣେ କ୍ଷୁଦ୍ର ଚାଷୀ। ବଡ଼ ଭାଇ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି। ମାଲକାନଗିରିର ଏକ ଘରୋଇ ଆବାସିକ କଲେଜରେ ଯୁକ୍ତ ୨ ପାଠ ସାରି ବଡ଼ ଭାଇଙ୍କ ସହିତ ହାଇଦ୍ରାବାଦକୁ ଯାଇଥିଲେ ମୋନିକା। ସେଠାରେ ହାଇ-ଡ୍ୟାନ୍ସ ଷ୍ଟୁଡିଓ ଏକାଡେମୀରେ ଆଡମିଶନ କରିଥିଲେ। ମୋନିକାଙ୍କ ନୃତ୍ୟ ଶୈଳୀ ଏବଂ ରିଲ୍ସଗୁଡ଼ିକରେ ଛୋଟ ଛୋଟ ଅଭିନୟ ଦେଖି ଚଳଚ୍ଚିତ୍ରରେ କାମ କରିବାକୁ ଅଫର୍ ଆସିଥିଲା ତାଙ୍କୁ। ଆଉ ସେହି ସୁଯୋଗ କ୍ରମେ ଏବେ ତେଲୁଗୁ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି ମୋନିକା। ମୋନିକାଙ୍କ ଏହି ସଫଳତାକୁ ଦେଖି ଖୁସିର ଲୁହରେ ମା’ର ଆଖି ଭରିଯାଉଛି, ସାଙ୍ଗସାଥୀ ଓ ସଂପର୍କୀୟଙ୍କ ଛାତି ବି କୁଣ୍ଢେମୋଟ।
ଟଲିଉଡ୍ ପରଦାରେ ପୂର୍ବରୁ ଅନେକ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ଛାପ ଛାଡ଼ିଯାଇଛନ୍ତି। ଆଉ ଏହି ଧାରାରେ ମାଲକାନଗିରିର ମୋନିକାଙ୍କ ଅଭିନୟ ଯଦି ଦର୍ଶକଙ୍କୁ ଛୁଇଁବ, ତେବେ ଯୋଡ଼ି ହେବ ଆଉ ଏକ ନୂଆ ଅଧ୍ୟାୟ।
]]>ସ୍ୱାମୀଙ୍କ ମୃତଦେହକୁ ବାହୁନି ବାହୁନି କାନ୍ଦୁଥିବା ବେଳେ ଅଚେତ ହୋଇପଡିଥିଲେ । ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ନେଇଥିଲେ ହିଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାମୀଙ୍କ ବିୟୋଗକୁ ସହି ନ ପାରି ସେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ତେବେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ପରେ ସାରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା। ଉଭୟଙ୍କ ମୃତଦେହକୁ ଏକାଠି ସଂସ୍କାର କରାଯାଇଛି ।
]]>ପଶ୍ଚିମ ଆକାଶେ ସୂର୍ଯ୍ୟ ଅସ୍ତ ହେଲେ ସେମାନେ ହରାଇ ବସନ୍ତି ଆଖିର ଜ୍ୟୋତି । ଅର୍ଥାତ୍ ଗାଁକୁ ଲାଇନ୍ ଯାଇନଥିବାରୁ ସଂଜ ହେଲେ ଗାଁକୁ ଘୋଟି ଆସେ ଅନ୍ଧାର । ଆଉ ଖୋଜା ପଡେ ଡିବା ସହିତ ଲଣ୍ଠନ । ପିଲାଙ୍କ ପାଠ ପଢିବା ହେଉ କି ରୋଷେଇବାସ ହେଉ ପ୍ରତି କାମ ଡିବିରି ଆଲୁଅରେ ହୁଏ । ଇଏ ତ ଗଲା ଆଲୁଅର କଥା...ଥରେ ରାସ୍ତାଘାଟ ଉପରେ ନଜର ପକାଇଲେ ମୁଣ୍ଡ ଝାଇଁ ଝାଇଁ ହେବ । ପାହାଡିଆ ରାସ୍ତା, ଝରଣା ପାଣି ଭିତରେ ପଶି ସେମାନେ ଗାଁରୁ ପ୍ରତିଦିନ ଯିବାଆସିବା କରୁଛନ୍ତି । ଆଉ ପିଇବା ପାଣି ଲାଗ ତ ସେମାନେ ଜୀବନକୁ ବାଜିରେ ଲଗାଇଛନ୍ତି ।
ଇଏ ଆଜି କି କାଲିର ଦୃଶ୍ୟ ନୁହେଁ ବରଂ ୭ ଦଶନ୍ଧିର । ମୌଳିକ ଅଧିକାର ଲାଗି ପ୍ରଶାସନ ପାଖରେ ବାରମ୍ବାର ଦାବି କରିଛନ୍ତି, ଗୁହାରି ବି କରିଛନ୍ତି । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ନା ପ୍ରଶାସନ ତାଙ୍କ କଥା ଶୁଣୁଛି ନା ତାଙ୍କ ଦୁଃଖ ଯାଉଛି ? ମାଲକାନଗିରି ବଡ଼ପଡା ପଂଚାୟତ ଅନ୍ତର୍ଗତରେ ଅଛି ସିଲିମେଟା ଗାଁ । ଜାଣିଆଶ୍ଚର୍ଯ୍ୟ ହେବେ ସଦର ମହକୁମାଠାରୁ ମାତ୍ର ୫ କିମି ଦୂରରେ ଥିବା ଏହି ଗାଁକୁ ବିକାଶର ପଦଚିହ୍ନ ପଡ଼ିନି । ପାଠ ପଢିବାକୁ ପିଲାଙ୍କ ମଧ୍ୟରେ ଇଚ୍ଛା ଥିଲେ ବି ଗାଁରେ ଅଙ୍ଗନବାଡି କେନ୍ଦ୍ରଟିଏ ନାହିଁ କି ବିଦ୍ୟାଳୟ ଟିଏ ନାହିଁ । ତେଣୁ ସ୍କୁଲ ଯିବାକୁ ପ୍ରତିଦିନ ପାହାଡ ଡେଇଁ ୩କିମି ରାସ୍ତା ଜଙ୍ଗଲ ପାର ହୋଇ ପଢିବାକୁ ଯାଉଛନ୍ତି ପାଠ । ଏତେ ସବୁ ଅସୁବିଧା ପରେ ବି ସେମାନଙ୍କ ଦାବି ଶୁଣୁନି ପ୍ରଶାସନ । ଯେବେ ଯେବେ ଗୁହାରି କରୁଛନ୍ତି ହଁ ହଁ କରି ବାବୁ ସବୁ ଶୁଣୁଛନ୍ତି ସତ ହେଲେ ସୁବିଧା କିଛି କରୁନାହାନ୍ତି । ଯାହାକୁ ନେଇ ସେମାନଙ୍କ ମନରେ ତେଜିବାରେ ଲାଗିଛି ଅସନ୍ତୋଷ ।
ପ୍ରତି ଗାଁକୁ ରାସ୍ତା...ପ୍ରତି ଘରକୁ ସରକାରୀ ଯୋଜନାରେ ସାମିଲ କରାଯାଉଥିବା ରାଜ୍ୟ ସରକାର ବାରମ୍ବାର ଡିଡିମ୍ବ ପିଟୁଛନ୍ତି । ହେଲେ ବିକାଶ କେମିତି ହେଉଛି ? କେତେ ମାତ୍ରାରେ ହେଉଛି ସେ ଦୃଶ୍ୟ ଏବେ ସମସ୍ତଙ୍କ ସାମ୍ନାରେ ।
(ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନଙ୍କ ରିପୋର୍ଟ)
]]>ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାବେଡା ପାଞ୍ଚାୟାତର ମାଳୀଗୁଡ଼ା ଗାଁ । ଗାଁରେ ପ୍ରାୟ ୨୦ ପରିବାର ବାସ କରୁଛନ୍ତି । ହେଲେ ସରକାରୀ ସୁବିଧା ସେମାନଙ୍କ ଲାଗି ସାତ ସପନ ସଦୃଶ୍ୟ । ପିଇବା ପାଇଁ ପାଣି ଟୋପାଏ ନାହିଁ କି ଯିବା ଆସିବାକୁ ରାସ୍ତାଟିଏ ନାହିଁ । ଭତ୍ତାଠୁ ଇନ୍ଦିରା ଆବାସ ସେମାନେ କିଛି ଜାଣନ୍ତି ନାହିଁ । ଏମିତି ପରିସ୍ଥିତିରେ ସ୍ୱାସ୍ଥ୍ୟ ଓ ଶିକ୍ଷା କଥାକୁ ପଚାରେ କିଏ?
ନାହିଁନାହିଁର ସେହି ଗାଁରେ କିନ୍ତୁ ପିଲାଙ୍କ ଭିତରେ ପାଠ ପଢିବାକୁ ଭାରି ଆଗ୍ରହ । ସେଇଥି ଲାଗି ତ ଗୋଟିଏ ହାତରେ ଟର୍ଚ୍ଚ ଧରି ବହି ପଢି ପକାଉଛନ୍ତି କୁନିକୁନି ଝିଅ । ଜାଣି ଆଶ୍ଚର୍ଯ୍ୟ ହେବେ କି ଆଜିକା ସମୟରେ ସେହି ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ବି ମିଳୁନି । ସେଇଥି ଲାଗି ତ ନଈରୁ ପାଣି ଆଣି ପିଇବାଠୁ ରୋଷେଇ ସବୁ କରୁଛନ୍ତି ସେମାନେ । ପଂଚାୟତରେ ସରପଂଚ ଅଛନ୍ତି, ସମିତିସଭ୍ୟ ବି ଅଛନ୍ତି । ସରକାରୀ ଯୋଜନା ପାଇବାକୁ ଏମାନେ ବାରମ୍ବାର ଗୁହାରି ବି କରିଛନ୍ତି । କିନ୍ତୁ କିଛି ଲାଭ ମିଳିନି କି ସେମାନଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚିନି । ସେପଟେ ପଂଚାୟତର ସମସ୍ୟା ସଂପର୍କରେ ସରପଂଚ କହୁଛନ୍ତି, ଖୁବଶୀଘ୍ର ଗାଁକୁ ରାସ୍ତା ହେବ, ଆଉ ବସୁଧା ଯୋଜନାରେ ପାଣି ମିଳିବ ।
ବିକାଶର ଡିଡିମ୍ବ ପିଟୁଛନ୍ତି ସରକାର । କହୁଛନ୍ତି, ପ୍ରତିଘରକୁ ପହଞ୍ଚୁଛି ପାଣି...ପହଞ୍ଚୁଛି ସରକାରୀ ଯୋଜନା । ହେଲେ ମାଳୀଗୁଡ଼ା ଅବ୍ୟବସ୍ଥା ସମ୍ପର୍କରେ ସତେ ଯେମିତି ସମସ୍ତେ ଚୁପ୍ । ତେବେ ଗାଁର ଅସୁବିଧା ସମ୍ପର୍କରେ ବ୍ଲକ୍ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି ।
(ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନଙ୍କ ରିପୋର୍ଟ)
]]>ମାଲକାନଗିରି ଜିଲ୍ଲା ଉପ-କାରାଗାର । ଏଠାରେ ରହୁଛନ୍ତି ୬୦୦ରୁ ଅଧିକ କଏଦୀ । ସରକାରଙ୍କ ପକ୍ଷରୁ କଏଦୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ଏଠାରେ କଏଦୀଙ୍କ ଲାଗି ଚୋରାରେ ଯାଉଛି ବିଜୁଳି । ହେଲେ କାହିଁକି ଏମିତି ଚୋରାରେ ବିଜୁଳି ଯାଉଛି? ବିଭାଗୀୟ କର୍ତ୍ତୃପକ୍ଷ ଅବଗତ ଅଛନ୍ତି କି ନାହିଁ? ତାହା ଜାଣିବା ଲାଗି ଆମେ ପହଞ୍ଚିଥିଲୁ ବିଜୁଳି ବିଭାଗ କାର୍ଯ୍ୟାଳୟରେ । ଜେଲକୁ ଏମିତି ଚୋରାରେ ବିଜୁଳି ଯାଉଥିବା କଥା ଜଣାଇଥିଲୁ । ହେଲେ ୨ ଦିନ ପରେ ବି ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେଇନି ବିଜୁଳି ବିଭାଗ । କେବଳ ଜଣେ ଲାଇନମ୍ୟାନଙ୍କୁ ପଠାଇ କାମ ସାରିଦେଇଛନ୍ତି ।
ଲାଇନମ୍ୟାନ କ’ଣ ଦେଖିଲେ ? ଉପରିସ୍ଥ ଅଧିକାରୀଙ୍କୁ କ’ଣ ରିପୋର୍ଟ ଦେବେ ? ସେ ସମ୍ପର୍କରେ କ୍ୟାମେରା ଆଗରେ କିଛି କହିନାହାନ୍ତି । ଜେଲ ସମ୍ମୁଖରେ ଥିବା ଏକ ପୋଲରୁ ହୁକ୍ ମାଧ୍ୟମରେ ଜେଲକୁ ବିଜୁଳି ଯାଇଥିବା ଏବଂ ଭିତରେ ମଧ୍ୟ ଅଧିକାଂଶ ସ୍ଥାନରେ ବାଇପାସ୍ କରାଯାଇଥିବା ପରୋକ୍ଷରେ ସୂଚନା ମିଳୁଛି । ତେବେ ଏମିତି ଚୋରା କାରବାର ଉପରେ ବିଦ୍ୟୁତ ବିଭାଗ ସ୍ପଷ୍ଟୀକରଣ ରଖିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜେଲକୁ ଏମିତି ଚୋରାରେ ବିଜୁଳି ଯିବା କଥା ନେଇ ସୁପରିଟେଣ୍ଡେଣ୍ଟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ । ହେଲେ ସେ ବିରକ୍ତି ପ୍ରକାଶ କରିବା ସହ ଖବର ପ୍ରସାରଣ ନକରିବାକୁ ସିଧାସଳଖ କହିଥିଲେ ।
ଅନେକ ସମୟରେ ଆମେ ଦେଖିଛନ୍ତି, ସାମାନ୍ୟ କଥାକୁ ନେଇ ବିଜୁଳି ସଂଯୋଗ କାଟିଦେଇଥାଏ ବିଜୁଳି ବିଭାଗ । ହେଲେ ଏଇଠି ଦିନ ଦ୍ୱିପ୍ରହରେ ଏମିତି ଚୋରା କାରବାର ଚାଲିଛି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ଟାଟା । ତେଣୁ ଜେଲ କର୍ତ୍ତୃପକ୍ଷ ଓ ଟାଟାପାୱାରଙ୍କ ମଧ୍ୟରେ କିଛି ସଲାସୁତୁରା ରହିଥିବା ଚର୍ଚ୍ଚା ଚାଲିଛି...ତେବେ ଏନେଇ ଜେଲ୍ ବିଭାଗ ଓ ଟାଟା କର୍ତ୍ତୃପକ୍ଷ କେହି ହେଲେବି ପ୍ରତିକ୍ରିୟା ଦେବାକୁ ରାଜି ହୋଇନାହାନ୍ତି...
]]>
ସୂଚନା ଅନୁସାରେ, ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ । କୌଣସି ସୂତ୍ରରୁ ଖବର ପାଇଁ ସୁରକ୍ଷାକର୍ମୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ବେଳେ ଯବାନ ମାନେ ୩ କିଲୋ ଓଜନର ଲ୍ୟାଣ୍ଡମାଇନ୍ ଠାବ କରିଥିଲେ । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଟିମ୍ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଛନ୍ତି । ଏହା ପରେ ଯବାନମାନେ ସେହି ଅଂଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ୍ ଜୋରଦାର କରିଛନ୍ତି ।
]]>ଅଭିଯୋଗ ଅନୁଯାୟୀ, ମାଲକାନଗିରି କାଙ୍ଗୁରୁକୁଣ୍ଡା ଗାଁ ଲୋକେ ସନ୍ଦେହ କରୁଥିଲେ ଯେ, ପଦିଆ ମାଡ଼କାମି ଗୁଣିଗାରେଡ଼ି କରୁଛି । ଏହାକୁ ନେଇ ଗାଁରେ ପ୍ରଜାକୋର୍ଟ ଚାଲିଥିଲା । ବୈଠକ ଚାଲିଥିବା ସମୟରେ କିଛି ଲୋକ ଉତ୍ୟକ୍ତ ହୋଇ ଠେଙ୍ଗାରେ ପଦିଆକୁ ପାହାର ପରେ ପାହାର ଦେଇଥିଲେ । କିଛି ସମୟ ପରେ ପଦିଆ ଗୁରୁତର ଆହତ ହୋଇଥିଲେ । ଯାହା ପରେ ଘଟଣାସ୍ଥଳରେ ହିଁ ପଦିଆଙ୍କ ମୃତ୍ୟୁ ହୋଇଥିଲା ।
ତେବେ ରାଜ୍ୟରେ ଅନେକ ମାମଲା ସାମ୍ନାକୁ ଆସୁଛି ଯେଉଁଥିରେ କି ଗୁଣି ଗାରେଡ଼ିକୁ କେନ୍ଦ୍ର କରି ହତ୍ୟାକାଣ୍ଡ କରାଯାଇଥିବାର ଜଣାପଡିଛି । ଅଧିକାଂଶ ଗାଁରେ ଲୋକେ ନିଜ ପୁରାତନ ପ୍ରଥା ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଅନ୍ଧ ବିଶ୍ୱାସରେ ବିଶ୍ୱାସ ରଖୁଛନ୍ତି, ଯେଉଁଥିରେ ଗୁଣି ଗାରେଡି ମଧ୍ୟ ଅନ୍ତର୍ଭୁକ୍ତ । ଫଳରେ ରାଜ୍ୟରେ ଗୁଣି ଗାରେଡି ଆଦିକୁ ବିଶ୍ୱାସ କରି ଲୋକେ ଉଦ୍ଦେଶ୍ୟମୂଳକ ତଥା ଅଜାଣତରେ ଅପରାଧମାନ କରୁଛନ୍ତି । ତେବେ ପ୍ରଶାସନ ଏ ଦିଗରେ ତତ୍ପରତା ପ୍ରକାଶ କରି ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି।
]]>ସୂଚନା ଅନୁସାରେ, ଜଳଛତ୍ର ମାଠିଆରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । ଜଳଛତ୍ରରୁ ପାଣି ପିଇ ଜଣେ ନାବାଳକ ସମେତ ୩ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ଗୁରୁତରଙ୍କୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଛି ।
ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଗ୍ରୀଷ୍ମ ପ୍ରଭାବ । ଖରା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ଉପାୟମାନ ଆପଣାଉଛନ୍ତି । ଏନେଇ ଲୋକମାନେ ଛତା, ଜଳଛତ୍ର ଆଦି ଉପରେ ନିର୍ଭର କରି ରହିଥାନ୍ତି । ଏହିପରି ସ୍ଥିତିରେ ଜଳଛତ୍ରରେ ବିଷ ମିଶାଇବା ଘଟଣାଟି ଚାଞ୍ଚଲ୍ୟ ସୃଷ୍ଟି କରିଛି ।
]]>
ସୂଚନା ଅନୁସାରେ, ମାଲକାନଗିରି ଗସ୍ତ ଅବସରରେ ପ୍ରାୟ ଏକ ଘଣ୍ଟା ଧରି ବିମାନ ବନ୍ଦର ଲାଗି ଜିଲ୍ଲା ପ୍ରଶାସନ ଦେଇଥିବା ଜାଗା ବୁଲି ଦେଖିବା ପରେ ସେ ଏହି ସୂଚନା ଦେଇଛନ୍ତି । ଗତକାଲି ଗସ୍ତର ପ୍ରଥମ ଦିନରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ପହଞ୍ଚିବା ପରେ ପ୍ରଥମେ ଡି.ଆର.ଡି.ଏ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ବିଭାଗରେ ଚାଲିଥିବା ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ।
ଏଥିସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ପାନୀୟ ଜଳ ସମସ୍ୟା, ବିଦ୍ୟୁତ ସଂଯୋଗୀକରଣ, ରାସ୍ତା ଓ ପୋଲ ର୍ନିମାଣ ସହ ସ୍ୱାଭିମାନ ଅଞ୍ଚଳ ପାଇଁ ରାଜ୍ୟ ସରକାର ଦେଇଥିବା ସ୍ୱତନ୍ତ୍ର ପ୍ୟାକେଜ୍ କିପରି କାର୍ଯ୍ୟକାରୀ ହେଉଛି ତାହାର ତଦାରଖ କରିଛନ୍ତି ମୁଖ୍ୟ ସାଶନ ସଚିବ ।
]]>ସୂଚନା ଅନୁସାରେ, ଗତକାଲି ଚାଲାଣଗୁଡା ପଞ୍ଚାୟତର ମୁଣ୍ଡାଗୁଡା ଗାଁର ଆରସି ହାଲଵା ଓ ନନ୍ଦିନୀ ହାଲଵା ପୋଖରୀକୁ ଗାଧୋଇବାକୁ ଯାଇ ଫେରିନଥିଲେ । ୨ ଶିଶୁ ଗାଧୋଉଥିବା ନେଇ ଜଣେ ବ୍ୟକ୍ତି ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ । ଦୀର୍ଘ ସମୟ ଖୋଜାଖୋଜି ପରେ ଉଭୟଙ୍କ ମୃତଦେହ ମିଳିଥିଲା ।
]]>ଭୋଟ୍ ଦେଲେ ମାଲକାନଗିରି ବଣ୍ଡା ଘାଟି ବାସିନ୍ଦା । ନିଜ ଅଞ୍ଚଳର ବିକାଶ ପାଇଁ ସେମାନେ ଆଗେଇ ଆସିଛନ୍ତି । ଆଜି ସକାଳୁ ବଣ୍ଡା ଘାଟିର ମୁଦୁଲିପଡ଼ା ଓ ଅଣ୍ଡାହାଲ ପଞ୍ଚାୟରେ ମତଦାନ ସାବ୍ୟସ୍ତ କରିବାକୁ ମହିଳା ମାନେ ବହୁ ସଂଖ୍ୟାରେ ଆସିଥିଲେ । ଆଦିମ ଜନଜାତି ବଣ୍ଡାଙ୍କ ଉନ୍ନତି ଓ ଅଞ୍ଚଳର ବିକାଶ ଯିଏ କରିବ ତାକୁ ହିଁ ଭୋଟ୍ ଦେବେ ବୋଲି କହିଛନ୍ତି ବଣ୍ଡା ବାସିନ୍ଦା ।
ସୂଚନା ଅନୁସାରେ ଦିନ ୧୨ଟା ସୁଦ୍ଧା ରାଜ୍ୟରେ ୪୩ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି । କୋରାପୁଟ ଜିଲ୍ଲା କୋଟିଆରେ ୧୨ଟା ସୁଦ୍ଧା ୪୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଆଜି ଦ୍ୱିତୀୟ ପଯର୍ୟାୟ ମତଦାନ ବେଳେ କାଁ ଭାଁ ହିଂସାକାଣ୍ଡ ଦେଖିବାକୁ ମିଳିଛି ।
ଗାଁକୁ ଯାଇ ଲୋକଙ୍କୁ ଈଶ୍ୱରଙ୍କ ନାଁରେ ଶପଥ କରାଉଛନ୍ତି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପୁଅ ମହେଶ ବାକା । ଲୋକଙ୍କ ପାଖକୁ ଯାଇ କେଉଁ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଲୋକେ ଭୋଟ୍ ଦେବେ ସେ ସମ୍ପର୍କରେ ଶପଥ କରାଉଛନ୍ତି ।
ଖାଲି ଶପଥ ନୁହେଁ ଯଦି, ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ ଭୋଟ୍ ନଦିଅନ୍ତି ତେବେ ସେ ଭଗବାନଙ୍କ ଦ୍ୱାରା ଦଣ୍ଡ ପାଇବେ ବୋଲି ଶପଥରେ କୁହାଯାଇଛି । ଘଟଣା ସମୟର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପ୍ରତିକ୍ରିୟା ମିଳିପାରିନି ।
]]>ଡିଜିପି ପ୍ରଥମ ଥର ଲାଗି ସ୍ୱାଭିମାନ ଅଞ୍ଚଳରେ ପାଦ ଦେଇଥିବାରୁ ଡିଜିପି ଖୁସି ବ୍ୟକ୍ତ କରିଛନ୍ତି ବିଏସ୍ଏଫ୍ ଏବଂ ପୋଲିସର ମିଳିତ କାଯର୍ୟକ୍ରମକୁ ଡିଜିପି ପ୍ରଶଂସା କରିଛନ୍ତି । ଏହା ପୂର୍ବରୁ କୋରାପୁଟ ଗସ୍ତରେ ଯାଇ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଓ ମାଓବାଦୀ ମୁକାବିଲା ନେଇ ସମୀକ୍ଷା କରିଥିଲେ ପୋଲିସ ଡିଜି ।
ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, BSF ଆଇଜି ଉପସ୍ଥିତ ଥିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସମେତ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । କୋଟିଆକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ସୀମା ବିବାଦ ରହିଥିବା ବେଳେ ସୂଚନା ରୂପେ ନିର୍ବାଚନ କିପରି ସମ୍ପାଦନ ହୋଇପାରିବ ସେ ନେଇ ଆଲୋଚନା କରିଛନ୍ତି ଡିଜିପି ...
]]>ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଭାଲୁକୁ ଉଦ୍ଧାର କରିବା ପାଇଁ ମାଲକାନଗିରି ଓ ବାଲିମେଳାର ଦୁଇଟି ଟିମ୍ରେ ୨୦ ଜଣ ବନ କର୍ମଚାରୀ ସାମିଲ ହୋଇଥିଲେ । ସେପଟେ ଗୋଠରୁ ଭାଲୁ ଅଲଗା ହୋଇଥିବାରୁ ଅନ୍ୟ ଭାଲୁ ମାନେ ଆସିବା ଆଶଙ୍କା କରି ସ୍ଥାନୀୟ ଲୋକଙ୍କୁ ବନବିଭାଗ ସଚେଚନ କରିଛନ୍ତି ।
ଗତକାଲି ମାଲକାନଗିରି ଜିଲ୍ଲା MV-୨୦ ଗ୍ରାମରେ ଭାଲୁଟି ଗଛ ଉପରେ ବସିଥିବା ଦେଖିବାକୁ ମିଳିଥିଲା । ଭାଲୁ ଦେହରେ ଦୁଇଟି ତୀର ବାଜିଥିଲା । ଭାଲୁକୁ କେହି ଶିକାର କରୁଥିବା ସମୟରେ ଭାଲୁ ଦେହରେ ଦୁଇଟି ତୀର ବାଜିଛି ବୋଲି କୁହାଯାଉଛି। ଏହା ପରେ ଭାଲୁଟି ଭୟଭୀତ ହୋଇ ଆହତ ଅବସ୍ଥାରେ ଗଛରେ ଚଢିଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଭାଲୁଟିକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଏକ ଟିମ ଭାଲୁଟିକୁ ଉଦ୍ଧାର କରିବାକୁ ସେଠାରେ କାଲି ପହଞ୍ଚିଥିଲା ।
]]>HIV ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସା ନ କରି ଡାକ୍ତର ଫେରାଇ ଦେଇଥିବା ଅଭିଯୋଗ ହୋଇଥିଲା। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳରୁ ଏଭଳି ସାଂଘାତିକ ଅଭିଯୋଗ ଆସିଥିଲା।
ସୂଚନାଥାଉ କି, ଗତ ରବିବାର ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ। ମାତ୍ର ମହିଳା ଜଣକ ଏଚ୍ଆଇଭି ପଜିଟିଭ୍ ଜାଣିବା ପରେ ଦାୟିତ୍ୱରେ ଥିବା କର୍ମଚାରୀ ତାଙ୍କର ଚିକିତ୍ସା ନ କରି ସେଠାରୁ ଫେରାଇ ଦେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ କହିଥିବା ଅଭିଯୋଗ ହୋଇଥିଲା। ଏପରିକି ଆମ୍ବୁଲାନ୍ସ ନ ଦେବାରୁ ପ୍ରସୂତିଙ୍କୁ ପରିବାର ଲୋକେ ବାଇକ୍ରେ ଆଣିଥିବା ଅଭିଯୋଗ ହୋଇଥିଲା।। ଘରେ ପହଞ୍ଚିବା ପରେ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।
]]>ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ। ମାତ୍ର ମହିଳା ଜଣକ ଏଚ୍ଆଇଭି ପଜିଟିଭ୍ ଜାଣିବା ପରେ ଦାୟିତ୍ୱରେ ଥିବା କର୍ମଚାରୀ ତାଙ୍କର ଚିକିତ୍ସା ନ କରି ସେଠାରୁ ଫେରାଇ ଦେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ କହିଥିବା ଅଭିଯୋଗ ହୋଇଛି।
ଏପରିକି ଆମ୍ବୁଲାନ୍ସ ନ ଦେବାରୁ ପ୍ରସୂତିଙ୍କୁ ପରିବାର ଲୋକେ ବାଇକ୍ରେ ଆଣିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘରେ ପହଞ୍ଚିବା ପରେ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।
ଘଟଣାକୁ ନେଇ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ କହିଛନ୍ତି, ‘ଏଚ୍ଆଇଭି ପଜିଟିଭ୍ ଜାଣିବା ପରେ ହସ୍ପିଟାଲ୍ କର୍ମଚାରୀ ତାଙ୍କୁ(ପତ୍ନୀ) ଛୁଇଁବାକୁ ମନା କରିଦେଲେ। ଆମେ କିଛି କରିପାରିବୁନି, ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ପାଇଁ ଆମକୁ କହିଲେ। ଆମ୍ବୁଲାନ୍ସ ଦେବା ପାଇଁ ଆମେ କହିଲୁ, ହେଲେ ଗାଡ଼ି ଦେଇ ହେବନି ବୋଲି ସଫା ସଫା ମନା କରିଦେଲେ। ଏଠି ନଆସି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ପାଇଁ ସେମାନେ କହିଥିଲେ’।
ଆଶା ଦିଦି ସୁମିତ୍ରା ମହାନ୍ତି କହିଛନ୍ତି, ‘ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସମ୍ପୃକ୍ତ ମହିଳା HIV ପଜିଟିଭ୍ ଜାଣିବା ପରେ ହସ୍ପିଟାଲ୍ କର୍ମଚାରୀ ମାଲକାନଗିରି ମେଡିକାଲ୍ ଯିବା କହିଥିଲେ। ଯଦି ମହିଳାଙ୍କୁ ନେଇ ଏଠୁ ନଯିବେ, ତା’ହେଲେ ମହିଳାଙ୍କର ପ୍ରସବ ହେଲେ ତାଙ୍କୁ ଛୁଇଁବୁ ନାହିଁ ବୋଲି ଦିଦି କହିଥିଲେ।’
ଅନ୍ୟପକ୍ଷେ, ଘଟଣାକୁ ନେଇ ମାଲକାନଗିରି ସିଡିଏମ୍ଓ ପ୍ରଫୁଲ୍ଲ କୁମାର ନନ୍ଦ କହିଛନ୍ତି, ‘ଏଭଳି କିଛି ରିପୋର୍ଟ ମୋ ପାଖକୁ ଆସି ନାହିଁ। ଯଦି ଏଭଳି କିଛି ହୋଇଥାଏ ତା’ହେଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’
]]>ସୁକମା ଜିଲ୍ଲାର କିସ୍ତାରାମ ଜଙ୍ଗଲରେ DRG ଜବାନ ମାଓ ଦମନ ପାଇଁ କମ୍ବିଂ ଅପରେସନ କରିବାକୁ ଯାଇଥିଲେ। ସେହି ସମୟରେ ଜଙ୍ଗଲରେ ଏକ ହରିଣ ଛୁଆ ଆହତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ ଯବାନ। ଏହାପରେ ଯବାନମାନେ ହରିଣଟିର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ।
ଯବାନମାନେ ୩ ଦିନ ଜଙ୍ଗଲରେ ରହି ହରିଣ ଛୁଆର ଚିକିତ୍ସା କରିବା ସହ ମାଓ ଦମନ ଅପରେସନରେ ମଧ୍ୟ ସଜାଗ ରହିଥିଲେ। ଶେଷରେ ହରିଣ ଛୁଆଟି ଚିକିତ୍ସା ପରେ ସୁସ୍ଥ ହୋଇଥିଲା। ଯବାନମାନେ ଯେତେବେଳେ ବି କିସ୍ତାରାମ ଜଙ୍ଗଲକୁ ଯାଇଥାନ୍ତି, ହରିଣ ଛୁଆ ଯେଉଁଠି ଥିଲେ ବି ଯବାନଙ୍କ ପାଖକୁ ଧାଇଁ ଆସିଥାଏ। ଲାଲ୍ଗଡ଼ର ଘଞ୍ଚ ଜଙ୍ଗଲରେ ଯବାନଙ୍କ ବାଟୋଇ ସାଜି ବାଟ କଢେଇ ନେବା ସହ ଯବାନମାନେ କ୍ୟାମ୍ପକୁ ଫେରିବା ପର୍ଯ୍ୟନ୍ତ ତାଙ୍କ ସାଥିରେ ରହିଥାଏ ହରିଣ ଛୁଆଟି। ଏହାପରେ ହରିଣ ଛୁଆଟି ପୁଣିଥରେ ଜଙ୍ଗଲକୁ ଫେରି ଯାଇଥାଏ।
ଯବାନମାନେ ସେହ୍ନରେ ହରିଣ ଛୁଆଟିର ନାଁ ‘ପୁଟ୍କି’ ରଖିଛନ୍ତି। ଯବାନମାନେ କିସ୍ତାରାମ ଜଙ୍ଗଲ ଦେଇ ଯିବାବେଳେ ପୁଟ୍କି ନାଁ ଡାକ ଛାଡିଲା ମାତ୍ରେ ଧାଇଁ କି ଚାଲି ଆସେ ହରିଣ ଛୁଆଟି। ଆଜିର ଦୁନିଆରେ ମଣିଷ ମଣିଷର ଶତ୍ରୁ ପାଲଟି ଯାଉ ଥିବାବେଳେ, କିନ୍ତୁ ହରିଣ ଛୁଆଟି ନୂତନ ଜୀବନ ଦେଇଥିବା ଲୋକଙ୍କୁ ଭୁଲି ପାରି ନାହିଁ। ଯାହାକି ଆଜିର ସ୍ୱାର୍ଥପର ପାଲଟି ଥିବା ମଣିଷଙ୍କ ପାଇଁ ଏକ ଉତ୍କୃଷ୍ଟ ଉଦାହାରଣ ବୋଲି କୁହାଯାଉଛି। ସତେ ଯେମିତି ଏହି ହରିଣ ଛୁଆଟି ସମ୍ପର୍କ ଏବଂ ସାହାଯ୍ୟର ମୂଲ୍ୟ ଠିକ୍ ଭାବେ ବୁଝିପାରିଛି।
]]>ସୂଚନା ଅନୁସାରେ, ଏକ Educational Institution ବସ୍, ଯାହାର ଗାଡ଼ି ନଂ-ଓଆର-୩୦-୫୯୮୨ର ଫିଟନେସ ୨୦୧୪ ମେ’ ୧୩ ତାରିଖ ପର୍ଯ୍ୟନ୍ତ ରହିଛି। ଗାଡ଼ିର ଫିଟ୍ନେସ୍ ନଥାଇ ମଧ୍ୟ ରାସ୍ତାରେ ଏହି ସ୍କୁଲ୍ ବସ୍ ଚଳାଚଳ କରୁଛି। ଖାଲି ସେତିକି ନୁହେଁ, ଗାଡ଼ିର ଇନ୍ସ୍ୟୁରାନ୍ସ ୨୦୧୩ ଏପ୍ରିଲ ୫ ତାରିଖରେ ସରିଛି। ଟ୍ୟାକ୍ସ ଭ୍ୟାଲିଡ୍ ମଧ୍ୟ ୨୦୨୦ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଥିଲା।
ଗାଡ଼ିରେ କୌଣସି କାଗଜପତ୍ର ଠିକ୍ ନଥାଇ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଗଡୁଛି ଏହି ବସ୍। ଛାତ୍ରାବାସରେ ରହୁଥିବା ଶହ ଶହ ଆଦିବାସୀ ଛାତ୍ରଛାତ୍ରୀ ପ୍ରତ୍ୟେକ ଦିନ ବିଭିନ୍ନ ସ୍କୁଲକୁ ଏହି ବସ୍ରେ ଯାତ୍ରା କରିଥାନ୍ତି। ସଦର ମହକୁମାର ୪ରୁ ୫ଟି ବିଦ୍ୟାଳୟରେ ପଢୁଥିବା ୫ ଶହରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ ଏହି ବସ୍ରେ ଯାତ୍ରା କରନ୍ତି। ଏତେ ପିଲାଙ୍କୁ ଗୋଟିଏ ବସ୍ରେ ନେବା ଆଣିବା କରାଯାଉଥିବାରୁ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀ କହିଛନ୍ତି।
ପିଲାଙ୍କୁ ନେଇ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟାଳୟକୁ ଯାଉଥିବା ବସ୍ ଚାଳକ କହିଛନ୍ତି, ବସ୍ର ଅବସ୍ଥା ଭଲ ଅଛି। ହେଲେ କାଗଜପତ୍ର କଥା ଜାଣିନି। ଘଟଣାକୁ ନେଇ ଆଦିବାସୀ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି, ବସ୍ରେ ରହିଥିବା ସମସ୍ୟା ପରିବହନ ବିଭାଗକୁ ଚିଠି କରି ସମାଧାନ କରାଯିବ।
ଜିଲ୍ଲା ସଦର ମହକୁମାରେ ସରକାରୀ ସ୍କୁଲ ବସ୍ରେ ଏଭଳି ଅବ୍ୟବସ୍ଥାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି କିଛି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବେ ?
]]>ତାଙ୍କ ସହ ଚିତ୍ରକୋଣ୍ଡା ବିଡ଼ିଓ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ, ଚିତ୍ରକୋଣ୍ଡା ଏସଡିପିଓଙ୍କ ସମେତ ଅନେକ ସରକାରୀ ଅଧିକାରୀ ଚିତ୍ରକୋଣ୍ଡା ନିକଟସ୍ଥ ରାଜଲକୋଣ୍ଡା ଫାର୍ମରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି । ଏଥିସହ ଚିତ୍ରକୋଣ୍ଡାର ବଡ଼ପଡ଼ା ପଞ୍ଚାୟତରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଯଥା କାଜୁ ପ୍ଲାଣ୍ଟେସନ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି । ସ୍ୱାଭିମାନ ଅଞ୍ଚଳର ଦୁର୍ଗମ ଅଞ୍ଚଳରେ ବହୁ ପାଦ ଚଲା ରାସ୍ତା ଥିବାରୁ ଖଚରରେ ବସି ସରକାରୀ ଅଧିକାରୀମାନେ ଯାଇଥିବା ଜଣାପଡିଛି ।
]]>ଦେଖନ୍ତୁ ଏହି ଦୃଶ୍ୟକୁ ସ୍ୱାମୀଙ୍କୁ ସକୁଶଳ ଦେଖିବା ପରେ କିପରି ଅର୍ପିତା ଲାକ୍ରାଙ୍କ ଆଖିରୁ ଝରି ପଡ଼ୁଛି ଆନନ୍ଦର ଅଶ୍ରୁ । ଆଜି ଯେପରି ତାଙ୍କୁ କୋଟି ନିଧି ମିଳିଯାଇଛି । ନୂଆ ଜୀବନ ମିଳିଛି । ସ୍ୱାମୀଙ୍କୁ ପାଖରେ ପାଇଁ ବିଶ୍ୱାସ ହେଉନି । ସ୍ୱାମୀଙ୍କୁ କୁଣ୍ଢେଇ ଧରି ମନ ଭରି କାନ୍ଦୁଛନ୍ତି ସେ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ଏ ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଉଛି ।
ଜଣେ ସ୍ତ୍ରୀର ବିଶ୍ୱାସ ଓ ନିରୋଳା ଭଲପାଇବା ଆଗରେ ହାର ମାନିଛନ୍ତି ମାଓବାଦୀ । ଅପହରଣ କରି ନେବାର ଦୀର୍ଘ ୭ ଦିନ ପରେ ଇଞ୍ଜିନିୟରଙ୍କୁ ମୁକ୍ତ କରିଛନ୍ତି । ଏହା କେବଳ ତାଙ୍କ ପତ୍ନୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ସମ୍ଭବ ହୋଇପାରିଛି । ପୁରାଣ ଯୁଗରେ ମୃତ ସତ୍ୟବାନଙ୍କୁ ଯମ କବଳରୁ ଜୀବନ୍ତ ଉଦ୍ଧାର କଲା ପରି ଆଜି ସେ ଲାଲବାହିନୀଙ୍କୁ ଜିତିଛନ୍ତି ।
୭ ଦିନ ପୂର୍ବରୁ ସୀମାନ୍ତ ବିଜାପୁର ଜିଲ୍ଲା ମନକେଲି ଗ୍ରାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ତଦାରଖ କରିବାକୁ ଯାଇଥିଲେ ଇଞ୍ଜିନିୟର ଅଜୟ ରୋଷନ ଲାକ୍ରା ଓ ଜଣେ କର୍ମଚାରୀ ଲକ୍ଷ୍ମଣ ପତ୍ରଗିରି । ହେଲେ ଇଞ୍ଜିନିୟରଙ୍କୁ ଠିକାଦାର ଭାରି ପ୍ରାୟ ୨୫ରୁ ୩୦ ଜଣ ମାଓବାଦୀ ଉଭୟଙ୍କୁ ଅପହରଣ କରି ନେଇଥିଲେ । ପରେ ଲକ୍ଷ୍ମଣଙ୍କୁ ଛାଡି ଦେଇଥିବା ବେଳେ ଇଞ୍ଜିନିୟରଙ୍କୁ ପ୍ରଜାକୋର୍ଟରେ ବନ୍ଦ କରି ରଖିଥିଲେ ।
ସ୍ୱାମୀଙ୍କ ଅପହରଣ ସମ୍ପର୍କରେ ଜାଣିବା ପରେ ସ୍ତ୍ରୀ ଅର୍ପିତା ଲାକ୍ରାଙ୍କ ମନ ବ୍ୟାକୁଳ ହୋଇ ଉଠିଲା । କାରଣ ଲାଲବାହିନୀ କବଳରୁ ଜୀବନ ଧରି ଫେରିବା ଅସମ୍ଭବ ବୋଲି ସେ ଜାଣିଥିଲେ । ହେଲେ ସିନ୍ଦୂରର ଭବିଷ୍ୟତ ପାଇଁ ସେ ମନକୁ ଟାଣ କରି ବାହାରି ଯାଇଥିଲେ । କାଖରେ ୩ ବର୍ଷର ଶିଶୁପୁତ୍ରକୁ କାଖେଇ ବିଭିନ୍ନ ଘଞ୍ଚ ଜଙ୍ଗଲ ପାହାଡ ରାସ୍ତାରେ ସ୍ୱାମୀଙ୍କୁ ଖୋଜିଥିଲେ। ଏହା ଗଣମାଧ୍ୟମ ପ୍ରତିନିଧି ଜାଣିବା ପରେ ସେମାନେ ମଧ୍ୟ ଇଞ୍ଜିନିୟରଙ୍କୁ ମୁକ୍ତ କରିବା ପାଇଁ ମାଓବାଦୀଙ୍କୁ ଅନୁରୋଧ କରିଥିଲେ। ଶେଷରେ ଆଜି ଅର୍ପିତାଙ୍କ ବିଶ୍ୱାସର, ଭଲପାଇବାର, ପ୍ରେମର ବିଜୟ ହୋଇଛି । ମାଓବାଦୀଙ୍କ କବଳରୁ ସ୍ୱାମୀଙ୍କୁ ମୁକୁଳାଇ ଆଣିଛି ଏ ଯୁଗର ସାବିତ୍ରୀ ।
]]>ଗୁଳି ବିନିମୟ ପରେ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି। ମାଲକାନଗିରିରେ ମାଓ ଏନକାଉଣ୍ଟର ନେଇ ପ୍ରେସ୍ମିଟ୍ରେ ଡିଜିପି ଅଭୟ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ତୁଳସୀ ଫରେଷ୍ଟ ରେଞ୍ଜରେ ପ୍ରାୟ ୩୦ରୁ ୪୦ ମାଓବାଦୀ ଥିବାବେଳେ ସେମାନଙ୍କ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ କ୍ୟାଡର ମାଓବାଦୀ ଥିଲେ।ମାଓବାଦୀମାନେ ୨ ଦିନରୁ ଊର୍ଦ୍ଧ୍ୱ ହେବ ସେଠାରେ ଶିବିର କରି ରହିବା ସହ ସ୍ଥାନୀୟ ଲୋକଙ୍କୁ ସଂଗଠନରେ ସାମିଲ କରୁଥିଲେ ବୋଲି ସୂଚନା ମିଳିଥିଲା।
ଆଜି ପୋଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
]]>ବଣ୍ଡାଘାଟିର ହୀରା ମାଳତୀ ଶିଶା। ନିଜ ଅଞ୍ଚଳର ପ୍ରଥମ ଏମ୍ଏ ପଢୁଆ ଝିଅ। ହେଲେ ଏବେ ଚର୍ଚ୍ଚା ତାଙ୍କ ପାଠ ପାଇଁ ନୁହେଁ, ଚର୍ଚ୍ଚା ତାଙ୍କ କାମ ପାଇଁ। ଗୋଟିଏ କୂଅ ପାଇଁ। ନିଜ ଅଞ୍ଚଳରୁ ସେ ଏମ୍ଏ ପାସ୍ରେ ଯେମିତି ପ୍ରଥମ, ନିଜ ପାହାଡ଼ି ଗାଁ ବାଣ୍ଡିଗୁଡ଼ାରେ ତିନି ଭଉଣୀଙ୍କ ସହ ମିଶି ଏ କୂଅଟିକୁ ଖୋଳିବାରେ ପ୍ରଥମ। ହେଲେ ଆଜି ନିଜ ପରିବାର ଓ ସାହି ପଡ଼ିଶାଙ୍କ ଶୋଷ ମେଣ୍ଟାଉଥିବା ମାଳତୀଙ୍କ ଏ କୂଅ ଖୋଳିବା ପଛର କାରଣ ଲୁଚିଛି ଏଇ ଗାଁରେ।
ଭଙ୍ଗା ଟ୍ୟୁବୱେଲ, ଅଚଳ ଷ୍ଟାଣ୍ଡପୋଷ୍ଟ। ପାହାଡ଼ି ଇଲାକାରେ ପାଣି ପାଇଁ ନିଇତି ଦୂର ଝରଣାକୁ ଧାଉଁଥିବା ଲୋକଙ୍କ ପାଇଁ କାଁ ଭାଁ କେଉଁଠି ଟ୍ୟୁବୱେଲ୍ ତ ବସିଛି, ଷ୍ଟାଣ୍ଡପୋଷ୍ଟ ତ ଲାଗିଛି। ପରିବାରର ଏ ଦୁଃଖ ସହ ପିଲାବେଳୁ ପରିଚିତ ମାଳତୀ। ଏମ୍ଏ ପଢ଼ିବାକୁ ସହରକୁ ଯାଇ ଲକଡାଉନ୍ରେ ଘରକୁ ଫେରିବା ପରେ ଆଉ ଚୁପ୍ ବସିଲେନି ମାଳତୀ। ତିନି ଭଉଣୀଙ୍କ ସହ ମିଶି ନିଷ୍ପତ୍ତି ନେଲେ କୂଅ ଖୋଳିବେ।
୧୦-୧୨ ଦିନର ପରିଶ୍ରମ ପରେ ଝରିଲା ଆନନ୍ଦର ଝର। ଅବଶ୍ୟ ଅର୍ଥାଭାବରୁ ୟାକୁ ପକା କରିପାରି ନାହାନ୍ତି, ଫନ୍ଦ ବସେଇ ପାରି ନାହାନ୍ତି ହେଲେ ଏ ଲଣ୍ଡା କୂଅ ଏବେ ଖାଲି ଶୋଷ ମେଣ୍ଟାଉନି ବରଂ ଏଥିରେ ପାଇପ୍ ପକେଇ ମଟର ଲଗେଇ କୂଅ ପାଣିରେ ପନିପରିବା ବି କରୁଛନ୍ତି ମାଳତୀଙ୍କ ପରିବାର। ଆଉ ସବୁଠୁ ବଡ଼ କଥା ହେଉଛି ମାଳତୀଙ୍କ ଦେଖାଦେଖି ଗାଁର ଆଉ ଜଣେ ଦି ଜଣ ବି ସରକାରଙ୍କ ହାତ ଟେକାକୁ ଅପେକ୍ଷା ନକରି ନିଜ ଉଦ୍ୟମରେ କୂଅ ଖୋଳିଲେଣି।
]]>ନାରାୟଣପୁର ଜିଲ୍ଲା ମୋଡ଼େନାରରେ ରାସ୍ତା କାମ ଚାଲିଥିଲା। ମାଓବାଦୀମାନେ ଏହି ରାସ୍ତାକାମକୁ ବିରୋଧ କରୁଥିଲେ। ଏହାକୁ ବିରୋଧ କରି ମାଓବାଦୀମାନେ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ହତ୍ୟା କରିବା ସହିତ ସଂସ୍ଥାର ୪ଟି ଗାଡ଼ିକୁ ମଧ୍ୟ ଜାଳି ଦେଇଛନ୍ତି।
ହତ୍ୟା ପରେ ଘଟଣାସ୍ଥଳରେ ନକ୍ସଲମାନେ ପୋଷ୍ଟର ଛାଡ଼ି ଯାଇଛନ୍ତି। ରାସ୍ତା କାମକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ରାସ୍ତା କାମକୁ ସ୍ଥାନୀୟ ଲୋକ ସହଯୋଗ ନ କରିବାକୁ ପୋଷ୍ଟରରେ ଧମକ ଦିଆଯାଇଛି। ଏହି ହିଂସାକାଣ୍ଡରେ ଶତାଧିକ ସଶସ୍ତ୍ର ମହିଳା ଓ ପୁରୁଷ ନକ୍ସଲ ସାମିଲ ଥିଲେ। ଏହି ଘଟଣାପରେ ପରେ ପୁଲିସ ପକ୍ଷରୁ ସେହି ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।
]]>