ଦେଶର ପ୍ରମୁଖ ଶିଳ୍ପପତିଙ୍କ ଏଭଳି ଅସନ୍ତୋଷ ସତ୍ତ୍ୱେ ଚଳିତ ସଂସ୍କରଣ ମେକ୍ ଇନ୍ ଓଡ଼ିଶାରେ ରାଜ୍ୟ ସରକାର ସାଢ଼େ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ପାଇଥିବା କହିଛନ୍ତି। ହେଲେ ଏସବୁ ପ୍ରତିଶ୍ରୁତି କେତେ ବାସ୍ତବ ରୂପ ନେବ ତାକୁ ନେଇ ପ୍ରଶ୍ନ। କାରଣ ପୂର୍ବ ଦୁଇଟି ମେକ୍ ଇନ୍ ଓଡ଼ିଶାରେ ୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଥିଲା। ତେବେ ଏଯାଏଁ ରାଜ୍ୟକୁ କେବଳ ୫ ହଜାର ୬୭୪ କୋଟି ଟଙ୍କାର ପୁଞ୍ଜି ଆସିଛି। ୨୮୬ଟି ପ୍ରସ୍ତାବ ମଧ୍ୟରୁ ୧୬ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ତେଣୁ ଚଳିତ ସଂସ୍କରଣରୁ କେତେ ଫାଇଦା ମିଳବ ତାକୁ ନେଇ ଶିଳ୍ପ ସଂଘ ଓ ବିଶେଷଜ୍ଞ ମନରେ ଦ୍ୱନ୍ଦ୍ୱ।
ପୂର୍ବର ଦୁଇଟି ମେକ୍ ଇନ୍ ଓଡ଼ିଶାରୁ ବିଶେଷ ସଫଳତା ମିଳିନଥିବାରୁ ରାଜ୍ୟ ସରକାର। ଏଥର ମିଳିଥିବା ପୁଞ୍ଜିନିବେଶ ଆଗ୍ରହକୁ କିଭଳି କାର୍ଯ୍ୟକାରୀ କରୁଛନ୍ତି, ତାହା ଉପରେ ନଜର।
(ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ)
]]>ଏଥର ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମେଟାଲ ଓ ମିନେରାଲ୍ସ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟର ଭଳି ୭ଟି ପ୍ରମୁଖ କ୍ଷେତ୍ର ଉପରେ ଫୋକସ୍ ରଖାଯାଇଛି । ଆର୍ସେଲର୍ ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏଲ୍ ଏନ୍ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଜେଏସଡବ୍ଲୁ ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ, ଟାଟା ଷ୍ଟିଲ ସିଇଓ ତଥା ଏମଡ଼ି ଟିଭି ନରେନ୍ଦ୍ରନ୍ ପ୍ରମୁଖ ଯୋଗ ଦେବେ ।
ସେହିଭଳି ଜାପାନ, ନରୱେ ଏବଂ ଜର୍ମାନୀ ମେକ ଇନ୍ ଓଡ଼ିଶା ଥ୍ରୀ ପଏଣ୍ଟ ଜିରୋରେ କଣ୍ଟ୍ରି ପାର୍ଟନର ଭାବେ ଅଂଶଗ୍ରହଣ କରିବେ ।
]]>ରାଜ୍ୟକୁ ଅଧିକରୁ ଅଧିକ ଶିଳ୍ପ ସଂସ୍ଥା ଆସିବେ, ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ଓ ରାଜ୍ୟ ଶିଳ୍ପ ସମୃଦ୍ଧ ହେବ। ଆଉ ବେକାର ଯୁବକ, ଯୁବତୀ କର୍ମ ନିଯୁକ୍ତି ପାଇବେ। ଏଥିପାଇଁ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଆୟୋଜନ କରିଥିଲେ। ହେଲେ ଦୁଇ ଦୁଇଟି କନ୍କ୍ଲେଭ୍ ଫ୍ଲପ୍ ଶୋ’ରେ ପରିଣତ ହୋଇ ସାରିଛି। ନା ଆଶାଜନକ ପୁଞ୍ଜି ଆସିଲା ନା ଯୁବବର୍ଗଙ୍କ ଲାଗି ସୃଷ୍ଟି ହୋଇ ପାରିଲା ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ। ଏସବୁ ସତ୍ତ୍ୱେ ଆଜିଠୁ ପୁଣିଥରେ ଆରମ୍ଭ ହେଉଛି ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ।
ଜୁଲାଇ ମାସରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ବିଧାନସଭାରେ ରଖିଥିବା ଉତ୍ତର କହୁଛି, ୨୦୧୬ ଓ ୨୦୧୮ରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ ଲାଗି ସରକାର ପ୍ରାୟ ୫୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଦୁଇ ନିବେଶକ ସମ୍ମିଳନୀ ଜରିଆରେ ରାଜ୍ୟକୁ ୨୮୬ଟି ନିବେଶ ପ୍ରସ୍ତାବ ଜରିଆରେ ୬ ଲକ୍ଷ କୋଟିରୁ ଅଧିକ ଟଙ୍କା ମୂଲ୍ୟର ପୁଞ୍ଜି ଟାଣିବାର ସ୍ୱପ୍ନ ଦେଖାଇଥିଲେ ସରକାର। ଏପରିକି ରାଜ୍ୟରେ ପାଖାପାଖି ୭ ଲକ୍ଷ ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବାହାସ୍ଫୋଟ ମାରିଥିଲେ ରାଜ୍ୟ ସରକାର।
#୫୫_କୋଟି_ଖର୍ଚ୍ଚ_ପରେ_ବି_ଆସିଲେନି_ନିବେଶକ
— ଓଟିଭି (@otvkhabar) November 30, 2022
କନ୍କ୍ଲେଭ୍ ପରେ କନ୍କ୍ଲେଭ୍, ହେଲେ ଫଳ ଶୂନ...ନା ଆସୁଛି ଆଖିଦୃଶିଆ ପୁଞ୍ଜି ନିବେଶ, ନା ସୃଷ୍ଟି ହେଉଛି କର୍ମ ନିଯୁକ୍ତି...#MakeInOdishaConclave #Odisha pic.twitter.com/iM5zoIH966
ତେବେ ବିଧାନସଭାରେ ଶିଳ୍ପମନ୍ତ୍ରୀ ରଖିଥିବା ଉତ୍ତର କହୁଛି, ମେକ୍ ଇନ୍ ଓଡ଼ିଶା ଜରିଆରେ ଆସିଥିବା ୨୮୬ ପୁଞ୍ଜି ନିବେଶ ପ୍ରସ୍ତାବ ମଧ୍ୟରୁ ୧୬୪ଟି ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରୀ ପାଇଛି। କିନ୍ତୁ ସେଥି ମଧ୍ୟରୁ ମାତ୍ର ୧୬ଟି ପ୍ରକଳ୍ପ ଆଂଶିକକ କିମ୍ବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟକୁ ମାତ୍ର ୫ ହଜାର ୬୭୪ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଥିବା ବେଳେ ୫ ହଜାର ୮୭୮ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମି ଯୋଗାଇ ପାରୁ ନଥିବାରୁ ଅନେକ ଶିଳ୍ପ ସଂସ୍ଥା ମୁହଁ ଫେରାଇ ନେଉଥିବା ଦେଖା ଦେଇଛି। ମେକ୍ ଇନ୍ ଓଡ଼ିଶାରେ ଏଭଳି ବିଫଳତା ଲାଗି ପ୍ରାଶାସନିକ ଅଧିକାରୀଙ୍କ ବାବୁଗିରି ଓ ଦୁର୍ବଳ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥାକୁ ଶିଳ୍ପ ସଂଘ ଦାୟୀ କରିଛି।
ଦୁଇ ଦୁଇଟି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଫ୍ଲପ୍ ମାରିବା ପରେ ଆଜିଠୁ ପୁଣି ଆରମ୍ଭ ହେବାକୁ ଯାଉଛି ତୃତୀୟ ସଂସ୍କରଣ। ଡିସେମ୍ବର ୪ ତାରିଖ ଯାଏ ୫ ଦିନ ଧରି ଚାଲିବାକୁ ଥିବା ଏହି ନିବେଶକ ସମ୍ମିଳନୀରେ ଶହେରୁ ଅଧିକ ଶିଳ୍ପପତି ଯୋଗ ଦେବେ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଚଳିତ ଥର ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଲାଗି ଜାପାନ, ନରୱେ ଓ ଜର୍ମାନୀ ଦେଶ ପାର୍ଟନର ବି ରହିଛନ୍ତି। ପୂର୍ବ ଦୁଇ କନ୍କ୍ଲେଭ୍ରେ ମିଶିକି ଆସିଥିବା ନିବେଶ ଆଗ୍ରହ ତୁଳନାରେ ଏଥର ଅଧିକ ପୁଞ୍ଜି ନିବେଶ ଆଗ୍ରହ ଆସିବ ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।
ପ୍ରଥମ ଓ ଦ୍ୱିତୀୟ ମେକ୍ ଇନ୍ ଓଡ଼ିଶା ସଂସ୍କରଣର ବିଫଳତାରୁ ନିଶ୍ଚିତ ଶିକ୍ଷାଲାଭ କରିଥିବେ ରାଜ୍ୟ ସରକାର। ଆଉ ତୃତୀୟ ସଂସ୍କରଣ କନ୍କ୍ଲେଭ୍ରେ ମିଳିବାକୁ ଥିବା ପୁଞ୍ଜି ନିବେଶ ଆଗ୍ରହକୁ ବାସ୍ତବ ରୂପାୟନ ପାଇଁ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।
]]>