ଛତିଶଗଡ଼ ପାଇଁ ମହାନଦୀରେ ସାଂଘାତିକ ଜଳ ସଂକଟ ଦେଖାଦେଇଥିବାବେଳେ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଛତିଶଗଡ଼ ବନ୍ଦ କରିଛି। ମହାନଦୀରେ ଜଳ ନଥିବାରୁ ଓଡ଼ିଶା ଗଭୀର ପ୍ରଭାବିତ ହେଲାଣି ବୋଲି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ବରିଷ୍ଠ ନେତା ଦେବୀ ମିଶ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛନ୍ତି।
ସେହିପରି ମହାନଦୀ ଜଳ ବିବାଦ ନେଇ ଆସନ୍ତା ୧୫ ତାରିଖରେ ଭୁବନେଶ୍ୱରରେ ବିଜେଡି ମହାସମ୍ମିଳନୀର ଆହ୍ୱାନ ଦେଇଛି। ଯେଉଁଥିରେ ଆଗାମୀ ଦିନର ରଣକୌଶଳ ସ୍ଥିର କରିବାକୁ ଦଳ ନିଷ୍ପତ୍ତି ନେଇଥିବା କହିଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା। ସେପଟେ ମହାନଦୀକୁ ନେଇ ବିଜେଡିର ଏଭଳି ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଛି ବିଜେପି।
]]>