ଅନ୍ଲାଇନ୍ରେ ମହାପ୍ରଭୁଙ୍କ ନିର୍ମାଲ୍ୟ, ତୁଳସୀ ଓ ଖଜାର ଦାମ୍ ୧୫୦୦ ଟଙ୍କା ରହିଛି । ଏତିକି ଟଙ୍କାରେ ୪ଟି ଖଜା, ଗୋଟିଏ ନିର୍ମାଲ୍ୟ ପୁଡିଆ ଓ ଅଳ୍ପ ତୁଳସୀ ମିଳୁଛି । ତେବେ ଏସବୁ ଆମାଜନ ପାଉଛି କେଉଁଠୁ, କିଏ ତାକୁ ଯୋଗାଉଛି ବୋଲି ଶମ୍ଭୁନାଥ ଖୁଣ୍ଟିଆ ପ୍ରଶ୍ନ କରିଛନ୍ତି । ପୂର୍ବରୁ ୨୦୨୦ରେ ମଧ୍ୟ ଏଭଳି ସମାନ ମାମଲା ସାମ୍ନାକୁ ଆସିଥିଲା । ତେବେ ତିନି ବର୍ଷ ପରେ ଏବେ ପୁଣି ଥରେ ଏଭଳି ମାମଲା ସାମ୍ନାକୁ ଆସିଛି ।
ଯଦି ଅନ୍ଲାଇନ୍ ସଂସ୍ଥା ମହାପ୍ରଭୁଙ୍କ ତୁଳସୀ ବିକ୍ରି କରିବେ ତେବେ ଛତିଶାନିଯୋଗ, ସେବାୟତ, ପଣ୍ଡା ପଢ଼ିଆରୀମାନେ କ'ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗର ସେବାୟତ । ଏଥିପାଇଁ ତୁରନ୍ତ ଆମାଜନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।
]]>ଗତ ୧୬ ତାରିଖରେ ନୀତିକାନ୍ତିରେ ବିଳମ୍ବ ଓ ସୁଆର ସେବାୟତଙ୍କ ଧାରଣା ଯୋଗୁଁ ବାହାରିପାରିନଥିଲା ମହାପ୍ରସାଦ। ଲକ୍ଷ ଲକ୍ଷ ଟଙ୍କାର ଅବଢ଼ା ନଷ୍ଟ ହେବାରୁ କ୍ଷତିପୂରଣ ଦାବିରେ ଅଡ଼ିବସିଥିଲେ ସୁଆର ସେବାୟତ। ଏଭଳି ବିଭ୍ରାଟକୁ ନେଇ ବିଧାନସଭାରେ ମଧ୍ୟ ତମ୍ବିତୋଫାନ୍ ଦେଖାଦେଇଥିଲା।
ଗତକାଲି ନୀତିକାନ୍ତି ଶୃଙ୍ଖଳିତ କରିବା ଉଭୟ ସରକାର ଓ ପ୍ରଶାସନର କାର୍ଯ୍ୟ ବୋଲି ହାଇକୋର୍ଟ କହିବା ସହ ମହାପ୍ରସାଦ ହୋଇପାରୁନଥିବା ନେଇ କୋର୍ଟଙ୍କ ଆଗରେ ସ୍ୱୀକାର କରିଥିଲା ସୁଆର ନିଯୋଗ। ତାସହ ପକ୍ଷଭୁକ୍ତ ହୋଇ ସମସ୍ୟା ପଛର କାରଣ ଦର୍ଶାଇଥିଲା। ଆଜି ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ହେବା ସହ ଭୋଗ ଲଗାଇଥିଲେ ସୁଆର ସେବାୟତ।
]]>ନୀତି ବିଭ୍ରାଟ ସାଙ୍ଗକୁ ସୁଆର ସେବାୟତଙ୍କ ଆନ୍ଦୋଳନ ଯୋଗୁଁ ଗତ ୧୬ ତାରିଖରୁ ଅବଢ଼ା ବାହାରୁନଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଠିକଠାକ୍ ହେବା ପରେ ସଠିକ୍ ସମୟରେ ମହାପ୍ରସାଦ ବାହାରିଛି।
ଫଳରେ ଆନନ୍ଦ ବଜାରରେ ପୁଣି ଗହଳି ଚହଳି ଲାଗିଛି। ଉଭୟ ଗୋପାଳ ବଲ୍ଳଭ ଓ ଅବଢ଼ା ଆନନ୍ଦ ବଜାରରେ ଉପଲବ୍ଧ ହେବା ପରେ ଭକ୍ତ ମହଲରେ ଖୁସି ପ୍ରକାଶ ପାଇଛି
]]>ଏଥିପାଇଁ ଆଜି ମହାପ୍ରଭୁଙ୍କ ସବୁ ନୀତି ଠିକ୍ଠାକ୍ ଚାଲିଥିବା କୁହାଯାଉଛି। ଆଜି ସକାଳଧୂପ ପରେ ଯାତ୍ରାଙ୍ଗି ମହାସ୍ନାନ ଓ ମଧ୍ୟାନ୍ନ ଧୂପ ପାଇଁ ସେବାୟତମାନେ ନିଜ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି।
ଆଜି ଅବଢା ବାହାରିବା ନେଇ ଗତକାଲି ସୁଆର ନିଯୋଗ ସ୍ପଷ୍ଟ କରିଥିଲା। ପୂର୍ବରୁ ସୁଆର ମହାସୁଆର ସେବାୟତଙ୍କ ଦାବି ପୂରଣ ହେଉନଥିବାରୁ ସେମାନେ ଭୋଗ ମଣ୍ଡପରେ ମହାପ୍ରସାଦ ସେବାରୁ ନିବୃତ୍ତ ରହିବାକୁ ନିଷ୍ପତ୍ତି ନେଇଥିଲେ।
ଏଥିଯୋଗୁ ଭକ୍ତମାନେ ମହାପ୍ରଭୁଙ୍କୁ କେବଳ ଦର୍ଶନ କରି ଆନନ୍ଦ ବଜାରରୁ ଖାଲି ହାତରେ ଫେରିବାକୁ ବାଧ୍ୟ ହେଉଥିଲେ।
]]>ମହାପ୍ରଭୁଙ୍କୁ କେବଳ ଦର୍ଶନ କରି ଆନନ୍ଦ ବଜାରରୁ ଖାଲି ହାତରେ ଫେରିଆସିଥିଲେ ଭକ୍ତ। ଗତକାଲି ସକାଳ ଧୂପ ପରେ ଯାତ୍ରାଙ୍ଗି ମହାସ୍ନାନ ଓ ମଧ୍ୟାନ୍ନ ଧୂପ ପାଇଁ ସେବାୟତମାନେ ନିଜ ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ। ତେବେ କିଭଳି ଭାବେ ସୁଆର ମହାସୁଆରମାନେ ଶ୍ରୀଜୀଉଙ୍କ ନୀତିକାନ୍ତି ଓ ମହାପ୍ରସାଦ ବାହାରିବା କ୍ଷେତ୍ରରେ ସହଯୋଗ ଯୋଗାଇ ଦେବେ ସେନେଇ ଆଲୋଚନା ଜାରି ରହିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ଗତ ୨ଦିନ ହେବ ମହାପ୍ରସାଦ ବାହାରିବା ନେଇ ଅନିଶ୍ଚିତତା ଲାଗି ରହିଥିଲା। ନଷ୍ଟ ହୋଇଥିବା ଅମୁଣିଆର କ୍ଷତିପୂରଣ ଦାବିରେ ସୁଆର ମହାସୁଆର ନିଯୋଗ ନିଜ ଜିଦ୍ରେ ଅଟଳ ରହିଥିଲେ।
]]>