• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mahalinga

Mamita Meher Murder Mystery
ମନ୍ତ୍ରୀ ପ୍ରତାପ କହିଥିଲେ ଗୋବିନ୍ଦ ଶିକ୍ଷା ବିକାଶର ବିନ୍ଧାଣୀ, ଆଉ କ୍ୟାପ୍ଟେନ୍‌ କହିଥିଲେ ୟଙ୍ଗ ଲାଗୁଛି

ମହାଲିଙ୍ଗ କଲେଜକୁ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କରୁଥିଲେ ଭୂୟସୀ ପ୍ରଶଂସା । ଯେଉଁ କଲେଜକୁ ଆସିଲେ ସମସ୍ତେ ହୋଇଯାଆନ୍ତି ୟଙ୍ଗ୍, ସେହି କଲେଜରେ ରହିବାକୁ ଇଚ୍ଛା ହୁଏ ଘଣ୍ଟା ଘଣ୍ଟା ଧରି ।

Mamita Meher Death Row
କାଲି ଗୋବିନ୍ଦ, ଆଜି ରାଧେ ! ମମିତା ମର୍ଡର ଫର୍ଦ୍ଦର ମୂକସାକ୍ଷୀ.. ମୋବାଇଲ୍

କାଲି ଗୋବିନ୍ଦ, ଆଜି ରାଧେ । ମମିତା ମର୍ଡର ଫର୍ଦ୍ଦର ମୂକସାକ୍ଷୀ-ମୋବାଇଲ୍ । କୁଆଡ଼େ ଗଲା ମମିତାଙ୍କ ମୋବାଇଲ୍ ଫୋନ୍ ? ଯେଉଁଥିରେ ଲୁଚିଛି ଜହ୍ଲାଦ ଗୋବିନ୍ଦର ପାପ କାହାଣୀ ।

IIC Suspend
ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ

ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । କେ.ଗାଁ ଥାନା ଅଧୀକାରୀ ଡମୁ ପରିଜା ସସ୍‌ପେଣ୍ଡ । ଦାୟିତ୍ୱରେ ଅବହେଳା ପାଇଁ ଥାନା ଅଧିକାରୀଙ୍କୁ ସସ୍‌ପେଣ୍ଡ କରିଦିଆଯାଇଛି । ଏନେଇ କଳାହାଣ୍ଡି ଏସ୍‌ପି ଶ୍ରବଣା ବିବେକଙ୍କ ସୂଚନା ଦେଇଛନ୍ତି ।

Mamita Meher Case
ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଝଡ଼, ବଢ଼ୁଛି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଅଡ଼ୁଆ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଝଡ଼ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପି ଓ କଂଗ୍ରେସର ରାଜ୍ୟ ବ୍ୟାପୀ ବିକ୍ଷୋଭ, ରାସ୍ତାରୋକ ଓ କଳାପତାକା ପ୍ରଦର୍ଶନ ।

Mamita Meher Case
ଖାଲି ଗୋବିନ୍ଦ ସାହୁର ପରକୀୟା ପ୍ରୀତି କଥା ଜାଣିଥିଲେ ମମିତା ନା ଆଉ କିଛି ରହିଛି ରହସ୍ୟ ?

ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ଖୁଲାସା । ଉତ୍ତରାଞ୍ଚଳ ଡିଆଇଜି କହିଛନ୍ତି ଗିରଫ ଗୋବିନ୍ଦ ସାହୁ, ନିଜ ପରକୀୟା ପ୍ରୀତିର ପ୍ରଘଟ ହେବା ଶଙ୍କାରେ ମମିତାଙ୍କୁ କାର୍ ଭିତରେ ହତ୍ୟା କରିଛି ।

Dibyashankar Mishra
ମମିତା ହତ୍ୟା ମାମଲା: ମନ୍ତ୍ରୀଙ୍କ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜାତୀୟ ମହିଳା କମିଶନଙ୍କ ଚିଠି

ମମିତା ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ । ଏମିତିକି ମାମଲାର ନିରପେକ୍ଷ ତଦନ୍ତ ପାଇଁ ସଂପୃକ୍ତି ଅଭିଯୋଗ ଆସୁଥିବା ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି NCW ଅଧ୍ୟକ୍ଷା ରେଖା ଶର୍ମା ।

Mamita Meher
ସାରା ରାଜ୍ୟରେ ତେଜୁଛି ଆନ୍ଦୋଳନ, ବଢ଼ୁଛି ମନ୍ତ୍ରୀଙ୍କ ଅଡ଼ୁଆ

ମମିତା ମେହେର ହତ୍ୟା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ତେଜୁଛି ଆନ୍ଦୋଳନ । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ବଢ଼ୁଛି ଲୋକଙ୍କ ଆକ୍ରୋଶ । ତାଙ୍କ ଇସ୍ତଫା ଦାବି କରି ପ୍ରାୟ ଜିଲ୍ଲାରେ ରଣ ହୁଙ୍କାର ଦେଉଛନ୍ତି ବିରୋଧୀ ।

Govinda Sahu
ଗୋବିନ୍ଦଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ପୋଲିସ

୫ ଦିନିଆ ରିମାଣ୍ଡରେ ଯିବ ଗୋବିନ୍ଦ ସାହୁ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ମଂଜୁର କରିଛନ୍ତି ।