ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବଲିଉଡ୍କୁ ଶକ୍ତ ଝଟ୍କା ଦେଇଛି। ଦୋହଲି ଯାଇଛି ପୂରା ବି-ଟାଉନ୍। କେହି ସହଜରେ ବି ଏକଥାକୁ ବିଶ୍ୱାସ କରିପାରୁ ନାହାନ୍ତି। ସଫଳତାର ଶୀର୍ଷରେ ଥିବା ଜଣେ ଷ୍ଟାର୍ ହଠାତ୍ ଯେ ଏମିତି ଆତ୍ମହତ୍ୟା କରିବେ ଏକଥା କାହାରିଙ୍କୁ ବିଶ୍ୱାସ ହେଉନି।
ବଲିଉଡ୍ ବଡ଼ ବଡ଼ ଷ୍ଟାର୍ ଏହି ଖବର ପାଇଁ ଗଭୀର ଭାବେ ମର୍ମାହତ ହୋଇ ସୋସିଆଲ୍ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି।
ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ବିଶ୍ୱାସ କରିପାରୁ ନାହାନ୍ତି ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟାପ। ଏନେଇ ସେ ଟ୍ୱିଟ୍ କରି ଚମକି ପଡ଼ିଲା ଢଙ୍ଗରେ ଲେଖିଛନ୍ତି “ ଏହି ଖବର ସତ ନୁହେଁ। ”
ରିତେଶ ଦେଶମୁଖ୍ୟ ଲେଖିଛନ୍ତି “ ମୁଁ ଅବାକ୍ ହୋଇଯାଇଛି। ସୁଶାନ୍ତ ଆଉ ନାହାନ୍ତି ଗଭୀର ଦୁଃଖର ବିଷୟ। ”
ବଲିଉଡ୍ର ଚର୍ଚ୍ଚି ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନୀ ଟ୍ୱିଟ୍ କରି ଲେଖିଛନ୍ତି “ ସୁଶାନ୍ତ ସିଂହ ରାଜପୁତ...। ଏସବୁ କଣ ଚାଲିଛି... ? ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା। ଏହି ଖବର ଭୟଙ୍କର ଅତି ଭୟଙ୍କର। ଦୟାକରି ନିଜର ଓ ନିଜ ପରିବାରର ଯତ୍ନ ନିଅ, ବନ୍ଧୁଙ୍କ ସହ କଥାବାର୍ତ୍ତା କର।”
ବଲିଉଡ୍ ହିରୋ ଅବତାଭ୍ ଶିବଦାସନୀ ଏହି ଖବରକୁ ବିଶ୍ୱାସ କରିପାରି ନାହାନ୍ତି। ସେ ତାଙ୍କ ଟ୍ୱିଟର୍ରେ ଲେଖିଛନ୍ତି “ ସୁଶାନ୍ତ ନୋ...ଏହି ଖବର ସବୁଠାରୁ ଦୁଃଖଦ। ମୁଁ ବହୁତ ବହୁତ ବହୁତ ଦୁଃଖ ପାଇଲି ଏହି ଖବର ଶୁଣି। କାହିଁକି ଏତେ କମ୍ ବୟସରେ ଏତେ ସୁନ୍ଦର ଜୀବନଟିଏ ଆତ୍ମହତ୍ୟା କରିପାରେ ? ଏହା ଅତ୍ୟନ୍ତ ହୃଦୟ ବିଦାରକ ଖବର।”
ସେହିଭଳି ନେହା ଧୂପିଆ, ଗୌହର ଖାନ୍ ଭଳି ଫିଲ୍ମ ଷ୍ଟାର୍ଙ୍କ ସହିତ ବହୁ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତିଙ୍କ ସମେତ ବହୁ ବଡ଼ ବଡ଼ ନେତା ଓ କ୍ରିକେଟ୍ ଷ୍ଟାର୍ ମଧ୍ୟ ଶୋକପ୍ରକାଶ କରି ଟ୍ୱିଟ୍ କରିଛନ୍ତି।
]]>ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଇର୍ଫାନ ପଠାନ ଟ୍ୱିଟ୍ କରି ଲେଖିଛନ୍ତି, " ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ତାଙ୍କ ପରିବାରକୁ ମୋର ସମବେଦନା। ମୁଁ ଶେଷଥର ପାଇଁ ସୁଶାନ୍ତଙ୍କ ସହ ତାଜ୍ ହୋଟଲରେ କଥା ହୋଇଥିଲି। ସେଠାରେ ମୁଁ ତାଙ୍କ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଥିଲି, ସୁଶାନ୍ତ ମୋତେ କହିଥିଲେ ଯେ, ଭାଇ ମୋ ଫିଲ୍ମ ଛିଛୋରେ ଦେଖିବ।"
I’m deeply shocked and saddened to hear about the suicide of #SushantSinghRajput my heart goes out for his family
— Irfan Pathan (@IrfanPathan) June 14, 2020
ସେହିପରି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଲେଖିଛନ୍ତି, “ସୁଶାନ୍ତଙ୍କ ବିୟୋଗକୁ ମୁଁ ବିଶ୍ୱାସ କରିପାରୁନି କି ସହି ମଧ୍ୟ ହେଉନାହିଁ। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ। ଭଗବାନ ତାଙ୍କ ପରିବାର ଓ ବନ୍ଧୁମାନଙ୍କୁ ଏ ପରିସ୍ଥିତିର ମୁକାବିଲା ପାଇଁ ଶକ୍ତି ଦିଅନ୍ତୁ।”
Shocked to hear about Sushant Singh Rajput. This is so difficult to process. May his soul RIP and may god give all the strength to his family and friends ?
— Virat Kohli (@imVkohli) June 14, 2020
ସଚିନ ତେନ୍ଦୁଲକର ମଧ୍ୟ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, "ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁଁ ଆଶ୍ଚର୍ଯ୍ୟ ଓ ଦୁଖିତଃ ମଧ୍ୟ। ସେ ଜଣେ ଦକ୍ଷ ଅଭିନେତା। ସୁଶାନ୍ତଙ୍କ ପରିବାର ଓ ବନ୍ଧୁମାନଙ୍କ ପ୍ରତି ମୋର ସମବେଦନା। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।"
Shocked and sad to hear about the loss of Sushant Singh Rajput.
Such a young and talented actor. My condolences to his family and friends. May his soul RIP. ? pic.twitter.com/B5zzfE71u9— Sachin Tendulkar (@sachin_rt) June 14, 2020
ବିରେନ୍ଦ୍ରର ଶେହୱାଗ- "ଜୀବନ ଅତ୍ୟନ୍ତ ସୂକ୍ଷ୍ମ, କାହାର କେତେବେଳେ କ’ଣ ହେବ ଜଣାନାହିଁ। ତେଣୁ ନମ୍ର ହୁଅ। ଓମ୍"
Life is fragile and we don’t know what one is going through. Be kind. #SushantSinghRajput Om Shanti pic.twitter.com/zJZGV96mmb
— Virender Sehwag (@virendersehwag) June 14, 2020
ସ୍ପିନର ହରଭଜନ ସିଂହ ଟ୍ୱିଟ୍ କରି ଲେଖିଛନ୍ତି, ଦୟାକରି ମତେ କୁହନ୍ତୁ ଏହା ହେଉଛି ମିଥ୍ୟା ଖବର,ମୁଁ ବିଶ୍ୱାସ କରିପାରୁନି ସୁଶାନ୍ତ ଆଉ ନାହାଁନ୍ତି। ତାଙ୍କ ପରିବାର ପ୍ରତି ମୋର ସମେବଦନା। ବହୁତ ଦୁଃଖ ଖବର।
Plz tell me this is a fake news.. Cant believe Sushant Rajput is no more..Condolence to the family?? Very sad #ripsushantsinghrajput pic.twitter.com/wjCK77aq3t
— Harbhajan Turbanator (@harbhajan_singh) June 14, 2020
ଖବର ଅନୁଯାୟୀ, ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ଫାସୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ନେଇ ପ୍ରଥମେ ତାଙ୍କ ଘରୋଇ ସହାୟକ ପୁଲିସ୍କୁ ଖବର ଦେଇଥିଲେ।
ସୁଶାନ୍ତଙ୍କ ବିୟୋଗରେ କେବଳ କ୍ରିକେଟ ଜଗତ ନୁହେଁ, ବଲିଉଡ୍ ଜଗତ ମଧ୍ୟ ଶୋକରେ ବୁଡ଼ିଛି। ବଲିଉଡ୍ର ବହୁ ବଡ଼ ବଡ଼ ଷ୍ଟାର୍ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି।
]]>