ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ କୁହାଯାଇଛି, ଅନ୍ତର୍ଜାତୀୟ ସ୍ତରରେ LPG ଦର ଜୁନ୍ରେ ବୃଦ୍ଧି ପାଇବାରୁ ଭାରତରେ ମଧ୍ୟ ରୋଷେଇ ଗ୍ୟାସର ଦର ବୃଦ୍ଧି ଘଟିଛି। ରାଜଧାନୀ ଦିଲ୍ଲୀରେ ୧୧.୫୦ ପଇସା ବୃଦ୍ଧି ଘଟିଥିବାବେଳେ ଚେନ୍ନାଇରେ ୩୭ ଟଙ୍କା ବୃଦ୍ଧି ଘଟିଛି। ସେହିପରି ମୁମ୍ବାଇରେ ୧୧.୫୦ ଏବଂ କୋଲକାତାରେ ୩୧.୫୦ ପଇସା ସିଲିଣ୍ଡର ପିଛି ବଢିଛି।
ବର୍ଦ୍ଧିତ ଦର ଜୁନ୍ ୧ ତାରିଖରୁ ଲାଗୁ ହେବ ବୋଲି ଆଇଓସି ( IOC-Indian Oil Corporation)ପକ୍ଷରୁ କୁହାଯାଇଛି।
ସୂଚନାଥାଉ କି, ପ୍ରତିମାସରେ ଅନ୍ତର୍ଜାତିକ ଦର ଏବଂ ଡଲାର ଏକ୍ସେଚେଞ୍ଜର ଦର ଦେଖିବା ପରେ LPG ଦରର ସମୀକ୍ଷା କରାଯାଇଥାଏ। ସେହି ଅନୁସାରେ ଅଣ ସବ୍ସିଡି LPG ଦର ଦିଲ୍ଲୀରେ୫୯୩ ଥିବାବେଳେ କଲକତାରେ ଏହାର ଦର ୬୧୬ ଟଙ୍କା ରହିଛି ଏବଂ ଚେନ୍ନାଇରେ ୬୦୬ ଟଙ୍କା ହୋଇଛି।
]]>