• translate

Tag: Loot

Loot Expose
ନିଜ ଘରୁ ଚୋରି ହୋଇଥିବା କହି ଫସିଗଲେ ନନା !

ଗତ ୩୧ ତାରିଖରେ ରାୟଗଡା ରୟତ କଲୋନୀରେ ରହୁଥିବା ବିଶ୍ୱ ଗଣପତି ଶର୍ମା ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଏବଂ ୧୦ ଭରି ସୂନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏଭଳି ଏକ ବଡ଼ଧରଣର ଚୋରି ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲା ପୋଲିସ।

Youths Arrested For Looting
ସୁରତରୁ ଲୁଟ୍‌ କରି ଓଡ଼ିଶା ଫେରୁଥିଲେ, ଟ୍ରେନ୍‌ରେ ଧରାପଡ଼ିଲେ

ସୁରତରୁ ଲୁଟ୍‌ କରି ଓଡ଼ିଶା ଫେରୁଥିବା ବେଳେ ଟ୍ରେନ୍‌ ଭିତରେ ଧରାପଡ଼ିଲେ ୭ ଲୁଟେରା। ଟ୍ରେନ୍‌ ଭିତରୁ ଲୁଟେରାଙ୍କୁ ରେଲ୍‌ୱେ ପୋଲିସ୍‌ ଧରିଛି।

gas cylinder
ମାଗଣାରେ ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡରର ଲୋଭ ଦେଖାଇ ଖାଲି ସିଲିଣ୍ଡର ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ

ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡର ଦିଆଯିବ କହି ଆଦିବାସୀଙ୍କ ନିକଟରୁ ଖାଲି ସିଲିଣ୍ଡର ଧରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। 

loot
ସ୍ପଷ୍ଟ ଦିବାଲୋକରେ ମହିଳାଙ୍କଠାରୁ ଲୁଟି ନେଲେ ୧ ଲକ୍ଷ ୮ ଶହ ଟଙ୍କା

ସୋନପୁର: ସ୍ପଷ୍ଟ ଦିବାଲୋକରେ ସ୍ୱୟଂ ସହାୟକ ଗୋଷ୍ଠୀର ୨ ମହିଳାଙ୍କଠାରୁ ଲୁଟି ନେଲେ ୧ ଲକ୍ଷ ୮ ଶହ ଟଙ୍କା । ଆଜି ସୋନପୁର ବସଷ୍ଟାଣ୍ଡରେ ହୋଇଛି ଏହି ଲୁଟ୍ । ଆଉ ଲୁଟର ଶିକାର ହୋଇଛନ୍ତି ସୋନପୁର ବ୍ଲକ ସାହାଜବାହାଲ…

loot ornaments
୨ଦିନ ପୂର୍ବରୁ ଚୋରି ହୋଇଗଲା, ଦିନକ ପୂର୍ବରୁ ମିଳିଗଲା

ଭୁବନେଶ୍ୱର: ବିବାହର ଦୁଇ ଦିନ ପୂର୍ବରୁ ହେଲା ଲୁଟ୍, ହେଲେ ଠିକ୍‌ ଗୋଟିଏ ଦିନ ପୂର୍ବରୁ ମିଳିଗଲା ଚୋରି ହୋଇଯାଇଥିବା ସୁନା ଗହଣା। ସୂଚନା ଅନୁଯାୟୀ, ବିଶାଖାପାଟଣାର ଜଣେ ଯୁବତୀ ବିବାହ ପାଇଁ ଭୁବନେଶ୍ୱର ଆସୁଥିଲେ। ଆସନ୍ତା ୭ତାରିଖରେ ଯୁବତୀ ଜଣଙ୍କର ବିବାହ ସ୍ଥିର ହୋଇଛି।  ଯୁବତୀ ଜଣକ ଗହଣା ସହ ଲଗେଜ୍‌ ଧରି ଟ୍ରେନ୍‌ରେ ଠିଆ ହୋଇଥିବା ବେଳେ ଅନ୍ୟ ମନସ୍କତାର ସୁଯୋଗ ନେଇ ଦୁର୍ବୃତ୍ତ ତାଙ୍କଠୁ ଲୁଟ୍ କରିନେଇଥିଲେ। ପ୍ରାୟ ୫ ଲକ୍ଷ ଟଙ୍କାର […]

youth held
ଅଭିଯୋଗକାରୀ ହିଁ ନିଜେ ଲୁଟେରା

ବାଲିଗୁଡ଼ା: ଅଭିଯୋଗକାରୀ ହିଁ ନିଜେ ଲୁଟେରା।  କଟକ ପରେ ଏଭଳି ଘଟଣା ପୁଣି ନଜରକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡାରେ। ସୂଚନା ଅନୁସାରେ, ଗତ ଏପ୍ରିଲ ୩ ତାରିଖରେ ଦାରିଙ୍ଗିବାଡି ନିକଟ ପଟାଙ୍ଗିରେ ୫ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିଲା। ଏକ ଘରୋଇ ସ୍କୁଲର ମ୍ୟାନେଜର ଏମ୍‌.ଡ଼ି ନୁରାଲି ଟଙ୍କା ନେଇ ଯାଉଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଲୁଟି ନେଇଥିବା ସେ ଦାରିଙ୍ଗିବାଡି ଥାନାରେ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ […]

loot
୭ ଲକ୍ଷ ୮୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ରାଉରକେଲା : ରାଉରକେଲାରେ ବଡଧରଣର ଲୁଟ୍। ଟୋଲ୍ ପ୍ଲାଜା କର୍ମଚାରୀଙ୍କଠାରୁ ୭ ଲକ୍ଷ ୮୦ ହଜାର ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଟୋଲ ପ୍ଲାଜା କର୍ମଚାରୀ ଟଙ୍କା ଡିପୋଜିଟ୍ ପାଇଁ ବ୍ୟାଙ୍କ ଯାଉଥିଲେ। ଏହି ସମୟରେ ଝଗରପୁର ପାଖରେ କର୍ମଚାରୀଙ୍କୁ ବନ୍ଧକୁ ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ଲୁଟ୍ କରିନେଇଛନ୍ତି। ଏନେଇ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି।