ପୁଣିଥରେ ଦେଶରେ ଲକ୍ଡାଉନ୍ ଅବଧି ବୃଦ୍ଧି ହେବ ନା ନାହିଁ ସେନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ। ତେବେ ଏହା ପୂର୍ବରୁ କିଛି ରାଜ୍ୟ ଲକ୍ଡାଉନ୍ ଅବଧି ବୃଦ୍ଧି କରିଛନ୍ତି।
ପୂର୍ବରୁ ପଶ୍ଚିମବଙ୍ଗ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବୃଦ୍ଧି କରିଥିବାବେଳେ ଏବେ ଝାଡ଼ଖଣ୍ଡ ସରକାର ମଧ୍ୟ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବୃଦ୍ଧି କରିଛନ୍ତି।
ଝାଡ଼ଖଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲକ୍ଡାଉନ୍ ଅବଧି ବୃଦ୍ଧି ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଲାଗୁ ହୋଇଥିବା ସମସ୍ତ କଟକଣା ଜୁଲାଇ ୩୧ ଯାଏ ବଳବତ୍ତର ରହିବ ବୋଲି ରାଜ୍ୟ ମୁଖ୍ୟ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।
କେନ୍ଦ୍ର ସରକାରଙ୍କ COVID-19 Dashboardରେ ଦିଆଯାଇଥିବା ସୂଚନା ନୁସାରେ, ଜୁନ୍ ୨୬ ତାରିଖ ସୁଦ୍ଧା ଝାଡ଼ଖଣ୍ଡରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୬୦୫ଜଣ ସୁସ୍ଥ ହୋଇଥିବାବେଳେ ୬୪୫ଜଣ ଚିକିତ୍ସାଧୀନ ଅଛନ୍ତି। ୧୨ଜଣଙ୍କ ମୃତ୍ୟୁ ଘଟିଛି।
ଅନ୍ୟପକ୍ଷରେ ତାମିଲନାଡୁରେ ସବୁଠାରୁ ଅଧିକ ସଂକ୍ରମିତ ହୋଇଥିବା ଜିଲ୍ଲାଗୁଡିକରେ ଲକ୍ଡାଉନ୍ ଅବଧି ବୃଦ୍ଧି ହୋଇଛି। ଦିଲ୍ଲୀରେ ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।
]]>