ସେହିପରି ସପିଙ୍ଗ କଂପ୍ଲେକ୍ସ ମଧ୍ୟ ୩୦ ଜୁନ୍ ଯାଏ ଖୋଲିପାରିବ ନାହିଁ। ତେବେ ହୋଟେଲ ଖୋଲି ପାରବ। କିନ୍ତୁ ସବୁ କର୍ମଚାରୀଙ୍କୁ ଆସିବାକୁ ଅନୁମତି ନାହିଁ। ମାତ୍ର ୩୦% କ୍ଷମତାକୁ ନେଇ ହୋଟେଲ ଖୋଲାଯାଇପାରିବ ବୋଲି କହିଛନ୍ତି ମୁଖ୍ୟ ସଚିବ।
ଅନ୍ୟପକ୍ଷେ ସିନେମା ହଲ୍, ଜିମ୍ନାସିୟମ, ସୁଇମିଂ ପୁଲ୍ ବି ଜୁନ୍ ଶେଷ ଯାଏ ବନ୍ଦ ରହିବ। ସାମାଜିକ, ରାଜନୈତିକ, ଧର୍ମୀୟ ସମାବେଶ ମଧ୍ୟ ବନ୍ଦ ରହିବ।
ସୂଚନା ଥାଉ କି, କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡ୍ ଲାଇନ ଜାରି କରାଯାଇଥିଲା। ୩ଟି ପର୍ଯ୍ୟାୟରେ ଲକ୍ଡାଉନ ଖୋଲିବ ବୋଲି କୁହାଯାଇଥିଲା। ଗାଇଡଲାଇନ୍ରେ ଜୁନ୍ ୮ ପରେ ଧର୍ମୀୟ ଅନୁଷ୍ଠାନ ଖୋଲିବ ବୋଲି କୁହାଯାଇଥିଲା। ସେହପରି ପରି ହୋଟେଲ, ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଅନୁମତି ମିଳିପାରେ। ସପିଂ ମଧ୍ୟ ଖୋଲିବାକୁ ଅନୁମତି ମିଳିପାରେ ବୋଲି କୁହାଯାଇଥିଲା। ହେଲେ ଓଡ଼ିଶାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣାକୁ କଡାକଡି କରିଛନ୍ତି।
]]>ଅନ୍ଲକ୍-୧.୦ରେ ଆଜିଠୁ ଦେଶ ଭିତରେ ଲୋକଙ୍କ ଯାଆସ କଟକଣା ମୁକ୍ତ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଯାତାୟତ ଓ ମାଲ ପରିବହନ କଟକଣାକୁ ହଟାଇ ଦିଆଯାଇଛି । ଆଜିଠୁ ଯାତାୟାତ ପାଇଁ ଆଉ କୌଣସି ଅନୁମତିର ଆବଶ୍ୟକତା ନାହିଁ । ତେବେ ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ କୋହଳ କରାଯାଇଛି । ସଂଧ୍ୟା ୭ରୁ ସକାଳ ୭ ପରିବର୍ତ୍ତେ ଏହା ରାତି ୯ରୁ ସକାଳ ୫ ଯାଏଁ ଲାଗୁ ହେବ ।
ତେବେ ଲକ୍ଡାଉନ ୫.୦ ବଳବତ୍ତର ରହିଛି କଣ୍ଟେନମେଣ୍ଟ ଜୋନରେ। ଏହି ନିୟମ ଅନୁସାରେ କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ଲକଡ଼ାଉନକୁ ବଳବତ୍ତର ରଖାଯାଇଥିବା ବେଳେ କଣ୍ଟେନମେଣ୍ଟ ଜୋନ୍ ବାହାରେ ପର୍ଯ୍ୟାୟ କ୍ରମେ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।
ଅନଲକ୍-୧ରେ ଜୁନ୮ ତାରିଖ ପରେ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ଖୋଲିବ। ହୋଟେଲ, ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଅନୁମତି ମିଳିପାରେ। ସପିଂ ମଧ୍ୟ ଖୋଲିବାକୁ ଅନୁମତି ମିଳିପାରେ।
ସୂଚନାଥାଉ କି, ତିନିଟି ପର୍ଯ୍ୟାୟରେ ଲକ୍ଡାଉନ୍ କଟକଣା ହଟିବ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍ଲାଇନ୍ସ ଜାରି ହୋଇଛି। ତେବେ ସାମାଜିକ ଦୂରତା ନିଶ୍ଚିତ କରିବାକୁ ଦେଶବ୍ୟାପୀ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ୍ସକୁ କାର୍ଯ୍ୟକାରୀ କରାଯିବ।
ଜୁଲାଇରୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ। ସର୍ବସାଧାରଣ ସ୍ଥାନ, କାର୍ଯ୍ୟସ୍ଥଳ, ଗାଡ଼ିରେ ଯିବାବେଳେ ମାସ୍କ ପିନ୍ଧିବା, ସର୍ବସାଧାରଣ ସ୍ଥାନରେ ସର୍ବନିମ୍ନ ୬ ଫୁଟ ସାମାଜିକ ଦୂରତ୍ୱ ଜରୁରୀ। ଏକାଠି ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି।
]]>