ଅସ୍ତ୍ର ଛାଡ଼ିଦେଲେ ସେନାପତି ! ସଂକଟ ବେଳେ ନିଜ ସଂପାଦିତ ଖବରକାଗଜର ସଂପାଦକ ପଦ ଛାଡ଼ିଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଇଏ ସେତିକି ବେଳେ ହେଇଛି, ଯେତିକିବେଳେ ଲୋନ୍ ସ୍କାମ୍ ଅଭିଯୋଗ ପାଇଁ ଇଓଡବ୍ଲୁ । ଘେରାବନ୍ଦୀରେ ସୌମ୍ୟଙ୍କ ସଂସ୍ଥା ଅଛି । ଖବରକାଗଜ ଅଫିସରେ ପଶି ଘନଘନ ରେଡ୍, ସିଓଙ୍କଠୁ ନେଇ ଏଚ୍ଆର୍ ମୁଖ୍ୟ, କର୍ମଚାରୀଙ୍କଠୁ ନେଇ ପୂର୍ବତନ କର୍ମଚାରୀଙ୍କ ଯାଏଁ ଜେରା ପର୍ବ ଚାଲିଛି । ଭବିଷ୍ୟତକୁ ନେଇ କର୍ମଚାରୀ ଓ ସଂସ୍ଥା ଶଙ୍କାଗ୍ରସ୍ତ ଅଛି; ସେତିକିବେଳେ ‘ସଂପାଦକ ଅସ୍ତ୍ର’ ଛାଡ଼ିବାର ଘୋଷଣା କରୁଛନ୍ତି ସୌମ୍ୟ । ଇଏ ପୁଣି ସେତିକିବେଳେ ହେଉଛି, ଯେତିକିବେଳେ ନିଜ ହାତଗଢା ସଂସ୍ଥା ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ତାଙ୍କ ନାଁରେ କାର୍ଡ ଛପା ହୋଇ ବଣ୍ଟା ସରିଛି । ପ୍ରତିଷ୍ଠା ଦିବସ ପାଳନ ପାଇଁ ସବୁ ପ୍ରସ୍ତୁତି ସରିଛି ।
ଆଉ ଉତ୍ସବର ଠିକ୍ ଦିନକ ପୂର୍ବରୁ ସଂପାଦକ ପଦ ଛାଡୁଛନ୍ତି ସୌମ୍ୟ। ତାଙ୍କ ବଦଳରେ ଝିଅ ହେଉଛନ୍ତି ସଂପାଦକ । ହେଲେ ହଠାତ୍ କାହିଁକି ଏତେ ବଡ଼ ପରିବର୍ତ୍ତନ ? କାହିଁକି ସଂପାଦକ ପଦରୁ ଏମିତି ଅବ୍ୟାହତି ନେଲେ ସୌମ୍ୟ ? ୟା ଭିତରେ କିଛି ଆଉ ଗୋଟେ ବଡ଼ କଥା ଘଟିଛି କି ? ନା ଘଟିବାକୁ ଯାଉଛି ? ଏସବୁକୁ ନେଇ ଏବେ ଢେର ଚର୍ଚ୍ଚା । ଆଉ ଏ ଚର୍ଚ୍ଚାକୁ ଆଉ ଟିକେ ମୁକୁଳା କରିଛି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବୟାନ । ଜୟନାରାୟଣ କହିଛନ୍ତି ସୌମ୍ୟ ଅମିତ ଶାହଙ୍କୁ ଭେଟିଥିବା ମୁଁ ଶୁଣିଛି ।
ଲଗାତର ନିଜ ସଂପାଦକୀୟ ପ୍ରହାରରେ ସରକାର, ଫାଇଭ୍ଟି ସଚିବ ଓ ନିଜ ଦଳ ବିଜେଡିକୁ ଘାଇଲା କରିବା ପରେ ପ୍ରଥମେ ଗତ ୧୨ ତାରିଖରେ ବିଧାୟକ ସୌମ୍ୟରଞ୍ଜନଙ୍କୁ ଉପସଭାପତି ପଦରୁ ହଟାଇଥିଲା ବିଜେଡି । ଆଉ ଏହାର ୯ ଦିନ ପରେ ଲୋନ୍ ଦୁର୍ନୀତି ଭଳି ଜନବିରୋଧୀ ଷ୍ଟାମ୍ପ ମାରି ଦଳରୁ ତଡ଼ି ଦେଇଥିଲେ ସୁପ୍ରିମୋ । ସବୁଠୁ ବଡ଼ କଥା ହେଉଛି ସେବେଠୁ ଯେମିତି ଚୁପ୍ ପଡ଼ି ଯାଇଥିଲେ ପୂର୍ବର ମୁଖର ସୌମ୍ୟ । ନା ଆଉ ଖବରକାଗଜରେ ନିଜର ଚର୍ଚ୍ଚିତ ସଂପାଦକୀୟ ଆମ ଘରର ହାଲଚାଲ୍ ବାହାରୁଥିଲା, ନା ପୂର୍ବଭଳି ସରକାରଙ୍କୁ ଅଡୁଆରେ ପକାଇବାକୁ ନିଜେ ବିଧାନସଭାକୁ ଆସୁଥିଲେ ।
ଏତେ ଚୁପ୍ ଯେ, ନିଜ ବହିଷ୍କାରକୁ ନେଇ ହେଉ କିମ୍ବା ତାଙ୍କ ସଂସ୍ଥା ଦେହରେ ଲାଗିଥିବା ଦୁର୍ନୀତି ଦାଗ, କିମ୍ବା ନିଜ ବଦନାମୀକୁ ନେଇ ହେଉଥିବା ଚର୍ଚ୍ଚା, ଏଯାଏଁ ଥରୁଟିଏ ବି ଏସବୁ ସଂପର୍କରେ ମୁହଁ ଖୋଲିନାହାନ୍ତି ସୌମ୍ୟ । ଆଉ ଏଭଳି ଅସମ୍ଭବ ନିରବତାକୁ ନାନା ଚର୍ଚ୍ଚା ଆଲୋଚନା ଚାଲିଥିଲା ବେଳେ ହଠାତ୍ ସଂପାଦକ ପଦରୁ ସୌମ୍ୟଙ୍କ ଅବ୍ୟାହତି ଘୋଷଣା ଆହୁରି ଅନେକ ପ୍ରଶ୍ନକୁ ଠିଆ କରିଛି ।
ପ୍ରଥମେ ଦଳରୁ ବିଦା ଓ ଏବେ ସଂପାଦକ ପଦରୁ ଅବ୍ୟାହତି । ଏହା ପରେ ସୌମ୍ୟ ଏବେ କ’ଣ କରିବେ ? କାଲି ହେବାକୁ ଥିବା ନିଜ ଖବର କାଗଜର ୪୦ତମ ସ୍ୱନକ୍ଷତ୍ର ଉତ୍ସବରେ ଅତିଥିଙ୍କ ସହ ମଂଚକୁ ଆସୁଛନ୍ତି କି ନା, ତାକୁ ନେଇ ବି ଚର୍ଚ୍ଚା ଜୋର୍ ।
]]>ବିରୋଧ କରିବାରୁ ବଳି ପଡ଼ିଲେ କି ସୌମ୍ୟ ? ଫାଇଭ୍-ଟି ସଚିବ ଓ ନବୀନଙ୍କୁ ଟାର୍ଗେଟ କରିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଲା । ପ୍ରଥମେ ଦଳର ଉପସଭାପତି ପଦରୁ ହଟାଇବା ପରେ ଏବେ ଦଳରୁ ବିଦା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ମଧ୍ୟ ବିଜେଡିରୁ ବିଦା କରାଯାଇଛି । ଜନ ବିରୋଧୀ କାର୍ଯ୍ୟକଳାପ ନେଇ ଉଭୟ ବିଧାୟକଙ୍କୁ ବହିଷ୍କାର କରାଯାଇଛି ।
କିଛି ଦିନ ପୂର୍ବରୁ ଜଣେ ପୂର୍ବତନ କର୍ମଚାରୀଙ୍କ ପୁରୁଣା ଲୋନ୍ ଠକେଇ ଅଭିଯୋଗକୁ ଭିତ୍ତି କରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଖବରକାଗଜ ସଂସ୍ଥା ସମୁହ ଉପରେ କ୍ରାଇମବ୍ରାଞ୍ଚ EOWର ରେଡ୍ ହୋଇଥିଲା ।
ସୌମ୍ୟରଞ୍ଜନ ପଟ୍ଟନାୟକ ଯେବେଠୁ ଆମଘରର ହାଲଚାଲରେ ଯେମିତିକି ଗତ ମାସ ୧୮ରେ ନିଜ ଜନ୍ମଦିନର ଅନୁଚିନ୍ତାରେ- ମନ୍ତ୍ରୀ ବଡ଼ କି ସଚିବ ବଡ଼ ବୋଲି ପଚାରିଥିବା ପ୍ରଶ୍ନ ଏବଂ ଅଗଷ୍ଟ ୨୭ରେ ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଶୀର୍ଷକ ଲେଖା ଲେଖିଲେ, ତା’ପରେ ଆକ୍ସନ ଆରମ୍ଭ ହୋଇଥିଲା ।
]]>
ଏମାନଙ୍କ କହିବା କଥା, ୨୦୧୫ରେ କୃଷି ଋଣ ଦେବା ବାହାନାରେ କିଛି ଗ୍ରାହକଙ୍କୁ ଡକ୍ୟୁମେଣ୍ଟ୍ ଦେବା ଲାଗି କହିଥିଲେ ନିର୍ମଦ ନାୟକ। ଋଣ ପାଇବା ଆଶାରେ ଲୋକେ ଡକ୍ୟୁମେଣ୍ଟ ବି ଦେଇଥିଲେ। ହେଲେ ସେମାନଙ୍କୁ ସେତେବେଳେ କିନ୍ତୁ ଋଣ ଟଙ୍କା ମିଳିନଥିଲା। ଆଉ ଏବେ ଋଣ ଆଦାୟ କରାଯିବାକୁ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।
ତଥ୍ୟ ଅନୁସାରେ, ଉଦୟପୁର ଗାଁର ମୋଟ ୭ ଜଣଙ୍କ ନାଁରେ ହଡ଼ପ ହୋଇଛି ପ୍ରାୟ ସାଢ଼େ ତିନି ଲକ୍ଷରୁ ଅଧିକ ଟଙ୍କା। ୨୦୧୫ରେ ଋଣ ଟଙ୍କା ଉଠାଯାଇଥିବା ବେଳେ ୨୦୧୬ରେ ଏହାର ନବୀକରଣ ବି କରାଯାଇଛି। ଏଭଳି ଅଭିଯୋଗ ସମ୍ପର୍କରେ ଆମେ କରଚୁଲି ବ୍ରାଞ୍ଚର ପୂର୍ବତନ ମ୍ୟାନେଜରଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ।
ଏ ଘଟଣା ପୂର୍ବରୁ ସେହି ୨୦୧୫ରେ କରଚୁଲି SBI ଶାଖାରେ ମୃତ ଓ ଅପରିଚିତ ଲୋକଙ୍କ ନାଁରେ ଋଣ ଅନୁମୋଦନ କରାଯାଇ ୧୬ ଲକ୍ଷ ହଡ଼ପ ଅଭିଯୋଗ ହୋଇଥିଲା। ଏବେ କୃଷି ଋଣ ନାଁରେ ଠକେଇ ଅଭିଯୋଗ ପରେ ପୋଲିସ ପୂର୍ବତନ ଶାଖା ପରିଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
]]>