ରାଜା ପଞ୍ଚମ ଜର୍ଜଙ୍କ ଚିତ୍ର ଥିବା ଗୋଟିଏ ଏକ ପଇସିଆ ମୂଲ୍ୟର ଡାକ ଟିକେଟ୍ ଲଗାଯାଇଥିବା ଏହି ଚିଠିଟିରେ ବେଥ୍ ଓ ସିଡେନ୍ହାମ୍ ଡାକ ମୋହର ବି ବାଜିଛି । ଏହି ଚିଠିଟିକୁ ୨୦୨୧ରେ ଥିଏଟର୍ ନିର୍ଦ୍ଦେଶକ ଫିନ୍ଲେ ଗ୍ଲେନ୍ଙ୍କ ‘କ୍ରିଷ୍ଟାଲ୍ ପାଲେସ୍’ ଫ୍ଲାଟ୍ରେ ଥିବା ଚିଠି ବାକ୍ସରେ ପକାଯାଇଥିଲା । ହେଲେ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିନଥିଲା ।
୧୦୦ ବର୍ଷ ପରେ ଚିଠିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ କେମିତି ଏତେ ଦିନଯାଏଁ ଚିଠି ରହିଲା ତାହାକୁ ନେଇ ସବୁଛି ଚର୍ଚ୍ଚା । ନିଜ ଘରେ ପ୍ରାୟ ବର୍ଷେ ରଖିବା ପରେ ଇଂଲଣ୍ଡର ଗ୍ଲେନ୍ ଏହି ଚିଠିଟିକୁ ନେଇ ସ୍ଥାନୀୟ ଐତିହାସିକ ସମାଜକୁ ଯାଇଥିଲେ । ଚିଠିଟି କିଏ ଦେଇଥିଲା ଜାଣିବା ଥିଲା ତାଙ୍କର ଉଦ୍ଦେଶ୍ୟ ବୋଲି ‘ସିଏନ୍ଏନ୍’ ରିପୋର୍ଟ କରିଛି ।
ମିଳିଥିବା ସୂଚନା ଅନୁସାରେ, ସେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥିଲା । ବେଥ୍ ବୁଲି ଯାଇଥିବା କେଟିଙ୍କ ବାନ୍ଧବୀ କ୍ରିଷ୍ଟାବେଲ୍ ମିନେଲ୍ ଏହି ଚିଠିଟି ଲେଖି ପୋଷ୍ଟ୍ କରିଥିଲେ ବୋଲି ସ୍ଥାନୀୟ ଇତିହାସ ପତ୍ରିକା ‘ଦି ନର୍ଉଡ୍ ରିଭ୍ୟୁ’ର ସମ୍ପାଦକ ଷ୍ଟିଫେନ୍ ଅକ୍ସଫୋର୍ଡ କରିଥିବା ଗବେଷଣାରୁ ଜଣାପଡ଼ିଛି । ତେବେ ୧୦୦ ବର୍ଷେ ପରେ ଚିଠିଟି ମିଳିଥିବାରୁ ଏବେ ପୂରା ଦେଶରେ ଏହାକୁ ନେଇ ବଢିଛି ଚର୍ଚ୍ଚା। ଖାଲି ଚର୍ଚ୍ଚା ବଢିଛି ତାହା ନୁହେଁ ଚିଠିକୁ ଦେଖିବାକୁ ଲୋକଙ୍କ ମନରେ ବଢିଛି ଉତ୍କଣ୍ଠା ।
]]>ଚିଠି ଲେଖି ଉଲ୍ଲେଖ କରିଥିଲେ ଯେ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟର ଏବର୍ଷ ଆଳୁ ଉତ୍ପାଦନ କମ୍ ରହିଥିବାରୁ ଓଡିଶାରେ ଦର ବୃଦ୍ଧି ହୋଇଛି। ତେଣୁ କିଛି ବ୍ୟବସାୟୀ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିପାରନ୍ତି, ତେଣୁ ଧାର୍ଯ୍ୟ ଠାରୁ ଅଧିକ ଆଳୁ ମହଜୁଦ ରଖିଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଗ୍ରାହକ କିଭଳି ସଠିକ୍ ମୂଲ୍ୟରେ ପାଇପାରିବେ ସେନେଇ ଦୃଷ୍ଟି ଦେବାକୁ କୁହାଯାଇଛି।
ସେହିପରି ଆଳୁ ଉତ୍ପାଦନ ହେଉଥିବା ରାଜ୍ୟରୁ ଯେଭଳି ପରିବହନ ବାଧାପ୍ରାପ୍ତ ନହେବ, ସେନେଇ ଦୃଷ୍ଟି ଦେବାକୁ ସୀମାନ୍ତ ଅଞ୍ଚଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି। ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ କହିବାନୁଯାୟୀ, କଟକରେ ପାଇକାରୀ ଆଳୁ ବ୍ୟବସାୟୀମାନେ ୫ଶହ କ୍ୱିଣ୍ଟାଲ ଏବଂ ଭୁବନେଶ୍ୱର ଓ ଅନ୍ୟ ସହରରେ ବ୍ୟବସାୟୀମାନେ ୩୫୦ କ୍ୱିଣ୍ଟାଲ ରଖିବାକୁ ନିର୍ଦ୍ଦେଶ ରହିଛି।
]]>