• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Left Top

yyjh
୧୯ରେ ରାଜ୍ୟର ୩୪ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଭୋଟ ବେଳେ ଅନେକ ବୁଥ୍‌ରୁ ଆସିଥିଲା ଅନିୟମିତତା ଓ ବିଭ୍ରାଟର ଅଭିଯୋଗ । ଏସବୁ ଅଭିଯୋଗ ଆଧାରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ବୁଥରେ ଆଉ ଥରେ ଭୋଟ କରିବା ନେଇ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଥିଲେ । ଏହି ସୁପାରିଶ ଆଧାରରେ ନିର୍ବାଚନ କମିଶନ ରାଜ୍ୟର ୩୪ ବୁଥରେ ସାନି ମତଦାନ ଲାଗି ନିଷ୍ପତ୍ତି ନେଇଛନ୍ତି। ଏଥିରେ ତୃତୀୟ ପର୍ଯ୍ୟାୟର ୧୨ ଓ ଚତୁର୍ଥ ପାର୍ଯ୍ୟାୟରେ ୨୨ଟି […]

ku
ରାସନ କାର୍ଡ ନାହିଁ ତ ରିଲିଫ ନାହିଁ

ଭୁବନେଶ୍ୱର: ରାସନ କାର୍ଡ ନାହିଁ ତ ରିଲିଫ ନାହିଁ । ବାତ୍ୟା ପରେ ରିଲିଫ ବଣ୍ଟନରେ ଦେଖାଦେଇଛି ଏଭଳି ଅବ୍ୟବସ୍ଥା। ବାତ୍ୟାରେ ହଜାର ହଜାର ଲୋକଙ୍କର ଘର ଭାଙ୍ଗିଛି, କିନ୍ତୁ ରାସନ କାର୍ଡ ନ ଥିବାରୁ ସେମାନଙ୍କୁ ରିଲିଫ ମିଳୁ ନ ଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ବହୁ ଅଭିଯୋଗ ପହଞ୍ଚିଛି ।

gy
ହାଟ ବଜାର ଏବେ ଖାଁ ଖାଁ ହେଲେ ଦର ଆକାଶ ଛୁଆଁ

ଭୁବନେଶ୍ୱର: ବାତ୍ୟା ଫୋନି ପରଠୁ ରାଜଧାନୀର ହାଟ ବଜାରରେ ଅଭାବନୀୟ ପରିସ୍ଥିତି। ନା ଆବଶ୍ୟକ ପରିମାଣର ସାମଗ୍ରୀ ମହଜୁଦ୍ ଅଛି, ନା ମିଳୁଛି ସୁଲଭ ଦରରେ ଡାଲି, ଚାଉଳ। କ୍ୟାଣ୍ଡେଲ୍‌ଟଇଏ ପାଇବା ବି ମୁସ୍କିଲ୍ ହେଉଛି ରାଜଧାନୀ ବଜାରରେ।  ଯେଉଁ ଦୋକାନକୁ ଗଲେ ବି ଷ୍ଟକ୍ ନାହିଁ କହି ସିଧାସଳଖ ମନା କରିଦେଉଛନ୍ତି ବ୍ୟବସାୟୀ । ପରିବା ଦର ତ ଆକାଶଛୁଆଁ ହୋଇଛି। ତାହା ବି ପର୍ଯ୍ୟାପ୍ତ ପରିମାଣର ମିଳୁନି। ରାଜଧାନୀ ଭୁବନେଶ୍ୱରର ବ୍ୟବସାୟିକ ପେଣ୍ଠସ୍ଥଳୀ ୧ […]

hu
ତିନିଟି ସହରର ତାପମାତ୍ରା ୪୫ ଡିଗ୍ରୀ ଡେଇଁଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଦ ଉଡ଼ାଇ ଦେଇଛି ନିଦାଘ। ଡହଡହ ଖରାରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ସିଝୁଥିବା ବେଳେ ଗୁଳୁଗୁଳିରେ ନୟାନ୍ତ ହେଉଛି ଉପକୂଳ। ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ ୩ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଟପି ଯାଇଥିଲା। ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରହିଥିଲା। ସୋନପୁରରେ ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୫.୧, ଝାରସୁଗୁଡ଼ାରେ ୪୪.୮, ମାଲକାନଗିରିରେ ୪୪.୪, […]

train
ଧୀରେ ଧୀରେ ସ୍ୱାଭାବିକ ହେଉଛି ରେଳ ଚଳାଚଳ

ଭୁବନେଶ୍ୱର: ଧୀରେ ଧୀରେ ସ୍ୱାଭାବିକ ହେଉଛି ରେଳ ଚଳାଚଳ। ଭୁବନେଶ୍ୱର, ପୁରୀ ଏବଂ ବ୍ରହ୍ମପୁର ଷ୍ଟେସନ୍‌ରୁ  ବାତିଲ ହୋଇଥିବା ୧୨ଟି ପାସେଞ୍ଜର ଓ ମେମୁ ଆଜିଠାରୁ ସ୍ୱାଭାବିକ ଭାବେ ଯାତାୟତ କରିଛି । ଖଡ଼ଗପୁର-ଯାଜପୁର-କେଉଁଝର ପାସେଞ୍ଜର, ଖଡଗପୁର ଭଦ୍ରକ ପାସେଞ୍ଜର, ବାଲେଶ୍ୱର-ଭଦ୍ରକ, ହାୱଡା-ଭଦ୍ରକ, କଟକ-ପଲାସା ଏବଂ ପଲାସା-ବିଶାଖାପଟନମ୍ ପାସେଞ୍ଜର ଟ୍ରେନ୍ ଆଜିଠୁ ଚଳାଚଳ କରୁଛି । ସେହିପରି ଭଦ୍ରକ-ଭୁବନେଶ୍ୱର, କଟକ-ଇଚ୍ଛାପୁରମ୍, ଅନୁଗୁଳ-ପୁରୀ, ଭୁବନେଶ୍ୱର-ବ୍ରହ୍ମପୁର, ଭୁବନେଶ୍ୱର-ପଲାସା ମେମୁ ଚଳାଚଳ ସ୍ୱାଭାବିକ ହୋଇଛି । ଅପରପକ୍ଷେ ଗତକାଲି ପୁରୀରୁ ଛାଡ଼ିଥିଲା […]

rajbhaban
ଫୋନି ପାଇଁ ଭୁତକୋଠି ପାଲଟି ଯାଇଛି ରାଜଭବନ

ପୁରୀ: ବାତ୍ୟା ଫୋନି ତାଣ୍ଡବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପୁରୀର ରାଜଭବନ। ଏହା ପରିସରରେ ଥିବା ଆକର୍ଷଣୀୟ ଉଦ୍ୟାନ ମାଟିରେ ମିଶିଯାଇଛି। ଉଦ୍ୟାନରେ ଲାଗିଥିବା ଶହ ଶହ ଗଛ ଭାଙ୍ଗି ଉପୁଡ଼ି ପଡ଼ିଛି। ବେଳାଭୂମିଠୁ ମାତ୍ର ୫୦-୬୦ ମିଟର ଦୂରରେ ଥିବା ରାଜ୍ୟର ଏହି ଐତିହ୍ୟ ପ୍ରାସାଦର କୌଣସି ବି ଗୋଟିଏ ଆସବାବପତ୍ର ଫୋନି ପ୍ରଳୟରୁ ବର୍ତ୍ତି ପାରିନାହିଁ। ରାଜଭବନ ଆଡେ ଗଲେ ଆପଣଙ୍କୁ ଲାଗିବ ଯେମିତି ସବୁଜିମା ମଶାଣିରେ ଠିଆ ହୋଇଛି ଭୂତ ବଙ୍ଗଳାଟିଏ। […]

b7i
ଛୁଟିରେ ବି ଖୋଲା ରହିବ ବ୍ୟାଙ୍କ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଛୁଟି ଦିନରେ ବି ବ୍ୟାଙ୍କ ଖୋଲା ରଖାଯିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ବସିଥିବା ଏସ୍‌ଏଲ୍‌ବିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କେରଳ ମଡେଲ୍‌ ଅନୁସରଣ କରିବାକୁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦିଆଯାଇଛି। କମ୍ ଡକ୍ୟୁମେଣ୍ଟ ନେଇ ଋଣ ପ୍ରଦାନ ଲାଗି ବ୍ୟାଙ୍କ ଗୁଡିକୁ କୁହାଯାଇଛି। ସୋମବାର ସୁଦ୍ଧା ବାତ୍ୟା ପ୍ରଭାବିତ ଜିଲ୍ଲାରେ ବ୍ୟାଙ୍କ ସେବା […]

b7
ଉଜୁଡିଛି ବାଲୁଖଣ୍ଡ, ଚମକ ହରାଇଛଇ ଚନ୍ଦକା, ନଷ୍ଟ ହୋଇଛି ବରୁଣେଇର ସାଗୁଆନ ଜଙ୍ଗଲ଼

ଭୁବନେଶ୍ୱର: ବାତ୍ୟା ମାଡ଼ରେ ଧ୍ୱସ୍ତବିଧ୍ୱଂସ୍ତ ବନ୍ୟ ସଂପଦ। ଫୋନି ବାତ୍ୟା, ଏମିତି ପିଟିଛି ଯେ, ବିରାଟକାୟ ଦ୍ରୁମ ହେଉ କି କ୍ଷୁଦ୍ର, ମଜଭୁତ ହେଉ କି ଦୁର୍ବଳ, କାହରିକୁ ବି ଛାଡି ନାହିଁ । ବାତ୍ୟା ମାଡ଼ ହୋଇଥିବା ପୁରୀର ବାଲୁଖଣ୍ଡ ହେଉକି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ କିମ୍ବା ଖୋର୍ଦ୍ଧାର ଐତିହାସିକ ବରୁଣେଇ ଏସମସ୍ତ ବନଖଣ୍ଡ ଏବେ  ଶ୍ରୀହୀନ। ଅନ୍ୟପକ୍ଷରେ ଏସବୁ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଅବସ୍ଥା କଣ ତାହା ବି ଜଣାପଡୁନି । ସମ୍ପୁର୍ଣ୍ଣ ଭାବେ ଉଜୁଡି […]

b8
ଫୋନି ମାଡ଼ରେ ଘାଇଲା ହୋଇଛି ବିଶ୍ୱ ଐତିହ୍ୟ କୋଣାର୍କ

କୋଣାର୍କ: ପ୍ରଳୟଙ୍କରୀ ଝଡ଼ ଫୋନି ମାଡ଼ରେ ଘାଇଲା ହୋଇଛି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର। ବିକୃତ ହୋଇ ଯାଇଛି ଚନ୍ଦ୍ରଭାଗାର ବିସ୍ତୀର୍ଣ୍ଣ ବେଳାଭୂମୀ। ସୂର୍ଯ୍ୟମନ୍ଦିର ଖୋଲୁ ନ ଥିବାରୁ ବିରସ ମନରେ ଫେରୁଛନ୍ତି ପର୍ଯ୍ୟଟକ। ଦେଖଣାହାରୀ ନ ଥିବାରୁ ଖାଁ ଖାଁ ଲାଗୁଛି ସମୁଦ୍ରକୂଳ । ଉତ୍କଳର ଐତିହ୍ୟ ଓ ଭାସ୍କର୍ଯ୍ୟକୁ ଅତି ପାଖରୁ ଦେଖିବାକୁ ଯେଉଁଠି ଦିନ ତମାମ ଲାଗୁଥିଲା କୋଳାହଳ, ସେ ସ୍ଥାନ ଆଜି ଖାଁ ଖାଁ ଲାଗୁଛି। ସମୁଦ୍ର କୋଳରୁ ଉଦିତ ସୂର୍ଯ୍ୟଙ୍କ […]

uon
ଫୋନିକୁ ସପ୍ତାହେ ପୂରିଲା, ସ୍ୱାଭାବିକ୍‌ ହେଉନି ବିଦ୍ୟୁତ୍‌ ବ୍ୟବସ୍ଥା

ଭୁବନେଶ୍ୱର: ଫୋନି ପ୍ରଳୟର ଗୋଟିଏ ସପ୍ତାହ ପରେ ବି ସ୍ୱାଭାବିକ ହୋଇନି ରାଜଧାନୀର ବିଜୁଳି ସରବରାହ ବ୍ୟବସ୍ଥା। ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ହେଉଥିଲେ ବି ଅନେକ ସ୍ଥାନରେ ବିଜୁଳି ନ ଆସିବାରୁ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ଜନତାଙ୍କ ଧୈଯ୍ୟଚ୍ୟୁତି ଘଟୁଛି । ତେଣୁ ଲୋକଙ୍କ ରୋଷକୁ ଦେଖି ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଏବେ ପୋଲିସ ସୁରକ୍ଷା ଦେଲାଣି। ସରକାର ପୂର୍ବରୁ ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରରେ ଶତ ପ୍ରତିଶତ ଲୋକଙ୍କୁ ବିଜୁଳି […]

opt
ନିର୍ବାଚନ ପୂର୍ବରୁ ପିଟ୍ରୋଡାଙ୍କ ବିବାଦୀୟ ବୟାନ୍‌, ଅତିଶିଙ୍କ ପାମ୍‌ପ୍ଲେଟ୍‌

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରେ ଦିଲ୍ଲୀରେ ଲୋକସଭା ନିର୍ବାଚନ । ଭୋଟ୍‌ର ଠିକ୍ ପୂର୍ବରୁ ଦୁଇଟି ବିବାଦ ସେଠାରେ ସୃଷ୍ଟି କରିଛି ହଟଚମଟ।  ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ସାମ୍ ପିଟ୍ରୋଡ଼ାଙ୍କ ବିବାଦୀୟ ବୟାନ ଏବଂ ଆପ୍ ନେତ୍ରୀ ଅତିଶି ଓ ବିଜେପିର ଗୌତମ ଗମ୍ଭୀର ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ। ଯାହାକି ଦିଲ୍ଲୀ ରାଜନୀତି ଉପରେ ବେଶ୍ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି। ଗାନ୍ଧି ପରିବାରର ଖାସ୍ ଅନୁଗତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ […]

u
ଟାଇମ୍‌ ପତ୍ରିକାରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ବିବାଦୀୟ ଲେଖା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆମେରିକୀୟ ପତ୍ରିକା ‘ଟାଇମ୍’ର କଭର ଷ୍ଟୋରୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ତେବେ ଏହାର ଶୀର୍ଷକ ବର୍ତ୍ତମାନ ବିବାଦ ଘେରକୁ ଆସିଛି। ଏଥିରେ ଗେରୁଆ ଉତ୍ତରୀୟ ପିନ୍ଧିଥିବା ମୋଦିଙ୍କର ଏକ ଚିତ୍ର ରହିଛି ଏବଂ ତାଙ୍କୁ ‘ଇଣ୍ଡିଆସ୍‌ ଡିଭାଇଡର ଇନ୍‌ ଚିଫ୍‌’ (ବିଭାଜନକାରୀ) ଆଖ୍ୟା ଦିଆଯାଇଛି। ଏଥରେ ଆହୁରି ମଧ୍ୟ ଲେଖାଯାଇଛି, ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର କ’ଣ ଆହୁରି ୫ ବର୍ଷ ମୋଦି ସରକାରଙ୍କ ଯନ୍ତ୍ରଣା ସହ୍ୟ କରିପାରିବ? […]

igi
IGI ଏୟାରପୋର୍ଟ ବିଶ୍ୱର ଶ୍ରେଷ୍ଠ ୧୦ ବିମାନବନ୍ଦର ମଧ୍ୟରୁ ଗୋଟିଏ

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ ୧୦ ବିମାନବନ୍ଦର ମଧ୍ୟରେ ସ୍ଥାନ ପାଇଛି ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ। ବିଶ୍ୱର ବିଭିନ୍ନ ଏୟାରପୋର୍ଟରେ ରହିଥିବା ସୁବିଧା ସୁଯୋଗ ଆଧାର ଏୟାର ହେଲପ୍‌ ନାମକ ଏକ ସର୍ଭେ ସଂସ୍ଥା ଏଭଳି ରିପୋର୍ଟ ଦେଇଛି। ସର୍ଭେ ରିପୋର୍ଟ ଅନୁଯାୟୀ, କତାରର ଦୋହା ଠାରେ ଥିବା ହମାଦ ଅନ୍ତର୍ଜାତୀୟ ଏୟାର ପୋର୍ଟ ବିଶ୍ୱର ସର୍ବଶ୍ରେଷ୍ଠ ବିମାନବନ୍ଦର। ସଂସ୍ଥା ପକ୍ଷରୁ ଏହି ବିମାନବନ୍ଦରକୁ ୧୦ରୁ ୮.୩୯ ମାର୍କ ଦିଆଯାଇଛି। ଦ୍ୱିତୀୟ ସ୍ଥାନରେ ଜାପାନର ଟୋକିଓ […]

yy
ଚୌକିଦାର ଚୋର ହୈ ପ୍ରସଙ୍ଗ: ଝୁଲିଲା ରାହୁଲଙ୍କ ଭାଗ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଫେଲ୍‌ ଡିଲ୍‌କୁ ଆଧାର କରି ଚୌକିଦାର ଚୌର ହୈ କହିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ସେ ଏହି ବୟାନ ପାଇଁ ବାରମ୍ବାର ସୁପ୍ରିମକୋର୍ଟ ନିକଟରେ ଦୁଃଖ ପ୍ରକାଶ କରିବା ପରେ ଶେଷରେ ନିଃସର୍ତ୍ତ କ୍ଷମା ମଧ୍ୟ ମାଗିଥିଲେ। ହେଲେ ଏହା ସୁପ୍ରିମକୋର୍ଟ କିମ୍ବା ଆବେଦନକାରୀ ବିଜେପିକୁ ସନ୍ତୁଷ୍ଟ କରିପାରି ନାହିଁ। ଆଜି ରାହୁଲଙ୍କ ନାଁରେ ବିଜେପି ସାଂସଦ ମୀନାକ୍ଷୀ ଲେଖି କରିଥିବା ଅପରାଧିକ ଅଦାଲତ […]

ko
ଏସି ବନ୍ଦ, ଯୁକ୍ତ ୨ ଖାତା ଦେଖା ବି ବନ୍ଦ !

ଭୁବନେଶ୍ୱର:  ମୂଲ୍ୟାୟନ କେନ୍ଦ୍ରରେ ଏସି ବନ୍ଦ ହେବାରୁ ଯୁକ୍ତ ଦୁଇ ଖାତାଦେଖା ବନ୍ଦ ହୋଇଯାଇଛି। ଖାତାଦେଖା ଛାଡି ଧାରଣାରେ ବସିଲେ ପ୍ରାୟ ଦେଢଶହରୁ ଉର୍ଦ୍ଧ୍ୱ ଅଧ୍ୟାପକ ଓ ଅଧ୍ୟାପିକା । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଜି ଦେଖାଦେଇଛି ଏମିତି ଅବ୍ୟବସ୍ଥା। +୨, କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ଖାତା ମୂଲ୍ୟାୟନ ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା। କଲେଜ ଅଧ୍ୟକ୍ଷା ଏସି ରିମୋଟ ନେଇ ଚାଲି ଯିବାରୁ ସମସ୍ତେ ଖାତା ଦେଖା ବନ୍ଦ […]

ss
ଜେଲ୍‌ ୱାଡର୍ରଙ୍କ ବାଇକ୍‌ ଧରି କଏଦୀ ଚମ୍ପଟ

ଭୁବନେଶ୍ୱର: ଜେଲରୁ ଚମ୍ପଟ ମାରିଛନ୍ତି କଏଦୀ । ସେ ପୁଣି ୱାଡର୍ରଙ୍କ ବାଇକ୍‌ ଧରି। ଫୁଲବାଣୀ ଜିଲ୍ଲା କାରାଗାରରେ ଘଟିଛି ଏହି ଘଟଣା। ଫେରାର କଏଦୀ ହେଉଛନ୍ତି ଦାରିଙ୍ଗବାଡି ଅଞ୍ଚଳର ଗୋପୀନାଥ ନାୟକ। ଦୁଷ୍କର୍ମ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ଼ ଜେଲରେ ସଜା କାଟୁଥିଲେ । ଗତକାଲି ସନ୍ଧ୍ୟାରେ ଜେଲ ଓ୍ୱାର୍ଡରଙ୍କ ବାଇକ ଧରି ସେ ଜେଲରୁ ଚମ୍ପଟ ମାରିଛନ୍ତି। କଏଦୀ ଫେରାର ହେବା ପରେ ଜେଲ୍ ସୁପରିଟେଣ୍ଡେଣ୍ଟ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି। […]

ab
ଓଡ଼ିଶାକୁ ବଲିଉଡ୍‌ରୁ ଆସିବ ସହାୟତା ରାଶି

ମୁମ୍ବାଇ: ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼େଇଛନ୍ତି ବଲିଉଡ ସେଲିବ୍ରିଟି । ବାତ୍ୟା ପ୍ରପିଡ଼ୀତଙ୍କ ପାଇଁ ଅର୍ଥ ରାଶୀ ଯୋଗାଡ଼ କରିବାକୁ ଫ୍ୟାନକୁ ନିବେଦନ କରିଛନ୍ତି ଅଭିଷେକ ବଚ୍ଚନ। ଜୁନିୟର ବଚ୍ଚନ ନିଜ ଟୁଇଟର୍‌ ପେଜରେ ଏନେଇ ଉଲ୍ଲେଖ କରିଛନ୍ତି। ଫୋନି ବାତ୍ୟା ପ୍ରଭାବରେ ଓଡ଼ିଶାରେ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି । ତେଣୁ ଯଥାସମ୍ଭବ ଚେଷ୍ଟା କରିବାକୁ ଅଭିଷେକ ନିବେଦନ କରିଛନ୍ତି।  ସେହିପରି ବଲିଉଡ ଡିଭା ମାଧୁରୀ ଦିକ୍ଷୀତ ମଧ୍ୟ ଟୁଇଟ୍‌ କରି ବାତ୍ୟା […]

h
ପୁରୁଣା କଥା ଦୋହରାଇଲେ ଶକ୍ତି ସଚିବ

ଭୁବନେଶ୍ୱର: ପୁରୁଣା କଥାକୁ ପୁଣି ଦୋହରାଇଛନ୍ତି ଶକ୍ତି ସଚିବ ହେମନ୍ତ ଶର୍ମା । ୧୨ ତାରିଖ ସୁଦ୍ଧା ବାତ୍ୟା ପ୍ରଭାବିତ ହୋଇଥିବା ୯୦ ପ୍ରତିଶତ ଲୋକଙ୍କୁ ମିଳିବ ବିଦ୍ୟୁତ୍ । ପୁରୀ ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଅଞ୍ଚଳକୁ ବିଦ୍ୟୁତ୍ ଦିଆଯିବ ବୋଲି କହିଛନ୍ତି ଶକ୍ତି ସଚିବ। ପୂର୍ବରୁ ୧୦ ତାରିଖ ସୁଦ୍ଧା ରାଜଧାନୀର ୮୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ୍ ଦିଆଯିବାକୁ କହିଥିଲେ I & PR ସଚିବ । ହେଲେ ଆଜି ସୁଦ୍ଧା କେତେ ଅଞ୍ଚଳରେ […]

op
୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର  

ନୂଆଦିଲ୍ଲୀ: ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ  ସବୁ ଦଳର ଷ୍ଟାର ପ୍ରଚାରକମାନେ ଘନଘନ ପ୍ରଚାର କରୁଛନ୍ତି । ଭୋପାଳ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ବାଇକ ରାଲି କରିଛନ୍ତି । ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ପ୍ରଚାର କରିଛନ୍ତି । ୬ଷ୍ଠ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୪, ହରିୟାଣାର ୧୦, ବିହାର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର […]

3
ଲୋକଙ୍କୁ ପାଣି ଯୋଗାଇବାକୁ ଲଗିଛି ୩୩୯ଟି ଟ୍ୟାଙ୍କର

ଭୁବନେଶ୍ୱର:  ବାତ୍ୟା ପରବର୍ତ୍ତୀ ସ୍ଥିତିରେ ପୁନରୁଦ୍ଧାର କାର୍ଯ୍ୟ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ । ରାଜଧାନୀ ଭୁବନେଶ୍ୱର ସହ ଅନ୍ୟ ସହର ଓ ପ୍ରଭାବିତ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ବାତ୍ୟା ପ୍ରଭାବିତ ସମସ୍ତ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥିତ କରାଯାଇଛି । ଜଳ ଯୋଗାଣ କାର୍ଯ୍ୟରେ୨୧୪ଟି ଜେନେରେଟର ନିୟୋଜିତ କରାଯାଇଛି । ଲୋକଙ୍କୁ ପାଣି ଯୋଗାଇବାକୁ ୩୩୯ଟି ଟ୍ୟାଙ୍କର ଏବଂ ୧୦୨୯ଟି ପିଭିସ୍ ଟ୍ୟାଙ୍କ ନିୟୋଜିତ କରାଯାଇଛି […]

56000
ଭାରତର ଲଗାତାର ୫ମ ବିଜୟ, ୱେଷ୍ଟଇଣ୍ଡିଜ୍ ଧରାଶାୟୀ

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପରେ ଟିମ୍ ଇଣ୍ଡିଆର ବିଜୟଧାରା ଅବ୍ୟାହତ ରହିଛି। ଗୁରୁବାର ଟିମ୍ ଇଣ୍ଡିଆ ତା’ର ଷଷ୍ଠ ମୁକାବିଲାରେ ଦୁଇଥରର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରି କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଏବେ ଟିମ୍ ଇଣ୍ଡିଆ ୧୧ ପଏଣ୍ଟ ହାସଲ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ସେମିଫାଇନାଲ୍ ନିକଟତର ହୋଇଛି। ଏହି ମ୍ୟାଚରେ କ୍ୟାପଟେନ୍ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ […]

5
‘ଫୋନି’ ଖୋଲିଦେଲା ଜାଲ୍‌ ରାସନକାର୍ଡ ଗୁମର: ଚାଉଳ ନେଲେ ଟଙ୍କା ପାଇଁ ଆସିଲେନି

ପୁରୀ: ଧରା ପଡ଼ିଲା ପୁରୀ ଜିଲ୍ଲା ଗୋପ ବ୍ଲକ୍‌ରେ ରାସନକାର୍ଡ ଜାଲିଆତି। ପଦାକୁ ଆସିଲା ଭୂତ ରାସନକାର୍ଡର ଗୁମର। ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ନ୍ୟାୟରେ ଅଣ୍ଡରାଇଚ୍ଛାପୁର ଗାଁରେ ହୋଇଥିବା ରାସନକାର୍ଡ ମହାଦୁର୍ନୀତିର ବିଷ୍ଣୁପ୍ରିୟା ନାୟକ ହେଲେ ବଳିଷ୍ଠ ପ୍ରମାଣ। ତାଙ୍କ ନାଁରେ କାର୍ଡ ଥିବା କଥା ସେ ନିଜେ ଜାଣିନାହାନ୍ତି। ଏପରିକି ଦିନେ ହେଲେ ରାସନ ସାମଗ୍ରୀ ନେଇନାହାନ୍ତି। ହେଲେ ସରକାରୀ ତାଲିକାରେ କିନ୍ତୁ ସେ ହିତାଧିକାରୀ। ଜାଲିଆତିର ଏହି ଗହନ କଥା ପଦାକୁ […]

2
ପୋଲାଭରମ୍‌ ପ୍ରକଳ୍ପ ଆଗେଇନେବା ପାଇଁ ଆନ୍ଧ୍ରକୁ ଅନୁମତି

ଭୁବନେଶ୍ୱର: ପୋଲଭରମ୍ ପ୍ରକଳ୍ପ ନିର୍ମାଣକୁ ପୁଣି ଅନୁମତି ମିଳିଛି। ୨ ବର୍ଷ ପାଇଁ ନିର୍ମାଣ କରିବାକୁ ଅନୁମତି ଦେଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ। ଫଳରେ ପୋଲାଭରମ୍‌ ଲଢ଼େଇରେ ଆଉ ଏକ ଝଟକା ଖାଇଛି ଓଡ଼ିଶା। ଖାଲି ଏତିକି ନୁହେଁ, ପୋଲଭରମ୍‌ ପ୍ରକଳ୍ପ ହେଲେ ଆନ୍ଧ୍ରପ୍ରଦେଶ କେତେ ଲାଭ ପାଇବ? ତା’ର ହିସାବ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ପୋଲାଭରମ୍‌ ପ୍ରକଳ୍ପ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଆନ୍ଧ୍ରରେ ୩ ଲକ୍ଷ […]

3
ଦାୟିତ୍ୱହୀନତା: ଉଦ୍ଧାର ହେଲେ ୨ ଶିଶୁପୁତ୍ର, ଜଣେ କାର୍ ଭିତରୁ, ଜଣେ ବନ୍ଦ ଘରୁ

ଭୁବନେଶ୍ୱର: କାର୍ ଭିତରୁ ୫ବର୍ଷର ଶିଶୁ ଉଦ୍ଧାର। ଅଳ୍ପକେ ବର୍ତ୍ତିଲା ଜୀବନ । ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଦୀଘା ବିଚ୍‌ରେ। ସୂଚନା ଅନୁସାରେ ପଶ୍ଚିମବଙ୍ଗ କାମାରଗାଛି ଅଞ୍ଚଳର ସ୍ୱାମୀ ସ୍ତ୍ରୀ ନିଜ ୫ବର୍ଷର ଶିଶୁକୁ ନେଇ ଦୀଘା ବୁଲିବା ପାଇଁ ଆସିଥିଲେ। ତେବେ ବିଚ୍‌ରେ ଗାଡିକୁ ପାର୍କିଂ କରିବା ସହ ଶିଶୁଟିକୁ ଗାଡ଼ି ଭିତରେ ଲକ୍ କରି ଉଭୟେ ସମୁଦ୍ରକୁ ଗାଧୋଇବା ପାଇଁ ଚାଲିଯାଇଥିଲେ । କିଛି ସମୟ ପରେ ଶିଶୁଟି ଗାଡି ଭିତରେ […]

4
ତିନି ରାଜ୍ୟସଭା ପ୍ରାର୍ଥୀ କୋଟିପତି, ଅମରଙ୍କ ନାଁରେ ରହିଛି ଏମିତି ଅଭିଯୋଗ

ଭୁବନେଶ୍ୱର: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜେଡି ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପୂର୍ବତନ ଆଇଏଏସ୍‌ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି। ଆଉ ଏହି ତିନି ଜଣ କୋଟିପତି ବୋଲି ସେମାନେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି। ସତ୍ୟପାଠରେ ସେମାନଙ୍କ ବ୍ୟକ୍ତିଗତ ଆୟ ସହିତ ସେମାନଙ୍କ ଜମିବାଡ଼ି, ଘରଦ୍ୱାର, ଅଳଙ୍କାର ଓ ଗାଡ଼ି ମୋଟର ଆଦି ସବୁଥିର ମୂଲ୍ୟ ଉଲ୍ଲେଖ ରହିଛି। ବିଜେପି ପ୍ରାର୍ଥୀ ଅଶ୍ୱିନୀ […]