• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Left Top

pm
ଜିତିଲେ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର: କାମାକ୍ଷାନଗର ଆସନରୁ ୪ର୍ଥ ଥର ଲାଗି ବିଜୟୀ ହୋଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ। ୨୦୦୪ ମସିହାରୁ ଏହି ଆସନରୁ ସେ ଲଗାତର ୩ ଥର ଜିତିଆସିଛନ୍ତି। ଶ୍ରୀ ମଲ୍ଲିକ ଏଥର ପୁଣି ବିଜୟୀ ହୋଇଛନ୍ତି। ସେ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଶତ୍ରୁଘ୍ନ ଜେନାଙ୍କୁ ପରାସ୍ତ କରିଛନ୍ତି।

sdee
ବାଜି ମାରିଲେ ମୋକିମ୍

ଭୁବନେଶ୍ୱର: ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ବାଜି ମାରି ନେଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ପରାସ୍ତ କରିଛନ୍ତି। ସେ ଦେବାଶିଷଙ୍କୁ ୩୭ ଶହରୁ ଅଧିକ ଭୋଟ୍‌ରେ ହରାଇଛନ୍ତି। ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରେ ଥିବା ସୂଚନା ଅନୁଯାୟୀ, ମୋକିମ୍‌ ୪୬,୨୦୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଦେବାଶିଷଙ୍କୁ ୪୨,୩୯୬ ଖଣ୍ଡ ଭୋଟ୍ ମିଳିଛି। ଅନ୍ୟପକ୍ଷରେ ବିଜେପିର ସମୀର ଦେ ୩୦,୭୧୧ ଖଣ୍ଡ ଭୋଟ୍ ପାଇ ତୃତୀୟ […]

manjula
ଆସ୍କା ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି ମଞ୍ଜୁଳା ସ୍ୱାଇଁ

ବ୍ରହ୍ମପୁର: ଆସ୍କା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ ବିଜୟୀ ହୋଇଛନ୍ତି। ମଞ୍ଜୁଳାଙ୍କ ପାଇଁ ରାଜନୀତି କିଛି ନୂଆ ନୁହେଁ। ସ୍ୱାମୀ ସ୍ୱର୍ଗତ ଲଡୁକିଶୋର ସ୍ୱାଇଁ ଥିଲେ ଆସିକାର ପୂର୍ବତନ ସାଂସଦ । ଲଡ଼ୁକିଶୋର ମୁଖ୍ୟମନ୍ତ୍ରୀଙ୍କର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଥିଲେ। ଆସିକାରେ ସେ ଅନେକ ଲୋକାଭିମୁଖୀ କାର୍ଯ୍ୟ ମଧ୍ୟ କରିଛନ୍ତି। ଏଥିପାଇଁ ସ୍ୱାମୀଙ୍କର ଦେହାନ୍ତ ପରେ ମଞ୍ଜୁଳା ରାଜନୀତିରେ ପ୍ରବେଶ କରିଥିଲେ। ସ୍ୱାମୀଙ୍କର ନୀତି ଆଦର୍ଶକୁ ନେଇ ମଞ୍ଜୁଳା କିପରି ଲୋକାଭିମୁଖୀ କାର୍ଯ୍ୟ କରୁଛନ୍ତି […]

jay
ସମ୍ବଲପୁର: ବିଜୟୀ ହେଲେ ଜୟ ନାରାୟଣ

ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ସମ୍ବଲପୁର ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି। ମିଶ୍ର ଗତଥର ଲୋକପ୍ରିୟ ଡାକ୍ତର ତଥା ବିଜେଡି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀଙ୍କଠାରୁ ପରାଜିତ ହୋଇଥିଲେ। ୨୦୦୦ ମସିହାରେ ନିର୍ବାଚିତ ହୋଇ ମିଶ୍ର ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିଲେ। ୨୦୦୯ରେ ମେଣ୍ଟ ଭାଙ୍ଗି ଯାଇଥିଲେ ମଧ୍ୟ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

bk
୬ଷ୍ଠ ଥର ଲାଗି ଜିତିଲେ ବିକ୍ରମ ଆରୁଖ

ଭୁବନେଶ୍ୱର: ଭଞ୍ଜନଗର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ବିଜୁ ଜନତା ଦଳର ନେତା ଶ୍ରୀ ବିକ୍ରମ କେଶରୀ ଆରୁଖ। କ୍ରମାଗତ ୬ଷ୍ଠ ଥର ଲାଗି ସେ ଏହି ଆସନରୁ ବିଜୟୀ ହୋଇଛନ୍ତି। ୭୪,୨୭୮ ଖଣ୍ଡ ଭୋଟ ପାଇଛନ୍ତି ଆରୁଖ। ୧୯୯୫ ମସିହାରେ ଶ୍ରୀ ଆରୁଖ ପ୍ରଥମେ ଜନତା ଦଳ ଟିକେଟ୍‌ରେ ଲଢ଼ି ବିଧାନସଭାକୁ ପ୍ରବେଶ କରିଥିଲେ। ତା’ପରଠାରୁ ଲଗାତର ୪ ଥର ସେ ଜିତି ଆସିଛନ୍ତି। ଗଞ୍ଜାମ ଜିଲ୍ଲାର ରାଜନୀତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଏଥର […]

tt
ବଡ଼ଚଣାରୁ ବଡ଼ ଖବର, ଜିତିଲେ ଅମର, ହାରିଲେ ବି ଅମର

ଭୁବନେଶ୍ୱର: ଯାଜପୁର ଜିଲା ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଧାୟକ ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅମର ନାୟକଙ୍କୁ ସେ ୧୩୯୨ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ୨୦୧୪ ନିର୍ବାଚନରେ ବିଜେଡି ବିଦ୍ରୋହୀ ଅମର ନାୟକ ଟିକଟ ନ ପାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ। ଯଦିଓ ନିର୍ବାଚନରେ ହାରିଥିଲେ ତଥାପି ୨୬ ହଜାରରୁ ଅଧିକ ଭୋଟ ପାଇଥିଲେ। ଏପଟେ ଅମର ଶତପଥୀଙ୍କୁ ବିଜେଡି ପୁଣି […]

uo
ଅଂଶୁଘାତ ମୃତ୍ୟୁ ଅଭିଯୋଗ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଅଂଶୁଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୋମନା ବୀରହନୁମାନପଡ଼ାର ସୁକାନ୍ତ ବାଗ୍‌। ଗତକାଲି ବସଷ୍ଟାଣ୍ଡରେ କୁଲି କାମ ସାରି ସୁକାନ୍ତ ଘରକୁ ଆସିଥିଲେ। ସେଠାରେ ତାଙ୍କ ଦେହ ଅସୁସ୍ଥ ହେବାରୁ ପ୍ରଥମେ କୋମନା ଓ ପରେ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ନୂଆପଡ଼ା ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପ୍ରବଳ ଖରାରେ କାମ କରିବା ପରେ ଅଂଶୁଘାତରେ ସୁକାନ୍ତଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର […]

de
ଭୁଲ୍‌ ଇଞ୍ଜେକସନ୍‌ ଜୀବନ ନେଲା

ସୋର: ଭୁଲ୍ ଇଞ୍ଜେକ୍‌ସନରୁ ଯୁବତୀଙ୍କ ମୃତ୍ୟୁ ହୋଇଛି। ଅଭିଯୋଗ ଆସିଛି ବାଲେଶ୍ୱର ଜିଲା ସୋରରୁ । ସୋରର ଅଡ଼ଙ୍ଗ ବଜାରରେ ଥିବା ଏକ ଘରୋଇ କ୍ଲିନିକରେ ଇଞ୍ଜେକସନ୍‌ ନେଇ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ଜ୍ୱରରେ ଆକ୍ରାନ୍ତ ହୋଇ ସ୍ଥାନୀୟ ବାଗୁଡ଼ିର ଏହି ଯୁବତୀ କ୍ଲିନିକକୁ ଆସିଥିଲେ। ଡାକ୍ତର ଲେଖିଥିବା ଇଞ୍ଜେକସନ୍‌କୁ ନିକଟରେ ଥିବା ମେଡିସିନ ଷ୍ଟୋରରୁ ଆଣି ତାଙ୍କୁ ଦିଆଯାଇଥିଲା। କ୍ଲିନିକରେ ଇଞ୍ଜେକସନ୍‌ ଦିଆଯିବା ପରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ତାଙ୍କ […]

kum
୫୦ ଟି ଅଣ୍ଡା ସହ ଠାବ ହେଲା ମାଈ କୁମ୍ଭୀର

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଅରଡ଼ ଗାଁରେ ମାଈ କୁମ୍ଭୀର ଠାବ ହୋଇଛି। ଠାବ ହୋଇଥିବା କୁମ୍ଭୀର ନିକଟରେ ପ୍ରାୟ ୫୦ଟି ଅଣ୍ଡା ଥିବା ମଧ୍ୟ ଦେଖିବାକୁ ପାଇଛନ୍ତି ଗ୍ରାମବାସୀ। ସ୍ଥାନୀୟ ଗୋବରୀ ନଦୀର ଏକ ବାଉଁଶ ବୁଦାକୁ ବାଉଁଶ ଆଣିବାକୁ ଯାଇଥିବା ବେଳେ ଗାଁର ସୁବାସ ପାତ୍ରଙ୍କୁ  ମାଈ କୁମ୍ଭୀରଟି ଆକ୍ରମଣ କରିଥିଲା। ଅଣ୍ଡାକୁ ସୁରକ୍ଷା ଦେଉଥିବାରୁ ଭୟରେ କୁମ୍ଭୀରଟି ତାଙ୍କୁ ଆକ୍ରମଣ କରିଥିଲା ବୋଲି ସେ କହିଛନ୍ତି। ସୁବାସ ପାଟି କରିବାରୁ ଲୋକେ ଜମା […]

muk
କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ଟଙ୍କା ପାଆନ୍ତି ମାସିକ ବେତନ ?

ଭୁବନେଶ୍ୱର: ବଡ଼ ଚାକିରି, ବଡ଼ ଦରମା। କଥାଟା ଆପଣ ନିଶ୍ଚିତ ଜାଣିଥିବେ। ହେଲେ ଭାବିଲେ ଦେଖି ସବୁଠାରୁ ଅଧିକ ଦରମା କିଏ ପାଏ ? କଥାଟା ଅନେକ ସମୟରେ ଆଲୋଚନା ହୋଇଥାଏ। କିନ୍ତୁ କିଏ କେତେ କଥା କୁହନ୍ତି। କିଏ କୁହେ ରାଷ୍ଟ୍ରପତି ଅଧିକ ପାଆନ୍ତି ତ ପୁଣି କିଏ କୁହେ ପ୍ରଧାନମନ୍ତ୍ରୀ। ଆମ ଦେଶରେ ଏମିତି ଅନେକ କଥା ଖଟି ଖଟିରେ ଚର୍ଚ୍ଚା ହୁଏ। ଛାଡନ୍ତୁ ସେ କଥା। କହିଲେ ଦେଖି ଆମ ମୁଖ୍ୟମନ୍ତ୍ରୀ କେତେଟଙ୍କା […]

89
ସମଲିଙ୍ଗୀ ସଂପର୍କକୁ ସ୍ୱୀକାର କଲେ ଦୂତୀ

ଭୁବନେଶ୍ୱର: ଓଡ଼ିଶା ଧାବିକା ଦୂତୀ ଚାନ୍ଦ ସମଲିଙ୍ଗୀ ସଂପର୍କରେ (ସେମ୍ ସେକ୍ସ୍ ରିଲେସନ୍‌ସିପ୍‌) ଅଛନ୍ତି। ସେ ନିଜେ ଏକଥା ପ୍ରକାଶ କରିଛନ୍ତି। ‘ଦ ସଣ୍ଡେ ଏକ୍ସପ୍ରେସ୍‌’କୁ ଦେଇଥିବା ସାକ୍ଷାତକାରରେ ସେ ଏକଥା କହିଛନ୍ତି। ଆଉ ଏହା ସହିତ ଦୂତୀ ହେଉଛନ୍ତି ଭାରତର ପ୍ରଥମ ଆଥ୍‌ଲେଟ୍ ଯିଏ ଖୋଲାଖୋଲି ଭାବେ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ଯେ, ସେ ସମଲିଙ୍ଗୀ ରିଲେସନ୍‌ସିପ୍‌ରେ ଅଛନ୍ତି। ଦୂତୀ ତାଙ୍କ ଗାଁ ଚକ୍ର ଗୋପାଲପୁରର ଜଣେ ଝିଅ ସହିତ ସଂପର୍କରେ ଅଛନ୍ତି। ସେ ତାଙ୍କୁ […]

yyh
୬ ଜଣ ଡକାୟତଙ୍କୁ ଗିରଫ କଲା ପଦ୍ମପୁର ପୋଲିସ୍‌

ପଦ୍ମପୁର: ଗତ ୧୨ ତାରିଖରେ ହୋଇଥିବା ଏକ ଲୁଟ୍ ମାମଲାରେ ବରଗଡ଼ ଜିଲ୍ଲା ପଦ୍ମପୁର ପୁଲିସ୍‌ ୬ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ସମସ୍ତ ଲୁଟ୍ ସାମଗ୍ରୀ ସହିତ ୨ଟି ବାଇକ୍‌ ଜବତ କରାଯାଇଛି। ୧୨ ତାରିଖରେ ଏମାନେ ବାବୁଲାଲ୍‌ ମେହର ନାମକ ଜଣେ ବ୍ୟକ୍ତିଙ୍କଠାରୁ ୩୪ ହଜାର ଟଙ୍କା ସହ ବାଇକ୍ ଓ ମୋବାଇଲ୍ ଫୋନ୍‌ ଲୁଟି ନେଇଥିଲେ। ଏନେଇ ବୁଡ଼େନ୍‌ ଥାନାରେ ଅଭିଯୋଗ ହୋଇଥିଲା। ପଦ୍ମପୁର ଉପଖଣ୍ଡ ପୁଲିସ୍‌ ଅଧିକାରୀ (ଏସ୍‌ଡିପିଓ) […]

tu
ପୋଲ ଉପରେ ଜଳିଗଲା ମିନି ଟ୍ରକ

କଟକ: ମହାନଦୀ ପୋଲ ଉପରେ ହୁତୁ ହୁତୁ ହୋଇ ଜଳୁଥାଏ ଟ୍ରକ। ବାଟରେ ଯାଉଥିବା ଲୋକେ ଆଶ୍ଚର୍ଯ୍ୟ ହେଉଥାନ୍ତି। ହେଲେ ନିଆଁ ଏତେ ଜୋର୍‌ରେ ଜଳୁଥାଏ ଯେ, ଏହା ପାଖକୁ କେହି ଯିବାକୁ ସାହସ କରିପାରୁ ନ ଥାନ୍ତି। ଘଟଣାଟି କାଲି ରାତିର।  କଟକ ଜଗତପୁର ମହାନଦୀ ପୋଲ ଉପରେ ଜଳିଯାଇଛି ଏହି ମିନି ଟ୍ରକ। କଟକରୁ ଜଗତପୁର ଆଡ଼କୁ ଯାଉଥିବା ଏହି ଟ୍ରକରେ ସିମେଣ୍ଟ ବୋଝେଇ ହୋଇ ରହିଥିଲା। ହେଲେ ହଠାତ୍‌ କୌଣସି କାରଣ ଯୋଗୁ […]

yy
ପଛରୁ ପିଟିଲା କାର୍‌, ସ୍କୁଟି ଚାଳକଙ୍କ ସମେତ ୫ ଆହତ

ଭୁବନେଶ୍ୱର: ବାଣୀବିହାର ଓଭରବ୍ରିଜ୍‌ରେ ଶନିବାର ରାତିରେ ହୋଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଯେଉଁଥିରେ ୨ ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ଗତକାଲି ବିଳମ୍ବିତ ରାତିରେ ବ୍ରିଜ୍‌ ଉପର ଦେଇ ଏକ କାର୍‌ ଦ୍ରୁତ ଗତିରେ ଯାଉଥିଲା। ଗାଡ଼ିର ଗତି ଅଧିକ ଥିବାରୁ ହଠାତ୍‌ ଏହାର ଚକା ଫାଟିଯାଇଥିଲା ଓ ଆଗରେ ଯାଉଥିବା ଅନ୍ୟ ଏକ କାରକୁ ଏହା ଧକ୍କା ଦେଇଥିଲେ। ପଛପଟୁ ମାଡ଼ ହୋଇଥିବାରୁ ଉଭୟର ଗାଡ଼ି ଭାଙ୍ଗିରୁଜି ଛିନ୍‌ଛତ୍ର ହୋଇଯାଇଛି। ଅପରପକ୍ଷେ ଏହି ଦୁର୍ଘଟଣା […]

hky
ଭୁବନେଶ୍ୱର ଆସୁଛି ଭାରତୀୟ ହକି ଟିମ୍‌

ନୂଆଦିଲ୍ଲୀ: ଅଲମ୍ପିକ୍ସ ଯୋଗ୍ୟତା ପର୍ଯାୟ ମ୍ୟାଚ ପାଇଁ ଆଜି ଭୁବନେଶ୍ୱର ପହଞ୍ଚିବ ଭାରତୀୟ ହକି ଟିମ୍ । ଏଥିପାଇଁ କମିଶନରେଟ୍ ପୋଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଷ୍ଟାଡିୟମ୍, ଖେଳାଳିଙ୍କ ରହଣି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ  ଜୁନ ୬ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଫେଡେରେସନ ଅଫ୍ ଇଣ୍ଡିଆନ୍ ହକି ମେନସ୍ ସିରିଜ ଯୋଗ୍ୟତା ପର୍ଯାୟ ମ୍ୟାଚ। […]

uu
ଶେଷ ପର୍ଯ୍ୟାୟର ହେଭିୱେଟ୍‌

ନୂଆଦିଲ୍ଲୀ: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଲଢ଼ୁଛନ୍ତି ଦେଶର କିଛି ହେଭିୱେଟ୍ ନେତା। ଯେଉଁମାନଙ୍କ ଭିତରେ ଅଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାରଣାସୀରୁ ନିର୍ବାଚନ ଲଢୁଛନ୍ତି ଏବଂ ସେଠାରେ ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ। ସେହିପରି ଗୋରଖପୁରରୁ ବିଜେପି ପ୍ରାର୍ଥୀ ରବି କିଶନ୍, କୁଶିନଗରରୁ କଂଗ୍ରେସ ପ୍ରାର୍ଥୀ ଆର୍.ପି.ଏନ୍ ସିଂହ, ମଧ୍ୟପ୍ରଦେଶ ମନ୍ଦୋସରରୁ କଂଗ୍ରେସ ପ୍ରାର୍ଥୀ ମିନାକ୍ଷୀ ନଟ୍‌ରାଜନ ପ୍ରମୁଖ। ସେହିପରି ବିହାର ପଟନା ସାହିବରୁ କଂଗ୍ରେସ ଟିକେଟ୍‌ରୁ […]

1
ଫୋନି ଉଜାଡିଲା ଭିଟାମାଟି, ଆଶ୍ରୟ ଦେଇଛି ୪ ଫୁଟିଆ ପାଇଖାନା ଘର

ଭୁବନେଶ୍ୱର: ଅଚାନକ ଝଡ଼ ଛଡ଼ାଇ ନେଲା ବାପ ଅଜା ଅମଳର ଝାଟିମାଟିର ଆଶ୍ରୟ। ଏବେ ସାହା ପାଲଟିଛି ୪ ଫୁଟିଆ ପାଇଖାନା ଘର। କେନ୍ଦ୍ରାପଡ଼ା ଜିଲ୍ଲା ରଘୁଦେଇପୁର ଗାଁରେ ଦେଖିବାକୁ ମିଳିଛି ଏମିତି ସ୍ଥିତି। ଚାହୁଁ ଚାହୁଁ ସର୍ବଗ୍ରାସୀ ଝଡ଼ ଫୋନିକୁ ବିତିଗଲାଣି ୨ ସପ୍ତାହ। ହେଲେ ସେ ଅକସ୍ମାତ ଝଡ଼ ଯେ, ସବୁଦିନ ପାଇଁ ହସଖୁସିର ଜୀବନରେ ଝଡ଼ର ପାହାଡ଼ ସୃଷ୍ଟି କରିଦେବ ତାହା ତିଳେମାତ୍ର କଳ୍ପନା କରି ନ ଥିଲେ, ରଘୁଦେଇପୁର ଗାଁର ସର୍ବହରା […]

0o
ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କଲେ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ସରିବା ପୂର୍ବରୁ, ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ। ଆସନ୍ତା ୨୩ରେ ଆସିବାକୁ ଥିବା ଫଳାଫଳ ଏନ୍‌ଡିଏ ସପକ୍ଷରେ ଯିବ। ଏନ୍‌ଡିଏ ୩୦୦ରୁ ଅଧିକ ଆସନରେ ବିଜୟୀ ହେବ ଓ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି କହିଛନ୍ତି ଅମିତ ଶାହ। ସେହିପରି ମୋଦି କହିଛନ୍ତି, “ଦୀର୍ଘ ବର୍ଷ ପରେ ମେ ୨୩ରେ ପୁଣି ଏକ ରେକର୍ଡ ହେବାକୁ ଯାଉଛି। କାରଣ, […]

ol
ପାଚିଲା ଧାନ ଖାଇଗଲେ ବାର୍‌ହା ପଲ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଧାନ କ୍ଷେତରେ ବାର୍‌ହା ଉପଦ୍ରବ ଯୋଗୁଁ ନଷ୍ଟ ହୋଇଛି ଏକର ଏକର ଧାନ ଫସଲ। ଲଲଲହ ହେଉଥିବା ପାଚିଲା ଧାନ ଖାଇ ନଷ୍ଟ କରିଛନ୍ତି ବାର୍‌ହା। ଏବେ ବାର୍‌ହା କବଳରୁ ବଳକା ଧାନ ବଞ୍ଚାଇବା ବି ମୁସ୍କିଲ ହୋଇପଡ଼ିଛି । ବାର୍ହା ଉପଦ୍ରବ ରୋକିବା ଦିଗରେ ବନ ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି । କେମିତି ଧାର କରଜ ଶୁଝିବେ, ସେଇ ଚିନ୍ତାରେ ଚାଷୀଙ୍କ […]

mines
ଖଣିଜ ଉତ୍ତୋଳନରେ ଅନୀୟମିତତା: ୧୫ ଖଣି ଲିଜ୍‌ଧାରୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର: ଖଣିଜ ପଦାର୍ଥ ଉତ୍ତୋଳନରେ ହୋଇଥିବା ଅନିୟମିତତା ମାମଲାରେ ମାଲା ରାୟଙ୍କ ସମେତ ୧୫ଖଣି ଲିଜଧାରୀଙ୍କୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଝଟ୍‌କା ଲାଗିଛି। କ୍ଷତିପୂରଣ ଦାଖଲ ପାଇଁ ରାଜ୍ୟ ସରକାର କରିଥିବା ନୋଟିସ୍‌ ବିରୋଧରେ ୧୫ ଲୁହାପଥର ଓ ମାଙ୍ଗାନିଜ ଖଣି ଲିଜଧାରୀ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରଣାଳୟର ଟ୍ରିବ୍ୟୁନାଲ୍‌ର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଏମ୍ଏମ୍‌ଡିଆର ଆଇନ ୧୯୫୭ ଅଧୀନରେ କେନ୍ଦ୍ର ଖଣି ଓ ଖଣିଜ ବିଭାଗର ଅଭିଯୋଗ ଶୁଣାଣି […]

air-
ନୂଆ ସରକାର ଆସିଲେ ଭାରତ-ପାକିସ୍ତାନ ମଧ୍ୟରେ ବିମାନ ଉଡ଼ାଣ ନିଷ୍ପତ୍ତି

ଲାହୋର: ମେ ୩୦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବନ୍ଦ ହୋଇ ରହିଥିବା ଦ୍ୱିପାକ୍ଷିକ ବିମାନ ସେବା ଉପରେ ନିଷ୍ପତ୍ତି ନିଆଯିବ। ସେ ଯାଏ କୌଣସି ଭାରତୀୟ ବିମାନ ପାକିସ୍ତାନକୁ ଉଡ଼ାଣ ଭରି ପାରିବ ନାହିଁ। ଗତକାଲି ଭାରତ ପାକିସ୍ତାନ ମଧ୍ୟରେ ଉଡ଼ାଣ ସେବା ନେଇ ପାକିସ୍ତାନ ସରକାର ବୈଠକ କରିଥିଲେ। ଭାରତରେ ଲୋକସଭା ନିର୍ବାଚନ ଚାଲିଛି, ତେଣୁ ନୂଆ ସରକାର ଆସିଲେ ସମସ୍ତ ଆଲୋଚନା ପରେ ଉଡ଼ାଣ ସେବା ବାବଦରେ ନିଷ୍ପତ୍ତି ନିଆଯିବ ବୋଲି […]

wc
ଭାରତ ଜିତିପାରିବନି ବିଶ୍ୱକପ୍ !

ନୂଆଦିଲ୍ଲୀ: ବିଶ୍ୱକପ୍ ରୋମାଞ୍ଚ ଆରମ୍ଭ ହେବାକୁ ଅଳ୍ପ ଦିନ ବାକି ଅଛି ଏବଂ କିଏ ଟାଇଟଲ୍ ଫେଭରିଟ୍, ସେ ନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। କ୍ରିକେଟ୍ ପଣ୍ଡିତ ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଏହି ବିଶ୍ୱକପ୍ ପାଇଁ ପ୍ରମୁଖ ଦାବିଦାର ମାନୁଛନ୍ତି, କିନ୍ତୁ ଜ୍ୟୋତିଷଙ୍କ ଗଣନା ଅନୁଯାୟୀ ତୃତୀୟଥର ବିଶ୍ୱ ଚାମ୍ପିଅନ୍ ହେବା ପାଇଁ ଭାରତର ଆଶା ଏଥର ପୂରଣ ହେବନାହିଁ। ମୁମ୍ବାଇର ପ୍ରସିଦ୍ଧ ଜ୍ୟୋତିଷ ଗ୍ରୀନଷ୍ଟୋନ୍ ଲୋବୋ ୨୦୧୯ ବିଶ୍ୱକପକୁ ନେଇ ଭବିଷ୍ୟବାଣୀ […]

kh
ସବୁ ଧର୍ମରେ ଅଛନ୍ତି ଆତଙ୍କବାଦୀ, କେହି ବି ପବିତ୍ର ନୁହଁନ୍ତି : କମଲ ହାସନ

ଚେନ୍ନାଇ: ନିର୍ବାଚନ ବେଳେ ଧର୍ମ ଆଧାରରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିବା ଅଭିନେତା ତଥା ମକ୍କଲ ନିଧି ମଇୟମ୍‌ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନ ଆଜି କହିଛନ୍ତି ସେ ନିଜ ମନ୍ତବ୍ୟରୁ ଓହରିବେ ନାହିଁ। ଆଗାମୀ ଦିନରେ ଯାହା ବି ସାମ୍ନା କରିବାକୁ ପଡ଼ିବ ସେନେଇ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରମ ଗଡସେ ସ୍ୱାଧୀନ ଭାରତର ‘ପ୍ରଥମ ହିନ୍ଦୁ ଆତଙ୍କବାଦୀ’ ବୋଲି କମଲ ହାସନ କହିଥିଲେ। ଏହାକୁ […]

7u
ଝୁଲା ସରକାର ଗଠନ ହେବାର ସମ୍ଭାବନା ସୃଷ୍ଟି ହୋଇଛି : ଦାମୋଦର ରାଉତ

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ତୁଣ୍ଡ ଖୋଲିଛନ୍ତି ବିଜେପିର ବରିଷ୍ଠ ନେତା ଦାମ ରାଉତ। କହିଛନ୍ତି ଏଥର ଓଡ଼ିଶାରେ କେହି ପାଇବେନି ବହୁମତ। ଏଠି ଝୁଲା ବିଧାନସଭା ହେବ। ତେବେ ମେଣ୍ଟ ସରକାର ହେଲେ ଓଡ଼ିଶାରେ ଅଫିସର ରାଜ୍ ସରିବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ତା’ସହ ଗତଥର ରାଜ୍ୟରେ ଗୋଟିଏ ମାତ୍ର ଗୋଟିଏ ଲୋକସଭା ଆସନ ଜିତିଥିବା ବିଜେପି ଏଥର ୧୩ରୁ ୧୪ଟି ଆସନ ପାଇବ ବୋଲି ଆକଳନ କରିଛନ୍ତି […]

election
୧୯ରେ ଏହିସବୁ ବୁଥ୍‌ରେ ହେବ ସାନି ନିର୍ବାଚନ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ବରି, ସୁକିନ୍ଦା, ଧର୍ମଶାଳା ଓ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ୯ଟି ବୁଥ୍‌ରେ ୧୯ ତାରିଖରେ ହେବ ସାନି ମତଦାନ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ମତଦାନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦି କରାଯାଇ ଯାଞ୍ଚ କଡ଼ାକଡ଼ି କରାଯାଉଛି । ଏହାଛଡ଼ା ୯ ପ୍ଲାଟୁନ ଫୋର୍ସ, ୨ଜଣ ଆଡିସନାଲ ଏସପି, ୪ଜଣ ଡିଏସପି ଓ ୭ଟି ମୋବାଇଲ ପୋଲିସ ପାର୍ଟି […]