• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Left Top

uop
‘ଆପଣମାନଙ୍କ ପାଖରେ ମୁଁ ଚିର କୃତଜ୍ଞ’

ଭୁବନେଶ୍ୱର: “ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ଏ ହେଉଛି ମନ୍ଦିର। ଏଠାରେ ବସିବା ପାଇଁ ସୁଯୋଗ ଦେଇଥିବା ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଖରେ ମୁଁ ଚିର କୃତଜ୍ଞ। ଏଠାରେ ପ୍ରତିନିଧିତ୍ୱ କରୁଥିବାରୁ ସେମାନଙ୍କ ପାଖରେ ମୁଁ ସର୍ବଦା ଋଣି ରହିବି। ଏଥିପାଇଁ ମୋର ଦଳୀୟ ସହଯୋଗୀ, ବନ୍ଧୁ, ଶିକ୍ଷକ, ଶୁଭଚିନ୍ତକ ଏବଂ ପରିବାର ସଦସ୍ୟଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ୍‌ ଦେଉଛି।” Temple of “Largest Democracy” of the World! Forever shall I […]

ka
ବାପ-ପୁଅ ଟିକଟ ଫର୍ମୁଲା ଫେଲ୍, ଭାଇ-ଭଉଣୀ, ଭାଇ-ଭାଇ ଯୋଡ଼ି ଫ୍ଲପ୍

ଭୁବନେଶ୍ୱର: ରାଜ୍ୟ ରାଜନୀତିର ଧୂରନ୍ଧର ନିରଂଜନ ପଟ୍ଟନାୟକଙ୍କୁ ୧୯ ମହାଯୁଦ୍ଧରେ ଲାଗିଛି ଶକ୍ତ ଧକ୍କା । ଘସିପୁରା ଓ ଭଣ୍ଡାରୀପୋଖରୀରେ ପରାଜୟ ଭୋଗିବାକୁ ପଡ଼ିଛି ତାଙ୍କୁ। ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ନିରାଶ ହୋଇଛନ୍ତି। ସମାନ ଦଶା ଭୋଗିଛନ୍ତି କଂଗ୍ରେସର ହେଭିୱେଟ ଭକ୍ତଚରଣ ଦାସ। ନିଜେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଭାବେ ଛିଡ଼ା ହେବା ସହ ପୁଅ ସାଗରଙ୍କୁ ଭବାନୀପାଟଣା ବିଧାନସଭା ପ୍ରାର୍ଥୀ ଭାବେ ମୈଦାନକୁ ଛାଡ଼ିଥିଲେ। କିନ୍ତୁ ବାପ-ପୁଅ ଯୋଡ଼ିଙ୍କ ଏହି ପରିବାରବାଦ ରାଜନୀତିକୁ ପ୍ରତ୍ୟାଖାନ […]

5
‘ସେ ଆଖି ସାମ୍ନାରେ ତଳେ ପଡ଼ି ପ୍ରାଣ ହରାଇଥିଲେ, ସାରା ଜୀବନ ଏ ଦୃଶ୍ୟ ମନେ ରହିବ, ଦୁଃଖ ଦେବ’

ଅହମ୍ମଦାବାଦ: ଗୁଜରାଟର ଡାଇମଣ୍ଡ ସିଟି ଭାବେ ପରିଚିତ ସୁରତର ସରଥନା ଅଞ୍ଚଳରେ ଥିବା ତକ୍ଷଶିଲା କୋଚିଂ ସେଣ୍ଟରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ୟା’ ଭିତରେ ହିରୋ ପାଲଟି ଯାଇଛନ୍ତି ‘କେତନ ଜୋରାୱାଡ଼ିଆ’। କାରଣ ତିନି ମହଲା କୋଠାରେ ନିଆଁ ଲାଗିଥିବା ବେଳେ ସେ ସେଥିରେ ଚଢ଼ି ବିପଦରେ ପଡ଼ିଥିବା ପିଲାମାନଙ୍କୁ ବଞ୍ଚାଇବାର ଅଦମ୍ୟ ସାହସ ଦେଖାଇଥିଲେ। ସେ ନିଜ […]

yh
ରାହୁଲଙ୍କ ଇସ୍ତଫାକୁ CWCର ଅଗ୍ରାହ୍ୟ, ଏଣେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ମମତାଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସର ମାନସମନ୍ଥନ। ଆଜି ଦିଲ୍ଲୀରେ ବସିଥିବା CWC ବୈଠକରେ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା କରାଯାଇଛି। ଦଳର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ସଭାପତି ପଦ ଛାଡିବାକୁ ଜିଦ୍ ଧରିଥିଲେ ରାହୁଲ । ମାତ୍ର CWC ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି । ଅନ୍ୟପକ୍ଷରେ ଆଗାମୀ ଦିନରେ କଂଗ୍ରେସ କିଭଳି ଶକ୍ତିଶାଳୀ ହେବ ସେନେଇ ନିଷ୍ପତ୍ତି ନେବାକୁ ରାହୁଲ ଗାନ୍ଧୀଙ୍କୁ, ନିରଙ୍କୁଶ କ୍ଷମତା ଦେବା ପାଇଁ ପ୍ରସ୍ତାବ […]

vcv
ପଞ୍ଚାୟତ ନିର୍ବାଚନ ସଫଳତା ବିଧାନସଭାରେ ଦୋହରାଇ ପାରିଲାନି ବିଜେପି

ଭୁବନେଶ୍ୱର: ବିଧାନସଭା ନିର୍ବାଚନରେ ବିଜେପି ୧୨୦ ପ୍ଲସ୍ ମିଶନ ରଖିଥିଲା। କିନ୍ତୁ ଜିତିଲା ମାତ୍ର ୨୩। ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ବିଜେପିକୁ ମିଳିଥିବା ବିପୁଳ ସମର୍ଥନ ଏଥର ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଲାନାହିଁ। ଏପରିକି ଗତ ବିଧାନସଭାର ୧୦ ବିଧାୟକଙ୍କ ଭିତରୁ କେବଳ ଦେବଗଡ଼ ଆସନକୁ ଛାଡି ଦେଲେ ବାକି ୯ଟି ସ୍ଥାନରେ ଦଳର ପ୍ରାର୍ଥୀ ପରାଜୟର ମୁହଁ ଦେଖିଲେ। ଗତ ପଞ୍ଚାୟତ ଭୋଟରେ ବିଜେଡି ତୁଳନାରେ ବିଜେପି ୪୭ଟି ବିଧାନସଭା କ୍ଷେତ୍ରରେ ଅଧିକ ଭୋଟ […]

mol
ଏନଡିଏ ଓ ବିଜେପି ସଂସଦୀୟ ଦଳ ନେତା ନିର୍ବାଚିତ ହେଲେ ନରେନ୍ଦ୍ର ମୋଦି 

ନୂଆଦିଲ୍ଲୀ:  ୧୯ରେ ଧମାକାଦାର ବିଜୟ ପରେ କେନ୍ଦ୍ରରେ ଏବେ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ । ନୂଆଦିଲ୍ଲୀରେ ଆଜି NDA ସଂସଦୀୟ ଦଳ ବୈଠକ ପରେ ଆରମ୍ଭ ହୋଇଛି ସରକାର ଗଠନ ପ୍ରକ୍ରିୟା । ଏପଟେ ଦ୍ୱିତୀୟ ପାଳିରେ ଅଧିକ ସିଟ୍ ଜିତିବା ଦୃଷ୍ଟିରୁ ମନ୍ତ୍ରୀ ପଦ ଲାଗି ଦାବିଦାର୍ଙ୍କ ସଂଖ୍ୟା ବି ବଢ଼ିଛି । ଅନ୍ୟପକ୍ଷରେ ମେଣ୍ଟ ସହଯୋଗୀଙ୍କୁ ବି ସମାନ ଗୁରୁତ୍ୱ ଦେବ ବୋଲି କହିଛି ଦଳ।  ଏପଟେ […]

ni
ପଞ୍ଚମ ପାଳିରେ ମନ୍ତ୍ରୀ ହେବାକୁ ଏମାନଙ୍କ ଲବି ଜୋରଦାର

ଭୁବନେଶ୍ୱର: ପଞ୍ଚମ ଥର ରାଜ୍ୟରେ ବିଜେଡିର କ୍ଷମତା ଦଖଲ ପରେ ଏବେ ମନ୍ତ୍ରୀ ହେବା ପାଇଁ ନେତାଙ୍କ ଲବି ଜୋରଦାର ହୋଇଛି। ସେପଟେ ସମତୁଲ ମନ୍ତ୍ରୀମଣ୍ଡଳ ପାଇଁ ନବୀନ ମହିଳା, ଯୁବ ଓ ସ୍ୱଚ୍ଛ ଚେହେରାକୁ ଗୁରୁତ୍ୱ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ କିଏ ରହିବ ନବୀନଙ୍କ ଗୁଡ୍‌ବୁକ୍‌ରେ, କାହାକୁ କେଉଁ ବିଭାଗ ଦିଆଯିବ ସେନେଇ ବି ଚାଲିଛି ଚର୍ଚ୍ଚା । ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସୁଥିବା ବେଳେ ୨୯ରେ ପ୍ରଦର୍ଶନୀ ପଡିଆରେ […]

87
ପ୍ରେମିକାର ଘରଲୋକେ ପ୍ରେମିକଙ୍କୁ ପିଟିପିଟି ମାରିଦେଲେ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ପ୍ରେମିକଙ୍କୁ ଘରେ ପୂରାଇ ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଧରାକୋଟ ଥାନା ଢଉଗାଁର ଅଲେଖ ନାହାକ ଗାଁରେ ଚାଲିଥିବା ଯାତ୍ରା ଦେଖିବା ପାଇଁ ଜେଜେବାପାଙ୍କ ଘରକୁ ଯାଇଥିଲେ। […]

uu
ନନାଙ୍କ ଛକାରେ ୨ କୋଟିପତି ନେତା ଚିତ୍‌ପଟାଙ୍ଗ

ନୀଳଗିରି(ବିଶ୍ୱମ୍ୱର ଦାସ): ପ୍ରତାପ ଷଡ଼ଙ୍ଗୀ। ଗାଁରେ ଡାକନ୍ତି ପ୍ରତାପ ନନା। ଭାରି ସିଧାସାଧା ମଣିଷଟିଏ। କଥା ତାଙ୍କର ରୋକଠୋକ ହେଲେ ମଧ୍ୟ ମନଟା ସରଳ ଆଉ ନିଷ୍କପଟ। ୪ ବଖରା ଚାଳଛପର ଘରେ ଭିତରେ ସୁନ୍ଦର ଭାରତର ସ୍ୱପ୍ନ ଦେଖୁଥିବା ଏହି ମଣିଷ ଜଣକ ଦିଲ୍ଲୀ ଯିବେ। ସଂସଦ ଭବନରେ ବାଲେଶ୍ୱରିଆଙ୍କ ସମେତ ଓଡ଼ିଶା ଲୋକଙ୍କ ସୁଖ, ଦୁଃଖ ଓ ହକ୍‌ ବଖାଣିବେ। ସତ କହିବାକୁ ଗଲେ ଏଥର ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ଛକା ମାରିଛନ୍ତି। ମଇଦାନରେ […]

news
୨ ମୁଣ୍ଡ ନେଲା ନୟାପଲ୍ଲୀ ଓଭରବ୍ରିଜ୍: ମୃତକ ଏଥର ଦେଇଥିଲେ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟ୍ରକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ନୟାପଲ୍ଲୀ ଓଭରବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ମୃତାହତମାନେ ବାଇକ୍‌ରେ ଯାଉଥିବା ବେଳେ ଟ୍ରକ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। ଏମାନେ ସମସ୍ତେ ଏଥର ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ବୋଲି ଜଣାପଡ଼ିଛି। ଗୁରୁତର ଭାବେ ଆହତ ଛାତ୍ରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେ ଟ୍ରକ୍‌ର ପଛ ଚକା ତଳେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଏ […]

1
ଶିଶୁବଳି ଅଭିଯୋଗ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ୍‌

ବଲାଙ୍ଗିର: ବଲାଙ୍ଗିର ଟାଉନଥାନା ଲକ୍ଷ୍ମୀନଗର ପଡ଼ାରେ ଜଣେ ଶିଶୁର ସନ୍ଦେହଜନକ ମୃତ୍ୟୁ ହୋଇଛି। ଶିଶୁଟିର ମୃତ୍ୟୁ ଆକସ୍ମିକ ନୁହେଁ ବରଂ ଏହା ଏକ ନରବଳି ବୋଲି ସନ୍ଦେହ କରାଯାଉଛି। ଲକ୍ଷ୍ମୀନଗର ଅଞ୍ଚଳର ଜଗଦୁ ସ୍ୱାଇଁଙ୍କ ପୁଅ ଜିତୁ ଗତକାଲିଠାରୁ ନିଖୋଜ ହୋଇଯାଇଥିଲେ। ଘରେ ଖେଳୁଥିବା ବେଳେ ହଠାତ୍‌ କେଉଁଆଡେ ଉଭାନ୍‌ ହୋଇଯିବାରୁ ଘର ଲୋକେ ଚିନ୍ତିତ ହୋଇପଡିଥିଲେ। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁର କୌଣସି ପତ୍ତା ମିଳି ନ ଥିଲା । […]

bb
ପରାଜୟର ସମୀକ୍ଷା: ପିସିସି ଗଢ଼ିଲା ୨୧ଜଣିଆ କମିଟି

ଭୁବନେଶ୍ୱର: ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଏବେ ଦଳ ଭିତରେ କମ୍ପନ ସୃଷ୍ଟି କରିଛି। ନିର୍ବାଚନରେ ଦଳର ଏଭଳି ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପିସିସି ପ୍ରଚାର କମିଟି ମୁଖ୍ୟ ଭକ୍ତ ଦାସ ଦଳୀୟ ପଦପଦବୀରୁ ଇସ୍ତଫା ଦେଇଥିବାବେଳେ ପରାଜୟର ସମୀକ୍ଷା ନିମନ୍ତେ ୨୧ଜଣିଆ କମିଟି ଗଠନ କରାଯାଇଛି। ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଗଢ଼ା ଯାଇଥିବା ଏହି କମିଟି ନିର୍ବାଚନରେ […]

mo
ଗାଦି ସମ୍ଭାଳିବା ପୂର୍ବରୁ ବରିଷ୍ଠଙ୍କ ଆଶୀର୍ବାଦ ନେଲେ ମୋଦି

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ୧୯ ସାଧାରଣ ନିର୍ବାଚନ ପ୍ରକ୍ରିୟା । ଭୋଟ ଗଣତି ସରି ରେଜଲ୍ଟ ବାହାରି ସାରିଥିବା ବଳେ ଏବେ କେବଳ ସରକାର ଗଠନ ବାକି। ତେବେ ସେଥିଲାଗି ମଧ୍ୟ ଆରମ୍ଭ ହୋଇଯାଇଛି ତତ୍ପରତା। ମୋଦି ଓ ଶାହ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। ଏପଟେ  ଦ୍ୱିତୀୟ ଥର ଦିଲ୍ଲୀ  ଗାଦି ସମ୍ଭାଳିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ  ମୁରଲୀ ମନୋହର ଯୋଶୀଙ୍କୁ ଭେଟି ଆଶୀର୍ବାଦ […]

77
୫ମ ଥର ଲାଗି ନବୀନ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର:ରାଜ୍ୟ ରାଜନୀତିରେ ନୂଆ ରେକର୍ଡ ସହ ଲଗାତାର ପଞ୍ଚମ ଥର ପାଇଁ  ନୂଆ ସରକାର ଗଠନ କରିବାକୁ ଯାଉଛି ବିଜେଡି । ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସୁଥିବାବେଳେ ୨୭ ତାରିଖ ଅର୍ଥାତ୍ ସୋମବାର ଶପଥ ଗ୍ରହଣ ଉତ୍ସବ ହେବାର ସମ୍ଭାବନା ରହିଛି । ଏପଟେ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ନବୀନ ତାଙ୍କ ପଂଚମ ଇନିଂସରେ କେତେ ପୁରୁଣା, କେତେ ନୂଆ ମୁହଁ ଓ କେତେ […]

1
ମୋଦି ଲହର ସତ୍ତ୍ୱେ ଓଡିଶାରେ କାହିଁକି ଫଳ ହେଲା ଓଲଟପାଲଟ ?

ଭୁବନେଶ୍ୱର: ସାରା ଦେଶରେ ମୋଦି ଲହର ବିଜେପିକୁ ଅଭୂତପୂର୍ବ ସଫଳତା ଦେଇଥିବା ବେଳେ ଓଡ଼ିଶା ବିଧାନସଭା କ୍ଷେତ୍ରରେ କିନ୍ତୁ  ସେପରି ହେଲାନି। ମିଶନ ୧୨୦ ଲକ୍ଷ୍ୟରେ ଲଢୁଥିବା ରାଜ୍ୟ ବିଜେପି ମାତ୍ର ୨୩ ଆସନରେ ସୀମିତ ରହିଲା । ତେବେ ଲୋକସଭା କ୍ଷେତ୍ରରୁ କିନ୍ତୁ ଦଳ ଅପେକ୍ଷାକୃତ ପ୍ରଦର୍ଶନ ଭଲ କଲା। କଂଗ୍ରେସର ଭୋଟ୍ ହାର ଉଭୟ ଲୋକସଭା ଓ ବିଧାନସଭାରେ କମିଥିବା ବେଳେ ଏହାର ଫାଇଦା ଗଲା ବିଜେପିକୁ। ବିଜେଡିର ଭୋଟ୍ ହାର କେବଳ ବିଧାନସଭା […]

tt
କୋଚିଂ ସେଣ୍ଟରରେ ନିଆଁ,୧୬ ଛାତ୍ରଛାତ୍ରୀ ମୃତ

ସୁରତ: ଗୁଜରାଟର ସୁରତସ୍ଥିତ ସର୍ଥାନାଠାରେ ଥିବା ଏକ କୋଚିଂ ସେଣ୍ଟରରେ ନିଆଁ ଲାଗିବା କାରଣରୁ ୧୬ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି। ବିଲ୍ଡିଂର ତୃତୀୟ ଏବଂ ଚତୁର୍ଥ ଫ୍ଲୋରରେ ନିଆଁ ଲାଗିଯାଇ ଥିଲା। ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି। ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ସଂଖ୍ୟା ଏବେ ୧୬ ହୋଇଥିଲେ ହେଁ ଏହା ବଢ଼ିବାର ସମ୍ଭାବନା ରହିଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ […]

gg
ବିଜୟ ତିଳକ ଲଗାଇଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ଡେବ୍ୟୁ ମ୍ୟାଚରେ ହୁଏତ ଗୌତମ ଗମ୍ଭୀର ମାତ୍ର ୧୧ ରନ୍ କରିବାକୁ ସକ୍ଷମ ହୋଇଥିଲେ, କିନ୍ତୁ ଭାରତର ଏହି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ପ୍ରତ୍ୟକ୍ଷ ରାଜନୀତିରେ ପଦାର୍ପଣରେ ଧମାଲ୍ କରିଛନ୍ତି। ଟିମ୍ ଇଣ୍ଡିଆକୁ ଦୁଇଥର ବିଶ୍ୱକପ୍ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ୩୭ ବର୍ଷୀୟ ଗମ୍ଭୀର କ୍ରିକେଟ୍ ମଇଦାନରେ ଯେପରି ନିଜକୁ ବିଜୟୀ ସାବ୍ୟସ୍ତ କରିଥିଲେ, ଏବେ ରାଜନୀତି ମଇଦାନରେ ମଧ୍ୟ ସେମିତି ନିଜର ଯାଦୁ ଦେଖାଇଛନ୍ତି। ଗମ୍ଭୀର ପୂର୍ବ ଦିଲ୍ଲୀ ଲୋକସଭା […]

Dama-And-Biju
ବିଜୁମୟ ଓଡ଼ିଶାକୁ ଲୋକେ ମୋଦିମୟ କରିବାକୁ କୁଣ୍ଠିତ: ଦାମୋଦର

ଭୁବନେଶ୍ୱର:ପରାଜୟ ପରେ ବିଜେପିର ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ମନରେ ଏବେବି ବିଜୁବାବୁଙ୍କ ପ୍ରତି ଅନୁରାଗ ରହିଛି। ନିର୍ବାଚନ ପୂର୍ବରୁ ପରିସ୍ଥିତି ଅଲଗା ଜଣାପଡୁଥିଲା। ଏବେ ଭାବୁଛି ବିଜୁମୟ ଓଡ଼ିଶାକୁ ଲୋକେ ମୋଦିମୟ କରିବାକୁ କୁଣ୍ଠିତ। ବିଜୁଙ୍କ ପ୍ରତି ଥିବା ସମ୍ବେଦନଶୀଳ ଭାବ ଏବେବି କାମ କରୁଛି। ନିଜ ପରାଜୟ ନେଇ କାରଣ ମଧ୍ୟ ରଖିଛନ୍ତି ଦାମ। ସେ କହିଛନ୍ତି, ୪୫ ବର୍ଷ ବିଜୁ ଲିଗାସିରେ ରହି ହଠାତ୍ […]

11
ପଣ୍ଡିତ୍‌ ନେହରୁଙ୍କ ରେକର୍ଡ ସମକକ୍ଷ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଜବାହାରଲାଲ୍‌ ନେହରୁ, ଇନ୍ଦିରା ଗାନ୍ଧି ଆଉ ଏବେ ନରେନ୍ଦ୍ର ମୋଦି। ମୋଦି ହେଉଛନ୍ତି ଭାରତର ତୃତୀୟ ପ୍ରଧାନମନ୍ତ୍ରୀ ଯେ, ପୂର୍ଣ୍ଣ ବହୁମତରେ ୨ୟ ଥର ଦେଶର ପଦଭାର ସମ୍ଭାଳିବେ। ତାଙ୍କ ପୂର୍ବରୁ ପଣ୍ଡିତ ଜବାହାର ଲାଲ୍‌ ନେହରୁ ଓ ଇନ୍ଦିରା ଗାନ୍ଧି ବହୁମତ ପାଇ ୨ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୫୨ରେ ପ୍ରଥମେ ନିର୍ବାଚିତ ହେବା ପରେ ୫ ବର୍ଷ ଶୃଙ୍ଖଳିତ ଭାବେ ଶାସନ କରିବା ପରେ ପୁଣି ୧୯୫୭ରେ ଦେଶର ମଙ୍ଗ ଧରିଥିଲେ ପଣ୍ଡିତ୍‌ ନେହରୁ। […]

s4
ଶେଷରେ କୋରାପୁଟକୁ କବ୍‌ଜା କଲା କଂଗ୍ରେସ

ଭୁବନେଶ୍ୱର: ସରିଛି ନିର୍ବାଚନ। ଫଳାଫଳ ଜାଣି ସାରିଛନ୍ତି ଜନତା। ବିଜେପି ଶିବିରରେ ଏଣିକି ଖୁସିର ଲହରୀ ଖେଳୁଥିବା ବେଳେ ଖାଁ ଖାଁ ଲାଗୁଛି କଂଗ୍ରେସ ଭବନ। ଦଳକୁ ପ୍ରତ୍ୟାଖାନ କରିଛନ୍ତି ଜନତା। ୨୦୧୪ ନିର୍ବାଚନଠାରୁ ଅଧିକ ଭୋଟ ହାର ସହ ବିଜୟ ଲାଭ କରି କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛି ବିଜେପି। ରାଜ୍ୟରେ ମଧ୍ୟ କଂଗ୍ରେସର ସ୍ଥତି ଆହୁରି ବିଗିଡ଼ି ଯାଇଛି। ଗତ ସାଧାରଣ ନିର୍ବାଚନରେ ୧୬ଟି ବିଧାୟକ ଆସନ ଜିତିଥିବା କଂଗ୍ରେସ ଏଥର ୯ ଜଣ […]

kalpana
ପର୍ବତାରୋହୀ କଳ୍ପନା ଦାସଙ୍କ ପରଲୋକ

କାଠମାଣ୍ଡୁ : ପ୍ରଥମ ଓଡ଼ିଆ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କର ପରଲୋକ ହୋଇଯାଇଛି। ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଲଜାନ ଅଭାବରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତ୍ୟୁ ବେଳକୁ କଳ୍ପନାଙ୍କୁ ୪୯ବର୍ଷ ହୋଇଥିଲା। ସୂଚନାନୁସାରେ କଳ୍ପନାଙ୍କ ମୃତଦେହ ଏବେ ହିମାଳୟ ପାଦଦେଶରୁ ୮,୪୦୦ ଫୁଟ ଉଚ୍ଚରେ ଅଛି। ଢେଙ୍କାନାଳର ଝିଅ କଳ୍ପନା ୨୦୦୮ ମେ ୩୧ ତାରିଖରେ […]

ttb
ବିଜେପୁରରେ ବାଜି ମାରିଲେ ନବୀନ, ଏମାନେ ଏଇଠି

ଭୁବନେଶ୍ୱର:ଏଥର ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି। ବିଜେପିକୁ ଆଶାତୀତ ଭାବେ ସଫଳତା ମିଳି ନ ଥିବା ବେଳେ ବିଜେଡି ଅଧିକାଂଶ ସ୍ଥାନରେ ପୂର୍ବସ୍ଥିତି ବଜାଏ ରଖିଛି। ହେଭିୱେଟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ବିଜୟୀ ହୋଇଥିବା ବେଳେ ହିଞ୍ଜିଳି ଆସନରେ ଆଗୁଆ ରହିଛନ୍ତି। ବିଜେପୁରରେ ନବୀନ ୧,୦୮,୮୪୮ ଭୋଟ ପାଇଥିବା ବେଳେ କଂଗ୍ରେସର ରିପୁନାଥ ସେଠ୍‌ଙ୍କୁ ପରାସ୍ତ କରିଛନ୍ତି। ସେହିପରି ଭଟଲିରୁ ବିଜେଡିର ସୁଶାନ୍ତ ସିଂହ ୯୮,୩୮୫ ଖଣ୍ଡ ଭୋଟ୍‌ […]

b-99-750x430
ମୋହନ, ପ୍ରମୋଦ, ସୀମାରାଣୀ ଓ ସୁଧୀର ସାମଲ ବିଜୟୀ

ଭୁବନେଶ୍ୱର:ଏଥର ନିର୍ବାଚନରେ ଅନେକ ଆସନରେ କଡ଼ା ଟକ୍କର ହୋଇଛି। କଂଗ୍ରେସ ପଛରେ ପଡ଼ିଯାଇଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝରରେ ବିଜେପିର ମୋହନ ମାଝୀ ବିଜେଡିର ମାଧବ ସର୍ଦ୍ଦାରଙ୍କୁ ହରାଇ ବିଜୟୀ ହୋଇଛନ୍ତି। ମାଧବଙ୍କୁ ୧୧୮୯ ଭୋଟରେ ହରାଇ ଜିତିଛନ୍ତି ମୋହନ। ସେହିପରି ନିଆଳିରେ ବିଜେଡିର ପ୍ରମୋଦ ମଲ୍ଲିକ ବିଜୟୀ ହୋଇଛନ୍ତି। ବିଜେପିର ଛବି ମଲ୍ଲିକଙ୍କୁ ୨୭ ହଜାର ଭୋଟରେ ହରାଇଛନ୍ତି ପ୍ରମୋଦ। ହିନ୍ଦୋଳରେ ବିଜେଡିର ସୀମାରାଣୀ […]

yu
ଜିତିଲେ ସୁରେଶ ରାଉତରାୟ

ଭୁବନେଶ୍ୱର: ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦଖଲ କରିଛି କଂଗ୍ରେସ । ବରିଷ୍ଠ ନେତା ସୁରେଶ ରାଉତରାୟ ଏହି ଆସନରୁ ବିଜୟୀ ହୋଇଛନ୍ତି। ୭,୪୨୬ ଖଣ୍ଡ ଭୋଟ୍ ବ୍ୟବଧାନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟଙ୍କୁ ପରାଜିତ କରିଛନ୍ତି। ୨୦୧୪ ନିର୍ବାଚନରେ ଏହି ଆସନରୁ ପରାଜୟର ସାମ୍ନା କରିଥିଲେ ସୁର ରାଉତରାୟ । ହେଲେ ୨୦୧୯ରେ ପୁଣି ଥରେ ତାଙ୍କର କମ୍‌ବ୍ୟାକ୍‌ ହୋଇଛି ।