• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Left Top

fac
ଋଣ ଭାର ସହି ନ ପାରି ଛତୁ ଚାଷୀଙ୍କ ଆତ୍ମହତ୍ୟା

ସୋର: ଋଣ ଭାର ସହି ନ ପାରି ଜଣେ ଛତୁ ଚାଷୀ ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ନୂଆପୁରରୁ। ଏହି ଗାଁର ଗୟାଧର ଜେନାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଛତୁ ଚାଷ କରିବା ପାଇଁ ଗୟାଧର ସୋରରେ ଥିବା ଉତ୍ତରେଶ୍ୱର ସେବା ସମବାୟ ସମିତିରୁ ଲକ୍ଷେ ଟଙ୍କା ଓ ହାତ ଉଧାରି ଲକ୍ଷେ ଟଙ୍କା କରଜ କରିଥିଲେ । କିନ୍ତୁ ଚତୁ ଚାଷରୁ ଆଶାନୁରୂପ ରୋଜଗାର ହୋଇ ନ ଥିଲା […]

pf
ପୋଲିସ ହେପାଜତରେ ଥିବା ଅଭିଯୁକ୍ତର ମୃତ୍ୟୁ,  ଥାନାରେ ଗାଁଲୋକଙ୍କ ଲଙ୍କାକାଣ୍ଡ

ନବରଙ୍ଗପୁର: ଅଭିଯୁକ୍ତକୁ ଉଠାଇ ନେଇ ପୁଲିସ୍‌ ମାରି ଦେଇଥିବା ଅଭିଯୋଗରେ ଗାଁ ଲୋକେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନାରେ ଭଙ୍ଗାରୁଜା କରିଛନ୍ତି। ତେବେ ପରିସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ୍‌ ଲାଠିଚାର୍ଜ କରିବା ସହ ଗାଁରେ ଫ୍ଲାଗମାର୍ଚ୍ଚ କରିଛି। ଗତକାଲି ଖୁଟିଗୁଡ଼ା ସାପ୍ତାହିକ ହାଟରେ କୁକୁଡ଼ା ଲଢ଼େଇ ଚାଲିଥିବାବେଳେ ବଡ଼ପଞ୍ଜୁରିଆ ଗାଁର କମଳୁ ହରିଜନ ଓ ଖୁଟୁଗାଁର ଗୋବର୍ଦ୍ଧନ ବିନ୍ଧାଣୀଙ୍କୁ ପୁଲିସ ଉଠାଇ ନେଇଥିଲା। ପରେ ବିଳମ୍ବିତ ରାତିରେ ପୁଲିସ୍‌ ଆସି ଗୋବର୍ଦ୍ଧନଙ୍କ ସ୍ତ୍ରୀ ଓ ଝିଅଙ୍କୁ ନେଇ […]

r5
ଶ୍ୱଶୁର ଘରେ ଜ୍ୱାଇଁ ମୃତ

ସୋର: ଶ୍ୱଶୁର ଘରେ ଜ୍ୱାଇଁର ମୃତ୍ୟୁ। ବାଲେଶ୍ୱର ଜିଲ୍ଲା ସୋର ମୁନିସିପାଲଟି ମୁଲେଶ୍ୱର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ସୁଦାମ ସାହୁ ତାଙ୍କ ଶ୍ୱଶୁର ଘର ମେଣ୍ଢାଗଡ଼ଇକୁ ୧୫ ଦିନ ହେଲା ପରିବାର ସହ ଯାଇଥିଲେ । ଗତକାଲି ରାତିରେ ସେ ହଠାତ୍ ବିଷ ପିଇଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ତେବେ ବିଷ ପିଇବାର କାରଣ ଏଯାଏଁ ଜଣାପଡି ନ ଥିଲାବେଳେ ସୋର ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି […]

ro
ଚଳିତ ବିଶ୍ୱକପରେ ରୋହିତଙ୍କ ଦ୍ୱିତୀୟ ଶତକ

ମାଞ୍ଚେଷ୍ଟର: ଚଳିତ ବିଶ୍ୱକପରେ ରୋହିତ୍ ଶର୍ମାଙ୍କ ବ୍ୟାଟ୍ ଖୁବ୍ ଚାଲିଛି। ଆଜି ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଆଉ ଏକ ଦମଦାର ଇନିଂସ୍ ଖେଳି ଶତକ ହାସଲ କରିଛନ୍ତି। ଚଳିତ ବିଶ୍ୱକପରେ ରୋହିତଙ୍କ ଏହା ଦ୍ୱିତୀୟ ଶତକ । ସେ ମାତ୍ର ୮୫ ବଲରେ କ୍ୟାରିୟରର ୨୪ତମ ଶତକ ମାରିଛନ୍ତି। ଏହା ପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ଧୈର୍ଯ୍ୟପୂର୍ଣ୍ଣ ଶତକ ମାରି ଭାରତକୁ ବିଜୟୀ କରାଇଥିଲେ । ଆଜି ମ୍ୟାଚରେ ରୋହିତଙ୍କ ସହ […]

t6
ଟ୍ରେନ ବଗିରୁ ମିଳିଲା ମୃତେଦହ

ରାଉରକେଲା: ଟାଟା ପାସେଞ୍ଜର ଟ୍ରେନର ଏକ ବଗିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଉରକେଲା ଷ୍ଟେସନ ନିକଟରୁ ରେଲେୱେ ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ତାଙ୍କ ବୟସ ପାଖାପାଖି ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ନାକ ଏବଂ ପାଟିରୁ ରକ୍ତ ବାହାରୁଥିବା ବେଳେ ଏକ ବର୍ଥରେ ତାଙ୍କ ମୃତଦେହ ଘୋଡା ହୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । […]

0
ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇ ଚାମ୍ପିୟନ୍‌ ହେଲା ଭାରତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ସିରିଜ୍‌ ଫାଇନାଲ୍ସରେ ଚାମ୍ପିୟନ ହୋଇଛି ଭାରତ। ଆଜି ଫାଇନାଲରେ ଭାରତର ମୁକାବିଲା ଅପେକ୍ଷାକୃତ ଦୁର୍ବଳ ଦକ୍ଷିଣ ଆଫ୍ରିକା ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲ୍‌ରେ ପରାସ୍ତ କରିଛି।  ଭାରତ ପକ୍ଷରୁ ବରୁଣ କୁମାର ଓ ମନପ୍ରୀତ ସିଂହ ୨ଟି ଲେଖାଏ ଗୋଲ ଦେଇଥିବା ବେଳେ ବିବେକ ପ୍ରସାଦ ଗୋଟିଏ ଗୋଲ ସ୍କୋର କରିଛନ୍ତି। […]

6
ଧୂମ୍‌ଧାମ୍‌ରେ ସରିଲା ରଜ ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତି। ରଜ ଉତ୍ସବର ଦ୍ୱିତୀୟ ଦିନ। କାଲି ଭଳି ଆଜି ବି ଦୋଳି ଖେଳ ସାଙ୍ଗକୁ ସୁଆଦିଆ ପିଠା ଓ ପାନରେ ମହକୁଛି ପରିବେଶ। ବ୍ରହ୍ମପୁରରେ ଦିବ୍ୟାଙ୍ଗ ଉତ୍ସବ ପାଳିଥିବା ବେଳେ ନିଜ ନିଜ ଅଞ୍ଚଳରେ ଆୟୋଜିତ ରଜ ଉତ୍ସବରେ ସାମିଲ ହୋଇଥିଲେ ରାଜନେତା। ରଜ ସହ ସୁଆଦିଆ ମିଠା ପାନର ସମ୍ପର୍କ ବେଶ୍ ନିବିଡ଼। ୧୦-୧୨ ପ୍ରକାର ମସଲା ପଡ଼ିଥିବା ସୁଆଦିଆ ପାନ ଖଣ୍ଡେ ଖାଇ ମନ ପୂରିବା ଯାଏଁ ଦୋଳି […]

2
ପାଟକୁରା ଓ ବିଜେପୁର ବାଇ ଇଲେକ୍ସନ ପରେ ବାଜିପାରେ ପୌର ନିର୍ବାଚନ ବିଗୁଲ

ଭୁବନେଶ୍ୱର: ପାଟକୁରା ଓ ବିଜେପୁର ଉପନିର୍ବାଚନ ପରେ ବାଜିପାରେ ପୌର ନିର୍ବାଚନ ବିଗୁଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂରକ୍ଷଣ ସୀମା  ୫୦ ପ୍ରତିଶତ ଭିତରେ ରଖି ଏଥର ନିର୍ବାଚନ କରିବେ ରାଜ୍ୟ ନିର୍ବାଚନ କମିଶନ । ତେଣୁ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ସମ୍ପର୍କିତ କସରତ ସାରି  ତୁରନ୍ତ ତଥ୍ୟ ଦେବାକୁ କମିଶନ୍ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ ସଂରକ୍ଷଣ ସମ୍ପର୍କିତ ପ୍ରସ୍ତାବକୁ ବିଧାନସଭାରେ ପାରିତ କରିବାକୁ  ଥିବାରୁ ଏନେଇ ଏବେ ମୁହଁ ଖୋଲୁନି ନଗର […]

3
ଫୋନି ତାଣ୍ଡବର ଦେଢ଼ ମାସ ପରେ, ଆଜି ବି ଅନ୍ଧାରରେ ଏମାନେ

ଭୁବନେଶ୍ୱର:ଝଡ଼ ଫୋନି ତାଣ୍ଡବକୁ ୟା ଭିତରେ ବିତିଗଲାଣି ଦେଢ଼ ମାସ । ବାତ୍ୟା ମାଡ଼ରେ ଘାଇଲା ସର୍ବହରା ମଣିଷମାନେ ଜୀବନ ପୁଣି ସଜାଡ଼ିବାକୁ  ଉଦ୍ୟମ ତ’ କରୁଛନ୍ତି, ହେଲେ ପାରୁନାହାନ୍ତି । କାରଣ ସେଥିରେ ପ୍ରତିବନ୍ଧକ ସାଜିଛି ବିଜୁଳି ଯନ୍ତ୍ରଣା ସାଙ୍ଗକୁ ପ୍ରଶାସନର ଚରମ ନିଷ୍କ୍ରିୟତା । ଦିନରେ ଅସହ୍ୟ ଗରମ ସାଙ୍ଗକୁ ରାତିର ଘନ ଅନ୍ଧକାର ଜୀବନକୁ ଦୁର୍ବିସହ କରି ପକାଇଛି। କେବେ ବିଜୁଳି ଆସିବ ସେକଥା କାହାରିକୁ  ଜଣାନାହିଁ । ପିପିଲିର ପ୍ରଭାବିତ  ଅଞ୍ଚଳରେ […]

4
ବଢୁଛି ବୟସ୍କଙ୍କୁ ଉତ୍ପୀଡ଼ନ: ହତାଦର କରୁଥିବା ପୁଅବୋହୂଙ୍କ ବିରୋଧରେ ଦଣ୍ଡବିଧାନ ଲାଗି ଜିଲ୍ଲାପାଳମାନଙ୍କୁ ଚିଠି

ଭୁବନେଶ୍ୱର: ଈଶ୍ୱରଙ୍କ ଅଦ୍ୱିତୀୟ ରୂପ ପିତାମାତା ।  ଯିଏ ଜନ୍ମଦାନଠୁ ଆରମ୍ଭ କରି ନିଜ ସନ୍ତାନଙ୍କୁ ଦୁନିଆକୁ ଚିହ୍ନାଇବାର ପଣ କରିଥାନ୍ତି। ସେହି ପିତାମାତା ଆଜି ଅବହେଳିତ। କିନ୍ତୁ ଏଣିକି ସେମାନଙ୍କୁ ହତାଦର କଲେ ମିଳିବ ଦଣ୍ଡ। ସେ ପୁଅ ହେଉ କିମ୍ବା ଝିଅ ଅଥବା ବୋହୂ । ଜେଲଦଣ୍ଡ ଭୋଗିବାର ମଧ୍ୟ ସମ୍ଭାବନା ରହିଛି। ବାପା, ମା’ଙ୍କ ସୁରକ୍ଷା ପାଇଁ ପ୍ରଥମ ରାଜ୍ୟ ଭାବେ ବିହାର ସରକାର ଏଭଳି ଆଇନ ଆଣିବାକୁ ଯାଉଥିବା ଦେଖି ରାଜ୍ୟ […]

ss
ଡାକ୍ତରଙ୍କୁ ଆକ୍ରମଣ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଗତ ୫ ଦିନ ଧରି ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଥମିବାର ନାଁ ନେଉନି। ଆନ୍ଦୋଳନରତ ଡାକ୍ତରମାନେ ନିଜ ଜିଦ୍‌ରେ ଅଟଳ ଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରୁନାହାନ୍ତି ।ଏହା ଭିତରେ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମମତା ସରକାରଙ୍କୁ ଜବାବ ତଲବ କରି ଜାରି କରିଛି ଆଡଭାଇଜରି । ସେପଟେ ଡାକ୍ତରଙ୍କୁ ଆକ୍ରମଣ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି […]

t
ରାଷ୍ଟ୍ରପତି ଭବନରେ ନୀତି ଆୟୋଗର ବୈଠକ,  ସବ୍‌କା ସାଥ, ସବ୍‌କା ବିକାଶ ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ:  ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ନୀତି ଆୟୋଗର ପଞ୍ଚମ ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକ ବସିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଉପସ୍ଥିତ ଅଛନ୍ତି ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର, କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବ୍‌କା ସାଥ୍ ସବ୍‌କା ବିକାଶ ଓ ସବ୍‌କା ବିଶ୍ୱାସର ମନ୍ତ୍ରକୁ ସାକାର କରିବା ଦିଗରେ ନୀତି ଆୟୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ୨୦୨୪ […]

8
ଲାଞ୍ଚ ନେଉଥିବା ଘଟଣାରେ ଫେକ୍‌ ଭିଡିଓ କରି ଫସିଗଲେ  

କଣ୍ଟାବାଞ୍ଜି:  ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଧ୍ୟକ୍ଷା ଅନୁ ଭୂଏଙ୍କ ନାଁରେ ମିଥ୍ୟା ଭିଡିଓ ଭାଇରାଲ କରିବା ଅଭିଯୋଗରେ ବିଜେଡି ନେତା ଅଜୟ ଦାସ ଓ ସୀମାନିବାହାଲର ହୁଲେଶ୍ୱର ହଂସଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ବ୍ଲକ ଅଧ୍ୟକ୍ଷାଙ୍କ ଅଭିଯୋଗ ଅନୁସାରେ କଣ୍ଟାବାଞ୍ଜି  ଥାନାରେ ମାମଲା ରୁଜୁ ହୋଇଛି । ବ୍ଲକ ଅଧ୍ୟକ୍ଷା ଲାଞ୍ଚ ଓ ପିସି ନେଉଥିବା ନେଇ ଅଜୟ ଏବଂ ହୁଲେଶ୍ୱର ଗୋଟିଏ ଫେକ୍ ଭିଡିଓ ତିଆରି କରିଥିଲେ। ସେ ଜଣେ ଆଦିବାସୀ […]

2
ହାତୀ ମୁଣ୍ଡ ନେଲା, ବନ ବିଭାଗ ଅଧିକାରୀ ମାଡ଼ ଖାଇଲେ

ଆଠଗଡ଼: ଆଠଗଡ଼ରେ ହାତୀ-ମଣିଷ ସଂଘର୍ଷ। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ବନ ବିଭାଗ କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ କରିଛନ୍ତି। ଆଠଗଡ଼ ବନଖଣ୍ଡର ତିଗିରିଆ ବନାଞ୍ଚଳ ହରିଡ଼ାପସିଠାରେ ଘଟିଛି ଏହି ଅଘଟଣ। ଶରତ ବେହେରା ନାମକ ଜଣେ ବ୍ୟକ୍ତି ଆଜି ଭୋରରୁ ଶୌଚ ହେବାକୁ ଯାଉଥିବା ବେଳେ ହାତୀଙ୍କ ହାବୁଡ଼ରେ ପଡ଼ିଥିଲେ । ହାତୀ ଶରତଙ୍କୁ ଦଳି ମାରିଦେଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳକୁ ଯାଇଥିବା ବନ […]

deat
ପୋଖରୀରେ ବୁଡ଼ିଗଲେ ଝାଡଖଣ୍ଡି ଯୁବକ  

ବେଲପାହାଡ଼: ବେଲପାହାଡ଼ ପୌରାଞ୍ଚଳ କଦଳୀପିଟା ଗାଁ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଝାଡ଼ଖଣ୍ଡର ମହମ୍ମଦ ରସିଦ । ସେ ବେଲପାହାଡ଼ସ୍ଥିତ ନିଜ ଭିଣୋଇଙ୍କ ଘରକୁ ଆସିଥିଲେ । ଗାଧୋଇବା ଲାଗି ପୋଖରୀକୁ ଯାଇଥିବା ବେଳେ  ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇଥିଲେ । ଗ୍ରାମବାସୀ ଯୁବକଙ୍କ ମୃତଦେହ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ […]

Police-seize-a-desi-gun-factory-in-Kandhamal-750x420
ଦେଶୀ ବନ୍ଧୁକ କାରଖାନା ଠାବ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଦଣ୍ଡିମା ଗାଁ ପାଖ ଜଙ୍ଗଲରେ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି। ଜଙ୍ଗଲ ଭିତରେ ଦେଶୀ ବନ୍ଧୁକ କାରଖାନା ଚାଲୁଥିବା ଖବର ପାଇ ପୋଲିସ ଆଜି ସକାଳେ ଚଢ଼ାଉ କରିଥିଲା। ଚଢ଼ାଉବେଳେ ୨ଟି ବନ୍ଧୁକ ସହ ବହୁ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଓ ଯନ୍ତ୍ରାଂଶ ଜବତ କରିଛି ପୋଲିସ। ଏଥିରେ ସଂପୃକ୍ତ ଥିବା ଶ୍ରାନିକେତା ଗାଁର ଅଭିଯୁକ୍ତ କୁନା ପ୍ରଧାନକୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ଅନ୍ୟ ଦୁଇ ଜଣ […]

1
ବାସେଳୀ ସାହି ବସ୍ତିରେ ବୋମାମାଡ଼

ପୁରୀ: ପୁରୀ ବାସେଳିସାହି ନିକଟ ବସ୍ତିରେ ବୋମାମାଡ଼ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପଣାପ୍ରିୟା ଠାକୁରାଣୀ ପୀଠ ନିକଟ ବସ୍ତିରେ ହୋଇଛି ୨ଟି ବୋମାମାଡ଼ । ଏହି କାଣ୍ଡ ଭିଆଇଥିବା ଯୁବକଙ୍କ ସହ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି। ୨ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ସହ ବାସେଳିସାହି ପୋଲିସ ତନାଘନା ଜାରି ରହିଛି।

nu
ନୀତି ଆୟୋଗ ବୈଠକରେ ଯୋଗଦେଲେ ନବୀନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବସିଛି ନୀତି ଆୟୋଗର ଗଭର୍ଣ୍ଣିଂ କାଉନ୍ସିଲ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ଥର ପାଇଁ ଏନ୍ଡିଏ ସରକାର ଗଠନ ହେବା ପରେ ଏହା ପ୍ରଥମ ନୀତି ଆୟୋଗ ବୈଠକ । ଏହି ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୈଠକରେ ଯୋଗ ଦେବା ପୂର୍ବରୁ ଫୋନି ବାତ୍ୟା ସହାୟତା ଏବଂ  ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ […]

ial
ବଲିଉଡ୍‌ରେ ଚମକିଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ବଲିଉଡ୍‌ରେ ପୁଣି ଚମକିଲେ ଓଡ଼ିଆ ଝିଅ ।ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ମଲାଲ୍‌ ଆଇଟମ୍ ନମ୍ବର ଆଇଲାରେ ନଜର ଆସୁଛନ୍ତି। ସମ୍ବଲପୁରର ସୁଶ୍ରୀ ଶ୍ରେୟା ମିଶ୍ର । ପୂର୍ବରୁ ମିସ୍ ଇଣ୍ଡିଆ କଣ୍ଟେଷ୍ଟ୍ରେ ଭାଗ ନେବା ସହ ମଡେଲିଂ ଜଗତରେ ବେଶ୍ ନାଁ କମାଇଥିବା ଶ୍ରେୟାଙ୍କର ଏହା ଦ୍ୱିତୀୟ ବଲିଉଡ୍ ମୁଭି ଓ ପ୍ରଥମ ଆଇଟମ୍ ସଙ୍ଗ୍ । ଆଜି ଏହି ଗୀତର ଭିଡିଓ ରିଲିଜ୍ ହୋଇଥିବାବେଳେ କେବଳ ୟୁଟ୍ୟୁ଼ବରେ ୬ ଘଣ୍ଟାରେ ୩ […]

mo
ଆସନ୍ତାକାଲିଠୁ କେନ୍ଦ୍ରରେ ଆରମ୍ଭ ହେବ ଏନଡିଏ-ଟୁ ସରକାର

ନୂଆଦିଲ୍ଲୀ: ଆସନ୍ତାକାଲିଠୁ କେନ୍ଦ୍ରରେ ଆରମ୍ଭ ହେବ ଏନଡିଏ-ଟୁ ସରକାର। ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ଗାଦି ସମ୍ଭାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଶପଥଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି। ଏଥିରେ ଯୋଗ ଦେବା ଲାଗି ପାକିସ୍ତାନକୁ ଛାଡ଼ି ଅନ୍ୟ ସବୁ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି । ଦେଶ ବିଦେଶର ସାଢ଼େ ୬ ହଜାର ଅତିଥି ମୋଦିଙ୍କ ଶପଥ ଉତ୍ସବରେ ସାମିଲ ହେବେ। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ସବରେ ଯୋଗ […]

5
ନବୀନଙ୍କ ଟିମ୍‌ରେ ୧୦ ନୂଆ, ୬ ପୁରୁଣା ଚେହେରା: ଦଳଡିଆଁ ନେତାଙ୍କୁ ପୁରସ୍କାର

ଭୁବନେଶ୍ୱର: ଯେତିକି ନୂଆ ସେତିକି ପୂରୁଣା। ନବୀନଙ୍କ ମନ୍ତ୍ରିମଣ୍ଡଳରେ ୧୦ନୂଆ ମୁହଁ, ୬ଜଣ ମନ୍ତ୍ରୀ ରିପିଟ୍। ୩ ବିଧାୟକ ପ୍ରଥମ ଥର ଲାଗି ନିର୍ବାଚତ ହୋଇଥିଲେ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । କିନ୍ତୁ ୩୩ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳୁଥିବା ବିଜେଡି, ମନ୍ତ୍ରୀମଣ୍ଡଳରେ କିନ୍ତୁ ସେହି ଅନୁପାତରେ ମହିଳାଙ୍କୁ ସୁଯୋଗ ଦେଇନାହିଁ । ଏହା ବାଦ୍ ୧୨ ଜିଲ୍ଲା ମନ୍ତ୍ରୀଶୂନ୍ୟ ରହିଛି। ସେହିପରି ସ୍ୱାଭିମାନ ଲଢ଼େଇ ପାଇଁ ଅଧିକ ଚର୍ଚ୍ଚାରେ ଥିବା କେନ୍ଦ୍ରପଡ଼ା ଜିଲ୍ଲାରୁ ମଧ୍ୟ […]

kala
ଏଇ ଦିନଟି ବିଜେଡି ପାଇଁ କାହିଁକି ଏତେ ଲକି, ଜାଣିଛନ୍ତି ?

ଭୁବନେଶ୍ୱର: ଆଜି ସେଇ ମେ’ ୨୯। ନୂଆ ସରକାର ଶପଥ ନେଇଛନ୍ତି। ୫ମ ପାଳିରେ ଶାସନ ଗାଦିରେ ଆସୀନ ହୋଇଛି ବିଜେଡି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ। ଏହି ଅବସରରେ ମନେପଡୁଛି ୬ ବର୍ଷ ତଳର କଥା। ୬ ବର୍ଷ ତଳେ ଅର୍ଥାତ୍‌ ୨୦୧୨ ମସିହାର ଠିକ୍‌ ଆଜିର ଦିନରେ ବିଜେଡି ପାଇଁ ଘୋଟି ଆସିଥିଲା କଳା ବାଦଲ। ମିଡ୍‌ନାଇଟ୍‌ ଅପରେସନ୍‌ରେ କ୍ଷଣିକେ ସବୁକିଛି ଓଲଟି ଯାଇଥାନ୍ତା। ନବୀନଙ୍କ ଅନୁପସ୍ଥିତିରେ ଏକ ଜଘନ୍ୟ ଷଡ଼ଯନ୍ତ୍ର […]

nv1
କ୍ରମାଗତ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ: ଆସିଥିଲେ ଭଉଣୀ ଗୀତା, ଭାଇ ପ୍ରେମ୍‌

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ନୂଆ ଇତିହାସ। ଲଗାତର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ ।ରାଜଧାନୀର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୧ ଜଣିଆ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମ ଥର ଲାଗି ରାଜଭବନ ବାହାରେ ଅନୁଷ୍ଠିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଯାହାଙ୍କ ମଧ୍ୟରେ ଥିଲେ ନବୀନଙ୍କ ଭଉଣୀ ଗୀତା […]

ok
ରାଜ୍ୟ କ୍ୟାବିନେଟ୍‌ ପ୍ରଥମ ବୈଠକରେ ନିଷ୍ପତ୍ତି: କାଳିଆ ଯୋଜନାରେ ସାମିଲ ହେଲେ ଆଉ ୩୩ ଲକ୍ଷ ପରିବାର

ଭୁବନେଶ୍ୱର: ବଢିଲା କାଳିଆ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ।ପୂର୍ବରୁ ସରକାର ୪୨ ଲକ୍ଷ ଚାଷୀ ପରିବାରକୁ କାଳିଆ ଯୋଜନାରେ ସାମିଲ କରିଥିବା ବେଳେ ଏବେ ୭୫ ଲକ୍ଷ ପରିବାର ଯୋଜନାର ଲାଭ ପାଇବେ। ନୂଆକରି ସାମିଲ ୩୩ ଲକ୍ଷ ପରିବାରକୁ ଆଜିଠାରୁ ଯୋଜନା ବାବଦ ୫ ହଜାର ଟଙ୍କା ମିଳିବ। ସପ୍ତାହକ ମଧ୍ୟରେ ୨୫ ଲକ୍ଷ ପରିବାର ଟଙ୍କା ପାଇଯିବେ ବୋଲି ଆଜି ବସିଥିବା ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକ ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି […]

dagi
ପ୍ରକାଶ ପାଇଲା ADR ରିପୋର୍ଟ: ଓଡ଼ିଶା ବିଧାନସଭାରେ ୬୭ ଜଣ ଦାଗୀ ବିଧାୟକ

ଭୁବନେଶ୍ୱର: ପ୍ରକାଶ ପାଇଛି ADR(Odisha Election Watch and Association for Democratic Reforms) ରିପୋର୍ଟ। ୧୪୬(ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ସ୍ଥଗିତ ରହିଛି) ବିଧାନସଭା ଆସନ ପାଇଁ ଏଥର ନିର୍ବାଚନ ହୋଇଥିବା ବେଳେ ଗତ ନିର୍ବାଚନଗୁଡିକ ଅପେକ୍ଷା ଏଥର ଦାଗି ନେତାଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।   ନିର୍ବାଚିତ ୧୪୬ ଜଣ ବିଧାୟକଙ୍କ ମଧ୍ୟରୁ ୪୬% ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା। ଏହି ହାରକୁ ଆଧାର କଲେ ୬୭ […]