ଏକ ଭିଡିଓରେ ସୁଦ୍ କହିଛନ୍ତି, ସୁଶାନ୍ତଙ୍କ ଘରୋଇ ସହାୟକ ବ୍ୟତୀତ ତାଙ୍କ ସାଙ୍ଗ ସନ୍ଦୀପ ସିଂ ଓ ତାଙ୍କ(ସୁଶାନ୍ତ) ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ସହିତ ଅତି ଘନିଷ୍ଠ ଥିଲେ। ତେଣୁ ସୁଶାନ୍ତଙ୍କ ସହ କ’ଣ ସବୁ ଘଟିଥିଲା, ସେସମ୍ପର୍କରେ ଏମାନଙ୍କୁ ଜଣାଥିଲା। କିନ୍ତୁ ଏମାନେ ସୁଶାନ୍ତଙ୍କ ଯତ୍ନ ନେବା ବଦଳରେ ତାଙ୍କ ସହ ବିଶ୍ୱାସଘାତକତା କଲେ।
ସୁଶାନ୍ତଙ୍କୁ ହତ୍ୟା କରିବା ପାଇଁ ଦାଉଦ୍ ଇବ୍ରାହିମ୍ଙ୍କ ଟିମ୍ କରିଥିଲା କି ପ୍ଲାନ୍ ?
ସୁଦ୍ଙ୍କ କହିବା ଅନୁସାରେ, ଯଦିଓ ଦାଉଦ୍ ମୁମ୍ବାଇରେ ରହୁ ନାହାନ୍ତି, କିନ୍ତୁ କ୍ଷମତା, ଟଙ୍କା ଓ ଶୀର୍ଷ ପଦବୀରେ ଥିବା ଲୋକଙ୍କ ସହ ତାଙ୍କର ଯୋଗାଯୋଗ ରହିଛି। ଏସବୁ ମାଧ୍ୟମରେ ସେ ମୁମ୍ବାଇକୁ ନିଜ କଣ୍ଟ୍ରୋଲରେ ରଖିଛନ୍ତି। ତେଣୁ ଅଧିକ ସମ୍ଭାବନା ଯେ, ଦାଉଦ୍ଙ୍କ ସହଯୋଗୀ ସୁଶାନ୍ତଙ୍କୁ ମର୍ଡର କରିଛନ୍ତି ବୋଲି ସୁଦ୍ ଦାବି କରିଛନ୍ତି।
ଖାଲି ଏତିକି ନୁହେଁ ସୁଦ୍ ତାଙ୍କର ଏହି ଭିଡିଓରେ ଆହୁରି କହିଛନ୍ତି, କିଛି ମାସ ହେବ ସୁଶାନ୍ତଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଥିଲା। ଏଥିପାଇଁ ସେ ତାଙ୍କର ସିମ୍କୁ ୫୦ଥର ବଦଳାଇଥିଲେ। ଖାଲି ଏତିକି ନୁହେଁ ଶୂନ୍ଶାନ୍ ସ୍ଥାନକୁ ଯାଇ କାର୍ ଭିତରେ ଶୋଉଥିଲେ ସୁଶାନ୍ତ। କାହିଁକି ନା ସେ ଭୟଭୀତ ହୋଇଯାଇଥିଲେ।
ସେ ବିଶ୍ୱାସ କରୁଛନ୍ତି ଯେ, ପୂରା ମର୍ଡର ପ୍ଲାନିଂରେ ହୋଇଛି। ସୁଶାନ୍ତଙ୍କ ମୃତ୍ୟୁର ଦିନକ ପୂର୍ବରୁ ତାଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରା ଖରାପ ହେବାଠୁ ଆରମ୍ଭ କରି ଘରର ଡୁପ୍ଲିକେଟ୍ ଚାବି ହଜି ଯିବା ଇତ୍ୟାଦି ଘଟଣା ଏସବୁ ପୂରା ଯୋଜନାବଦ୍ଧ। ତାଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ଲାନିଂ ହୋଇଥିଲା ବୋଲି ସୁଦ୍ କହିଛନ୍ତି।
ପୂର୍ବତନ ଅଧିକାରୀ ଆହୁରି ଦାବି କରିଛନ୍ତି, ମୁମ୍ବାଇ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି। କିନ୍ତୁ ପ୍ରକୃତ ଦୋଷୀ ଏବେ ଯାଏ ସାମ୍ନାକୁ ଆସିପାରି ନାହିଁ। ପ୍ରକୃତ ଦୋଷୀ ସାମ୍ନାକୁ ଆସିଲେ, ଏଥିରେ ସମ୍ପୃକ୍ତ ବଡ଼ ବଡ଼ ଲୋକଙ୍କ ନାଁ ସାମ୍ନାକୁ ଆସିବ। ତେଣୁ ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ବେଳେ ବେଳେ ପ୍ରକୃତ ଦୋଷୀକୁ ସାମ୍ନାକୁ ଅଣା ଯାଇନଥାଏ। ଏମିତିରେ ବି ବଲିଉଡ୍ ଓ ଦାଉଦ୍ ଇବ୍ରାହିମଙ୍କ ମଧ୍ୟରେ ସମ୍ପର୍କ ରହିଛି।
ସୁଦ୍ କହିଛନ୍ତି, ‘ଦେଶ ବାହାରେ ଦାଉଦ୍ଙ୍କ ଟିମ୍ ଦ୍ୱାରା ଆୟୋଜିତ ପାର୍ଟିରେ ବଲିଉଡ୍ର ଅନେକ ସେଲେବ୍ରିଟି ଯୋଗ ଦେଇଥାନ୍ତି। ଏଥିପାଇଁ ସେଲେବ୍ରିଟି ମାନଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ମିଳିଥାଏ।
‘ସୁଶାନ୍ତଙ୍କ ସହ ବିଶ୍ୱାସଘାତକତା କଲେ ଘନିଷ୍ଠ ବନ୍ଧୁ ସନ୍ଦୀପ’
ଯଦିଓ ସୁଶାନ୍ତଙ୍କ ଘରୋଇ ସହାୟକ ପ୍ରକୃତ ହତ୍ୟାକାରୀ ନ ହୋଇପାରନ୍ତି, ହେଲେ ଅଭିନେତା ସୁଶାନ୍ତଙ୍କ ଜୀବନରେ କ’ଣ ସବୁ ଚାଲିଥିଲା ସେ ସମ୍ପର୍କରେ ତାଙ୍କୁ ନିହାତି ଭାବେ ଜଣାଥିବ। ସେହିପରି ସୁଦ୍ ଆହୁରି ମଧ୍ୟ ଦାବି କରିଛନ୍ତି, ସୁଶାନ୍ତ ତାଙ୍କ ଜୀବନରେ କ’ଣ ସବୁ ଘଟୁଥିଲା ସବୁକିଛି ସେ ତାଙ୍କ ଘନିଷ୍ଠ ବନ୍ଧୁ ସନ୍ଦୀପ ସିଂଙ୍କ ସହ ଶେଆର୍ କରୁଥିଲେ। ହେଲେ ସେ ହିଁ ଦିନେ ସୁଶାନ୍ତଙ୍କ ସହ ବିଶ୍ୱାସଘାତକତା କଲେ।
ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ସୁଦ୍ କହିଛନ୍ତି, ଯଦିଓ ଏହି ଘଟଣାରେ ରିୟାଙ୍କ ସିଧାସଳଖ ଭୂମିକା ନାହିଁ, ହେଲେ ସେ ଜାଣିଥିଲେ ସୁଶାନ୍ତଙ୍କ ଜୀବନର କ’ଣ ସବୁ ଘଟୁଛି।
ଜୁନ୍ ୧୪ରେ ସୁଶାନ୍ତ ମୁମ୍ବାଇ ସ୍ଥିତ ଫ୍ଲାଟ୍ରେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ଏ ଯାବତ ୩୨ ଜଣଙ୍କୁ ଜେରା କରି ସାରିଲାଣି ମୁମ୍ବାଇ ପୋଲିସ।
ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଫିଲ୍ଲ ନିର୍ମାତା ଶେଖର ଦେଲେ ଚାଞ୍ଚଲ୍ୟକର ବୟାନ
Original Engilsh Text by Sangati Jogwar
]]>ଏକ ୱେବ୍ସାଇଟ୍କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ‘ପୂର୍ବରୁ ସେ(ସୁଶାନ୍ତ) ସବୁ କଥା କହୁଥିଲା। ହେଲେ ଶେଷରେ କ’ଣ ହେଲା କେଜାଣି, ସେ କିଛି ଆଉ କହିଲା ନାହିଁ। ଭଗବାନଙ୍କ ନିକଟରେ ବହୁତ ମାନସିକ କରିବା ପରେ ତାକୁ ପାଇଥିଲି। ତା’ପାଇଁ ମୁଁ ୩ ବର୍ଷ ମାନସିକ ରଖିଥିଲି। ୪ ଝିଅର ଗୋଟିଏ ପୁଅ ଥିଲା ସୁଶାନ୍ତ। ହେଲେ ଯାହା ପାଇଁ ମୁଁ ଏତେ ମାନସିକ କରିଥିଲି, ଶେଷରେ ତା’ସହ ଏମିତି ଘଟଣା ଘଟିଲା।’
ଶେଷଥର ପାଇଁ ସେ ସୁଶାନ୍ତଙ୍କ ସହ ବିବାହ ବିଷୟରେ କଥାବାର୍ତ୍ତା ହୋଇଥିବା ନେଇ ସୁଶାନ୍ତଙ୍କ ବାପା କହିଛନ୍ତି। ସେ କହିଛନ୍ତି, ବିବାହକୁ ନେଇ ସୁଶାନ୍ତଙ୍କ ସହ ମୋର କଥାବାର୍ତ୍ତା ହୋଇଥିଲା। ଏବେ କରୋନା ହେତୁ ବିବାହ ସମ୍ଭବପର ନୁହେଁ ବୋଲି ସେ କହିଥିଲା। ପୁଣି ଆଗକୁ ଏକ ଫିଲ୍ମ ମଧ୍ୟ ଆସିବାର ଅଛି, ତେଣୁ ଯାହା ହେବ ଆସନ୍ତା ବର୍ଷ ଫେବ୍ରୁଆରୀ କିମ୍ବା ମାର୍ଚ୍ଚ ମାସରେ ବୋଲି ସେ ଏହା କହିଥିଲା। କିନ୍ତୁ ସେ କାହାକୁ ବାହା ହେବାକୁ ଚାହୁଁଥିଲା, ସେ ବିଷୟରେ କିଛି କହି ନଥିଲା।’
ସୁଶାନ୍ତଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ୍ ଅଙ୍କିତା ଲୋଖଣ୍ଡେଙ୍କୁ ନେଇ ସୁଶାନ୍ତଙ୍କ ବାପା କହିଛନ୍ତି, ଅଙ୍କିତାଙ୍କୁ ସେ ମୁମ୍ବାଇରେ ସାକ୍ଷାତ କରିଥିଲେ। ପାଟନାକୁ ମଧ୍ୟ ଆସିଥିଲେ ଅଙ୍କିତା। ସିରିୟଲ୍ ‘ପବିତ୍ର ରିସ୍ତା’ ଶୁଟିଂ ସେଟ୍ରୁ ସୁଶାନ୍ତ ଓ ଅଙ୍କିତାଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇଥିଲା। ଏହାପରେ ୬ ବର୍ଷ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା। ରିଆ ଚକ୍ରବର୍ତ୍ତୀଙ୍କ ସମ୍ପର୍କରେ ସେ କିଛି ଜାଣି ନ ଥିବା କହିଛନ୍ତି। ସେ କୃତି ସେନନ୍ଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ବୋଲି ସୁଶାନ୍ତଙ୍କ ବାପା କହିଛନ୍ତି।
ଇଣ୍ଡଷ୍ଟ୍ରିରେ ଚାପ ଯୋଗୁ ସୁଶାନ୍ତ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଏକ ପ୍ରଶ୍ନରେ ସୁଶାନ୍ତଙ୍କ ବାପା କହିଛନ୍ତି, ‘ହୋଇପାରେ...ଫିଲ୍ମ ଦୁନିଆରେ ଏ ସବୁ ହୋଇପାରେ। କିଛି ବି ହୋଇପାରେ।
ସୂଚନାଥାଉ କି, ଜୁନ୍ ୧୪ରେ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଫ୍ଲାଟ୍ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ସୁଶାନ୍ତଙ୍କ ବନ୍ଧୁଙ୍କଠୁ ଆରମ୍ଭ କରି ତାଙ୍କ ଗର୍ଲଫ୍ରେଣ୍ଡ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ପୁଲିସ୍ ପଚରାଉଚରା ଚଳାଇଛି।
ସୌଜନ୍ୟ-Republic World
]]>ସୁଶାନ୍ତଙ୍କ ପୁରୁଣା ଭିଡିଓ ଓ ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ଏମିତି ଏକ ଭିଡିଓ ଇନ୍ଷ୍ଟାଗ୍ରାମରେ ଭାଇରାଲ୍ ହୋଇଛି ଯାହାକୁ ଦେଖିଲେ ଖୁସିରେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ।
ଭିଡିଓରେ ଦେଖିବାକୁ ମିଳିଛି, ସୁଶାନ୍ତ ଟିଭିରେ ‘ଏମ୍.ଏସ୍. ଧୋନି-ଦ ଅନ୍ଟୋଲଡ୍ ଷ୍ଟୋରୀ’ ଫିଲ୍ମକୁ ପୂରାପୂରି ଧ୍ୟାନ ଦେଇ ଦେଖୁଛନ୍ତି। ଏହି ସମୟରେ ସେ ନିଜକୁ କ୍ରିକେଟର ଏମ୍.ଏସ୍. ଧୋନିଙ୍କ ରୂପରେ ଦେଖି ଖୁସି ହେବାସହ ଚିୟର କରୁଥିବା ନଜର ଆସୁଛନ୍ତି।
https://www.instagram.com/p/BtaWJeaHCEn/?utm_source=ig_web_copy_link
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସୁଶାନ୍ତଙ୍କ ପୂର୍ବରୁ ବାୟୋପିକ୍ ‘ଏମ୍.ଏସ୍ ଧୋନି: ଅନ୍ଟୋଲ୍ଡ ଷ୍ଟୋରୀ’ରେ ବଲିଉଡ୍ର ଆଉ ଜଣେ ସୁପରଷ୍ଟାର ଅଭିନୟ କରିବାକୁ ଚାହୁଁଥିଲେ। ହେଲେ ନିର୍ଦ୍ଦେଶକ ନୀରଜ ପାଣ୍ଡେ ଏଥିରେ ରାଜି ନ ହେବାରୁ ସମ୍ପୃକ୍ତ ଅଭିନେତା ଜଣକ ଏହି ବାୟୋପିକ୍ରେ ଅଭିନୟ କରି ନ ଥିଲେ। ଶେଷରେ ସୁଶାନ୍ତ ଏହି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ଥିଲେ। କହିବାକୁ ଗଲେ ରାତାରାତି ଏହି ଫିଲ୍ମ ସୁଶାନ୍ତଙ୍କ ଭାଗ୍ୟ ବଦଳାଇ ଦେଇଥିଲେ।
]]>ଜଣେ ପ୍ରଶଂସକ ଇନ୍ଷ୍ଟାଗ୍ରାମରେ ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ଶେଆର୍ କରିଛନ୍ତି। ସୁଶାନ୍ତଙ୍କ ଏହି ସାକ୍ଷାତକାର ଭିଡିଓରେ ସୁଶାନ୍ତ ଏକ ପ୍ରଶ୍ନର ଉତ୍ତର ଏମିତି ଦେଇଛନ୍ତି, ଯାହା ସମସ୍ତଙ୍କୁ ସେହି ସମୟରେ ଆଶ୍ଚର୍ଯ୍ୟ କରିଥିଲା।
ଜୀବନରେ ସବୁଠୁ ବେଶୀ ଡର କ’ଣ ଲାଗେ ? ଏହି ପ୍ରଶ୍ନର ଉତ୍ତରରେ ସୁଶାନ୍ତ କହିଥିଲେ-ବୋଧହୁଏ ମୃତ୍ୟୁ। ମୁଁ ଏଥିପାଇଁ ଏହା କହିଲି, ଯେତେବେଳେ ମୁଁ ୩ ଘଣ୍ଟା ଯାଏ ଶୋଇପଡ଼େ, ସେତେବେଳେ ମୁଁ ଜାଣିପାରେନି ମୁଁ କିଏ। ଏହା ଅତ୍ୟନ୍ତ ଭୟାନକ, ଯେତେବେଳେ ଆପଣଙ୍କୁ ଜଣାନଥିବ ଆପଣ କିଏ ? ବୋଧହୁଏ ସେତେବେଳେ ଏପରି ଅନୁଭବ ହେବ ଯେତେବେଳେ ଆପଣ ମୃତ୍ୟୁବରଣ କରିଥିବେ।’
ସୁଶାନ୍ତଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆରେ ଶେଆର୍ ପରେ ତାଙ୍କର ଫ୍ୟାନ୍ସମାନେ ଇମୋସନ୍ନାଲ୍ କମେଣ୍ଟସ୍ ଦେଇଛନ୍ତି।
https://www.instagram.com/p/CBw2mSZBjWO/?utm_source=ig_web_copy_link
ସୂଚନାଥାଉ କି, ଜୁନ୍ ୧୪ରେ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଫ୍ଲାଟ୍ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ସୁଶାନ୍ତଙ୍କ ବନ୍ଧୁଙ୍କଠୁ ଆରମ୍ଭ କରି ତାଙ୍କ ଗର୍ଲଫ୍ରେଣ୍ଡ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ପୁଲିସ୍ ପଚରାଉଚରା ଚଳାଇଛି।
ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତଙ୍କ ପୂର୍ବରୁ ଧୋନିଙ୍କ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ ଏହି ଅଭିନେତା
]]>ସୁଶାନ୍ତ ସିଂ ଅଭିନୟ କରିଥିବା ବାୟୋପିକ୍ ‘ଏମ୍.ଏସ୍ ଧୋନି: ଅନ୍ଟୋଲ୍ଡ ଷ୍ଟୋରୀ’ ବକ୍ସ ଅଫିସ୍ରେ ହିଟ୍ ହୋଇଥିଲା। ଏହି ଫିଲ୍ମ ପରେ ସୁଶାନ୍ତଙ୍କ ଫ୍ୟାନ୍ସ ଫଲୋର୍ସ ଆହୁରି ଅଧିକ ବଢ଼ି ଯାଇଥିଲେ। ହେଲେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଏହି ଫିଲ୍ମରେ ସୁଶାନ୍ତ ଅଭିନୟ କରିବା ପୂର୍ବରୁ ବଲିଉଡ୍ର ଜଣେ ସୁପରଷ୍ଟାର ଏଥିରେ ଅଭିନୟ କରିବାକୁ ଚାହୁଁଥିଲେ। ହେଲେ ନିର୍ଦ୍ଦେଶକ ନୀରଜ ପାଣ୍ଡେ ଏଥିରେ ରାଜି ନ ହେବାରୁ ସମ୍ପୃକ୍ତ ଅଭିନେତା ଜଣକ ଏହି ବାୟୋପିକ୍ରେ ଅଭିନୟ କରି ନ ଥିଲେ। ଶେଷରେ ସୁଶାନ୍ତ ଏହି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ଥିଲେ। କହିବାକୁ ଗଲେ ରାତାରାତି ଏହି ଫିଲ୍ମ ସୁଶାନ୍ତଙ୍କ ଭାଗ୍ୟ ବଦଳାଇ ଦେଇଥିଲେ।
ତେବେ ଏହି ବାୟୋପିକ୍ରେ ଅଭିନୟ କରିବାକୁ ଚାହୁଁଥିବା ଅଭିନେତା ଜଣକ ଆଉ କେହି ନୁହଁନ୍ତି, ବରଂ ସୁପରଷ୍ଟାର ଅକ୍ଷୟ କୁମାର।
ଅକ୍ଷୟ କୁମାର ‘ଏମ୍.ଏସ୍ ଧୋନି: ଅନ୍ଟୋଲ୍ଡ ଷ୍ଟୋରୀ’ ବାୟୋପିକ୍ରେ ଅଭିନୟ କରିବାକୁ ଚାହୁଁଥିଲେ। ହେଲେ ନିର୍ଦ୍ଦେଶକ ନୀରଜ ପାଣ୍ଡେ ଏଥିରେ ରାଜି ହୋଇନଥିଲେ। ନୀରଜ, ଅକ୍ଷୟଙ୍କୁ କହିଥିଲେ ଯେ, ଏହି ଚରିତ୍ରରେ ଅଭିନୟ କରିବା ପାଇଁ ସେ ଫିଟ୍ ନୁହଁନ୍ତି। ଏହି କଥାକୁ ଅକ୍ଷୟ ଏକ ସାକ୍ଷାତକାରରେ ଖୁଲାସା କରିଥିଲେ।
ଯେତେବେଳେ ଏହି ଘଟଣାକୁ ନେଇ ନୀରଜଙ୍କୁ ପଚରା ଯାଇଥିଲେ ସେ କହିଥିଲେ ଯେ, ଏହା ସମ୍ଭବପର ନ ଥିଲା ଯେ, ଅକ୍ଷୟ ଏହି ଫିଲ୍ମରେ ୧୬-୧୭ ବର୍ଷ ବୟସର ଅର୍ଥାତ୍ ଧୋନିଙ୍କ ୟଙ୍ଗ୍ ଭର୍ସନ ଭୂମିକାରେ ଅଭିନୟ କରିବା। ଏହି କାରଣ ଯୋଗୁ ମୁଁ ଅକ୍ଷୟଙ୍କୁ ମନା କରି ଦେଇଥିଲି।
ନୀରଜ ଆହୁରି ମଧ୍ୟ କହିଥିଲେ ଯେ, ‘ଏହି ବାୟୋପିକ୍ ପାଇଁ ସୁଶାନ୍ତ ଫିଲ୍ଡରେ ବହୁତ ପରିଶ୍ରମ କରିଥିଲେ। ପୂର୍ବତନ କ୍ରିକେଟର କିରଣ ମୋରେ ସୁଶାନ୍ତଙ୍କୁ ଟ୍ରେନିଂ ଦେଇଥିଲେ।’
‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ।
ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ।
ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟାଙ୍କ ପାଇଁ ବଢ଼ିଲା ଅଡ଼ୁଆ
]]>ଶନିବାର ବିହାରର ଏକ କୋର୍ଟରେ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ରିୟାଙ୍କ ବିରୋଧରେ ପିଟିସନ୍ ଦାୟର ହୋଇଛି। ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ରିୟା ଉସକାଇଥିବା ଏଥିରେ ଅଭିଯୋଗ ହୋଇଛି।
ମୁଜାଫରପୁରରେ ରହୁଥିବା କୁନ୍ଦନ କୁମାର ନାମକ ଜଣେ ବ୍ୟକ୍ତି ଏହି ପିଟିସନ୍ ଦାୟର କରିଛନ୍ତି। କୋର୍ଟ ଏହି ପିଟିସନ୍କୁ ଗ୍ରହଣ କରିବା ସହ ଆସନ୍ତା ୨୪ ତାରିଖ ଦିନ ଏହି ମାମଲାର ଶୁଣାଣି କରିବେ।
ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ରିୟା, ସୁଶାନ୍ତଙ୍କୁ ବ୍ୟବହାର କରି ଭରପୂର ଫାଇଦା ଉଠାଇବା ସହ ସୁଶାନ୍ତଙ୍କୁ ଆର୍ଥିକ ଓ ମାନସିକ ଭାବେ ଅତ୍ୟାଚାର ମଧ୍ୟ କରୁଥିଲେ।
ଖାଲି ଏତିକି ନୁହେଁ, କୁନ୍ଦନ କୁମାର ଆହୁରି ଅଭିଯୋଗ ଆଣିଛନ୍ତି ଯେ, ରିୟା ଫିଲ୍ମ କ୍ୟାରିୟରରେ ତାଙ୍କର ସ୍ଥିତି ଠିକ୍ କରିବା ପରେ ସୁଶାନ୍ତଙ୍କୁ ଛାଡ଼ି ଦେଇଥିଲେ।
ଜୁନ୍ ୧୫ରେ ୧୧ଘଣ୍ଟା ଧରି ରିୟାଙ୍କୁ ପୁଲିସ୍ ପଚରାଉଚରା କରିଥିଲା। ରିୟାଙ୍କୁ ପଚରାଉଚରା ବେଳେ ଅନେକ ଘଟଣା ସାମ୍ନାକୁ ଆସିଛି। ତେଣୁ ସୁଶାନ୍ତଙ୍କ ଆତ୍ମହତ୍ୟାର ରହସ୍ୟ ଖୋଲିପାରେ ବୋଲି ଜଣାପଡ଼ିଛି।
ସୂଚନାଥାଉ କି, ରିୟାଙ୍କ ବିରୋଧରେ ମାମଲା ରୁଜୁ ହେବା ପୂର୍ବରୁ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ସମେତ ବଲିଉଡ୍ ଇଣ୍ଡଷ୍ଟ୍ରିର କିଛି ଜଣାଶୁଣା ବ୍ୟକ୍ତିଙ୍କ ନାଁ ରହିଛି। ବିହାରର ଏକ ସ୍ଥାନୀୟ କୋର୍ଟରେ ଏହି ମାମଲା ରୁଜୁ ହୋଇଛି।
]]>ଏପରିକି ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ୍ ସେଲେବ୍ରିଟିଙ୍କ ବିରୋଧରେ ଅଭିଯୋଗ ଆସିବାରେ ଲାଗିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ସମେତ ବଲିଉଡ୍ ଇଣ୍ଡଷ୍ଟ୍ରିର କିଛି ଜଣାଶୁଣା ବ୍ୟକ୍ତିଙ୍କ ନାଁ ରହିଛି।
ଅଭିଯୋଗ ଆସିଛି ଯେ, ଏହି ୮ଜଣ ବ୍ୟକ୍ତି ଷଡ଼ଯନ୍ତ୍ର କରି ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ।
ଗତ କଛିଦିନ ହେବ ଲଗାତାର ଭାବେ ସଲମାନ୍ଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରାଯାଉଛି। ‘ଦବଙ୍ଗ’ର ନିର୍ଦ୍ଦେଶକ ଅଭିନବ କଶ୍ୟପ୍ ସଲ୍ମାନଙ୍କ ଓ ତାଙ୍କ ପରିବାର ଉପରେ ଅନେକ ଅଭିଯୋଗ ଲଗାଇଛନ୍ତି। ତେବେ ବର୍ତ୍ତମାନ ସଲ୍ମାନ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ସଲମାନ୍ ଏକ ଟ୍ୱିଟ୍ କରି ସୁଶାନ୍ତଙ୍କ ପରିବାର ଓ ତାଙ୍କର ଫ୍ୟାନ୍ସକୁ ସମର୍ଥନ କରିବାକୁ ସେ ତାଙ୍କର ସମସ୍ତଙ୍କୁ ଫ୍ୟାନ୍ସମାନଙ୍କୁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି, ‘ମୁଁ ମୋର ସମସ୍ତ ଫ୍ୟାନ୍ସଙ୍କୁ ଅନୁରୋଧ କରୁଛି ଯେ, ସେମାନେ ସୁଶାନ୍ତଙ୍କ ପ୍ରଶଂସକଙ୍କ ସହ ଛିଡ଼ା ହୁଅନ୍ତୁ ଏବଂ ଭୁଲ୍ ଭାଷା ବ୍ୟବହାର କରନ୍ତୁ ନାହିଁ। ସେମାନଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଏଭଳି ସଙ୍କଟ ସମୟରେ ସୁଶାନ୍ତଙ୍କ ପରିବାରକୁ ସପୋର୍ଟ କରନ୍ତୁ। କେହି ନିଜର ଲୋକ ଚାଲିଯିବା ଅତ୍ୟନ୍ତ ଦୁଃଖଦାୟକ।’
A request to all my fans to stand with sushant's fans n not to go by the language n the curses used but to go with the emotion behind it. Pls support n stand by his family n fans as the loss of a loved one is extremely painful.
— Salman Khan (@BeingSalmanKhan) June 20, 2020
ଜୁନ୍ ୧୪ରେ ସୁଶାନ୍ତ ମୁମ୍ବାଇ ସ୍ଥିତ ଫ୍ଲାଟ୍ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ଓ ତାଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।
ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତଙ୍କୁ ମୃତ୍ୟୁ ମୁଖରୁ କେବଳ ଏହି ବାନ୍ଧବୀ ହିଁ ବଞ୍ଚାଇ ପାରିଥାନ୍ତେ !
]]>ସୁଶାନ୍ତଙ୍କ ମୃତ୍ୟୁ ପରେ ଉଭୟ ସନ୍ଦୀପ ଓ ଅଙ୍କିତା ସୁଶାନ୍ତଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍କୁ ମଧ୍ୟ ଯାଇଥିଲେ। ସୁଶାନ୍ତଙ୍କ ସହ ଏହି ୨ଜଣଙ୍କ ଅତି ଘନିଷ୍ଠ ସମ୍ପର୍କ ଥିଲା ବୋଲି କୁହାଯାଉଛି।
ସୁଶାନ୍ତଙ୍କୁ ମନେ ପକାଇ ସନ୍ଦୀପ, ସୋସିଆଲ୍ ମିଡିଆରେ ଏକ ଭାବପ୍ରବଣ(ଇମୋସ୍ନାଲ୍) ପୋଷ୍ଟ ଶେଆର୍ କରିଛନ୍ତି। ଏଥିରେ ସେ ସୁଶାନ୍ତ ଓ ଅଙ୍କିତାଙ୍କ ରିଲେସନ୍ସିପ୍ କେମିତି ଥିଲା ସେସମ୍ପର୍କରେ ଲେଖିବା ସହ ସୁଶାନ୍ତଙ୍କ ସହ ତାଙ୍କ ସମ୍ପର୍କ ମଧ୍ୟ କେମିତି ଥିଲା ସେ ଲେଖିଛନ୍ତି।
ଇନ୍ଷ୍ଟାଗ୍ରାମରେ ସନ୍ଦୀପ ତାଙ୍କର ଭାବନାକୁ ବ୍ୟକ୍ତ କରି ଲେଖିଛନ୍ତି, ‘ସୁଶାନ୍ତ ଓ ଅଙ୍କିତାଙ୍କ ମଧ୍ୟରେ ଗଭୀର ଭଲ ପାଇବା ଥିଲା। ଉଭୟଙ୍କ ଭଲ ପାଇବା ଶାସ୍ୱତ, ଚିରନ୍ତନ ଥିଲା। ଏପରିକି ଉଭୟ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ।
ଅଙ୍କିତାଙ୍କ ଉଦ୍ଦେଶ୍ୟରେ ସନ୍ଦୀପ ଲେଖିଛନ୍ତି, ’ ମୁଁ ଜାଣେ ତୁମେ(ଅଙ୍କିତା) ହିଁ କେବଳ ଯିଏକି ତାଙ୍କୁ(ସୁଶାନ୍ତ) ବଞ୍ଚାଇ ପାରିଥାନ୍ତ। ତୁମେ ତାର(ସୁଶାନ୍ତ) ଗର୍ଲଫ୍ରେଣ୍ଡ୍, ସ୍ତ୍ରୀ ଓ ମା’ ମଧ୍ୟ ଥିଲ। ଆଉ ତୁମେ ସବୁବେଳେ ତାଙ୍କର ଭଲ ବନ୍ଧୁ ମଧ୍ୟ ଥିଲ। ଯେତେବେଳେ ତୁମେ ୨ ଜଣ ଜଣେ ଆଉ ଜଣଙ୍କ ଠାରୁ ଅଲଗା ହୋଇଯାଇଥିଲ, ସେତେବେଳେ ମଧ୍ୟ ତୁମେ ସୁଶାନ୍ତଙ୍କର ଖୁସି ଓ ସଫଳତା ପାଇଁ ଭଗବାନଙ୍କ ନିକଟରେ ସବୁବେଳେ ପ୍ରାର୍ଥନା କରୁଥିଲ। ତୁମେ ଆଜି ମଧ୍ୟ ତୁମ ଘରର ନେମ୍ ପ୍ଲେଟ୍ରେ ତାଙ୍କର(ସୁଶାନ୍ତ) ନାଁ ହଟାଇ ନାହଁ।
ସନ୍ଦୀପ ଆହୁରି ଲେଖିଛନ୍ତି, ‘ସୁଶାନ୍ତ ଓ ଅଙ୍କିତାଙ୍କ ସହ କଟାଇଥିବା ମୁଁ ସମସ୍ତ ସ୍ମୃତିକୁ ବହୁତ ମିସ୍ କରୁଛି। ପ୍ରିୟ, ଅଙ୍କିତା, ଏସବୁ ଦିନକୁ ମନେ ପକାଇବା ସହ ମୋତେ ବାରମ୍ବାର ବ୍ୟଥିତ ଲାଗୁଛି ଯେ, ଯଦି ଆମେ ଅଧିକ ଚେଷ୍ଟା କରିଥାନ୍ତେ, ତା’ହେଲେ ଆମେ ତାଙ୍କୁ ଅଟକାଇ ପାରିଥାନ୍ତୁ’।
https://www.instagram.com/p/CBn0XV5pYku/?utm_source=ig_web_copy_link
ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟାଙ୍କୁ ୧୧ ଘଣ୍ଟା ଜେରା, ସାମ୍ନାକୁ ଆସିଲା ଅନେକ ତଥ୍ୟ…
ଜୁଲାଇ ୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ୮ଜଣଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଜଣେ ଓକିଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଓକିଲ ଜଣଙ୍କ ଅଭିଯୋଗ ଆଣିଛନ୍ତି ଯେ, ଏହି ୮ଜଣ ବ୍ୟକ୍ତି ଷଡ଼ଯନ୍ତ୍ର କରି ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ। ଏହି ସମସ୍ତଙ୍କ ବିରୋଧରେ ଧାରା ୩୦୬,୧୦୯, ୫୦୪ ଓ ୫୦୬ ଆଧାରରେ ମାମଲା ରୁଜୁ କରାଯାଇଛି। ଏହି ମାମଲାର ଅଭିନେତ୍ରୀ କଙ୍ଗନା ରାଣାୱତ୍ ସାକ୍ଷୀ ଥିବା ଜଣାପଡ଼ିଛି।
ସଲମାନ୍, କରଣଙ୍କ ବ୍ୟତୀତ ଆଦିତ୍ୟ ଚୋପ୍ରା, ସାଜିଦ୍ ନାଦିଆଡ୍ୱାଲା, ସଞ୍ଜୟ ଲୀଲା ଭଂଶାଲୀ, ଭୂଷଣ କୁମାର, ଏକ୍ତା କପୁର ଓ ନିର୍ଦ୍ଦେଶକ ଦୀନେଶଙ୍କ ନାଁ ମଧ୍ୟ ଅଛି। ଓକିଲ ଜଣଙ୍କ ଅଭିଯୋଗ ଆଣିଛନ୍ତି ଯେ, ଏମାନେ ସମସ୍ତେ ଷଡ଼ଯନ୍ତ୍ର କରି ସୁଶାନ୍ତଙ୍କ ଚଳଚ୍ଚିତ୍ର ରିଲିଜ୍ କରିବାକୁ ଦେଇନଥିଲେ। କେବଳ ଏମାନଙ୍କ ପାଇଁ ସୁଶାନ୍ତଙ୍କୁ ଫିଲ୍ମ କାର୍ଯ୍ୟକ୍ରମରେ ମଧ୍ୟ ନିମନ୍ତ୍ରଣ କରାଯାଇନଥିଲା।
मैंने मुजफ्फरपुर (बिहार) की एक अदालत में अभिनेता सुशांत सिंह राजपूत की आत्महत्या के मामले में धारा 306, 109, 504 और 506 के तहत करण जौहर, संजय लीला भंसाली, सलमान खान और एकता कपूर सहित 8 लोगों के खिलाफ केस दर्ज़ किया है: वकील सुधीर कुमार ओझा pic.twitter.com/NOpI1mUfhR
— ANI_HindiNews (@AHindinews) June 17, 2020
ସୁଶାନ୍ତଙ୍କ ମୃତ୍ୟୁ ଖାଲି ତାଙ୍କର ଫ୍ୟାନ୍ସଙ୍କୁ ଏକ ଶକ୍ତ ଧକ୍କା ଦେଇ ନାହିଁ ବରଂ ଏହା ବଲିଉଡ୍ ଜଗତକୁ ସ୍ତବ୍ଧ କରି ଦେଇଛି।
ଆହୁରି ମଧ୍ୟ ପଢ଼ନ୍ତୁ: ଦୁଃଖ ନିଜ ଭିତରେ ଚାପି ରଖିଥିଲେ, ବାପାଙ୍କୁ ବି କହି ନଥିଲେ
]]>ସୁଶାନ୍ତ ସିଂ ଆତ୍ମହତ୍ୟା କରିଥିବା ଘର ଭିତରୁ କିଛି ମେଡିକାଲ୍ ପ୍ରେସ୍କ୍ରିପସନ୍ ଓ ଡିପ୍ରେସନ୍ ମେଡିସିନ୍ ପୁଲିସ୍ ହାତରେ ଲାଗିଛି। ସବୁଠାରୁ ବଡ଼ କଥା ସୁଶାନ୍ତ ଡ୍ରିପ୍ରେସନ୍ରେ ଥିଲେ ବୋଲି ତାଙ୍କ ବାପାଙ୍କୁ ଏହା ଜଣାନଥିଲା। ଯାହା ଏବେ ସମସ୍ତଙ୍କ ଆଚମ୍ବିତ କରିଛି। ସେ ତାଙ୍କର ଦୁଃଖ କୁନିଜ ଭିତରେ ଚାପି ରଖିଥିଲେ। ଏହାକୁ ପରିବାର ଲୋକଙ୍କୁ ମଧ୍ୟ ଜଣାଇନଥିଲେ।
ମିଳିଥିବା ସୂଚନା ଅନୁସାରେ, ସୁଶାନ୍ତଙ୍କ ବାପା ଓ ଦୁଇ ଭଉଣୀ ଦିଲ୍ଲୀ ଫେରି ଯିବା ପୂର୍ବରୁ ମୁମ୍ବାଇ ପୁଲିସ୍କୁ ଏହି ଘଟଣାର ବୟାନ ଦେଇଛନ୍ତି। ପୁଲିସ୍ ସେମାନଙ୍କର ବୟାନ୍ ରେକର୍ଡ କରିଛନ୍ତି। ବୟାନରେ ସୁଶାନ୍ତଙ୍କ ବାପା କହିଛନ୍ତି, ‘ସେ (ସୁଶାନ୍ତ) ଏକାକୀ ଅନୁଭବ କରୁଥିଲେ। ତେବେ ସେ ଡ୍ରିପେସନ୍ରେ ଥିଲେ ଏବଂ ଏଥିପାଇଁ ସେ ଚିକତ୍ସିତ ହେଉଥିଲେ ବୋଲି ଏସମ୍ପର୍କରେ ତାଙ୍କୁ ଆଦୌ ଜଣାନଥିଲା’।
ଏପରିକି ସୁଶାନ୍ତଙ୍କ ପରିବାର ଲୋକେ କାହା ଉପରେ ସନ୍ଦେହ ନେଇ କାହାର ନାଁ ମଧ୍ୟ ପ୍ରକାଶ କରି ନାହାନ୍ତି।
ଏବେ ସମସ୍ତଙ୍କ ମନ ମଧ୍ୟରେ ସେଇ ଗୋଟିଏ ପ୍ରଶ୍ନ ସୁଶାନ୍ତ କାହିଁକି ଆତ୍ମହତ୍ୟା କଲେ ? ମାନସିକ ଅବସାଦ ନା ଆଉ କିଛି ?
ପୋଷ୍ଟମର୍ଟମ୍ ରିପୋର୍ଟ କହୁଛି, ଫାଶି ଯୋଗୁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି। ହେଲେ ତାଙ୍କ ଶରୀରରେ କିଛି ବିଷକ୍ରିୟା ଥିଲା କି ନାହିଁ ଜାଣିବାକୁ ଭିସାରା ଟେଷ୍ଟ ପାଇଁ ପଠାଯାଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ସୁଶାନ୍ତ ଆତ୍ମହତ୍ୟା କରିଥିବାର ସନ୍ଦେହ ଉପରେ ତଦନ୍ତକୁ ଆଗକୁ ନେଇଛି ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ।
‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ।
]]>
ରବିବାର ମୁମ୍ବାଇ ସ୍ଥିତ ନିଜ ଫ୍ଲାଟ୍ରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ଜୁନ୍ ୧୫ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏଥିରେ ସୁଶାନ୍ତଙ୍କ ବାପା, ଭଉଣୀ ଓ ପରିବାରର ଅତି ଘନିଷ୍ଠ ସମ୍ପର୍କୀୟ ଉପସ୍ଥିତ ଥିଲେ। ତେବେ ସୁଶାନ୍ତଙ୍କ ଜଣେ ଭଉଣୀ ଶ୍ୱେତା କୀର୍ତ୍ତି ସିଂ ଉପସ୍ଥିତ ନ ଥିଲେ। ସେ ଆମେରିକାରେ ରହୁଥିବାରୁ ହଠାତ୍ ଆସିପାରି ନ ଥିଲେ। ଶ୍ୱେତାଙ୍କ ଏକ ୫ବର୍ଷର ପୁଅ ଅଛି, ଯାହାକୁ ସୁଶାନ୍ତ ବହୁତ ଭଲ ପାଆନ୍ତି। ଯେତବେଳେ ସୁଶାନ୍ତଙ୍କ ମୃତ୍ୟୁ ଖବର ତାଙ୍କର ୫ବର୍ଷର ଭଣଜା ନିର୍ବାଣ ଜାଣିବାକୁ ପାଇଲେ ସେତେବେଳେ ସେ ଏମିତି ପ୍ରତିକ୍ରିୟା ଦେଇଥିଲେ, ଯାହା ଜାଣିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଆସି ଯିବ। ଶ୍ୱେତା ତାଙ୍କ ପୁଅର ପ୍ରତିକ୍ରିୟାକୁ ଫେସ୍ବୁକ୍ରେ ଶେଆର କରିଛନ୍ତି।
ଜୁନ୍ ୧୫ରେ ଶ୍ୱେତା ଫେସ୍ବୁକ୍ରେ ଏକ ପୋଷ୍ଟ ଶେଆର କରି ଲେଖିଛନ୍ତି, ‘ଯେତେବେଳେ ମୁଁ ନିର୍ବାଣକୁ କହିଲି, ମାମୁ ଆଉ ନାହାନ୍ତି, ସେତେବେଳେ ସେ କହିଥିଲେ- କିନ୍ତୁ ସେ(ସୁଶାନ୍ତ) ଆପଣଙ୍କ ହୃଦୟରେ ଏବେ ବି ବଞ୍ଚିକି ଅଛନ୍ତି। ଏହି କଥାକୁ ନିର୍ବାଣ ୩ଥର ଦୋହରାଇଥିଲେ। ଯେତେବେଳେ ଜଣେ ୫ବର୍ଷର ଛୁଆ ଏଭଳି କହିପାରୁଛି, ତା’ହେଲେ ଆପଣମାନେ ଭାବନ୍ତୁ ଆମ ସମସ୍ତଙ୍କୁ କେତେ ଷ୍ଟ୍ରଙ୍ଗ୍ ହେବାକୁ ପଡ଼ିବ। ତେଣୁ ସମସ୍ତେ ଷ୍ଟ୍ରଙ୍ଗ୍ ହୁଅନ୍ତୁ। ବିଶେଷକରି ସୁଶାନ୍ତଙ୍କ ଫ୍ୟାନ୍ସମାନେ। ଦୟାକରି ସେମାନେ ବୁଝନ୍ତୁ ଯେ ସେ(ସୁଶାନ୍ତ) ଏବେ ବି ଆମ୍ଭମାନଙ୍କ ହୃଦୟରେ ଅଛନ୍ତି ଓ ସବୁବେଳେ ରହିବେ ମଧ୍ୟ। ଦୟାକରି, ଏମିତି କିଛି ବି କରନ୍ତୁ ନାହିଁ ଯେମିତି ତାଙ୍କ ଆତ୍ମାକୁ କଷ୍ଟ ହେବ।’
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସୁଶାନ୍ତଙ୍କ ୪ ଭଉଣୀ ଓ ସେ ଏକମାତ୍ର ଭାଇ ଥିଲେ। ୪ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ପୂର୍ବରୁ ହୋଇଥିଲା। ଶ୍ୱେତା ଆମେରିକାରେ ରୁହନ୍ତି। ଜୁନ୍୧୫ରେ ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ବେଳେ ତାଙ୍କର ବାପା ଓ ଦୁଇ ଭଉଣୀ ଉପସ୍ଥିତ ଥିଲେ। ହେଲେ ଶ୍ୱେତା ବାହାରେ ରହୁ ଥିବାରୁ ଆସି ପାରିନଥିଲେ।
]]>