https://twitter.com/SP_BERHAMPUR/status/1379703015792250884?s=20
କୋଭିଡ କଟକଣା ଉଲ୍ଲଙ୍ଘନ ନେଇ ପୋଲିସର ସ୍ପେଶାଲ ଡ୍ରାଇଭ୍ ସମୟରେ ଗତ୨୪ ଘଣ୍ଟାରେ ୨୭ ଜଣଙ୍କୁ ଗିରଫ କରିଯାଇଛି। ୮୭୦ଟି ଗାଡ଼ି ପୋଲିସ ଜବତ କରିଛି। ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ୨୪ ଘଣ୍ଟାର ଯାଞ୍ଚ ତଥ୍ୟ ନେଇ ପୋଲିସ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।
https://twitter.com/sprayagada/status/1379708495876923395?s=20
ସଂକ୍ରମଣ ହ୍ରାସ କରିବାକୁ ଅଧିକ ପୋଲିସ ମୁତୟନ ପାଇଁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖାଲି ସେତିକି ନୁହେଁ, ଆଜିଠୁ ସାରା ରାଜ୍ୟରେ ପୋଲିସ ମୁତୟନ କରି ସ୍ପେଶାଲ ଡ୍ରାଇଭ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ ପାଇଁ ଅଧିକ ପୋଲିସ ମୁତୟନ ପାଇଁ କୁହାଯାଇଛି। ଏହି ସମୟରେ ମାସ୍କ, ସାମାଜିକ ଦୂରତ୍ୱ ନେଇ ସୂଚନା ଓ ପ୍ରସାରଣ ବିଭାଗ ସଚେତନତା କରିବ। ରାଜ୍ୟରେ ଲଗାତର ସଂକ୍ରମଣ ବଢିଚାଲିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ୫ ଶହ ଉପରେ ରହୁଛି। କରୋନାର ଦ୍ୱିତୀୟ ଲହର ନେଇ ସତର୍କ ରହିବାକୁ କୁହାଯାଇଛି।
ହେଲେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା। ମଙ୍ଗଳବାର ୫୮୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଜି ଗୋଟିଏ ଦିନରେ ବାହାରିଛନ୍ତି ୮୦୦ ପାଖାପାଖି କରୋନା ରୋଗୀ। ଆଜି ସର୍ବାଧିକ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ଏଠାରୁ ଆଜି ୧୪୭ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩,୪୪,୬୪୭ ଥିବାବେଳେ ସୁସ୍ଥ ହୋଇଛନ୍ତି ୩୩୮୪୧୬ ଜଣ। ରାଜ୍ୟରେ ଆକ୍ଟିଭ କେସ ରହିଛି ୪୨୫୫। ସେହିପରି ଦେଶରେ ମଧ୍ୟ ରେକର୍ଡ ଭାଙ୍ଗିଛି କରୋନା। ବୁଧବାର ଏକ ଲକ୍ଷ ୧୫ ହଜାର ୭୩୬ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ଦେଶଣେ ୫୯, ୮୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ଟିଭ କେସ ୫୫, ୨୫୦ ଥିବା ଜଣଯାଇଛି।
ତେଣୁ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପର କଡାକଡି ପଦକ୍ଷେପ ନେଇଛନ୍ତି।
]]>
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଗତକାଲି ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିଥିଲେ। ଆଜି ଉନ୍ନୟନ କମିଶନର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଯାଇଛନ୍ତି। ରାଜ୍ୟରେ କରୋନା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ତୀକ୍ଷ୍ଣ ନଜର ରଖିଛନ୍ତି। ସୀମାବର୍ତ୍ତି ଅଞ୍ଚଳରେ ନାଇଟ୍ କର୍ଫ୍ୟୁକୁ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।କରୋନା ମୁକାବିଲା ପାଇଁ ଔଷଧ, ବେଡ୍, ଅକ୍ସିଜେନ ସବୁ ମହଜୁଦ ରଖାଯାଇଛି। ଯଦି ସଚେତନ ନ ହେବା, ତା’ହେଲେ ସ୍ଥିତି ଭୟଙ୍କର ହେବ।
ସେହିପରି ରାଜ୍ୟରେ ଟିକାର ଅଭାବ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏବେ ଯେତିକି କୋଭିସିଲଡ୍ ଟିକା ଅଛି, ତାହା ୨ରୁ ୩ ଦିନ ଯିବ। ଅଧିକ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଛି।
ନାଇଟ୍ କର୍ଫ୍ୟୁ ସଂକ୍ରମଣ ରୋକିବାର ଏକ ମାଧ୍ୟମ । ରାତିରେ କ୍ଲବ୍ ଓ ପାର୍ଟିରେ ଯେଉଁ ଗହଳି ହୋଇଥାଏ ତାକୁ ରୋକିବା ପାଇଁ ନାଇଟ୍ କର୍ଫ୍ୟୁର ଆବଶ୍ୟକତା ରହିଛି ବୋଲି ଡିଏମ୍ଇଟି କହିଛନ୍ତି।
କରୋନା ସଂକ୍ରମଣକୁ ରୋକିବା ପାଇଁ ସୋମବାରଠୁ ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ପଶ୍ଚିମ ଓଡ଼ିଶାର ୭ଟି ଓ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି।
ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୫୯ କରୋନା କ୍ୱାରେଣ୍ଟିନରେ ଥିବାବେଳେ ୩୩୨ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି।
]]>ବିମାନ ବନ୍ଦର ଓ ରେଳ ଷ୍ଟେସନରେ ସ୍କ୍ରିନିଂ କରିବା ଦ୍ୱାରା ଏହା ଜଣାପଡୁଛି । ଗତଥର କୋଭିଡ ସମୟରେ ଯେଉଁ ପ୍ରସ୍ତୁତି ଥିଲା ତାକୁ ଆଧାର କରି ଆଗକୁ ବଢିବା ସହ ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଡିଏମ୍ଇଟି । ସରକାର ଓ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସ୍ଥିତି ଉପରେ ନଜର ରଖିଛନ୍ତି । ନାଇଟ କର୍ଫ୍ୟୁ ସଂକ୍ରମଣ ରୋକିବାର ଏକ ମାଧ୍ୟମ । ରାତିରେ କ୍ଳବ ଓ ପାର୍ଟି ରେ ଯେଉଁ ଗହଳି ହୋଇଥାଏ । ତାକୁ ରୋକିବା ପାଇଁ ନାଇଟ କର୍ଫ୍ୟୁର ଆବଶ୍ୟକତା ରହିଛି । ବର୍ତ୍ତମାନ ଭାଇରସ ପୂର୍ବ ଅପେକ୍ଷା ଅଧିକ ସଂକ୍ରମିତ କରୁଛି । କିନ୍ତୁ ରୋଗୀଙ୍କ ପାଇଁ ହସ୍ପିଟାଲର ଆବଶ୍ୟକ କମ ପଡ଼ୁଛି । ଆଇସିୟୁ, ବେଡ଼, ଭେଣ୍ଟିଲେଟର ବିଶେଷ ଆବଶ୍ୟକତା ରହୁନି ବୋଲି ଡିଏମ୍ଇଟି କହିଛନ୍ତି ।
ସେପଟେ ରଜ୍ୟରେ ସରି ଆସିଲାଣି କୋଭିଡ୍ ଟିକା । ରାଜ୍ୟକୁ ଦୁଇ ଦିନ ଭିତରେ କୋଭିସିଲଡ୍ ଭାକ୍ସିନ୍ ନ ଆସିଲେ ବାଧାପ୍ରାପ୍ତ ହୋଇପାରେ ଟିକାକରଣ ପ୍ରକ୍ରିୟା । ଏ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଟିକା ଅଭାବ ଯୋଗୁଁ ବିଭିନ୍ନ ଜିଲ୍ଲାର ୪ ଶହଟି କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଗଲାଣି । ବର୍ତ୍ତମାନ ରାଜ୍ୟରେ ୧ ହଜାର ୧୦୩ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ପ୍ରକ୍ରିୟା ଚାଲିଛି । ଟିକା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ମେଲ୍ ଓ ଚିଠି କରାଯାଇଛି, ମାତ୍ର ସେପଟୁ ଉତ୍ତର ଆସିନଥିବା ବିଜୟ କହିଛନ୍ତି ।
ଟିକାର ଅଭାବ ଯୋଗୁଁ ଭ୍ୟାକ୍ସିନେସନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇପାରୁନାହିଁ । ୧୫ ଲକ୍ଷ କୋଭିସିଲଡ଼ ଟିକା ରାଜ୍ୟକୁ ଯୋଗାଇ ଦେବା ପାଇଁ କେନ୍ଦ୍ର ନିକଟରେ ଦାବି ରଖାଯାଇଛି । ମାତ୍ର ଗତକାଲି ୩ ଲକ୍ଷ ୪୯ ହଜାର ୧୩୦ କୋଭିସିଲଡ୍ ଟିକା ପହଁଚିଛି । ଏହା ସତ୍ତ୍ୱେ ମଧ୍ୟ ଆହୁରି କୋଭିସିଲ୍ଡ ଟିକାର ଆବଶ୍ୟକତା ରହିଛି । ବର୍ତ୍ତମାନ ୧ ଲକ୍ଷ ୮୫ ହଜାର କୋଭିସିଲଡ୍ ଟିକା କୋଲଡ୍ ଚେନ ପଏଣ୍ଟରେ ରହିଛି । ଅନ୍ୟପଟେ କୋଭସ୍କିନ ଟିକା ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।
]]>ଚିହ୍ନଟ ନୂଆ ୫୭୦ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧୮୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ ରେ ପହଞ୍ଚିଛି। ସେଥିମଧ୍ୟରୁ ୭,୯୭୨ ଜଣ ସୁସ୍ଥ ହୋଇଥିବାବେଳେ ୪,୪୭୫ ଜଣ ଚିକିତ୍ସାଧୀନ ଅଛନ୍ତି।
]]>ସେହିପରି କରୋନାରେ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଯଦିଓ ମହିଳା ଜଣକ କରୋନାରେ ଆକ୍ରାନ୍ତ ହୋଇଥିଲେ ତେବେ କରୋନା ଯୋଗୁ ତାଙ୍କର ମୃତ୍ୟୁ ଘଟି ନ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ ମହିଳାଙ୍କ ଘର ବାଲେଶ୍ୱର ଜିଲ୍ଲାରେ।
ଅନ୍ୟପକ୍ଷରେ ରାଜ୍ୟରେ ଆଉ ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୭୦ ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩,୦୯୦ଜଣ ଚିକିତ୍ସାଧୀନ ଥିବାବେଳେ ୫,୯୩୪ଜଣ ସୁସ୍ଥ ହୋଇଛନ୍ତି। ୩୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୧୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି।
]]>ସମ୍ପୃକ୍ତ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବାପରେ ରଥଯାତ୍ରା ପୂର୍ବରୁ ତାଙ୍କୁ ତୁରନ୍ତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରଯାଇଛି।
ସୂଚନାଥାଉ କି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସେବାୟତଙ୍କ କରୋନା ଟେଷ୍ଟ ହୋଇଥିଲା।
ଅନ୍ୟପକ୍ଷରେ, ସମ୍ପୃକ୍ତ ସେବାୟତଙ୍କ କରୋନା ପଜିଟିଭ୍ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂ ସହ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।
ଆହୁରି ମଧ୍ୟ ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ଏହିସବୁ ସର୍ତ୍ତାବଳୀ ଭିତରେ ଚାଲିଛି ପୁରୀ ରଥଯାତ୍ରା
]]>ଅନ୍ୟପକ୍ଷରେ, ଓଡ଼ିଶାରେ ଆଉ ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫,୨୫୯ ଜଣ ଚିକିତ୍ସାଧୀନ ଥିବାବେଳେ ୧୧,୩୩୦ ଜଣ ସୁସ୍ଥ ହୋଇଛନ୍ତି। ୮୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି।
]]>ସେହିପରି ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୩୨ ହଜାର ୩୬୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୫ ଲକ୍ଷ ୭୪ ହଜାର ୩୫୦କୁ ବୃଦ୍ଧି ପାଇଛି। ଏବେ ୧୬ ଲକ୍ଷ ୩୫ ହଜାର ୯୯୩ ଆକ୍ଟିଭ କେସ୍ ଥିବା ବେଳେ ଏଯାଏଁ ସୁସ୍ଥ ହେଲେଣି ୨ କୋଟି ୬୫ ଲକ୍ଷ ୯୭ ହଜାର ୬୫୫ ଜଣ ।
ଏଯାବତ୍ ୨୨ କୋଟି ୪୧ ଲକ୍ଷ ୯ ହଜାର ୪୪୮ ଡୋଜ୍ ଟିକାକରଣ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷେ, National Centre for Disease Controlର ସୂଚନା ଅନୁସାରେ ଡେଲଟା ଭାରିଏଣ୍ଟ ଆଲଫା ଭାରିଏଣ୍ଟ (B.1.117) ତୁଳନାରେ ୪୦ରୁ ୫୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ତୁଳନାତ୍ମକ ଭାବେ ଡେଲଟାର ସଂକ୍ରମଣ କ୍ଷମତା ଖୁବ ଅଧିକ । କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାର କାରଣ ଡେଲଟା ଭାରିଏଣ୍ଟ୍ । ଆଉ ଏଥିପାଇଁ ୧୦ ଦିନରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ବୃଦ୍ଧି ପାଇ ୨୦ ପ୍ରତିଶତ କିମ୍ବା ତା’ ଠାରୁ ମଧ୍ୟ ଅଧିକ ରେକର୍ଡ କରାଯାଇଥିଲା । ସେହିପରି ଦ୍ୱିତୀୟ ଲହରୀରେ ମୃତକଙ୍କ ସଂଖ୍ୟା ମଧ୍ୟ ତୁଳନାତ୍ମକ ଭାବେ ଅଧିକ । କିନ୍ତୁ ମୃତକଙ୍କ ସଂଖ୍ୟା ପାଇଁ ଡେଲଟା ଭାରିଏଣ୍ଟକୁ ଦାୟୀ କରାଯାଇ ନାହିଁ ।
ଅନ୍ୟପକ୍ଷେ କରୋନା ଦ୍ୱିତୀୟ ଲହରୀର ତାଣ୍ଡବ ଶେଷ ହୋଇ ନ ଥିବାବେଳେ ଶୁଭିଲାଣି ତୃତୀୟ ଲହରୀର ପଦଧଧ୍ୱନି। ତୃତୀୟ ଲହରରେ ପିଲାମାନଙ୍କ ପାଇଁ ବିପଦ ରହିଥିବା ଆଶଙ୍କା ରହିଛି। ତେବେ ଦ୍ୱିତୀୟ ଲହରରେ ପିଲାଙ୍କୁ ନେଇ ଚିନ୍ତା ବଢିଲାଣି। ଦୁଇଟି ରାଜ୍ୟରେ ୯୦ ହଜାରରୁ ଅଧିକ ଶିଶୁ କରୋନା ସଂକ୍ରମିତ ହେଲେଣି। ତେବେ ଦୁଇଟି ରାଜ୍ୟରେ ଯଦି ଏପରି ସ୍ଥିତି ହେଲାଣି ତେବେ ଅନ୍ୟ ରାଜ୍ୟରେ ସ୍ଥିତି କ’ଣ ଥିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
]]>
ହେଲେ ବଲାଙ୍ଗିରର କୋଭିଡ ମଶାଣିରୁ ପୁଣି ଥରେ ଆସିଛି ଭିନ୍ନ କାହାଣୀ । ଶବକୁ ତ ଉଚିତ ସମ୍ମାନ ମିଳୁନି, ସେଭଳି ସ୍ଥିତିରେ କେଉଁ ଚିତାଭସ୍ମ କାହାର, ଜାଣିବା ବି ମୁସ୍କିଲ୍ ହୋଇପଡ଼ୁଛି । କାରଣ ଗୋଟିଏ ଜୁଇରେ ଜଳୁଛି ଏକାଧିକ ଶବ । ଫଳରେ ନିଜ ସମ୍ପର୍କୀୟଙ୍କ ଅସ୍ଥି ସଂଗ୍ରହ କରିନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି ବନ୍ଧୁ ପରିଜନ ।
ଆମେ କହୁଛୁ ସେହି ମଶାଣି କଥା । ଯେଉଁଠି ଦିନେ ଗଡୁଥିଲା ମଣିଷ ମୁଣ୍ଡର ଖପୁରୀ । ଆଉ ପଡ଼ିରହିଥିଲା ଦରପୋଡ଼ା କଙ୍କାଳ । ଆଉ ଯାହାକୁ ନେଇ ହୋଇଥିଲା ଅନେକ ଚର୍ଚ୍ଚା । ଏବେ ଠିକ୍ ସେହି ମଶାଣିରୁ ପୁଣି ସାମ୍ନାକୁ ଆସିଛି ଅମାନବୀୟ କାହାଣୀ ।
ବଲାଙ୍ଗିର ଉପକଣ୍ଠ ବିଜାଖମନର ସେହି କୋଭିଡ୍ ମଶାଣି ଏବେ ପୁଣି କହୁଛି କଳାକାହାଣୀ । ଶବ ଧରି ମଶାଣିରେ ପହଞ୍ଚୁଛି ସରକାରୀ ଆମ୍ବୁଲାନସ । ଅନ୍ତିମ ସଂସ୍କାର ପାଇଁ ହେଉଛି ପ୍ରସ୍ତୁତି । ଗଦାଗଦା କାଠ ଦେଇ ସଜଡ଼ା ହେଉଛି ଜୁଇ । ଗୋଟିଏ ଜୁଇରେ ଲଦା ହେଉଛି ଜଣଙ୍କ ପରେ ଜଣଙ୍କ ଶବ । କିଏ କାହାର ଚିହ୍ନିବା ବି ମୁସ୍କିଲ । ଅବଶ୍ୟ ପଲିଥିନ ଉପରେ ମୃତବ୍ୟକ୍ତିଙ୍କ ନାଁ ଲେଖାଯାଇଛି ।
ଦାହ ସଂସ୍କାର ବେଳେ ପରିବାରର ଜଣକୁ ପିପିଇ କିଟ୍ ପିନ୍ଧାଇ କିଛି ସମୟ ପାଇଁ ଉପସ୍ଥିତ ରହିବାକୁ ଅନୁମତି ବି ଦିଆଯାଉଛି । ତେବେ ଜୁଇ ନିଆଁରେ ଜଳିଗଲା ପରେ ଚିତା କାହାର, ତାକୁ ନେଇ ଅଡୁଆ ବଢୁଛି । ଦାହ ସଂସ୍କାର ପରଦିନ ଅସ୍ଥି ସଂଗ୍ରହ ପାଇଁ ଆସୁଥିବା ମୃତକଙ୍କ ପରିବାର ଲୋକେ ଦ୍ୱନ୍ଦ୍ୱରେ ରହିବା ସହ ଅସନ୍ତୋଷ ଝାଡୁଛନ୍ତି ବ୍ୟବସ୍ଥା ବିରୋଧରେ ।
କୋଭିଡ୍ ନିୟମ ଅନୁଯାୟୀ, କରୋନାରେ ମୃତକଙ୍କ ଶବକୁ ଦାହ କରୁଛି ପ୍ରଶାସନ । ଏଥିପାଇଁ ସ୍ୱାସ୍ଥ୍ୟବିଭାଗ, ପୌରସଂସ୍ଥା ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏକ ଟିମ୍ କରିଛନ୍ତି । ପ୍ରତି ଶବର ଦାହ ସଂସ୍କାର ପାଇଁ ୭ ହଜାର ଟଙ୍କା ଖର୍ଚ୍ଚ କରିବାର ବ୍ୟବସ୍ଥା ଅଛି ।ହେଲେ, ଗୋଟିଏ ଜୁଇରେ କାହିଁକି ଏଭଳି ଜାକି ଜୁକି ଦାହ ସଂସ୍କାର କରାଯାଉଛି ? ଏତେ କାଣ୍ଟଛାଣ୍ଟ କରି ଗୋଟିଏ ଜୁଇରେ ଏକାଧିକ ଶବର ଅନ୍ତିମ ସଂସ୍କାର କରି ସେହି ଶବ ଗୁଡ଼ିକୁ ଅସମ୍ମାନ କରାଯାଉନି କି ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।
ଗତ କିଛିଦିନ ତଳେ ଏହି ମଶାଣିରେ ହିଁ ମଣିଷ ମୁଣ୍ଡର ଖପୁରୀ ସହ ଅଧାପୋଡ଼ା କଙ୍କାଳ ପଡ଼ିରହିଥିଲା । କେବଳ ଧର୍ମ ଏବଂ ଆଇନକୁ ଆଖିଠାର ଭଳି ମୃତଦେହର ଦାହ ସଂସ୍କାର କରାଯାଇଥିଲା । ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଶବକୁ ଉଚିତ ସମ୍ମାନ ଦେଇ ଦାହ ସଂସ୍କାର କରାଯିବ ବୋଲି କହିଥିଲେ ଉପଜିଲ୍ଲାପାଳ । କିନ୍ତୁ ବଦଳିଲାନି ବ୍ୟବସ୍ଥା । ଏସମ୍ପର୍କରେ ପଚାରିବା ପରେ ଦାହ ସଂସ୍କାର ସମୟରେ ଉପସ୍ଥିତ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅଧିକାରୀ ଲୋକଙ୍କ ଅଭିଯୋଗକୁ ବାଏଁ ବାଏଁ ଉଡାଇଦେବା ସହ ନିୟମ ଅନୁଯାୟୀ ଦାହ କରାଯାଉଥିବା କହିଛନ୍ତି ।
]]>କିପରି କାମ କରେ କକଟେଲ ?
ଦୁଇଟି ଔଷଧର ମିଶ୍ରରେ ପ୍ରସ୍ତୁତ ହୋଇଛି ଆଣ୍ଟିବଡି କକଟେଲ୍ । ଏଥିରେ Casirivimab ଓ Imdevimab ଔଷଧ ସାମିଲ ଅଛନ୍ତି । ଏହି ଦୁଇ ଔଷଧକୁ ୬୦୦-୬୦୦ ଏମଜି ମିଳାଇବା ପରେ ଆଣ୍ଟିବଡି କକଟେଲ୍ ଔଷଧ ପ୍ରସ୍ତୁତ କରାଯାଏ । କରୋନା ସହ ଲଢ଼ିବା ପାଇଁ ଏହି ଔଷଧ ଶକ୍ତି ବଢ଼ାଇଥାଏ । ବିଶେଷଜ୍ଞଙ୍କ ଅନୁସାରେ ଏହି ଔଷଧ କରୋନା ଭାଇରସକୁ ମାନବ କୋଷକୁ ପ୍ରବେଶ କରିବାରେ ବାଧା ଦେଇଥାଏ । ଯଦ୍ୱାରା ଭାଇରସକୁ ନ୍ୟୁଟ୍ରିସନ୍ ମିଳେନାହିଁ, ଆଉ ଏହି ପ୍ରକାରେ ଭାଇରସ ରେପ୍ଲିକେସନକୁ ରୋକିଥାଏ କକଟେଲ ଡ୍ରଗ୍ସ । କରୋନା ସଂକ୍ରମିତ ହେବା ପରେ ସଂକ୍ରମିତ ବ୍ୟକ୍ତିଙ୍କୁ ୪୮ରୁ ୭୨ ଘଣ୍ଟା ମଧ୍ୟରେ ଏହି ଔଷଧ ଦିଆଯାଇଥାଏ । ସୂଚନା ଅନୁସାରେ ଏହି ଔଷଧ ଦେବାପାଇଁ ୨୦ରୁ ୩୦ ମିନିଟ୍ ସମୟ ଲାଗିଥାଏ । ଔଷଧ ଦେବା ପରେ ରୋଗୀଙ୍କୁ କିଛି ସମୟ ନଜରରେ ରଖାଯାଇଥାଏ ।
ଭାରତରେ କିପରି ମିଳିବ କକଟେଲ ଔଷଧ ?
ସିପଲା କମ୍ପାନୀକୁ ଏହି ଔଷଧ ଯୋଗାଣ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଦେଶର କିଛି ସହରେ ଏବେ ଉପଲବ୍ଧ ହେଉଛି କକଟେଲ ଔଷଧ । ଉପଯୋଗ ବଢ଼ିବା ପରେ ଉତ୍ପାଦନ ମଧ୍ୟ ବୃଦ୍ଧି କରାଯିବ ବୋଲି କୁହାଯାଇଛି । ସିପଲା ବ୍ୟତୀତ ଜାଇଡସ୍ କମ୍ପାନୀ ଏହି ଔଷକ୍ଷର କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ମାଗିଛି ।
]]>ଭୁବନେଶ୍ୱର: ଲକଡାଉନ୍ରେ ମର୍ଣ୍ଣିଂ ୱାର୍କ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା। ଲକ୍ ଡାଉନ୍ କଟକଣା ନେଇ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। କେବଳ ମର୍ଣ୍ଣିଂ ୱାର୍କ ନୁହେଁ ବରଂ ଇଭିନିଂ ୱାର୍କ, ସାଇକ୍ଲିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ୱାର୍କିଂ, ସାଇକ୍ଲିଂ ନକରିବାକୁ ଲୋକଙ୍କୁ କହିଛନ୍ତି ଟ୍ୱିନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏହାସହ କିଛି ଲୋକ ଏସବୁ କରୁଥିବା ଦେଖାଯାଉଛି, ଏହା ଗାଇଡଲାଇନ ଉଲ୍ଲଂଘନ ହେଉଥିବା ସେ କହିଛନ୍ତି। ଲକଡାଉନ୍ର ଉଦ୍ଦେଶ୍ୟ ରାସ୍ତା ଉପରକୁ ଆସି ଗହଳି ନକରିବା ବୋଲି ସିପି ସ୍ପଷ୍ଟ କରିଛନ୍ତି।
ତେଣୁ ଲକଡାଉନ ବେଳେ ୱାକିଂ, ସାଇକ୍ଲିଂ ନକରିବାକୁ କହିଛନ୍ତି ସିପି। ସେପଟେ କଳାବଜାରୀ, ଅସାଧୁ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା। ସେ କହିଛନ୍ତି ଯେ, କରୋନା ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। କୌଣସି ଘରୋଇ ହସ୍ପିଟାଲ ଅଧିକ ଅର୍ଥ ନେଉଥିଲେ ବି ତାହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
ତେବେ କାର୍ଯ୍ୟାନୁଷ୍ଠାନ ନେବାକୁ ୨୨ଟି ଫ୍ଲାଇଂ ସ୍ୱ୍କାର୍ଡ ହୋଇଛି। ବର୍ତ୍ତମାନ ସୁଦ୍ଧା ୭୧ଟି ମାମଲା ରୁଜୁ ହେବା ସହ ୨୬୯ ଗିରଫ, ୮୩୦୦ ଗାଡି ଜବତ ମଧ୍ୟ ହୋଇଛି। କେବଳ ଏତିକି ନୁହେଁ ବରଂ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ହେଲପଲାଇନ ନମ୍ବର ଜାରି ହୋଇଛି। ହେଲପଲାଇନ ନମ୍ବର- ୮୦୯୩୦୨୮୧୦୦ରେ କଲ କରି ବରିଷ୍ଠ ନାଗରିକ ସହାୟତା ଲୋଡ଼ିପାରିବେ ବୋଲି ଜେଠୱା କହିଛନ୍ତି।
ସୂଚନା ଅନୁସାରେ, ରାଜ୍ୟରେ ଆଜି ମଧ୍ୟ ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । କିଛି ଦିନ ଦୈନିକ ସଂକ୍ରମଣ ହାର ସ୍ଥିର ରହିବା ପରେ ଆଜି ୧୧୦୦୦ ନିକଟତର ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୬୪୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ ରେ ପହଞ୍ଚି ଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣର ସ୍ଥିତି ଦିନକୁ ଦିନକ ବିସ୍ଫୋରକ ହେଉଛି । ସବୁ ଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୧ ଲକ୍ଷ ନିକଟତର ହୋଇଛି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ।
]]>