ସୁରକ୍ଷା ବାହିନୀ ପକ୍ଷରୁ କେହି ମୃତାହତ ହୋଇଥିବା ସୂଚନା ମିଳିନି। ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏନ୍କାଉଣ୍ଟରସ୍ଥଳରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଏକ ଇନ୍ସାସ୍ ରାଇଫଲ, ଗୁଳି ସହ ଗୋଟିଏ ୧୨ ବୋର୍ ମାରଣାସ୍ତ୍ର ଏବଂ ନକ୍ସଲ ପ୍ରଚାରପତ୍ର ଭଳି ସାମଗ୍ରୀ ଜବତ କରାଯାଇଥିଲା।
ଦାନ୍ତେୱାଡ଼ା ଏସ୍ପି ଅଭିଷେକ ପଲାୱା କହିଛନ୍ତି, ମହିଳା କମାଣ୍ଡୋମାନଙ୍କୁ ‘ଦନ୍ତେଶ୍ୱରୀ ଲଡ଼ାକୋଁ’ ମଧ୍ୟ ଏହି ଅପରେସନ୍ରେ ସାମିଲ ଥିଲା। ଗତ କିଛି ଦିନ ତଳେ ଆତ୍ମସମର୍ପଣ କରିଥିବା ମହିଳା ନକ୍ସଲ ଏବଂ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ପତ୍ନୀଙ୍କୁ ନେଇ ଦାନ୍ତେୱାଡ଼ାରେ ଏହି ୩୦ ଜଣିଆ ମହିଳା କମାଣ୍ଡୋ ଗଠନ କରାଯାଇଛି।
]]>ମୋଟ ୫୪ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ନାରକୋଟିକ୍ସ କଣ୍ଟ୍ରୋଲ ବୋର୍ଡର ସଦସ୍ୟ ପାଇଁ ପ୍ରାର୍ଥୀ ହୋଇଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ଜଗଜିତଙ୍କ ସପକ୍ଷରେ ସର୍ବଧିକ ୪୪ଟି ଭୋଟ ପଡ଼ିଥିଲା। ସେହିପରି ଚାଇନାର ହାଓ ଓ୍ୱେଇଙ୍କ ସପକ୍ଷରେ ପ୍ରଥମ ପର୍ଯ୍ୟାୟରେ ୨୨ଟି ଭୋଟ ପଡ଼ିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୯ଟି ଭୋଟ ପଡିଥିଲା। ତେବେ ଜିତିବା ପାଇଁ ଆବଶ୍ୟକ ୨୮ଟି ଭୋଟ ଭାରତର ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ପାଇ ସାରିଥିଲେ। ଫଳରେ ଜଗଜିତ ପଭଡିଆ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡର ୫ ଜଣିଆ ସଦସ୍ୟଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।
]]>ଗଞ୍ଜାମ ଜିଲ୍ଲାର ୮ଟି ଓ ପୁରୀ ଜିଲ୍ଲାର ଗୋଟିଏ ପୌରାଞ୍ଚଳର ୨୦୦୦ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବାଣ୍ଟି ମୁଖ୍ୟମନ୍ତ୍ରୀ କହିଛନ୍ତି ସାରା ଦେଶର ବିକାଶ ଇତିହାସରେ ଏହା ଏକ ନୂଆ ଘଟଣା। ଓଡ଼ିଶା ବାସୋପଯୋଗୀ ବସତି ମିଶନରେ ସାରା ରାଜ୍ୟର ୧୦ ଲକ୍ଷ ଲୋକଙ୍କୁ ଏଇଭଳି ପଟ୍ଟା ପ୍ରଦାନର ଲକ୍ଷ୍ୟ ରହିଛି। ତେବେ ସରକାରଙ୍କ ଏହି ଐତିହାସିକ କାର୍ଯ୍ୟକ୍ରମରେ ଟାଟା ଟ୍ରଷ୍ଟର ସହଯୋଗ ପାଇଁ ଅଧ୍ୟକ୍ଷ ରତନ ଟାଟାଙ୍କୁ ଧନ୍ୟବାଦ ଜଣାଇଥିଲେ ନବୀନ।
ନିର୍ବାଚନୀ ବର୍ଷ ହୋଇଥିବାରୁ ବିଭିନ୍ନ ବର୍ଗର ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି ସରକାର। ତେବେ ଆଜିର ପଟ୍ଟା ବଣ୍ଟନ ପରେ ପ୍ରଶ୍ନ ଉଠୁଛି ସହରରେ ଜମି ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ସରକାର ପାରିତ କରିଥିବା ଆଇନ୍ର ଭବିଷ୍ୟତ କଣ? ଯଦି ଜବରଦଖଲକାରୀଙ୍କୁ ଜମି ପଟ୍ଟା ଦେଇ ଥଇଥାନ କରାଯିବ ତାହେଲେ ଉଚ୍ଛେଦ ହେବେ କିଏ?
ଇଏ କେବଳ ଭୋଟ୍ ପାଇଁ ପେଞ୍ଚ ନା ରାଜ୍ୟର ସବୁ ବସ୍ତିବାସିନ୍ଦାଙ୍କୁ ମିଳିବ ଜମି? ବିରୋଧୀ ଅଭିଯୋଗ କରିଛନ୍ତି ସରକାରଙ୍କ ଏ ଯୋଜନା ପଛରେ ରହିଛି ନିର୍ବାଚନୀ ଚାଲ୍। ଓଡ଼ିଶା ବାସୋପଯୋଗୀ ବସତି ମିଶନ ଅନୁଯାୟୀ ଏନ୍ଏସିରେ ବସ୍ତିବାସିନ୍ଦାଙ୍କ ପାଇଁ ୬ ଶହ ବର୍ଗଫୁଟ, ମ୍ୟୁନ୍ସିପାଲ୍ଟିରେ ୪୫୦ ବର୍ଗଫୁଟ ଓ ମହାନଗରରେ ୩ ଶହ ବର୍ଗଫୁଟ ଜମି ପ୍ରଦାନ କରାଯିବ। ରାଜ୍ୟର ୨୫ ଶହ ସହରାଞ୍ଚଳ ବସ୍ତିରେ ଏଇ ଯୋଜନା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି।
]]>