ତେବେ ପଢ଼ନ୍ତୁ ପୂରା ଘଟଣା କ’ଣ…
ପ୍ରକୃତରେ ଲାଲୁଙ୍କ ବଡ଼ ପୁଅ ତେଜ୍ ପ୍ରତାପ ବିହାରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅକୁ ବିବାହ କରୁଛନ୍ତି। ଗତକାଲି ପାଟନାର ଏକ ପଞ୍ଚ ତାରକା ମୌର୍ଯ୍ୟ ହୋଟେଲରେ ତେଜ ପ୍ରତାପଙ୍କ ନିର୍ବନ୍ଧ ଐଶ୍ୱର୍ଯ୍ୟା ରାୟଙ୍କ ସହ ସମ୍ପନ୍ନ ହୋଇଛି। ଉତ୍ସବରେ ଉଭୟଙ୍କ ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବ ଉପସ୍ଥିତରେ ଉଭୟ ପରସ୍ପରଙ୍କୁ ମୁଦି ପିନ୍ଧାଇଥିଲେ। ଲାଲୁଙ୍କ ପତ୍ନୀ ରାବ୍ଡ଼ି ଦେବୀ ବୋହୂଙ୍କୁ ଆଶୀର୍ବାଦ କରିଥିଲେ।
ନିର୍ବନ୍ଧ ସରିବା ପରେ ତେଜ୍ ପ୍ରତାପଙ୍କ କିଛିଟା ଟ୍ୱିଟ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
‘ଆଜି ଠୁ ସବୁ ତୁମର’ ବୋଲି ନିର୍ବନ୍ଧ ପରେ ତେଜ୍ ପ୍ରତାପ ଟ୍ୱିଟ୍ କରିଥିଲେ।
आज से तेरी सारी... pic.twitter.com/QdKRxhXIzd
— Tej Pratap Yadav (@TejYadav14) April 18, 2018
ଅନ୍ୟପକ୍ଷରେ ଏଭଳି ଏକ ଖୁସି ମୁହୂର୍ତ୍ତରେ ଲାଲୁଙ୍କ ଅନୁପସ୍ଥିତି ପୂରା ବାରି ହେଉଥିଲା। ତେଜ୍ ପ୍ରତାପ ମଧ୍ୟ ‘ମିସ୍ ୟୁ ପାପା’ ବୋଲି ଟ୍ୱିଟ୍ କରିଥିଲେ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲାଲୁ ପ୍ରସାଦ ଯାଦବ ଏବେ ଜେଲ୍ରେ।
Miss you PAPA ?
— Tej Pratap Yadav (@TejYadav14) April 18, 2018
ଆହୁରି ମଧ୍ୟ ପଢ଼ନ୍ତୁ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ ଲାଲୁଙ୍କ ବଡ଼ ପୁଅ
ଐଶ୍ୱର୍ଯ୍ୟାଙ୍କ ଜେଜେବାପା ଦାରୋଗା ପ୍ରସାଦ ରାୟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ।
]]>ଆପଣମାନେ କଥାଟା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। ନିଶ୍ଚୟ ଭାବୁଥିବେ କି ଐଶ୍ୱର୍ଯ୍ୟା ରାୟ ତ ବିବାହିତ, ପୁଣି ବି ତାଙ୍କର ଗୋଟିଏ ଝିଅ ଅଛି। ଆଉ ଐଶ୍ୱର୍ଯ୍ୟା ବଚ୍ଚନ ଘରର ବୋହୂ ବି ହୋଇଛନ୍ତି। ଏମିତି ଅନେକ କଥା ମନକୁ ନିଶ୍ଚୟ ଆସୁଥିବ। ବାସ୍ତବରେ କଥାଟା ସେମିତି ନୁହେଁ।
ତେବେ ପଢ଼ନ୍ତୁ ପୂରା ଘଟଣା କ’ଣ...
ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ବିହାରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ। ଐଶ୍ୱର୍ଯ୍ୟାଙ୍କ ଜେଜେବାପା ଦାରୋଗା ପ୍ରସାଦ ରାୟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ। ପାଟନାର ପଞ୍ଚ ତାରକା ହୋଟେଲ ମୋର୍ଯ୍ୟରେ ବିବାହ ହେବ ବୋଲି କୁହାଯାଉଛି। ମାତ୍ର ଏନେଇ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ। ଏହି ହୋଟେଲ୍ରେ ବିଭିନ୍ନ ପ୍ରକାରର ଲକ୍ସରି ସୁବିଧା ରହିଛି।
ଐଶ୍ୱର୍ଯ୍ୟା ଦିଲ୍ଲୀ ୟୁନିଭର୍ସସିଟିରୁ ଇତିହାସରେ ଡିଗ୍ରୀ ହାସଲ କରିଥିବାବେଳେ, ତେଜ ପ୍ରତାପ ରାଜନୀତିରେ ଜଡ଼ିତ।
ଚାରା ଦୁର୍ନୀତି ମାମଲାରେ ଜେଲ୍ରେ ଥିବା ଲାଲୁ ବିବାହରେ ଯୋଗଦେବେ କି ନାହିଁ ସେ ବିଷୟରେ ମଧ୍ୟ କିଛି ଜଣାପଡ଼ିନି। ଲାଲୁଙ୍କ ପତ୍ନୀ ରାବିଡ଼ି ଦେବୀ ପୁଅଙ୍କ ବାହାଘର ପାଇଁ କଡ଼ା ସର୍ତ୍ତ ରଖିଥିଲେ। ସର୍ତ୍ତଗୁଡ଼ିକ ଥିଲା- ଝିଅ ସଂସ୍କାରୀ ହୋଇଥିବ। ଝିଅ ଘର ଭଲ ହୋଇଥିବ। ଆଉ ବିନା ଯୌତୁକରେ ବିବାହ ହେବ।
]]>