ତେବେ ସବୁଠାରୁ ବଡ଼ କଥା ହେଲା ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଗୁରୁବାର ଭୋଟ ଗ୍ରହଣ କରିବା ପାଇଁ ଅନୁମତି ଦେଇଛନ୍ତି। ହେଲେ ଗଣତି କରିବା ପାଇଁ ଅନୁମତି ଦେଇନାହାନ୍ତି। କୋର୍ଟଙ୍କ କହିବାନୁଯାୟୀ ଆସନ୍ତା ୧୦ ତାରିଖରେ ହେବାକୁ ଥିବା ଗଣତି ବାତିଲ କରାଯାଉଛି। ପରବର୍ତ୍ତୀ ଶୁଣାଣି ନ ସରିବା ପର୍ଯ୍ୟନ୍ତ ଭୋଟ ଗଣତି କରାଯିବ ନାହିଁ।
ତେବେ ହାଇକୋର୍ଟଙ୍କ ଅନୁମତି ପରେ ଏବେ ଆନ୍ଧ୍ର ସରକାର ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି କରାଯାଇଛି। ଆଜି ସନ୍ଧ୍ୟା ୫ଟାରୁ କାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି ହୋଇଛି। ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ୨୨ ଜଣ ଅଫିସର ରହିବେ। ଅଫିସରମାନଙ୍କ ସହ ୨୨ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯିବ। ଆସନ୍ତାକାଲି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ୧୪୪ ଧାରା ଜାରି କରାଯାଇଛି। ଓଡ଼ିଶାର ସୀମାନ୍ତ ଗାଁରେ ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ଚେଷ୍ଟା କରୁଛି।
]]>