କୋଲକାତା ହାଇକୋର୍ଟର ପୋର୍ଟ ବ୍ଲେୟାରର ବେଞ୍ଚର ବିଚାରପତି ଜୟ ସେନଗୁପ୍ତା ଏକ ମାମଲାର ଶୁଣାଣି ବେଳେ ଅଭିଯୁକ୍ତଙ୍କ ଦଣ୍ତିତ କରିବା ସହ କହିଛନ୍ତି, ରାସ୍ତାରେ ଜଣେ ଅଜ୍ଞାତ ମହିଳାଙ୍କୁ ଡାର୍ଲିଙ୍ଗ ବୋଲି ସମ୍ବୋଧନ କରାଯାଇପାରିବ ନାହିଁ। ଏହା ଯୌନ ଉତ୍ପୀଡ଼ନ ସହିତ ସମାନ। ଜଜ୍ ଜୟ ସେନଗୁପ୍ତାଙ୍କ ଖଣ୍ଡପୀଠ କହିଲେ ଯେ, ଧାରା ୩୫୪ଏ(୧)(ଘ) ଅନୁସାରେ, ‘ଡାର୍ଲିଙ୍ଗ୍’ ହେଉଛି ଅପରାଧିକ ଏବଂ ଯୌନ ଅଭିସନ୍ଧି ଥିବା ଶବ୍ଦ।
ସୂଚନା ମୁତାବକ, ୨୦୧୫ ଅକ୍ଟୋବର ୨୧ ରେ ଆଣ୍ଡାମାନର ମାୟାବନ୍ଦର ଥାନା ଅଞ୍ଚଳରେ ଏକ ପୋଲିସ ଟିମ୍ ଚଢ଼ାଉ କରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ମହିଳା ହେଡ୍ କନେଷ୍ଟବଳଙ୍କୁ କହିଥିଲେ, ‘କ୍ୟା ଡାର୍ଲିଙ୍ଗ୍ ଚାଲାନ୍ କର୍ନେ ଆୟି ହୈ କ୍ୟା’। ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ମହିଳା ହେଡ୍ କନେଷ୍ଟବଳଙ୍କୁ ଏଭଳି ବ୍ୟବାର କରିଥିଲେ। ଯାହାକୁ କୋର୍ଟ ନିନ୍ଦା କରିବା ସହ ଏହା ଏକ ଅପରାଧ ବୋଲି କହିଛି।
ତଳ କୋର୍ଟ ଦେଇଥିବା ଦଣ୍ଡାଦେଶ ଯଥାର୍ଥ ବୋଲି କହିବା ସହିତ ହାଇକୋର୍ଟ ସଜା ଅବଧି ୩ ମାସରୁ ୧ ମାସକୁ ହ୍ରାସ କରିଛନ୍ତି। କୋର୍ଟରେ ଅଭିଯୁକ୍ତ ଜଣକ ମଦ୍ୟପାନ କରିଥିବାର କୌଣସି ପ୍ରମାଣ ନାହିଁ ବୋଲି ଦାବି କରିଥିଲେ। ଏହି ଯୁକ୍ତିର ଉତ୍ତରରେ କୋର୍ଟ କହିଛନ୍ତି ଯେ ଯଦି ଏହି ଘଟଣା ସାଧାରଣ ହୋଇଥାନ୍ତା, ତେବେ ଅପରାଧର ଗମ୍ଭୀରତା ଅଧିକ ହୋଇଥାନ୍ତା।
ପୂର୍ବରୁ ୨୦୨୩ ଏପ୍ରିଲ୍ରେ ଜଣେ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଓ ପରେ ୨୦୨୩ ନଭେମ୍ବରରେ ଜଣେ ଜିଲ୍ଲା ଜଜ୍ ମଧ୍ୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାକୁ ଚାଲେଞ୍ଜ୍ କରି ସେ ହାଇକୋର୍ଟରେ ଅଭିଯୋଗ କରିଥିଲେ। କିନ୍ତୁ ‘ଡାର୍ଲିଙ୍ଗ୍’ କହିଲେ ବୋଲି ଜଣେ ବ୍ୟକ୍ତିଙ୍କୁ ମାସେ ଜେଲ୍ ପଠାଇବା ଟିକେ କଠୋର ହୋଇଯାଉଛି ବରଂ ତାଙ୍କୁ ଚେତାବନୀ ଦେଇ ଛାଡ଼ିଦେବା ଉଚିତ ଥିଲା ବୋଲି ପଶ୍ଚିମବଙ୍ଗର ପୂର୍ବତନ ଆଡ୍ଭୋକେଟ୍ ଜେନେରାଲ୍ ବିମଳ ଚାଟାର୍ଜୀ କହିଛନ୍ତି।
]]>ଏବେ ଦିଲ୍ଲୀର ସ୍ଥିତିକୁ ଦେଖିଲେ ଆପଣଙ୍କର ମନେ ପଡ଼ିଯିବ ସେହି ୯୦ ଦଶକର ଏହି ଧୂମପାନ ନିରୋଧୀ ବିଜ୍ଞାପନର ପ୍ରଥମ କେଇ ପଂକ୍ତି। ଏ ସହରକୁ ଇଏ ହେଲା କଣ, ଚାରିଆଡ଼େ ଖାଲି ଧୂଆଁ ଧୂଆଁ। ସକାଳ, ମଧ୍ୟାହ୍ନ ଓ ଅପରାହ୍ଣ ଯେତେବେଳେ ଯୁଆଡ଼େ ଦେଖିବେ ଖାଲି କୁହୁଡ଼ି ଆଉ କୁହୁଡ଼ି। କିଏ କହୁଛି ବିଷ ବଳୟରେ ଦିଲ୍ଲୀ, ତ ଆଉ କିଏ କହୁଛି ଗ୍ୟାସ୍ ଚ୍ୟାମ୍ବରରେ ଦିଲ୍ଲୀ। ଦିଲ୍ଲୀରେ ଏବେ AQI ବା ବାୟୁର ମାନ ସୂଚକାଙ୍କ ୫ଶହ ପାଖପାଖି ରହୁଥିବା ରହୁଛି। ବିଶେଷଜ୍ଞଙ୍କ ମତରେ ଏଭଳି ପ୍ରଦୂଷିତ ବାୟୁରେ ନିଃଶ୍ୱାସ ପ୍ରଶ୍ୱାସ ନେବା ଦିନକୁ ୨୫ରୁ ୩୦ଟି ସିଗାରେଟ୍ ଟାଣିବା ସହ ସମାନ।
ପ୍ରଦୂଷଣ ବଢ଼ିବା ପରେ ଦିଲ୍ଲୀକୁ ଆସନ୍ତା ସପ୍ତାହରୁ ପୁଣି ଫେରୁଛି ଅଡ୍-ଇଭିନ୍ ଫର୍ମୁଲା ବା ଯୁଗ୍ମ-ଅଯୁଗ୍ମ ନିୟମ। ନଭେମ୍ବର ୧୩ରୁ ନଭେମ୍ବର ୨୦ ଯାଏଁ ଯାନବାହନ ଚଳାଚଳ ଉପରେ ଏହି କଟକଣା ଲାଗୁ ହେବ। ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବର ପ୍ଲେଟ୍ ଥିବା ଗାଡ଼ି ଓ ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବର ଥିବା ଗାଡ଼ିକୁ ଚାଲିବାକୁ ଅନୁମତି ମିଳିବ। ଦଶମ ଓ ଦ୍ୱାଦଶ ବ୍ୟତୀତ ସମସ୍ତ କ୍ଲାସର ପାଠପଢ଼ା ନଭେମ୍ବର ୧୦ ଯାଏଁ ବନ୍ଦ ରହିବ। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଘୋଷଣା କରାଯାଇଛି । ଏବେ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ, ବାଣ ଫୁଟା ଓ ଡିଜେଲ୍ ଟ୍ରକ୍ ଏବଂ ବିଏସ୍-ଥ୍ରୀ ଓ ବିଏସ୍-ଫୋର୍ ଡିଜେଲ୍ ଗାଡ଼ି ଚଳାଚଳ ଉପରେ ରୋକ୍ ଲଗାଯାଇଛି । ନଭେମ୍ବର ୨୦ରେ ପୁଣି ସ୍ଥିତି ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।
ପବନ ପରେ ଏବେ ଜଳର ସ୍ଥିତି କହୁଛି କିଛି ଅଲଗା। ଯମୁନା ନଈରେ ମେଞ୍ଚା ମେଞ୍ଚା ବିଷାକ୍ତ ଫେଣ ଭାସୁଛି। ତେବେ ଯମୁନା ପ୍ରଦୂଷଣ ଅପେକ୍ଷା ଏବେ ବାୟୁ ପ୍ରଦୂଷଣ ଲୋକଙ୍କୁ ଅଧିକ ଅସୁସ୍ଥ କରୁଛି । ଅଚାନକ ଶ୍ୱାସ କଷ୍ଟ ଭୋଗୁଥିବା ରୋଗୀଙ୍କ ସଂଖ୍ୟା ୧୫ରୁ ୨୦ ପ୍ରତିଶତ ବଢ଼ିଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। କହିଛନ୍ତି, କେବଳ ବ୍ରୋଙ୍କାଇଟିସ୍ କି ହୃଦରୋଗୀ ନୁହଁନ୍ତି, ପୂର୍ବରୁ କୌଣସି ରୋଗ ନଥିବା ଲୋକଙ୍କୁ ମଧ୍ୟ ଏବେ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ୁଛି। କାହାର ଆଖି ପୋଡ଼ି ପାଣି ବହୁଛି, ତ ଆଉ କିଏ ଶ୍ୱାସ କଷ୍ଟ ଭୋଗୁଛି। ଏଭଳି ସ୍ଥିତିରେ ବୟସ୍କ, ଶିଶୁ, ମହିଳା, କୋ-ମର୍ବିଡିଟି, ଲୋ-ଇମ୍ୟୁନିଟି, ଶ୍ୱାସ ଓ ହୃଦ୍ ସମସ୍ୟା ଥିବା ଲୋକଙ୍କୁ ଅଧିକ ସତର୍କ ରହିବାକୁ ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯଥାସମ୍ଭବ ଘରେ ରୁହନ୍ତୁ। ବାହାରକୁ ଯିବାର ଥିଲେ ମାସ୍କ ପିନ୍ଧନ୍ତୁ।
କେବଳ ଦିଲ୍ଲୀ ନୁହେଁ, ମାୟାନଗରୀ ମୁମ୍ବାଇ ବି ଭୀଷଣ ବାୟୁ ପ୍ରଦୂଷଣ କବଳରେ। ଉଦବେଗର ବିଷୟ ଯେ, 'ଦିଲ୍ଲୀ, ମୁମ୍ବାଇ ଓ କୋଲକାତା' ଭାରତର ଏହି ୩ ମହାନଗରୀ କିଛି ଦିନ ହେବ ବିଶ୍ୱର ଟପ୍ ଟେନ୍ ପ୍ରଦୂଷିତ ସହର ତାଲିକାରେ ରହିଛି।
]]>ମଣ୍ଡପ କହୁଛି ମିଶରର କଥା... ଇଏ ଇଜିପ୍ଟ ନୁହେଁ, ଇଏ କୋଲକାତା... ଇତିହାସ ବହିରେ ଆପଣ ଦେଖିଥିବେ, ଏଭଳି ପିରାମିଡର ଚିତ୍ର । ପଢ଼ିଥିବେ, ମିଶର ସଭ୍ୟତାରେ ମୃତଦେହକୁ ମମି ଭାବେ ସଂରକ୍ଷିତ ରଖିବାର ପ୍ରାଚୀନ ପରଂପରା । ହେଲେ ହଜାର ହଜାର କିଲୋମିଟର ଦୂର ଇଜିପ୍ଟକୁ ନଯାଇ, କୋଲକାତା ବେଲଘରିଆ ଦୁର୍ଗାପୂଜା ମଣ୍ଡପରେ ପିରାମିଡ୍ ଓ ମମି ଆଗରେ ସେଲଫି ନେବାର ସୁଯୋଗ ପାଇଛନ୍ତି ଲୋକେ । ଧଳାବାଲିର ମରୁ, ଓଟ ଓ ଖଜୁରୀ ଗଛ ଆଦି ସବୁ କୃତ୍ରିମ, ହେଲେ ଏକଦମ୍ ଅବିକଳ । ବିଶ୍ୱର ସବୁଠୁ ବଡ଼ ପିରାମିଡ୍ ଗିଜା ଆଗରେ ଥିବା ସ୍ପିଙ୍କ୍ସ ମୂର୍ତ୍ତିକୁ ବି ଏଠି ହୁବହୁ ଉତାରି ଦେଇଛନ୍ତି ଶିଳ୍ପୀ । ବେଲଘରିଆ ୧୭ ପାଲି ଦୁର୍ଗାପୂଜା ମଣ୍ଡପର ନାଁ ରହିଛି 'ରହସ୍ୟ ମିଶର' ।
ଖାଲି ବାହାରେ ନୁହେଁ, ଭିତରେ ବି ଅସୁମାରି ଚମତ୍କାର । ଖମ୍ବ, କାନ୍ଥ ଓ ଛାତ ସାରା ପ୍ରାଚୀନ ମିଶର ସଭ୍ୟତା ଶିଳାଲେଖର ପ୍ରତିକୃତି ଓ ସ୍ଥାନେ ସ୍ଥାନେ ଫାରୋ ବା ମିଶର ଶାସକମାନଙ୍କର ପ୍ରତିମୂର୍ତ୍ତି । ଆଉ ଗର୍ଭଗୃହରେ ସିଂହବାହିନୀ ଦେବୀ ଦୁର୍ଗା, ପାର୍ଶ୍ୱ ଦେବଦେବୀ ଏବଂ ମହିଷାସୁରର ପ୍ରତିମା ବି ନିର୍ମିତ ହୋଇଛି ସେଇ ପ୍ରାଚୀନ ଶୈଳୀରେ । ସେମିତି ମୁଖମଣ୍ଡଳ, ପରିଧାନ-ଆଭୂଷଣ... ଦୁଇଟି ପକ୍ଷ ଭଳି ଦିଶୁଛି ଦେବୀଙ୍କ ସହସ୍ର ହସ୍ତ । ୧୨ ହଜାର ବର୍ଗଫୁଟ ଅଞ୍ଚଳରେ ୬୬ ଫୁଟ୍ ଉଚ୍ଚ ୪ଟି ପିରାମିଡ୍ ତିଆରି କରିବାକୁ ୪ ମାସ ଲାଗିଥିବା ବେଳେ, ଏଥିପାଇଁ ଖର୍ଚ୍ଚ ହୋଇଛି ୪୦ ଲକ୍ଷ ଟଙ୍କା ।
ଯେଉଁ ମାଆଙ୍କ ଆଗମନ ଓ ଆରାଧନା ପାଇଁ ପ୍ରାୟ ସପ୍ତାହେ ହେବ ଉଛୁଳି ଉଠୁଥିଲା କୋଲକାତା, ସେଇ ଦେବୀଙ୍କୁ ଝିଅଟିଏ ଭଳି ଓଦାଆଖିରେ ବିଦାୟ ଦେଉଛି ଏକ ବଙ୍ଗାଳି ପରିବାର । ଶୁଭୁଛି ବଙ୍ଗାଳି ଦୁର୍ଗାପୂଜାର ଅବିଚ୍ଛେଦ୍ୟ ବାଦ୍ୟ ଢାକର ଶବ୍ଦ... ବିଜୟା ଦଶମୀରେ ଦେବୀଙ୍କୁ ଝିଅ ଭାବେ ବରଣ ପରେ, ଚାଲିଛି ମହିଳାଙ୍କ ପାରଂପରିକ ସିନ୍ଦୂର ଖେଳ । ନାଚରେ ମସଗୁଲ୍ ପୁରୁଷ ସଦସ୍ୟ । ଇଏ ଟଲିଉଡର ପ୍ରଖ୍ୟାତ ବରିଷ୍ଠ ଅଭିନେତା ରଞ୍ଜିତ ମଲ୍ଲିକ ଓ ତାଙ୍କ ଝିଅ ତଥା ଖ୍ୟାତନାମା ନାୟିକା କୋଏଲ୍ ମଲ୍ଲିକଙ୍କ ଘର । ଏଠି ପ୍ରାୟ ୩ଶହ ବର୍ଷ ହେଲା ଏମିତି ବଞ୍ଚିରହିଛି ପରଂପରା । ପ୍ରତିଥର ଭଳି ଆଜି ବି ଦେବୀଙ୍କ ବିରାଟ ପ୍ରତିମାକୁ କାନ୍ଧରେ ଉଠାଇ ମେଲାଣି ଦେଇଛି ମଲ୍ଲିକ ପରିବାର । ସମସ୍ତେ ପୁଣିଥରେ ଏକ ସ୍ୱରର କହିଛନ୍ତି, 'ଆସ୍-ଛେ ବୋଛୋର୍ ଆବାର୍ ହୋବେ'... ମାନେ- ଆରବର୍ଷକୁ ପୁଣି ହେବ ।
]]>ଆଜି ବି ଏଠିକି ବହୁ ସଂଖ୍ୟାରେ ଦୁଇ ରାଜ୍ୟର ଲୋକେ ଆସନ୍ତି। ଆଜି ବି ଏଠି ଓଡ଼ିଆରେ ନେମ୍ ପ୍ଲେଟ୍ ରହିଛି, ହୋଟେଲରେ କାମ କରୁଥିବା କର୍ମଚାରୀ ବି ଓଡ଼ିଆ ଶିଖିଛନ୍ତି। ରାଜ୍ୟର ସୀମାରେ ପଡୋଶୀ ଭାଷାର ଦବଦବା ଆମେ ଦେଖିଛୁ କିନ୍ତୁ ଏଠି ଆଜି ବି ବଞ୍ଚି ରହିଛି ଓଡ଼ିଆ ଭାଷା, ଆଜି ବି ଦୋକାନର ମାଲିକ ଗର୍ବରେ କୁହନ୍ତି ସେ ଜଣେ ଓଡ଼ିଆ।
କୋଲକାତାରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା। ବଡ଼ ବଡ଼ ପୂଜା ମଣ୍ଡପରେ ଏ ନେଇ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। କୋଲକାତାର ସନ୍ତୋଷ ମିତ୍ର ଷ୍ଟ୍ରିଟରେ ନିର୍ମାଣ ହୋଇଛି ଅଯୋଧ୍ୟା ରାମ ମନ୍ଦିର ଆକୃତିର ପେଣ୍ଡାଲ। ଯାହାକୁ ନିର୍ମାଣ ଲାଗି ୩ ମାସ ସମୟ ଲାଗିଥିଲା।
କୁହାଯାଏ କୋଲକାତା କେବେ ଶୁଏନି, କୋଲକାତାରେ କେବେ ରାତି ହୁଏନି। ଏହି କଥା ଟା ଯେମିତି ଏକଦମ ସତ। ହାୱଡାର ଏକ ଫୁଲ ମାର୍କେଟ,ଏଠୁ ସାରା ବିଶ୍ୱକୁ ଯାଏ ଫୁଲ। ଭଳି ଭଳିକା କିଛି ଫୁଲର ନାଁ ଆପଣ ମାନେ ଶୁଣିଥିବେ। କିଛି ଆପଣ ମାନେ ଶୁଣିଥିବେ ଆଉ କିଛି ପ୍ରଥମ ଥର ପାଇଁ ଦେଖିଥିବେ। ଟନ୍ ଟନ୍ ଫୁଲ ଏହି ମାର୍କେଟରୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଏ। ଖାଲି ଫୁଲ ନୁହେଁ ଆହୁରି ଅନେକ କିଛି, ଯାହା ଏହି ସ୍ଥାନକୁ ଦେଇଛି ସ୍ୱତନ୍ତ୍ର ପରିଚୟ।
]]>ପରଦାର ଫିଲ୍ମ ପେଣ୍ଡାଲରେ... ପାନ୍ ଇଣ୍ଡିଆ ଫିଲ୍ମ କାନ୍ତାରା କୋଲକାତାରେ । ପୂରା କପି ପେଷ୍ଟ...ଏକଦମ୍ ଜୀବନ୍ତ...। ମା’ ଦୁର୍ଗାଙ୍କଠୁ ନେଇ ମହିଷାସୁର, ପାର୍ଶ୍ୱ ଦେବାଦେବୀ... ସବୁଥିରେ କାନ୍ତାରା... ମେକଅପ୍, କଷ୍ଟ୍ୟୁମ୍, ଡିଜାଇନ୍...ଆମ୍ବିଆନ୍ସ ସବୁ କାନ୍ତାରା ।... ଥିମ୍ ବି କାନ୍ତାରା.. .ଅର୍ଥାତ୍ ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ଭଳି ବିଷୟବସ୍ତୁ ଉପରେ ଯେମିତି ଦକ୍ଷିଣଭାରତୀୟ ଫିଲ୍ମ କାନ୍ତାରା ପର୍ଯ୍ୟବେଶିତ... କାନ୍ତାରା ବା ବିଷ୍ଣୁଙ୍କ ଏ ବରାହ ରୂପ ଜରିଆରେ ଏଠି ବି ଠିକ୍ ସେହି ବାର୍ତ୍ତା ।
ପୂରା ମଣ୍ଡପ ଉପରେ ଆଉ ଟିକେ ଆଖି ପହଁରେଇ ନିଅନ୍ତୁ । ଯାହା କେବେ ଏଭଳି ସାଜସଜ୍ଜାର ରୂପ ନେଇପାରେ ବୋଲି ଆପଣ କଳ୍ପନା କରି ନଥିବେ । ତାହା ଏଠି ଦେଖିବେ... ଆଖୁ ବୁଦା, କଦଳୀ ଗଛ, ତାଳପତ୍ର, ନଡିଆ... ପ୍ରକୃତି କୋଳରେ ବଢୁଥିବା ଆଦିବାସୀଙ୍କ ଜାବତୀୟ ଚଳନି... ସବୁର ନିଚ୍ଛକ ପ୍ରତିଫଳନ ଏଇଠି ।
ସେମିତି ଚୋରାବାଗାନ୍ ଅଞ୍ଚଳର ଆଉ ଏକ ଆକର୍ଷଣୀୟ ପୂଜା ପେଣ୍ଡାଲ । ଏଠି ଅନୁଭୂତିର ଥିମ୍ । ଅର୍ଥାତ୍- ପ୍ରକୃତିର ସବୁତକ ଉପାଦାନ ଆମକୁ ଶିଖାଉଛି ଜୀବନ ଜିଇଁବାର କଳା । ଯେମିତି ପୂଜା ପେଣ୍ଡାଲ ସାରା ମାଟିକୁ ଖସୁଥିବ, ଏବଂ ଆକାଶକୁ ଉଠୁଥିବା ଏ ବର୍ଷା ବୁନ୍ଦା...ସଂଘର୍ଷ ଓ ଜଞ୍ଜାଳକୁ ଦର୍ଶାଉଥିବା ବୁଢ଼ିଆଣୀ ଜାଲ ଭଳି ଏ ଅଡୁଆ ସୂତା...ଏବଂ ବର୍ଷା ବୁନ୍ଦାର ସ୍ପର୍ଶରେ ପେଣ୍ଡାଲର ବିଭିନ୍ନ ସ୍ଥାନରେ ଥିବା ମାଆଙ୍କ ସବୁଠୁ ପ୍ରିୟ ୧୦୮ଟି ପଦ୍ମଫୁଲ ଫୁଟିବା ଭଳି, ଯାବତୀୟ ଖରାପ ସମୟରୁ ମୁକୁଳିବାର ପନ୍ଥା...ସାଜସଜ୍ଜା, ବାର୍ତ୍ତା ଏତେ ଚମତ୍କାର ଯେ, ଯିଏ ଦେଖୁଛି ସିଏ ତାଜୁବ୍ ହେଉଛି ।
ସବୁଠି ନିଆରା, ସବୁଠି ଏକକୁ ଆରେକବଳି ଥିମ୍, ସାମାଜିକ ବାର୍ତ୍ତା । ଇଏ ତ କୋଲକାତା ଦୂର୍ଗାପୂଜାର ସ୍ୱତନ୍ତ୍ରପଣ ।
]]>କଳା ଓ କାରୁକାର୍ଯ୍ୟର ସହର କୋଲକାତା । ପ୍ରତି ଶହେ ମିଟରରେ ମା'ଙ୍କ ମେଢ । ହେଲେ ଇଏ ଏମିତି ସେମିତି ପୂଜା ପେଣ୍ଡାଲ ନୁହେଁ । ସବୁଠି ନୂଆ ଥିମ୍, ନିଆରା ପୂଜା । ଆଉ ସେହି ଥିମରେ ରହିଛି ଲୋକଙ୍କ ପାଇଁ ବାର୍ତ୍ତା, ପ୍ରକୃତି ସୁରକ୍ଷାର ସନ୍ଦେଶ ।
ବାଉଁଶରେ ଘର, ମାଟିର ସୁରେଇ, ଘର ଚଟିଆଙ୍କ ବସା ସାଙ୍ଗକୁ ମହୁଫେଣା । ବୃକ୍ଷ, ଜଳ, ଅଗ୍ନି, ଆକାଶ ଓ ଧରିତ୍ରୀର ସୁରକ୍ଷା ନେଇ ପୂଜା ପେଣ୍ଡାଲରେ ଦିଆଯାଇଛି ମନୁଷ୍ୟ ଅସ୍ଥିତ୍ୱର ସନ୍ଦେଶ । ମଣିଷର ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହକୁ ସ୍ଥାନ ଦେଇ ଲୋକଙ୍କୁ ଭଲ ଓ ମନ୍ଦର ବାର୍ତ୍ତା ଦେଇଛି ପୂଜା କମିଟି । ଦେବୀ ଦୁର୍ଗାଙ୍କ ମୂର୍ତ୍ତି ପଛରେ କାହାଣୀ ବି ରହିଛି । ମୃଣ୍ମୟୀ ମୂର୍ତ୍ତିରେ ଦେବୀଙ୍କ ଆବାହନ ପାଇଁ ରହିଛନ୍ତି ବିଭିନ୍ନ ଦେବଦେବୀ । ଆଉ ଦଶଭୂଜା, ମହିଷାମର୍ଦ୍ଦିନୀ ହାତ ମେଲାଇ ସୁରକ୍ଷା ଦେଉଛନ୍ତି ସାରା ଜଗତକୁ । କୋଲକାତାର ହାଜାର ହାତ୍ କାଳୀତାଲା ପୂଜା କମିଟିର ଏ ପ୍ରୟାସ, ଯିଏ ଦେଖୁଛି, ତାଜୁବ ହୋଇଯାଉଛି ।
ଏଠି ମାଆଙ୍କ ପାଇଁ ତିଆରି ହୋଇଛି ମନ୍ଦିର । ସଂପୂର୍ଣ୍ଣ ରାଜକୀୟ ଶୈଳୀରେ କୋଲକାତାର ନ୍ୟୁ ଟାଉନରେ ପ୍ରସ୍ତୁତ ହୋଇଛି ମା ଦୁର୍ଗାଙ୍କ ପୀଠ । ଅବିକଳ ମନ୍ଦିରର ରୂପ ଦିଆଯାଇଛି ପୂଜା ପେଣ୍ଡାଲକୁ । ଭବ୍ୟ ଓ ଆକର୍ଷଣୀୟ ଏହି ମଣ୍ଡପକୁ ଭିନ୍ନ ଅନୁଭୂତି ଦେଉଛି କାଚର କାନ୍ଥ । ତେବେ ଏଠି ମାଆ, ମହିଷାଶୁରଙ୍କୁ ବଧ କରୁନାହାନ୍ତି ବରଂ ଦେଖିବାକୁ ମିଳିଛି ମାଆଙ୍କ ଶାନ୍ତି ଓ ସୌମ୍ୟ ଭାବ ଓ ରୂପ ।
ଝାଟି ମାଟିର ଚାଳ ଛପର ଘରେ ଗୋବର ଲେପ ସାଙ୍ଗକୁ ବାଉଁଶ ଓ ବେତରେ ତିଆରି ମାଆଙ୍କ ଭବ୍ୟ ମଣ୍ଡପ । କେଉଁଠି ଲଣ୍ଠନ ଜଳୁଛି ତ କେଉଁଠି ଦୀପର ଆଲୁଅ । ତା’ ଭିତରେ ପୂଜା ପାଉଛନ୍ତି ମା ଦଶଭୂଜା । ଭବ୍ୟ ଓ ଚିତ୍ତାକର୍ଷକ ମହାମାୟାଙ୍କ ମୃଣ୍ମୟୀ ପ୍ରତିମା । ଦେଖିବା ଲୋକର ଆଖି ପଲକ ପଡୁନି କି ମନ ଭରୁନି । ସେପଟେ ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ ବର୍ଜନର ବାର୍ତ୍ତା । ପ୍ଲାଷ୍ଟିକ ହେଉ କି ପଲିଥିନ୍, ପରିବେଶ ଓ ଜୀବଜନ୍ତୁଙ୍କ ପ୍ରତି ଏହା କେତେ ବିପଦପୂର୍ଣ୍ଣ, ନିଖୁଣ କାରୁକାର୍ଯ୍ୟରେ ଦର୍ଶାଇଛି ବାଗାନ ଖାଲୁର ଯୁବ ସଂଘ କ୍ଲବ୍ ।
ଯେଉଁଠିକି ଆଖି ବୁଲାଇବେ ନିଆରା ପୂଜା ପେଣ୍ଡାଲ, ମାଆଙ୍କ ଆଖି ଝଲସିଲା ଭଳି ମୂର୍ତ୍ତି । ସାଜସଜ୍ଜା ସବୁଠୁ ଭିନ୍ନ, ସବୁଠୁ ଆକର୍ଷଣୀୟ । ଏଇ ଯେମିତି ପୁଚକା ପେଣ୍ଡାଲ । ମାନେ ଗୁପଚୁପ୍ ଆଉ ସମସ୍ତଙ୍କ ପ୍ରିୟର ଗୋଲଗପ୍ପା । ପୁରା ପେଣ୍ଡାଲରେ ସଜେଇ ହୋଇଛି ୫୦ ହଜାରରୁ ଅଧିକ ଗୁପଚୁପ୍ । ଏଣ୍ଟ୍ରି ଗେଟରେ ଖୋଲିଛି ଗୁପଚୁପ୍ ଷ୍ଟଲ୍ । ପ୍ରତି ପେଣ୍ଡାଲରେ ବାରି ହୋଇ ପଡୁଛି କୋଲକାତା କାରିଗରଙ୍କ ହାତର ଯାଦୁ ଓ ଶିଳ୍ପୀଙ୍କ କଥାକୁହା ତଥା ଜୀବନ୍ତ ମୂର୍ତ୍ତି । ଏପରିକି ସହରର ଗହଳି ରାସ୍ତାରେ ଗଡୁଥିବା ଟ୍ରାମ ବି ନେଇଛି ପୂଜା ପେଣ୍ଡାଲର ରୂପ ।
କୋଲକାତାରୁ କ୍ୟାମେରାମେନ୍ ପ୍ରଶାନ୍ତଙ୍କ ସହ ପାର୍ଥ ପାଲ ଓ ପ୍ରସନ୍ନଜିତ୍ ରାୟଙ୍କ ରିପୋର୍ଟ ଓଟିଭି..
]]>ଆଉ ଯଦି ସେମାନେ ସେମାନଙ୍କ ବିବାହ ପ୍ରମାଣପତ୍ରକୁ ରଦ୍ଦ ନକରନ୍ତି ତେବେ ଆଇନ୍ଗତ ଅସୁବିଧାରେ ପଡ଼ିବେ । ତେଣୁ ସେମାନେ ସେମାନଙ୍କ ବିବାହ ପ୍ରମାଣପତ୍ରକୁ ରଦ୍ଦ କରିବା ସହ ପୁଣି ଥରେ ନିୟମ ଅନୁସାରେ ବିବାହ କରିବେ ବୋଲି ଜଣାପଡ଼ିଛି ।
ଏପରି ଏକ ଘଟଣା ପଶ୍ଚିମବଙ୍ଗରୁ ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ କରୋନା ସମୟରେ ୮,୦୦୦ରୁ ଅଧିକ ବିବାହ ହୋଇଥିଲା । ବିବାହ ସମୟର ପ୍ରମାଣପତ୍ରରେ ବିବାହ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ କିଛି ଅସଙ୍ଗତି ଦେଖିବାକୁ ମିଳିଛି । ଯାହାକି ଏକ ବଡ଼ ତ୍ରୁଟି ବୋଲି କୁହାଯାଇଛି । ସେଥିମଧ୍ୟରୁ ୧୫ଟି ବିବାହ ସାର୍ଟିଫିକେଟ୍ରେ ସଂଶୋଧନ କରାଯାଇପାରିବ ନାହିଁ । ତ୍ରୁଟି ଥିବା ୧୫ଟି ବିବାହ ସାର୍ଟିଫିକେଟ୍ ମଧ୍ୟରୁ ୧୨ ଜଣ ଦମ୍ପତି ହିନ୍ଦୁ ରହିଛନ୍ତି ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ୧୫ଜଣଙ୍କ ବିବାହ ପ୍ରମାଣପତ୍ର ଆଇନଗତ ଭାବରେ ସନ୍ଦେହଜନକ । ଉଦାହରଣ ସ୍ୱରୂପ, କେତେକ ସାକ୍ଷୀଙ୍କ ନାଁ 'ABC' ଉଲ୍ଲେଖ ରହିଛି । କିଛି ସାକ୍ଷୀଙ୍କ ଠିକଣା ଓ ଫୋନ୍ ନମ୍ବର ନାହିଁ । ଏହା ବ୍ୟତୀତ ବିବାହ ରେଜିଷ୍ଟ୍ରାର ଗୁଡ଼ିକରେ ମଧ୍ୟ ଅନେକ ତ୍ରୁଟି ରହିଛି ।
ଯେହେତୁ ଦମ୍ପତିମାନଙ୍କର ବିବାହ ସରିଛି ଓ ବିବାହ ପ୍ରମାଣପତ୍ରରେ ବଡ଼ ତ୍ରୁଟି ରହିଛି, ତେଣୁ ନୂତନ ପ୍ରମାଣପତ୍ର ପାଇବାକୁ ହେଲେ ଜିଲ୍ଲା କୋର୍ଟରେ ସେମାନଙ୍କର ପୁଣି ଥରେ ବିବାହ କରିବାକୁ ନିର୍ଦ୍ଦେଶ ରହିଛି ।
]]>ସଲମାନ-ମମତାଙ୍କ ଏହି ସାକ୍ଷାତ ସମୟରେ ସଲମାନଙ୍କୁ ଦେଖିବାକୁ ପ୍ରଶଂସକମାନେ ଭିଡ ଜମାଇଥିଲା । ମମତାଙ୍କ ବାସଭବନ ସମ୍ମୁଖରେ ଏକତ୍ରିତ ହୋଇଥିଲେ ସଲମାନଙ୍କ ପ୍ରଶଂସକ । ମମତାଙ୍କ ବାସଭବନରେ ପ୍ରାୟ ୩୦ ମିନିଟ୍ ସଲମାନ ରହିଥିଲେ । ପରେ ପରେ ସଲମାନଙ୍କ ରହିବା ନେଇ ଏକ ହୋଟେଲର ବ୍ୟବସ୍ଥା କରାଯାଇଥିଲା । ଭାଇଜାନଙ୍କ ସୁରକ୍ଷା ପାଇଁ ହୋଟେଲରେ ସମସ୍ତ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ସେଠାରେ ସଲମାନ୍ଙ୍କ ଏକ ମେଗା ସୋ’ ହେବାର କାର୍ଯ୍ୟକ୍ରମ ରହିଛି । ସେଥିଲାଗି ସଲମାନ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି । ‘Da-Bangg The Tour Reloaded’ରେ ନଜର ଆସିବେ ଭାଇଜାନ୍ । ଏଥିରେ ସଲମାନଙ୍କ ବ୍ୟତୀତ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ସାମିଲ ହେବେ ।
ପୂର୍ବରୁ ଏହି ସୋ’ ଆରମ୍ଭ କରାଯିବା ନେଇ ଯୋଜନା ରହିଥିଲା । ହେଲେ ସଲମାନଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ନିକଟରେ ସଲମାନଙ୍କୁ ହତ୍ୟା କରାଯିବାନେଇ ଧମକ ଆସିଥିଲା । ଇମେଲ୍ ଜରିଆରେ ଜଣେ ଡାକ୍ତରୀ ଛାତ୍ର ଧମକ ଦେଇଥିଲେ । ତା’ ପୂର୍ବରୁ ମଧ୍ୟ ସଲମାନଙ୍କୁ ଅନ୍ୟଜଣେ ଧମକ ଦେଇଥିଲେ । ଯାହାକୁ ନେଇ ପୋଲିସ ଏବେ ବି ତଦନ୍ତ ଜାରି ରଖିଛି ।
]]>୭୩ ବର୍ଷ ଧରି ତ୍ରିକୋଣ ପାର୍କ ଅଞ୍ଚଳରେ ଦୁର୍ଗାପୂଜା ପାଳନ ହେଉଛି । ହେଲେ ସବୁଥର ପରି ଏଥର କୌଣସି ଭିଆଇପି କିମ୍ବା ନେତାମନ୍ତ୍ରୀଙ୍କ ଦ୍ୱାରା ପୂଜା ମଣ୍ଡପକୁ ଉଦଘାଟନ କରାଯାଇ ନାହିଁ ବରଂ ଗଳିର କୁନି କୁନି ପିଲାଙ୍କ ଦ୍ୱାରା ମା’ଙ୍କ ଆବାହନ କରାଯାଇଛି ।
ପୂଜା ମଣ୍ଡପର ସଭାପତି କହିଛନ୍ତି, ମା’ ଦୁର୍ଗାଙ୍କ ସ୍ୱାଗତ କରିଥିବା ପିଲାମାନେ ଯାଦବପୁର ରେଳ ଷ୍ଟେସନ ପାଖରେ ଥିବା ଅସ୍ଥାୟୀ ବସ୍ତିରେ ରୁହନ୍ତି । କାହାର ଘର ଅଛି ତ ଆଉ କିଏ ପଲିଥିନ୍ ତଳେ ଶୋଉଛି । ହେଲେ କୁନି କୁନି ପିଲାମାନେ ଏଥର ଦୁର୍ଗାପୂଜାରେ ସକ୍ରିୟ ଅଂଶଗ୍ରହଣ କରି ଏହି ପର୍ବର ଆନନ୍ଦକୁ ଦ୍ୱିଗୁଣିତ କରିଛନ୍ତି । ଉଚ୍ଚନୀଚ୍ଚ ଭେଦଭାବରୁ ଉର୍ଦ୍ଧ୍ୱକୁ ଯାଇ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ପ୍ରତିବର୍ଷ ୪୦ ହଜାର ପେଣ୍ଡାଲରେ ପୂଜା ହେଉଛି । କେବଳ କୋଲକେତାରେ ଏହି ସଂଖ୍ୟା ୩ ହଜାର ରହିଛି । ପୂଜା ଯୋଗୁ ରାଜ୍ୟରେ ୩ରୁ ୪ ମାସ ଆର୍ଥିକ କାରବାର ବେଶ ଭଲ ରହିଥାଏ । ପୂଜା ବଜାର ୩ରୁ ୪ ମାସ ତଳକୁ ଆରମ୍ଭ ହୁଏ। ଏହାର ପ୍ରସ୍ତୁତ ଓ କାମରେ ପ୍ରାୟ ଅଢ଼େଇରୁ ୩ ଲକ୍ଷ ଲୋକ ସାମିଲ ହୋଇ ରୋଜଗାର କରିବାକୁ ସକ୍ଷମ ହୁଅନ୍ତି। ପୂଜା କମିଟି ଗୁଡ଼ିକ ଛୋଟଛୋଟ ଉଦ୍ୟୋଗ ଭାବେ କାମ କରିବା ସହ ଅନ୍ୟମାନଙ୍କୁ ନିଯୁକ୍ତି ଦିଅନ୍ତି।”
]]>ବିଜେପିର ନବାନ ଚଲୋ ଅଭିଯାନରେ ଯୋଗ ଦେବା ପାଇଁ ବହୁ ସଂଖ୍ୟାରେ ବିଜେପି କର୍ମୀମାନେ ଟ୍ରେନ୍ ଯୋଗେ କୋଲକତା ଅଭିମୁଖେ ଆସିଥିଲେ । ତେବେ ସେମାନଙ୍କୁ ଅଟକାଇବା ପାଇଁ ପୋଲିସ ରେଳ ଷ୍ଟେସନ ରାସ୍ତାରେ ବାରିକେଡ୍ ବସାଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ବିଜେପି କର୍ମୀଙ୍କୁ ଅଟକାଇବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ୍ ଓ ପାଣି ମାଡ଼ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା ।
ନବାନ ଚଲୋ ଅଭିଯାନବେଳେ ହିଂସାତ୍ମକ ସ୍ଥିତି ଉପୁଜିଥିଲା । କେତେକ ସ୍ଥାନରେ ବିଜେପି କର୍ମୀମାନଙ୍କୁ ଅଟକାବାକୁ ଯାଇ ପୋଲିସ ଗୋଡାଇ ଗୋଡାଇ ଲାଠିରେ ପିଟୁଥିବା ଦେଖିବାକୁ ମିଳିଥିଲା । ସେହିପରି ବିଜେପି କର୍ମୀ ମଧ୍ୟ ପୋଲିସ ସହ ବ୍ୟାରିକେଡ ଡେଇଁ ଧସ୍ତାଧସ୍ତି ହୋଇଥିଲେ । ହାୱଡ଼ାରେ ଅଧିକ ହିଂସାତ୍ମକ ସ୍ଥିତି ଦେଖିବକୁ ମିଳିଥିଲା । ହାୱଡାରେ ଏକ ପୋଲିସ ଭ୍ୟାନକୁ ବିଜେପି କର୍ମୀମାନେ ପୋଡିଦେଇଥିଲେ ।
ତୃଣମୂଳ କଂଗ୍ରେସ ସରକାର ଦୁର୍ନୀତି କରୁଥିବା ଅଭିଯୋଗ କରି ପଶ୍ଚିମବଙ୍ଗ ବିଜେପି ପ୍ରତିବାଦ ପଦଯାତ୍ରା କରିଛି । ପଦଯାତ୍ରାରେ ଯୋଗ ଦେବା ପୂର୍ବରୁ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରେ ବେଙ୍ଗଲ ପୋଲିସ ସେମାନଙ୍କୁ ଜୋର ଜବରଦସ୍ତ ଅଟକାଇଥିବା ବିଜେପି ଅଭିଯୋଗ କରିଛି । ଏପରିକି ଏହି ରାଲିକି ଯେତିକି ଆସିବା କଥା ତାର ମାତ୍ର ୩୦ ପ୍ରତିଶତ ଆସିଥିବା ବିଜେପି ପକ୍ଷରୁ କୁହାଯାଇଛି । ରାଲିକୁ ଭଣ୍ଡୁର କରିବାକୁ ମମତା ସରକାର ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଥିବା ବିଜେପି କହିଛି ।
]]>
ସବୁଠାରୁ ବଡ଼ କଥା, ବୃଦ୍ଧ ଦମ୍ପତି ଯେଉଁ ଫ୍ଲାଟ୍ରେ ରହୁଥିଲେ ଏହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘର ପାଖରେ। ଯାହାକି ହାଇ ସିକ୍ୟୁରିଟି ଜୋନ୍। ପୁରା ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାବେଳେ କିଭଳି ଭାବେ ଓ କେଉଁ ପରିସ୍ଥିତି ଏଭଳି ଘଟଣା ଘଟିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦମ୍ପତିଙ୍କ ଅତି ନିକଟର ସେମାନଙ୍କୁ ହତ୍ୟା କରିଥିବା ପୋଲିସ୍ ସନ୍ଦେହ କରୁଛି।
ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି, ଯେଉଁମାନେ ଦମ୍ପତିଙ୍କ ଘରକୁ ଆସିଥିଲେ, ସେମାନେ ଦମ୍ପତିଙ୍କୁ ଜାଣିଥିଲେ। ରେଶ୍ମି ହୁଏତ କବାଟ ଖୋଲିଥିଲେ। ଘର ଭିତରୁ ଗୁଳି ଫୁଟା ଯିବା ଶବ୍ଦ ମଧ୍ୟ ଶୁଭିଥିଲା। ଏହାସହ ଘର ଭିତରୁ ବୁଲେଟ୍ ମିଳିଛି। ଷ୍ଟକ୍ ମାର୍କେଟ୍ରେ ଟଙ୍କା ଲଗାଇବା ପାଇଁ ଦମ୍ପତି ଲୋନ୍ ଆଣିଥିବା କୁହାଯାଉଛି। ହୁଏତ ଏଥିପାଇଁ ସେମାନଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି କୁହାଯାଉଛି। ଏଦିଗରେ ମଧ୍ୟ ପୋଲିସ୍ ତଦନ୍ତ କରୁଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛିଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ ସହ ଦମ୍ପତିଙ୍କର ପାଟିତୁଣ୍ଡ ହୋଇଥିଲା। ପୋଲିସ୍ ଦମ୍ପତିଙ୍କ ମୋବାଇଲ୍ ଫୋନ୍ ଜବତ କରିବା ସହ କଲ୍ ରେକର୍ଡ ଯାଞ୍ଚ କରୁଛି। ଏହାସହ ଘଟଣାର ତଦନ୍ତ ଜାରି ରହିଛି।
]]>ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ଦିଦି ହାରିବା ପରେ ଭବାନୀପୁର ଆସନରୁ ନାମାଙ୍କନ କରିବେ ଦିଦି। ସମ୍ବିଧାନର ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀ ହେବାକୁ ହେଲେ ସେହି ରାଜ୍ୟର ବିଧାନସଭା କିମ୍ବା ବିଧାନ ପରିଷଦରୁ ନିର୍ବାଚିତ ହେବାର ଆବଶ୍ୟକତା ରହିଛି। ଯେହେତୁ ଦିଦି ପୂର୍ବରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଛନ୍ତି ତେଣୁ ଯେନତେନ ପ୍ରକାରରେ ଭବାନୀପୁର ଆସନରୁ ଦିଦିଙ୍କୁ ବିଜୟ ହେବା ଦରକାର। କେମିତି ନିର୍ବାଚନ ଜିତିବେ ଦିଦି ସେନେଇ ପୂରା ରଣନୀତି ପ୍ରସ୍ତୁତ ହୋଇଛି। ସୂଚନା ଅନୁସାରେ, ନାମାଙ୍କନ ଦାଖଲ ହେବା ପୂର୍ବରୁ ପ୍ରଚାର ମୈଦାନକୁ ଖୋଦ୍ ଓହ୍ଲାଇଛନ୍ତି ଦିଦି। ଟିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କାଲି ଅପରାହ୍ନ ୩ଟାରୁ ଭବାନୀପୁରରେ ଏକ ଦଳୀୟ ସଭାର ଆୟୋଜନ କରାଯାଇଛି ଆଉ ଏହି ସଭାରୁ ହିଁ ପ୍ରଚାର ଆରମ୍ଭ ହେବ ବୋଲି ଜଣାଯାଇଛି। ନିଜ ପଦ ବଜାୟ ରଖିବାକୁ ହେଲେ ଭବାନୀପୁର ଆସନରେ ଦିଦିଙ୍କୁ ବିଜୟ ହେବାର ପଡ଼ିବ।
ଟିଏମସିର ଶୋଭନଦେବ ଚାଟୋପାଧ୍ୟାୟ ଭବନପୁରରୁ ଜିତିଥିଲେ। ସେ କିନ୍ତୁ ଏଠାରୁ ଇସ୍ତଫା ଦେବା ପରେ ଏଠାରେ ଉପନିର୍ବାଚନ ହେଉଛି। ସେପ୍ଟେଟର ୩୦ରେ ଭବାନୀପୁର ସହ ମୁର୍ସିଦାବାଦ ଜିଲ୍ଲାର ଦୁଇଟି ଆସନ- ସାମସରଗଞ୍ଜ ଏବଂ ଜାଙ୍ଗିପୁରର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।
]]>ବୋମାଗୁଡ଼ିକୁ ପଶ୍ଚିମବଙ୍ଗ ପୋଲିସକୁ ଜିମା କରାଯାଇଛି । ଏହି ଘଟଣାରେ ପଶ୍ଚିମବଙ୍ଗ ପୋଲିସ ଏବେ କୌଣସି ପ୍ରତିକ୍ରିୟା ଦେବାକୁ ପ୍ରସ୍ତୁତ ନୁହେଁ । ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନର ଅଜୟ କୁମାର ଠାକୁର କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଏନେଇ କିଛି କୁହାଯାଇପାରିବ ନାହିଁ । ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଛି । ତଦନ୍ତ ପରେ କିଛି କୁହାଯାଇପାରେ । ଜଣେ ସନ୍ଦିଗ୍ଧଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି ।
ପଶ୍ଚିମବଙ୍ଗର ପାନାଗଡ଼ରେ ଆର୍ମି ବେସ୍ ରହିଛି । ଗୁଇନ୍ଦା ବିଭାଗ ପକ୍ଷରୁ ତାଙ୍କୁ ଏହି ସୂଚନା ପ୍ରାପ୍ତ ହୋଇଥିଲା । ତାଙ୍କୁ ଖବର ଦିଆଯାଇଥିଲା ଯେ, ବସ୍ରେ ଏକ କଳା ବ୍ୟାଗ୍ରେ ଦେଶୀ ବୋମା ଲୁଚାଇ ରଖାଯାଇଛି । ଆଉ ସେଗୁଡ଼ିକୁ ବିହାର ନିଆଯାଉଛି । ଏହି ଖବର ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତେବେ ଯେଉଁ ବ୍ୟାଗ୍ରେ ବମ୍ ଥିଲା ସେଥିରୁ ଏକ ଚିଠି ମିଳିଛି । ଯାହା ପାଖକୁ ଏହି ବମ୍ ପଠାଯାଉଥିଲା, ତାର ନାଁ ଏହି ଚିଠିରେ ଲେଖାଯାଇଛି । ଏହା ସହିତ ବୋମାର ରେଟ୍ ମଧ୍ୟ ଲେଖାଯାଇଥିଲା ।
ପୋଲିସର କହିବାନୁଯାୟୀ ବମ୍ ଭର୍ତ୍ତି ବ୍ୟାଗ୍ରୁ ଯେଉଁ କାଗଜ ମିଳିଥିଲା, ସେଥିରେ କୋଡ୍ ୱାର୍ଡରେ ଏକ ନମ୍ବର ୧୨୪୬୧ ଲେଖାଯାଇଛି । ସେହି କାଗଜରେ ଆହୁରି ମଧ୍ୟ ଲେଖାଯାଇଥିଲା ଯେ, ଗୋଟିଏ ବୋମାର ଦାମ୍ ଏକ ହଜାର ଟଙ୍କା । ଆର୍ଥାତ ବ୍ୟାଗ୍ରେ ୩୦ଟି ବୋମା ରହିଥିଲା ମାନେ ଏହାର ଦାମ୍ ୩୦ ହଜାର ଟଙ୍କା । ଖାଲି ସେତିକି ନୁହେଁ ବୋମା ପାଇଁ ୫୦୦୦ ଟଙ୍କା ଆଡ୍ଭାନ୍ସ ଦିଆଯାଇଥିବା ମଧ୍ୟ କାଗଜରେ ଲେଖାଯାଇଛି ।
]]>ସେହିଭଳି ଗତ ଜୁଳାଇ ୨୯ ତାରିଖରେ ମଧ୍ୟ ଜଣେ ଚିଟ୍ଫଣ୍ଡ ଲୁଟେରାକୁ ଗିରଫ କରିଥିଲା ପୋଲିସ । ୮ ବର୍ଷ ଧରି ଫେରାର ଥିବା ଚିଟ ଫଣ୍ଡ ଠକେଇ ଅଭିଯୁକ୍ତକୁ ଉତ୍ତର ପ୍ରଦେଶର ବରେଲିରୁ ଗିରଫ ହୋଇଥିଲା । ଅଭିଯୁକ୍ତକୁ ଗିରଫ କରିଥିଲା ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତର ନାଁ ଦିଲୀପ କୁମାର ଜୈନ । ତାଙ୍କ ଘର ରାଜସ୍ଥାନର ବିକାନରରେ । ୨୦୧୦ରୁ ୨୦୧୩ ମଧ୍ୟରେ ସେ ଓଡିଶାରେ ଇଣ୍ଟର ଓସେନ ବିଦେଶ ଲିମିଟଡ ନାମରେ ଏକ କମ୍ପାନୀ ଖୋଲି ବ୍ୟବସାୟ ଆରମ୍ଭ କରିଥିଲେ ।
ଜମା ଅର୍ଥ ଦ୍ୱିଗୁଣିତ ହେବା ଲୋଭ ଦେଖାଇ ଲୋକଙ୍କଠାରୁ ବିଭିନ୍ନ ସ୍କିମରେ ଡିପୋଜିଟ୍ କରାଇଥିଲେ । ହେଲେ ମାଚ୍ୟୁରିଟି ପୂର୍ବରୁ କମ୍ପାନୀ ବନ୍ଦ କରି ୨୦୧୩ ମସିହାରୁ ଫେରାର ଥିଲେ । ତାଙ୍କ ବିରୁଦ୍ଧରେ ୨ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ପୋଲିସ ସହାୟତାରେ ତାକୁ ଗିରଫ କରାଯାଇଥିବା EOW ସୂଚନା ଦେଇଥିଲା । ବରେଲିରୁ ତାକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଥିଲା ପୋଲିସ ।
ତେବେ ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ଚିଟ୍ଫଣ୍ଡ ଠକେଇର ଶିକାର ହୋଇଛନ୍ତି । ସେମାନେ ନିଜର ଜୀବନର ସବୁ ସଞ୍ଚୟ ହରାଇଥିଲେ ବି ଏବେ ସୁଦ୍ଧା ତାଙ୍କୁ ନ୍ୟାୟ ମିଳିପାରି ନାହିଁ । ସେପଟେ ସରକାର ମଧ୍ୟ ଚୁପ୍ ବସିଛନ୍ତି କହିଲେ ଚଳେ । ଗରିବ ଓ ମଧ୍ୟବିତ ଲୋକମାନଙ୍କୁ ଟଙ୍କା ଦ୍ୱିଗୁଣା ହେବାର ଲୋଭ ଦେଖାଇ, ଲକ୍ଷ ଲକ୍ଷ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟିଛନ୍ତି ଏହି ଚିଟ୍ଫଣ୍ଡ ଲୁଟେରା ମାନେ । ବାରମ୍ବାର ଆନ୍ଦୋଳନ, ବିକ୍ଷୋଭ କରିବା ସହ ସ୍ଥାନୀୟ ପ୍ରଶାସନ ଓ ପୋଲିସର ଦ୍ୱାରସ୍ଥ ହୋଇଥିଲେ ବି କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ମିଳିପାରି ନାହିଁ ।
ଲୋକଙ୍କୁ ନ୍ୟାୟ ଦେବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ସବୁ କମିଟି ଗଠନ କରାଯାଇଥିଲା ତାହା ମଧ୍ୟ ଏବେ ଶିଥିଳ ପ୍ରାୟ ଜଣାପଡ଼ୁଛି । ତେବେ ଆଗକୁ ସେହି ଗରିବ କ୍ଷତିଗ୍ରସ୍ତଙ୍କ ଅବସ୍ଥା କ’ଣ ହେବ, ତାଙ୍କୁ ନ୍ୟାୟ ମିଳିବ କି ନାହିଁ ତାହା ସମୟ କହିବ ।
]]>କୋଲକାତାର ଜଣେ ୪୬ ବର୍ଷୀୟ ବ୍ୟକ୍ତି ଦୀର୍ଘ ତିନି ବର୍ଷ ଧରି ନିଜ ମା’ଙ୍କ ମୃତଦେହକୁ ଫ୍ରିଜ୍ରରେ ଲୁଚାଇ ରଖିଥିବା ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଚକିତ କରିଛି।
ଏନେଇ ପୋଲିସ୍କୁ ଖବର ମିଳିବା ପରେ ସୁବ୍ରତ ରହୁଥିବା ଦୁଇ ମହଲା ବିଶିଷ୍ଟ ଉକ୍ତ ଘରେ ଚଢାଉ କରି ଉକ୍ତ ମହିଳାଙ୍କ ମୃତଦେହକୁ ଜବତ କରିବା ସହ ବାପ ଓ ପୁଅଙ୍କୁ ଗିରଫ କରି ପଚରାଉଚୁରା ଚଳାଇଛି।
ସୁବ୍ରତ ମଜୁମ୍ଦାର ନାମକ ଜଣେ ବ୍ୟକ୍ତି ନିଜ ମା’ଙ୍କ ପେନ୍ସନ୍ ପାଇବା ପାଇଁ ଏଭଳି କାଣ୍ଡ କରିଛନ୍ତି। ମା’ଙ୍କ ଆଙ୍ଗୁଠିର ଟିପଚିହ୍ନ ଆଣିବାପାଇଁ ସେ ମୃତଦେହକୁ ଲୁଚାଇ ରଖିଥିଲେ। ଦକ୍ଷିଣ କୋଲକାତାର ବେହେଲା ଅଞ୍ଚଳରେ ଘଟିଛି ଏଭଳି ବିଚିତ୍ର ଘଟଣା।
ଘଟଣାର ତଦନ୍ତ ପରେ ଜଣାପଡ଼ିଥିଲା ଯେ, ପ୍ରାୟ ୩ ବର୍ଷ ତଳେ ଏକ ଘରୋଇ ହସ୍ପିଟାଲରେ ସୁବ୍ରତଙ୍କ ମା ବୀଣା ମଜୁମଦାରଙ୍କ ମୃତ୍ୟୁ ଘଟିଥିଲା। ହେଲେ ସୁବ୍ରତ ତାଙ୍କ ମୃତଦେହ ସତ୍କାର କରି ନ ଥିଲେ। ସେ ସେବେଠୁ ଫ୍ରିଜରେ ବିଭିନ୍ନ ରାସାୟନିକ ପଦାର୍ଥ ଦେଇ ସଂରକ୍ଷିତ କରି ରଖିଥିଲେ। କାରଣ ବୀଣାଙ୍କ ୫୦ ହଜାର ଟଙ୍କା ପେନ୍ସନ୍ ଉପରେ ସୁବ୍ରତଙ୍କ ଥିଲା ଆଖି। ଯେହେତୁ ସୁବ୍ରତ କିଛି କାମ କରୁନଥିଲେ, ବେକାର ଥିଲେ ତେଣୁ ସେ ଚାହୁଁଥିଲେ କି ଅତି ସହଜ ଉପାୟରେ କିଭଳି ଭାବରେ ଏହି ପେନ୍ସନ୍କୁ ହାସଲ କରିହେବ।
ତେବେ ଏଠାରେ ସବୁଠୁ ଆଶ୍ଚର୍ଯ୍ୟ ଘଟଣା ହେଉଛି ସୁବ୍ରତଙ୍କ ଏହି କାର୍ଯ୍ୟକଳାପ ତାଙ୍କ ପିତା ଗୋପାଳ ଚନ୍ଦ୍ର ମଜୁମଦାରଙ୍କୁ ଜଣାଥିଲେ ମଧ୍ୟ ସେ ଚୁପ୍ ରହୁଥିଲେ।। ଗୋପାଳଙ୍କ ବୟସ ପାଖାପାଖି ୯୦। ଉଭୟ ଗୋପାଳ ଓ ବୀଣା ଏଫ୍ସିଆଇରେ କାମ କରୁଥିଲେ। ତେବେ ବୀଣାଙ୍କ ଜୀବନ ଫେରାଇ ଆଣିବା ପାଇଁ ମୃତଦେହକୁ ଫ୍ରିଜରରେ ରଖିଥିବା କଥା ସୁବ୍ରତ ଜଣାଇଥିଲା ବୋଲି ପୋଲିସ୍ ଆଗରେ ଗୋପାଳ କହିଛନ୍ତି।
କୋଲକାତାର ଏକ ଇଂଲିଶ ମିଡ଼ିୟମ୍ ସ୍କୁଲରୁ ପାଠପଢ଼ା ସାରି ସୁବ୍ରତ ଟାଙ୍ଗରା ସ୍ଥିତ ସେଣ୍ଟ୍ରାଲ ଲେଦର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ରୁ ଡିଗ୍ରୀ ହାସଲ କରିଥିଲେ। ପରେ ଏକ ଲେଦର କମ୍ପାନୀରେ ସେ ଚାକିରୀ ପାଇଲେ। ମାତ୍ର ପରେ କମ୍ପାନୀରୁ ବାହାରି ନିଜେ ଏକ ବ୍ୟବସାୟ ଆରମ୍ଭ କରିଥିଲେ। ମାତ୍ର ବ୍ୟବସାୟରେ ସଫଳତା ନ ପାଇବାରୁ ଦୀର୍ଘ ୩ ବର୍ଷ ହେଲା ସୁବ୍ରତ ବେକାର ଥିଲେ।
]]>ସେପଟେ ଦିଲ୍ଲୀରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ସହରର ବିଭିନ୍ନ ଅଂଚଳରେ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡିଛି । ଫିରୋଜ ସାହା ରୋଡ, ତାଲକୋଟରା, ଶାସ୍ତ୍ରୀଭବନ ଇତ୍ୟାଦି ଅଂଚଳରେ ଅଧିକ ବର୍ଷା ରେକର୍ଡ ହୋଇଛି । ଅନେକ ସ୍ଥାନରେ ପ୍ରବଳ ପବନ ବହିବା ସହ ବର୍ଷା ହୋଇଥିବା ଜଣାପଡିଛି । ଆଜି ମଧ୍ୟ ଦିଲ୍ଲୀରେ ଘଡଘଡି ସହ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
ସହିଭଳି ନେପାଳରେ ମଧ୍ୟ ଦେଖା ଦେଇଛି ପ୍ରଳୟଙ୍କରୀ ବନ୍ୟା । ଅଚାନକ ବନ୍ୟାପାଣି ମାଡି ଆସିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶହ ଶହ ଘର ଉପରେ ବାଲିଚରି ଯାଇଛି । ଏପରିକି ଅନେକ ସ୍ଥାନରେ ୧୫ରୁ ୨୦ ଫୁଟ ଉଚ୍ଚର କାଦୁଅ ଜମି ରହିଛି । ଗତକାଲି ଲଗାଣ ବର୍ଷା ପରେ ସିନ୍ଧୁପାଲଚୌକ ଜିଲ୍ଲାରେ ଅଚାନକ ପାଣି ମାଡି ଆସିଥିଲା । ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, କେହି କିଛି ବୁଝିବା ପୂର୍ବରୁ ସବୁ ପାଣି ସୁଅରେ ଭାସି ଯାଇଥିଲା । ଲୋକମାନେ ନିଜ ଆସବାବପତ୍ର ନେବା ପାଇଁ ମଧ୍ୟ ସମୟ ପାଇ ନଥିଲେ। ବନ୍ୟାପାଣି ମାଡିବା ପରେ କିଛି ଲୋକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ନେପାଳ ଆର୍ମି ପକ୍ଷରୁ ଯୁଦ୍ଧକାଳୀନ ଅପରେସନ ଚାଲିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଭୁଟାନ ରାଜଧାନୀ ଥିମ୍ପୁଠାରୁ ମାତ୍ର ୬୦ କିମି ଦୂର ଲୟା ପାଖରେ ଏକ ଗ୍ରାମ ସମ୍ପୂର୍ଣ୍ଣ ଧୋଇ ଯାଇଛି। ଗାଁଟି ଦୁଇଟି ପାହାଡ ମଝିରେ ଏକ ନାଳ ନିକଟରରେ ଅବସ୍ଥିତ। ଗ୍ରାମବାସୀ ରାତିରେ ଶୋଇଥିବାବେଳେ ପାଣି ମାଡି ଆସିଥିଲା। ୨ଟି ହେଲିକପ୍ଟର ଲୋକଙ୍କୁ ଉଦ୍ଧାର କରିବା କାମରେ ନିୟୋଜିତ କରାଯାଇଛି।
]]>