ଭାରତୀୟ ନୌସେନା କର୍ମଚାରୀ କାମ ସାରି ଘରକୁ ଫେରିବା ସମୟରେ ଦୁଇ ସାପ ଲଢେଇ କରୁଥିବା ଦେଖିବାକୁ ପାଇଥିଲେ । ଯେଉଁଥିରେ ସେ ଦେଖିଥିଲେ ଯେ ୫ ରୁ ୭ ଫୁଟ ଲମ୍ବର ନାଗସାପଟି ଅଜଗର ସାପକୁ ଗିଳୁଛି । ଫଳରେ ଅଜଗର ସାପଟିର ମୃତ୍ୟୁ ହୋଇଥିବା ବେଳେ ସ୍ନେକ୍ ହେଲପ ଲାଇନ ନାଗ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଛନ୍ତି ।
]]>ଏବେ ଅହିରାଜର ଏହି ଭିଡିଓଟି ଭାଇରାଲ୍ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଅହିରାଜ ସାପଟି ଜଣଙ୍କ ଗାଧୁଆ ଘରେ ପଶିଯାଇଛି। ଏଣେତେଣେ ବୁଲିବା ସହ ଟଏଲେଟ ଚାରିପଟେ ବୁଲୁଥିବା ଦେଖାଯାଉଛି। ପରେ ଏକ ଟଏଲେଟ୍ ପେପର୍ରେ ଗୁଡ଼ାଇ ହୋଇ କାନ୍ଥକୁ ଚଢ଼ିବାକୁ ଚେଷ୍ଟା କରୁଛି। ଏହି ସମୟରେ ଜଣେ ବ୍ୟକ୍ତି ଅହିରାଜର ଭିଡିଓ ସୁଟ୍ କରିଛନ୍ତି। ତେବେ ତାଙ୍କ ଆଡକୁ ଅହିରାଜ ଆସିବାରୁ ବ୍ୟକ୍ତି ଜଣକ ଗାଧୁଆ ଘର କବାଟ ବନ୍ଦ କରି ଦେଉଛନ୍ତି। ଆଉ ଏହି ବାରାଟକାୟ ସାପଟି ଗାଧୁଆ ଘର ଭିତରେ ରହିଯାଉଥିବା ଭିଡିଓର ଦେଖିବାକୁ ମିଳିଛି।
ମିଡିଆରେ ବହୁ ପ୍ରକାର ଭିଡିଓ ଭାଇରାଲ୍ ହୋଇଥାଏ। କେବେ ମଜାଦାର୍ ଭିଡିଓ ତ ପୁଣି କେବେ ଶିକ୍ଷଣୀୟ ଭିଡିଓ ଦେଖିବାକୁ ମିଳିଥାଏ। ଅନେକ ସମୟରେ ଜୀବଜନ୍ତୁଙ୍କ ଭିଡ଼ିଓ ଦେଖିବାକୁ ମିଳେ। ବହୁବାର ସାପର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
]]>ପ୍ରକୃତରେ ଜଣକ ଘରୁ ଏହି ନାଗସାପକୁ ଧରା ଯାଇଥିଲା। ଜଙ୍ଗଲରେ ଛାଡ଼ିବା ବେଳେ ଜଣାପଡ଼ିଲା ଯେ, ସାପଟି ଅଣ୍ଡା ଦେଉଛି। ଏପରିକି ବ୍ୟାଗରେ ସେ ୩ଟି ଅଣ୍ଡା ଦେଇଥିଲା। ଏହା ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା। ସାପଟି ଯେମିତି ଆରାମରେ ଅଣ୍ଡା ଦେଇପାରିବ, ତାର ବ୍ୟବସ୍ଥା କରିଥିଲା ସ୍ନେକ ହେଲ୍ପ ଲାଇନ।
ନାଗ ସାପଟି ୨୩ଟି ଅଣ୍ଡା ଦେଇଛି। କୃତ୍ରିମ ଉପାୟରେ ଏହି ଅଣ୍ଡା ଫୁଟାଇବାର ବ୍ୟବସ୍ଥା କରାଯାଉଛି ଓ ସାପକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି।
]]>ମିରିଗିଣି ଗାଁରେ ବାବୁଲି ବେହେରାଙ୍କ ଘରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ ବନବିଭାଗ କର୍ତ୍ତୃପକ୍ଷ।
]]>