ତେବେ ଏହି ଘଟଣା ପରେ ଟ୍ରକ୍ ଡ୍ରାଇଭରକୁ ବନ ବିଭାଗ ଅଟକ ରଖିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ, ବନବିଭାଗ ହାତୀକୁ ଘଉଡ଼ାଇବା ବେଳେ ଏପରି ଅଘଟଣ ଘଟିଥିବା ଅଭିଯୋଗ କରିଛି ଟ୍ରକ୍ ଡ୍ରାଇଭର୍ । ସେପଟେ ରାଜପଥର ଯେଉଁ ସ୍ଥାନରେ ହାତୀ ଅତିକ୍ରମ କରୁଛନ୍ତି ସେହି ସ୍ଥାନରେ ଗାଡ଼ି ଗୁଡିକ ଅଳ୍ପ ବେଗରେ ଯିବେ ତାହାର ବ୍ୟବସ୍ଥା କରାଯିବ ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ କହିଛନ୍ତି ।
ସେପଟେ ନୟାଗଡ଼ ରଣପୁର ବନାଞ୍ଚଳରେ ଆହତ ହାତୀର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାହାତୀଟିର ମୃତ୍ୟୁ ଘଟିଛି। ହାତୀର ଗୋଡ଼ରେ ଆଘାତ ଲାଗିଥିଲା। ଗତ ୩ ଦିନ ହେବ ଦନ୍ତା ହାତୀର ଚିକିତ୍ସା ଚାଲିଥିଲା। ନନ୍ଦନକାନନର ଏକ ବିଶେଷଜ୍ଞ ଟିମ୍ ହାତୀଟିର ଚିକିତ୍ସା କରୁଥିଲେ। ଆଜି ଭୋରରେ ହାତୀର ମୃତ୍ୟୁ ହୋଇଛି। କିଛିଦିନ ତଳେ ହାତୀଟି ଜଙ୍ଗଲରେ ଛୋଟେଇ ଛୋଟେଇ ଚାଲୁଥିବା ବେଳେ ଗ୍ରାମବାସୀମାନେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ପରେ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ଚିକିତ୍ସା କରୁଥିଲେ।
]]>ହଁ, ସେ କାଳ ଏମିତି ଯେ ଏକାବେଳକେ ନେଇଗଲା ୮ ଜୀବନ। ରାସ୍ତା କଡ଼ରେ ଠିଆ ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟୁରିଷ୍ଟ ଭ୍ୟାନର ଏ ସ୍ଥିତି ହିଁ ବୟାନ କରୁଛି କେତେ ଭୟାବହ ଥିଲା ଦୁର୍ଘଟଣା। ଘଟଣାସ୍ଥଳର ଏଇ ଦୃଶ୍ୟରୁ ଅନୁମାନ କରନ୍ତୁ କେମିତି ହୋଇଥିବ ଦୁର୍ଘଟଣା। ଭୋର ସମୟ। ଡ୍ରାଇଭର ଛଡ଼ା ଗଞ୍ଜାମ ପୁଡ଼ାମାରି ଓ ବତାଗଡ ଗାଁର ଦୁଇଟି ପରିବାରର ୨୦ ଜଣଙ୍କୁ ଧରି ତାରିଣୀ ଦର୍ଶନ ପାଇଁ ଏନଏଚ୍ ୨୦ରେ ଆସୁଥିବା ଏ ଗାଡ଼ିଟି କେନ୍ଦୁଝର ବାଲିଯୋଡ଼ି ଠାରେ ବ୍ରେକ୍ ଡାଉନ୍ ହୋଇ ଠିଆ ହୋଇଥିବା ମାଲ୍ ବୋଝେଇ ଟ୍ରକକୁ ପଛ ପଟକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ଭ୍ୟାନର ଆଗପଛ ପୂରା ଚୁରମାର ହୋଇଯିବା ସହ ଅଧିକାଂଶ ରାସ୍ତାର ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ୭ ଜଣଙ୍କ ଜୀବନ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ଅନ୍ୟ ୧୨ ଜଣଙ୍କୁ ପ୍ରଥମେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ଜଣେ ଶିଶୁର ମୃତ୍ୟୁ ହୋଇଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ୧୧ ଜଣଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅପରପକ୍ଷେ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଡ୍ରାଇଭର ଆତ୍ମ ସମର୍ପଣ କରିଛି। ତେବେ କେଉଁଥି ପାଇଁ ଦୁର୍ଘଟଣା ଘଟିଲା ? ରାସ୍ତାରେ ଯମ ଦୂତ ଭଳି ଟ୍ରକଟି କାହିଁକି ଠିଆ ହୋଇଥିଲା ? ଟ୍ରକ୍ ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ପୋଲିସ ତଦନ୍ତ କରୁଥିବା ବେଳେ, ଡ୍ରାଇଭର ଏଥିପାଇଁ କୁହୁଡ଼ିକୁ ଦାୟୀ କରିଥିବା ପୋଲିସ୍ କହିଛି।
ଏ ଭୟଙ୍କର ଦୁର୍ଘଟଣାରେ ଉଜୁଡ଼ି ଯାଇଛି ପୁଡ଼ାମାରିର ଗଜେନ୍ଦ୍ର ପ୍ରଧାନ ଓ ବତାଗଡ଼ ଗାଁର ବାୟାଘନ ଗୌଡ଼ଙ୍କର ଦୁଇ ପରିବାର। ସବୁଠୁ ହୃଦୟ ବିଦାରକ କାହାଣୀଟି ହେଉଛି ମୃତକଙ୍କ ଭିତରୁ ତିନିଜଣ ହେଉଛନ୍ତି ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ପରିବାରର ସଦସ୍ୟ। ଯେଉଁ ପରିବାର ଗତ ଜୁନ ମାସରେ ଖେମୁଣ୍ଡି କଲେଜ୍ ନିକଟ ଭୟଙ୍କର ବସ୍ ଦୁର୍ଘଟଣାରେ ୧୦ ଜଣ ପରିବାର ସଦସ୍ୟଙ୍କୁ ହରାଇଥିଲା, ସେଇ ପରିବାର ଉପରେ ପୁଣି ଛିଡ଼ିପଡ଼ିଛି ଦୁଃଖର ପାହାଡ଼। ସେତେବେଳେ ରେଣୁବାଳାଙ୍କ ଜଣେ ଦିଅର ଅଶୋକ ପ୍ରଧାନଙ୍କ ଝିଅ ବାହାଘର ପରେ କନ୍ୟାବିଦା ସମୟରେ ଦୁର୍ଘଟଣା ଘଟିଥିଲା। ଆଉ ଏବେ ତୀର୍ଥ ଯାତ୍ରା ପାଇଁ ଯାଉଥିବା ବେଳେ ଦିଅର ଗଜେନ୍ଦ୍ର ପ୍ରଧାନଙ୍କ ପରିବାରରୁ ତାଙ୍କ ପତ୍ନୀ ମିତା ଓ ପୁଅ ଆକାଶ ଓ ବୋହୂ ଲିଜାଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର। ଦଇବ କାହିଁକି ଯେ ଏମିତି ଦାଉ ସାଧୁଛି, ବୁଝି ପାରୁନାହାନ୍ତି କେହି କିଛି।
ଗଜେନ୍ଦ୍ରଙ୍କ ପୁଅ ଆକାଶ ଓ ବାୟାଘନଙ୍କ ପୁଅ ମଦନ ଦୁଇ ସାଙ୍ଗ। ତେଣୁ ମିଳିମିଶି ତୀର୍ଥ କରି ବାହାରିଥିଲେ ଏ ଦୁଇ ପରିବାର। ଆଗ ତାରିଣୀ ଦର୍ଶନ କରିଥାନ୍ତେ, ତା ପରେ ପୁରୀ ଜଗା ଦର୍ଶନ କରିଥାନ୍ତେ। ହେଲେ ବିହି କିନ୍ତୁ ଚାହିଁଲାନି। ଦୁର୍ଘଟଣା ଖବର ପରଠୁ ବାୟାଘନଙ୍କ ପରିବାର ସହ ପୁରା ଗାଁରେ ଶୋକର ଛାଇ। କାହାରି ଘରେ ଚୁଲି ଜଳୁନି କାହିଁକିନା, ଦୁର୍ଘଟଣାରେ ବାୟାଘନଙ୍କ ସହ ପୁଅ ମଦନ, ଭଉଣୀ, ଜ୍ବାଇଁ ଓ ଛୋଟ ନାତିର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମୃତକଙ୍କ ପିଛା ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକଂପା ରାଶି ଦେବାକୁ ସରକାର ଘୋଷଣା କରିଥିଲା ବେଳେ, ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ଆହତଙ୍କ ଚିକିତ୍ସା ଚାଲିଛି।
]]>
ଔଷଧ ଖର୍ଚ୍ଚ ଲାଗି କୁନି ପିଲାକୁ ବିକ୍ରି କରିବାକୁ ପଛେଇଲାନି ବାପା । ଏମିତି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ଖଣିଖାଦାନ ଜିଲ୍ଲା କେନ୍ଦୁଝରରୁ । ଅଭାବ ଏତେ ବଢିଥିଲା ଯେ ସ୍ତ୍ରୀକୁ ଭଲ କରିବାକୁ ଯାଇ ପିଲାକୁ ବିକ୍ରି କରିବାକୁ ଉଦ୍ୟମ କରିଥିଲା ବାପା । ବାସ୍ ଏ ଖବର ପାଇବା ପରେ ତୁରନ୍ତ ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ବାପାକୁ ବହୁ ବୁଝାସୁଝା କରିବା ପରେ ଅଭାବି ବାପା ଶିଶୁକୁ ବିକ୍ରି କରିବା କଥାରୁ ଓହରିଛି ।
କେନ୍ଦୁଝର ଉପକଣ୍ଠ ଶଙ୍କରପୁରରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଘଟଣା । ସଦର ବ୍ଳକ ବୋଦାପଳସା ପଞ୍ଚାୟତ ଅନ୍ତର୍ଗତ ଶଙ୍କରପୁର ଗାଁର ମୁନା ମୁଣ୍ଡା ଏବେ ନିଜର ତୃତୀୟ ପତ୍ନୀଙ୍କ ସହିତ ରହୁଛନ୍ତି । ମୁନାଙ୍କ ପ୍ରଥମ ପତ୍ନୀ ଏକ କନ୍ୟା ସନ୍ତାନ ଜନ୍ମ ପରେ ପିଲାକୁ ଛାଡି ଅନ୍ୟ ପୁରୁଷର ସହ ପଳେଇଲା । ପରେ ଝିଅର ଯତ୍ନ ନେବା ପାଇଁ ମୁନା ଦ୍ୱିତୀୟ ବିବାହ କଲେ । ହେଲେ ସେ ରୋଗରେ ପଡି ପ୍ରାଣ ହରାଇଲେ । ତେଣୁ ପୁଣି ଥରେ ତୃତୀୟ ବିବାହ କଲେ ମୁନା ।
ହେଲେ ତୃତୀୟ ସ୍ତ୍ରୀ ରୋଗରେ ପଡିବାରୁ ତାଙ୍କୁ ଭଲ କରିବାକୁ ଯାଇ ମୁନା ପିଲା ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ । ହେଲେ ଏହି ସ୍ତ୍ରୀ କିନ୍ତୁ ରାଜି ନଥିଲେ । ତେବେ ଉଚିତ୍ ସମୟରେ ଶିଶୁ ସୁରକ୍ଷା ୟୁନିଟ୍ ପହଞ୍ଚିବାରୁ ପୁଣି ଥରେ ମାଆ କୋଳକୁ ଫେରିପାରିଛି ନିଷ୍ପାପ ଶିଶୁ । ତେବେ ଏହି ଘଟଣାକୁ ନେଇ ପୂରା ଜିଲ୍ଲାରେ ଏବେ ଚାଲିଛି ଚର୍ଚ୍ଚା ।
]]>
କୋରାପୁଟ କୋଟପାଡ ବ୍ଲକ ପଟରଗୁଡା ଗାଁର ୨୩ ବର୍ଷୀୟା ଲକ୍ଷ୍ମୀ ସମରଥ। ଏତେ କମ୍ ବୟସରେ ବି ପୂରା ପରିବାର ବୋଝ ତା’ ଉପରେ। ରୋଷେଇ କରିବାଠୁ କୁନିକୁନି ପିଲାଙ୍କୁ ଖୁଆଇଦେବା, ଗାଧୋଇ ଦେବା ଆଦି ସବୁ କାମ । ଘର ଗୋଟାକର ପାଇଟି ସାରିବା ପରେ କୁନି କୁନି ପିଲାଙ୍କୁ ପାଠ ବି ପଢାଏ । ପିଲାଙ୍କ ପାଇଁ ଏତେ କଷ୍ଚ କେବଳ ମାଆ ହିଁ କରୁଥିବା ଭାବୁଥିବେ। ନାଁ...ଏଇଠି ପିଉସୀ କୋଳରେ ବଢୁଛନ୍ତି ପିଲା ।
ବାପା, ମାଆ, ଭାଇ, ଭାଉଜ, ଝିଆରୀଙ୍କୁ ନେଇ ବେଶ୍ ହସଖୁସିରେ ଚଳୁଥିଲା ଲକ୍ଷ୍ମୀଙ୍କ ପରିବାର । କିନ୍ତୁ ଏ ହସଖୁସିର ସଂସାରରେ ସତେ ଯେମିତି କାହାର ନଜର ଲାଗିଗଲା । ୨୦୧୬ ମସିହାରେ ହଠାତ୍ ଲକ୍ଷ୍ମୀଙ୍କ ଭାଇଙ୍କୁ କମ୍ପ ଆସିଲା । ମେଡିକାଲ ନେଉ ନେଉ ବାଟରେ ଆଖି ବୁଜି ଦେଲେ ସେ । ସ୍ୱାମୀ ଚାଲିଯିବା ପରେ ୪ ଝିଅ, ଶାଶ୍ୱ, ଶ୍ୱଶୁର ଓ ନଣନ୍ଦଙ୍କୁ ଛାଡି ପଳେଇଲା ଭାଉଜ । ବାସ୍ ଏହାପରେ ଲକ୍ଷ୍ମୀଙ୍କ କାନ୍ଧରେ ଏବେ ସମସ୍ତଙ୍କ ଭାର ।
ବାପା-ମାଆ ବୃଦ୍ଧ ହେଲେଣି, ରୋଜଗାର କରିବାକୁ ଅଂଟାରେ ବି ଆଉ ବଳ ନାହିଁ । ୮ ପ୍ରାଣୀ କୁଟୁମ୍ବଙ୍କୁ ଚଳେଇବା ଲକ୍ଷ୍ମୀଙ୍କ ପାଖରେ ବି ବଡ଼କଷ୍ଟ । ସେଥିପାଇଁ ତ ନିଜ ଦୁଃଖ ବଖାଣିବାକୁ କୋଟପାଡରୁ କୋରାପୁଟ ଆସିଥିଲେ, ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇବାକୁ । ହେଲେ ଓଟିଭି ଟିମ୍ ଏମାନଙ୍କୁ ଯେତେବେଳେ ଦେଖିଥିଲା ସେମାନେ କାନ୍ଦିବାକୁ ଲାଗିଥିଲେ । କାହିଁକି କାନ୍ଦୁଛନ୍ତି ପଚାରିବାରୁ ଗୋଟି ଗୋଟି କରି ସବୁ ଦୁଃଖ ବଖାଣିଥିଲେ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଇ କୁନି କୁନି ପିଲାଙ୍କର ଭବିଷ୍ୟତକୁ ନେଇ ପିଉସୀ ବି ବଡ ଚିନ୍ତିତ । ନିଜେ ଶିକ୍ଷିତ ହୋଇଥିବାରୁ ପାଠର ମହତ୍ୱ ବି ଜାଣିଛନ୍ତି । ତେଣୁ ସରକାରୀ ସାହାଯ୍ୟ ପାଇଁ ଅଫିସ୍ରେ ପଇଁତରା ମାରୁଛନ୍ତି । ଏମାନଙ୍କ ଦୁଃଖ ଓ ସମସ୍ୟା ଜାଣିବା ପରେ ତୁରନ୍ତ ୪ ପିଲାଙ୍କୁ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବା ସହିତ ଲକ୍ଷ୍ମୀଙ୍କୁ ଆତ୍ମନିର୍ଭର କରିବାର ବାଟ କରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଆଜିକା ଦୁନିଆରେ ୮ ପ୍ରାଣୀ କୁଟୁମ୍ବ ମୁହଁରେ ଆହାର ଦେବା ବଡକଷ୍ଟ । କିନ୍ତୁ ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନାକରି ସମସ୍ତଙ୍କ ସ୍ୱପ୍ନକୁ କେମିତି ପୂରଣ କରିହେବ ସେନେଇ ଲକ୍ଷ୍ମୀଙ୍କ ପ୍ରୟାସକୁ ନେଇ ଏବେ ସବୁଠି ଚର୍ଚ୍ଚା ।
କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ରିପୋର୍ଟ, ଓଟିଭି
]]>କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କାଳିଆହତା ଫାଣ୍ଡି ଅଧିନ ବଳଭଦ୍ରପୁର ଗାଁର ୪ ଜଣକ ହିତାଧିକାରୀଙ୍କ ପାଖରୁ ପିଓଏସ ମେସିନରେ ଟିପ ଲଗାଇ ଠାରୁ ୩୮ ହଜାର ଠକି ନେଇଛନ୍ତି । ଘଟଣା ଜାଣିବା ପରେ ଉକ୍ତ ଯୁବକଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିବା ସହ ଫାଣ୍ଡିରେ ହସ୍ତାନ୍ତର କରିଛନ୍ତି ।
ସୂଚନା ଅନୁସାରେ, ଆଜି ଦୁଇ ଜଣ ଯୁବକ ଏକ ମୋଟର ସାଇକେଲ ବଳଭଦ୍ରପୁର ଗାଁକୁ ପହଞ୍ଚି କିଛି ଗରିବ ଆଦିବାସୀଙ୍କୁ କାଳିଆ ଯୋଜନା ଓ ବଳିଆ ଯୋଜନା ଅର୍ଥ ଯିଏ ପାଉନାହିଁ ସେମାନଙ୍କ ଆଧାରକୁ ଲିଙ୍କ କଲେ ପାଇପାରିବେ ବୋଲି କହିଥିଲେ । ବହୁ ଲୋକ ଏହି ଦୁଇ ଯୋଜନାରୁ ବଂଚିତ ଥିବାରୁ ସେମାନଙ୍କ ପାଖରେ ଆଧାର ଲିଙ୍କ କରିବାକୁ ଆସିଥିଲେ ଓ ସେମାନଙ୍କ କହିବା ମୁତାବକ ପିଓଏସ ମେସିନରେ ଟିପ ଚି଼ହ୍ନ ଦେଇଥିଲେ ।
ଏହି ସମୟରେ ଘଟଣାସ୍ଥଳରେ ବଳଭଦ୍ରପୁର ପଞ୍ଚାୟତ ସରପଞ୍ଚ ପହଞ୍ଚି ତନାଘନା କରିଥିଲେ । ଯେଉଁ ଲୋକ ମାନେ ଟିପ ଚି଼ହ୍ନ ଦେଇଥିଲେ ସେମାନେ ବ୍ୟଙ୍କକୁ ଯାଇ ପାସ ବୁକ ଅପଡେଟ କରିଥିଲେ । ସେତେବେଳେ ପ୍ରମିଳା ଜୁଆଙ୍ଗ , ବିଶ୍ୱ ମାଝୀ, ପରାଅ କିସ୍କୋ, ପାଣୁ ମାଝୀଙ୍କ ପାସ ବୁକରୁ ୩୮ ହଜାର ଗାୟବ ହୋଇଥିବା ଜଣାପଡିଥିଲା, ପରେ ଦୁଇଜଣକୁ କାବୁ କାରି କାଳିଆହତା ଫାଣ୍ଡିରେ ଜିମା ଦେଇଛନ୍ତି । ତେବେ ଅଟକ ଥିବା ଦୁଇ ଯୁବକଙ୍କ ମଧ୍ୟରୁ ମୁରଲୀଧର ଘଟଗାଁ ଥାନା ପିପିଲିଆ ଗାଁର ହୋଇଥିବାବେଳେ, ଅବନୀ ହରିଚନ୍ଦନପୁର ଥାନା ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।
]]>ରାମନବମୀ ଅବସରରେ ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା । ତେବେ ୪ନଂ ୱାର୍ଡରେ ଥିବା ଏକ ଶିବ ମନ୍ଦିରକୁ ଝଣ୍ଡା ନେଇ ଯିବାକୁ ଚାହିଁଥିଲେ ହିନ୍ଦୁ ସମ୍ପ୍ରଦାୟର ଲୋକେ । କିନ୍ତୁ ପୋଲିସ୍ ସେମାନଙ୍କୁ ଅନୁମତି ଦେଇନଥିଲେ । ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକେ ଷ୍ଟେଟ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରି ବସିଥିଲେ । କିଛି ସମୟ ପରେ ଝଣ୍ଡା ନେଇ ମନ୍ଦିର ଉଦ୍ଦେଶ୍ୟରେ ଯାଉଥିବା ବେଳେ ବଜାର ଗଳିର ମୁସଲିମ କମ୍ୟୁନିଟିର କିଛି ଲୋକ ଏହାକୁ ବିରୋଧ କରିଥିଲେ, ଯାହା ଫଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ପୋଲିସ୍ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ ବି ଉତ୍ତେଜନା ଥମିବା ବଦଳରେ ବଢିବାକୁ ଲାଗିଲା ।
ଉଭୟ ପକ୍ଷରୁ ଭଙ୍ଗାରୁଜ୍ଜା ଓ ପ୍ରବଳ ଟେକାପଥର ଓ କାଚ ବୋତଲ ମାଡ଼ ହୋଇଥିଲା । ଘଟଣାରେ କିଛି ବ୍ୟକ୍ତି ଆହତ ହୋଇଥିଲେ । ଘଟଣାସ୍ଥଳରେ କେନ୍ଦୁଝର ଏସପି, ଚମ୍ପୁଆ ଉପଜିଲ୍ଲପାଳ, ବଡ଼ବିଲ ଏସଡିପିଓ, ବଡ଼ବିଲ ତହସିଲଦାରଙ୍କ ସମେତ ପୋଲିସ୍ ଫୋର୍ସ ମୁତୟନ ରହିଛନ୍ତି । ପୋଲିସ୍ ପ୍ରଶାସନ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି ।
]]>ଚଳିତ ପୌର ନିର୍ବାଚନରେ କରୁଣାକର କେନ୍ଦୁଝରଗଡ଼ ପୌରପାଳିକାର ୧୨ ନମ୍ବର ଓ୍ୱାର୍ଡରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ ସେ ପୁଣି ତାଙ୍କ ଭୋଟ୍ ଦାନ କରିଥିବା ବିଜେପି ଅଭିଯୋଗ କରିଛି । କରୁଣାକରଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ବିଜେପି ସଭାପତି ଦାବି କରିଛନ୍ତି । ଏନେଇ କରୁଣାକର କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।
ସୂଚନା ଅନୁସାରେ, ସମ୍ବେଦନଶୀଳ ବୁଥ୍ ଗୁଡ଼ିକର ଭିଡିଓଗ୍ରାଫି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଥିଲେ । କୌଣସି ବ୍ୟକ୍ତି ଯଦି ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେଇଥିବା ସତ୍ତ୍ୱେ ପୌର ନିର୍ବାଚନରେ ଭୋଟ୍ ଦେବାର ପ୍ରମାଣ ମିଳିବ, ଅର୍ଥାତ ଡବଲ୍ ଭୋଟିଂ କରିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସ୍ପଷ୍ଟ କରିଥିଲେ ।
ଅନ୍ୟପକ୍ଷେ, ପୌର ମତଦାନବେଳେ ରାଜ୍ୟର ବିଭିନ୍ନ ସହରରୁ ହିଂସାତ୍ମକ ଘଟଣା ସାମ୍ନାକୁ ଆସିଛି । ନୂଆ କରି ନିର୍ବାଚନ ହେଉଥିବା ଧାମନଗର ଏନ୍ଏସିର ୧୬ ନମ୍ବର ବୁଥରେ ହୋଇଛି ଭୁଜାଲି ମାଡ଼। କିଛି ଦୁର୍ବୃତ୍ତ ଏହି ବୁଥ୍ରେ ରିଗିଂ ଉଦ୍ୟମ କରୁଥିଲେ। ଏହାକୁ ରମେଶ ଲେଙ୍କା ନାମକ ଜଣେ ଯୁବକ ବିରୋଧ କରିବାରୁ ତାଙ୍କୁ ଭୂଜାଲିରେ ହୋଇଛି ଆକ୍ରମଣ। ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଓ ପରେ କଟକ ବଡ଼ ମେଡିକାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଏଣେ ଅଭିଯୁକ୍ତକୁ ଗିରଫ ଦାବିରେ ଧାମନଗରରେ ଲୋକେ ରାସ୍ତାରୋକ କରିଥିଲେ। ପ୍ରଶାସନିକ ଅଧିକାରୀ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।
]]>ସୂଚନା ଅନୁସାରେ,ଗତ ରାତିରେ କୌଣସି କାରଣରୁ ନାରଣଙ୍କ ସହ ପଡ଼ୋଶୀ ଘର ଲୋକଙ୍କ ସହ ସାଧାରଣ ବଚସା ହୋଇଥିଲା । ଯାହା ପରେ ଏହାକୁ ନେଇ ସଂଘର୍ଷ ଘଟିଥିଲା ।
ନାରଣଙ୍କ ମାଡ଼ରେ ପଡ଼ୋଶୀ ଚନ୍ଦ୍ର ଗୋପ ଗୁରୁତର ହୋଇଥିଲେ ଏହାକୁ ଦେଖି ଚନ୍ଦ୍ରଙ୍କ ତିନି ଭାଇ ନାରଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ନାରଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଉକ୍ତ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚର ମଧ୍ୟ ଜାରି ରଖିଛି ।
]]>
ଜଣେ ଚାଷୀ ଦୁର୍ଗାମୁଣ୍ଡା। ପରିଣତ ବୟସରେ ସ୍ଵାମୀ ଆର ପାରିକୁ ଚlଲିଗଲେ। ସେହି ଦିନ ଠାରୁ ତାଙ୍କର ପାଖାପାଖି ୪ ଏକର ଜମିରେ ଭାଗ ଚାଷ କରନ୍ତି ଗୀତାଞ୍ଜଳି ବେହେରା ଓ ବିପିନ ବିହାରୀ ପାତ୍ର। ଦୁଇ ଜଣଙ୍କ ପରିବାର ଏହି ଚାଷ ଜମିରେ ବହୁ ବର୍ଷରୁ ଚାଷ କରି ନିଜର ପରିବାର ପୋଷଣ କରିବା ସହ ଜମି ମାଲିକ ଦୁର୍ଗା ମୁଣ୍ଡାର ମଧ୍ୟ ଭରଣ ପୋଷଣ କରିଥାନ୍ତି। ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଦୁଇ ପରିବାର ଧାର କରଜ କରି ସୁନାର ଫସଲ ଉପୁଜାଇଥିଲେ।ହେଲେ ଅମଳ ପୂର୍ବରୁ ଡରାଇଲା ବାତ୍ୟା ଜୱାଦ । ଆଉ ବାଧ୍ୟ ହେଲେ ଫସଲ କାଟି ଗଦା ମାରିବାକୁ।
ଭାବିଥିଲେ ବର୍ଷାରୁ ରକ୍ଷା ମିଳିଲେ ଧାନ ବିକି ଧାର କରଜ ସୁଝି ବର୍ଷ କର ଆହାର ସଞ୍ଚୟ କରିବେ। ହେଲେ ନିୟତି କିଛି ଅଲଗା ଥିଲା । ସ୍ୱପ୍ନ ସ୍ୱପ୍ନ ରେ ରହିଗଲା। ବର୍ଷାରୁ ରକ୍ଷା ପାଇଁ ପାଲ ତଳେ ରଖା ଯାଇଥିବା ପାଖାପାଖି ୮୦୦ ଧାନ କଳେଇ ଖାଇଗଲେ ହାତୀ ପଲ। ବର୍ଷା ଦୁଇ ଦିନ ଠିକ ଥିଲା। ହେଲେ ବର୍ଷା ଛାଡ଼ିବା ଦିନ ରାତିରେ ୨୫ ରୁ ୩୦ ହାତୀ ଏକା ସାଙ୍ଗରେ ଆସି ଚଳୁ କରିଦେଲେ ସବୁ ଧାନ। ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। କିପରି ଘର ଚଳିବ ଓ ଧାର କରଜ ଶୁଝାଯିବ।
କେନ୍ଦୁଝର ବନଖଣ୍ଡରେ ଶତାଧିକ ହାତୀ ବ୍ୟାପକ ଫସଲ ନଷ୍ଟ କରୁଥିବା ବନ ବିଭାଗ ସ୍ଵୀକାର କରିଛି । ଶେଷ ଦୁଇ ମାସ ମଧ୍ୟରେ ହାତୀ ୧୧ଟି ଘର ଭାଙ୍ଗିଥିବା ବେଳେ ପାଖାପାଖି ୨୭୫ ଏକର ଧାନ ଫସଲ ନଷ୍ଟ କରିଛନ୍ତି । ହାତୀଠାରୁ ଧନ ଜୀବନ ରକ୍ଷା କରିବା ପାଇଁ ୧୩ ଟି ସ୍କ୍ୱାଡ୍ରେ ୨୪୨ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଏଥି ନିମନ୍ତେ ୧୩ ଟି ଗାଡ଼ି , ୧୪ଟି ଗଜ ବାଇକ ସହ ସବୁ ଗାଡିରେ ଡାକ ବାଜିଯନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହ କିପରି କ୍ଷୟକ୍ଷତି ଖୁବ ଶୀଘ୍ର ଆକଳନ କରି ସରକାରୀ ନୀତିନିୟମ ଅନୁଯାଇ କ୍ଷତିପୁରଣ ଦିଆଯିବ ତାର ବ୍ୟବସ୍ଥା କରାଯାଇଛି।
]]>
ଏହି ରାସ୍ତା କଡ଼ରେ ଗୋଟାଏ ମେଡିକାଲ ଅଛି, ଯେଉଁଠିକୁ ଦୈନିକ ବହୁ ରୋଗୀ ଅତି ଦୟନୀୟ ଅବସ୍ଥାରେ ଆସି ପହଞ୍ଚନ୍ତି। ରାସ୍ତା ଏମିତି ଯେ, ଟିକିଏ ଗୁରୁତର ରୋଗୀ ହୋଇଥିଲେ, ମେଡିକାଲ ଯାଏଁ ଆସିବା ମଧ୍ୟ ଅସମ୍ଭବ ହୋଇପଡେ। ଦିନେ ଏ ରାସ୍ତା ପିଚୁ ଥିଲା, ଏବେ କିନ୍ତୁ ସଂପୂର୍ଣ୍ଣ ବାଲି କାଦୁଅରେ ଭର୍ତ୍ତି। ସେଥିରେ ପୁଣି ମୁହୂର୍ତ୍ତକୁ ମୁହୂର୍ତ୍ତ ଦଉଡୁଛି ମାଳ ମାଳ ବାଲି ବୋଝେଇ ଟ୍ରକ୍। ଦୈନିକ ଘଟୁଛି ରାସ୍ତା ଦୁର୍ଘଟଣା। ଟିକିଏ ଏପଟ ସେପଟ ହେଲେ ଆକ୍ସିଡେଣ୍ଟ ନହେଲେ ଦିନ ରାତି ଧାଉଁଥିବା ଏଇ ବଡ଼ ବଡ଼ ବାଲି ବୋଝେଇ ହାଇୱା ତଳେ ଜୀବନ ଯିବ।
ଯଦି ବର୍ଷା ନାହିଁ କି ବଢ଼ି ନାହିଁ, ତେବେ ଏ ରାସ୍ତାଟିର ଏମିତି ଅବସ୍ଥା ହେଲା କେମିତି। କିଏ ଏଥିପାଇଁ ଦାୟୀ। ଏଠିକାର ଲୋକଙ୍କର କହିବା କଥା, କିଛି ବର୍ଷ ତଳେ ସ୍ଥିତି ଏମିତି ନଥିଲା। ସୁନ୍ଦର ପିଚୁ ରାସ୍ତାଟିଏ ଥିଲା। କିନ୍ତୁ ଯେବେଠାରୁ ନିକଟରେ ଥିବା ବୈତରଣୀ ନଦୀରେ ଆମ୍ବୋ ବାଲିଘାଟ ଲିଜ୍ ଦିଆ ହେଲା ସେବେଠାରୁ ଏ ରାସ୍ତାର ସ୍ଥିତି ବିଗିଡ଼ି ଗଲା।
ବାଲି ମାଫିଆମାନେ ଘାଟରୁ ବାଲି ଲୁଟିବା ପାଇଁ ଦିନ ରାତି ଦୈଡାଇଲେ ଶହ ଶହ ଟ୍ରକ୍। ଧାର୍ଯ୍ୟଠାରୁ ଅଧିକ ପରିମାଣର ବାଲି ଉଠେଇବା ପାଇଁ ଏମିତି ପ୍ରତିଯୋଗିତା ଚାଲିଛି ଯେ, ଗୋଟିଏ ମୁହୂର୍ତ୍ତ ବି ନଷ୍ଟ କରୁନାହାଁନ୍ତି। ଗୋଟିଏ ଗୋଟିଏ ହାଇୱାରେ ଓଭରଲୋଡ୍ ବାଲି ନେଉଛନ୍ତି, ସେଥିରେ ପୁଣି ନିୟମ ଉଲ୍ଲଂଘନ କରି ତା ଉପରେ ପାଲ ନଘୋଡ଼େଇ ସେମିତି ଛାଡି ଦେଉଛନ୍ତି।
ରାସ୍ତାର ଦକ୍ଷତାଠାରୁ ଅଧିକ ଓଜନିଆ ଗାଡି ଦିନରାତି ଚାଲିବା ଫଳରେ ପିଚୁ ରାସ୍ତାଟି ଧୀରେ ଧୀରେ କାଦୁଆ ବାଲି ରାସ୍ତାରେ ପରିଣତ ହୋଇଛି। ଖାଲ ଓ ଆଣ୍ଠୁଏ ଆଣ୍ଠୁଏ ପାଣିରେ ଭର୍ତ୍ତି ସାରା ରାସ୍ତା।ବାଲି ମାଫିଆଙ୍କଠାରୁ ମୋଟା ପରିମାଣର ଚାନ୍ଦା ନେଇ ସ୍ଥାନୀୟ ରାଜନେତା ମଧ୍ୟ ଚୁପ୍। ଏମିତିକି ଗାଁ ଲୋକମାନେ ମଧ୍ୟ ପାଟି ଫିଟାଉ ନାହାଁନ୍ତି। ସମସ୍ତଙ୍କୁ ଚୁପ୍ କରେଇବାର ସକ୍ଷମ ହୋଇଛନ୍ତି ବାଲି ମାଫିଆ।
ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ଦୈନିକ ଚଳଣୀ ଦୟନୀୟ ହୋଇଗଲାଣି। ସେମାନଙ୍କ କଥା ବା ଶୁଣୁଛି କିଏ। ଲୋକଙ୍କ ଭିତରେ କୁହୁଳୁଥିବା ଏଇ ଅସନ୍ତୋଷ ଧୀରେ ଧୀରେ ବିସ୍ଫୋରକ ରୂପ ନେବାକୁ ବସିଲାଣି। ସ୍ଥାନୀୟ ବିଡିଓ ଏବଂ ଜିଲ୍ଲାପାଳ କାହିଁକି କୌଣସି ପଦକ୍ଷେପ ନେଉନାହାଁନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
]]>ତେଲକୋଇ ବ୍ଲକ ନୂଆଗଡ଼ ଗ୍ରାମର ଆରତ ବିନ୍ଧାଣୀଙ୍କ ସ୍ତ୍ରୀ ଆରତୀ ବିନ୍ଧାଣୀ ଗତ ସୋମବାର ଦିନ ଠାକୁର ଘର ସଫା କରୁଥିଲା ବେଳେ ଘରର କୋଣରେ ରଖାଯାଇଥିବା ବାକ୍ସ ପାଖକୁ ସଫା କରୁଥିଲା ବେଳେ ଏକ ନାଗ ଦେଖି ଡରିଯାଇଥିଲେ। ତେବେ ବାକ୍ସ ଉଠାଇଲା ପରେ ତମ୍ବା ଧାତୁରେ ଗଢ଼ାଯାଇଥିବା ପରି ଦେଖାଯାଉଥିବା ଏକ ନାଗ ସାପ କାନ୍ଥରୁ ବାହାରିଥିବା ଦେଖିବାକୁ ପାଇଥିଲେ।
କାର୍ତିକ ମାସ ପରି ପୁଣ୍ୟ ମାସରେ ଏପରି ଘଟଣାକୁ ନେଇ ଘରେ ସ୍ୱୟଂ ନାଗଦେବତା ଆବିର୍ଭାବ ହୋଇଥିବା ନେଇ ଆଶା କରି ପୂରା ପରିବାର ପୂଜାର୍ଚନାରେ ଲାଗିଥିଲେ। ଏହି ଖବର ପାଇବା ପରେ ଆଖ ପାଖ ଲୋକଙ୍କ ଭିଡ଼ ଏବେ ଦର୍ଶନ ପାଇଁ ଲାଗିଛି। ପୂର୍ବରୁ କେବେ ଠାକୁର ଘରେ ତମ୍ବା ନାଗ ଆରତୀଙ୍କ ପରିବାର ରଖିନଥିବା କହିଛନ୍ତି। ତେବେ କେବଳ ତମ୍ବା ସାପ ନୁହେଁ ବରଂ ସାପ ବାହାରିଥିବା ସ୍ଥାନରୁ ଝୁଣା ପରି କିଛି ପଦାର୍ଥ ବାହାରୁଥିବା ସୂଚନା ମିଳିଛି।
]]>୨୦୧୯ ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାଥୀ ଧନୁର୍ଜୟ ସିଧୁ ବିଜେପିରୁ ଇସ୍ତଫା ଦେଇଛନ୍ତି । ଆଜି ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ଗ୍ରାମରେ ନିଜ ସମର୍ଥକ ମାନଙ୍କୁ ନେଇ ଏକ ସଭା କରିଥିଲେ । ଏହି ସଭାରେ ସେ ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି ।
୨୦୦୪ ମସିହା ବିଧାନସଭା ନିର୍ବାଚନରେ ଧନୁର୍ଜୟ ସିଧୁ କଂଗ୍ରେସ ଟିକେଟରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ବିଜୟୀ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଭୋଟର ତାଙ୍କୁ ଗ୍ରହଣ କରିନଥିଲେ । ୨୦୦୯ରେ ସେ ପରାଜୟ ବରଣ କରିଥିଲେ । ପରେ ୨୦୧୪ ରେ ଚମ୍ପୁଆ ଛାଡି ତେଲକୋଇ ନିର୍ବାଚନମଣ୍ଡଳୀରେ ପୁଣି କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ନିର୍ବାଚନରେ ହାରିଯାଇଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେପି ରେ ଯୋଗ ଦେଇଥିଲେ ।
ଭାରତୀୟ ଜନତା ପାର୍ଟି ତାଙ୍କୁ ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାଥୀ କରିଥିଲା । ଏହି ନିର୍ବାଚନରେ ସେ ୬୮୬୨୮ ଖଣ୍ଡ ଭୋଟ ପାଇଥିଲେ । ବିଜେଡି ପ୍ରାଥୀ ପ୍ରେମାନନ୍ଦ ନାୟକ ଙ୍କ ଠାରୁ 5ହଜାର ରୁ ଅଧିକ ଭୋଟ ରେ ପରାଜୟ ବରଣ କରିଥିଲେ । ପରାଜୟ ପରେ ମଧ୍ୟ ବିଜେପି ପକ୍ଷରୁ ତାଙ୍କୁ ଗୁରୁତ୍ୱ ଦେଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦାୟିତ୍ୱ ଦିଆଯାଇଥିଲା । ତାଙ୍କ ପରାଜୟ ପଛରେ ଦଳୀୟ ନେତାଙ୍କ ହାତ ରହିଥିବା ସେ ଅଭିଯୋଗ ଆଣିଥିଲେ । ଦଳରେ ନୂଆ ପୁରୁଣା ଭେଦଭାବ ଓ ଗୋଷ୍ଠୀ କନ୍ଦଳ ଯୋଗୁଁ ସେ ବିଜେପି ଦଳରୁ ଇସ୍ତଫା ଦେଇଥିବା ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ସେ କେଉଁ ଦଳରେ ମିଶିବେ ତାହା ସ୍ପଷ୍ଟ କରିନାହାନ୍ତି ।
ଅନ୍ୟପଟେ ଶ୍ରୀ ସିଧୁ ଜଣେ ସୁବିଧାବାଦୀ ଓ ତାଙ୍କ ସୁବିଧା ପାଇଁ ସେ ଦଳ ବଦଳ କରିଛନ୍ତି ବୋଲି ବିଜେପି କହିଛି । ତାଙ୍କ ଇସ୍ତଫାରେ ବିଜେପି ର କୌଣସି କ୍ଷତି ହେବାର ନାହିଁ ବୋଲି ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ମାନସ ନାଏକ ପ୍ରକାଶ କରିଛନ୍ତି ।ପଞ୍ଚାୟତ ନିର୍ବାଚନ ପୂର୍ବରୁ ସିଧୁ ଦଳବଦଳ କରିଛନ୍ତି । ସେ ଯେଉଁ ଦଳକୁ ଯିବେ, ତାଙ୍କୁ ସେଠାରେ ସେ ଦଳ କେତେ ପ୍ରାଧାନ୍ୟ ଦେବ ? ସେ ତେଲକୋଇରେ ରହିବେ ନା ପୁଣି ଚମ୍ପୁଆ ଫେରିବେ ? ତାଙ୍କ ଯୋଜନା ଅଳ୍ପ ଦିନ ଭିତରେ ସ୍ପଷ୍ଟ ହୋଇଯିବ ।
]]>]]>
ଶହ ଶହ ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ରେଲ୍ୱେ ଷ୍ଟେସନରେ ପ୍ରବେଶ କରିଥିଲେ ଏବଂ ଆରମ୍ଭ କରି ଦେଇଥିଲେ ଭଙ୍ଗାରୁଜା। ଏପରିକି ଯିଏ ହାବୁଡ଼ରେ ପଡ଼ିଲା, ତାକୁ ପ୍ରବଳ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। କିଛି ସମୟ ପାଇଁ ପୁରା ଷ୍ଟେସନ ଗାଁ ଲୋକଙ୍କ ଅକ୍ତିଆରରେ ଥିଲା। ସେମାନଙ୍କ ନିସ୍ତୁକ ମାଡ଼ରେ ଷ୍ଟେସନ ମାଷ୍ଟର ଓ RPFର ୩ ଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ଯୋଡ଼ା ଟାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗଣ୍ଡଗୋଳ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଷ୍ଟେସନ ଭିତରକୁ ଗାଁ ଲୋକ କାହାରିକୁ ଛାଡ଼ି ନ ଥିଲେ। ଶେଷରେ ବୁଝାସୁଝା କରିବା ପରେ କେବଳ ଆଇଆଇସିଙ୍କୁ ଛାଡ଼ି ଥିଲେ ବୋଲି ଜଣାପଡ଼ିଛି। ଏହି ଗଣ୍ଡଗୋଳ ପରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି।
]]>ବୋମାମାଡରେ ବିଧାୟକଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇ ଥିବା ବେଳେ ମୋହନ ମାଝୀ ସୁରକ୍ଷିତ ଅଛନ୍ତି । ଏ ପ୍ରସଙ୍ଗରେ ବିଧାୟକ ମୋହନ ମାଝି କହିଛନ୍ତି ଘଟଣାରେ ମୁଁ ନ୍ୟାୟ ପାଇବା ନେଇ ସନ୍ଦେହରେ ରହିଛି । ଥାନା ଓ ଜିଲ୍ଲା ପ୍ରଶାସନ ଶାସକ ଦଳର ଚାପରେ ଅଛନ୍ତି। ବିଜେଡି ନେତା ରାଜାଙ୍କ ନାଁରେ ଆଗରୁ ବହୁ ମାମଲା ଥିଲେ ବି ପୋଲିସ ତାଙ୍କୁ ଗିରଫ କରିନାହିଁ। ତେବେ ପୋଲିସ ଏହି ଘଟଣାରେ ନିରପେକ୍ଷ ତଦନ୍ତ କରି ମୋତେ ନ୍ୟାୟ ଦେବେ ବୋଲି ଆଶା ରଖିଥିବା କହିଛନ୍ତି ମୋହନ ମାଝୀ। ଅନ୍ୟପଟେ ମୋହନଙ୍କ ଅଭିଯୋଗକୁ ଗତକାଲି ଖଣ୍ଡନ କରିଥିଲେ ବିଜେଡି ନେତା ରାଜା ଚକ୍ର।
]]>ବୋମାମାଡ଼ରେ ବିଧାୟକଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ ସୁରକ୍ଷିତ ଅଛନ୍ତି। ତେବେ ଏନେଇ ବିଧାୟକଙ୍କ ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। କିଏ ଓ କାହିଁକି ଏମିତି କଲା ସେନେଇ କୌଣସି ସୂଚନା ବର୍ତ୍ତମାନ ମିଳିନାହିଁ।
]]>ଘସିପୁରା ଲକ୍ଷ୍ମୀ ବଜାରରେ ଥିବା ଏକ ଦୋକାନକୁ ଗ୍ରାହକ ଜଣକ ଗତକାଲି ମଧ୍ୟାହ୍ନରେ ଖାଇବାକୁ ଯାଇଥିଲେ । ହୋଟେଲରେ ଖାଇବା ପରେ ମାଲିକ ୪୫ଟଙ୍କା ଦେବାକୁ କହିଥିଲେ । ହେଲେ ଗ୍ରାହକ ଜଣକ ୪୦ଟଙ୍କା ଦେଇ ବାକି ପାଞ୍ଚ ଟଙ୍କା ପଛରେ ଦେବାକୁ କହିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ପରେ ହୋଟେଲ ମାଲିକ ହଠାତ୍ ଉତକ୍ଷିପ୍ତ ହୋଇପଡ଼ିଥିଲେ । ସର୍ବସମ୍ମୁଖରେ ପୁଅ ସହ ମିଶି ଗ୍ରାହକଙ୍କୁ ନିର୍ଦ୍ଧୁମ ପିଟିଥିଲେ ।
ପୀଡ଼ିତଙ୍କ କହିବା ଅନୁସାରେ ଘସିପୁରା ବଜାରରେ ଥିବା ମା’ ହୋଟେଲକୁ ଖାଇବାକୁ ଯାଇଥିଲେ । ଭାତ, ଡାଲି ଆଉ ତରକାରୀ ଖାଇବା ପରେ ୪୫ ଟଙ୍କା ମାଗିଥିଲେ ହୋଟେଲ ମାଲିକ । ଗରିବ ଲୋକ ହୋଇଥିବାରୁ ଏବେ ୪୦ ଟଙ୍କା ଦେଉଛି, ଆଉ ରାତି ବେଳକୁ ପାଞ୍ଚ ଦେଇଦେବି ବୋଲି କହିଥିଲେ ଗ୍ରାହକ । ଆଉ ଏତିକି କହିବା ପରେ ବାପ-ପୁଅ ନିର୍ଦ୍ଧୁମ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ ବୋଲି ସେ କହିଛନ୍ତି ।
ତେବେ ଏନେଇ ଗ୍ରାହକ ଜଣକ ଏନେଇ ଘଷିପୁରା ଥାନାରେ ଅଭିଯୋଗ କରିଥିବା କହିଛନ୍ତି । ଏବେ ପୋଲିସ ହୋଟେଲ ମାଲିକଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ହେଲେ ଅଭିଯୁକ୍ତ ହୋଟେଲ ମାଲିକଙ୍କ ପୁଅ ଏଯାଏଁ ଧରାପଡିନି ।
]]>ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଭୋଳନୂଆଗାଁ ଗାଁ। ଗାଁ ର ପୁଷ୍ପଲତା ନାୟକ ବିବାହର କିଛି ଦିନ ପରେ ସ୍ୱାମୀ ପରିତ୍ୟକ୍ତ ହେବାପରେ ୧୦ ବର୍ଷରୁ ଅଧିକ ସମୟ ଧରି ନିଜ ବାପ ଘର ନିକଟରେ ଏକ ଘର ନିର୍ମାଣ କରି ରହି ଆସୁଥିଲେ। ଅନ୍ୟର ମୂଲ ମଜୁରୀ କରି ଜୀବନ ଅତିବାହିତ କରୁଥିବା ପୁଷ୍ପଲତା ନିଜର ଦୁଇ ଛୁଆଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ବେଳେ ତାଙ୍କ ଚିନ୍ତାର ପାହାଡ଼ ଉପରେ ଅଚାନକ ଖସିପଡ଼ିଲା ଆକାଶ। ରାତି ଶୋଇଥିବା ଅବସ୍ଥାରେ ସମ୍ପୂର୍ଣ୍ଣ ଘରଟି ଭାଙ୍ଗିରୁଜି ଖିନଭିନ ହୋଇଗଲା। ଜୀବନ ବଞ୍ଚାଇ ପୁଷ୍ପଲତା ଘରୁ ବାହାରି ଆସିଥିଲେ ମଧ୍ୟ ବର୍ତ୍ତମାନ ତାଙ୍କ ଜୀବନ ଜିଇଁବା ଦୁଃଖ ତାଙ୍କୁ ହତାଶ କରିଦେଇଛି।
ଘର ଭାଙ୍ଗିବା ପରଠାରୁ ଅସହାୟ ପୁଷ୍ପଲତା ଦି ଓଳି ଦି ମୁଠା ଖାଇବାକୁ ମଧ୍ୟ ପାଉ ନାହାଁନ୍ତି। ଖୋଲା ଆକାଶ ତଳେ କିଛି ରୋଷେଇ କରୁଥିଲେ ମଧ୍ୟ ବର୍ଷା ଦାଉ ସାଧୁଛି। ଖବର ପାଇ ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳକୁ ଯାଇ ପଲିଥିନ ଟିଏ ଦେଇଛନ୍ତି। ଅସହାୟ ପୁଷ୍ପଲତା କିଛି ସାହାଯ୍ୟ ପାଇଁ ନିବେଦନ କରିଥିବା ବେଳେ ସରକାର ଓ ପ୍ରଶାସନ ଏଥି ପ୍ରତି ଦ୍ରୁଷ୍ଟି ଦେବାକୁ ଦାବି ହୋଇଛି। ଆନନ୍ଦପୁର ଉପଜିଲ୍ଲାପାଳ ଘଟଣାର ତଦନ୍ତ କରିବା ସହିତ ତାଙ୍କୁ ଉପଯୁକ୍ତ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଅସହାୟ ପୁଷ୍ପଲତାଙ୍କର ସରକାରୀ ସାହାଯ୍ୟର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ ଥିବା ବେଳେ ଉପଜିଲ୍ଲାପାଙ୍କ ପ୍ରତିଶ୍ରୁତି ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିଲେ ସମ୍ପୃକ୍ତ ମହିଳାଙ୍କ ଦୁଃଖ ଦୂର ହୋଇପାରନ୍ତା।
]]>ମାଇନିଂ ପ୍ଲାନ୍ ଓ ପରିବେଶ ମଞ୍ଜୁରୀରେ ବିଳମ୍ବ କାରଣରୁ ଏଠାରେ ଖଣିକାର୍ଯ୍ୟ ବିଳମ୍ବ ହୋଇଥିଲା । ପରେ ଏଠାରେ କ୍ରସର ୟୁନିଟ୍ ସ୍ଥାପନ କରି ଲିଜଧାରୀ ପାଖାପାଖି ୧୫୦ ଫୁଟ୍ ଗଭୀରର ଏକ ପଥର ଖଣି କରି କୋଟି କୋଟି ଟଙ୍କାର ପଥର ବାହାର କରିଛନ୍ତି । କିନ୍ତୁ ଲିଜ୍ ଅବଧି ୨୦୨୧ ଫେବୃଆରୀ ୫ରେ ସରିଥିଲେ ବି ଲିଜଧାରୀ ଏଠାରୁ କ୍ରସର ଅନ୍ୟତ୍ର ସ୍ଥାନାନ୍ତର କରିନଥିବା ଅଭିଯୋଗ ହୋଇଛି । ଏମିତିକି ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ୧୫୦ ଫୁଟ୍ ଗଭୀରର ପଥର ଖଣିକୁ ପୋତିବାର ବ୍ୟବସ୍ଥା ବି କରାଯାଉନି ।
ଅନ୍ୟ ପକ୍ଷରେ ଲିଜ୍ ସରିବା ପରେ ମଧ୍ୟ ଏଠାରେ କିଛିଦିନ ପର୍ଯ୍ୟନ୍ତ ଖଣି କାର୍ଯ୍ୟ ଏବଂ କ୍ରସର ଚାଲୁଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି । ସବୁଠାରୁ ଦୁଃଖର କଥା, କ୍ରସର ୟୁନିଟ ସଂସ୍ଥାର ମାଲିକ ସ୍ଥାନୀୟ ଲୋକଙ୍କୁ ଘର କରିଦେବ, ପାଣି ସୁବିଧା କରିଦେବୁ ବୋଲି କହି ଖଣି ଖୋଳି ସବୁ ନେଇଗଲେ। ଏପରିକି ଗଲା ପରେ ଏହି ଗାତ ପୋତିଲେନି। ଏବେ ଏହି ଖାତରେ ଗାଈଗୋରୁ, ମଣିଷ ଯିଏ ବି ପଡ଼ିବ ମରିବ ବୋଲି ଅସନ୍ତୋଷ ପ୍ରକାଶ କରି କହିଛନ୍ତି ସ୍ଥାନୀୟ ଲୋକେ।
ସବୁଠାରୁ ବଡ଼ କଥା ହେଲା ଏଠାରେ ଗୋଟିଏ କ୍ରସର ୟୁନିଟ କାର୍ଯ୍ୟ କରିବାକୁ ଅନୁମତି ଥିବବେଳେ ଏହି ଘରୋଇ ସଂସ୍ଥା ଦୁଇଟି ମୋବାଇଲ କ୍ରସର ସହ ତିନୋଟି କ୍ରସର ଚଲାଉଥିବା ଅଭିଯୋଗ ହେଉଛି । ଏସଂପର୍କରେ ବାଂଶପାଳ ତହସିଲଦାର ସପନ କୁମାର ସାହୁ କହିଛନ୍ତି ଲିଜ୍ ଅବଧି ସରିଛି ଏବଂ ଲିଜ୍ ଧାରୀଙ୍କୁ ଏଠାରୁ ଶୀଘ୍ର ସମସ୍ତ ଜିନିଷପତ୍ର ନେବାକୁ ନୋଟିସ୍ କରାଯାଇଛି। ନହେଲେ କାଯର୍ୟାନୁଷ୍ଠାନ ନିଆଯିବ।
]]>
ଏହି ଦୁର୍ଗମ, ଅବହେଳିତ ଗାଁଟି ହେଉଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କାଳିଆହତା ପଞ୍ଚାୟତର ଉପାନ୍ତ ଗାଁ ସାରେଇ । ଗାଁ କହିଲେ ପାହାଡ଼ ଉପରେ ରହୁଥିବା ୫ଟି ଜୁଆଙ୍ଗ ଆଦିବାସୀ ପରିବାରକୁ ବୁଝାଏ । ଆଗରୁ ଏଠି ୨୦ରୁ ୨୫ଟି ପରିବାର ରହୁଥିଲେ । ହେଲେ ଜୀବନଜୀବୀକା ବିପନ୍ନ ହେବାରୁ ବହୁ ପରିବାର ପାହାଡ଼ ତଳକୁ ପଳାଇ ଆସିଲେ । ଉପାନ୍ତ ସାରେଇରେ ପହଞ୍ଚିବାକୁ ହେଲେ କେରାଙ୍ଗ ଗାଁ ପାଖରୁ ୫ରୁ ୬ କିଲୋମିଟର ପାହାଡ଼ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯିବାକୁ ହୋଇଥାଏ । ଦୀର୍ଘ ବର୍ଷ ଧରି ଜନବସତି ଥିଲେ ବି ଆଜିଯାଏ ସାରେଇରେ ସରକାରୀ ଯୋଜନା ପହଞ୍ଚି ପାରିଲା ନାହିଁ ।
ଆଦିବାସୀ ଓ ପାହାଡ଼ିଆ ଜନଜାତିଙ୍କ ପାଇଁ ସରକାରଙ୍କର ମାଳ ମାଳ ଯୋଜନା ଥିଲେ ବି ସେସବୁଠାରୁ ବହୁ ଦୂରରେ ଏ ୫ ପପରିବାର । ଗାଁକୁ ନା ରାସ୍ତା ଅଛି ନା ଗାଁରେ କାହାର ଭଲ ଘର ଅଛି । ମାଟି ଲେସରା ନୁଆଁଣିଆଁ ଚାଳଘରେ ବାସ କରୁଛନ୍ତି । ପାହାଡ଼ରୁ ଝରି ଆସୁଥିବା ଝରଣା ପାଣିରେ ଶୋଷ ମେଣ୍ଟୁଥିବାବେଳେ ପୋଡ଼ୁ ଚାଷରୁ ମିଳୁଥିବା ଶସ୍ୟରେ ଭୋକ ମରୁଛି । ଶିକ୍ଷା ସୁବିଧା ନଥିବାରୁ ଗାଁରେ ୧୫ ଜଣ ଅପାଠୁଆ ହୋଇ ରହିଛନ୍ତି ।ଅ
ସାରେଇ ଗାଁରେ ଥିବା ଶିଶୁଙ୍କ ମଧ୍ୟରୁ ଜଣେ କେବଳ ଖରାପ ସ୍ୱାସ୍ଥ୍ୟର ବୋଲି ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କହିଛନ୍ତି । ତେବେ ସେଠାରେ ଅଙ୍ଗନବାଡ଼ି ନଥିବାରୁ ପିଲାଙ୍କ ପାଠପଢ଼ାରେ ସମସ୍ୟା ରହିଛି । ଅନ୍ୟପକ୍ଷରେ ଅରୁଣିମା କାର୍ଯ୍ୟକ୍ରମ ଚାଲୁଥିଲେ ବି ଘରର ମହିଳାମାନେ ଅଶିକ୍ଷିତ ହୋଇଥିବାରୁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି କହିଛନ୍ତି ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ।
ସେହିପରି ଗାଁଟି ଏତେ ଦୁର୍ଗମ ଅଞ୍ଚଳରେ ରହିଛି ଯେ, ସେଠାକୁ କୌଣସି ପ୍ରାଶସନିକ ଅଧିକାରୀ ଯିବାକୁ ଭୟ କରୁଥିବା କହିଛନ୍ତି ବିଡିଓ । ତେବେ ସ୍ୱେଚ୍ଛାସେବୀଙ୍କ ସହାୟତାରେ ବିକାଶ କରିବା ଲାଗି ପ୍ରୟାସ ଜାରି ରହିଥିବା ସେ କହିଛନ୍ତି ।
ତେବେ ପାହାଡ଼ ଉପରେ ରହୁଥିବା ଏହି ୫ ପରିବାରକୁ ତଳକୁ ଆଣି ଥଇଥାନ କରା ଯାଇପାରିଲେ ଜୁଆଙ୍ଗ ଆଦିବାସୀ ବଞ୍ଚି ଯାଆନ୍ତେ। କେନ୍ଦୁଝର ଜିଲ୍ଲା ତେଲକୋଇରୁ ଚିନ୍ମୟ ସାହୁ, ଓଟିଭି
]]>କୁବେରର ସମ୍ପତି ତଳେ ରହି ସୁଦାମା ଭଳି ଜୀବନ ବସର କରିବାକୁ ବାଧ୍ୟ ହେଉଛନ୍ତି ଆଦୀବାସି। ଦାଦାଗିରି କରୁଛି ଓମ୍ସି । ଡମ୍ପିଙ୍ଗ ୟାର୍ଡ କରିବାକୁ ଯୋର ଜବରଦସ୍ତ ହାତେଇ ନେଇଛି ଆଦିବାସୀଙ୍କ ଜମି । ପ୍ରତିବାଦ କଲେ ମିଳୁଛି ଧମକ। ଏଣୁ ପେଟ ଚାଖଣ୍ଡକେ ପାଇଁ ଜମିହରା ଆଦିବାସୀ କୁ ଓ ଏମ ସି ବନାଇ ଦେଇଛି ଗାଇ ଚରାଳି ।
କେନ୍ଦୁଝର ବାଂଶପାଳ ବ୍ଳକ ଶୁଆକାଟୀ ସ୍ଥିତ ଓ ଏମ ସି ଖଣିରେ ଖଣି ଖନନ ଓ ଡମ୍ପିଙ୍ଗି ୟାର୍ଡ ହାତେଇବା ପାଇଁ ଗ୍ରାମସଭାରେ ବଡ ବଡ ସ୍ଵପ୍ନ ଦେଖାଇଥିଲା ଓ ଏମ ସି । ସ୍ଥାନୀୟ ଲୋକଙ୍କୁ ସେଠାରେ ନିଯୁକ୍ତି ଦେବାତ ଦୁରର କଥା । ନିଜର ଡମ୍ପିଙ୍ଗୟାର୍ଡ ପାଇଁ ଜୋର ଜବରଦସ୍ତ ହାତେଇ ନେଇଛି ଉପର କଇଁସାରୀ ଗ୍ରାମର ଗରିବ ଆଦିବାସୀଙ୍କ ଜମିକୁ । ନିଜର ଏକର ଏକର ଜମିରେ ବିଭିନ୍ନ ଚାଷ କରି ଖୁସିରେ ରହୁଥିଲେ ଏମାନେ । ହେଲେ ତାଙ୍କ ଜମିରେ ଜୋର ଜବରଦସ୍ତ ଡମ୍ପିଙ୍ଗୟାର୍ଡ ବନେଇ ଦେଇଥିବାରୁ ପେଟ ଖଣ୍ଡକ ପାଇଁ ଅନ୍ୟର ଗାଇ ଚରାଇବାକୁ ପଡୁଛି ଏମାନଙ୍କୁ । ଜଣଙ୍କର କି ଦୁଇ ଜଣଙ୍କର ନୁହେଁ ବରଂ ଏ ସମସ୍ତଙ୍କ ସମସ୍ୟା।
୨୦୧୮ ଏପ୍ରିଲ ମାସରେ ଯେତେବେଳେ ଓ ଏମ ସି ଜୋର ଜବରଦସ୍ତ ଡମ୍ପିଙ୍ଗୟାର୍ଡର ପାଚେରୀ କାମ ଆରମ୍ଭ କଲା ସେତେବେଳେ ଜମିହରା ଗ୍ରାସବାସୀ ମାନେ ବାରଂବାର ବାଂଶପାଳ ତହସିଲଦାରଙ୍କ ଦ୍ଵାରସ୍ତ ହୋଇଥିଲେ । ହେଲେ ତହସିଲଦାର କୌଣସି ପଦକ୍ଷେପ ନେଲେ ନାହିଁ । ଏଣୁ ଏମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଚିଠି ସଂଖ୍ୟା ୮/୨୦୧୮ ୨୪.୪.୨୦୧୮ ରେ ଜମି ଚିହ୍ନଟ ପାଇଁ ଗ୍ରାମବାସୀଙ୍କୁ ନୋଟିସ କରି ବସିଗଲେ । ଇତି ମଧ୍ୟରେ ଓଏମସି ତାର ପାଚେରୀ କାମ ସଂମ୍ପୂର୍ଣ୍ଣ କରି ଡ଼ମ୍ପିଙ୍ଗ ୟାର୍ଡ ଚାଲୁ ମଧ୍ୟ କରିଦେଲା । ହେଲେ ଆଜି ଯାଏ ଜମି ଚିହ୍ନଟ ହେଲା ନାହିଁ । ଅତିରକ୍ତ ଜିଲ୍ଲାପାଳ (ରାଜସ୍ୱ ) ଦିନେ ସେହି ଗ୍ରାମକୁ ପରିଦର୍ଶନରେ ଯାଇଥିବା ବେଳେ ଏହି ଅଭିଯୋଗ ପାଇ ତହସିଲଦାରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।
]]>