ଏପରିକି ମୋତେ ଓ ମୋ ସହଯୋଗୀଙ୍କୁ ମଧ୍ୟ ହଇରାଣ କରିବାକୁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା, ବରଗଡ଼, ଢେଙ୍କାନାଳରେ ବିରୋଧ ପାଇଁ କୁହାଯାଇଛି। ତେବେ ଏଭଳି ଷଡ଼ଯନ୍ତ୍ର ସମ୍ପର୍କରେ ଦଳର ନେତା ନବୀନ ବାବୁଙ୍କୁ ବୁଝାଇବା ପାଇଁ ବହୁ ଚେଷ୍ଟା କରିଥିବା ବୈଜୟନ୍ତ କହିଛନ୍ତି। ଲୋକଙ୍କ ସମର୍ଥନ ଓ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଯେଉଁମାନେ ଗୁଣ୍ଡାଗିରି କରୁଛନ୍ତି, ମୋ ବିରୋଧରେ ଅପପ୍ରଚାର କରୁଛନ୍ତି ସେମାନେ ସଫଳ ହେବେ ନାହିଁ ବୋଲି କହିଛନ୍ତି।
ତାସହ ସଲିମ ଖାନ୍ ଓ ତାଙ୍କ ପରିବାରର ସୁରକ୍ଷା ପାଇଁ ମଧ୍ୟ ଅପିଲ କରିଛନ୍ତି ବୈଜୟନ୍ତ। ସେପଟେ ନିଜେ ସଲିମ ଖାନ୍,ଡିଜିପିଙ୍କୁ ଚିଠି ଲେଖି ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ଜଣାଇଛନ୍ତି। ତାସହ ଚିଠିର ନକଲ ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ଜିଲ୍ଲା ଏସ୍ପିଙ୍କୁ ମଧ୍ୟ ଦେଇଛନ୍ତି।
]]>