• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kendrapada

Murder
ବାଇକ ଚାବି ଦେଲେନି ପଡୋଶୀ, ମହିଳାଙ୍କୁ ଠେଲି ହତ୍ୟା କଲା ଯୁବକ !

ତାପସ ଗାଡି ଚାବି ନ ଦେବାରୁ ସୁଧୀର ତାଙ୍କୁ ଗାଳିଗୁଳଜ କରିଥିଲେ। ସନ୍ଧ୍ୟାରାଣୀ ଏହାର ପ୍ରତିବାଦ କରିବାରୁ ସୁଧୀର ତାଙ୍କୁ ଜୋରସେ ଠେଲି ଦେଇଥିଲେ । ସେ ଏକ ନଡ଼ିଆ ଗଛରେ ପିଟି ହୋଇ ପକ୍କା ରାସ୍ତାରେ ପଡିଯାଇଥିଲେ।

Road Problem
ରାସ୍ତା ପାଇଁ ହୀନସ୍ତା, ମରଣଯନ୍ତା ପାଲଟିଛି ଆଳିର ମାନପୁର ଠାରୁ ଗୋବିନ୍ଦପୁର ରାସ୍ତା

ଏ ରାସ୍ତା ନୁହେଁ ମରଣଜନ୍ତା । ଯାଉଛି ଜୀବନ କିନ୍ତୁ ଶୋଇ ରହିଛି ପ୍ରଶାସନ। ରାସ୍ତାରୁ ପିଚୁ ଉଠିଗଲାଣି । ଖାଲ ଖମାରେ ଭର୍ତ୍ତି ହୋଇଗଲାଣି । ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣ ମଧ୍ୟ ଯାଉଛି। କିନ୍ତୁ ପ୍ରଶାସନର ଭାଙ୍ଗୁନି ନିଦ ।

old age home
କଳିଯୁଗର କୁଳାଙ୍ଗାର ପୁଅ: କହୁଛି ମାଆକୁ ନେଇ କିଏ ବୃଦ୍ଧାଶ୍ରମରେ ଛାଡିଦିଅ

ଆଖିରୁ ବୋହିଯାଉଛି ବେଦନାର ଲୁହ । ଯନ୍ତ୍ରଣା ଏତେ ଯେ କାହାକୁ ଦେଖି ଦେଲେ କୋହ ସମ୍ଭାଳି ପାରୁନାହାନ୍ତି । ସେଇଥି ଲାଗି ତ ଆଖିରୁ ଅହରହ ଝରାଉଛନ୍ତି ଲୁହ । ଚମ ଧୁଡୁଧୁଡୁ ହେଲାଣି...ଅଣ୍ଟା ମୋଡି ହୋଇଗଲାଣି । ବିନା ସାହାରାରେ ପାଦେ ଚାଲିବା ବି କଷ୍ଟ । ହେଲେ ଏମିତି ସମୟରେ ବୟସର ଅପରାହ୍ନରେ ଏକା ଏକା ବଂଚିବାକୁ ସେ ବାଧ୍ୟ ହେଉଛନ୍ତି । ସେବା ଯତ୍ନ ସତେ ଯେମିତି ତାଙ୍କ ଭାଗ୍ୟରେ ନାହିଁ ।

Lightening, Kendrapada
ସ୍କୁଲରେ ବଜ୍ରପାତ; ୧୬ ପିଲା ଆହତ

ସ୍କୁଲରେ ବଜ୍ରପାତ ଘଟି ୧୬ ପିଲା ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଗରଦପୁର ବ୍ଲକ୍ କୁଦାନଗରୀ ହାଇସ୍କୁଲରେ ବଜ୍ରପାତ ହୋଇଛି। ସମସ୍ତେ ପାଟକୁରା ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ହାଇସ୍କୁଲ୍ରେ ଅସ୍ଥାୟୀ ଭାବେ ଚାଲିଥିଲା ଆଦର୍ଶ ବିଦ୍ୟାଳୟ।

Crocodile fear grips villagers in Kendrapada
ବ୍ରାହ୍ମଣୀ ନଦୀ ଏବେ ନଈକୂଳିଆ ଲୋକଙ୍କ ପାଇଁ ପାଲଟିଛି ମୃତ୍ୟୁଯନ୍ତା

କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଏବେ ନଈକୂଳିଆ ଲୋକଙ୍କ ପାଇଁ ପାଲଟିଛି ମୃତ୍ୟୁଯନ୍ତା । କାରଣ ବ୍ରାହ୍ମଣୀ ନଦୀରେ କୁମ୍ଭୀର ହାଉଯାଉ । କେବଳ ବ୍ରାହ୍ମଣୀ ନୁହେଁ- ଖରସ୍ରୋତା, କାଣୀ, ଗୋବରି ନଈ କୂଳରେ ରହୁଥିବା ଲୋକଙ୍କୁ ଘାରିଛି କୁମ୍ଭୀର ଆତଙ୍କ । ଏହାକୁ ନେଇ ତେଜୁଛି ଜନଅସନ୍ତୋଷ

divyang female athlete
ଦିନେ ରାଜ୍ୟ ପାଇଁ ମାଳମାଳ ମେଡାଲ ଆଣୁଥିଲେ...ଆଜି ଭୋକ ଉପାସରେ

ରାଜ୍ୟଠୁ ଦେଶ...ସବୁଠି ଖେଳି ମାଳମାଳ ମେଡାଲ ଆଣିଥିଲେ । ହେଲେ ଆଜି ଭୋକ ଉପାସରେ ପଡିଛନ୍ତି ଦିବ୍ୟାଙ୍ଗ ଆଥଲେଟ୍‌ । ବାପା ଯିବା ପରେ ଜୀବନ ଏବେ ଦୁର୍ବିସହ

cm
କଳାକାରଙ୍କୁ ଏ କି ପ୍ରକାର ସମ୍ମାନ ? ଭତ୍ତା ପାଇଁ ପରିଣତ ବୟସରେ ଦେବାକୁ ପଡ଼ୁଛି ପ୍ରମାଣ

କଳାକାରଙ୍କ ଭିତରେ ହେଉଛି ପ୍ରତିଯୋଗିତା । ସବୁ ଜିଲ୍ଲାର ସବୁ ବ୍ଲକରେ ପ୍ରତିଯୋଗିତା ଚାଲିଛି । ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ଯୋଜନାରେ ମାସିକ ୧୨ ଶହ ଟଙ୍କା ପାଇବା ପାଇଁ ରାଜ୍ୟରେ ମୋଟ୍ ୫୦ ହଜାର କଳାକାର ଏହି ଭତ୍ତା ପାଇବାକୁ ଥିବା ବେଳେ ଚୟନ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନେକ କଳାକାର

raamlela
ଏବେ ବି ବଞ୍ଚି ରହିଛି ରାମଲୀଳା, ମଞ୍ଚରେ ନାଚୁଛନ୍ତି ଯୁବପିଢ଼ି

ବିଶେଷ କରି ଆଜିର ଯୁବପିଢ଼ି ଆଧୁନିକତା ଆଡ଼କୁ ଅଗ୍ରସର ହୋଇ ସିନେମା ପଛରେ ଧାଉଁଥିଲା ବେଳେ ଲୋକାପଡା ଗାଁର ଯୁବପିଢ଼ି ନିଜର ପରମ୍ପରା, କଳା, ସଂସ୍କୃତିକୁ ଭୁଲି ନଯାଇ ଆତ୍ମୀୟତାର ସହିତ ରାମଲୀଳା ଜାରି ରଖିଛନ୍ତି

Steel Plant
କେନ୍ଦ୍ରାପଡ଼ାରେ ନିର୍ମାଣ ହେବ ବୃହତ୍ତ ଷ୍ଟିଲ୍ ପ୍ଲାଣ୍ଟ

ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ନିୟୁତ ଟନ୍ ସିମେଣ୍ଟ ଉତ୍ପାଦନର ସୁବିଧା ରହିବ ଓ ଏହା ଦେଶର ସର୍ବବୃହତ୍ ସିମେଣ୍ଟ ନିର୍ମାଣକାରୀ ପ୍ଲାଣ୍ଟ ହେବ।

Cyclone Jawad Preparatory In Odisha\'s Kendrapada
ଆସୁଛି ବାତ୍ୟା : କେନ୍ଦ୍ରାପଡ଼ାରେ ପ୍ରସ୍ତୁତ ଚଳାଇଛନ୍ତି ଅଗ୍ନିଶମ କର୍ମଚାରୀ

ଆସୁଛି ବାତ୍ୟା : କେନ୍ଦ୍ରାପଡ଼ାରେ ପ୍ରସ୍ତୁତ ଚଳାଇଛନ୍ତି ଅଗ୍ନିଶମ କର୍ମଚାରୀ...ଷ୍ଟାଟ୍‌ ହେଉଛି ଗଛକଟା ମେସିନ୍‌

Multi-Crore Kharasrota Drinking Water Project
କାହିଁକି ଲୋକଙ୍କ ବିରୋଧ ପରେ ଖରସ୍ରୋତା ପ୍ରକଳ୍ପ କାମ ଆରମ୍ଭ କରିବାକୁ ତରତର ହେଉଛନ୍ତି ସରକାର?

କାହିଁକି ଲୋକଙ୍କ ବିରୋଧ ପରେ ଖରସ୍ରୋତା ପ୍ରକଳ୍ପ କାମ ଆରମ୍ଭ କରିବାକୁ ତରତର ହେଉଛନ୍ତି ସରକାର?

ମାଡ଼ ବେଳର ଭିଡିଓ ଭାଇରାଲ
କଙ୍ଗାରୁ କୋର୍ଟରେ ବାପ-ପୁଅଙ୍କୁ ମାଡ଼ ଘଟଣା, ୭ ଅଭିଯୁକ୍ତ ଜେଲ ଗଲେ

ବାପା, ପୁଅଙ୍କୁ ମାଡ଼ ଘଟଣାରେ ୭ ଅଭିଯୁକ୍ତ ଜେଲ୍ ଗଲେ । JMFC କୋର୍ଟରେ ଜାମିନ ଖାରଜ ହେବାରୁ ୭ ଜଣ ଅଭିଯୁକ୍ତ ଜେଲ୍ ଗଲେ । ପେଟ୍ରୋଲ ପମ୍ପରୁ ଲୁଟ ଘଟଣାରେ କଙ୍ଗାରୁ କୋର୍ଟ ବସାଇ, ସେଥିରେ ନ୍ୟାୟ ନିସାପ କରି ଏମାନେ ବାପା ପୁଅଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।

ମାଡ଼ ବେଳର ଭିଡିଓ ଭାଇରାଲ
ବାପ ପୁଅଙ୍କୁ ନିସ୍ତୁକ ମାଡ଼ ଘଟଣାରେ ବନ୍ଧାହେଲେ ୨ ସରପଞ୍ଚ

ବାପାଙ୍କୁ ଡାକି ଗୋଟେ ଘରେ ପୁରାଇ ନିସ୍ତୁକ ମାଡ ମାରିଥିଲେ। କେଵଳ ସେତିକି ନୁହେଁ, ସ୍ମୃତିଙ୍କୁ ତାଙ୍କ ବାପାଙ୍କୁ ମାଡ଼ ମାରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ। ଏହି କଙ୍ଗାରୁ କୋର୍ଟର ମଜା ନିର୍ବାଚିତ ଜନପ୍ରତିନିଧିମାନେ ଭରପୁର ଉଠାଉଥିବା ବେଳେ ଏହି ଦୃଶ୍ୟର ଭିଡିଓ ଉତ୍ତୋଳନ କରିବାକୁ ମଧ୍ୟ ଭୁଲିନଥିଲେ।

dead body
ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଲା କାନ୍ଥ: ୨ ମୃତ

ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ାରେ କାନ୍ଥ ପଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପାଟକୁରା ଥାନା ଅଞ୍ଚଳ ବଡ଼ବେତର ଗାଁରେ ରାତିରେ ଶୋଇଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା

Pond
ଗାଁ ପୋଖରୀରେ ନିର୍ମାଣ ହେଲା ପାର୍କ

ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲାର କପାଳେଶ୍ୱର ପଂଚାୟତ । ଏଠାକାର ପରିବେଶ ଦେଖିଲେ ଆପଣ ବି ଚକିତ ହୋଇଯିବେ। ଗ୍ରାମୀଣ ପରିବେଶରେ ସହରୀ ଷ୍ଟାଇଲରେ ନିର୍ମାଣ ହୋଇଛି ଆଦର୍ଶ ପୋଖରୀ ଓ ପାର୍କ। ଯାହାର ସୌନ୍ଦର୍ଯ୍ୟକରଣ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ବେଶ ଭିଡ଼ ଜମୁଛି

baijayanata
ଲୋକଙ୍କ ପ୍ରତିନିଧି ନୁହେଁ ବରଂ ମାଫିଆ ଭଳି ଆଚରଣ କରୁଛନ୍ତି ରାଜ୍ୟ ସରକାର: ବୈଜୟନ୍ତ ପଣ୍ଡା

ଭାରିଗଦାଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ।

Kendrapada issue
ତେଜୁଛି ଖରସ୍ରୋତା ପ୍ରକଳ୍ପ ବିବାଦ: ମୁହାଁମୁହିଁ ହେଲେ ପୋଲିସ-ଆନ୍ଦୋଳନକାରୀ

ପ୍ରକଳ୍ପକୁ ବିରୋଧ କରୁତିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆଜି ବିକ୍ଷୋଭ ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ। ଏହାକୁ ନେଇ ଦୁଇ ପକ୍ଷ ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପୋଲିସର ବ୍ୟାରିକେଡକୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିବା ସୂଚନା ମିଳିଛି।

kendrapada Protest
‘ଜୀବନ ଦେବୁ ପଛେ ଖରସ୍ରୋତା ପାଣି ଛାଡିବୁ ନାହିଁ’, ପ୍ରକଳ୍ପକୁ ଲୋକଙ୍କ ବିରୋଧ ଯୋଗୁଁ ଲାଗିଲା ୧୪୪ ଧାରା

ଜୀବନ ଦେବୁ ପଛେ ଖରସ୍ରୋତା ପାଣି ଛାଡିବୁ ନାହିଁ । କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ମେଗା ପାନୀୟ ଜଳ ପ୍ରକଳ୍ପ ବିରୋଧରେ ତେଜିଛି ଆନ୍ଦୋଳନ । ସ୍ଥାନୀୟ ଅଂଚଳରେ ୧୪୪ ଧାରି ଜାରି କରି ଆଜି ଜିଲ୍ଲା ପ୍ରଶାସନ କାମ ଆରମ୍ଭ କରୁଥିବା ବେଳେ ବ୍ୟାପକ ବିରୋଧର ସାମ୍ନା କରିବାକୁ ପଡିଛି ।