ସୂଚନା ଅନୁଯାୟୀ, ବର୍ତ୍ତମାନ ଭକ୍ତମାନେ ଫୋନ୍ ସ୍ୱିଚ୍ ଅଫ୍ କରିବା ପରେ ମନ୍ଦିର ପରିସରରେ ପ୍ରବେଶ କରୁଛନ୍ତି । ହେଲେ ଆଗାମୀ କିଛି ଦିନ ଭିତରେ ମନ୍ଦିର ବାହାରେ ମୋବାଇଲ୍ ରଖିବା ପାଇଁ ବ୍ୟବସ୍ଥା କରାଯିବ । କେଦାରନାଥ ମନ୍ଦିର ସହ ଜଡିତ ଭିଡିଓ ଗୁଡ଼ିକ କ୍ରମାଗତ ଭାବରେ ଭାଇରାଲ ହେବାରେ ଲାଗିଛି । ଏହାପୂର୍ବରୁ ମଧ୍ୟ ଅନେକ ଭିଡିଓ ଭାଇରାଲ୍ ହୋଇଥିଲା, ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା ।
ନିକଟରେ ଜଣେ ଯୁବତୀ ମନ୍ଦିର ସମ୍ମୁଖରେ ନିଜ ବୟଫ୍ରେଣ୍ଡକୁ ପାଶ୍ଚାତ୍ୟ ଢ଼ାଞ୍ଚାରେ ବିବାହ ପ୍ରସ୍ତାବ ଦେଇଥିଲେ, ଯାହାର ଭିଡିଓ ଭାଇରାଲ ହେଉଥିଲା । ଆଉ ଏହି ଭିଡିଓକୁ ନେଇ ବିବାଦ ଉପୁଜିଥିଲା । ବହୁ ଦର୍ଶକ ଧାର୍ମିକ ସ୍ଥଳରେ ଏଭଳି ଆଚରଣକୁ ଭୁଲ ବୋଲି କହିଥିବାବେଳେ କିଛି ଲୋକ ଏହାକୁ ଅତି ସୁନ୍ଦର ପ୍ରେମ ବୋଲି କହିଥିଲେ । ଭିଡିଓଟି ଜୁଲାଇ ୧ ତାରିଖର ବୋଲି ଜଣାପଡ଼ିଥିଲା । ଆଉ ଏହି ଘଟଣା ପରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ସଭାପତି କହିଥିଲେ, ଧାର୍ମିକ ସ୍ଥାନର କିଛି ପରମ୍ପରା, ସମ୍ମାନ ଓ ବିଶ୍ୱାସ ରହିଛି । ଭକ୍ତମାନେ ସେହି ଅନୁଯାୟୀ ଆଚରଣ କରିବା ଉଚିତ୍ ।
One of the Reasons why Smartphones should be Banned from All Leading Temples & Shrines
— Ravisutanjani (@Ravisutanjani) July 1, 2023
Just a Basic Phone within 20 KMs from the Main Temple, Eliminates Unnecessary Crowd
PS - I’m writing this from Kedarnath 🛕
pic.twitter.com/FQVxMAUEFm
ସୂଚନାଯୋଗ୍ୟ ପ୍ରାୟ ୭ ମାସ ଧରି ଚାଲେ କେଦାରନାଥ ଯାତ୍ରା । ଯାତ୍ରା ସମୟରେ ଅଧିକାଂଶ ଯାତ୍ରୀ ଖଚର ଚଢ଼ି କେଦାରନାଥ ଯାତ୍ରା କରନ୍ତି । ଏହାଛଡ଼ା କିଛି ଯାତ୍ରୀ ହେଲିକପ୍ଟରରେ ମଧ୍ୟ ଯାଆସ କରନ୍ତି ।
]]>ଭିଡିଓରେ ଅନେକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଜଣେ ଯୁବକ ଓ ଜଣେ ଯୁବତୀ ମଧ୍ୟ ବାବାଙ୍କୁ ପ୍ରଣାମ କରୁଥିବା ଭିଡିଓରେ ନଜର ଆସିଛନ୍ତି । ଉଭୟ ହଳିଦିଆ ପୋଷାକରେ ରହିଥିବା ବେଳେ ଜଣେ ବ୍ୟକ୍ତି ସେମାନଙ୍କ ପଛରୁ ଭିଡିଓ କରୁଛନ୍ତି । ଖାଲି ସେତିକି ନୁହେଁ, ଯୁବତୀ ଜଣକ ପ୍ରଣାମ କରିବା ସମୟରେ ଯୁବକ ଜଣଙ୍କୁ ମୁଦି ପିନ୍ଧାଇ ପ୍ରେମ ନିବେଦନ କରୁଥିବା ଦେଖିବାକୁ ମିଳୁଛି ।
ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଥିବାବେଳେ ଆନେକ ଦର୍ଶକ ଏହାକୁ ନେଇ ନିଜର ମତାମତ ଦେଇଥିବା ଦେଖିବାକୁ ମିଳିଛି । ବହୁ ଦର୍ଶକ ଧାର୍ମିକ ସ୍ଥଳରେ ଏହାକୁ ଭୁଲ ବୋଲି କହିଥିବାବେଳେ କିଛି ଲୋକ ଏହାକୁ ଅତି ସୁନ୍ଦର ପ୍ରେମ ବୋଲି କହିଛନ୍ତି । ଭିଡିଓଟି ଜୁଲାଇ ୧ ତାରିଖର ବୋଲି ଜଣାପଡ଼ିଛି ।
ଏହାକୁ ନେଇ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ସଭାପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଧାର୍ମିକ ସ୍ଥାନର କିଛି ପରମ୍ପରା, ସମ୍ମାନ ଓ ବିଶ୍ୱାସ ରହିଛି । ଭକ୍ତମାନେ ସେହି ଅନୁଯାୟୀ ଆଚରଣ କରିବା ଉଚିତ୍ । ତାହାଛଡ଼ା କମିଟିର କାର୍ଯ୍ୟ କେବଳ ମନ୍ଦିରର ପରିଚାଳନା ଏବଂ ଏହାର ଭିତରର ବ୍ୟବସ୍ଥା ଦେଖିବାରେ ସୀମିତ ରହିଛି । ଭାଇରାଲ ହେଉଥିବା ଏହି ଭିଡିଓଟି ମନ୍ଦିର ବାହାରର । ତେବେ ଏହି ଭିଡିଓ ସମ୍ପର୍କରେ ସେ ଆଇନଗତ ମତାମତ ନେବେ ବୋଲି କହିଛନ୍ତି ।
]]>One of the Reasons why Smartphones should be Banned from All Leading Temples & Shrines
— Ravisutanjani (@Ravisutanjani) July 1, 2023
Just a Basic Phone within 20 KMs from the Main Temple, Eliminates Unnecessary Crowd
PS - I’m writing this from Kedarnath 🛕
pic.twitter.com/FQVxMAUEFm
#WATCH | Uttarakhand: The portals of Kedarnath Dham opened for devotees. Kedarnath Temple Chief Priest Jagadguru Rawal Bhima Shankar Ling Shivacharya opened the portals. pic.twitter.com/WjPf2fcYdg
— ANI (@ANI) April 25, 2023
ପରେ ପୂଜକ ନୀତି ମୁତାବକ ପୂଜାର୍ଚ୍ଚନା କରି ବାବା କେଦାରନାଥଙ୍କ ମୁଖ ଦ୍ବାର ଘଣ୍ଟି ବଜାଇବା ପରେ ଶ୍ରଦ୍ଧାଳୁଙ୍କ ଲାଗି କେଦାରନାଥଙ୍କ ଦ୍ବାର ଫିଟିଛି। ଏହି ଅବସରରେ ସେନା ପକ୍ଷରୁ ବ୍ୟାଣ୍ଡ ପ୍ରଦର୍ଶନ ହୋଇଥିଲା। ଯାହା ଉପସ୍ଥିତ ଲୋକେ ମନଭରି ଉପଭୋଗ କରିଥିଲେ।
ପର୍ଯ୍ୟଟକଙ୍କ ପାଇଁ କେଦାରନାଥ ଯାତ୍ରା ବନ୍ଦ କରାଯାଇଥିଲା। ହରିଦ୍ୱାର ଓ ଋଷିକେଶରେ ଖରାପ ପାଗ ଓ ଅତ୍ୟଧିକ ତୁଷାର ପାତ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଥିଲା ବୋଲି ଚାରଧାମ ଯାତ୍ରାର ଯାତ୍ରା ବିଭାଗରନରେନ୍ଦ୍ର ସିଂ କାବିରିଆଲ ସୂଚନା ଦେଇଥିଲେ।
]]>#WATCH | Uttarakhand: The portals of Kedarnath Dham closed for the winter season today at 8.20 am. pic.twitter.com/4Jz0EbFLz0
— ANI UP/Uttarakhand (@ANINewsUP) October 27, 2022
ଉତ୍ତରାକଣ୍ଡ ରାଜ୍ୟର ଗଡ଼ୱାଲ ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଅବସ୍ଥିତ । ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ ହୋଇଛନ୍ତି ।ହିନ୍ଦୁଶାସ୍ତ୍ର, ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ କେଦାରଖଣ୍ଡ ଭାବେ ବର୍ଣ୍ଣନା କରାଯାଇଛି ।
କିମ୍ବଦନ୍ତୀ ଅନୁସାରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର ପାଣ୍ଡବମାନଙ୍କ ଦ୍ୱାରା ନିର୍ମିତ ହେଇଥିଲା । ପରିକ୍ଷିତ ମହାରାଜାଙ୍କ ପୁତ୍ର ଜନ୍ମେଜୟ ମନ୍ଦିର ଗର୍ଭଗୃହ ସମ୍ମୁଖ ମଣ୍ଡପ ନିର୍ମାଣ କରାଇଥିଲେ । ବର୍ତ୍ତମାନର ମନ୍ଦିର ଅଷ୍ଟମ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ନିର୍ମିତ ।
आखिरी शाम बाबा के धाम🚩
— श्री केदारनाथ (@ShriKedarnath) October 26, 2022
दयानिधान बाबा केदारनाथ धाम से इस वर्ष की अंतिम संध्या आरती दर्शन...
सभी भक्तों की मनोकामना पूर्ण करेंगे महादेव एक #RETWEET अवस्य करें महादेव के नाम🙏🕉🚩 pic.twitter.com/DkzskT9nAE
ଏଠାରେ ଗର୍ଭଗୃହରେ ଭଗବାନ ଶଙ୍କର ସଦାଶିବ ରୂପରେ ପୂଜା ପାଉଛନ୍ତି । ଶିବଲିଙ୍ଗ ଏକ ବିରାଟ ଗର୍ତ୍ତ ମଧ୍ୟରୁ ଉପରକୁ ଉଠିଥିବା ଏକ ମହିଷିର ପୃଷ୍ଠଭାଗ ସଦୃଶ ଦୃଶ୍ୟମାନ ହୁଅନ୍ତି । ବିରାଜମାନ ଶିବଲିଙ୍ଗର ଆକୃତି ଲମ୍ବରେ ପ୍ରାୟ ୮.୫ ଫୁଟ, ଚଉଡ଼ାରେ ପ୍ରାୟ ୪ ଫୁଟ ଓ ଉଚ୍ଚତାରେ ୪ଫୁଟ ।
ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ପୂର୍ବାହ୍ନ ଦର୍ଶନକୁ ନିର୍ବାଣ ଦର୍ଶନ କୁହାଯାଏ । ନିର୍ବାଣ ଦର୍ଶନ ସମୟରେ ଭକ୍ତମାନେ ଲିଙ୍ଗକୁ ସ୍ପର୍ଶକରି ପୂଜାର୍ଚ୍ଚନା, ଅଭିଷେକ ଆଦି କରିପାରନ୍ତି । ନିର୍ଦ୍ଧାରିତ ପାଉଣା ଦାଖଲ କଲେ ମନ୍ଦିର କମିଟି ବିଶେଷ ପୂଜା ଓ ଅଭିଷେକର ବ୍ୟବସ୍ଥା କରାଇଥାନ୍ତି । ଜ୍ୟୋତିର୍ଲିଙ୍ଗର ଅପରାହ୍ନ ଦର୍ଶନକୁ ଶୃଙ୍ଗାର ଦର୍ଶନ କୁହାଯାଏ । ଶୃଙ୍ଗାର ଦର୍ଶନ ସମୟରେ ଜ୍ୟୋତିର୍ଲିଙ୍ଗକୁ ସ୍ପର୍ଶ କରିବା ମନା । ଏହି ସମୟରେ ଜ୍ୟୋତିର୍ଲିଙ୍ଗକୁ ବିବିଧ ପୁଷ୍ପ ଅଳଙ୍କାରରେ ବିଭୁଷିତ କରାଯାଇଥାଏ । ଶୃଙ୍ଗାର ବେଶରେ ପ୍ରଭୁଙ୍କର ସଂଧ୍ୟା ଆଳତି ହୁଏ । ଜ୍ୟୋତିର୍ଲିଙ୍ଗଙ୍କର ଶ୍ରାବଣୀ ଅନ୍ନକୂଟ ମେଳା ରାକ୍ଷୀ ପୂର୍ଣ୍ଣିମା ପୂର୍ବଦିନ ପାଳନ କରାଯାଏ ।
]]>]]>
ବିଶେଷ ପୂଜାର୍ଚ୍ଚନା କରିବା ସହ ମନ୍ଦିର ଭିତରେ ବେଶ୍ କିଛି ସମୟ ବିତାଇଥିଲେ ପ୍ରଧାନମନ୍ତ୍ରୀ। ଧ୍ୟାନ ମୁଦ୍ରାରେ ବସି ପ୍ରଧାନମନ୍ତ୍ରୀ ଶଙ୍କରାଚାର୍ଯ୍ୟଙ୍କୁ ସ୍ମରଣ କରିଥିଲେ।
କେଦାରନାଥ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୧୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୨୦୧୩ କେଦାରନାଥ ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଏକ ସ୍ୱତନ୍ତ୍ର ସମାଧି ସ୍ଥଳ ନିର୍ମାଣ ହୋଇଛି। ଏହାର ଶୁଭ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଓ ଏକ ବିଶାଳ ପ୍ରତିମୂର୍ତ୍ତି ପୁନଃ ନିର୍ମାଣ ହୋଇଛି। ଏହାକୁ ବି ଆଜି ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏତ୍ଦବ୍ୟତୀତ ସଙ୍ଗମଘାଟ ପୁନରୁଦ୍ଧାର, ପର୍ଯ୍ୟଟକଙ୍କ ସୁବିଧା କେନ୍ଦ୍ର ଓ ଆଶୁ ଚିକିତ୍ସା କେନ୍ଦ୍ର, ପ୍ରାଶାସନିକ ଦପ୍ତର ଓ ହସ୍ପିଟାଲ, ୨ଟି ଅତିଥି ଭବନ, ଥାନା ଓ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଆଦି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।
]]>ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମ୍ ଖୋଲିବା ପରେ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ଲେଜର ସୋ’ ରେ ଝଲସିବ କେଦାରନାଥ ଧାମ୍। ଏହି ସୋ ଆସନ୍ତା ମେ ୫ ପର୍ଯ୍ୟନ୍ତ ଚାଲିବ।
ଐତିହ୍ୟପୂର୍ଣ୍ଣ କେଦାରନାଥ ଧାମ୍ ୬ମାସ ଖୋଲା ଏବଂ ୬ ମାସ ବନ୍ଦ ରହିଥାଏ। ମନ୍ଦିର ଖୋଲା ରହିବା ସମୟରେ ଶ୍ରଦ୍ଧାଳୁ ଭଗବାନ ଶିବଙ୍କୁ ଦର୍ଶନ କରିଥାନ୍ତି। ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତରାଖଣ୍ଡ ସରକାର ବିଭିନ୍ନ ପ୍ରକାର ସୁବିଧା କରିଛନ୍ତି। ଗୌରୀକୁଣ୍ଡରୁ କେଦାରନାଥ ପର୍ଯ୍ୟନ୍ତ ସଡ଼କ, ପାଣି, ବିଜୁଳି, ଚିକିତ୍ସା ସୁବିଧା କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
]]>