ଜଣେ ପ୍ରଶଂସକଙ୍କ ସହ କଥାବାର୍ତ୍ତା ବେଳେ କରୀନା କପୁର ନିଜର ଉତ୍ସାହ ବ୍ୟକ୍ତ କରିଥିଲେ ଏବଂ ଏକ ବଡ ବଜେଟ୍ ସାଉଥ୍ ଫିଲ୍ମରେ ତାଙ୍କର ପ୍ରଥମ ପ୍ରୟାସ ବିଷୟରେ ପ୍ରଶଂସକମାନଙ୍କୁ କହିଥିଲେ। କରୀନା କପୁରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି। ଏହି କ୍ଲିପ୍ର କ୍ୟାପ୍ସନ୍ ଦିଆଯାଇଛି, “ମୁଁ ଭାବୁଛି ୟଶଙ୍କ ସହ କରୀନାଙ୍କ ଫିଲ୍ମ ନିଶ୍ଚିତ ହୋଇଛି। ଗତକାଲି ତାଙ୍କ ପ୍ରଶଂସକଙ୍କ ସହ ଜୁମ୍ ମିଟିଂରେ ସେ ଏହା କହିଛନ୍ତି।”
ଏହି କ୍ଲିପ୍ରେ କରୀନା କପୁର କହିଛନ୍ତି, “ବର୍ତ୍ତମାନ ମୁଁ ଯେମିତି କହିଛି, ମୁଁ ଏକ ବହୁତ ବଡ ଦକ୍ଷିଣ ଫିଲ୍ମ କରିପାରିବି। ବର୍ତ୍ତମାନ ଏହା ସମଗ୍ର ଭାରତ ପରି, ତେଣୁ ମୁଁ ଜାଣେ ନାହିଁ ମୁଁ କେଉଁଠାରେ ଶୁଟିଂ କରିବି, କିନ୍ତୁ ମୋର ସମସ୍ତ ପ୍ରଶଂସକଙ୍କୁ ଏହା ଜଣାଇବାକୁ ମୁଁ ଉତ୍ସାହିତ। ଏହା କିନ୍ତୁ ପ୍ରଥମ ଥର ହେବ ଯାହା ମୁଁ କରିବି।”
କରୀନା କପୁରଙ୍କ ଏହି ମତ ଯୋଗୁଁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ସେ ତାଙ୍କ ଆଗାମୀ ଫିଲ୍ମ 'ଟକ୍ସିକ୍'ରେ ୟଶଙ୍କ ସହ ନଜର ଆସିବେ।
ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଜଣେ ଲେଖିଛନ୍ତି ଯେ ସେ ଟକ୍ସିକ୍ ଏବଂ ସିଙ୍ଘମ୍ ଭଳି ବଡ ଚଳଚ୍ଚିତ୍ର କରୁଛନ୍ତି ଏବଂ ଏହା ସଜ ଜାନେ ଜାନ, କ୍ରୁ, ଦ ବକିଙ୍ଗହମ୍ ମର୍ଡର୍ସ ଭଳି ବିଷୟବସ୍ତୁ ଚାଳିତ ଚଳଚ୍ଚିତ୍ର ମଧ୍ୟ କରୁଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, ସେ ୪୨ ବର୍ଷ ବୟସରେ ୟଶଙ୍କ ସହ ତାଙ୍କର ପ୍ରଥମ ପାନ ଇଣ୍ଡିଆ ଫିଲ୍ମ କରିବେ। ବେବୋ କ’ଣ କହିବାକୁ ଚାହୁଁଛନ୍ତି? ତେବେ ଏହି ଖବରକୁ ଏପର୍ଯ୍ୟନ୍ତ ଅଫିସିଆଲ୍ ନିଶ୍ଚିତ ହେବା ବାକି ଅଛି।
ତେବେ କରୀନା କପୁରଙ୍କ ନାମ ସାମ୍ନାକୁ ଆସିବା ପୂର୍ବରୁ ୟଶ୍ଙ୍କ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସାଇ ପଲ୍ଲଭି ଏବଂ ରାଶି ଖାନ୍ନାଙ୍କ ପରି ଅନ୍ୟ ଅଭିନେତ୍ରୀଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା। ତେବେ କରୀନାଙ୍କ ସମ୍ଭାବ୍ୟ ଅଂଶଗ୍ରହଣ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହକୁ ବଢାଇଛି।
ବର୍ତ୍ତମାନ କରୀନା କପୁର ଖାନ 'କ୍ରୁ' ସମେତ ଆଗାମୀ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି, ଯେଉଁଥିରେ ତାଙ୍କୁ ତବୁ ଏବଂ କ୍ରିତି ସାନନଙ୍କ ସହ ଦେଖିବାକୁ ମିଳିବ। ଏହା ବ୍ୟତୀତ ସେ ରୋହିତ ଶେଟ୍ଟୀଙ୍କ ଫିଲ୍ମ 'ସିଙ୍ଘମ୍ ରିଟର୍ନ'ରେ ମଧ୍ୟ ନଜର ଆସିବେ।
]]>ମିଳିତ ଭାବେ ସେମାନେ ବକ୍ସ ଅଫିସରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ଏବେ କରିସ୍ମା କପୁର ଖୁବ୍ ଶୀଘ୍ର ଫିଲ୍ମ 'ମର୍ଡର ମିଷ୍ଟ୍ରୀ'ରେ ନଜର ଆସିବେ। ଆଜିକାଲି କରିସ୍ମା କପୁର ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ସାନ ଭଉଣୀ କରୀନା କପୁରଙ୍କ ବିଷୟରେ ଅନେକ ରୋଚକ କଥାର ଖୁଲାସା କରିଛନ୍ତି।
କରୀନା କପୁର ଏବଂ କରିସ୍ମା କପୁରଙ୍କ ମଧ୍ୟରେ ଏକ ସୁନ୍ଦର ବଣ୍ଡିଂ ଅଛି। ଦୁହେଁ ପରସ୍ପରଙ୍କୁ ଖୁବ୍ ଭଲ ପାଆନ୍ତି। କରୀନା କପୁର ପିଲାଦିନେ କିପରି ତାଙ୍କୁ ବହୁତ ହଇରାଣ କରୁଥିଲେ ସେ ବିଷୟରେ କରିସ୍ମା ଖୁଲାସା କରିଛନ୍ତି। ଏବେ ନେଟ୍ଫ୍ଲିକ୍ସ ଇଣ୍ଡିଆର ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ରେ ଏକ ଭିଡିଓ ପୋଷ୍ଟ୍ କରାଯାଇଛି ଯେଉଁଥିରେ କରିସ୍ମା କପୁର ଅନେକ ପ୍ରଶ୍ନର ଉତ୍ତର ଦେଉଥିବାର ନଜର ଆସିଛନ୍ତି।
ଭିଡିଓରେ ଦେଖିବାକୁ ମିଳେ ଯେ କରିସ୍ମା କପୁର ଏକ କଳା ପୋଷାକରେ ନଜର ଆସିଛନ୍ତି। ଅଭିନେତ୍ରୀଙ୍କୁ ପଚରାଯାଉଛି, ଆପଣଙ୍କ ପିଲାଦିନରେ ସେହି କଥା କ’ଣ ଯାହାକୁ ନେଇ ଆପଣଙ୍କ ଭଉଣୀ ଆପଣଙ୍କୁ ହଇରାଣ କରୁଥିଲେ? ଏହି ପ୍ରଶ୍ନର ଉତ୍ତରରେ କରିସ୍ମା କହିଛନ୍ତି, “ସେ ମୋର ସମସ୍ତ ଜିନ୍ସ ନେଇଯାଉଥିଲା ଏବଂ ସେସବୁ କେବେ ଫେରାଉ ନଥିଲା।”
ଏହା ପରେ କରିସ୍ମା କପୁରଙ୍କୁ ପଚରାଯାଇଥିଲା ଯେ ସେ କିପରି ନିଜ ଭଉଣୀକୁ ଗାଳି ଦେଉଥିଲେ? ଏହା ଉପରେ ଅଭିନେତ୍ରୀ କହିଛନ୍ତି, “ହେ ଭଗବାନ। ମୁଁ ଜଣେ ଭଲ ଭଉଣୀ ତାଙ୍କୁ କେବେ ଗାଳି ଦିଏ ନାହିଁ।”
ପ୍ରକାଶଥାଉ ଯେ କରିସ୍ମା କପୁରଙ୍କ ଫିଲ୍ମ 'ମର୍ଡର ମୁବାରକ' ୧୫ ମାର୍ଚ୍ଚ ୨୦୨୪ରେ OTT ପ୍ଲାଟ୍ଫର୍ମରେ ଷ୍ଟ୍ରୀମ୍ ହେବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ହୋମି ଅଦଜାନିଆ। କରିସ୍ମା କପୁରଙ୍କ ବ୍ୟତୀତ ସାରା ଅଲି ଖାନ, ପଙ୍କଜ ତ୍ରିପାଠୀ, ବିଜୟ ବର୍ମା, ଡିମ୍ପଲ୍ କାପାଡିଆ, ସଞ୍ଜୟ କପୁର ଏବଂ ଟିସ୍କା ଚୋପ୍ରାଙ୍କ ଭଳି ତାରକାଙ୍କୁ 'ମର୍ଡର ମୁବାରକ'ରେ ଦେଖିବାକୁ ମିଳିବ। କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର୍ ଲଞ୍ଚ୍ କରାଯାଇଥିଲା, ଯାହାକୁ ନେଇ ଲୋକଙ୍କ ଉତ୍ସାହ ବଢିଯାଇଛି।
]]>‘ସିଙ୍ଘମ୍ ଏଗେନ୍’ରୁ ଅଜୟ ଦେବଗନ୍ଙ୍କ ଲୁକ୍କୁ ଫିଲ୍ମର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ତାଙ୍କ ଅଫିସିଆଲ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଶେୟାର କରିଛନ୍ତି। ଏହି ପୋଷ୍ଟର୍ରେ ଅଜୟ ଦେବଗନ୍ ସିଙ୍ଘମ୍ ଅବତାରରେ ନଜର ଆସିଛନ୍ତି। ଏହି ଫଟୋରେ ତାଙ୍କ ସହିତ ଏକ ସିଂହର ଛାୟାଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ। ଅଜୟ ଦେବଗାନଙ୍କ ଏହି ଲୁକ୍ ଶେୟାର କରି ରୋହିତ ଶେଟ୍ଟୀ କ୍ୟାପ୍ସନ୍ରେ ଲେଖିଛନ୍ତି, ସିଂହ ଆତଙ୍କ ସୃଷ୍ଟି କରେ ଏବଂ ଆହତ ସିଂହ ବିନାଶ ସୃଷ୍ଟି କରେ! ସମସ୍ତଙ୍କର ପ୍ରିୟ ପୁଲିସ୍ବାଲା, ବାଜିରାଓ ସିଙ୍ଘମ୍ ଫେରି ଆସିଛନ୍ତି!
‘ସିଙ୍ଘମ୍ ଏଗେନ୍’ ସହିତ ଜଡିତ ଅଜୟ ଦେବଗନଙ୍କ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟର୍କୁ ବହୁତ ପସନ୍ଦ କରିଛନ୍ତି ଅଭିନେତାଙ୍କ ପ୍ରଶଂସକମାନେ। ସେମାନେ ନିଜ ନିଜ ମତ ଦେଇ ପ୍ରତିକ୍ରିୟା କରୁଛନ୍ତି।
ଏହି ଫିଲ୍ମରେ ଅଜୟ ଦେବଗନ, ଅକ୍ଷୟ କୁମାର, ରଣବୀର ସିଂହ, ଟାଇଗର ଶ୍ରଫ୍, ଦୀପିକା ପାଦୁକୋନ ଏବଂ କରୀନା କପୁର ନଜର ଆସିବେ। ନିକଟରେ ଏହି ସମସ୍ତ କଳାକାରଙ୍କ ପୋଷ୍ଟର୍ ମଧ୍ୟ ପ୍ରକାଶ ପାଇଛି। ଏହାଠାରୁ ଭଲ କାଷ୍ଟିଂ ଆଉ ବା କ’ଣ ହୋଇପାରେ।
୨୦୨୧ର ଫିଲ୍ମ ‘ସୂର୍ଯ୍ୟବଂଶୀ’ ରୋହିତ ଶେଟ୍ଟୀଙ୍କ କପ୍ ୟୁନିଭର୍ସର ଚତୁର୍ଥ ଫିଲ୍ମ ଥିଲା। ୨୦୧୮ର ଏକ ଫିଲ୍ମ ‘ସିମ୍ବା’ରେ ରଣବୀର ସିଂହ ଜଣେ ପୋଲିସ୍ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ। ଅଜୟ ଦେବଗନ୍ ପୋଲିସ୍ ସିରିଜ୍ ‘ସିଙ୍ଘମ୍’ରେ କାମ କରିଛନ୍ତି। ‘ସୂର୍ଯ୍ୟବଂଶୀ’ରେ ଅକ୍ଷୟ ବୀର ସୂର୍ଯ୍ୟବଂଶୀଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ରଣବୀର ସିଂହ ‘ସିମ୍ବା’ରେ ଏକ କୈମୋରେ ଜଣେ ଏଟିଏସ୍ ଅଧିକାରୀଙ୍କ ଭୂମିକାରେ ଅଭିନୟ କରିଥିଲେ।
]]>ଅନେକ ସେଲିବ୍ରେଟି ଅଛନ୍ତି ଯେଉଁମାନେ ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ଦୈନିକ ଯୋଗ କରି ନିଜକୁ ଫିଟ୍ ମଧ୍ୟ ରଖିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ବଲିଉଡ୍ ସୁନ୍ଦରୀମାନଙ୍କୁ ଯେଉଁମାନେ ଯୋଗକୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ପରିଣତ କରିଛନ୍ତି।
ଯୋଗ ଏବଂ ଫିଟନେସ୍ ବିଷୟରେ ଯେତେବେଳେ କଥା ଉଠେ ସେତେବେଳେ ଶିଳ୍ପା ଶେଟ୍ଟୀଙ୍କ ନା’ ପ୍ରଥମେ ଆସେ। ଶିଳ୍ପା ଶେଟ୍ଟୀଙ୍କୁ ଏବେ ୪୮ ବର୍ଷ ହୋଇଥିଲେ ମଧ୍ୟ ସେ ଖୁବ୍ ୟଙ୍ଗ୍ ଏବଂ ଫିଟ୍ ଦେଖାଯାଉଛନ୍ତି। ଯୋଗ ହେଉଛି ତାଙ୍କ ସୌନ୍ଦର୍ଯ୍ୟର ରହସ୍ୟ। ସେ ଏହି ବୟସରେ ମଧ୍ୟ ଯୁବ ତାରକାମାନଙ୍କ ସହ ପ୍ରତିଯୋଗିତା କରନ୍ତି। ସେ ପ୍ରତିଦିନ ଯୋଗ କରନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଯୋଗ କରିବାକୁ ପରାମର୍ଶ ଦିଅନ୍ତି।
ବଲିଉଡ୍ର ପଙ୍ଗା କ୍ୱିନ୍ କଙ୍ଗନା ରାଣାୱତ୍ ତାଙ୍କ ଖୁଲମଖୁଲା କଥା ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କର ପ୍ରତ୍ୟେକ ଫିଲ୍ମର ଚରିତ୍ର ପାଇଁ ବହୁତ କଠିନ ପରିଶ୍ରମ କରନ୍ତି। ଏହା ପଛରେ ରହିଛି ତାଙ୍କର ଫିଟ୍ନେସ୍ ମାନିଆ। ଦୈନିକ ଜିମ୍ କରିବା ସହିତ ସେ ଯୋଗ ମଧ୍ୟ କରନ୍ତି।
ଫିଟ୍ନେସ୍ ସେଲିବ୍ରେଟିଙ୍କ ତାଲିକା ହେବ ଆଉ ସେଥିରେ ମଲାଇକା ଅରୋରା ରହିବେ ନାହିଁ ଏହା ସମ୍ଭବ ନୁହେଁ। ମଲାଇକା ପ୍ରାୟତଃ ଜିମ୍ ଯିବା ଏବଂ ଯୋଗ କରୁଥିବା ଦେଖିବାକୁ ମିଳିଥାଏ। ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଏହି ବୟସରେ ମଧ୍ୟ ସେ ନିଜର ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ ବଜାୟ ରଖିବା ପାଇଁ ଦୈନିକ ଯୋଗ କରନ୍ତି।
ବଲିଉଡ୍ର ଜଣେ ଆଗଧାଡି ଅଭିନେତ୍ରୀଙ୍କ ତାଲିକାରେ ବିପାଶା ବସୁଙ୍କ ନା’ ରହିଛି। ସେ କିଛି ଦିନ ପୂର୍ବରୁ ତାଙ୍କ ଝିଅକୁ ଜନ୍ମ ଦେଇଛନ୍ତି। ମା’ ହେବା ପରେ ବିପାଶା ଯୋଗ କରି ନିଜକୁ ଫିଟ୍ ରଖୁଛନ୍ତି। କେବଳ ଏତିକି ନୁହେଁ, ବିପାଶା ଚଳଚ୍ଚିତ୍ରରେ କାମ କରିବା ସମୟରେ ମଧ୍ୟ ଯୋଗ ମାଧ୍ୟମରେ ନିଜକୁ ଫିଟ୍ ରଖୁଥିଲେ। ଯୋଗ କରି ସେ ନିଜର ଫଟୋ ମଧ୍ୟ ଶେୟାର କରନ୍ତି।
ବଲିଉଡର ବେବୋ କରୀନା କପୁର ପ୍ରାୟତଃ ଜିମ୍ ଯାଉଥିବା ନଜର ଆସନ୍ତି। ଜିମ୍ ସହିତ ସେ ଯୋଗ କରିବା ସମୟରେ ନିଜ ଫଟୋ ଏବଂ ଭିଡିଓକୁ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଥାଆନ୍ତି। ଯୋଗ ହେତୁ ଆଜି କରୀନା ଦୁଇଟି ସନ୍ତାନର ମା’ ହେବା ପରେ ମଧ୍ୟ ବହୁତ ଫିଟ୍ ଏବଂ ସୁନ୍ଦର ଦେଖାଯାଉଛନ୍ତି।
ଗତ ବର୍ଷ ଆଲିଆ ଭଟ୍ଟ ତାଙ୍କ ଝିଅ ରାହାଙ୍କୁ ଜନ୍ମ ଦେଇଥିଲେ। ଗର୍ଭାବସ୍ଥାରେ ଆଲିଆଙ୍କ ଓଜନ ବହୁତ ବୃଦ୍ଧି ପାଇଥିଲା, ଏହା ପରେ ଆଲିଆ ଯୋଗ ଏବଂ ଜିମ୍ ସହିତ ନିଜକୁ ଫିଟ୍ କରିଥିଲେ। ଆଜି ଆଲିଆ ବହୁତ ଫିଟ୍ ଆଉ ସୁନ୍ଦରୀ ଦେଖାଯାଉଛନ୍ତି। ତାଙ୍କର ଏତେ ଶୀଘ୍ର ପରିବର୍ତ୍ତନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ବଲିଉଡ୍ ଅଭିନେତ୍ରୀ ସାରା ଅଲି ଖାନ ଫିଲ୍ମରେ ପ୍ରବେଶ କରିବା ପୂର୍ବରୁ ଖୁବ ମୋଟା ଥିଲେ। ତାଙ୍କର ପୂର୍ବ ଫଟୋଗୁଡ଼ିକୁ ଦେଖିଲେ, ସେ ସାରା ବୋଲି ଚିହ୍ନିହେବ ନାହିଁ। ଆଜି ସାରା ଖୁବ୍ ଫିଟ୍ ଏବଂ ବହୁତ ସୁନ୍ଦରୀ ମଧ୍ୟ। ଏ ସବୁ ପଛର ରହସ୍ୟ ହେଉଛି ଯୋଗ। ସାରା ଯୋଗକୁ ତାଙ୍କର ଦୈନନ୍ଦିନ ଜୀବନର ଏକ ଅଂଶ କରିଦେଇଛନ୍ତି।
ଆସନ୍ତୁ ଆଜି ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ କରି ଫଟୋ ଶେୟାର କରିଥିବା ଆଉ କିଛି ଅଭିନେତ୍ରୀମାନଙ୍କୁ ଦେଖିନେବା।
ବର୍ଷ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ମଧ୍ୟ ଏମିତି କିଛି କଥା ରହିଗଲା ଯାହା ଦୁହେଁ ପରସ୍ପର ବିଷୟରେ ଜାଣି ନଥିଲେ। ଏହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଉଥିବେ। ଏମିତି କେଉଁ କଥା ରହିଗଲା ଯେ ସେମାନେ ବିବାହ ପୂର୍ବରୁ ଜାଣି ପାରିଲେ ନାହିଁ! ବିବାହ ଦିନ ମଧ୍ୟ ବେବୋଙ୍କ ସହ ଏମିତି ଘଟିଥିଲା। ବିବାହ ସମୟ ପର୍ଯ୍ୟନ୍ତ କରୀନା କପୁର ସ୍ୱାମୀ ସୈଫ୍ ଅଲି ଖାନଙ୍କ ପ୍ରକୃତ ନା’ ବିଷୟରେ ଅବଗତ ନଥିଲେ।
ସୈଫ୍ ଅଲି ଖାନଙ୍କ ପ୍ରକୃତ ନା’ ସାଜିଦ ଅଲି ଖାନ ପଟୌଦି ଥିଲା, କିନ୍ତୁ ପରେ ସେ ତାଙ୍କ ନାମ ସୈଫ୍ ଅଲି ଖାନ୍ରେ ବଦଳାଇଥିଲେ। କରୀନା କପୁର ଯେତେବେଳେ ତାଙ୍କ ବିବାହ ପ୍ରମାଣପତ୍ର ଦେଖିଲେ, ସେ ଏ ବିଷୟରେ ଜାଣିବାକୁ ପାଇଲେ।
ଛୋଟେ ନବାବ ନିଜେ କହିଥିଲେ ଯେ ତାଙ୍କ ନା’ରୁ 'ପଟୌଦି' ହଟାଇବାର କାରଣ ହେଉଛନ୍ତି ତାଙ୍କ ବାପା। ତାଙ୍କ ବାପା ମଂସୁର ଅଲି ଖାନ ପଟୋଦି ମଧ୍ୟ ଭାରତରେ ରାଜକୁମାର ପରମ୍ପରା ଶେଷ ହେବା ପରେ ତାଙ୍କ ନା’ରୁ ପଟୌଦି ଉପନାମକୁ ହଟାଇ ଦେଇଥିଲେ।
ଯଦି ଆମେ ତାଙ୍କ କାମର କଥା କହିବା, ତେବେ କରୀନା କପୁରଙ୍କ ହାତରେ ଅନେକ ଚଳଚ୍ଚିତ୍ର ଅଛି। ଅଭିନେତ୍ରୀ ହଂସଲ ମେହେଟ୍ଟାଙ୍କ ଅନ୍ଟାଇଟଲ୍ ଚଳଚ୍ଚିତ୍ର ସହିତ ଅନ୍ୟ ଦୁଇଟି ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିବେ। ସେଥିମଧ୍ୟରୁ ଗୋଟିଏ ହେଉଛି ରିୟା କପୁରଙ୍କ 'ଦ କ୍ରୁ'। ଏହି ଚଳଚ୍ଚିତ୍ରରେ କରୀନାଙ୍କ ସହ ତବୁ ଏବଂ କ୍ରିତି ସାନନ୍ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ଏକ ହାସ୍ୟ ଚଳଚ୍ଚିତ୍ର। ଏହା ବ୍ୟତୀତ କରୀନାଙ୍କୁ 'ଦି ଡିଭୋସନ୍ ଅଫ୍ ସସ୍ପେକ୍ଟ୍ ଏକ୍ସ'ରେ ମଧ୍ୟ ଦେଖିବାକୁ ମିଳିବ।
]]>ଯେତେବେଳେ କରୀନା ସୈଫ୍ଙ୍କ ସହ ତାଙ୍କ ଘରୁ ବାହାରକୁ ଯାଆନ୍ତି, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଛାଇଯାଏ। ନିକଟରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ବକ୍ସ ଅଫିସ୍ ନମ୍ବର ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କି? ବେବୋ ଉତ୍ତରରେ କହିଥିଲେ ଯେ ସେ କାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ। ଏନେଇ ସେ ଏକ ଉଦାହରଣ ମଧ୍ୟ ଦେଇଛନ୍ତି।
କରୀନା ତାଙ୍କ ଠାରୁ ୧୦ ବର୍ଷ ବଡ ସୈଫ୍ ଅଲି ଖାନଙ୍କ ସହ ନିଜ ସମ୍ପର୍କ ଏବଂ ବିବାହର ନିଷ୍ପତ୍ତିକୁ ନେଇ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ କାହିଁକି ଛାଡପତ୍ର ଦେଇଥିବା ଏବଂ ଦୁଇ ସନ୍ତାନର ପିତା ସୈଫ୍ ଅଲି ଖାନଙ୍କୁ ବିବାହ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ କୌଣସି ଅଭିନେତ୍ରୀ ବିବାହ କରିବାକୁ ଚାହୁଁନଥିଲେ ସେତେବେଳେ ସେ ସୈଫ୍ଙ୍କୁ ବିବାହ କରିଥିଲେ କାରଣ ସେ ତାଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ଥିଲେ।
ଫିଲ୍ମ 'ଟଶନ'ରୁ ଉଭୟ ପରସ୍ପରଙ୍କ ପ୍ରେମରେ ପଡିଥିଲେ। ଏହା ପରେ ଫିଲ୍ମ 'କୁରବାନ୍'ରେ ଉଭୟଙ୍କ ଜବରଦସ୍ତ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଥିଲା। ଏକ ସାକ୍ଷାତକାରରେ କରୀନା କହିଥିଲେ ଯେ ସେ ସୈଫ୍ଙ୍କୁ କାହିଁକି ତାଙ୍କ ଜୀବନ ସାଥୀ ଭାବରେ ବାଛିଲେ। ସେ କହିଥିଲେ ଯେ ସେ ଜଣେ ଆତ୍ମନିର୍ଭରଶୀଳ ମହିଳାଙ୍କ ପରି ବଞ୍ଚିବାକୁ ଚାହାଁନ୍ତି। ବିବାହ ପରେ ମଧ୍ୟ ସେ ଫିଲ୍ମରେ କାମ କରିବାକୁ ଚାହାନ୍ତି। ସେ ଚାହୁଥିଲେ ଜଣେ ପତ୍ନୀ ହେବେ ଏବଂ ଜଣେ ମା’ ମଧ୍ୟ ହେବେ, କିନ୍ତୁ ଏହା ଯେପରି ତାଙ୍କ ଚଳଚ୍ଚିତ୍ର କ୍ୟାରିୟରକୁ ପ୍ରଭାବିତ କରିବ ନାହିଁ।
କରୀନା ଆହୁରି ମଧ୍ୟ କହିଥିଲେ, ସେ ସାରା ଜୀବନ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି। ବିବାହ ପୂର୍ବରୁ ସେ ସୈଫ୍ ଅଲି ଖାନଙ୍କ ସାମ୍ନାରେ ଏହି ସର୍ତ୍ତ ରଖିଥିଲେ ଏବଂ ଯେତେବେଳେ ଛୋଟେ ନବାବ ତାଙ୍କ କଥାରେ ରାଜି ହୋଇଥିଲେ କରୀନା ତାଙ୍କୁ ବିବାହ କରିଥିଲେ।
କରୀନା କପୁର ଖାନ ସାକ୍ଷାତକାରରେ ସୈଫ୍ଙ୍କ ସହ ତାଙ୍କ ବିବାହକୁ ନେଇ କହିଥିଲେ – “ମୁଁ ନିଜକୁ ଭାଗ୍ୟବାନ ମନେକରେ କାରଣ ମୁଁ ସବୁବେଳେ ତାହା କରିଛି, ଯାହା ମୁଁ କରିବାକୁ ଚାହିଁଛି ଏବଂ ମୁଁ ଏଥିପାଇଁ ଭାଗ୍ୟବାନ। ଯେତେବେଳେ ମୁଁ ବିବାହ କରିବାକୁ ଚାହୁଁଥିଲି, ସେତେବେଳେ ମୁଁ କରିଛି। ଏହା ପୁଣି ସେତେବେଳେ କରିଛି ଯେତେବେଳେ କୌଣସି ଅଭିନେତ୍ରୀ ବିବାହ କରୁ ନଥିଲେ। ଆଜି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ କରୁଛନ୍ତି। ସନ୍ତାନ ଜନ୍ମ ହେବା ପରେ କ୍ୟାରିୟରରେ ଏକ ପୂର୍ଣ୍ଣଚ୍ଛେଦ ପଡିଯାଏ ବୋଲି ପୂର୍ବରୁ ଧାରଣା ଥିଲା। କିନ୍ତୁ ବର୍ତ୍ତମାନ ତୁମର ସନ୍ତାନ ହୋଇପାରେ ଏବଂ ସନ୍ତାନ ପରେ ମଧ୍ୟ ଆପଣମାନେ ନିଜ କ୍ୟାରିଅର୍ ଉପରେ ଧ୍ୟାନ ଦେଇପାରିବେ। ମୁଁ ସବୁବେଳେ ଏମିତି କାମ କରିଛି ଯାହାକୁ ମୁଁ ଭଲ ପାଏ ଏବଂ ବିଶ୍ୱାସ କରେ।”
ସୈଫ୍ ଅଲି ଖାନ ଏବଂ କରୀନା କପୁର ଖାନ କିଛି ସପ୍ତାହ ପୂର୍ବରୁ ମଲାଇକା ଅରୋରାଙ୍କ ମା’ଙ୍କ ଜନ୍ମଦିନ ଭୋଜିରୁ ଫେରୁଥିବା ବେଳେ ଚର୍ଚ୍ଚାକୁ ଆସିଥିଲେ। ଏହି ସମୟରେ ଫଟୋଗ୍ରାଫର୍ମାନେ ତାଙ୍କ ବିଲ୍ଡିଂ କମ୍ପାଉଣ୍ଡ ବାହାରେ ତାଙ୍କ ଫଟୋ ଏବଂ ଭିଡିଓ ଉଠାଇବା ଆରମ୍ଭ କରିଥିଲେ। ପାପାରାଜିଙ୍କ ଏଭଳି କାରନାମାରେ ସୈଫ୍ ଅଲି ଖାନ ରାଗିଯାଇଥିଲେ ଆଉ ବିରକ୍ତ ହୋଇ କହିଥିଲେ “ମୋ ବେଡ୍ରୁମ୍କୁ ଆସ”।
ଉଭୟଙ୍କ କାମର କଥା କହିଲେ କରୀନାଙ୍କୁ ଶେଷଥର ପାଇଁ ଆମୀର ଖାନଙ୍କ ବିପକ୍ଷରେ 'ଲାଲ ସିଂହ ଚଡ୍ଢା'ରେ ଦେଖିବାକୁ ମିଳିଥିବା ବେଳେ ସୈଫ୍ ଅଲି ଖାନ ହ୍ରିତିକ ରୋଶନଙ୍କ ବିପକ୍ଷରେ 'ବିକ୍ରମ ବେଧା'ରେ ନଜର ଆସିଥିଲେ। ଏବେ କରୀନାଙ୍କୁ 'ଦ ଡିଭୋସନ ଅଫ୍ ସସ୍ପେକ୍ଟ ଏକ୍ସ'ରେ ଦେଖିବାକୁ ମିଳିବ, ଯେଉଁଥିରେ ବିଜୟ ବର୍ମା ଏବଂ ଜୟଦୀପ ଅହଲୱତ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ।
]]>ତେବେ କରୀନାଙ୍କ ପାପାରାଜି ସହିତ ଭଲ ବଣ୍ଡିଂ ରହିଛି। କିନ୍ତୁ ନିକଟରେ ସୈଫ ଫଟୋଗ୍ରାଫରଙ୍କ ଆଚରଣକୁ ସମାଲୋଚନା କରି କ୍ରୋଧରେ ତାଗିଦ କରିଥିଲେ। ଏହାକୁ ନେଇ ସୈଫ୍-କରୀନା ଫଟୋଗ୍ରାଫରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଖବର ଆସିଥିଲା। ତେବେ ପରେ ସୈଫ୍ ନିଜେ ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ ସେମିରି କିଛି ନାହିଁ। ବର୍ତ୍ତମାନ କରୀନା ପାପାରାଜି ସହିତ ଫଟୋ ଉଠାଇବାକୁ ନେଇ କହିଛନ୍ତି।
ଏକ ସାକ୍ଷାତକାରରେ କରୀନା କପୁର କହିଛନ୍ତି, 'ମୁଁ କୌଣସି ଫଟୋ ଉଠଉ ନାହିଁ। ହଁ ଏହା ସତ, ଯାହା ବି ହେଉ, ମୁଁ କିନ୍ତୁ ଏହାକୁ ଖୁବ୍ ପସନ୍ଦ କରେ। ଯଦି ସେମାନେ କ୍ଲିକ୍ କରୁଛନ୍ତି, ସେମାନଙ୍କୁ କ୍ଲିକ୍ କରିବାକୁ ଦିଆଯାଉ। ଏପରିକି ମୋତେ ଏମିତି ବି ଲାଗୁଛି, 'ମୁଁ କ’ଣ କରିବି?' ମୁଁ ଅନେକ ଥର ଚେଷ୍ଟା କରିଛି, ଆପଣ ଜାଣନ୍ତି। ସୈଫ୍ ଏବଂ ମୁଁ ବହୁତ ସଚ୍ଚୋଟ। କିନ୍ତୁ, ଅବଶ୍ୟ, ବେଳେବେଳେ କେହି ବିଲ୍ଡିଂକୁ ଆସିବା, ବା କିଛି କରିବା, କିମ୍ବା ପିଲାମାନଙ୍କୁ ସେମାନଙ୍କର ଡେଲି ରୁଟିନ୍ର ଫଟୋ ନେବାକୁ ମନ କରିବା ଏସବୁକୁ ଆମେ କ୍ୟାପ୍ଚର୍ ନ କରିବାକୁ ଅନୁରୋଧ କରିଛୁ।”
କରୀନା ସ୍ପଷ୍ଟ କରିଛନ୍ତି ଯେ ସୈଫ୍ ପ୍ରାୟତଃ ଏହି କଥାକୁ ନେଇ ଖରାପ ଭାବନ୍ତି ଯେ ବେବୋ କିପରି ପାପାରାଜିକୁ ହସି ହସି ପୋଜ୍ ଦେଇଦେଉଛନ୍ତି। କରୀନା କହିଛନ୍ତି, “ସୈଫ୍ କୁହନ୍ତି, ତୁମେ ସବୁବେଳେ କାହିଁକି ପୋଜ୍ ଦେଉଛ? କିନ୍ତୁ ମତେ ଏହା ଭଲ ଲାଗେ। ମୁଁ କହେ, ମୁଁ ଚିଲ୍ ଏବଂ ମୋତେ ଏହା ଭଲ ଲାଗେ।”
]]>ଯେତେବେଳେ ଫଟୋଗ୍ରାଫର ତାଙ୍କୁ ଫଟୋ ଉଠାଇବାକୁ କୁହନ୍ତି ସୈଫ୍ ଅଲି ଖାନ ତାଙ୍କୁ ଏପରି ଉତ୍ତର ଦିଅନ୍ତି ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏହି ଭିଡିଓରେ ସୈଫ୍ ଅଲି ଖାନ ଏବଂ କରୀନା କପୁର କୌଣସି ଏକ ସ୍ଥାନରୁ ଫେରୁଥିବା ଦେଖିବାକୁ ମିଳେ।
ଏହି ଭିଡିଓରେ ଦେଖାଯାଏ ଯେ ସୈଫ୍ ଅଲି ଖାନ ଏବଂ କରୀନା କପୁର ଆସୁଛନ୍ତି। ଠିକ୍ ଏହି ସମୟରେ ଫଟୋଗ୍ରାଫରମାନେ ସେମାନଙ୍କୁ ପୋଜ୍ ଦେବାକୁ କୁହନ୍ତି ଆଉ ସେମାନଙ୍କ ପଛରେ ଦୌଡନ୍ତି। ସୈଫ୍ ଅଲି ଓ କରୀନା କିନ୍ତୁ ସେମାନଙ୍କ କଥା ନ ଶୁଣି ଆଗକୁ ଚାଲନ୍ତି। କିନ୍ତୁ ଫଟୋଗ୍ରାଫର୍ମାନେ ସେମାନଙ୍କୁ ବାରମ୍ବାର ଏମିତି କହିବାରୁ ସୈଫ୍ ଅଲି ଖାନ ବିରକ୍ତ ହୋଇଯାଆନ୍ତି ଆଉ ଯାହା କୁହନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ।
ସୈଫ୍ ଚିଡିଯାଇ କୁହନ୍ତି ଯେ “ଗୋଟିଏ କାମ କର, ଆମ ବେଡ୍ରୁମ୍କୁ ଆସ।” ସୈଫ୍ଙ୍କ ଏଭଳି କଥାରୁ ଫଟୋଗ୍ରାଫରମାନେ ବୁଝିଯାଆନ୍ତି ଯେ ବୋଧହୁଏ ସୈଫ୍ ଅଲି ଖାନ୍ଙ୍କ ମୁଡ୍ ଭଲ ନାହିଁ। ଏହା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଘର ଭିତରକୁ ଚାଲିଯାଆନ୍ତି ଆଉ ସୈଫ୍ କବାଟ ବନ୍ଦ କରିଦିଅନ୍ତି।
ଏହି ଭିଡିଓ ସୋସିଆଲ ମିଡିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ଏହା ଉପରେ ଲଗାତର ପ୍ରତିକ୍ରିୟା ମଧ୍ୟ ଆସୁଛି। ଏହି ଭିଡିଓରେ ସୈଫ୍ ଅଲି ଖାନ ଏବଂ କରୀନା କପୁର କଳା ପୋଷାକ ପିନ୍ଧିଛନ୍ତି। ତେବେ ଏହି ପୁରା ଭିଡିଓରେ କରୀନା କପୁର ବହୁତ ଶାନ୍ତ ଦେଖାଯାଉଛନ୍ତି ଏବଂ ତାଙ୍କ ମୁହଁରେ ହସ ଦେଖିବାକୁ ମିଳୁଛି।
ପ୍ରକାଶଥାଉ ଯେ ସୈଫ୍ ଅଲୀ ଖାନଙ୍କ ଶେଷ ମୁକ୍ତିଲାଭ ଫିଲ୍ମ ‘ବିକ୍ରମ ବେଧା’ ହୋଇଥିବାବେଳେ କରୀନା କପୁରଙ୍କୁ ‘ଲାଲ ସିଂହ ଚାଡ୍ଡା’ରେ ଦେଖିବାକୁ ମିଳିଥିଲା। ଉଭୟ ଚଳଚ୍ଚିତ୍ର ବକ୍ସ ଅଫିସରେ ସଫଳତା ହାସଲ କରିପାରି ନଥିଲା।
]]>ତେବେ କପୁର ପରିବାରର ଝିଅ କରିସ୍ମା କପୁର ଏବଂ କରୀନା କପୁରଙ୍କ ଡାକନାମ ବହୁତ ଲୋକପ୍ରିୟ। ଏହିପରି ଅନୁଷ୍କା ଶର୍ମା, ଆଲିଆ ଭଟ୍ଟ, ଐଶ୍ୱର୍ଯ୍ୟା ରାୟ, ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଅଭିନେତ୍ରୀଙ୍କ ଡାକନାମ ଖୁବ ମଜାଳିଆ। ଏମାନଙ୍କ ମଧ୍ୟରୁ କେତେକଙ୍କର ଏପରି ନାଁ ଅଛି ଯାହାକୁ ଶୁଣି ଆପଣ ହସିବେ।
ହଲିଉଡ ଭଳି ବଲିଉଡରେ ପ୍ରାଧାନ୍ୟ ବିସ୍ତାର କରିଥିବା ସୁନ୍ଦର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଗୋଟିଏ ନୁହେଁ ଅନେକ ଡାକନାମ ରହିଛି। ଫିଲ୍ମର ଗୀତ ଅନୁସାରେ ପ୍ରିୟଙ୍କାଙ୍କୁ ତାଙ୍କ ପ୍ରଶଂସକମାନେ ଦେଶୀ ଗର୍ଲ କହି ଡାକନ୍ତି। କିନ୍ତୁ କିଛି ଘନିଷ୍ଠ ବ୍ୟକ୍ତି ସେମାନଙ୍କୁ ପିଗ୍ଗି ଚପ୍ ବୋଲି ମଧ୍ୟ ଡାକନ୍ତି। ପ୍ରିୟଙ୍କାଙ୍କ ବାପା-ମା’ ତାଙ୍କୁ ମିଠୁ ବୋଲି କହୁଥିବା ବେଳେ କିଛି ଲୋକ ତାଙ୍କୁ ମିମି ବୋଲି ମଧ୍ୟ ଡାକନ୍ତି।
ବିଶ୍ୱ ସୁନ୍ଦରୀ ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ଡାକ ନାଁ ମଧ୍ୟ ଖୁବ ମଜାଳିଆ। ପିଲାଦିନରେ ଝିଅର କୌତୁକିଆ ରୂପ ଦେଖି ପରିବାର ଲୋକେ ତାଙ୍କୁ ଗୁଲୁ ବୋଲି ଡାକିଲେ। ପ୍ରଶଂସକ ଏବଂ ବନ୍ଧୁମାନଙ୍କ ତାଙ୍କୁ ଐଶ୍ ବୋଲି ଡାକନ୍ତି, ଯାହା ଖୁବ୍ ପରିଚିତ।
ଅନିଲ କପୁରଙ୍କ ଝିଅ ସୋନମ କପୁର ବର୍ତ୍ତମାନ ନିଜେ ଏକ ପୁଅର ମା’ ହୋଇସାରିଛନ୍ତି। ତାଙ୍କ ନାଁ ଖୁବ ମଜାଳିଆ। ସେ ଡେଙ୍ଗା ହୋଇଥିବାରୁ ଘର ଲୋକେ ତାଙ୍କୁ ସ୍ନେହରେ ଜିରାଫ୍ ବୋଲି ଡାକନ୍ତି। ଏକ ସାକ୍ଷାତକାରରେ ସୋନମ ନିଜେ କହିଛନ୍ତି ଯେ 'ମୋ ବେକ ବହୁତ ଲମ୍ବା, ସେଥିପାଇଁ ମୋ ବାପା ମୋତେ ଜିରାଫ ବୋଲି ଡାକୁଥିଲେ। ବର୍ତ୍ତମାନ ବନ୍ଧୁ ଏବଂ ପରିବାର ଲୋକେ ମୋତେ ସିନିୟର କପୁର ବୋଲି ଡାକୁଛନ୍ତି।
ଅନୁଷ୍କା ଶର୍ମାଙ୍କ ଡାକ ନାଁ ଶୁଣିଲେ ବି ଆପଣ ହସିବା ନିଶ୍ଚିତ। ପିଲାଦିନେ ଅନୁଷ୍କାଙ୍କୁ 'ନୁଷ୍କେଶ୍ୱର' ବୋଲି ଡକାଯାଉଥିଲା। ଅନୁଷ୍କା ବଡ ହେବା ପରେ ଏହି ନାଁକୁ ଛୋଟ କରି ନୁଷ୍କୀ କରିଦେଲେ। କ୍ରିକେଟ୍ ସ୍ୱାମୀ ବିରାଟ କୋହଲି ମଧ୍ୟ ଅନୁଷ୍କାଙ୍କୁ ନୁଷ୍କୀ ବୋଲି ଡାକନ୍ତି।
ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ କପୁର ପରିବାରର ବୋହୂ ହୋଇଛନ୍ତି। ତାଙ୍କ ମା’ ସୋନି ରାଜଦାନ ଏବଂ ବାପା ମହେଶ ଭଟ୍ଟଙ୍କ ପାଇଁ ସେ ସବୁବେଳେ ଆଲୁ। ପିଲାଦିନରେ ଗୋଲୁ-ମଲୁ ଆଲିଆ ଭଟ୍ଟଙ୍କୁ ପରିବାର ଲୋକେ ଆଲୁ ବୋଲି ଡାକୁଥିଲେ।
ରଣଧୀର କପୁରଙ୍କ ଝିଅ କରିସ୍ମା କପୁରଙ୍କୁ ପିଲାଦିନରୁ ଲୋଲୋ ଡୋଲି ଡକାଯାଏ। ଏହି ନାଁ ବଲିଉଡ ଇଣ୍ଡଷ୍ଟ୍ରିରେ ଏତେ ଲୋକପ୍ରିୟ ଯେ ଲୋଲୋ କହିଦେଲେ ଲୋକମାନେ ବୁଝିଯାଆନ୍ତି ଯେ କରିସ୍ମାଙ୍କ ବିଷୟରେ କୁହାଯାଉଛି।
କରିସ୍ମାଙ୍କ ସାନ ଭଉଣୀ କରୀନା କପୁରଙ୍କୁ ଲୋକେ ବେବୋ ବୋଲି ଡାକନ୍ତି। କରୀନା ବଲିଉଡ୍ ଏବଂ ପ୍ରଶଂସକଙ୍କ ମଧ୍ୟରେ ବେବୋ ଭାବରେ ମଧ୍ୟ ଲୋକପ୍ରିୟ।
]]>ବଲିଉଡ୍ର ସବୁଠୁ ଦାମୀ ଅଭିନେତ୍ରୀଙ୍କ ତାଲିକାରେ ଇଣ୍ଡଷ୍ଟ୍ରିର ଅନେକ ବରିଷ୍ଠ ଅଭିନେତ୍ରୀଙ୍କ ନାମ ରହିଛି। ଏହି ଅଭିନେତ୍ରୀମାନେ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି। ତେବେ ଆସନ୍ତୁ ଆଜି ଆପଣଙ୍କୁ ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା-
ଏହି ତାଲିକାର ପ୍ରଥମ ନାଁ ହେଉଛି ଦୀପିକା ପାଦୁକୋନ। ଦୀପିକା ପାଦୁକୋନ ଆଜିକାଲି ତାଙ୍କ ବ୍ଲକ୍ବଷ୍ଟର୍ ଫିଲ୍ମ 'ପଠାନ'ର ସଫଳତାକୁ ଉପଭୋଗ କରୁଛନ୍ତି। ଆଜି ଦୀପିକା ଇଣ୍ଡଷ୍ଟ୍ରିର ନଂ ୧ ଅଭିନେତ୍ରୀ। ଏହି ଅଭିନେତ୍ରୀ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ୧୫ କୋଟିରୁ ୩୦ କୋଟି ଟଙ୍କା ଚାର୍ଜ କରନ୍ତି।
ବଲିଉଡ୍ର 'କ୍ୱିନ୍' କଙ୍ଗନା ରାଣାୱତ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସୀ'କୁ ନେଇ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ରୋଜଗାର କ୍ଷେତ୍ରରେ କଙ୍ଗନା ରାଣାୱତ ମଧ୍ୟ କାହାଠାରୁ କମ୍ ନୁହଁନ୍ତି। ଏହି ଅଭିନେତ୍ରୀ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ୧୫ କୋଟିରୁ ୨୭ କୋଟି ଚାର୍ଜ କରନ୍ତି।
ବଲିଉଡ୍ର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ବିଷୟରେ କଥାବାର୍ତ୍ତା କରିବାବେଳେ କ୍ୟାଟ୍ରିନା କୈଫ୍ଙ୍କୁ ଛାଡି ହେବନି। କ୍ୟାଟ୍ରିନା ଆଜିକାଲି ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ କରୁଛନ୍ତି। ଏହି ଅଭିନେତ୍ରୀ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ୧୫ କୋଟିରୁ ୨୧ କୋଟି ମଧ୍ୟ ଚାର୍ଜ କରନ୍ତି।
ପ୍ରିୟଙ୍କା ଚୋପ୍ରା:
ବଲିଉଡ୍ର 'ଦେଶୀ ଗର୍ଲ' ଆଜିକାଲି ତାଙ୍କ ହଲିଉଡ୍ ଫିଲ୍ମ 'ଲଭ୍ ଏଗେନ୍' ପାଇଁ ଚର୍ଚ୍ଚାରେ ଅଛନ୍ତି। ପ୍ରିୟଙ୍କା ଚୋପ୍ରା ନିଜର ଅଭିନୟ ଦକ୍ଷତାକୁ ବଲିଉଡ୍ରୁ ହଲିଉଡ ପର୍ଯ୍ୟନ୍ତ ନେଇ ଯାଇଛନ୍ତି। ଏହି ଅଭିନେତ୍ରୀ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ଏକ ମୋଟା ଅଙ୍କର ଫି ଆଦାୟ କରନ୍ତି। ପ୍ରିୟଙ୍କା ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ୧୪ କୋଟିରୁ ୨୩ କୋଟି ଟଙ୍କା ନିଅନ୍ତି।
ଆଲିଆ ଭଟ୍ଟ:
ଆଲିଆ ଭଟ୍ଟ ଚଳଚ୍ଚିତ୍ରରେ ପାଦ ଦେବାର ଏକ ଦଶନ୍ଧି ବିତିଗଲାଣି। ଏହି ଅଭିନେତ୍ରୀ ବଲିଉଡ୍କୁ ଅନେକ ସୁପର୍ହିଟ୍ ଫିଲ୍ମ ଦେଇଛନ୍ତି। ବର୍ତ୍ତମାନ ଆଲିଆ ଭଟ୍ଟ ପ୍ରତ୍ୟେକ ଚଳଚ୍ଚିତ୍ର ନିର୍ମାତାଙ୍କର ପ୍ରଥମ ପସନ୍ଦ ହୋଇଯାଇଛନ୍ତି। ସଫଳତା ହାସଲ କରିବା ପରେ ଏହି ଅଭିନେତ୍ରୀ ମଧ୍ୟ ତାଙ୍କ ଚାର୍ଜ ବୃଦ୍ଧି କରିଥିଲେ। ବର୍ତ୍ତମାନ ଆଲିଆ ୧୦ କୋଟିରୁ ୨୦ କୋଟି ଟଙ୍କା ଚାର୍ଜ କରୁଛନ୍ତି।
ଆଲିଆ ଭଟ୍ଟଙ୍କ ନଣନ୍ଦ ଏବଂ ବଲିଉଡ୍ର 'ବେବୋ' କରୀନା କପୁର ମଧ୍ୟ ଏ ଦିଗରେ କାହାଠାରୁ କମ୍ ନୁହଁନ୍ତି। ସମସ୍ତଙ୍କର ପ୍ରିୟ କରୀନା ୨୦୦୦ ମସିହାରେ ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ଚଳଚ୍ଚିତ୍ର 'ରିଫ୍ୟୁଜୀ' ସହିତ ଡେବ୍ୟୁ କରିଥିଲେ। ବର୍ତ୍ତମାନ କରୀନା ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ୮ କୋଟିରୁ ୧୮ କୋଟି ଟଙ୍କା ଚାର୍ଜ କରୁଛନ୍ତି।
ବଲିଉଡ୍ର ପ୍ରସିଦ୍ଧ ଭିଲେନ୍ ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁର ୨୦୧୦ରେ ଡେବ୍ୟୁ କରିଥିଲେ, କିନ୍ତୁ ଏହି ଅଭିନେତ୍ରୀ ୨୦୧୩ରେ ଆସିଥିବା ଚଳଚ୍ଚିତ୍ର 'ଆଶିକୀ ୨'ରୁ ପ୍ରକୃତ ମାନ୍ୟତା ପାଇଥିଲେ। ଶ୍ରଦ୍ଧା କପୁର ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ତୁ ଝୁଠି ମେଁ ମକାର୍'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଅଭିନେତ୍ରୀ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ୭ କୋଟିରୁ ୧୫ କୋଟି ଟଙ୍କା ଚାର୍ଜ କରନ୍ତି।
]]>୭୦ ଦଶକରେ ଓ ତା’ ପରଠାରୁ ଅନେକ ବଲିଉଡ୍ ଅଭିନେତ୍ରୀ ପରଦାରେ ଗେରୁଆ ରଙ୍ଗର ପୋଷାକ ପିନ୍ଧିଛନ୍ତି। କିଏ ଗେରୁଆ ରଙ୍ଗର ଶାଢୀ ପିନ୍ଧି ପରଦାରେ ନିଜର ସେନ୍ସୁଆଲ୍ ଡ୍ୟାନ୍ସ କରିଛନ୍ତି ତ ଆଉ କେହି ଏହି ରଙ୍ଗର ବିକିନି ପିନ୍ଧିଛନ୍ତି। ତେବେ ଆସନ୍ତୁ ଦେଖିବା କେଉଁ ଅଭିନେତ୍ରୀ ପରଦାରେ ଗେରୁଆ ରଙ୍ଗର ପୋଷାକ ବ୍ୟବହାର କରିଥିଲେ।
କ୍ୟାଟ୍ରିନା କୈଫ୍:
‘ବେଶରମ ରଙ୍ଗ’ରେ ଦୀପିକା ପାଦୁକୋନଙ୍କ ଲୁକ୍ ଦେଖିବା ପରେ ଲୋକେ କ୍ୟାଟ୍ରିନା କୈଫ୍ଙ୍କ ଫଟୋକୁ ଟ୍ୱିଟର୍ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ରେ ଶେୟାର କରୁଛନ୍ତି, ଯେଉଁଥିରେ ସେ ଅକ୍ଷୟ କୁମାରଙ୍କ ସହ ଏକ ଗେରୁଆ ରଙ୍ଗର ଶାଢୀ ଏବଂ ବିକିନି ବ୍ଲାଉଜ୍ରେ ଝରଣା ତଳେ 'ମେରୀ ପେହଲି ୟେ ହସରାତ୍' ଗୀତରେ ନାଚୁଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ସେ ସିଦ୍ଧାର୍ଥ ମଲହୋତ୍ରା ଏବଂ ତାଙ୍କ ଚଳଚ୍ଚିତ୍ର 'ବାର୍ ବାର୍ ଦେଖୋ'ର ଏକ ଗୀତ 'ଆଖୋଁ କୋ ତେରୀ ଆଦତ ହୈ' ରେ ଏକ ଗେରୁଆ ରଙ୍ଗର ବିକିନି ପିନ୍ଧିଥିଲେ।
ବାଣୀ କପୁର:
ନିଜ ଅଭିନୟ ବ୍ୟତୀତ ବାଣୀ କପୁର ମଧ୍ୟ ତାଙ୍କ ହଟ୍ନେସ୍ରେ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଆଘାତ ଦିଅନ୍ତି। ସେ ମଧ୍ୟ ଫିଲ୍ମ ‘ୱାର୍’ରେ ହ୍ରିତିକ୍ ରୋଶନଙ୍କ ସହ 'ଘୁଙ୍ଗରୁ ଟୁଟ୍ ଗଏ'ରେ ଗୀରେ ନାଚୁଥିବା ବେଳେ ଗେରୁଆ ରଙ୍ଗର ବିକିନି ପିନ୍ଧିଥିଲେ। ଏହି ଗୀତରେ ସେ ତାଙ୍କର ସେକ୍ସୀ ଷ୍ଟାଇଲ୍ରେ ପ୍ରଶଂସକଙ୍କ ହୃଦୟକୁ ଛୁରାଘାତ କରିଥିଲେ।
ମୁମତାଜ:
ପରଦାରେ ଗେରୁଆ ରଙ୍ଗର ପୋଷାକ ପିନ୍ଧିବାର ଯୁଗ ଆଜିଠାରୁ ନୁହେଁ, ବରଂ ୭୦ ଦଶକରୁ ଚାଲି ଆସିଛି। ଭେଟେରାନ ଅଭିନେତ୍ରୀ ମୁମତାଜ ୧୯୬୮ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ବ୍ରହ୍ମଚାରୀ'ରେ ଏକ ଗେରୁଆ ରଙ୍ଗର ଶାଢୀ ପିନ୍ଧିଥିଲେ। ତାଙ୍କ ବିପକ୍ଷରେ ଶମି କପୁର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଥିଲେ। ଏହି ଗୀତର ଟାଇଟଲ୍ ହେଉଛି 'ଆଜ୍ କାଲ୍ ତେରେ ମେରେ ପ୍ୟାର୍ କେ ଚର୍ଚେ ହର୍ ଜୁବାନ୍ ପର୍'। ଏଥିରେ ଉଭୟଙ୍କର ଦମଦାର କେମେଷ୍ଟ୍ରୀ ଦେଖିବାକୁ ମିଳିଥିଲା।
ଜୀନତ ଅମାନ୍:
ଜୀନତ ଅମାନ୍ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ବୋଲ୍ଡନେସ ପାଇଁ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ସେ ମଧ୍ୟ ପରଦାରେ ଗେରୁଆ ରଙ୍ଗର ଶାଢୀ ପିନ୍ଧିଛନ୍ତି। ୧୯୭୪ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ରୋଟି କପଡା ଔର୍ ମକାନ୍'ରେ ସେ 'ହାଏ-ହାଏ ୟେ ମଜବୁରି, ୟେ ମୌସମ୍ ଔର୍ ୟେ ଦୂରି' ଗୀତରେ ସେ ଏକ ଗେରୁଆ ରଙ୍ଗର ପ୍ରିଣ୍ଟେଡ୍ ଶାଢୀରେ ନାଚୁଥିବାର ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ମନୋଜ କୁମାର ମୁଖ୍ୟ ଭୂମିକାରେ ଥିଲେ।
ମାଧୁରୀ ଦୀକ୍ଷିତ:
ନିଜର ହାବଭାବରେ ସମସ୍ତଙ୍କ ହୃଦୟକୁ ଧକ ଧକ କରିଦେଉଥିବା ମାଧୁରୀ ଦୀକ୍ଷିତ ମଧ୍ୟ ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ପରଦାରେ ଗେରୁଆ ରଙ୍ଗର ପୋଷାକ ପିନ୍ଧିଛନ୍ତି। ତାଙ୍କର ଗୀତ 'ଧକ୍-ଧକ୍' ବହୁତ ଲୋକପ୍ରିୟ ହୋଇଥିଲା। ଏହି ଗୀତ ପରଠାରୁ ମାଧୁରୀ ଦୀକ୍ଷିତ ବଲିଉଡ୍ ଇଣ୍ଡଷ୍ଟ୍ରିର ଧକ୍-ଧକ୍ ଗାର୍ଲ ହୋଇଯାଇଥିଲେ। ମାଧୁରୀ ଏହି ଗୀତରେ ଏକ ଗେରୁଆ ରଙ୍ଗର ଲେହେଙ୍ଗା ଶାଢୀ ପିନ୍ଧିଥିଲେ।
କରୀନା କପୁର ଖାନ:
ଚଳଚ୍ଚିତ୍ର ଗୀତରେ ଗେରୁଆ ରଙ୍ଗ ବ୍ୟବହାର କରିଥିବା ତାଲିକାରେ କରୀନା କପୁର ଖାନ ନାଁ ମଧ୍ୟ ରହିଛି। ସେ ‘3 ଇଡିଅଟ୍ସ’ରେ ଆମିର ଖାନଙ୍କ ବିପକ୍ଷରେ 'ଜୁବି ଡୁବି' ଗୀତର ସୁଟିଂ କରୁଥିବାବେଳେ ସେ ଏକ ଗେରୁଆ ରଙ୍ଗର ଶାଢୀ ସହିତ ସ୍ଲିଭ୍ ବ୍ଲାଉଜ୍ ପିନ୍ଧିଥିଲେ। ଏଥିରେ ସେ ଖୁବ୍ ସମ୍ବେଦନଶୀଳ ଏବଂ ସୁନ୍ଦର ଦେଖାଯାଉଥିଲେ।
କାଜୋଲ:
କାଜୋଲ ମଧ୍ୟ ଶାହରୁଖ ଖାନଙ୍କ ସହ ଫିଲ୍ମ 'କଭି ଖୁସି କଭି ଗମ୍'ରେ 'ସୂରଜ୍ ହୁଆ ମାଦ୍ଧମ୍' ଗୀତରେ ଗେରୁଆ ରଙ୍ଗର ପୋଷାକରେ ନଜର ଆସିଥିଲେ। ପୁରା ଗୀତ 'ରଙ୍ଗ ଦେ ତୁ ମୋହେ ଗେରୁଆ' ତାଙ୍କ ଉପରେ ଏବଂ କିଙ୍ଗ ଖାନଙ୍କ ଉପରେ ସୁଟିଂ କରାଯାଇଥିଲା।
ସୁସ୍ମିତା ସେନ୍:
'ମୈନେ ପ୍ୟାର୍ କ୍ୟୁ୍ଁ କିୟା'ରେ ସଲମାନ ଖାନଙ୍କ ସହ ଏକ ଗୀତରେ ସୁସ୍ମିତା ସେନ୍ଙ୍କୁ ଗେରୁଆ ରଙ୍ଗର ଶାଢୀରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମର ‘ଲଗା ଲଗା ରେ’ ଗୀତରେ ସୁସ୍ମିତାଙ୍କ ସେନ୍ସୁଆଲ୍ ଡ୍ୟାନ୍ସ ଦେଖିବାକୁ ମିଳିଥିଲା।
]]>ଏକ ଟିମ୍ ଫିଲ୍ମ 'ପଠାନ' କୁ ବୟକଟ୍ କରୁଛି। ଆହୁରି ମଧ୍ୟ କିଛି ଅଛନ୍ତି ଯେଉଁମାନେ କହୁଛନ୍ତି ଯେ ବିବାଦ ସୃଷ୍ଟି କରିବା ପାଇଁ ଦୀପିକା ପାଦୁକୋନ୍ ଗେରୁଆ ରଙ୍ଗର ସ୍ୱିମ୍ସୁଟ୍ ପିନ୍ଧିଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ଏକ ଚଳଚ୍ଚିତ୍ରର ଗୀତ ବିବାଦ ଘେରକୁ ଆସିଛି। 'ବେଶରମ୍ ରଙ୍ଗ୍' ପରି ଅନେକ ପ୍ରସିଦ୍ଧ ଗୀତ ଅଛି ଯାହା ବିବାଦ ଭିତରକୁ ଆସିଛି। ଆସନ୍ତୁ ସେ ସବୁ ଗୀତ ଉପରେ ନଜର ପକେଇବା।
ଶାହାରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ 'ପଠାନ'ର ଗୀତ ' ବେଶରା୍ମ୍ ରଙ୍ଗ୍' ରିଲିଜ ହେବା ପରଠାରୁ ବିବାଦରେ ରହିଛି। ଦର୍ଶକମାନେ ଦୀପିକାଙ୍କ 'ଗେରୁଆ ରଙ୍ଗର' ସ୍ୱିମ୍ସୁଟ୍ ପିନ୍ଧିଥିବାରୁ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି ଆଉ କହୁଛନ୍ତି ଯେ ଏହା ସେମାନଙ୍କ ଭାବନାକୁ ଆଘାତ ଦେଇଛି। ସେମାନଙ୍କ କହିବା କଥା ଗୀତର ଲିରିକ୍ସ ଗେରୁଆ ରଙ୍ଗକୁ 'ବେଶରମ୍ ରଙ୍ଗ୍' ବୋଲି କହିଛି। ଗୀତର ଲିରିକ୍ସକୁ କିଛି ନେଟିଜେନ୍ସ ପସନ୍ଦ କରୁ ନାହାନ୍ତି।
'ଦିଲ୍ଲୀ ବେଲୀ'ର ଗୀତ ଭାଗ୍ ଡିକେ ବୋଷ ଜିତେନ ଠୁକ୍ରାଲ୍ ଏବଂ ସୁମିର ତଗ୍ରାଙ୍କ ଏକ ଗୀତର କପିରାଇଟ୍କୁ ଉଲ୍ଲଂଘନ କରିଥିଲା। ତାଙ୍କ ପାଖରେ 'ବୋସଡିକେ' ନାମକ ମୂଳ ରଚନା ଥିଲା। ଏହି ଚଳଚ୍ଚିତ୍ର ନିର୍ମାଣ କରିଥିବା ଆମୀର ଖାନ ପୁରା ମାମଲାକୁ ହାତକୁ ନେଇ ସମାଧାନ କରିଥିଲେ। ଏହି ଗୀତର ଶବ୍ଦଗୁଡ଼ିକର ଦ୍ୱିଅର୍ଥବୋଧକ ଥିଲା ଏବଂ ଅନେକ ଲୋକ ସେନ୍ସର ବୋର୍ଡକୁ ପ୍ରଶ୍ନ କରିଥିଲେ ଯେ ସେମାନେ କିପରି ଏହି ଗୀତକୁ ଅନୁମତି ଦେଲେ।
'ଷ୍ଟୁଡେଣ୍ଟ ଅଫ୍ ଦି ଇୟର'ର ଗୀତ 'ରାଧା' ମଧ୍ୟ ବିବାଦର ସମ୍ମୁଖୀନ ହୋଇଥିଲା। ଏହି ଗୀତ ସେହି ଲୋକମାନଙ୍କ ଭାବନାକୁ ଆଘାତ ଦେଇଥିଲା ଯେଉଁମାନେ ‘ରାଧା’ଙ୍କୁ ଦେବୀ ବୋଲି ମାନୁଥିଲେ। ଏହି ଗୀତରେ ରାଧାଙ୍କ ପ୍ରତି ବିବାଦୀୟ ଶବ୍ଦ ବ୍ୟବହାର କରାଯାଇଥିବାରୁ ସେମାନେ ଏହାକୁ ନାପସନ୍ଦ କରିଥିଲେ। ରିପୋର୍ଟ ଅନୁଯାୟୀ, ଫିଲ୍ମର ନିର୍ମାତା କରଣ ଜୋହର ଏବଂ ଗୌରୀ ଖାନଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ ହୋଇଥିଲା।
ଅଶ୍ଳୀଳ ଗୀତ ଏବଂ ଭିଜୁଆଲ୍ ଯୋଗୁଁ 'ଦବଙ୍ଗ'ର ‘ମୁନ୍ନି ବଦନାମ୍ ହୁଇ’ ଗୀତ ବିବାଦକୁ ଆସିଥିଲା। ଏହା ବ୍ୟତୀତ 'ଝଣ୍ଡୁ ବାମ୍' ତିଆରି କରିଥିବା କମ୍ପାନୀ ଅରବାଜ ଖାନ ପ୍ରଡକ୍ସନ୍ସକୁ ତାଙ୍କ ବିନା ଅନୁମତିରେ ସେମାନଙ୍କ ବ୍ରାଣ୍ଡ୍ ନାମ ବ୍ୟବହାର ପାଇଁ ଏକ ଆଇନଗତ ନୋଟିସ୍ ପଠାଇଥିଲା। ତେବେ ଏହି ଗୀତଟିକୁ ମଲାଇକା ଅରୋରାଙ୍କର ପ୍ରିୟ ଆଇଟମ୍ ଗୀତ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ।
୧୯୯୩ର ସୁପର ହିଟ୍ ଚଳଚ୍ଚିତ୍ର ‘ଖଲନାୟକ’ ଅନେକ କାରଣରୁ ଚର୍ଚ୍ଚା ଏବଂ ବିବାଦରେ ଥିଲା। ଏହି ଫିଲ୍ମର " ଚୋଲି କେ ପିଛେ କ୍ୟା ହୈ… ଚୁନ୍ରୀ କେ ନିଚେ କ୍ୟା ହୈ" ଗୀତକୁ ନେଇ ବିବାଦ ଲାଗି ରହିଥିଲା। ମାଧୁରୀ ଦୀକ୍ଷିତଙ୍କ ଉପରେ ଚିତ୍ରିତ ଏହି ଗୀତରେ ଅଶ୍ଳୀଳତାର ପ୍ରଚାର କରାଯାଉଥିବାକୁ ନେଇ ଅଭିଯୋଗ ହୋଇଥିଲା। ଏହି ଗୀତଟି ଗୀତିକାର ଆନନ୍ଦ ବକ୍ସି ଲେଖିଥିଲେ ଏବଂ ଇଲା ଅରୁଣ ଏବଂ ଅଲ୍କା ୟାଜ୍ଞନିକ୍ ଗାଇଥିଲେ। ତେବେ ପରେ ବାଲ ଠାକରେଙ୍କ ହସ୍ତକ୍ଷେପ ପରେ ଏହି ମାମଲା ଶାନ୍ତ ହୋଇଥିଲା। ସେ ଏହି ଗୀତରେ କିଛି ଭୁଲ୍ ନାହିଁ ବୋଲି କହି ଚଳଚ୍ଚିତ୍ର ନିର୍ମାତାଙ୍କୁ ରକ୍ଷା କରିଥିଲେ।
୧୯୯୫ରେ ମୁକ୍ତିଲାଭ କରିଥିବା ‘କରଣ ଅର୍ଜୁନ’ ରେ ସଲମାନ ଖାନ ଏବଂ ଶାହରୁଖ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ପ୍ରସିଦ୍ଧ ଗୀତ 'ଗୁପ୍ ଚୁପ୍ ଗୁପ୍ ଚୁପ୍ ଗୁପ୍' ଏହାର ଦ୍ୱିଅର୍ଥବୋଧକ ଶବ୍ଦ ପାଇଁ ଚର୍ଚ୍ଚାରେ ଥିଲା। ଏହି ଗୀତକୁ ଇନ୍ଦିଭର୍ ଲେଖିଥିଲେ। ଏହାର ଲିରିକ୍ସ ଥିଲା, ‘ଛତ ପେ ସୋୟା ଥା ବହନୋଇ, ମେ ତନେ ସମଞ୍ଝ୍ କେ ସୋ ଗୟୀ… ମୁଝକୋ ରାଣା ଜୀ ମାଫ୍ କର୍ନା ଗଲତୀ ମାରେ ସେ ହୋ ଗୟୀ’। ଏହି ଗୀତ ମମତା କୁଲକର୍ଣ୍ଣିଙ୍କ ଉପରେ ଚିତ୍ରିତ ହୋଇଥିଲା। ଏହି ପୁରା ଗୀତରେ ମମତା ତାଙ୍କ ଭିଣେଇଙ୍କ ସହ ବିତାଇଥିବା ରାତି ବିଷୟରେ କୁହାଯାଇଛି। ଏହାର ସଂଗୀତ ନିର୍ଦ୍ଦେଶକ ରାଜେଶ ରୋଶନ ଥିବାବେଳେ ଏହାର ଗାୟକ ଅଲକା ୟାଜ୍ଞ୍ନିକ୍ ଏବଂ ଇଲ୍ଲା ଅରୁଣ ଥିଲେ।
୯୦ ଦଶକର ‘ଦଲାଲ’ ଫିଲ୍ମରେ ଏକ ଗୀତ ଥିଲା, ଯାହା ଅଶ୍ଳୀଳତାକୁ ପ୍ରୋତ୍ସାହନ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଗୀତଟି ଥିଲା ମିଥୁନ ଚକ୍ରବର୍ତ୍ତୀ ଏବଂ ଆୟେଶା ଜୁଲ୍କାଙ୍କ ଉପରେ ଚିତ୍ରିତ 'ଗୁଟୁର ଗୁଟୁର'। ମାୟା ଗୋବିନ୍ଦଙ୍କ ଦ୍ୱାରା ଲିଖିତ ଏହି ଗୀତର ଲିରିକ୍ସ ଥିଲା ‘ଚଢ ଗୟା ଉପର୍ ରେ… ଅଟ୍ରିୟା ପେ ଲୋଟନ୍ କାବୁତର୍ ରେ, ପଞ୍ଚି ଦିୱାନା ଚୁଗ୍ କର ଦାନା, ଉଡ୍ ଗୟା ଫର୍ ଫର୍’। ଏହି ଗୀତଟିକୁ ଅଲକା ୟାଜ୍ଞ୍ନିକ୍, ବାପି ଲାହିରି, ଇଲ୍ଲା ଅରୁଣ ଏବଂ କୁମାର ସାନୁ ଗାଇଥିଲେ।
ଅକ୍ଷୟ କୁମାରଙ୍କ ଅଭିନୀତ ‘ଗବର୍ ଇଜ୍ ବ୍ୟାକ୍’ର ଆଇଟମ୍ ଗୀତ ମଧ୍ୟ ଚର୍ଚ୍ଚାରେ ଥିଲା। ଚିତ୍ରଙ୍ଗଦା ସିଂହଙ୍କ ଉପରେ ଚିତ୍ରିତ ଏହି ଆଇଟମ୍ ଗୀତକୁ ଲୋକେ ଖୁବ୍ ପସନ୍ଦ କରିଥିଲେ। ତେବେ ଏହାର ଲିରିକ୍ସ ଦ୍ୱିଅର୍ଥବୋଧକ ଥିବାରୁ ଏହାକୁ ବିରୋଧ କରାଯାଇଥିଲା। ଶବ୍ଦଗୁଡ଼ିକ ଏହିପରି କିଛି ଥିଲା- ‘କୁଣ୍ଡି ମତ୍ ଖଡ୍କାଓ ରାଜା…
ସିଧା ଅନ୍ଦର୍ ଆଓ ରାଜା… ଫୁଲ ବିଛା ପର୍ଫ୍ୟୁମ୍ ଲଗା କେ… ମୁଝେ ବନାଓ ତାଜା ତାଜା’। ଦର୍ଶକଙ୍କୁ ଫିଲ୍ମ ଦେଖୁବାକୁ ସିନେମା ହଲ୍କୁ ଟାଣିବାରେ ଏହି ଗୀତ ଖୁବ୍ କାମ ଦେଇଥିଲା। ଏହି ଗୀତରେ ନେହା କକ୍କର ତାଙ୍କ ସ୍ୱର ଦେଇଛନ୍ତି। ଗୀତରେ ୟୋ ୟୋ ହନି ସିଂହଙ୍କର ମଧ୍ୟ ରାପ୍ ଅଛି।
‘ସୁଟ୍ ଆଉଟ୍ ଆଟ୍ ୱାଡାଲା’ ଫିଲ୍ମରେ ସନି ଲିଓନଙ୍କ ଉପରେ ନିର୍ମିତ ଆଇଟମ୍ ନମ୍ବର ଗୀତ 'ଲୈଲା ତେରୀ ଲେ ଲେଗୀ' ରିଲିଜ୍ ହେବା ମାତ୍ରେ ବିବାଦ ଘେରକୁ ଆସିଥିଲା। ଅବଶ୍ୟ, ଏହାକୁ ନେଇ ଆପତ୍ତି ଦାଖଲ ହେବା ବେଳକୁ ଏହା ବହୁ ଲୋକପ୍ରିୟ ହୋଇଯାଇଥିଲା। ଏହି ଆଇଟମ୍ ନମ୍ବର ଗୀତଟି ହେଲା, ‘ଲୈଲା ତେରୀ ଲେ ଲେଗୀ… ତୁ ଲିଖ୍ କେ ଲେ ଲେ…। କିନ୍ତୁ ସେନ୍ସର ବୋର୍ଡର ଆପତ୍ତି ପରେ ନିର୍ମାତା ଏହି ଗୀତକୁ ପରିବର୍ତ୍ତନ କରି 'ଲୈଲା ତୁଝେ ଲୁଟ୍ ଲେଗୀ' କରିଥିଲେ। ସଞ୍ଜୟ ଗୁପ୍ତା ଏବଂ ଆନନ୍ଦ ରାଜ ଆନନ୍ଦ ଏହି ଆଇଟମ୍ ନମ୍ବର ଲେଖିଥିଲେ।
ଅକ୍ଷୟ କୁମାରଙ୍କ ହିଟ୍ ଫିଲ୍ମ ‘ରାଉଡୀ ରାଠୋର୍’ର ଆଇଟମ୍ ନମ୍ବର 'ଆ ରେ ପ୍ରୀତମ୍ ପ୍ୟାରେ' ମଧ୍ୟ ଖୁବ୍ ଚର୍ଚ୍ଚାରେ ଥିଲା। ଏହି ଗୀତର ଶବ୍ଦ ଥିଲା, ସବ୍ ଆଗ ତୋ ମେରେ କୁର୍ତ୍ତୀ ମେ ରେ… ଜରା ଝୁକା ଉଠା… ଜରା ଚିଲମ୍ ଜଲା… ପଲୁ କେ ନୀଚେ ଛୁପା କେ ରଖାଜୈ… ଉଠା ଦୁଁ ତୋ ହଙ୍ଗାମା ହୋ… ହୋ। ଏହି ଶବ୍ଦଗୁଡ଼ିକୁ ନେଇ ବିବାଦ ଘନେଇ ବିବାଦ ଥିଲା। ଏହାର ଲିରିକ୍ସକୁ ସମୀର ଏବଂ ଫୈଜ୍ ଅନୱାର ଲେଖିଥିଲେ ଏବଂ ସଂଗୀତରେ ସଜେଇ ଥିଲେ ସାଜିଦ୍-ୱାଦିଜ୍।
ମଧୁର ଭଣ୍ଡାରକରଙ୍କ ବହୁଚର୍ଚ୍ଚିତ ଚଳଚ୍ଚିତ୍ର 'ହିରୋଇନ୍'ରେ କରୀନା କପୁରଙ୍କ ଉପରେ ଚିତ୍ରିତ 'ହଲ୍କଟ୍ ଜୱାନୀ' ଗୀତ ମଧ୍ୟ ଲୋକଙ୍କୁ ଚକିତ କରିଥିଲା। ଏହି ଗୀତରେ କରୀନା ଷ୍ଟେଜ୍ରେ ନାଚୁଥିବା ନଜର ଆସିଛନ୍ତି। ଏହି ଗୀତର ଲିରିକ୍ସ ହେଲା, ନାଇଟ୍ କି ନତୀ କହାନୀ… ହଲ୍କଟ୍ ଜୱାନୀ… ଆଖୋଁ କୋ କ୍ୟୁଁ ସେକେ… ହାଥୋ ସେ କର୍ ମନ୍ମାନୀ। ଏହି ଗୀତର ଲିରିକ୍ସ ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଥିବା ବେଳେ ସୁନୀଧି ଚୌହାନ ଗାଇଥିଲେ।
]]>ଐଶ୍ୱର୍ଯ୍ୟା ରାୟ:
ଐଶ୍ୱର୍ଯ୍ୟା ରାୟ ସବୁବେଳେ ନିଜର ସୌନ୍ଦର୍ଯ୍ୟ ଏବଂ ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ଅଭିନୟ ଠାରୁ ଆରମ୍ଭ କରି ଏଣ୍ଟରପ୍ରେନ୍ୟୋରଶିପ୍ ପର୍ଯ୍ୟନ୍ତ ଏମିତି ବହୁତ କିଛି ଅଛି ଯେଉଁଥିପାଇଁ ଅଭିନେତ୍ରୀ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ପ୍ରାୟ ୭୭୫କୋଟି । ଏହି ଅଭିନେତ୍ରୀ ପ୍ରତି ଫିଲ୍ମ ପାଇଁ ୧୦-୧୨ କୋଟି ଟଙ୍କା ନିଅନ୍ତି। ଐଶ୍ୱର୍ଯ୍ୟା ରାୟ ମଧ୍ୟ ବଡ ବ୍ରାଣ୍ଡ ପାଇଁ ବିଜ୍ଞାପନ କରନ୍ତି। ରିପୋର୍ଟ ଅନୁଯାୟୀ ସେ କେବଳ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ବାର୍ଷିକ ୮୦ ରୁ ୯୦ କୋଟି ରୋଜଗାର କରନ୍ତି।
କରୀନା କପୁର:
ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସେ ଫିଲ୍ମ କରନ୍ତୁ ବା ନ କରନ୍ତୁ ଇଣ୍ଡଷ୍ଟ୍ରିରେ କିନ୍ତୁ ତାଙ୍କ ଜଲୱା ସବୁବେଳେ ରହିଥାଏ। ସେ ନିଜର ଖ୍ୟାତି ସହିତ ବହୁ ଟଙ୍କା ମଧ୍ୟ ଅର୍ଜନ କରିଛନ୍ତି। କରୀନା କପୁର ୪୧୩ କୋଟି ମୂଲ୍ୟ ସମ୍ପତ୍ତିର ମାଲିକାଣୀ। ରିପୋର୍ଟ ଅନୁଯାୟୀ କରୀନା କପୁର ଆଜିକାଲି ବାର୍ଷିକ ପ୍ରାୟ ୭୩ କୋଟି ଟଙ୍କା ରୋଜଗାର କରୁଛନ୍ତି।
ପ୍ରିୟଙ୍କା ଚୋପ୍ରା:
ପ୍ରିୟଙ୍କା କେବଳ ଭାରତରେ ନୁହେଁ ନିଜର ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ସେ କେବଳ ବଲିଉଡରେ ବ୍ଲକବଷ୍ଟର ଚଳଚ୍ଚିତ୍ରରେ କାମ କରିନାହାଁନ୍ତି ବରଂ ହଲିଉଡ୍ରେ ମଧ୍ୟ ତାଙ୍କର ପତିଆରା ରହିଛି। ପ୍ରିୟଙ୍କା ଚୋପ୍ରାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୫ ମିଲିୟନ୍ ଡଲାର। ଭାରତୀୟ ମୁଦ୍ରାରେ ଦେଖିବାକୁ ଗଲେ ଏହା ୨୭୦ କୋଟି ଟଙ୍କା। ଚଳଚ୍ଚିତ୍ର ବ୍ୟତୀତ ତାଙ୍କର ରୋଜଗାରର ଅନ୍ୟ ଉତ୍ସ ହେଉଛି ବ୍ରାଣ୍ଡ ପ୍ରମୋସନ। ଏହା ବ୍ୟତୀତ ସେ ଟିଭି ଧାରାବାହିକରୁ ମଧ୍ୟ ରୋଜଗାର କରନ୍ତି।
ଅନୁଷ୍କା ଶର୍ମା:
ଫିଲ୍ମ 'ରବ ନେ ବନା ଦି ଯୋଡି'ରେ ଶାହାରୁଖ ଖାନଙ୍କ ସହ ଫିଲ୍ମ ଯାତ୍ରା ଆରମ୍ଭ କରିଥିବା ଅନୁଷ୍କା ଶର୍ମା ଆଜି ବଲିଉଡର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣିତ ହୋଇଛନ୍ତି। ଅନୁଷ୍କା ଚଳଚ୍ଚିତ୍ର ଏବଂ ବିଜ୍ଞାପନରୁ ବହୁତ ଟଙ୍କା ରୋଜଗାର କରନ୍ତି। ସେ ଗୋଟିଏ ଫିଲ୍ମ କରିବାକୁ ୧୦ ରୁ ୧୨ କୋଟି ଏବଂ ବିଜ୍ଞାପନ ପାଇଁ ୪ ରୁ ୫ କୋଟି ଟଙ୍କା ନିଅନ୍ତି। ରିପୋର୍ଟ ଅନୁଯାୟୀ ଅନୁଷ୍କା ଶର୍ମାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୨୬୫ କୋଟି ଟଙ୍କା।
ଦୀପିକା ପାଦୁକୋନ:
ଦୀପିକା ପାଦୁକୋନ ବଲିଉଡର ସର୍ବୋତ୍ତମ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସୌନ୍ଦର୍ଯ୍ୟ ବ୍ୟତୀତ ସେ ନିଜର ଦମଦାର ଅଭିନୟ ପାଇଁ ମଧ୍ୟ ଜଣାଶୁଣା। ରିପୋର୍ଟ ଅନୁଯାୟୀ ଦୀପିକା ପାଦୁକୋନ ପ୍ରତି ମାସରେ ୨ କୋଟି ଟଙ୍କା ରୋଜଗାର କରନ୍ତି। ଏଭଳି ପରିସ୍ଥିତିରେ ତାଙ୍କର ବାର୍ଷିକ ଆୟ ପ୍ରାୟ ୨୪ କୋଟି ଟଙ୍କା। ଖବର ଅନୁଯାୟୀ ଦୀପିକା ପାଦୁକୋନଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ପାଖାପାଖି ୨୨୫ କୋଟି ଟଙ୍କା।
]]>କରୀନାଙ୍କ ଏହି ଭିଡିଓ ଇନ୍ଷ୍ଟାଣ୍ଟ୍ ବଲିଉଡର ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ପେଜ୍ରୁ ଭାଇରାଲ ହେଉଛି। ଏଥିରେ କରୀନା ଏକ ବିଲ୍ଡିଂରୁ ବାହାରକୁ ଆସୁଥିବା ଦେଖାଯାଉଛି। ଏହି ସମୟରେ ସେ ଏକ ଟି-ସାର୍ଟ ଏବଂ ନୀଳ ରଙ୍ଗର ଲୁଜ୍ ପ୍ୟାଣ୍ଟ୍ ସହିତ ଚପଲ ପିନ୍ଧି ନିଜ ଷ୍ଟାଇଲ୍ କରିଛନ୍ତି। ଅଭିନେତ୍ରୀଙ୍କ ଏହି ଟି-ସାର୍ଟଟି ଅତ୍ୟଧିକ ଓସାରିଆ ଦେଖାଯାଉଛି। ଏଥିରେ ସେ ସେମିତି ଖାସ୍ ଦେଖାଯାଉ ନଥିଲେ ବି ତାଙ୍କର ଏହି ଟି-ସାର୍ଟଟି ୪୦ହଜାର ଟଙ୍କାର। କରୀନାଙ୍କ ଏହି ଭିଡିଓ ଉପରେ ଅନେକ ଲୋକ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି।
ଅଭିନେତ୍ରୀଙ୍କ ଏହି ଲୁକ୍ ଉପରେ କିଛି ଲୋକ ନିଜର ଭଲ ପାଇବା ମଧ୍ୟ ଦେଇଛନ୍ତି। ଅନ୍ୟପଟେ ଅନେକ ଲୋକ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, 'ବଡ ଲୋକ ବଡ କଥା !!!'। ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, '୧୫୦ ଟଙ୍କା ଦେବେ'। ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, 'ଯଦିବି କେହି ମୋତେ ମାଗଣାରେ ଏପରି ଟି-ସାର୍ଟ ଦିଅନ୍ତି, ତଥାପି ମୁଁ ଏହାକୁ ପିନ୍ଧିବି ନାହିଁ'। ଆୟ ଜଣେ ତ ଟ୍ରୋଲ୍ କରି କହିଛନ୍ତି, ‘ଆମର ଏଠି ୨୦୦ ଟଙ୍କାରେ ବି ଏହାଠାରୁ ଆହୁରି ଭଲ ଟି-ସାର୍ଟ ମିଳୁଛି।’
ଏହା ସହିତ ଅଭିନେତ୍ରୀ ମଧ୍ୟ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଗାମୀ ଦିନରେ କରୀନାଙ୍କ ହାତରେ ଅନେକ ଚଳଚ୍ଚିତ୍ର ଅଛି। ଏଥିରେ 'ଲାଲ ସିଂ ଚଡ୍ଡା', 'ଭିରେ ଦି ୱେଡିଂ ୨', 'ତଖ୍ତ' ଭଳି ସିନେମା ରହିଛି। ଅଭିନେତ୍ରୀଙ୍କ ଏହି ଚଳଚ୍ଚିତ୍ରକୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେମାନେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଉତ୍ସାହ ପ୍ରକାଶ କରୁଥିବା ଦେଖାଯାଏ। ଆଗକୁ ଦେଖିବାକୁ ପଡ଼ିବ ଯେ କରୀନାଙ୍କର ଏହି ଚଳଚ୍ଚିତ୍ରଗୁଡ଼ିକ ପରଦାରେ କମାଲ କରୁଛି କି ନାହିଁ।
]]>ଆମୀରଙ୍କ ସହ ପୁଣି ଥରେ ନଜର ଆସିଛନ୍ତି ହିଟ୍ ଯୋଡ଼ି କରୀନା କପୁର। ଏହାସହ ଫିଲ୍ମ ‘ଲାଲ୍ ସିଂ ଚଢ଼ା’ ଜରିଆରେ ବଲିଉଡ୍କୁ ଏଣ୍ଟ୍ରି କରିଛନ୍ତି ସାଉଥ୍ ଷ୍ଟାର ନାଗା ଚୈତନ୍ୟ। ଓସ୍କାର ବିଜେତା ହଲିଉଡ୍ ଫିଲ୍ମ ‘Forrest Gump’ର ଏହା ହେଉଛି ଅଫିସିଆଲ୍ ରିମେକ୍। ଅଗଷ୍ଟ ୧୧ ତାରିଖରେ ବଡ଼ ପରଦାରେ ଫିଲ୍ମ ରିଲିଜ୍ ହେବ।
୩ଟି ଅବସ୍ଥା, ୩ଟି ଅନ୍ଦାଜ ଏବଂ ୩ଟି ଲୁକ୍ସ ଗୋଟିଏ ଫିଲ୍ମରେ। ଲାଲ୍ ସିଂ ଭାବେ ନଜର ଆସିଥିବା ଆମୀର ଛୋଟ ବେଳୁ ଠିକ୍ରେ ଚାଲି ପାରୁ ନାହାନ୍ତି, ମାନସିକ ସ୍ତରରେ ବି ଦୁର୍ବଳ। ସ୍କୁଲ ଓ ବନ୍ଧୁଙ୍କ ପାଖରୁ ପ୍ରତ୍ୟାଖିତ ହୋଇଥିବା ପିଲା କିନ୍ତୁ ସଂଘର୍ଷ କରିବାକୁ ଭୁଲିନି। ପରେ ସେନାରେ ଭର୍ତ୍ତି ହୋଇ ଦେଶ ପାଇଁ ଯୁଦ୍ଧ କରି ଲଢ଼ୁଛି। ଖାଲି ଯୁଦ୍ଧ ନୁହେଁ ରାଷ୍ଟ୍ରପତିଙ୍କ ପାଖରୁ ମେଡାଲ୍ ବି ପାଇଛି। ହେଲେ ସେ ପ୍ରେମରେ ବିଫଳ। ମିଷ୍ଟର ପ୍ରରଫେକ୍ସନିଷ୍ଟ ଏହି ସିନେମାରେ ଇମୋସନାଲ୍ ଫୁଲ୍।
ଲାଲ୍ ସିଂ ଚଢ଼ା ୧୯୯୪ର ହଲିଉଡ ଫିଲ୍ମ ‘Forrest Gump’ ଅଫିସିଆଲ୍ ରିମେକ୍। ଟମ୍ ହାନସ୍କଙ୍କ ଚରିତ୍ରରେ ଆମୀରଙ୍କୁ ଦେଖିବାକୁ ମିଳିବ। ଅବିକଳ ନହେଲେ ବି କିଛିଟା ସିନ୍ରେ ଟମ୍ଙ୍କ ଭଳି ଆମୀର ବି ଏଠି ଦେଖା ଯାଉଛନ୍ତି। ଏହାସହ ଆମୀରଙ୍କ ବିଗତ ଫିଲ୍ମ ଧୁମ୍-୩ ଓ ପିକେର ଝଲକ ବି ଦର୍ଶକ ଏଥିରେ ପାଇଛନ୍ତି। ‘ଲାଲ୍ ସିଂ ଚଢ଼ା’ ଭାରତ ଓ ବିଦେଶର ୧୦୦ରୁ ଅଧିକ ସ୍ଥାନରେ ସୁଟିଂ କରାଯାଇଛି। କରୋନା ପାଇଁ ଗତ ୨ ବର୍ଷ ଧରି ଫିଲ୍ମର ରିଲିଜ୍କୁ ବାରମ୍ବାର ଘୁଞ୍ଚାଇବାକୁ ପଡ଼ିଥିଲା। ଶେଷରେ ଅଗଷ୍ଟ ୧୧ ତାରିଖରେ ବଡ଼ ପରଦାରେ ଏହା ରିଲିଜ୍ ହେବ।
]]>କୋଭିଡ୍ ନିୟମ ଉଲ୍ଲଂଘନ କରି ନିକଟରେ କରୀନା ଅନେକ ପାର୍ଟିରେ ଯୋଗ ଦେଇଥିଲେ ବୋଲି ସୂଚନା ମିଳିଛି। ତେଣୁ ସେ ସୁପର ସ୍ପ୍ରେଡର୍ ହୋଇପାରନ୍ତି ବୋଲି ବିଏମ୍ସି ଆଶଙ୍କା କରୁଛି। ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ତୁରନ୍ତ କରୋନା ଟେଷ୍ଟ୍ କରାଇ ଦେବା ଲାଗି ପରାମର୍ଶ ଦିଆଯାଇଛି।
ଏକ ବିବୃତିରେ BMC କହିଛି, “ନିକଟରେ କେଉଁ ସବୁ ପାର୍ଟିରେ କରୀନା ଯୋଗ ଦେଇଥିଲେ ଓ କେଉଁମାନଙ୍କ ସଂସ୍ପର୍ଶରେ ସେ ଆସିଛନ୍ତି, ଏନେଇ ବର୍ତ୍ତମାନ ସୁଦ୍ଧା କରୀନା କୌଣସି ତଥ୍ୟ ଦେଇ ନାହାନ୍ତି। ହେଲେ କେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ଜାଣିବା ଲାଗି ବିଏମ୍ସି ଅଧିକାରୀ ପ୍ରୟାସ ଜାରି ରଖିଛନ୍ତି।’
Actors Kareena Kapoor Khan & Amrita Arora tested positive for #COVID19. Both of them had violated COVID norms & attended several parties. BMC has ordered people, who came in contact with the two actors, to undergo RT-PCR test: BMC (Brihanmumbai Municipal Corporation)
— ANI (@ANI) December 13, 2021
(File pic) pic.twitter.com/wKqoqgFM4x
କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ କରୀନା ଓ ଅମ୍ରିତା ଉଭୟ ଇନ୍ଷ୍ଟାଗ୍ରାମରେ ଷ୍ଟୋରୀ ଶେଆର କରିଥିଲେ। ପଜିଟିଭ୍ ଚିହ୍ନଟ ପରେ ସେମାନେ ସମସ୍ତ ପ୍ରକାରର ମେଡିକାଲ୍ ଗାଇଡ୍ଲାଇନ୍ ପାଳନ କରୁଥିବା ମଧ୍ୟ କହିଛନ୍ତି। ଇନ୍ଷ୍ଟାଗ୍ରାମରେ ଷ୍ଟୋରୀ ଶେଆର କରି କରୀନା ଲେଖିଥିଲେ, ‘କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ତୁରନ୍ତ ନିଜକୁ ସଂଗରୋଧ କରି ରଖିଥିଲି। ଏହାସହ ସମସ୍ତ ପ୍ରକାରର ମେଡିକାଲ୍ ପ୍ରୋଟକଲ୍ସ ପାଳନ କରୁଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ କୋଭିଡ୍ ଟେଷ୍ଟ୍ କରାଇ ନିଅନ୍ତୁ।’
ଉଭୟ କରୀନା ଓ ଅମ୍ରିତା ନିକଟରେ ଅନେକ ପାର୍ଟିରେ ଯୋଗ ଦେଇଥିଲେ ବୋଲି ସୂଚନା ମିଳିଛି। ତେଣୁ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି RT-PCR ଟେଷ୍ଟ୍ କରାଇ ନିଅନ୍ତୁ ବୋଲି ବିଏମ୍ସି ପରାମର୍ଶ ଦେଇଛି।
ସୂଚନା ଅନୁସାରେ, ଏକ ଡିନର୍ ପାର୍ଟିରେ କରୀନା ଓ ଅମ୍ରିତା ଏକାଠି ଯୋଗ ଦେଇଥିଲେ। ଏହି ପାର୍ଟିରେ ସେମାନଙ୍କର କିଛି ବନ୍ଧୁ ମଧ୍ୟ ସାମିଲ ହୋଇଥିଲେ। ସେହିପରି ସପ୍ତାହକ ପୂର୍ବରୁ ଅନୀଲ କପୁରଙ୍କ ଝିଅ ରେହା କପୁରଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଆୟୋଜିତ ହୋଇଥିବା ଏକ ପାର୍ଟିରେ ଉଭୟ କରୀନା ଓ ଅମ୍ରିତା ଯୋଗ ଦେଇଥିଲେ।
]]>ସୂଚନା ମୁତାବକ କରୀନାଙ୍କ ନାମରେ ଥିବା ଏହି କାର୍ଟି ଫ୍ରଡ୍ କେସ୍ରେ ଅଭିଯୁକ୍ତ ମୋନସୋନ୍ ମାଭୁଙ୍କଲଙ୍କ ଠାରୁ ଜବତ କରାଯାଇଥିଲା। କେରଳ ପୁଲିସର କ୍ରାଇମବ୍ରାଞ୍ଚ୍ ପ୍ରାଚୀନକାଳର ମୂଲ୍ୟବାନ ଜିନିଷ ଚୋରେଇବା ମାମଲାରେ ମୋନସୋନ୍ ମାଭୁଙ୍କଲଙ୍କୁ ଗିରଫ କରିଥିଲା। ତାଙ୍କ ପାଖରୁ ଏହି ଗାଡି ମିଳିଥିବା ବେଳେ ଏହା କରୀନା କପୁରଙ୍କ ନାମରେ ମୁମ୍ବାଇ ଠିକଣାରେ ପଞ୍ଜିକୃତ ହୋଇଥିବା ଜଣାଯାଇଛି।
ତେବେ ଶ୍ରୀବାସ୍ତବ ଗ୍ରୁପ୍ ମାମଲାରେ ପୁଲିସ୍ ମୋନସୋନ୍ ମାଭୁଙ୍କଲଙ୍କ ପାଖରୁ ୨୦ଟି କାର୍ ଜବତ କରିଛି। ଏଥିରୁ ଗୋଟିଏ କାର୍ କରୀନାଙ୍କ ନାମରେ ଥିବା ଜଣାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ଯେ ଏହା ପ୍ରକୃତରେ କାହାର। କିନ୍ତୁ ଏତିକି ଜଣାଯାଇଛି ଯେ ଏହା ୨୦୦୭ରେ ପଞ୍ଜିକୃତ ହୋଇଥିବା ବେଳେ କରୀନା କପୁରଙ୍କ ନାମରେ ମୁମ୍ବାଇ ଠିକଣାରେ ରହିଛି।
ପ୍ରକାଶଥାଉ ଯେ ମୋନସୋନ୍ ମାଭୁଙ୍କଲଙ୍କୁ ୧୦ କୋଟିର ପୁରୁଣା ଜିନିଷ ଚୋରି କରିବା ଓ ଆର୍ଥିକ୍ ଫ୍ରଡ୍ କାର୍ରେ ଗିରଫ କରାଯାଇଥିଲା। ତେବେ ମୋନସୋନ୍ ମାଭୁଙ୍କଲଙ୍କ ପାଖରେ ଏମିତି ଆହୁରି କେତେ ଲଗ୍ଜରୀ କାର୍ ଅଛି ତାହାକୁ ନେଇ ପୋଲିସ୍ ଯାଞ୍ଚ କରୁଛି। ଚେର୍ତଲାରେ ଥିବା ମୋନସୋନ୍ ମାଭୁଙ୍କଲଙ୍କ ଗାଡି, ମାଭୁଙ୍କଲଙ୍କ କୋଚ୍ଚୀସ୍ଥିତ ଘରୁ ମିଳିଥିବା ଗାଡି ଭାରତର ବିଭିନ୍ନ ରାଜ୍ୟରେ ପଞ୍ଜିକୃତ ହୋଇଛି। ତେବେ ଏସବୁ ଗାଡିର କାଗଜପତ୍ର ଠିକ୍ ନୁହେଁ ବୋଲି ପୋଲିସ୍ କହିଛି।
ପୋଲିସ୍ ଆହୁରି ମଧ୍ୟ କହିଛି ଯେ ମୋନସୋନ୍ ମାଭୁଙ୍କଲ ଶସ୍ତାରେ ଦାମୀ ଗାଡି କିଣି ଲୋକଙ୍କୁ ଧନୀ ହେବାର ଲୋଭ ଦେଖାଇ ଉଚ୍ଚା ଦରରେ ବିକ୍ରି କରୁଥିଲା। ମୋନସୋନ୍ଙ୍କ କହିବା କଥା ଯେ ସେ କସ୍ମେଟୋଲୋଜିଷ୍ଟ୍, ଫିଲାନ୍ଥ୍ରୋପିଷ୍ଟ୍, ଏଜୁକେଶନିଷ୍ଟ୍, ମୋଟିଭେସନାଲ୍ ସ୍ପିକର୍ ହେବା ସହିତ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରନ୍ତି। ସେ ଆହୁରି କହିଛନ୍ତି ଯେ ସେ ଏନ୍ଆର୍ଆଇ ଅର୍ଗାନାଇଜେସନ ଚଳାନ୍ତି ଓ କେରଳ ରାଜନୀତି, ପୁଲିସ୍ ଓ ସିନେମା ସହ ଜଡିତ ଲୋକଙ୍କ ସମ୍ପର୍କରେ ଅଛନ୍ତି।
]]>ବଲିଉଡ ହଙ୍ଗାମାରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ କରୀନାଙ୍କ ପୁସ୍ତକରେ ତାଙ୍କର ଦ୍ୱିତୀୟ ପୁଅର ନାମ ଜାହାଙ୍ଗୀର ଅଲି ଖାନ ରହିଛି। ଲୋକମାନେ ଯେତେବେଳେ ଜାଣିଲେ ଯେ ଅଭିନେତ୍ରୀ ତାଙ୍କ ପୁଅର ନାମ ଜାହାଙ୍ଗୀର ରଖିଛନ୍ତି, ସୋସିଆଲ ମିଡିଆରେ ତାଙ୍କ ପୁଅ ଏବଂ ପରିବାର ଟ୍ରୋଲ୍ ହେବାରେ ଲାଗିଛନ୍ତି। ଅଦ୍ୟାବଧି ଅଭିନେତ୍ରୀ ଏହା ଉପରେ ନୀରବ ରହିଥିଲେ, କିନ୍ତୁ ବର୍ତ୍ତମାନ ପ୍ରଥମ ଥର ପାଇଁ କରୀନା ତାଙ୍କ ଦ୍ୱିତୀୟ ପୁଅଙ୍କ ନାମକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଜବାବ ଦେଇଛନ୍ତି।
ଇଣ୍ଡିଆ ଟୁଡେ ସହ ଏକ ବାର୍ତ୍ତାଳାପରେ କରୀନା କପୁର ଖାନ ତାଙ୍କ ପୁଅ 'ଜାହାଙ୍ଗୀର' ନାମରେ ହେଉଥିବା ନକାରାତ୍ମକତା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କରୀନା କହିଛନ୍ତି- “ମୁଁ ଜଣେ ସକାରାତ୍ମକ ବ୍ୟକ୍ତି। ମୁଁ ବହୁତ ଖୁସିବାସିଆ। କରୋନା ପରି କଠିନ ସମୟରେ, ମୁଁ ଲୋକଙ୍କ ମଧ୍ୟରେ ଖୁସି ଓ ସକାରାତ୍ମକତା ବାଣ୍ଟିବାକୁ ଚାହେଁ। ମୁଁ କୌଣସି ପ୍ରକାରର ଟ୍ରୋଲ୍ କିମ୍ବା ନକାରାତ୍ମକତା ବିଷୟରେ ଚିନ୍ତା କରିପାରିବି ନାହିଁ। ବର୍ତ୍ତମାନ ମୋ ପାଖରେ ଧ୍ୟାନ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ।”
“ଏହା ମଧ୍ୟ ଏଥିପାଇଁ ଯେ ମୋତେ କାନ୍ଥ ଆଡକୁ ଠେଲି ଦିଆଯାଉଛି। କିନ୍ତୁ, ମୁଁ ତଥାପି ଠିକ ଅଛି । ମୁଁ ଧ୍ୟାନ ଜାରି ରଖିବି। ପ୍ରତ୍ୟେକ ମୁଦ୍ରାର ଦୁଇଟି ପାର୍ଶ୍ୱ ଅଛି। ତେଣୁ ତାହା ଠିକ ଅଛି। ଯଦି ସକାରାତ୍ମକତା ଅଛି ତେବେ ନକାରାତ୍ମକତା ମଧ୍ୟ ରହିବ। ମୋତେ ଏହାକୁ ଏହିପରି ଦେଖିବାକୁ ପଡିବ। ପ୍ରକୃତରେ ଏଭଳି ହେବା କଥା ନୁହେଁ। କାରଣ, ଆମେ ଯାହା ବିଷୟରେ କହୁଛୁ ସେମାନେ ଦୁଇ ନିରୀହ ପିଲା। ଯେଉଁମାନେ ଏହା ବିଷୟରେ କିଛି ଜାଣନ୍ତି ନାହିଁ। କିନ୍ତୁ, ଆମେ ଖୁସି ଏବଂ ସକରାତ୍ମକ ରହିବାକୁ ଚାହୁଁ।
କରୀନା ନିକଟରେ ତାଙ୍କ ପ୍ରେଗ୍ନାନ୍ସୀ ପୁସ୍ତକରେ ନିଜର ଗର୍ଭଧାରଣ ବିଷୟରେ ପ୍ରକାଶ କରିଛନ୍ତି। ସେ ତାଙ୍କ ପୁସ୍ତକରେ ଗର୍ଭାବସ୍ଥାରେ ତାଙ୍କର ଭଲ ଏବଂ ଖରାପ ଦିନ ବିଷୟରେ କହିଛନ୍ତି। ଅଭିନେତ୍ରୀଙ୍କ କହିବାନୁସାରେ, ଅନେକ ଥର କାମକୁ ଯିବା ଏବଂ ଶଯ୍ୟାରୁ ଉଠିବା ପର୍ଯ୍ୟନ୍ତ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଛି। କରୀନା କହିଛନ୍ତି ଯେ ଏହି ପୁସ୍ତକ ତାଙ୍କ ହୃଦୟର ଅତି ନିକଟତର କାରଣ ଏଥିରେ ସେ ଉଭୟ ପୁଅର ଗର୍ଭଧାରଣ ବିଷୟର କଥା କହିଛନ୍ତି।
]]>କରୀନା ନିଜେ ତାଙ୍କ ଦ୍ୱିତୀୟ ପୁଅର ନାମ ପ୍ରକାଶ କରିଛନ୍ତି। ତାହା ପୁଣି ତାଙ୍କ ବହି 'ପ୍ରେଗ୍ନେସୀ ବାଇବଲ'ରେ। ଏହି ପୁସ୍ତକରୁ ପ୍ରକାଶ ଯେ କରୀନାଙ୍କ ଦ୍ୱିତୀୟ ପୁତ୍ରର ନାମ ମୋଗଲ ଶାସକ ଜାହାଙ୍ଗୀରଙ୍କ ନାମରେ ହୋଇଛି। କରୀନା କପୁର ଖାନଙ୍କ 'ପ୍ରେଗ୍ନେସୀ ବାଇବଲ'ରେ କରୀନା ତାଙ୍କର ଦ୍ୱିତୀୟ ପୁତ୍ରକୁ ଜାହାଙ୍ଗୀର ନାମରେ ନାମିତ କରିଛନ୍ତି। ଯାହା ଫଳରେ ବର୍ତ୍ତମାନ ତାଙ୍କ ଦ୍ୱିତୀୟ ପୁଅର ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ଏହି ନାମକୁ ନେଇ ହଇଚଇ ସୃଷ୍ଟି ହୋଇଛି।
ଲୋକମାନେ ତୈମୁର ପରି ଜାହାଙ୍ଗୀର ନାମକୁ ମଧ୍ୟ ଆଦୌ ପସନ୍ଦ କରୁ ନାହାନ୍ତି। ଏହା ଟ୍ୱିଟର୍ରେ ଚାଲିଥିବା ଟ୍ରେଣ୍ଡରୁ ଜଣାଯାଏ। ସୈଫ୍-କରୀନା ତାଙ୍କ ଦ୍ୱିତୀୟ ପୁଅର ନାମକୁ ନେଇ ଟ୍ୱିଟରରେ ଟ୍ରେଣ୍ଡ୍ କରୁଛନ୍ତି। ଜାହାଙ୍ଗୀର ନାମକୁ ନେଇ ଉପଭୋକ୍ତାମାନେ ଏତେ ରାଗିଯାଇଛନ୍ତି ଯେ କେହି କେହି ମଧ୍ୟ କହିଛନ୍ତି, ସେମାନେ ତାଙ୍କର ପରବର୍ତ୍ତୀ ପୁଅର ନାମ ଔରଙ୍ଗଜେବ କିମ୍ବା ବାବର ରଖିବା ଦରକାର। କାରଣ ଭାରତ ଇତିହାସରେ ଉଭୟ ନିଷ୍ଠୁର ଶାସକ ଭାବରେ ପରିଚିତ।
ଟ୍ରୋଲ୍ଗୁଡିକରୁ ଜଣାପଡିଛି ଯେ ଯେତେବେଳେ ସେମାନଙ୍କର ତୃତୀୟ ପୁତ୍ର ଜନ୍ମହେବ ତେବେ ତା’ର ନାମ ଔରଙ୍ଗଜେବ ଏବଂ ତା’ ପର ପୁତ୍ରର ନାମ ବାବର ଦେବା ଉଚିତ। ପ୍ରକାଶଥାଉ ଯେ ଯେତେବେଳେ କରୀନା କପୁର ଖାନ ତାଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଥିଲେ, ସେହି ଦିନଠାରୁ ତାଙ୍କ ଦ୍ୱିତୀୟ ସନ୍ତାନର ନାମକରଣକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ସେଲିବ୍ରିଟି ଦମ୍ପତିଙ୍କ ଦ୍ୱିତୀୟ ପୁଅର ନାମକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବା ଆରମ୍ଭ ହୋଇଛି। ତେବେ ସୈଫ-କରୀନା ଏସବୁକୁ ଖାତିର କରନ୍ତି ନାହିଁ। କିନ୍ତୁ, ବେଳେ ବେଳେ ଟ୍ରୋଲ୍ଗୁଡିକର ଉତ୍ତର ଦେବାକୁ ଭୁଲନ୍ତି ନାହିଁ।
]]>ସୂଚନା ମୁତାବକ ନିକଟରେ କରୀନା କପୁର ତାଙ୍କର ଏକ ପୁସ୍ତକ ପ୍ରକାଶ କରିଛନ୍ତି। ସେ ଏହାର ନାମ ‘ପ୍ରେଗ୍ନେସୀ ବାଇବଲ’ ରଖିଛନ୍ତି। ଏହି ପୁସ୍ତକରେ ସେ ତାଙ୍କ ଗର୍ଭଧାରଣର ଦିନ ଏବଂ ଅଭିଜ୍ଞତା ବିଷୟରେ ଲେଖିଛନ୍ତି। ହେଲେ ଏହାର ନାମକରଣକୁ ନେଇ କେବଳ ବିବାଦ ରହିଛି। ବାଇବଲ ହେଉଛି ଖ୍ରୀଷ୍ଟିଆନ ସମାଜର ପବିତ୍ର ଶାସ୍ତ୍ରର ନାମ। ଗର୍ଭଧାରଣକୁ ବାଇବଲ ସହିତ ଯୋଡିବା ଏବଂ ଏକ ବ୍ୟକ୍ତିଗତ ଭାବରେ ଲିଖିତ ପୁସ୍ତକକୁ ଶାସ୍ତ୍ରର ନାମ ଭାବରେ ନାମିତ କରିବା ଖ୍ରୀଷ୍ଟିଆନ ସମାଜକୁ ଆହତ ପହଞ୍ଚାଇଛି।
ଖ୍ରୀଷ୍ଟିଆନ ସମାଜର ଅଧିକାରୀମାନେ କହିଛନ୍ତି ଯେ ଏହି ନାମ ଆପତ୍ତିଜନକ ଏବଂ ଧାର୍ମିକ ଭାବନାକୁ ଆଘାତ ଦେଇଛି। ଖ୍ରୀଷ୍ଟିଆନ ସମାଜ ଏହାକୁ ଦୃଢ ବିରୋଧ କରିଛି ଏବଂ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ଓ ପ୍ରଶାସନକୁ ଦାବି କରିଛି। ସର୍ବ ଇଶାଇ ସମାଜ କହିଛି ଯେ କରେ ଯେ କରୀନା କପୁରଙ୍କ ବିରୋଧରେ ଏକ ମାମଲା ରୁଜୁ ହେବା ଦରକାର। ଏହା ହେଲେ ଭବିଷ୍ୟତରେ ଆଉ କେହି କୌଣସି ଧର୍ମ ସହିତ ଏହିପରି ଖେଳିବେ ନାହିଁ।
ପୋଲିସ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଏହି ମାମଲାରେ ଅଭିଯୋଗ ଆସିଛି ଏବଂ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନା ମୁତାବକ, ଏହି ପୁସ୍ତକ କରୀନାଙ୍କ ଦ୍ୱାରା ଜୁଲାଇ ୯ ରେ ଉନ୍ମୋଚିତ ହୋଇଛି। ସେବେଠାରୁ ମହାରାଷ୍ଟ୍ରର ଅନେକ ସ୍ଥାନରେ କରୀନା କପୁରଙ୍କ ବିରୋଧରେ ବିରୋଧ ହୋଇ ଆସୁଛି। ପୋଲିସ ତାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ଜାରି କରିଛି।
]]>ଏକ ବିବାହ ସମାରୋହରେ ମିସ୍ ୱାର୍ଲଡ଼ ମାନୁଷୀ ଛିଲ୍ଲରଙ୍କ ସହ କରୀନାଙ୍କ ଭେଟ ହୁଏ। ଯେଉଁଠି କରୀନା ତାଙ୍କ ମନ କଥା ମାନୁଷୀଙ୍କୁ କହୁ କହୁ କହିଦେଲେ। ମାନୁଷୀଙ୍କ ଠାରୁ ତାଙ୍କର ବିବାହ ପ୍ଲାନିଂ ଶୁଣିବା ପରେ କରୀନା ବିବାହ ପାଇଁ ଇଚ୍ଛା କରିଥିଲେ। ଏହି ସବୁ ଘଟଣା ଏକ ଜୁଏଲରୀ ବିଜ୍ଞାପନରେ ଦେଖିବାକୁ ମିଳିଛି।
୧ ମିନିଟ୍ର ଏହି ଭିଡ଼ିଓ ଆରମ୍ଭ ହେଉଛି ଏକ ବିବାହ କାର୍ଯ୍ୟକ୍ରମରୁ। ଯେଉଁଠି କରୀନା ଓ ମାନୁଷୀ ସାମିଲ ହୋଇଛନ୍ତି। କଥାବାର୍ତ୍ତା ଆଳରେ କରୀନା ମାନୁଷୀଙ୍କୁ ତାଙ୍କର ବିବାହ କିପରି ହେବ ଓ ଏନେଇ ସେ କ’ଣ ସବୁ ଭାବିଛନ୍ତି ବୋଲି ଏକ ପ୍ରଶ୍ନ କରିଥିଲେ। ଯେଉଁଠି ମାନୁଷୀ ତାଙ୍କର ବିବାହ ପ୍ଲାନିଂ ବିଷୟରେ କରୀନାଙ୍କୁ କହିଥିଲେ। ମାନୁଷୀଙ୍କ ଠାରୁ ଏସବୁ ଶୁଣିବା ପରେ କରୀନା ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଦେଲେ। କରୀନାଙ୍କ ମୁହଁରୁ ଏଭଳି କଥା ଶୁଣି ମାନୁଷୀ ସଙ୍ଗେ ସଙ୍ଗେ କହି ଦେଇଥିଲେ କି ତୁମେ ବିବାହିତ ବୋଲି। ଏହାପରେ କରୀନାଙ୍କ ମୁହଁର ଭାବ ଟିକେ ଅଲଗା ପ୍ରକାର ହୋଇଯାଇଥିଲା
୨୦୧୭ ମସିହାରେ ମାନୁଷୀ ଛିଲ୍ଲର ମିସ୍ ୱାର୍ଲଡ଼ ମୁକୁଟ ହାସଲ କରି ଭାରତ ପାଇଁ ଗୌରବ ଆଣିଥିଲେ। ମାନୁଷୀ ଏହା ଭିତରେ ତାଙ୍କର ଆକ୍ଟିଂ କ୍ୟାରିୟର ମଧ୍ୟ ଆରମ୍ଭ କରିସାରିଲେଣି।
]]>