• translate

Tag: Kandhamal

local gun
ଦେଶୀ ବନ୍ଧୁକ କାରଖାନା ଠାବ

କନ୍ଧମାଳ ଚକାପାଦ ଅଞ୍ଚଳରୁ ଦେଶୀ ବନ୍ଧୁକ କାରଖାନା ଠାବ I ଦେଶୀ ବନ୍ଧୁକ, ଗୁଳି ଓ ସାମଗ୍ରୀ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

BSNL Problem
ଶୁଣିଲାନି BSNL, ନିଜ ଖର୍ଚ୍ଚରେ କେବୁଲ ଖୋଳି ଟାୱାରରେ ଲିଙ୍କ୍‌ କଲେ ଗ୍ରାମବାସୀ।

ବାରମ୍ବାର ଗୁହାରୀ ପରେ ବି ଶୁଣିଲାନି BSNL । ଶେଷରେ ନିଜ ଖର୍ଚ୍ଚରେ କେବୁଲ ଖୋଳି ଟାୱାରରେ ଲିଙ୍କ୍‌ କଲେ ଗ୍ରାମବାସୀ। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ପଞ୍ଚାୟତ ସମେତ ୮ ଗ୍ରାମର ଲୋକେ ନିଜ ଖର୍ଚ୍ଚରେ ୨୦ କିଲୋମିଟର କେବୁଲ୍‌ ଖୋଳି ବିଏସ୍‌ଏନ୍ଏଲ୍ ଟାୱାରକୁ ଲିଙ୍କ୍‌ ଦେଇଛନ୍ତି।

Special Story | Ravenshaw Student Provides Free Tuition To Needy Students From His Stipend
ଷ୍ଟାଇପେଣ୍ଡ ଟଙ୍କାରେ ଗାଁ ପିଲାଙ୍କୁ ପାଠ ପଢ଼ାଉଛନ୍ତି ରେଭେନ୍ସାର ଏମ୍.ଫିଲ୍ ଛାତ୍ର

ସେ ରେଭେନ୍ସା କଲେଜରେ ଏମ୍.ଫିଲ୍ କରୁଛନ୍ତି। ଏବେବି ନିଜେ ଚାକିରି ବାକିରି କରିନାହାଁନ୍ତି। କିନ୍ତୁ ଗାଁ ପାଇଁ ସ୍ୱପ୍ନ ଦେଖିବା ଛାଡ଼ି ନାହାଁନ୍ତି। ସ୍କୁଲ ବନ୍ଦ ଥିବାରୁ ଗାଁ ପିଲାଙ୍କୁ ସକାଳେ ଓ ରାତିରେ ମାଗଣାରେ ପଢ଼ାଉଛନ୍ତି।

Twins ‘Jaga-Balia’ Welcomes New Member
ଶିଶୁ ଜଗା-ବଳିଆଙ୍କ ଘରେ ଏବେ ଖୁସିର ଲହରୀ,ଘରକୁ ଆସିଲା ସୁଭଦ୍ରା

ଭଉଣୀ ସୁଭଦ୍ରାକୁ ପାଇଲା ଜଗା । ବଳିଆକୁ ହରାଇବା ପରେ ଗୁମସୁମ୍ ହୋଇ ବସୁଥିବା ଜଗାର ମୁହଁରେ ହସ । କନ୍ଧମାଳ ଜିଲ୍ଲା ମେଲୁପଡ଼ା ଗାଁର ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-ବଳିଆଙ୍କ ଘରେ ଏବେ ଖୁସିର ଲହରୀ । କାରଣ ବଳିଆର ବିୟୋଗ ପରେ ଏକୁଟିଆ ହୋଇଯାଇଥିବା ଜଗା ପାଇଛି ସାଙ୍ଗଟିଏ । ତା’ ପାଇଁ ଖେଳିବା ଆଉ ବୁଲିବା ପାଇଁ ସାଙ୍ଗ ହୋଇ ଦୁନିଆକୁ ଆସିଛି ନବଜାତ ଭଉଣୀ ।

Kandhamal
ବଳିଆ ଚାଲିଯାଇଥିଲା, ଜଗାକୁ ମିଳିଲା ସୁନା ଭଉଣୀ ସୁଭଦ୍ରା

ବଳିଆକୁ ହରାଇବା ପରେ ଗୁମସୁମ୍ ହୋଇ ବସୁଥିବା ଜଗାର ମୁହଁରେ ହସ । କନ୍ଧମାଳ ଜିଲ୍ଲା ମେଲୁପଡ଼ା ଗାଁର ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-ବଳିଆଙ୍କ ଘରେ ଏବେ ଖୁସିର ଲହରୀ । କାରଣ ବଳିଆର ବିୟୋଗ ପରେ ଏକୁଟିଆ ହୋଇଯାଇଥିବା ଜଗା ପାଇଛି ସାଙ୍ଗଟିଏ । ତା’ ପାଇଁ ଖେଳିବା ଆଉ ବୁଲିବା ପାଇଁ ସାଙ୍ଗ ହୋଇ ଦୁନିଆକୁ ଆସିଛି ନବଜାତ ଭଉଣୀ ।

MLA
ଜଣେ ନିଆରା ନେତା : ସାଧାରଣ ଚାଷୀଙ୍କ ପରି କାଦୁଅ ବିଲରେ କାମ କରୁଛନ୍ତି, ଠୋଲାରେ ଭାତ ଖାଉଛନ୍ତି, ମାଟି ଘରେ ରହୁଛନ୍ତି

ନେତା ହେବା ପରେ ବି ବଦଳି ନାହାନ୍ତି । ଚାରିଥର ସରପଞ୍ଚ, ଥରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଥରେ ଜିଲ୍ଲା ପରିଷଦ ସଦସ୍ୟ ଆଉ ଏବେ ବିଧାୟକ । ବିଧାୟକଙ୍କୁ ଛୁଇଁପାରିନି ଭିଆଇପି କଲଚର୍ । ପଦବୀ ପାଇବାର ପରେ ବି ତାଙ୍କର ଚାଲିଚଳନ, ଆଚାର ବ୍ୟବହାରରେ କିଛି ପରିବର୍ତ୍ତନ ଆସିନି । ଆଜିକାଲି ନେତା ମାନେ ପଦ ପଦବୀ ପାଇଗଲା ସେମାନଙ୍କ ଢାଞ୍ଚା ବଦଳି ଯାଉଥିବା ଦେଖାଯାଉଛି ।

kandhamal
କନ୍ଧମାଳ ହଳଦୀକୁ କରୋନା ଛାଟ

କରୋନା କଟକଣା ଯୋଗୁଁ ଦୁର୍ଦ୍ଦିନରେ କନ୍ଧମାଳ ଜିଲ୍ଲାର ହଳଦୀ ଚାଷୀ । ବିକ୍ରି ଉପଯୋଗୀ କୁଇଣ୍ଟାଲ କୁଇଣ୍ଟାଲ ହଳଦୀ ଘରେ ପଡିରହିଛି । କାଳେ ଖରାପ ହୋଇଯିବ, ସେଇ ଭୟରେ ସବୁଦିନ ଖରାରେ ଶୁଖାଇବା ସହ ହାତରେ ମନ୍ଥା ରଗଡା କରୁଛନ୍ତି ଚାଷୀ । ଜିଲ୍ଲାର ପ୍ରାୟ ୬୦ ହଜାର ପରିବାର ଏହି ହଳଦୀ ଚାଷ ସହ ଜଡିତ ।

 Mother Killing Son & Daughter
ପୁଅ,ଝିଅକୁ କୂଅକୁ ଠେଲି ମାରିଲା ମା’ !

ପାରିବାରିକ କଳହର କରୁଣ ପରିଣତି। ୨ ପିଲାଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ। କନ୍ଧମାଳ ଜିଲ୍ଲା ରାଇକିଆରେ ଏହି ଅଭାବନୀୟ ଘଟଣା ଘଟିଛି।

minor rape
ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଫୁଲବାଣୀ : ରାଜ୍ୟରେ ଦିନକୁ ଦିନ ନାବାଳିକା ଦୁଷ୍କର୍ମ ବଢିବାରେ ଲାଗିଛି। ଯାହା ଚିନ୍ତାର ବିଷୟ ପାଲଟିଛି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ମିଳିଥିବା ଅଭିଯୋଗ ଅନୁସାରେ ,ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକା ଗତକାଲି ରାତିରେ ମେଲୋଡି ଦେଖି ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ । ତାଙ୍କୁ ଘରେ ଛାଡ଼ିଦେବାକୁ କହି ୪ ଜଣ ଯୁବକ ଏକ ଅଟୋରିକ୍ସାରେ ବସାଇ ନିକଟ ଜଙ୍ଗଲକୁ […]

daRINGIBADI
ପ୍ରଧାନଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳ : ଅସଦାଚରଣ ନୁହଁ ବରଂ ଦୁଷ୍କର୍ମ ହୋଇଛି। ସ୍କୁଲର ପ୍ରଧାନଶିକ୍ଷକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଏକ ସ୍କୁଲର ପ୍ରଧାନଶିକ୍ଷକ ଅନ୍ତେବାସୀ ଛାତ୍ରୀଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଭିଆଇଛନ୍ତି। ପୂର୍ବରୁ ପ୍ରଧାନଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ପୀଡ଼ିତାଙ୍କ ପରିବାର ଲୋକେ। ତେବେ ଲୋକଲଜ୍ଜାକୁ ଡରି ବାପା ଏବଂ ପରିବାର ଲୋକଙ୍କୁ ଦୁଷ୍କର୍ମ ସମ୍ପର୍କରେ କହି ପାରିନଥିଲେ ପୀଡ଼ିତା। ହେଲେ କିଛି ଦିନ ପୂର୍ବେ ପୀଡ଼ିତା […]

daringabadi
ଦାରିଙ୍ଗବାଡ଼ିରେ ୧୨ ଘଣ୍ଟିଆ ବନ୍ଦ ପାଳନ

କନ୍ଧମାଳ: ଦାରିଙ୍ଗବାଡ଼ିରେ ୧୨ ଘଣ୍ଟିଆ ବନ୍ଦ ପାଳନ। ଦୁର୍ଗାମଣ୍ଡପ ଉଚ୍ଛେଦ ପ୍ରତିବାଦରେ ଗ୍ରାମ୍ୟ ହିନ୍ଦୁ ଦେବୋତ୍ତର କମିଟି ଆହ୍ୱାନ କ୍ରମେ ଆଜି ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ  ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ପ୍ରଶାସନର ଦାରିଙ୍ଗବାଡ଼ି ଚାରି ଛକଠାରେ ଥିବା ଦୁର୍ଗା ମଣ୍ଡପକୁ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦାରିଙ୍ଗବାଡ଼ିର ସମସ୍ତ ଦୋକାନ ବଜାର ଓ  ଗାଡ଼ି ଚଳାଚଳ ବନ୍ଦ ରହିଛି।

kandhamal
ବାପା ସାଜିଲା କଂସ, କଚାଡ଼ି ମାରିଲା ଛୁଆକୁ

କନ୍ଧମାଳ: ଜୀବନ ନେଲା ଜନ୍ମଦାତା। କନ୍ଧମାଳ ଜିଲ୍ଲା ମୁଣ୍ଡଳାବାଲି ସାହିରେ ଝିଅର ହତ୍ୟା ଘଟଣାରେ ଅଭିଯୁକ୍ତ ପିତାକୁ ଦାରିଙ୍ଗବାଡ଼ି ପୋଲିସ ଆଜି ଗିରଫ କରିଛି। ନିଶାସକ୍ତ ଅବସ୍ଥାରେ ଜଣେ ବାପା ନିଜ ୨ ବର୍ଷର ଝିଅକୁ କଚାଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ଝିଅର ମାଙ୍କ ଅଭିଯୋଗ, ତାଙ୍କ ସ୍ୱାମୀ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସେ ଘରୁ ବାହାରକୁ ଦୌଡ଼ି ପଳାଉଥିବାବେଳେ ତାଙ୍କର ୨ ବର୍ଷର ଝିଅ ହାବୁଡ଼ରେ […]