JEE ପରୀକ୍ଷାର ଆୟୋଜନ NTA ଅର୍ଥାତ୍ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ହୋଇଥାଏ। JEE ମୁଖ୍ୟ ପରୀକ୍ଷା ସହିତ ଜଡିତ ସର୍ବଶେଷ ଅପ୍ଡେଟ୍ଗୁଡିକ୍ ଅଫିସିଆଲ୍ ୱେବସାଇଟ୍ jeemain.nta.ac.in ରେ ଯାଞ୍ଚ କରାଯାଇପାରିବ। NTA ଖୁବ୍ ଶୀଘ୍ର JEE ମେନ୍ ସେସନ୍ ୨ ପରୀକ୍ଷା ସିଟି ସ୍ଲିପ୍ ଜାରି କରିବାକୁ ପ୍ରସ୍ତୁତ ହେଉଛି। ଏହା ସହିତ ପ୍ରାର୍ଥୀମାନେ JEE ପରୀକ୍ଷା କେନ୍ଦ୍ର ବିଷୟରେ ସୂଚନା ପାଇବେ। ତେବେ JEE ମେନ୍ ସେସନ୍ ୨ ଆଡ୍ମିଟ୍ କାର୍ଡ ୨୦୨୪ କେବେ ରିଲିଜ୍ ହେବ ଜାଣନ୍ତୁ।
ଅଫିସିଆଲ୍ ୱେବସାଇଟ୍ jeemain.nta.ac.in ରେ ଅନ୍ଲାଇନ୍ ମୋଡ୍ ରେ JEE ମେନ୍ ସେସନ୍ ୨ ପରୀକ୍ଷା ସିଟି ସ୍ଲିପ୍ ଜାରି ହେବ। ଏଠାରେ ଆବଶ୍ୟକ ବିବରଣୀ ସହିତ ଲଗ୍ ଇନ୍ କରି, ଆପଣ JEE ମେନ୍ ସେସନ୍ ୨ ପରୀକ୍ଷା ସିଟି ସ୍ଲିପ୍ ଡାଉନ୍ଲୋଡ୍ କରିବାକୁ ସମର୍ଥ ହେବେ। ପ୍ରାର୍ଥୀମାନେ ସେମାନଙ୍କର ପରୀକ୍ଷା ସହର ବିଷୟରେ JEE ମେନ୍ ପରୀକ୍ଷା ସିଟି ସ୍ଲିପ୍ରୁ ସୂଚନା ପାଇବେ। ଏହା ସହିତ ସେମାନେ ଟିକେଟ୍ ଇତ୍ୟାଦି ବୁକିଂ କରି ସେମାନଙ୍କର ଯାତ୍ରା ଯୋଜନା କରିପାରିବେ।
NTA ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି JEE ମେନ୍ ସେସନ୍ ୨ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି। CBSE ବୋର୍ଡ ପରୀକ୍ଷା ସହିତ ସଂଘର୍ଷ ହେତୁ JEE ମେନ୍ ସେସନ୍ ୨ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଥିଲା। JEE ମେନ୍ ସେସନ୍ ୨ ପରୀକ୍ଷା ଏପ୍ରିଲ ୦୪ ରୁ ଏପ୍ରିଲ ୧୫, ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବ। ଦୁଇଟି ସିଫ୍ଟରେ ପରୀକ୍ଷା ହେବ। JEE ର ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ ଟାରୁ ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଦ୍ୱିତୀୟ ସିଫ୍ଟ ପରୀକ୍ଷା ଅପରାହ୍ନ ୩ ଟାରୁ ୬ଟା ମଧ୍ୟରେ କରାଯିବ।
JEE ମୁଖ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରମାନେ ପରୀକ୍ଷା ସିଟି ସ୍ଲିପ୍ ଏବଂ ଆଡମିଟ୍ କାର୍ଡ ମଧ୍ୟରେ ପାର୍ଥକ୍ୟ ଜାଣିବା ଉଚିତ। ମନେରଖନ୍ତୁ ଯେ ପରୀକ୍ଷା ସିଟି ସ୍ଲିପ୍ କେବଳ ପରୀକ୍ଷା ସହର ବିଷୟରେ ସୂଚନା ପାଇଁ ପ୍ରଦାନ କରାଯାଇଥାଏ। ଏହାକୁ ଏକ ଆଡମିଟ୍ କାର୍ଡ ଭାବରେ ବ୍ୟବହାର କରାଯାଇପାରିବ ନାହିଁ। ପରୀକ୍ଷାର କିଛି ଦିନ ପୂର୍ବରୁ JEE ମେନ୍ ଆଡମିଟ୍ କାର୍ଡ ଜାରି ହେବ। JEE ମେନ୍ ଆଡମିଟ୍ କାର୍ଡ ବିନା JEE ପରୀକ୍ଷା କେନ୍ଦ୍ର ଭିତରେ ପ୍ରବେଶ ଅନୁମତି ଦିଆଯିବ ନାହିଁ।
]]>ସେ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତିରେ ୮ଟି ବିଷୟରେ କ୍ରୀଡ଼ା ଓ ଫିଜିକାଲ୍ ଏଜୁକେଶନ ବା ଶାରିରୀକ ଶିକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । ଏହାକୁ ଆଉ ଏକ୍ସଟ୍ରା କରିକୁଲାର୍ ନୁହେଁ, ଏକ ବିଧିବଦ୍ଧ ବିଷୟ ଭାବରେ ପିଲାମାନେ ପଢ଼ିବେ ବୋଲି ସେ କହିଛନ୍ତି ।
]]>
ଏହି ଫଳ nta.ac.in ରେ ମଧ୍ୟ ପ୍ରକାଶ ପାଇଛି। ସର୍ବଭାରତୀୟ ସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦିଲ୍ଲୀ ସରକାରୀ ସ୍କୁଲର ଅସ୍ତିକ ନାରାୟଣ ଜେଇ ମେନ୍ରେ ଶତ ପ୍ରତିଶତ ମାର୍କ ରଖିଛନ୍ତି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ପାଇଁ ଗର୍ବିତ ବୋଲି ସେ କହିଛନ୍ତି।
Delhi Govt school student, Asteek Narayan has scored a 100 percentile score in JEE Mains. So proud of you Asteek. pic.twitter.com/Td0SQd4ggx
— Arvind Kejriwal (@ArvindKejriwal) April 29, 2023
ଏଥର ଜେଇଇ ମେନ୍ ୨୦୨୩ ଦୁଇଟି ସେସନ୍ରେ ହେବ । ପ୍ରଥମ ସେସନ୍ ୨୦୨୩ ଜାନୁଆରୀ ଓ ଦ୍ୱିତୀୟ ସେସନ୍ ଏପ୍ରିଲ ମାସରେ ହେବ ବୋଲି କୁହାଯାଇଛି ।
ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ସେସନ୍-୧ ପରୀକ୍ଷା ଦେଇଥିଲେ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଜୁନ୍ ଓ ଜୁଲାଇରେ ମେନ୍ ପରୀକ୍ଷା କରାଯାଉଛି। ଛାତ୍ରଛାତ୍ରୀମାନେ ଉଭୟ ପରୀକ୍ଷା ଦେଇପାରିବେ।
ଫାଇନାଲ ମେରିଟ୍ ଲିଷ୍ଟ ପାଇଁ ସର୍ବାଧିକ ମାର୍କକୁ ବିଚାରକୁ ନିଆଯିବ। ଚଳିତ ମାସ ୨୧ରୁ ୩୦ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ JEE (ମେନ୍) ପରୀକ୍ଷା ହେବ। JEE (ମେନ୍)ର ରେଜଲ୍ଟ ଆଧାରର JEE ଆଡଭାନସନଡ୍ ପାଇଁ ଚୟନ କରାଯିବ।
]]>ସେହିପରି ମେ ୨୪ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ସେସନ୍ ଜୁଲାଇ ୨୧ ରୁ ଆରମ୍ଭ ହୋଇ ୩୦ରେ ସରିବ । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ନୋଟିସ୍ ଜାରି କରାଯାଇଛି ।
ପ୍ରଥମ ସେସନ୍ ପାଇଁ ରେଜିଷ୍ଟ୍ରେସନ୍ ସରିଯାଇଥିବାବେଳେ ଦ୍ୱିତୀୟ ସେସନ୍ ପାଇଁ ଖୁବଶୀଘ୍ର ଅନଲାଇନ୍ରେ ଫର୍ମ ଉପଲବ୍ଧ ହେବ ବୋଲି ନୋଟିସ୍ରେ ଦର୍ଶାଯାଇଛି ।
ଅନ୍ୟପକ୍ଷେ, ଗତକାଲିଠାରୁ NEET (UG) 2022 ପାଇଁ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଆସନ୍ତା ମେ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ ଛାତ୍ରଛାତ୍ରୀ ମେ ୬ ତାରିଖ ଯାଏଁ ଆବେଦନ କରିପାରିବେ । ଓଡ଼ିଶା ସମେତ ୧୩ଟି ଭାଷାରେ ହେବ NEET ପରୀକ୍ଷା । ୨୦୨୨ ଜୁଲାଇ ୧୭ ତାରିଖରେ ପରୀକ୍ଷା ନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଦେଶ ଭିତରେ ପ୍ରାୟ ୫୪୩ଟି ସହର ଏବଂ ଦେଶ ବାହାରେ ୧୪ଟି ସହରରେ ଏହି NEET ପରୀକ୍ଷା କରାଯିବ ବୋଲି ନୋଟିସ୍ରେ ଏନ୍ଟିଏ ଦର୍ଶାଇଛି ।
ଦେଶର ୩୩୪ ଟି ସହରର ୬୬୦ ଟି କେନ୍ଦ୍ରରେ ପରୀକ୍ଷା ହେଉଥିବା ବେଳେ ଓଡ଼ିଶାର ୧୯ଟି ସହରର ୩୫ଟି କେନ୍ଦ୍ରରେ ପରୀକ୍ଷା ହେଉଛି । ସମସ୍ତ କେନ୍ଦ୍ରରେ କୋଭିଡ ଗାଇଡ଼ ଲାଇନ ପାଳନ କରି ପରୀକ୍ଷା ହେଉଛି । ସକାଳ ୯ ରୁ ୧୨ଟା ଓ ଅପରାହ୍ନ ୩ ରୁ ୬ଟା ପର୍ଯ୍ୟନ୍ତ ୨ ସିଟରେ ପରୀକ୍ଷା ହେଉଛି । ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା ସହ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜ୍ କରାଯାଇଛି । ସେହିପରି ପରୀକ୍ଷା କେନ୍ଦ୍ରକୁ ଘଣ୍ଟା, ମୋବାଇଲ ଭଳି ଇଲେକ୍ଟ୍ରୋନିକ ସାମଗ୍ରୀ ନେବା ଉପରେ ବାରଣ ରହିଛି । ପରୀକ୍ଷା କେନ୍ଦ୍ର ପ୍ରବେଶ ପଥରେ ଗହଳି ନକିରବାକୁ ପରୀକ୍ଷାର୍ଥୀଙ୍କୁ ରିପୋର୍ଟିଂ ଲାଗି ଟାଇମ୍ ସ୍ଲଟ ମଧ୍ୟ ଦିଆଯାଇଥିଲା । ଝରକା ଖୋଲା ରଖିବା ସହ ଫ୍ୟାନ୍ ଚଳାଇବା ପାଇଁ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତର ମୋଟ ୯୦ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ୁଛି । ପ୍ରାର୍ଥୀଙ୍କୁ ମୋଟ ୭୫ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ପ୍ରତ୍ୟେକ ପ୍ରଶ୍ନ ୪ମାର୍କର ଅଟେ , ତେବେ ଭୁଲ ଉତ୍ତର ପାଇଁ ମାଇନସ୍ ମାର୍କିଂ କରାଯିବ । ତେଣୁ ପ୍ରାର୍ଥୀମାନେ JEE Main 2021 ରେଜଲ୍ଟରେ ଭଲ ସ୍କୋର କରିବାକୁ ଅନେକ ଭାବିଚିନ୍ତି ପ୍ରଶ୍ନ ଗୁଡିକର ସମାଧାନ କରିବା ଆବଶ୍ୟକ ।
]]>ସେହିପରି ଦ୍ୱିତୀୟ ପେପର ପାଇଁ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ଉଭୟ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଅଢେଇ ଘଣ୍ଟା ପୂର୍ବରୁ ନିଜନିଜ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବେ।
ଜେଇଇ ମେନ୍ରେ ଓଡିଶାର ମୋଟ ୪୪ହଜାର ୪୮୮ଜଣ ରେଜିଷ୍ଟ୍ରେସନ କରିଛନ୍ତି। ସେଥିମଧ୍ୟରୁ ୩୬ ହଜାର ୪୯୯ ଜଣ ଅଫ୍ଲାଇନ୍ ଓ ୭ହଜାର ୯୮୯ଜଣ ଅନ୍ଲାଇନ୍ରେ ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ଆଡ଼ମିଟ୍ କାର୍ଡ ନେବା ବାଧ୍ୟତାମୂଳକ ରହିଛି।
ଏପ୍ରିଲ ୩୦ରେ ପ୍ରଥମ ସିଟିଂ ଓ ଏପ୍ରିଲ ୩୧ରେ ଦ୍ୱିତୀୟ ସିଟିଂର ରେଜଲ୍ଟ ବାହାରିବ। ଏପ୍ରିଲ ୧୫ ଏବଂ ୧୬ ତାରିଖରେ ଅନଲାଇନ୍ ପରୀକ୍ଷା ହେବ। ତେବେ ପରୀକ୍ଷା କେନ୍ଦ୍ରକୁ ଘଣ୍ଟା, କାଲ୍କୁଲେଟର୍, ମେଟାଲିକ୍ ଜୁଏଲାରୀ ପ୍ରଭୃତି ବାରଣ କରାଯାଇଛି। ତେବେ ଯେଉଁମାନେ ମଧୁମେହ ରୋଗୀ ସେମାନେ ସୁଗାର ଟାବ୍ଲେଟ୍, ଫଳ ଓ ପାଣି ନେଇପାରିବେ।
]]>