କେସିଆର୍ଙ୍କ ସହ ସାକ୍ଷାତ ଓ ଆଲୋଚନା ନେଇ ଫେସ୍ବୁକ୍ରେ ପୋଷ୍ଟ କରିଛନ୍ତି ଜୟରାମ ପାଙ୍ଗି । ପାଙ୍ଗିଙ୍କ ଏପରି ପୋଷ୍ଟକୁ ନେଇ ଏବେ କୋରାପୁଟ ରାଜନୀତିରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ୭ ଦିନ ଭିତରେ ୨ ଜଣ କୋରାପୁଟିଆ ନେତାଙ୍କ କେସିଆର ପ୍ରୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ଗତ ଦୁଇ ଦିନ ପୂର୍ବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦଶେଖର ରାଓଙ୍କୁ ଭେଟିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗାମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ। ୨୦୨୪ ନିର୍ବାଚନ ପୂର୍ବରୁ ଅଚାନକ ଏହି ଭେଟ୍ଘାଟ ହୋଇଥିବାରୁ ଏହା ସାଧାରଣ ଭେଟ ନୁହେଁ ବୋଲି କୁହାଯାଉଛି । ଏନେଇ ରାଜନୈତିକ ମହଲରେ ଢ଼େର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେପି ଛାଡ଼ି ଉଭୟ ବିଆର୍ଏସ୍ରେ ଯୋଗ ଦେବା ନେଇ କଲ୍ପନାଜଳ୍ପନା ଆରମ୍ଭ ହୋଇଛି । ଏ ନେଇ ଗିରିଧରଙ୍କ ପୁଅ ଶିଶିର ଗମାଙ୍ଗ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଥିଲେ, କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତୀୟ ରାଷ୍ଟ୍ର ସମିତିରେ ଯୋଗ ଦେବାକୁ ତାଙ୍କୁ ଅଫର ଦିଆଯାଇଥିଲା । ଓଡିଶାରେ ବିଆର୍ଏସ୍କୁ ଲିଡ୍ କରିବାକୁ କୁହାଯାଇଛି ।
ଏବେ ଉଭୟ ବାପା ଓ ପୁଅ ବିଜେପିରେ ଅଛନ୍ତି । ତେବେ ତେଲୁଗୁ ଭୋଟର ଦକ୍ଷିଣ ଓଡ଼ିଶାରେ ଅଧିକ ଥିବାରୁ ବିଆରଏସ ସେଥିପ୍ରତି ଫୋକସ ରଖିଥିବା କୁହାଯାଉଛି । ହେଲେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ତେଲଙ୍ଗାନା ସିଏମ୍ଓ ପକ୍ଷରୁ ଟ୍ୱିଟ୍ କରାଯାଇଥିଲା ।
]]>ଆଦିବାସୀମାନେ ସରଳ, ଏମାନେ ନିଜ ମନକୁ ମନ ଆନ୍ଦୋଳନ କରିବା ବିଶ୍ୱାସ ହେଉନି। ଏଥିସହ ବାହ୍ୟ ନିର୍ଦ୍ଦେଶରେ ଆଦିବାସୀମାନେ ଆନ୍ଦୋଳନ କରୁଥିବା ନେଇ ଭାବୁଛନ୍ତି ବୋଲି କହିଛନ୍ତି ପାଙ୍ଗୀ। ଆନ୍ଦୋଳନ ତୃତୀୟ ମହଲା ବା ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହେଉଥିବ, ନହେଲେ ପ୍ରଶାସନ କିମ୍ବା ପୋଲିସ କାହିଁକି ନିରବଦ୍ରଷ୍ଟା ସାଜନ୍ତା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ପୋଲିସ ଆଗରେ ଭଙ୍ଗାରୁଜା ହେଉଛି, ଅଥଚ କିଛି କରୁନାହାନ୍ତି। ଏହା ଆଦିବାସୀଙ୍କୁ ବଦ୍ନାମ କରିବା ଛଡ଼ା ଆଉ କିଛି ନୁହେଁ। ଲୋକେ ସବୁ ଦେଖୁଛନ୍ତି, କେତେ ଦିନ ବୋକା ବନେଇବ, ରାଜ୍ୟବାସୀ ଦିନେ ନା ଦିନେ ଏହାର ଜବାବ ଦେବେ ବୋଲି ପାଙ୍ଗୀ କହିଛନ୍ତି। ବିଜୁ ବାବୁ ଯଦି ଥାନ୍ତେ, ଏମିତି କରାଇ ଦେଇନଥାନ୍ତେ ବୋଲି କହିଛନ୍ତି ପାଙ୍ଗୀ। ତେବେ ଜୟରାମ ପାଙ୍ଗୀଙ୍କ ଅଭିଯୋଗ ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନି।
ଅନ୍ୟପକ୍ଷରେ ଆଜି ଚତୁର୍ଥ ଦିନରେ ପହଞ୍ଚିଛି ଆନ୍ଦୋଳନ। ଆନ୍ଦୋଳନକାରୀମାନେ କାରଖାନାର ମୁଖ୍ୟ ଫାଟକରେ ତାଲା ପକାଇ ଅଚଳାବସ୍ଥା ସୃଷ୍ଟି କରିଛନ୍ତି। ଦୁଇଦିନ ଧରି ତାଲା ପକାଇବା ପରେ ଗତକାଲି ହିଂସାକାଣ୍ଡକୁ ଓହ୍ଲାଇଥିଲେ। ଥେରୁବାଲି ଇମ୍ଫା କମ୍ପାନୀ ଆଗରେ ଧାରଣାରତ ଆନ୍ଦୋଳନକାରୀ କମ୍ପାନୀରେ ଭଙ୍ଗାରୁଜା କରିବା ସହିତ ଗେଟ୍ ଉପରକୁ ଢେଲାପଥର ମାଡ଼ କରିଥିଲେ।
ଫାଟକ ବାହାରେ ଲାଗିଥିବା ସିସି କ୍ୟାମେରା, ଲାଇଟ୍, ଆଉ କିଛି ଯନ୍ତ୍ରାଂଶକୁ ବାଡ଼େଇ ଭାଙ୍ଗି ଦେଇଛନ୍ତି ଆନ୍ଦୋଳନକାରୀ। ୯ଦଫା ଦାବିରେ କାରଖାନାର ସମସ୍ତ ଗେଟ୍ରେ ତାଲା ପକାଇ ଗତ ୪ ଦିନ ଧରି ଧାରଣାରେ ଆନ୍ଦୋଳନକାରୀ ବସିରହିଛନ୍ତି। ଆନ୍ଦୋଳନକାରୀ କାରଖାନା ସମେତ କଲୋନୀ ଓ ହସ୍ପିଟାଲ ଗେଟ୍ରେ ତାଲା ପକାଇଛନ୍ତି। ଏହାଦ୍ୱାରା କାରଖାନା ଭିତରେ ଲୋକେ ଆତଙ୍କିତ ଓ ଏକ ପ୍ରକାର ବନ୍ଦୀ ଅବସ୍ଥାରେ ରହିଛନ୍ତି।
]]>