ପୋଡ୍କାଷ୍ଟର ଦ୍ୱିତୀୟ ସିଜିନର ଟିଜର ମୁକ୍ତିଲାଭ କରିଛି ଯେଉଁଥିରେ ନଭ୍ୟା ତାଙ୍କ ମା’ ଶ୍ୱେତା ବଚ୍ଚନ ଏବଂ ଜେଜେମା ଜୟା ବଚ୍ଚନଙ୍କ ସହ ନଜର ଆସିଛନ୍ତି। ପ୍ରୋମୋରେ ଜୟା ବଚ୍ଚନଙ୍କ ଏକ ବିବୃତ୍ତି ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଏକ ପ୍ରଶ୍ନର ଉତ୍ତର ଦେଇ ଜୟା କହିଛନ୍ତି ଯେ ବିବାହ ପରେ ରୋମାନ୍ସ ଶେଷ ହୋଇଯାଏ।
ଭିଡିଓରେ ନଭ୍ୟା ଜୟାଙ୍କୁ କହିଛନ୍ତି, “ଆପଣ ଜାଣନ୍ତି ଜୟା-ଇଙ୍ଗ୍ ନାମକ ଏକ ଶବ୍ଦ ଅଛି।”
ପ୍ରୋମୋରେ ଜୟା ନାଭ୍ୟାଙ୍କୁ କହିଛନ୍ତି, “ତୁମେମାନେ ସବୁ ବହୁତ ଗାଳି ଦେଇ କଥା ହେଉଛ।” ଏହି ସମୟରେ ସେ ବିବାହ ପରେ ରୋମାନ୍ସ ବିଷୟରେ ଖୋଲାଖୋଲି ଭାବେ କହିଥିଲେ ଏବଂ କହିଥିଲେ, “ରୋମାନ୍ସ ଝରକା ବାହାରେ। ବିବାହ ପରେ ଏସବୁ ପଳେଇଯାଏ।” ଶୋ’ର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଟିଜର ଶେୟାର କରାଯାଇଛି।
ପ୍ରୋମୋରେ ନାଭ୍ୟା ଦାବି କରିଛନ୍ତି ଯେ ତାଙ୍କ ମା’ଙ୍କ ପାଖରେ ସେନ୍ସ ଅଫ୍ ହ୍ୟୁମର୍ ଅଛି। ଏହାର ଉତ୍ତରରେ, ଶ୍ୱେତା କହିଛନ୍ତି, “ନା, ମୋ ପାଖରେ ଜମା ବି ସେନ୍ସ ଅଫ୍ ହ୍ୟୁମର୍ ନାହିଁ।” ଏହି ସମୟରେ ଜୟା ନଭ୍ୟାଙ୍କୁ ଏହି ପୋଡ୍କାଷ୍ଟର ନାଁ ବିଷୟରେ ପଚାରିଛନ୍ତି, ସେ କାହିଁକି ଶୋ’ର ନାଁ 'ହ୍ୱାଟ୍ସ ଦ ହେଲ୍ ନଭ୍ୟା' ରଖିଲେ? ଜୟା ବଚ୍ଚନ ନଭ୍ୟାଙ୍କୁ ଏକ ପରାମର୍ଶ ଦେଇ କହିଥିଲେ ଯେ ସେ ଏହାର ନାମ ‘ହାଓ ସ୍ୱିଟ୍ ନଭ୍ୟା’ ରଖିବାର ଥିଲା।
ପୋଡ୍କାଷ୍ଟର ପ୍ରୋମୋରେ ଏକ ମଜାଦାର କ୍ୟାପ୍ସନ୍ ମଧ୍ୟ ଦେଖିବାକୁ ମିଳେ। କ୍ୟାପ୍ସନ୍ରେ ଲେଖାଯାଇଛି, “ଆମର ସବୁଠାରୁ ପସନ୍ଦର ମହିଳାମାନଙ୍କ ମଧ୍ୟରୁ ୩ ଜଣ ଫେରିଛନ୍ତି! ଏଥର ଆମର କଥାବାର୍ତ୍ତା ଜୀବନ୍ତ ହୋଇଗଲା, ଯାହା ଆପଣଙ୍କୁ ଅନୁପଯୁକ୍ତ ଆଲୋଚନାର ଏକ ଅଂଶ ହେବାକୁ ଆମନ୍ତ୍ରଣ କରୁଛି। ଅନେକ ହସ ସହିତ, ଏହି ପୋଡକାଷ୍ଟର ନୂଆ ସିଜନ୍ ପ୍ରତି ଫେବୃଆରୀ ୧ ରୁ ନଭ୍ୟା ନନ୍ଦାର ୟୁଟ୍ୟୁବ୍ ଚ୍ୟାନେଲରେ ଦେଖିବାକୁ ମିଳିବ।”
ସେ ଜୟା ଭାଦୁଡିଙ୍କ ପ୍ରେମରେ ପଡି ବିବାହ କରିବା ପୂର୍ବରୁ ତାଙ୍କର ଅନେକଙ୍କ ସହିତ ମଧ୍ୟ ପ୍ରେମ ସଂପର୍କ ଥିଲା। ରେଖାଙ୍କ ସହ ତାଙ୍କର ପ୍ରେମ ଦୀର୍ଘ ସମୟ ଧରି ଚାଲିଥିଲା ଏବଂ ବହୁ ଚର୍ଚ୍ଚା ମଧ୍ୟ ହୋଇଥିଲା। କଥା ବାହାଘର ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ସେହିଭଳି ଆହୁରି ଅନେକ ହିରୋଇନ୍ ମଧ୍ୟ ଥିଲେ, ଯେଉଁମାନଙ୍କ ସହ ଅମିତାଭ ବଚ୍ଚନଙ୍କ ନାମ ଜଡିତ ଥିଲା। ଜଣେ ହିରୋଇନ୍ ତାଙ୍କୁ ଏତେ ଗଭୀର ଭାବରେ ପ୍ରେମ କରୁଥିଲେ ଯେ ସେ ଅଲଗା ହେବା ପରେ ଉଦାସୀନତାର ଶିକାର ହୋଇଥିଲେ। ତେବେ ଆସନ୍ତୁ ଜାଣିବା ଅମିତାଭ ବଚ୍ଚନଙ୍କ ନାମ ସହ କେଉଁ ହିରୋଇନମାନଙ୍କୁ ନେଇ ଚର୍ଚ୍ଚା ହେଉଥିଲା।
ଅମିତାଭ ବଚ୍ଚନ ଏବଂ ଜୀନତ ଅମାନ୍
ଅମିତାଭ ବଚ୍ଚନ ଏବଂ ଜୀନତ ଅମାନ୍ ‘ଲାୱାରିସ୍’, ‘ଡନ୍’ ପରି ହିଟ୍ ଫିଲ୍ମରେ ଏକାଠି କାମ କରିଥିଲେ। ଉଭୟଙ୍କ ଯୋଡି ମଧ୍ୟ ଚମତ୍କାର ଦେଖାଯାଉଥିଲା। ଚଳଚ୍ଚିତ୍ରଗୁଡ଼ିକରେ ସେମାନଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖି ଅନେକ ସମୟରେ ଅନୁମାନ କରାଯାଉଥିଲା ଯେ ଦୁହେଁ ପରସ୍ପରଙ୍କୁ ପ୍ରେମ କରୁଛନ୍ତି।
ବାସ୍ତବରେ, ହେମା ମାଲିନୀଙ୍କ ନାମ ଧର୍ମେନ୍ଦ୍ରଙ୍କ ସହ ଯୋଡି ଚର୍ଚ୍ଚା ହେଉଥିଲା। ସେମାନଙ୍କ ପ୍ରେମକୁ ସମଗ୍ର ଇଣ୍ଡଷ୍ଟ୍ରିରେ ଖୋଲାଖୋଲି ଭାବେ ଆଲୋଚନା କରାଯାଉଥିଲା। କିନ୍ତୁ ଅମିତାଭ ବଚ୍ଚନ ଏବଂ ହେମା ମାଲିନୀ ମଧ୍ୟ କିଛି ଚଳଚ୍ଚିତ୍ରରେ ଏକାଠି ନଜର ଆସିଥିଲେ। ଏହାକୁ ନେଇ ସେମାନଙ୍କ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା ହେଉଥିଲ। ଦୁହେଁ କିନ୍ତୁ ଏହାକୁ ନେଇ କେବେବି କଥାବାର୍ତ୍ତା କରିନାହାଁନ୍ତି।
ପରବିନ୍ ବବି ଏବଂ ଅମିତାଭ ବଚ୍ଚନଙ୍କ ଯୋଡିକୁ ଏକଦା ଫିଲ୍ମ ସ୍କ୍ରିନରେ ବହୁତ ପସନ୍ଦ କରାଯାଉଥିଲା। ଦୁହେଁ ଏକାଠି ବହୁତ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ଧୀରେ ଧୀରେ ସମ୍ପର୍କ ଖରାପ ହେବାକୁ ଲାଗିଲା। ଏହା ସତ ନ ହୋଇପାରେ କିନ୍ତୁ ପରବିନ ବବିଙ୍କ ଉଦାସୀନତାର କାରଣ ସବୁବେଳେ ଅମିତାଭ ବଚ୍ଚନଙ୍କଠାରୁ ଦୂରେଇ ରହିବା ବୋଲି କୁହାଯାଉଥିଲା। ଏହା ପରେ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଲା ଏବଂ ଶେଷରେ ତାଙ୍କୁ ତାଙ୍କ ଘରେ ମୃତ ଅବତ୍ସ୍ଥାରେ ମିଳିଥିଲା।
]]>ଅମିତାଭ ବଚ୍ଚନ ୧୯୮୪ ରେ ଆହ୍ଲାବାଦ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ। ବର୍ତ୍ତମାନ ଜୟା ବଚ୍ଚନ ସମାଜବାଦୀ ପାର୍ଟିର ଜଣେ ରାଜ୍ୟସଭା ସଦସ୍ୟ। ଆଲୋଚନା ହଉଛି ଯେ ଅଭିଷେକ ମଧ୍ୟ ସମାଜବାଦୀ ପାର୍ଟି ଟିକେଟ୍ ରେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।
ଏହାରି ଭିତରେ ୧୦ ବର୍ଷ ପୂର୍ବେ ଦେଇଥିବା ଅଭିଷେକଙ୍କ ଏକ ସାକ୍ଷାତକାର ଚର୍ଚ୍ଚାକୁ ଆସିଛି। ଏହି ସାକ୍ଷାତକାରରେ ସେ ରାଜନୀତିରେ ଯୋଗଦେବା ବିଷୟରେ କହୁଥିବାର ନଜର ଆସିଛନ୍ତି। ୨୦୧୩ର ଏହି ସାକ୍ଷାତକାରରେ ଯେତେବେଳେ ଅଭିଷେକଙ୍କୁ ରାଜନୀତି ବିଷୟରେ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ, “ମୋ ବାପାମାଆ ରାଜନୀତିରେ ଅଛନ୍ତି କିନ୍ତୁ ମୁଁ ରାଜନୀତିରେ ପ୍ରବେଶ କରିବି ନାହିଁ। ମୁଁ ପରଦାରେ ଜଣେ ନେତାଙ୍କ ଭୂମିକାରେ ନଜର ଆସିପାରେ, କିନ୍ତୁ ବାସ୍ତବ ଜୀବନରେ ନୁହେଁ। ମୁଁ କଦାପି ରାଜନୀତି କରିବି ନାହିଁ।”
ତେବେ ଉତ୍ତରପ୍ରଦେଶରୁ ମିଳିଥିବା ସୂଚନା ଅନୁଯାୟୀ ସମାଜବାଦୀ ଦଳର ରାଜ୍ୟ ନେତୃତ୍ୱ ମଧ୍ୟ ଲୋକସଭା ନିର୍ବାଚନ ପାଇଁ ଅଭିଷେକଙ୍କୁ ଟିକେଟ୍ ଦେବାର ସମ୍ଭାବନା ସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କଠାରୁ ଶୁଣିବାକୁ ମିଳେ। ସପାର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଅମିତାଭ ବଚ୍ଚନ ଏବଂ ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନଙ୍କୁ ଭେଟିବାକୁ ଖୁବ ଶୀଘ୍ର ମୁମ୍ବାଇ ଯାଇପାରନ୍ତି ବୋଲି ସୂଚନା ରହିଛି।
ଅଭିଷେକ ବଚ୍ଚନ ୧୦ ବର୍ଷ ପୂର୍ବେ ସାକ୍ଷାତକାରରେ ରାଜନୀତିରେ ଯୋଗଦେବାର ସମ୍ଭାବନାକୁ ଅସ୍ୱୀକାର କରିଥିଲେ ମଧ୍ୟ ସମାଜବାଦୀ ପାର୍ଟିର ତାଙ୍କର ଯୋଗର ଚର୍ଚ୍ଚାକୁ ନେଇ ବର୍ତ୍ତମାନ ସେ ଚୁପ ଅଛନ୍ତି।
ପ୍ରକାଶଥାଉ ଯେ ଅମିତାଭ ବଚ୍ଚନଙ୍କ ୧୯୮୪ରେ ଆହ୍ଲାବାଦରେ କଂଗ୍ରେସ ଟିକେଟ୍ରେ ପ୍ରତିଦ୍ୱନ୍ଦ୍ୱିତା କରି ଭେଟେରାନ ନେତା ହେମବତୀ ନନ୍ଦନ ବହୁଗୁଣାଙ୍କୁ ପରାସ୍ତ କରିଥିଲେ। ଜୁଲାଇ ୧୯୮୭ରେ ଅମିତାଭ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
ସେହିପରି ଜୟା ବଚ୍ଚନଙ୍କ ୨୦୦୪ରେ ସମାଜବାଦି ପାର୍ଟିରେ ଯୋଗ ଦେଇଥିଲେ ଏବଂ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ସେ ଚାରିଥର ରାଜ୍ୟସଭା ସଦସ୍ୟ ହୋଇଛନ୍ତି। ତାଙ୍କର ଚତୁର୍ଥ କାର୍ଯ୍ୟକାଳ ୨୦୧୮ଠାରୁ ଚାଲିଛି।
]]>ଅଭିଷେକ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ବିଶେଷ ନୋଟ୍ ସହିତ କିଛି ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଏବେକାର ଫଟୋ ଥିବାବେଳେ ଦ୍ୱିତୀୟ ଫଟୋଟି ପୁରୁଣା ଦିନର, ଯେଉଁଥିରେ ବିଗ୍ ବି ହସୁଛନ୍ତି ଆଉ ଜୟା ବଚ୍ଚନଙ୍କ କାନ୍ଧରେ ଆରାମରେ ମୁଣ୍ଡ ରଖିଥିବାର ଦେଖାଯାଏ। ସେହିପରି ତୃତୀୟ ଫଟୋରେ ସେମାନେ ପରସ୍ପରଙ୍କ ଆଡକୁ ଚାହିଁଛନ୍ତି। ଚତୁର୍ଥ ଫଟୋଟି ହେଉଛି ସେମାନଙ୍କ ବିବାହ ସମୟର।
ଅଭିଷେକ ବଚ୍ଚନଙ୍କ ପୂର୍ବରୁ ତାଙ୍କ ବଡ଼ ଭଉଣୀ ଶ୍ୱେତା ବଚ୍ଚନ ନନ୍ଦା ମଧ୍ୟ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କୁ ଶୁଭେଚ୍ଛା ଜଣାଇଥିଲେ, ଯେଉଁଥିପାଇଁ ସେ ଏକ ଥ୍ରୋବ୍ୟାକ୍ ଫଟୋ ବ୍ୟବହାର କରିଥିଲେ। ଫଟୋରେ ଉଭୟ ଖୁବ ଯୁବକ ଲାଗୁଛନ୍ତି ଆଉ ଫରସ୍ପରଙ୍କୁ ଖୁବ ପ୍ରେମର ସହ ଚାହିଁଥିବା ନଜର ଆସିଛନ୍ତି।
ଏହି କଳା-ଧଳା ଫଟୋଟି ସେମାନଙ୍କର ଏକ ଫିଲ୍ମର ସେଟ୍ରେ କ୍ଲିକ୍ କରାଯାଇଥିଲା, ଯେଉଁଥିରେ ଜୟା ଏକ ଶାଢୀ ପିନ୍ଧିଥିବା ବେଳେ ଅମିତାଭଙ୍କୁ ଚାହିଁ ହସୁଥିବାର ନଜର ଆସିଛନ୍ତି। ସେହିପରି ଅମିତାଭ ବଚ୍ଚନ ଏକ ପ୍ରିଣ୍ଟେଡ୍ ସାର୍ଟ ଏବଂ ପ୍ୟାଣଡ଼୍ରେ ନଜର ଆସିଛନ୍ତି। ଫଟୋ ଶେୟାର କରି ଶ୍ୱେତା ବଚ୍ଚନ କ୍ୟାପ୍ସନ୍ରେ ଲେଖିଛନ୍ତି, "ହାପି ୫୦ ତମ ପ୍ୟାରେଣ୍ଟସ - ଆପଣ ବର୍ତ୍ତମାନ 'ଗୋଲ୍ଡେନ୍'।”
ଶ୍ୱେତାଙ୍କ ଝିଅ ନବ୍ୟା ନନ୍ଦା ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅମିତାଭ ଏବଂ ଜୟାଙ୍କ ୨୦୦୧ ଚଳଚ୍ଚିତ୍ର ‘କଭି ଖୁସି କଭି ଗମ୍’ର ସେଟ୍ରୁ ଏକ ଫଟୋ ପୋଷ୍ଟ୍ କରି କାନ୍ଦୁଥିବା ଚେହେରା ଏବଂ ରେଡ୍ ହାର୍ଟ ଇମୋଜି ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି, "୫୦ ବର୍ଷ"। ଏହି ପୋଷ୍ଟରେ ନବ୍ୟା ‘ତେରି ବିନ୍ଦିୟା ରେ’ କୁ ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ଭାବେ ପକେଇଛନ୍ତି।
]]>କୁହାଯାଏ ଯେ ସମ୍ପର୍କ ଯେତେ ଭଲ ହେଉନା କାହିଁକି, କିନ୍ତୁ କଳି ଝଗଡା ସମସ୍ତଙ୍କ ଘରେ ରହିଛି। ଏହା ମଧ୍ୟ କୁହାଯାଏ ଯେ କଳି ଝଗଡା ପ୍ରେମକୁ ମଜଭୁତ କରିଥାଏ। ଲୋକମାନେ ବହୁତ ଭଲ ଭାବରେ ଜାଣନ୍ତି ଯେ ଜୟା କେତେ ନିରବ ଏବଂ ଅପରପକ୍ଷେ ଅମିତାଭ ମଧ୍ୟ ଶାନ୍ତ ଏବଂ ମଜାଳିଆ। କିନ୍ତୁ ଆପଣ ଜାଣନ୍ତି କି ଶତାବ୍ଦୀର ମେଗାଷ୍ଟାର ଅମିତାଭ ଥରେ ଜୟାଙ୍କ ଉପରେ କ୍ରୋଧିତ ହୋଇଥିଲେ।
ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ପ୍ରେମ କାହାଣୀ ଏବଂ ବିବାହ ବିଷୟରେ ଲୋକମାନେ ଜାଣନ୍ତି, କିନ୍ତୁ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ କଥା କେବେ ଘରୁ ବାହାରକୁ ଆସି ନଥିଲା, କିନ୍ତୁ ଯେତେବେଳେ ଦୁହିଁଙ୍କ ମଧ୍ୟରେ ଝଗଡା ସାମ୍ନାକୁ ଆସିଥିଲା ବିଗ୍ ବି ଗଣମାଧ୍ୟମ ସାମ୍ନାରେ ଜୟାଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏହାର କାରଣ ରେଖା ହିଁ ଥିଲେ। ତେବେ କ’ଣ ଥିଲା ଏହି ଘଟଣା ଆସନ୍ତୁ ଜାଣିବା।
ଅମିତାଭ ଏବଂ ରେଖାଙ୍କ ସମ୍ପର୍କକୁ ନେଇ ବିଗ୍ ବି କେବେ ବି କହି ନଥିଲେ, କିନ୍ତୁ ରେଖା ସେମାନଙ୍କ ସମ୍ପର୍କକୁ ସର୍ବଦା ଗ୍ରହଣ କରିଥିଲେ। ବିବାହ ପୂର୍ବରୁ ସେ ରେଖାଙ୍କ ସହ ତାଙ୍କର ଚାପ୍ଟର ବନ୍ଦ କରିଦେଇଥିଲେ, କିନ୍ତୁ ସେ ସମ୍ପର୍କ ଉପରେ ପ୍ରଶ୍ନ କେବେ ବି ବନ୍ଦ ହୋଇ ନଥିଲା।
ତେବେ ଅମିତାଭଙ୍କ ୫୦ତମ ଜନ୍ମଦିନ ଅବସରରେ ଅମିତାଭ ଜୟାଙ୍କ ସହ ଅନେକ ମିଡିଆ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ। ଗଣମାଧ୍ୟମ ସହିତ ଆଲୋଚନା ବେଳେ ସେ ରେଖା ଏବଂ ଅନ୍ୟମାନଙ୍କୁ ନେଇ ତୀକ୍ଷ୍ଣ ପ୍ରଶ୍ନର ଅତି ସରଳ ଭାବରେ ଉତ୍ତର ଦେଇଥିଲେ। କିନ୍ତୁ କ୍ରୋଧ ଭିତରେ ଭିତରେ ହିଁ ଥିଲା। ସାକ୍ଷାତକାର ଶେଷ ହେବା ପରେ ସେ ସାମ୍ବାଦିକମାନଙ୍କୁ ମଧ୍ୟାହ୍ନ ଭୋଜନ ମଧ୍ୟ ଦେଇଥିଲେ।
ଡାଇନିଂ ରୁମ୍ରେ ପହଞ୍ଚିବା ମାତ୍ରେ ଅମିତାଭ ଜୟାଙ୍କ ଉପରେ ରାଗିଗଲେ। ପ୍ରକୃତ କଥା ହେଲା ମଧ୍ୟାହ୍ନ ଭୋଜନ ସମୟରେ ଜୟା ତାଙ୍କୁ 'ଭାତ ପରଷିବା' ପଚାରିଥିଲେ। ସେ ଏହା ଉପରେ କ୍ରୋଧିତ ହୋଇ କହିଥିଲେ- “ତୁମେ କ’ଣ ଜାଣିନ ମୁଁ ଭାତ ଖାଏ ନାହିଁ, ତେବେ ତୁମେ ମୋତେ କାହିଁକି ପଚାରୁଛ।”
ଅମିତାଭଙ୍କୁ କ୍ରୋଧିତ ହେବାର ଦେଖି ଜୟା ଶାନ୍ତ ଭାବରେ କହିଥିଲେ, “ମୁଁ ତୁମକୁ ଏଥିପାଇଁ ପଚାରୁଛି, କାରଣ ରୁଟି ଏପର୍ଯ୍ୟନ୍ତ ଆସି ନାହିଁ। ଏହା ଶୁଣି ବିଗ୍ ବି ଆହୁରି ରାଗିଯାଇଥିଲେ ଆଉ ପାଟି କରି କହିଥିଲେ – “ମୁଁ ଭାତ ଖାଇବାକୁ ଚାହେଁ ନାହିଁ। ଆଉ ଏହା ତୁମେ ଭଲ ଭାବରେ ଜାଣ। ଠିକ୍ ଅଛି ଯଦି ବି ଏପର୍ଯ୍ୟନ୍ତ ରୁଟି ଆସିନାହିଁ, ତେବେ ତୁମେ ମୋତେ ଭାତ ଦିଅ ନାହିଁ। ତୁମକୁ ମୋ କଥା କାହିଁକି ବୁଝାପଡୁନି? ମୁଁ ତୁମକୁ କ’ଣ କହିବାକୁ ଚାହୁଁଛି ତୁମେ କାହିଁକି ବୁଝୁନାହଁ?”
ଯେତେବେଳେ ବିଗ୍ ବି’ଙ୍କ ରାଗ କମିଯାଇଥିଲା, ସେ ମଧ୍ୟ ଜୟାଙ୍କୁ ଗାଳିଗୁଲଜ କରିବା ପାଇଁ ଦୁଃଖ ଅନୁଭବ କରିଥିଲେ।
]]>ଜୟା କହିଥିଲେ ଯେ- ମୋର ଏହି ମନ୍ତବ୍ୟ ଶୁଣିବା ପରେ କିଛି ଲୋକମାନେ ଆପତ୍ତି ଉଠାଇପାରନ୍ତି। ସତକୁ ସତ ସେଇଆ ହେଲା। ଜୟାଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଗଲା। ହେଲେ ବହୁ ଦିନର ନିରବତା ପରେ ମୁହିଁ ଖୋଲିଛନ୍ତି ଜୟାଙ୍କ ନାତୁଣୀ ନଭ୍ୟା ନବେଲି ନନ୍ଦା। NDTVକୁ ଦେଇଥିବା ସାକ୍ଷାତକାରରେ ସେ ସମସ୍ତ କଥାର ଉତ୍ତର ରଖିଛନ୍ତି।
ସେ କହିଛନ୍ତି ଯେ, ପଡ୍କାଷ୍ଟରେ ହୋଇଥିବା ବାର୍ତ୍ତାଳାପ ସଂମ୍ପୂର୍ଣ୍ଣ ଭାବେ ନାରୀମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଆଲୋଚନା କରାଯାଇଥିଲା। ଆମେ ତାହା କରିପାରିଛୁ ବୋଲି ଆଶାବାଦୀ ଅଛି। ସେମାନଙ୍କ ରିଲେସନସିପ୍ ଓ ଫ୍ରେଣ୍ଡସିପ୍କୁ ନେଇ ମୁଁ ବହୁତ ଦୃଢବାଦୀ ଥିଲି। ଆମର ଏହି ଏପିସୋଡ୍ ଭାରତର ନାରୀ ସୁରକ୍ଷା ଓ ପରିଚ୍ଛନ୍ନତା ଉପରେ ରହିଥିଲା। ମୁଁ ଭାବୁଛି ଏହା ଏପରି ପ୍ଲାଟଫର୍ମ ଯେଉଁଠି ଆମେ ମୁକ୍ତ ଭାବେ କଥା ହୋଇପାରିବା ଓ ମତ ରଖିପାରିବା।
ଆପଣଙ୍କ ହିସାବରେ ଭାବନ୍ତୁ, ସମସ୍ତେ ତୁମକୁ ଦେଖୁଛନ୍ତି, ତୁମେ ତୁମ ଭାବନା ଓ ମତାମତ ସମସ୍ତଙ୍କ ସହ ସେୟାର କରୁଛ। କିଛି ଲୋକ ଗ୍ରହଣ କରିବେ ବା କିଛି କରିବେନି। ଏହାହିଁ ପଡକାଷ୍ଟର ମୂଲ ତତ୍ତ୍ୱ, ଯାହା ଆପଣଙ୍କୁ ବାର୍ତ୍ତାଳାପରେ ଅନେକ ଶିକ୍ଷା ଦେବ। ଏହି ପଡକାଷ୍ଟର ଏପିସୋଡ୍କୁ ଲୋକଙ୍କ ବହୁତ ସମର୍ଥନ ଓ ଭଲପାଇବା ମିଳିପାରିଛି।
ବିବାହ ପୂର୍ବର ରିଲେସନସିପ୍କୁ ନେଇ ବଡ଼ ବୟାନ ରଖିଥିଲେ ଜୟା। ନଭ୍ୟାଙ୍କୁ ଜୟା କଣ କହିଲେ ଶୁଣନ୍ତୁ:
ଜୟା ତାଙ୍କ ନାତୁଣୀ ନଭ୍ୟା ନବେଲୀ ନନ୍ଦାଙ୍କୁ ବୋଲ୍ଡ ଆଡଭାଇସ୍ ଦେଇଥିଲେ। ‘‘କୌଣସି ସମ୍ପର୍କ ଲମ୍ବା ସମୟ ପାଇଁ ରଖିବାକୁ ହେଲେ ଶାରିରୀକ ସମ୍ପର୍କ ଜରୁରୀ ବୋଲି ଜୟା କହିଛନ୍ତି। ତାଙ୍କ ସମୟରେ ସେ ଏକ୍ସପେରିମେଣ୍ଟ କରିପାରିନାହାନ୍ତି। କୌଣସି ବି ସମ୍ପର୍କ କେବଳ ପ୍ରେମ ଓ ଖାପ ଖୁଆଇ ଚାଲିବାରେ ଲମ୍ବା ସମୟ ରହିନଥାଏ । ଆମ ସମୟରେ ଆମେ ଏପରି ଏକ୍ସପେରିମେଣ୍ଟ କରିପାରିନଥିଲୁ। ଆଜିର ପିଢି ଏପରି କାମ କରୁଛନ୍ତି, କାହିଁକି ବା ନକରିବେ? ଯଦି ଶାରିରୀକ ସମ୍ପର୍କ ନରହିବ, ତାହାହେଲେ କୌଣସି ବି ସମ୍ପର୍କ ଲମ୍ବା ସମୟ ପାଇଁ ତିଷ୍ଠି ପାରିବନି। ଏହା ନିହାତି ଜରୁରୀ ବୋଲି ମୁଁ ଭାବେ।''
]]>ଜୟାଙ୍କ ନାତୁଣୀ ହେଉଛନ୍ତି ନଭ୍ୟା ନବେଲା। ନଭ୍ୟା-ଜୟା ଏକାଠି ଆପଣମାନେ ଅଫ୍ ସ୍କ୍ରିନ୍ ଓ ସୋସିଆଲ ମିଡିଆରେ ଦେଖୁଥିବେ। ହେଲେ ନଭ୍ୟାଙ୍କୁ ଉପଦେଶ ନେଇ ଜୟା ନିଜ ରାଜ୍କୁ ଖୁଲାସା କରିଛନ୍ତି। ବିବାହ ପୂର୍ବର ରିଲେସନସିପ୍କୁ ନେଇ ସେ ବଡ଼ ବୟାନ ରଖିଛନ୍ତି। ତାହାହେଲେ ନଭ୍ୟାଙ୍କୁ ଜୟା କଣ କହିଲେ ଶୁଣନ୍ତୁ
ଜୟା ତାଙ୍କ ନାତୁଣୀ ନଭ୍ୟା ନବେଲୀ ନନ୍ଦାଙ୍କୁ କହିଛନ୍ତି ଯେ What The Hell Navya !! କଥାବାର୍ତ୍ତା ଅବସରରେ ସେ ବୋଲ୍ଡ ଆଡଭାଇସ୍ ଦେଇଛନ୍ତି। କୌଣସି ସମ୍ପର୍କ ଲମ୍ବା ସମୟ ପାଇଁ ରଖିବାକୁ ହେଲେ ଶାରିରୀକ ସମ୍ପର୍କ ଜରୁରୀ ଜୟା କହିଛନ୍ତି। ତାଙ୍କ ସମୟରେ ସେ ଏକ୍ସପେରିମେଣ୍ଟ କରିପାରିନାହାନ୍ତି। କୌଣସି ବି ସମ୍ପର୍କ କେବଳ ପ୍ରେମ ଓ ଖାପ ଖୁଆଇ ଚାଲିନଥାଏ।
ଜୟା ଆହୁରି କହିଛନ୍ତି ଯେ- ''ଯଦି ବିହାହ ନକରି ନଭ୍ୟା ମାଆ ହୁଅନ୍ତି, ତେବେ ସେଥିରେ ତାଙ୍କର କୌଣସି ଅସୁବିଧା ହେବନି। ସେ କହିଛନ୍ତି ଯେ- ମୋର ଏହି ମନ୍ତବ୍ୟ ଶୁଣିବା ପରେ କିଛି ଲୋକମାନେ ଆପତ୍ତି ଉଠାଇପାରନ୍ତି। କିନ୍ତୁ ସମ୍ପର୍କରେ ଶାରିରୀକ ସମ୍ପର୍କ, ସାମର୍ଥ୍ୟ(କାପାବିଲିଟି) ଉଭୟ ରହିବା ଜରୁରୀ। ଆମ ସମୟରେ ଆମେ ଏପରି ଏକ୍ସପେରିମେଣ୍ଟ କରିପାରିନଥିଲୁ। ଆଜିର ପିଢି ଏପରି କାମ କରୁଛନ୍ତି, କାହିଁକି ବା ନକରିବେ? ଯଦି ଶାରିରୀକ ସମ୍ପର୍କ ନରହିବ, ତାହାହେଲେ କୌଣସି ବି ସମ୍ପର୍କ ଲମ୍ବା ସମୟ ପାଇଁ ତିଷ୍ଠି ପାରିବନି। କୌଣସି ବି ସମ୍ପର୍କ କେବଳ ପ୍ରେମ ଓ ଖାପ ଖୁଆଇ ଚାଲିନଥାଏ। ଏହା ନିହାତି ଜରୁରୀ ବୋଲି ମୁଁ ଭାବେ।''
(ଜୟା ଓ ନଭ୍ୟା ଏକାଠି ଯାଉଥିବାର ଦୃଶ୍ୟ)
ଜୟା ଆହୁରି କହିଛନ୍ତି- ''ଏହା ଆମେ କେବେ କରିପାରିନଥାନ୍ତେ, ଆମେ ଏହା ବିଷୟରେ ଭାବି ନଥିଲେ। କିନ୍ତୁ ଆମ ପରେ ଏବେର ଯୁବପିଢି ସଂପୂର୍ଣ୍ଣ ଅଲଗା। ଆଜିର ରିଲେସନସିପ୍ରେ ଇମୋସନ୍ ଓ ରୋମାନ୍ସର କମ୍ ନାହିଁ। ଆପଣ ଭଲ ସାଥୀ ସହ ବିବାହ କରିବା ଜରୁରୀ। ଆପଣ ତାଙ୍କ ସହ ସାଥୀ ହେବା ଦରକାର। ଆପଣ ଆପଣ ସାଥୀଙ୍କ ସହ ଆଲୋଚନା କରିବେ। କହିବେ- ଆମ ଦୁହିଁଙ୍କର ଛୋଟ ପିଲାଟିଏ ହେଉ, କାହିଁକିନା ମୁଁ ତୁମକୁ ପସନ୍ଦ କରେ। ମୁଁ ଜାଣିଛି ତୁମେ ବହୁତ ଭଲ। ଚାଲ, ଆମେ ମ୍ୟାରେଜ୍ କରିବା... କାହିଁକିନା ସମାଜ ଏହାହିଁ ଚାହିଁଥାଏ।''
]]>ସେ ଦିନର ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନଙ୍କର ବି ବହୁତ ଫ୍ୟାନ୍ସ ଫଲୋଇଙ୍ଗ ଅଛନ୍ତି। ହେଲେ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ଖୁବ ଗାଳି ଦେଉଥିବା ଦେଖିବାକୁ ମିଳୁଛି । ଏହି ଗାଳିର ଭିଡିଓଟି ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି ଏକ ଦୁର୍ଗା ମଣ୍ଡପର ଦୃଶ୍ୟ ପରି ମନେହେଉଛି।
ଜୟା ବଚ୍ଚନ ପୁଅ ଅଭିଷେକଙ୍କ ସହ ଭୋପାଳ କାଳିବରି ମନ୍ଦିର ଯାଇଛନ୍ତି। ଏହି ସମୟରେ ମନ୍ଦିରରେ ଖୁବ ଭିଡ ଥିବା ଦେଖିବାକୁ ମିଳିଛି । ମନ୍ଦିରରେ ଜୟା ଓ ଅଭିଷେକଙ୍କୁ ଦେଖି ଲୋକେ ଫଟୋ ଉଠାଇବାକୁ ଠେଲାପେଲା ହେଉଛନ୍ତି । ଏହାକୁ ଦେଖି ଜୟା ରାଗି ଯାଇଛନ୍ତି । ରାଗରେ ଫ୍ୟାନ୍ସଙ୍କୁ କଡା କଥା ବି ଶୁଣାଇ ଦେଇଛନ୍ତି । ଜଣେ ୟୁଜର୍ସ ଟୁଇଟରରେ ଏହି ସମୟର ଭିଡିଓଙ୍କୁ ଶେୟାର କରିଛନ୍ତି ।
Jaya Bachchan schools fans trying to click selfies with @juniorbachchan at Kali Bari temple in #Bhopal But jaya gets always angry on fans ..why's@SrBachchan ji..@ianuragthakur @Anurag_Office @mybmc @filmindependent @MumbaiCityFC pic.twitter.com/hQE3rh7MBf
— Gajendra Singh Chouhan (GaJJu) (@GajjuChouhan91) October 5, 2022
ଭିଡିଓରେ ଦେଖିବାକୁ ମିଳିଛି, ଅଭିଷେକ ଫ୍ୟାନ୍ସଙ୍କ ସହ ସେଲ୍ଫି ନେଉଛନ୍ତି। ଏପଟେ ଜୟା ବଚ୍ଚନ ରାଗରେ ଫ୍ୟାନ୍ସଙ୍କୁ ଗାଳି କରୁଛନ୍ତି। ପାଟି କରି ‘କଣ’ ଏସବୁ କରୁଛ ? ଟିକିଏ ବୁଝିବାକୁ ତ ଚେଷ୍ଟା କର। ଭୋପାଳ ବାସୀଙ୍କ ପାଖରେ ଟିକିଏ ତ ବୁଝିବା ଶକ୍ତି ଥିବ ’ ବୋଲି କହୁଥିବା ଶୁଣିବାକୁ ମିଳୁଛି।
ପରେ ଅଭିଷେକ ଯେତେବଳେ ମହିଳାଙ୍କ ସହ ସେଲ୍ଫି ନେଉଛନ୍ତି ସେତେବେଳେ ଜୟା ଆହୁରି ରାଗି ଯାଉଛନ୍ତି ଆଉ କହୁଛନ୍ତି, ‘ ଆପଣମାନେ ଛାଡ଼ି ଦିଅନ୍ତୁ ନା। ଆପଣମାନେ କ‘ଣ କରୁଛନ୍ତି ? ଟିକିଏ ଲଜ୍ଜାବୋଧ ଆପଣଙ୍କ ପାଖରେ ନାହିଁ ?’
ଏହି ଭିଡିଓଟି ସୋଶିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି।
]]>ତେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଜୟା ବଚ୍ଚନ ଓ ବାକିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ନେଇ ଫିଲ୍ମ କ୍ରିଟିକ ତଥା ଫିଲ୍ଲ ଟ୍ରେଡ ଆନାଲିଷ୍ଟ ସୁମିତ କାଡେଲ ଏହି ସୂଚନା ଦେଇଛନ୍ତି। ସୁମିତ ଏ ନେଇ ଏକ ଟ୍ୱିଟ କରିଛନ୍ତି।
ସୂଚନାଥାଉ କି, ବିଗ୍ ବିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପରିବାର ଓ ହସ୍ପିଟାଲ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା।
ଆହୁରି ମଧ୍ୟ ପଢ଼ନ୍ତୁ: ଅମିତାଭଙ୍କ ପରେ ଅଭିଷେକଙ୍କୁ କରୋନା
]]>