ଆର୍ମିର ସୂଚନାନୁଯାୟୀ ଏହି ଆକ୍ରମଣରେ ୩ ଯବାନ ପ୍ରାଣ ହରାଇଥିବା ବେଳେ ଆଉ ତିନିଜଣ ଆହତ ହୋଇଛନ୍ତି । ଦିନ ୩.୪୫ ମିନିଟ୍ରେ ଆତଙ୍କବାଦୀ ଯବାନଙ୍କ ଗାଡ଼ି ଉପରେ ଗୁଳିଚାଳନା କରିଥିଲେ ।
ବୁଧବାର ପୁଞ୍ଚରେ ଥିବା ଗୋଟିଏ ପୋଲିସ୍ ୟୁନିଟର କ୍ୟାମ୍ପସ ଭିତରେ ବିସ୍ଫୋରଣ କରାଯାଇଥିଲା । ଏଥିରେ କେହି ମୃତାହତ ହୋଇ ନଥିଲେ ହେଁ ପାର୍କିଂ ହୋଇଥିବା ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା । ଏହାର ତଦନ୍ତ ଚାଲିଥିବା ବେଳେ ଏବେ ଆତଙ୍କବାଦୀଙ୍କ ଆମ୍ବୁସ ଖବର ସାମ୍ନାକୁ ଆସିଛି ।
]]>ତେବେ ଦୁଃଖଦ ଘଟଣା, ଅକ୍ଟୋବର ୧୬ ଅର୍ଥାତ୍ ୪୮ ଘଣ୍ଟା ପରେ ସୁବେଦାର ଅଜୟ ଓ ନାୟକ ହରେନ୍ଦ୍ରଙ୍କ ମରଶରୀର ମିଳିଛି। ଆତଙ୍କବାଦୀଙ୍କ ସହ ଲଢ଼େଇ କରି ଏମାନେ ସହିଦ ହୋଇଛନ୍ତି। ଏହା ପୂର୍ବରୁ, ଅକ୍ଟୋବର ୧୪ରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ୨ ଯବାନ ସହିଦ ହୋଇଥିଲେ।
ସେହିପରି ଅକ୍ଟୋବର ୧୦ରେ ବିଳମ୍ବିତ ରାତିରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଜେସିଓ ଏବଂ ୪ ଜଣ ଯବାନ ସହିତ ହୋଇଥିଲେ। ନାର ଖାସ୍ ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳି ବିନିମୟ ଘଟଣାରେ ଆଉ ୨ ଯବାନଙ୍କ ମରଶରୀର ମିଳିବା ପରେ ସହିଦ ଯବାନଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ଲାଗି ପାରା କମାଣ୍ଡୋ ଓ ହେଲିକପ୍ଟରର ସହାୟତା ନିଆଯାଉଛି।
ଅନ୍ୟପକ୍ଷେ, ଜାମ୍ମୁ-କାଶ୍ମୀରରେ ୨ ପୋଲିସ କନେଷ୍ଟବଳଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଲସ୍କରର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମୁସ୍ତାକ୍ ଖାଣ୍ଡେ ଯବାନ ଗୁଳିରେ ନିହତ ହୋଇଛି । ପୁଲୱାମାର ପାମ୍ପୋର ଇଲାକାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳିବିନିମୟରେ ଦୁଇ ଲସ୍କର ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।
]]>ଏଥିରେ ଛତିଶଗଡ଼ ପୋଲିସର ଦୁଇ ଯବାନ ପ୍ରାଣ ହରାଇଛନ୍ତି। ଛତିଶଗଡ଼ ଗିରିଆବନ୍ଧ ଏସ୍ପିଙ୍କ ସୂଚନା ଅନୁସାରେ, ନୂଆପଡ଼ା ସୀମାନ୍ତ ଆମାମୋଲା ଗାଁରେ ଛତିଶଗଡ଼ ପୋଲିସ ପକ୍ଷରୁ ସମସ୍ୟା ନିବାରଣ ଶିବିର ଆୟୋଜିତ ହେବାର ଥିଲା। ଶିବିର ପୂର୍ବରୁ ଗତକାଲି ପୋଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ମାଓବାଦୀମାନେ ରାସ୍ତାରେ ଶକ୍ତିଶାଳୀ ବିସ୍ଫୋରଣ କରିଥିଲେ।
ଘଟଣାସ୍ଥଳରେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗିରିଆବନ୍ଧ ମେଡିକାଲ୍ରେ ପ୍ରାଣ ହରାଇଛନ୍ତି। ବିସ୍ଫୋରଣରେ ଯବାନଙ୍କ ବାଇକ୍ ସମ୍ପୂର୍ଣ୍ଣ ଚୁର୍ମାର ହୋଇଯାଇଛି।
ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଛତିଶଗଡ଼ ପୋଲିସ ପକ୍ଷରୁ ଜୋରଦାର କମ୍ବିଂ ଅପରେସନ ଆରମ୍ଭ ହୋଇଛି। ଏପଟେ ନୂଆପଡ଼ା ପୋଲିସ ମଧ୍ୟ ସତର୍କ ରହିଥିବା ଏସ୍ପି ସ୍ମିଥ୍ ପରମାର ସୂଚନା ଦେଇଛନ୍ତି।
]]>