ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚୌଦ୍ୱାରରୁ କଟକକୁ ହସ୍ପିଟାଲ୍ ନେବା ବାଟରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରାର ଲୋକପ୍ରିୟ କଳାକାର ଥିଲେ ଭିକୁ ସେଠ୍। ଏହି ଯାତ୍ରାରେ ସେ ଅଭିନୟ କରି ରାତାରାତି ଷ୍ଟାର୍ ହୋଇଯାଇଥିଲେ। ମହେନ୍ଦ୍ର ଦାସ ବଦଳରେ ସେ ଭିକୁ ସେଠ୍ ନାଁରେ ଅଧିକ ପରିଚିତ ଥିଲେ।
ତାଙ୍କର ଡାଇଲଗ ଖୁମ୍ପି ଦେଲୁ, ଭଲ କଲୁ ... ତୋର ଏହି ଖୁମ୍ପାଟା ମୋ ମନର ଲେନ୍ସରେ ଗାର ହୋଇ ରହିଗଲା ... ମିନା ଭଲ ନାଚିଲ ... ଏପରି ଅନେକ ଡାଇଲଗ ଭିକୁ ସେଠ୍ଙ୍କୁ ଲୋକପ୍ରିୟ କରିଥିଲା। ମହେନ୍ଦ୍ର ଦାସଙ୍କ ନାଁ ଶୁଣିବା ମାତ୍ରେ ହିଁ ଯାତ୍ରାପ୍ରେମୀ ତାଙ୍କର ଏହି ସବୁ ଡାଇଲଗକୁ ମନେ ପକାଇଥାନ୍ତି।
]]>