ସୁବାସ ହତ୍ୟାକାରୀଙ୍କୁ ବ୍ଲୁପ୍ରିଣ୍ଟ ସହ ରାସ୍ତା ବତାଉଥିଲା ବୋଲି ଜଣାପଡିଛି। ସେ ମୁଖ୍ୟ ଅଭିଯୁକ୍ତ ରାକେଶ ନାଥର ସହଯୋଗୀ ଭାବେ କାମ କରୁଥିଲା। ପୋଲିସ ସୁବାସ ନିକଟରୁ ମୋବାଇଲ ଫୋନ ଜବତ କରିଛି।
ପୂର୍ବରୁ ଯଶୋବନ୍ତ ପରିଡା ହତ୍ୟା ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ମାର୍ଚ୍ଚ ୨୬ରେ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।
]]>ଗିରଫ ଅଭିଯୁକ୍ତମାନେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ବୋଲି ସୂଚନା ମିଳିଛି। କାମାକ୍ଷାନଗର ବଜାରରେ ୪ରୁ ଅଧିକ ଦୁର୍ବୃତ୍ତ ଏକ ଚୋରା ବୋଲେରୋ ଗାଡ଼ିରେ ଆସି ଯଶୋବନ୍ତଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ।
ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ ଜବତ କରିବା ସହ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରିଥିଲା।
]]>ରାସ୍ତା ଅବରୋଧ ଫଳରେ ତାଳଚେର-କାମାକ୍ଷାନଗର-ଯାଜପୁର ରାସ୍ତାରେ ଗାଡି ଚଳାଚଳରେ ବାଧା ଉପୁଜିଛି। ଏପଟେ ଏହି ଘଟଣା ନେଇ ପୋଲିସ ତନାଘନା ଜାରି ରଖିଛି।
ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ ଜବତ କରିବା ସହ ଥାନାରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି। ତେବେ ଏଯାଏ ହତ୍ୟାକାରୀଙ୍କ ସଂପର୍କରେ କିଛି ବି ଟେର ପାଇନି ପୋଲିସ।
ଗତକାଲି କାମାକ୍ଷାନଗରରେ ନିର୍ମାଣାଧିନ ଘର କାମ ଦେଖି ନିଜର ଔଷଧ ଦୋକାନକୁ କାର୍ରେ ଫେରୁଥିବା ବେଳେ ଯଶୋବନ୍ତ ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ କରିଥିଲେ। ପ୍ରାଣ ବିକଳରେ କାରରୁ ବାହାରି ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ମୁଣ୍ଡରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ଯଶୋବନ୍ତ ଟଳି ପଡ଼ିଥିଲେ। ହତ୍ୟାର କାରଣ ଏବେବି ଅସ୍ପଷ୍ଟ ରହିଛି।
]]>ତେବେ ଏଯାଏ ହତ୍ୟାକାରୀଙ୍କ ସଂପର୍କରେ କିଛି ବି ଟେର ପାଇନି ପୋଲିସ। ଗତକାଲି କାମାକ୍ଷାନଗରରେ ନିର୍ମାଣାଧିନ ଘର କାମ ଦେଖି ନିଜର ଔଷଧ ଦୋକାନକୁ କାରରେ ଫେରୁଥିବା ବେଳେ ଯଶୋବନ୍ତଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ।
ପ୍ରାଣ ବିକଳରେ କାରରୁ ବାହାରି ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିଲେ ହେଁ ମୁଣ୍ଡରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ଯଶୋବନ୍ତ ଟଳି ପଡ଼ିଥିଲେ। ହତ୍ୟାର କାରଣ ଏବେବି ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ ଜବତ କରିବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି।
ସେପଟେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଘଟଣାର ସଠିକ୍ ତଦନ୍ତ ଲାଗି ନିବେଦନ କରିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ।
]]>ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ଆଜି ମେଡିକାଲ ରାସ୍ତାରେ ଯିବାବେଳେ ତାଙ୍କୁ ପିଛା କରିଥିଲେ। ତାଙ୍କ କାରକୁ ପିଛା କରି ୮ ବୋମା ଓ ୫ ରାଉଣ୍ଡ ଗୁଳି ମାରିଥିବା ସୂଚନା ମିଳିଛି।
ତେବେ କେଉଁ କାରଣରୁ ଏବଂ କିଏ ତାଙ୍କୁ ଗୁଳିକରିଛି, ସେନେଇ ସ୍ପଷ୍ଟ ହୋଇନି। ଯଶୋବନ୍ତଙ୍କ ହତ୍ୟାକାଣ୍ଡକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଢେଙ୍କାନାଳ ଏସପି ସନ୍ତୋଷ ନାୟକ। ଯଶୋବନ୍ତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି।
ଦୁଇ ବର୍ଷପୂର୍ବେ ଯଶୋବନ୍ତଙ୍କ ଉପରେ ଆକ୍ରମଣ ହୋଇଥିଲା। ତେବେ ଆଜିରଅ ଏହି ଘଟଣା ସହ ଏହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ତଦନ୍ତ କରୁଛି ପୋଲିସ। ଏହାସହ ଜିଲ୍ଲାର ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରାଯାଇଥିବା କହିଛନ୍ତି ଏସପି।
]]>