ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବିକାଶ ପାଇଁ ୬୦ ମାସ ମାଗିଥିଲେ। କିନ୍ତୁ ନିଜ ସମସ୍ତ ପ୍ରତିଶୃତି ପାଳନ କରିବାରେ ମୋଦି ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ। ଦେଶର ଆଇନ ପରିସ୍ଥିତି ବିଗିଡ଼ିଛି, ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିଛି, ବେକାରୀ ସମସ୍ୟା ଦେଖାଦେଇଛି। ଏହାସହ ବୈଦେଶିକ ନୀତିରେ କେନ୍ଦ୍ର ସରକାର ବିଫଳ ହୋଇଥିବା କହିଛନ୍ତି ରାହୁଲ।
ଏହାଛଡ଼ା ମୋଦିଙ୍କ ଚୀନ ଗସ୍ତକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାହୁଲ। ମୋଦି ବିନା କୌଣସି ପ୍ରସଙ୍ଗରେ ଚୀନ ଗସ୍ତ କରିଥିଲେ ବୋଲି କହି ତାତ୍ସଲ୍ୟ କରିଛନ୍ତି ସେ। ଗୋଟେପଟେ ଡୋକଲାମରେ ଚୀନ ସୈନ୍ୟ ନିଜ ଯବାନ ଠୁଳ କରୁଥିବା ବେଳେ ମୋଦିଙ୍କ ଗ୍ରସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାହୁଲ।
ସେପଟେ ରାହୁଲଙ୍କ ଅଭିଯୋଗ ପରେ ପାଲଟା ଅଭିଯୋଗ କରିଛି ବିଜେପି। ମେ ୧୨ରେ ହେବାକୁ ଥିବା କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କଂଗ୍ରେସର ଏହି ରାଲିକୁ ଗୁରୁତ୍ୱ ମନେ କରାଯାଉଛି। ଏଥିସହ କଂଗ୍ରେସ ସଭାପତି ଦାୟିତ୍ୱ ନେବା ପରେ ରାହୁଲ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ରାଲିକୁ ସମ୍ବୋଧିତ କରିଛନ୍ତି।
]]>