ସେପଟେ ଏହା ପୂର୍ବରୁ କେବଳ ଜମ୍ମୁ ନୁହେଁ, କାଶ୍ମୀର ଘାଟିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ବିଭିନ୍ନ ସ୍ଥାନରେ ନାକା କରି ଗାଡ଼ି ଗୁଡ଼ିକୁ ତନ୍ନତନ୍ନ ଯାଞ୍ଚ ହୋଇଥିଲା । କୌଣସି ଆତଙ୍କୀ ଗତିବିଧି ଏବଂ ସନ୍ଦିଗ୍ଧ କାର୍ଯ୍ୟକଳାପ ରୋକିବା ପାଇଁ ସ୍ବତନ୍ତ୍ର ଚେକିଂ ପଏଣ୍ଟ ମଧ୍ୟ କରାଯାଇଥିଲା । ଗତକାଲି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କାଶ୍ମୀର ଜୋନ୍ ଆଇଜି ଭି.କେ. ବିରଡ଼ି । ଏହି ସମୀକ୍ଷା ବୈଠକରେ ପୋଲିସ, ସେନା, BSF,CRPF, SSB, CISF ଏବଂ ଗୁଇନ୍ଦା ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।
]]>ଖବର ପାଇବାପରେ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ । ସେହିସମୟରେ ଆତଙ୍କବେଦୀଙ୍କ ପକ୍ଷରୁ ଗୁଳିବିନିମୟ କରାଯାଇଥିଲା । କୁମ୍ବିଂ ଚାଲିଥିଲା ସମୟରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ସେନା ଅଧିକାରୀ ସହିଦ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଥିଲେ । ହେଲେ ପରେ ଆଉ ଜଣେ ସେନା ଅଧିକାରୀ ଓ ଜଣେ ଯବାନ ସହିଦ ହୋଇଛନ୍ତି ।
ଜାମ୍ମୁ କାଶ୍ମୀରର ଏହି ଜଙ୍ଗଲ ଗତ କିଛି ବର୍ଷ ହେବ ସୁରକ୍ଷାକର୍ମୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆତଙ୍କମାଦୀମାନେ ଜଙ୍ଗଲକୁ ନିଜର ସୁରକ୍ଷିତ ସ୍ଥାନ ବୋଲି ଭାବି ବ୍ୟବହାର କରୁଛନ୍ତି । ଗତ ସପ୍ତାହରେ ରଜୌରୀରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେହି ସମୟରେ ଯବାନଙ୍କ ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା ।
ସେନା, ପୋଲିସ୍ ଏବଂ CRPFର ମିଳିତ ଟିମ୍ ସର୍ଚ୍ଚ ଅପରେସନ୍ କରିବା ସହ ଏହି ସଫଳତା ପାଇଥିଲେ । ହେଲେ ବର୍ତ୍ତମାନ ରଜୌରୀରେ ସେନାର କୁମ୍ବିଂ ଅପରେସନ୍ ବେଳେ ୨ ସେନା ଅଧିକାରୀ ଓ ଜଣେ ଯବାନ ସହିଦ ହୋଇଥିବା ସହ ଜଣେ ଯବାନ ଗୁରୁତର ହୋଇଛନ୍ତି ।
]]>ଆତଙ୍କାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖି ପ୍ରଥମେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ୩ ଜଣ ଯବାନ ଗୁରୁତର ଆହତ ହେବା ସହ ତୁରନ୍ତ ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେମାନେ ଆଖିବୁଜି ଦେଇଥିଲେ।
ସେପଟେ ଏହି ଘଟଣା ପରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବା ଲାଗି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
]]>#UPDATE | The three injured jawans have succumbed to their injuries. Search operations are continuing: Indian Army https://t.co/8pCE8Qiuxm
— ANI (@ANI) August 4, 2023
ସେନାର ଯବାନ ଜାଭେଦ ଅହମ୍ମଦ ୱାନୀ ଲଦାଖରେ କାର୍ଯ୍ୟରତ ଥିବା ବେଳେ କିଛି ଦିନ ତଳେ ଛୁଟିରେ ଘରକୁ ଆସିଥିଲେ। ତେବେ କିଏ ଆଉ କାହିଁକି ତାଙ୍କୁ ଅପହରଣ କରିଛି, ସେନେଇ କିଛି ସୁରାକ ମିଳିନି । ଅନ୍ୟପଟେ ଯବାନଙ୍କ ପରିବାର ସଦସ୍ୟ ତାଙ୍କୁ ଛାଡ଼ିଦେବା ଲାଗି ଆକୁଳ ନିବେଦନ କରିଛନ୍ତି ।
ସୂଚନାନୁଯାୟୀ ରାତି ପ୍ରାୟ ୮ ଟା ସମୟରେ ପାରାନହଲ ଗାଁରେ ତାଙ୍କ କାର୍ ଥିବା ଦେଖିବାକୁ ପାଇଥିଲେ । କିନ୍ତୁ କାରରେ ଜାଭେଦ ନଥିଲେ । ଅନଲକ୍ ହୋଇଥିବା କାର୍ରେ ଜାଭେଦଙ୍କ ଚପଲ ଏବଂ ରକ୍ତ ଦାଗ ଦେଖିବାକୁ ପାଇଥିଲେ ପରିବାର ଲୋକ । ଏନେଇ ଅଭିଯୋଗ କରିବା ପରେ ଭାରତୀୟ ସେନା ଏବଂ ପୋଲିସ ଜାଭେଦଙ୍କ ସନ୍ଧାନ ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ସ୍ଥାନୀୟ ଅଞ୍ଚଳକୁ ଘେରା ବନ୍ଦୀ କରି ଖୋଜାଖୋଜି କରାଯାଉଛି ।
]]>ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହାପରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ଚାରି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଭାରତୀୟ ସେନା ପକ୍ଷରୁ କୁହାଯାଇଛି କି ଘଟଣାସ୍ଥଳରୁ ଚାରିଟି ଏକେ-୪୭ ରାଇଫଲ୍ , ଦୁଇଟି ପିସ୍ତଲ୍ ଜବତ ହୋଇଛି। ଏହି ଅପରେସନରେ ଭାରତୀୟ ସେନାର ସ୍ପେଶାଲ ଫୋର୍ସ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜମ୍ମୁ କଶ୍ମୀରର ପୁଲିସ୍ ସାମିଲ ଥିଲେ।
ଅପରେସନରେ ନିହତ ହୋଇଥିବା ସମସ୍ତେ ପାକିସ୍ତାନୀ ନାଗରିକ ବୋଲି ସନ୍ଦେହ କରାଯାଉଛି । ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
]]>ଦଙ୍ଗଦୁରୁ ଜଳଭଣ୍ଡାର ପ୍ରକଳ୍ପ ନିକଟରେ ଦୁର୍ଘଟଣା ଘଟିଛି । ଏହି ପ୍ରୋଜେକ୍ଟରେ କାମ କରୁଥିବା ଶ୍ରମିକକୁ ନେଇ ଯାଉଥିବା କ୍ରୁଜର ଗାଡ଼ି ଓଲଟି ପଡ଼ିଛି । ଭାରସାମ୍ୟ ହରାଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଦୁର୍ଘଟଣାରେ ସମ୍ପର୍କରେ ଜାଣିବା ପରେ ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ଦଙ୍ଗରୁରୁ ଡ୍ୟାମ ସ୍ଥାନରେ ଘଟିଥିବା ଦୁର୍ଭାଗ୍ୟଜନକ ସଡକ ଦୁର୍ଘଟଣା ସମ୍ପର୍କରେ ସେ ଡକ୍ଟର ଦେବଶ ଯାଦବଙ୍କ ସହ କଥା ହୋଇଛନ୍ତି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ଡାକ୍ତରଖାନା ଡୋଡାକୁ ସ୍ଥାନାନ୍ତର କରାଯାଇଛି । ଆବଶ୍ୟକତା ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
J&K | A cruiser vehicle of Pakal Dul Project with 10 people on board, met with an accident in Kishtwar, some feared dead. Further details awaited: DC Kishtwar pic.twitter.com/AAQICSgdhS
— ANI (@ANI) May 24, 2023
ପୋଲିସ୍ ସୂଚନା ଅନୁସାରେ, କେରି ସେକ୍ଟର୍ରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଖବର ପାଇବା କ୍ଷଣି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇସାରିଛି । ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ପାଖରେ ଥିବା ଡାକ୍ତରଖାନାକୁ ନିଆଯାଇଛି।
#WATCH | Seven dead and one critically injured in a road accident at Dangduru Dam site in Kishtwar, J&K. Injured being shifted to District Hospital Kishtwar or GMC Doda as per requirement. pic.twitter.com/ye7flNCslE
— ANI (@ANI) May 24, 2023
କିସ୍ତବାଡ଼ରେ ହୋଇଥିବା ଏହି ଦୁର୍ଘଟଣା ପ୍ରଥମ ନୁହେଁ, ନିକଟରେ କିଛି ଦିନ ପୂର୍ବରୁ ଚେନାବ ନଦୀ କୂଳରେ ଏକ ସେନା ଚପର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ଫ୍ଲାଇଟ୍ ଟେକ୍ନିସିଆନଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ପାଇଲଟ ଆହତ ହୋଇଥିଲେ ।
]]>ଗତ କିଛି ବର୍ଷ ହେବ ଦେଶରେ ବିଦ୍ୟୁତ ଚାଳିତ ଗାଡ଼ି ବା ଇଲେକ୍ଟ୍ରିକ୍ ଭେଇକିଲ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏମିତିକି ଲୋକମାନେ କିଭଳି ଏହାକୁ ଅଧିକରୁ ଅଧିକ ବ୍ୟବହାର କରନ୍ତୁ ସେଥିପାଇଁ ସରକାର ଏହା ଉପରେ ଟିକସ ରିହାତି ମଧ୍ୟ ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ ନିକଟ ଅତୀତରେ ଶେଷ ହୋଇଥିବା ବଜେଟ୍ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇଭି ଉପରୁ ଟ୍ୟାକ୍ସ ରିହାତି ନେଇ ମଧ୍ୟ ଘୋଷଣା କରିଛନ୍ତି । ଲୋକମାନେ ପେଟ୍ରୋଲ ବା ଡିଜେଲ ଗାଡ଼ି ବଦଳରେ ବ୍ୟାଟେରୀ ଚାଳିତ ଗାଡ଼ି ବ୍ୟବାହାର କରନ୍ତୁ, ଏହାଦ୍ୱାରା ପରିବେଶ ସନ୍ତୁଳନ ଠିକ୍ ରହିବ । ତେଣୁ ସରକାର ଇଭି ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି ।
ସରକାରଙ୍କ ଆଗ୍ରହକୁ ଦେଖି ବିଭିନ୍ନ ମୋଟର କମ୍ପାନୀ ଇଭି ପ୍ରସ୍ତୁତିକୁ ଗୁରୁତ୍ୱ ବି ଦେଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଇଭିର ଦର ଉଚ୍ଚା ରହିଛି । କାରଣ ଏଥିରେ ବ୍ୟବହାର ହେଉଥିବା ମୁଖ୍ୟ ଜିନିଷ ବ୍ୟାଟେରୀର ଦର ଅଧିକ ରହୁଛି । ଆଉ ବ୍ୟାଟେରୀର ଦର ଅଧିକ ରହିବାର ମୁଖ୍ୟ କାରଣ ହେଉଛି ଲିଥିୟମକୁ ଦେଶ ବାହାରୁ ଆମଦାନୀ କରାଯାଉଛି । କିନ୍ତୁ ଏବେ ଏହା ଶସ୍ତା ହେବ । କାରଣ ଆଗକୁ ଆଉ ଲିଥିୟମ ଆମଦାନୀ କରାଯିବ ନାହିଁ । ଆମ ଦେଶରେ ହିଁ ବହୁ ପରିମାଣର ଲିଥିୟମ ଗଚ୍ଚିତ ଥିବା ଗବେଶଣାରୁ ଜଣାପଡ଼ିଛି ।
ପ୍ରାୟ ୫.୯ ମିଲିୟନ ଟନ୍ର ଲିଥିୟମ ଆମ ଦେଶରେ ଗଚ୍ଛିତ ଥିବା ନେଇ ଏବେ ସୁଦ୍ଧା ଗବେଷଣାରୁ ଜଣାପଡ଼ିଛି । ଏହି ଲିଥିୟମ ଜାମ୍ମୁ-କାଶ୍ମୀରର ରିଆସି ଜିଲ୍ଲାରେ ଠାବ କରାଯାଇଛି । ଏହି ଲିଥିୟମକୁ ବାହାର କରି ବ୍ୟବହାର କଲେ ଆମ ଦେଶରେ ପ୍ରସ୍ତୁତ କରୁଥିବା ଇଭି କମ୍ପାନୀମାନେ ଅଧିକରୁ ଅଧିକ ଉପକୃତ ହେବେ । ଏହାସହ ଲିଥିୟମରେ ପ୍ରସ୍ତୁତ ବ୍ୟାଟେରୀ ଦର କମିଲେ ଇଭିର ଦର ବି କମିବ । ଯାହାକି ପ୍ରତ୍ୟେକ୍ଷ ଭାବେ ଲୋକମାନେ ଉପକୃତ ହେବେ ।
ଗ୍ଲୋବାଲ ସର୍ଭେ ଅଫ୍ ଇଣ୍ଡିଆ ବା GSI ପକ୍ଷରୁ ସର୍ଭେ କରାଯାଇ ଜାମ୍ମୁ-କାଶ୍ମୀରରେ ଲିଥିୟମ ଗଚ୍ଛିତ ଥିବା ରିପୋର୍ଟ ପ୍ରକାଶ ପାଇଛି । ଏନେଇ ମାଇନ୍ସ ସେକ୍ରେଟେରୀ ବିବେକ ଭରଦ୍ୱାଜ୍ ସୂଚନା ଦେଇଛନ୍ତି ।
]]>ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ପୂର୍ବରୁ ଇନପୁଟ୍ ମିଳିଥିଲା । କେତେକ ଆତଙ୍କବାଦୀ ମୁଞ୍ଝ ମାର୍ଗ ଅଞ୍ଚଳରେ ପ୍ରବେଶ କରିଥିବା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଅପରେସନ ସମୟରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା । ଏହି ଗୁଳି ବିନିମୟରେ ୩ ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ।
Shopian, J&K | Encounter underway between security forces and terrorists, 3 LeT terrorists killed at Munjh Marg area
— ANI (@ANI) December 20, 2022
(Visuals deferred by unspecified time) pic.twitter.com/ky2KqbDNbm
ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନେ କାଶ୍ମୀର ପଣ୍ଡିତ ପୁରାଣ କ୍ରିଷ୍ଣା ଭଟ୍ଟ ଓ ନେପାଳର ତିଲ ବାହାଦୁର ଥାପ୍ପାଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲେ । ଘଟଣା ସ୍ଥଳରୁ ଗୋଟିଏ AK 47 ରାଇଫଲ ଓ ୨ଟି ପିସ୍ତଲ ଜବତ ହୋଇଥିବା କାଶ୍ମୀର ADGP ସୂଚନା ଦେଇଛନ୍ତି ।
#ସେନାର_ଘାତକ_ଅପରେସନ
— ଓଟିଭି (@otvkhabar) December 20, 2022
ଜାମ୍ମୁ ଓ କାଶ୍ମୀରର ସୋପିଆନରେ ସେନାର ଘାତକ ଅପରେସନ, ୩ ଆତଙ୍କୀ ନିପାତ...#ShopianEncounter #OTV pic.twitter.com/L77UMFoJqs
ସୂଚନାଯୋଗ୍ୟ ଘାଟିରୁ ୩୭୦ ହଟିବା ପରେ ପାକିସ୍ତାନ ରକ୍ତଚାଉଳ ଚୋବାଉଛି । କାଶ୍ମୀରରେ ଶାନ୍ତିର ବାତାବରଣ ଯେପରି ପଡ଼ୋଶୀ ଦେଶରେ ଯାଉନାହିଁ । କାଶ୍ମୀରକୁ ଅସ୍ଥିର କରିବା ପାଇଁ ପାକିସ୍ତାନ କ୍ରମାଗତ ଭାବରେ ଅସଫଳ ପ୍ରୟାସ କରୁଛି ।
]]>ଶେଷରେ ହେମନ୍ତଙ୍କ ନିର୍ଜୀବ ଶରୀରରେ ନିଆଁ ଲଗାଇଦେଲା । ବାହାରେ ଜଗିଥିବା ଗାର୍ଡ ନିଆଁ ଦେଖି ସେଠାକୁ ଆଥିଲେ ଏବଂ କବାଟ ଭାଙ୍ଗି ହେମନ୍ତଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲେ । ୟାସିର ଘରୁ ବାହାରକୁ ଦୌଡ଼ି ପଳାଇବାର ଭିଡିଓ ସିସିଟିଭି ଫୁଟେଟରୁ ମିଳିବା ପରେ, ତାକୁ ଖୋଜି ଗିରଫ କରିଛି ପୋଲିସ ।
ୟାସିର ଅହମ୍ମଦର ଡାଏରୀ ପଢ଼ିବା ପରେ ପୋଲିସ ବି ତାଜୁବ । ସନ୍ଦେହ କରାଯାଉଛି, ଅବସାଦଗ୍ରସ୍ତ ଥିଲା ୨୩ ବର୍ଷୀୟ ୟାସିର । ଡାଏରୀରେ ସେ ଲେଖିଛି ଯେ- ମୁଁ ମୋ ଜୀବନକୁ ଘୃଣା କରେ । ଜୀବନ କେବଳ କଷ୍ଟ ଦିଏ, ଏବେ ତ କେବଳ ମୃତ୍ୟୁ ହିଁ ଶାନ୍ତି ଦେବ । ପ୍ରିୟ ମୃତ୍ୟୁ, ମୋ ଜୀବନକୁ ଆସ । ମୁଁ ସବୁବେଳେ ତୁମକୁ ଅପେକ୍ଷା କରିଛି । ଏଥିସହ ଡାଏରୀରେ ଭୁଲା ଦେନା ମୁଝେ ଗୀତ ଉତାରିଛି ୟାସିର ।
ଆଉ ଏକ ପୃଷ୍ଠାରେ ଲେଖିଛି- ଜୀବନ ୧ ପ୍ରତିଶତ, ପ୍ରେମ ଶୂନ ପ୍ରତିଶତ, ଟେନସନ୍ ୯୦ ପ୍ରତିଶତ, ଦୁଃଖ ୯୯ ପ୍ରତିଶତ, ମିଛ ହସ ୧୦୦ ପ୍ରତିଶତ । ମୁଁ ଯେମିତି ଜୀବନ ବଞ୍ଚୁଛି, ସେଥିରେ କିଛି ସମସ୍ୟା ନାହିଁ । ସମସ୍ୟା କେବଳ ଏଇଆ ଯେ, ଆଗକୁ ମୋର କଣ ହେବ । ତେଣେ ପୋଲିସ ୟାସିରକୁ ଜେରା କରୁଥିବା ବେଳେ, ସେ ପୂର୍ବରୁ ଖୁବ୍ ବଦ୍ରାଗୀ ଥିଲା ବୋଲି ଜାଣିବାକୁ ପାଇଛି ।
ଏଭଳି ହାଇପ୍ରୋଫାଇଲ୍ ମର୍ଡର ପଛର କାରଣ କଣ? କାହିଁକି ହଠାତ୍ ନିଜ ମାଲିକଙ୍କୁ ହତ୍ୟା କଲା ଜଣେ ଘରୋଇ ସହାୟକ? ଏହା ପଛର କାରଣ ଅବସାଦ, ନା ଆତଙ୍କବାଦ? ଏକ ଆତଙ୍କୀ ଗୋଷ୍ଠୀ PAFF ଏହି ହତ୍ୟାକାଣ୍ଡ ପଛରେ ନିଜର ଭୂମିକା ଥିବା ଦାବି କରିବା ପରେ ଏଭଳି ସନ୍ଦେହ ସୃଷ୍ଟି ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ଉପଲକ୍ଷେ ଏହା ଏକ ଛୋଟିଅଆ ଭେଟି ବୋଲି କହିଛି ସଂଗଠନ ।
ଅନ୍ୟପକ୍ଷରେ ଆତଙ୍କୀ ବିରୋଧୀ ଅପରେସନରେ ଦିବଂଗତ ଆଇପିଏସ୍ ହେମନ୍ତ ଲୋହିଆଙ୍କର ୩ ଦଶନ୍ଧିର ଭଲ ଟ୍ରାକ୍ ରେକର୍ଡ ବି ରହିଛି । ତେଣୁ ହତ୍ୟାକାଣ୍ଡର ଟେରର୍ ଲିଙ୍କକୁ ଏଡ଼ାଇ ଦିଆଯାଇନପାରେ । ତେବେ ଜାମ୍ମୁ-କାଶ୍ମୀର ଅତିରିକ୍ତ ପୋଲିସ ଡିଜି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ସେଭଳି କିଛି ସ୍ପଷ୍ଟ ହୋଇନାହିଁ ।
ଏହି ହତ୍ୟାକାଣ୍ଡ ପରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି, ଜାମ୍ମୁ ଓ ରଜୌରୀ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।
]]>ଜମ୍ମୁ-କାଶ୍ମୀର(Jammu Kashmir) ପୋଲିସ୍ ମହାନିର୍ଦ୍ଦେଶକ(ଜେଲ୍) ହେମନ୍ତ ଲୋହିଆ (Hemant Lohia)ଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ରକ୍ତାକ୍ତ ଅବସ୍ଥାରେ ଜମ୍ମୁ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହେମନ୍ତ ଲୋହିଆଙ୍କୁ ତାଙ୍କ ଘରୋଇ ସହାୟକ ୟାସିର୍ ଅହମ୍ମଦ(୩୬) ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହେମନ୍ତଙ୍କ ଘରେ ୟାସିର୍ ସହାୟକ ଭାବେ କାମ କରୁଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୟାସିର୍କୁ ପୋଲିସ୍ ଗିରଫ କରିଛି। ଘଟଣା ପରଠୁ ସେ ଫେରାର ଥିଲା।
ଏସବୁ ଭିତରେ ପୋଲିସ୍ ହାତରେ ୟାସିର୍ଙ୍କ ଏକ ଡାଏରୀ ଲାଗିଛି। ଯେଉଁଥିରେ ସେ ଡିପ୍ରେସନରେ ଥିବା ଜଣାପଡ଼ିଛି। ଏହାସହ ଡାଏରୀରୁ ଅନେକ କିଛି ଖୁଲାସା ହୋଇଛି। ୟାସିର୍ ଡାଏରୀରେ ଲେଖିଥିବା କିଛି ଲେଖା ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ, ସେ ଖୁସିରେ ନଥିଲେ। ତାଙ୍କ ଜୀବନରେ ଅନେକ ଦୁଃଖକଷ୍ଟ ରହିଛି। ଏକ ନୋଟ୍ରେ ୟାସିର୍ ଲେଖିଛନ୍ତି, ‘ପ୍ରିୟ ମୃତ୍ୟୁ, ମୋ ପାଖକୁ ଆସ(“Dear death, Come Into My life”)। ସେହପରି ଆଉ ଏକ ନୋଟ୍ରେ ସେ ଲେଖିଛନ୍ତି, ‘ମୋତେ କ୍ଷମା କରିବ, ମୋ ଜୀବନରେ ବର୍ତ୍ତମାନ ଖରାପ ଦିନ, ସପ୍ତାହ, ମାସ ଓ ବର୍ଷ ଚାଲିଛି("I'm sorry I am having bad day, week, month, year, life")।
ଖାଲି ଏତିକି ନୁହେଁ ୟାସିର୍ ଡାଏରୀରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ‘"Bhula dena mujhe" (ମୋତେ ଭୁଲି ଯାଅ), ମୁଁ ମୋ ଜୀବନକୁ ଘୃଣା କରେ("I hate my life"), "Love 0%, Tension 90%, Sad 99%, Fake Smile 100%”...ଇତ୍ୟାଦି। ଆଉ ଏକ ନୋଟ୍ରେ ସେ ଲେଖିଛନ୍ତି, ‘ଯେମିତି ମୁଁ ମୋ ଜୀବନରେ ବଞ୍ଚୁଛି, ଏଥିରେ ମୋର କୌଣସି ଅସୁବିଧା ନାହିଁ...ଆଗକୁ କ’ଣ ହେବ, ତାହା ହିଁ ଅସୁବିଧା’।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା, ହେମନ୍ତ ଲୋହିଆଙ୍କ ମୃତ୍ୟୁ ପଛରେ ଆତଙ୍କବାଦୀଙ୍କ ହାତ ରହିଛି। ହେଲେ ଏହି ସମ୍ଭାବନାକୁ ପୋଲିସ୍ ଏଡ଼ାଇ ଦେଇଛି। ହେମନ୍ତଙ୍କ ଘରେ କାମ କରୁଥିବା ସହାୟକ ୟାସିର୍ଙ୍କ ଉପରେ ପୋଲିସ୍ର ସନ୍ଦେହ ସୃଷ୍ଟି ହୋଇଛି। ଯିଏକି ଏବେ ପୋଲିସ୍ ହାତରେ ଧରାପଡ଼ିଛନ୍ତି।
]]>ସୂଚନାଥାଉ କି, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ପ୍ରଥମେ ଦୋମାଳି ଚୌକ୍ରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ବିସ୍ଫୋରଣ ହୋଇଥିଲା। ଏଠାରେ ପାର୍କିଂ ହୋଇଥିବା ଏକ ଖାଲି ବସ୍ରେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ୨ ଜଣ ଆହତ ହୋଇଛନ୍ତି। ବସ୍ରେ କେହି ଯାତ୍ରୀ ନଥିବାରୁ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇଛି। ବିସ୍ଫୋରଣରେ ପାର୍କିଂ ହୋଇଥିବା ଅନ୍ୟ ଗାଡ଼ି ଗୁଡ଼ିକ ନଷ୍ଟ ହୋଇଯାଇଛି। ଖବରପାଇ ପୋଲିସ୍ ଓ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଉଧମପୁର ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେମାନେ ବିପଦ ମୁକ୍ତ ଥିବା ଜଣାପଡ଼ିଛି।
J&K | First blast happened last night around 10.30 pm in a bus that was parked near a petrol pump. Similarly, another blast happened on a bus at Udhampur bus stand. No injury in 2nd blast. Two got injured in the 1st blast & are out of danger. Probe on: DIG Udhampur-Reasi Range pic.twitter.com/zkCUs1uL7D
— ANI (@ANI) September 29, 2022
ସେହିପରି ପ୍ରଥମ ବିସ୍ଫୋରଣର ଠିକ୍ ୧୫ ମିନିଟ୍ ପରେ ଉଧମପୁର ସ୍ଥିତ ବସ୍ ଷ୍ଟାଣ୍ଡ୍ରେ ପାର୍କିଂ ହୋଇଥିବା ଅନ୍ୟ ଏକ ବସ୍ରେ ବିସ୍ଫୋରଣ ହୋଇଥିଲା। ରାତି ୧୦ଟା ୪୫ ମିନିଟ୍ରେ ଦ୍ୱିତୀୟ ବିସ୍ଫୋରଣ ହୋଇଥିବା ବେଳେ ଏଥିରେ କେହି ଆହତ ହୋଇ ନାହାନ୍ତି। ଖବର ପାଇ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍, ଅଧିକାରୀ ଓ ଡଗ୍ ସ୍କ୍ୱାଡ୍ ବସ୍ ଷ୍ଟାଣ୍ଡ୍ରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି।
ମାତ୍ର କିଛି ସମୟର ବ୍ୟବଧାନରେ ଦୁଇ ଦୁଇଟି ବିସ୍ଫୋରଣ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛଇ। ସୁରକ୍ଷାକର୍ମୀ ଗୁରୁତ୍ୱର ସହ ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ବୋମା ନିଷ୍କ୍ରିୟକାରୀ ଟିମ୍ ଯାଇ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଯାଞ୍ଚ କରୁଛି। ବିସ୍ଫୋରଣ କେମିତି ହେଲା ? ଏହା ପଛରେ କାହାର ହାତ ରହିଛି, ସେନେଇ ତଦନ୍ତ ଚାଲିଛି।
]]>ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଜମ୍ମୁ ଓ କାଶ୍କୀରର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଦୁଃଖ ପ୍ରକାଶ କରି ଏକ ଟ୍ୱିଟ୍ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ ନେଇ ସେ ସୂଚନା ଦେଇଛନ୍ତି। ଏହାସହ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।
The loss of lives in a tragic road accident in Sawjian, Poonch is deeply distressing. My thoughts and prayers are with the bereaved families. I wish speedy recovery of the injured.
— President of India (@rashtrapatibhvn) September 14, 2022
]]>Saddened by loss of lives due to a road accident in Sawjian, Poonch. Condolences to bereaved families. May the injured recover soon. Rs. 5 lakh would be given to the next of kin of deceased. Directed Police and Civil authorities to provide best possible treatment to the injured.
— Office of LG J&K (@OfficeOfLGJandK) September 14, 2022
ଆତଙ୍କବାଦୀଙ୍କ ଅନୁପ୍ରବେଶ ବେଳର ଭିଜୁଆଲ୍କୁ ଭାରତୀୟ ସେନା ସାର୍ବଜନୀନ କରିଛି। ପାକିସ୍ତାନ କିଭଳି ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଛି ତାହା ଏଥିରୁ ସ୍ପଷ୍ଟ ହେଉଛି। ଅନ୍ୟପକ୍ଷେ, ଗତ ୨୧ ତାରିଖରେ ଅନୁପ୍ରବେଶ ବେଳେ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଭାରତୀୟ ସେନା ଧରିଥିଲା। କିଭଳି ଭାବେ ପାକିସ୍ତାନ ଆର୍ମି ତାକୁ ଟଙ୍କା ଦେଇ ଭାରତରେ ଆକ୍ରମଣ କରିବାକୁ ପଠାଇଥିଲା ତାହା କ୍ୟାମେରା ଆଗରେ ଧରାପଡ଼ିଥିବା ଆତଙ୍କବାଦୀ କହିଥିଲା।
‘ମୋତେ ପଠାଇଥିଲା ପାକିସ୍ତାନ ସେନା। ଏଥିପାଇଁ ମୋତ ଟଙ୍କା ମଧ୍ୟ ମିଳିଥିଲା।’ ନିଜ ସୁଇସାଇଡ୍ ମିଶନ ସମ୍ପର୍କରେ କ୍ୟାମେରା ଆଗରେ ଏଭଳି କିଛି କହିଥିଲା ଧରାପଡ଼ିଥିବା ଜଣେ ଆତଙ୍କବାଦୀ। ‘ମୋତେ ୩୦ ହଜାର ଟଙ୍କା(ପାକିସ୍ତାନୀ ମୁଦ୍ରା) ଦେଇ ଭାରତୀୟ ସେନାକୁ ଟାର୍ଗେଟ୍ କରିବାକୁ ପାକିସ୍ତାନର କର୍ଣ୍ଣେଲ ଚୌଧୁରୀ ୟୁନୁସ୍ ପଠାଇଥିଲେ। ପାକ୍ ଅଧିକୃତ କାଶ୍ମୀରରୁ ଆସିଥିବା ଆତଙ୍କବାଦୀ ତବ୍ରକ୍ ହୁସେନ୍ ଭାରତୀୟ ସେନା ହାତରେ ଧରାପଡ଼ିବା ପରେ ଏମିତି ସତ ଓଗାଳିଥିଲା।
]]>ସୂଚନା ଅନୁସାରେ, ସେଓ ବଗିଚାକୁ ସୁନୀଲ ଓ ପର୍ଟିମ୍ବର ଯାଉଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ସେମାନଙ୍କ ନାଁ ପଚାରିଥିଲେ ଓ ଏହାପରେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀଙ୍କ ଏହି ଟାର୍ଗେଟ୍ କିଲିଂରେ ସୁନୀଲଙ୍କ ମୃତ୍ୟୁ ଘଟି ଥିବାବେଳେ ପର୍ଟିମ୍ବର ଗୁରୁତର ଆହତ ହୋଇଛନ୍ତି। ଶୋପିଆନ୍ର ଛୋଟେପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଏହି କାଣ୍ଡ ଭିଆଇଛନ୍ତି।
ସୂଚନାଥାଉ କି, କିଛିଦିନ ପୂର୍ବେ ଜମ୍ମୁ ଓ କାଶ୍ମୀରର ବାନ୍ଦିପୋରାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ମୃତ ଶ୍ରମିକ ବିହାର ମଧେପୁରା ଅଞ୍ଚଳର ମହମ୍ମଦ ଅମରେଜ୍। ଅଜଣା ବନ୍ଧୁକଧାରୀମାନେ ବାନ୍ଦିପୋରା ଜିଲ୍ଲାର ଅଜାସ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
]]>ବ୍ରେକ୍ ଫେଲ୍ ଯୋଗୁ ବସ୍ଟି ନଦୀକୁ ଖସି ପଡ଼ିଥିବା ଜଣାପଡ଼ିଛି। ଯବାନମାନେ ଅମରନାଥ ଯାତ୍ରାରୁ ଡ୍ୟୁଟି ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ୩୯ ଜଣ ସୁରକ୍ଷାକର୍ମୀ ଏକ ବସ୍ ଯୋଗେ ଚନ୍ଦନୱାରିରୁ ପହଲଗାମ ଯାଉଥିଲେ।
#ନଦୀକୁ_ଖସିଲା_ବସ୍_୪_ଯବାନ_ସହିଦ
— ଓଟିଭି (@otvkhabar) August 16, 2022
ଜାମ୍ମୁ କାଶ୍ମୀର: ନଦୀକୁ ଖସିଲା ବସ୍; ୪ ITBP ଯବାନ ସହିଦ । ବ୍ରେକ୍ ଫେଲ୍ ହେବାରୁ ପହଲଗାମରେ ନଦୀକୁ ଖସିଲା ବସ୍ । ୩୭ ITBP ଯବାନ ଓ ୨ ପୋଲିସକୁ ନେଇ ଯାଉଥିଲା ବସ୍ #JammuKashmir #ITBP #OTV pic.twitter.com/BjR5Kb1rw0
A civil bus carrying 39 personnel (37 from ITBP and 2 from J&K Police) fell down to a roadside river bed after its breaks reportedly failed. The troops were on their way from Chandanwari to Pahalgam. Casualties feared. More details awaited: Indo-Tibetan Border Police (ITBP) https://t.co/gpvCAN2aX3
— ANI (@ANI) August 16, 2022
]]>#WATCH Bus carrying 37 ITBP personnel and two J&K Police personnel falls into riverbed in Pahalgam after its brakes reportedly failed, casualties feared#JammuAndKashmir pic.twitter.com/r66lQztfKu
— ANI (@ANI) August 16, 2022
ଗତକାଲିଠାରୁ କୁପୱାରାରେ ଚାଲିଥିବା ଗୁଳିବିନିମୟରେ ମୋଟ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ସେହପିରି ପୁଲୱାମାରେ ଜଣେ ଜୈଶେ ମହମ୍ମଦର ଆତଙ୍କବାଦୀ ସହ ଜଣେଲସ୍କରେ ତୈବାର ଆତଙ୍କବାଦୀକୁ ସୁରକ୍ଷାକର୍ମୀ ନିପାତ କରିଛନ୍ତି ।
ତେବେ ଉଭୟ ପୁଲୱାମା ଓକୁପୱାରେ ପୋଲିସ ଏ ସେନାର ମିଳିତ ଅରସନ ସରିଛି । ସେପଟେ କୁଲଗାମରେ ଜଣେ ଆତଙ୍କବାଦୀକୁ ସୁରକ୍ଷାକର୍ମୀ ଢେର କରିଛନ୍ତି । ସେଠାରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଥିବାର ସୂଚନା ମିଳିଛି ।
ଜମ୍ମୁକାଶ୍ମୀରରେ ଦିନକୁ ଦିନ ଆତଙ୍କବାଦୀଙ୍କ ବର୍ବର କାଣ୍ଡ ବଢ଼ିବାରେ ଲାଗିଛି । ଏମିତିକି ସେମାନେ ଖୁଲମଖୁଲା ଜନସାଧାରଣଙ୍କୁ ଟାର୍ଗେଟ୍ କରୁଛନ୍ତି । ଯାହାକୁ ମୁକାବିଲା କରିବା ଏବେ ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସାଦୃଶ୍ୟ ପାଲଟିଛି । ଆଉ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରି ସୁରକ୍ଷାକର୍ମୀମାନେ ହିଂସାକାଣ୍ଡ କରିଥିବା ଆତଙ୍କବାଦୀଙ୍କୁ ନିପାତ କରିବାରେ ଲାଗିଛନ୍ତି ।
ସୂଚନା ଅନୁସାରେ, ଆଜି ସକାଳେ ସୁରକ୍ଷାକର୍ମୀ ରାଜବାଗ ଥାନା ଅନ୍ତର୍ଗତ ତଲ୍ଲି ହରିୟା ଛକ ଅଞ୍ଚଳରେ ଏକ ସନ୍ଦିଗ୍ଧ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଗୁଳିମାଡ଼ କରି ଡ୍ରୋନ୍କୁ ତଳକୁ ଖସାଇ ଥିଲେ। ଯାଞ୍ଚ ସମୟରେ ଡ୍ରୋନ୍ରୁ ମ୍ୟାଗ୍ନେଟିକ୍ ବୋମା ଓ ଗ୍ରେନେଡ୍ ମିଳିଥିଲା। ସୀମା ପାର୍ ହୋଇ ବାରମ୍ବାର ଡ୍ରୋନ୍ ଗୁଡ଼ିକ ଭାରତୀୟ ସୀମାରେ ପ୍ରବେଶ କରୁଥିବାରୁ ଏହାର ଗତିବିଧି ଉପରେ ଲଗାତାର ଭାବେ ସୁରକ୍ଷାକର୍ମୀ ନଜର ରଖିଛନ୍ତି।
ଅମରନାଥ ଯାତ୍ରା ପୂର୍ବରୁ ଏଭଳି ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ସୂଚନାଥାଉ କି, ଜୁନ୍ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ ହେଉଛି। ୪୩ ଦିନ ଧରି ଅମରନାଥ ଯାତ୍ରା ଚାଲିବ।
]]>ବିସ୍ଫୋରଣର କାରଣ ଜଣାପଡ଼ି ନ ଥିବାବେଳେ ବଜ୍ରପାତ ଯୋଗୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି। କିନ୍ତୁ ଏହା ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ ବୋଲି ପୋଲିସ୍ ସୂଚନା ଦେଇଛି।
Jammu | "Suspected blast" reported by villagers in open agricultural land in Lalian village, Bishnah
— ANI (@ANI) April 24, 2022
Suspecting it to be a lightning strike or a meteorite; Investigation is underway, say police. pic.twitter.com/6PFaD8hHN0
A suspected blast was reported by villagers in open agricultural land in Lalian village, Bishnah, Jammu. Police is suspecting a lightning strike or a meteorite. Investigation underway: Jammu & Kashmir Police pic.twitter.com/Eyi25d59pf
— ANI (@ANI) April 24, 2022
ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ହଟିବା ପରେ ପ୍ରଧାନମନ୍ତ୍ରୀ ଆଜି ପ୍ରଥମ କାଶ୍ମୀର ଗସ୍ତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବେ। ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଜାମ୍ମୁ କାଶ୍ମୀର ସାମ୍ବା ଜିଲ୍ଲାର ପାଲ୍ଲୀ ପଞ୍ଚାୟତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାସହ ବିଭିନ୍ନ ସ୍ଥାନରେ କଡ଼ା ଚେକିଂ କରାଯାଉଛି।
Jammu & Kashmir | Security checks are underway at the venue in Palli village in Samba from where PM Modi will address the panchayats across the nation on the occasion of Panchayati Raj Diwas pic.twitter.com/Z3MDqDcjSO
— ANI (@ANI) April 24, 2022
ସୂଚନାଥାଉ କି, ନିକଟରେ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରକୁ ଆତଙ୍କବାଦୀ ହମ୍ଲା ହୋଇଥିଲା। ଶୁକ୍ରବାର ଦିନ ଆତଙ୍କବାଦୀମାନେ CISF ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏହି ସମୟରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ ହୋଇଥିଲେ। ଏହାସହ ସୁରକ୍ଷାକର୍ମୀ ୨ ଜଣ ଜ୍ରଶ ଆତଙ୍କବାଦୀଙ୍କୁ ନିପାତ କରିଥିଲେ।
]]>ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି, ମହିଳା ଜଣକ ଚାଲି ଚାଲି ଆସି ରାସ୍ତା ମଝିରେ ଛିଡ଼ା ହେଉଛନ୍ତି। ଏହାପରେ କାନ୍ଧରେ ପକାଇଥିବା ବ୍ୟାଗ୍ ଭିତରୁ ବୋମା ବାହାର କରି ସିଆର୍ପିଏଫ୍ ବଙ୍କର ଉପରକୁ ଫିଙ୍ଗୁଛନ୍ତି ଓ ତତ୍କ୍ଷଣାତ ଘଟଣାସ୍ଥଳରୁ ସେ ଦୌଡ଼ୁ ପଳାଉଛନ୍ତି।
#WATCH Bomb hurled at CRPF bunker by a burqa-clad woman in Sopore yesterday#Jammu&Kashmir
— ANI (@ANI) March 30, 2022
(Video source: CRPF) pic.twitter.com/Pbqtpcu2HY
ବୋମାଟି ସିଆର୍ପିଏଫ୍ କ୍ୟାମ୍ପ ବାହାରେ ପଡ଼ିଥିବା ପୋଲିସ୍ ସୂଚନା ଦେଇଛି। ଏଥିରେ କେହି ଆହତ ହୋଇ ନାହାନ୍ତି କି କିଛି କ୍ଷତିଗ୍ରସ୍ତ ହୋଇନାହିଁ। ପୋଲିସ୍ ସମ୍ପୃକ୍ତ ମହିଳାଙ୍କୁ ଚିହ୍ନଟ କରିଛି। ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି କାଶ୍ମୀରର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି।
ଉକ୍ତ ମହିଳାଙ୍କୁ ଧରିବା ଲାଗି ପୋଲିସ୍ ଛାନ୍ଭିନ୍ ଚଳାଇଛି।
]]>ଅମିତ ଶାହ କହିଛନ୍ତି, ମୁଁ ବିଶ୍ୱାସର ସହ କହିପାରିବି ଯେ, ମୋଦିଜୀ ପ୍ରଧାନମନ୍ତ୍ରୀ ହେବା ପରେ ଜାମ୍ମୁ-କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଓ ମାଓପ୍ରବଣ ଅଞ୍ଚଳରେ ଏହି ୩ଟି କ୍ଷେତ୍ରରେ CRPF ଯେଉଁ ଦୃଢ଼ତାର ସହ କାର୍ଯ୍ୟ କରିଛି, ଆଉ କିଛି ବର୍ଷ ପରେ ସେଠାରେ CRPFର ଆବଶ୍ୟକତା ଆଉ ପଡ଼ିବ ନାହିଁ।
ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ କେନ୍ଦ୍ରୀୟ ଫୋର୍ସ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ନିର୍ଣ୍ଣାୟକ ନିୟନ୍ତ୍ରଣ ନେଇପାରିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ଚଳିତବର୍ଷ ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ CRPFର ପ୍ରତିଷ୍ଠା ଦିବସ ପରେଡ୍ ଅନୁଷ୍ଠିତ ହୋଇଥିଲା।
]]>ବର୍ତ୍ତମାନ ଗତ କିଛି ଦିନ ମଧ୍ୟରେ ସୁରକ୍ଷା ବାହିନୀ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ତ୍ୱରିତ ପଦକ୍ଷେପ ନେଉଛନ୍ତି । ଶ୍ରୀନଗରର ଇଦଗାହ ଅଞ୍ଚଳରେ ଆତଙ୍କବାଦୀମାନେ ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇବା ପର ଠାରୁ ବିଭିନ୍ନ ଅଞ୍ଚଳରେ ଏନକାଉଣ୍ଟର କରୁଛନ୍ତି ସୁରକ୍ଷାକର୍ମୀ । ଆଉ ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଉଛି । ସେହି ଘଟଣା ପରଠାରୁ ଏପର୍ଯ୍ୟନ୍ତ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ ଜମ୍ମୁର ଅନେକ ଅଞ୍ଚଳରେ ସେନା ଦ୍ୱାରା ସର୍ଚ୍ଚ ଅପରେସନ୍ ଚାଲିଛି ।
ବର୍ତ୍ତମାନ ତ୍ରାଲ୍, ଅୱନ୍ତିପୋରା ଏବଂ ହାର୍ଦୁମିରରେ ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ଆତଙ୍କବାଦୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ତେବେ ଏହି ଏନକାଉଣ୍ଟର ବ୍ୟତୀତ ସୁରକ୍ଷା ବାହିନୀକୁ ବଡ ସଫଳତା ମଧ୍ୟ ମିଳିଛି । ଏହି କ୍ରମରେ ଶ୍ରୀନଗରରେ ଜଣେ ସାଧାରଣ ନାଗରିକ ଏବଂ ପୋଲିସ କର୍ମଚାରୀଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ)ର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି ଜମ୍ମୁ-କଶ୍ମୀର ପୋଲିସ । ସେମାନଙ୍କୁ ପଚରାଉଚରା କରିବା ପରେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ବଡ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ ଗତ କିଛି ମାସ ମଧ୍ୟରେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ଘଟିଛି । ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ବାହାର ଶ୍ରମିକ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି । ତେବେ ଆକ୍ରମଣକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ନୂଆ ଅପରେସନ୍ ଆରମ୍ଭ କରି ଦେଇଛନ୍ତି । ଏହି ଅପରେସନ୍ ମାଧ୍ୟମରେ,ବର୍ତ୍ତମାନ ଓଭର ଗ୍ରାଉଣ୍ଡ ୱାର୍କସ (OGW) ଧରିବାକୁ ପ୍ରୟାସ କରାଯାଉଛି । ଏହି ଲୋକମାନେ ଆତଙ୍କବାଦୀଙ୍କୁ ପ୍ରତ୍ୟେକ ଇନପୁଟ୍ ଦିଅନ୍ତି ।
ଏଭଳି ସ୍ଥିତିରେ ସେମାନଙ୍କୁ ଗିରଫ କରିବା ସହ ଆତଙ୍କବାଦୀଙ୍କୁ ଦିଶାହୀନ କରିବା ପାଇଁ ଯୋଜନା ରହିଛି । ଯଦ୍ୱାରା ସେମାନେ ଇନପୁଟ୍ ପାଇପାରିବେ ଓ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଲାଇ ପାରିବେ ନାହିଁ ।
]]>ତେବେ ଦୁଃଖଦ ଘଟଣା, ଅକ୍ଟୋବର ୧୬ ଅର୍ଥାତ୍ ୪୮ ଘଣ୍ଟା ପରେ ସୁବେଦାର ଅଜୟ ଓ ନାୟକ ହରେନ୍ଦ୍ରଙ୍କ ମରଶରୀର ମିଳିଛି। ଆତଙ୍କବାଦୀଙ୍କ ସହ ଲଢ଼େଇ କରି ଏମାନେ ସହିଦ ହୋଇଛନ୍ତି। ଏହା ପୂର୍ବରୁ, ଅକ୍ଟୋବର ୧୪ରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ୨ ଯବାନ ସହିଦ ହୋଇଥିଲେ।
ସେହିପରି ଅକ୍ଟୋବର ୧୦ରେ ବିଳମ୍ବିତ ରାତିରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଜେସିଓ ଏବଂ ୪ ଜଣ ଯବାନ ସହିତ ହୋଇଥିଲେ। ନାର ଖାସ୍ ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳି ବିନିମୟ ଘଟଣାରେ ଆଉ ୨ ଯବାନଙ୍କ ମରଶରୀର ମିଳିବା ପରେ ସହିଦ ଯବାନଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ଲାଗି ପାରା କମାଣ୍ଡୋ ଓ ହେଲିକପ୍ଟରର ସହାୟତା ନିଆଯାଉଛି।
ଅନ୍ୟପକ୍ଷେ, ଜାମ୍ମୁ-କାଶ୍ମୀରରେ ୨ ପୋଲିସ କନେଷ୍ଟବଳଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଲସ୍କରର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମୁସ୍ତାକ୍ ଖାଣ୍ଡେ ଯବାନ ଗୁଳିରେ ନିହତ ହୋଇଛି । ପୁଲୱାମାର ପାମ୍ପୋର ଇଲାକାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳିବିନିମୟରେ ଦୁଇ ଲସ୍କର ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।
]]>ଗୁପ୍ତଚର ଏଜେନ୍ସି ଅନୁଯାୟୀ, ଲଶ୍କର-ଏ-ତାଇବା, ହରକେଟ୍-ଉଲ୍-ଅନସର ଏବଂ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀମାନେ ଭାରତ ସୀମାରେ ଆକ୍ରମଣ କରିପାରନ୍ତି । ଏହାସହ ସେମାନେ ସ୍ପଷ୍ଟ ଭାବେ କହିଛନ୍ତି, ଭାରତରେ ପ୍ରବେଶ କରିବାରେ ଆଫଗାନ୍ ଆତଙ୍କବାଦୀଙ୍କୁ ପାକିସ୍ତାନର ଏକ ଆତଙ୍କୀ ସଂଗଠନ ସାହାଯ୍ୟ କରୁଛି । ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ ହିଁ ଏହି ସୂଚନା ମିଳିଥିବାର ଜଣେ ଅଧିକାରୀ କହିଛନ୍ତି ।
ନ୍ୟୁଜ୍ ଏଜେନ୍ସି ANI ଅନୁସାରେ, ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସ୍ଆଇ ଆତଙ୍କବାଦୀଙ୍କ ଅନୁପ୍ରବେଶରେ ଖୋଲାଖୋଲି ଭାବେ ସାହାଯ୍ୟ କରୁଛି । ଏହାସହ LoC ନିକଟରେ ଥିବା ପାକିସ୍ଥାନ ପାଖ ନକ୍ସଲ ସେକ୍ଟରରେ ଥିବା ଆତଙ୍କୀ ଶିବିର ମଧ୍ୟରେ ୫୦ ଜଣ ଆତଙ୍କବାଦୀ ରହିଛନ୍ତି । ଏହି ଆତଙ୍କୀମାନେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ରହିଛନ୍ତି । ଯୋଜନା ଅନୁଯାୟୀ, ଏହି ଆତଙ୍କବାଦୀମାନଙ୍କୁ ପୁଞ୍ଚ ନଦୀ ପାର କରି ଭାରତରେ ପ୍ରବେଶ କରିବାକୁ ତାଲିମ ଦିଆଯଆଇଛି । ଏହାସହ ଟ୍ୟୁବ୍ ଏବଂ ସ୍ନର୍କେଲିଙ୍ଗ୍ ମାଧ୍ୟମରେ ନଦୀ ପାର ହେବା ପାଇଁ ମଧ୍ୟ ତାଲିମ ଦିଆଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି ।
ଅଧିକାରୀ କହିଛନ୍ତି, ଏହି ଆତଙ୍କବାଦୀମାନଙ୍କୁ ଟିଫିନ୍ ବୋମା ତିଆରି କରିବାରେ ତାଲିମ ଦିଆଯାଇଛି । ଯାହା ଦ୍ୱାରା ଭାରତରେ ପ୍ରବେଶ କରିବା ମାତ୍ରେ ସେମାନଙ୍କୁ ଆତଙ୍କୀ ସଂଗଠନ ଦ୍ୱାରା ବୋମା ବନାଇବା ପାଇଁ କଞ୍ଚା ମାଲ୍ ଗୁଡିକୁ ଯୋଗାଇ ଦିଆଯିବ । ଅଧିକାରୀମାନେ ଗୁପ୍ତଚର ଏଜେନ୍ସିଙ୍କଠାରୁ ଏହିସବୁ ସୂଚନା ପାଇବା ପରେ, ରାଜ୍ୟ ପୋଲିସ ଅଧିକାରୀ ଏବଂ ସାମରିକ ବାହିନୀକୁ ଏନେଇ ସତର୍କ ସୂଚନା ଜାରି କରିଛନ୍ତି । ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ କାଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାର ଗୁପ୍ତଚର ଏଜେନ୍ସିମାନେ ସୂଚନା ଦେଇଛନ୍ତି।
]]>ଶିବ ଗଡରେ ହୋଇଥିବା ଏହି ଦୁର୍ଘଟଣାବେଳେ ବିମାନରେ ୨ ଜଣ ଲୋକ ଥିଲେ। ପୋଲିସ କହିବା ଅନୁଯାୟୀ, ଅତ୍ୟଧିକ କୁହୁଡିଆ ପାଗ ଦୁର୍ଘଟଣାର କାରଣ ହୋଇପାରେ। ଅଧିକାରୀ ସୂତ୍ରରୁ ଜଣାଯାଇଛି, ଲାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଶବ୍ଦ ହୋଇଥିଲା। ଦୁର୍ଘଟଣାରେ ପାଇଲଟ ଏବଂ ସହ ପାଇଲଟ ଉଭୟେ ଆହତ ହୋଇଥିବା ଜଣାଯାଇଛି। ଏହା ପୂର୍ବରୁ ଅଗଷ୍ଟ ୩ ତାରିଖ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର କଠୁଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
]]>ସେପଟେ କାଶ୍ମୀରରେ ହାଇବ୍ରିଡ ଆତଙ୍କବାଦୀଙ୍କ ଉପସ୍ଥିତି ସୁରକ୍ଷା ବାହିନୀଙ୍କ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି । ସ୍ଲିପର ସେଲର ପରି ଏହି ପାର୍ଟ ଟାଇମ୍ ଆତଙ୍କବାଦୀମାନେ ନିରୀହଙ୍କୁ ଟାର୍ଗେଟ କରୁଛନ୍ତି । ନିକଟରେ କାଶ୍ମୀରରେ ରାଜନେତା ଓ ପୋଲିସର ହତ୍ୟାରେ ହାଇବ୍ରିଡ ଆତଙ୍କବାଦୀଙ୍କ ସମ୍ପୃକ୍ତ ଥିବା ସୂଚନା ମିଳିଛି । ପାର୍ଟ ଟାଇମ୍ ହାଇବ୍ରିଡ୍ ଆତଙ୍କବାଦୀମାନେ ଅପରାଧ କରିବା ପରେ ପୁଣି ସାଧାରଣ କାମରେ ଲାଗିଯାହାନ୍ତି । ଫଳରେ ସେମାନଙ୍କୁ ଟ୍ରାକିଂ କରିବା ସହଜ ହୁଏ ନାହିଁ । କିନ୍ତୁ ବର୍ତ୍ତମାନ ଏଭଳି ହାଇବ୍ରିଡ ଆତଙ୍କବାଦୀଙ୍କ ଉପରେ କଡ଼ା ନଜର ରଖିବା ସହ ଆଲର୍ଟରେ ଅଛନ୍ତି ଯବାନ୍ ।
ଗତ କିଛି ସପ୍ତାହ ମଧ୍ୟରେ ଶ୍ରୀନଗର ସମେତ ପୁରା ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ଘଟିବା ସହ ସପ୍ଟ ଟାର୍ଗେଟ ବଢ଼ୁଛି । ବନ୍ଧୁକଧାରୀ କିଛି ସନ୍ଧିଗ୍ଧ ଯୁବକ ଏହି କାଣ୍ଡ ଭିଆଉଛନ୍ତି, ହେଲେ ସୁରକ୍ଷା ଏଜେନ୍ସିଙ୍କ ଆତଙ୍କବାଦୀ ତାଲିକାରେ ତାଙ୍କ ନା ନାହିଁ । ଫଳରେ ଏଭଳି ଆତଙ୍କବାଦୀଙ୍କୁ ଖୋଜିବା ଯବାନଙ୍କ ପକ୍ଷେ କଷ୍ଟସାଧ୍ୟ ହେଉଛି । ଆତଙ୍କବାଦୀ ଆକ୍ରମମଣ ପାଇଁ ହାଇବ୍ରିଡ ଆତଙ୍କବାଦୀଙ୍କୁ ହ୍ୟାଣ୍ଡେଲରମାନେ ଷ୍ଟାଣ୍ଡବାଇରେ ରଖିଛନ୍ତି ବୋଲି ସୁରକ୍ଷା ଏଜେନ୍ସି ସହ ଜଡିତ ସୂତ୍ରରୁ ଜଣାପଡିଛି । ଗୋଟିଏ ଟାସ୍କ ପୂରଣ ପରେ, ସେମାନେ ନୂଆ ମିଶନକୁ ଅପେକ୍ଷା କରନ୍ତି । ଆଉ ସେହି ସମୟରେ ନିଜର ସାଧାରଣ କାମ କରିବା ଆରମ୍ଭ କରନ୍ତି ହ୍ରାଇବ୍ରିଡ୍ ଆତଙ୍କବାଦୀ ।
ହାଇବ୍ରିଡ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ତାଲିକାରେ ନାହାଁନ୍ତି । ସ୍ଲିପର ସେଲ୍ ପରି ଏହି ଯୁବକମାନଙ୍କୁ ପାର୍ଟ ଟାଇମ୍ ଆତଙ୍କବାଦୀ କରାଯାଇଛି । ହେଲେ ସେମାନଙ୍କୁ ଏପରି ଟ୍ରେନିଂ ଦିଆଯାଇଥାଏ, ଆକ୍ରମଣ ଘଟାଇବା ପାଇଁ ସେମାନେ କିଛି ବି କରିପାରନ୍ତି । ଆଉ ଆକ୍ରମଣ ପରେ ନିଜ ବ୍ୟକ୍ତିଗତ କାମରେ ଲାଗିଯାଆନ୍ତି, ଫଳରେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇଥାଏ ।
]]>ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଲଗାତାର ଅଭିଯାନ ଚଳାଇଛି ସୁରକ୍ଷା ବାହିନୀ । ଏହା ଅଧୀନରେ ଜମ୍ମୁ ପୋଲିସ ଚାରି ଜଣ ଜୈଶ୍ ଆତଙ୍କବାଦୀ ଏବଂ ସେମାନଙ୍କ ସହଯୋଗୀଙ୍କୁ ଗିରଫ କରିଛି । ଡ୍ରୋନରୁ ଦ୍ୱାରା ଭାରତ ସୀମାକୁ ଆସିଥିବା ବେଆଇନ୍ ଅସ୍ତ୍ରଶସ୍ତଅ ସଂଗ୍ରହ ଜୈଷ୍ ଆତଙ୍କବାଦୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଷଡଯନ୍ତ୍ର କରୁଥିଲେ ଗିରଫ ହୋଇଥିବା ଆତଙ୍କବାଦୀ । ଏହାସହ ଅଗଷ୍ଟ ୧୫ ପୂର୍ବରୁ ଗାଡିରେ IED ରଖି ଆକ୍ରମଣ କରିବାକୁ ଚେଷ୍ଟା ଉଦ୍ୟମ କରୁଥିଲେ । ଏହା ସହିତ ସେମାନେ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ଟାର୍ଗେଟର ଆକ୍ରମଣ କରିବାକୁ ଯୋଜନା କରୁଥିଲେ । ସେପଟେ, ଜାମ୍ମୁ କାଶ୍ମୀରର କିଶୱାଡ଼ ଠାରୁ ସେନା ଆଇଇଡି ଉଦ୍ଧାର କରିଛି । କିଶୱାଡ଼ କୁଡି ଗ୍ରାମରେ ଆଇଇଡିକୁ ନିଷ୍କ୍ରିୟ କରାଯାଇଛି ।
ସେପଟେ ଦିଲ୍ଲୀରେ ୭୫ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି । କିଛି ଘଣ୍ଟାର ଅପେକ୍ଷା, ଆଉ ତା’ପରେ ପୂରା ଭାରତ ପାଳିବ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବେ । ତେବେ ସ୍ୱାଧୀନତା ଦିବସ ଅବସରରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ସମଗ୍ର ଦିଲ୍ଲୀରେ ତିଆରି ହୋଇଛି ସେନା ଛାଉଣୀ । ଲାଲକିଲ୍ଲା ଚାରିପାଖରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଲାଲକିଲ୍ଲା ଚାରିପାଖରେ ସୁରକ୍ଷାକୁ ଏତେ କଡାକଡ଼ି କରାଯାଇଛି, ଯେ ପାରା ଟିଏ ମଧ୍ୟ ଯାଇ ପାରିବ ନାହିଁ ।
ଲାଲକିଲ୍ଲା ଚାରିପାଖରେ ୯ଟି ଆଣ୍ଟି-ଡ୍ରୋନ୍ ରାଡାର ପ୍ରସ୍ତୁତ କରାଯାଇଛି । Face Recognition ପାଇଁ ୩୦୦ ସିସିଟିଭି କ୍ୟାମେରା ଲଗାଯାଇଛି, ଯାହାଦ୍ୱାରା ପ୍ରତ୍ୟେକ ଚେହେରାର ସବିଶେଷ ତଥ୍ୟ ରଖାଯାଇପାରିବ । ଲାଲକିଲ୍ଲାର ମୁଖ୍ୟ ଫାଟକ ବାହାରେ ବଡ଼ କଣ୍ଟେନର ରଖାଯାଇଛି, ଫଳରେ ସାମ୍ନାରୁ ଲାଲକିଲ୍ଲାକୁ କେହି ଦେଖିପାରିବେ ନାହିଁ । ପ୍ରାୟ ୧୫ରୁ ୨୦ ବଡ଼ ବଡ଼ କଣ୍ଟେନର ବ୍ୟବହାର କରାଯାଇଛି | କେବଳ ଲାଲକିଲ୍ଲାର ସୁରକ୍ଷା ପାଇଁ ୫୦୦୦ ସେନା ନିୟୋଜିତ ହୋଇଛନ୍ତି । ଏହା ବ୍ୟତୀତ ସମଗ୍ର ଦିଲ୍ଲୀରେ ୪୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ସତର୍କତା ଦୃଷ୍ଟିରୁ ଦିଲ୍ଲୀର ସମସ୍ତ ସୀମା ବନ୍ଦ କରାଯାଇଛି । ପ୍ରତ୍ୟେକ ଗାଡ଼ିମଟର ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ।
]]>ପୋଲିସ୍ ଦ୍ୱାରା ଜାରି ହୋଇଥିବା ହିଟ୍ ଲିଷ୍ଟରେ ସଲିମ ପରରେ, ଅବାସ ଶେଖ, ୟୁସୁଫ କାନ୍ତରୁ, ରିୟାଜ ଶିତେରଗୁଣ୍ଡ, ଫାରୁକ ନଲି, ଜୁବେର ୱାନି ଏବଂ ଆଶରଫ ମୌଲଭି ଆଦି ଆତଙ୍କବାଦୀଙ୍କ ନାମ ରହିଛି । ଏହାସହ ସାକିବ ମଞ୍ଜୁର, ଉମର ମୁଶତାକ ଖାଣ୍ଡେ ଏବଂ ୱକିଲ ଶାହାଙ୍କ ପରି ନାମ ନୂଆ ଆତଙ୍କବାଦୀଙ୍କ ନାମ ମଧ୍ୟ ହିଟ ଲିଷ୍ଟରେ ରହିଛି । ଆଇଜି ବିଜୟ କୁମାରଙ୍କ ଅନୁଯାୟୀ ବର୍ତ୍ତମାନ ଏହି ସମସ୍ତ ଆତଙ୍କବାଦୀ ହିଟ୍ ଲିଷ୍ଟରେ ଅଛନ୍ତି । ସେମାନଙ୍କୁ ଖୁବ ଶୀଘ୍ର ଧରିବା ପାଇଁ ସ୍ୱତନ୍ତ୍ର ଅପରେସନ ଚାଲିଛି ।
ଚଳିତ ବର୍ଷ ଭୁସ୍ୱର୍ଗ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୮୯ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସେଥି ମଧ୍ୟରୁ ୭ ଜଣ ବିଦେଶୀ ଆତଙ୍କବାଦୀ ଥିଲେ । ବର୍ତ୍ତମାନ କାଶ୍ମୀର ଉପତ୍ୟକାରେ ପ୍ରାୟ ୨୦୦ ରୁ ୨୨୫ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ପୂର୍ବ ବର୍ଷ ତୁଳନାରେ ଏହି ସଂଖ୍ୟା ହ୍ରାସ ପାଇଛି । ୨୦୧୯ରେ କାଶ୍ମୀରରେ ପ୍ରାୟ ୪୦୦ ଆତଙ୍କବାଦୀ ସକ୍ରିୟ ଥିଲେ । ୨୦୨୦ରେ ଏହି ସଂଖ୍ୟା ୩୦୦କୁ ହ୍ରାସ ପାଇଥିଲା ।
ଗତ କିଛି ଦିନ ପୂର୍ବରୁ ଆତଙ୍କବାଦୀ ଶାକିର ଅଲତାଫ ଭଟ ଏନକାଉଣ୍ଟରେ ନିହତ ହୋଇଥିଲା । ଆତଙ୍କବାଦୀ ମୃତ୍ୟୁ ପରେ ତଥା ଅନୁସନ୍ଧାନରେ ପରବର୍ତ୍ତୀ ତଥ୍ୟ ଜାମ୍ମୁ କାଶ୍ମୀରର ସୁରକ୍ଷା ପ୍ରତିଷ୍ଠାନ ପାଇଁ ଆଲର୍ଟ ଜାରି କରାଯାଇଛି । ଶାକିର ପାସପୋର୍ଟ ନେଇ ୨୦୧୮ରେ ଅଧ୍ୟୟନ ପାଇଁ ପାକିସ୍ତାନ ଯାଇଥିଲା ଓ ସେଠାରୁ ଆତଙ୍କବାଦୀ ହୋଇ ଫେରିଥିଲା ।
ସୂଚନା ଅନୁସାରେ ୨୦୧୫ରୁ ୨୦୧୯ ମଧ୍ୟରେ ଜାରି କରାଯାଇଥିବା ପାସପୋର୍ଟ ଉପରେ କଡ଼ା ନଜର ରଖିଥିଲେ ସୁରକ୍ଷା ଏଜେନ୍ସି । ବାଂଲାଦେଶ କିମ୍ବା ପାକିସ୍ଥାନକୁ ଅଧ୍ୟୟନ ପାଇଁ ଯାଇଥିବା ୪୦ ଜଣ ଯୁବକଙ୍କ ମଧ୍ୟରୁ ୨୮ଜଣ ତାଲିମପ୍ରାପ୍ତ ଆତଙ୍କବାଦୀ ଭାବରେ ଦେଶକୁ ଫେରିଥିବା ଯାଂଚରୁ ଜଣାପଡ଼ିଛି । ଏଥିସହ ୧୦୦ ରୁ ଅଧିକ କାଶ୍ମୀରୀ ଯୁବକ ସ୍ୱଳ୍ପ ସମୟ ପାଇଁ ଭିସା ନେଇ ପାକିସ୍ତାନ ଯାତ୍ରା କରିଥିଲେ । ତେବେ ସେମନେ ଗତ ତିନିବର୍ଷ ମଧ୍ୟରେ ଫେରି ନାହାନ୍ତି, କିମ୍ମ୍ବା ଯଦି ବି ଫେରିଛନ୍ତି ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ ।
]]>ତେବେ ସନ୍ଦିଗ୍ଧ ଡ୍ରୋନ୍ ଗୁଡ଼ିକ ଉଡ଼ିବା ସମୟରେ ଦେଖିଥିଲେ ବୋଲି କହିଛନ୍ତି ସ୍ଥାନୀୟ ଜମ୍ମୁ ଓ କଶ୍ମୀରର ପୁଲିସ କର୍ମଚାରୀ । ହେଲେ ଡ୍ରୋନ୍ ଗୁଡ଼ିକ ରେଞ୍ଜ୍ ବାହାରେ ଉଡ଼ୁ ଥିବାରୁ ସେଗୁଡ଼ିକୁ ଗୁଳି କରାଯାଇ ପାରିନଥିଲା । ଶନିବାର ଦିନ ମଧ୍ୟ ଦୁଇଟି ଭିନ୍ନ ସ୍ଥାନରେ ସନ୍ଦେହଜନକ ଡ୍ରୋନ୍ ଦେଖିବାକୁ ମିଳିଥିଲା । ଡ୍ରୋନ୍ ଗୁଡିକ ରାତି ପ୍ରାୟ ୯.୩୦ ସମୟରେ ପାଞ୍ଚଶହ ମିଟର ଉଚ୍ଚରେ ଉଡୁଥିବାର ସୂଚନା ମିଳିଛି । ସୀମାରେ ଡ୍ରୋନ୍ ଦେଖାଯିବା ପରେ ବର୍ତ୍ତମାନ ସୁରକ୍ଷା ବାହିନୀ ସତର୍କ ଅଛନ୍ତି ।
ସାମ୍ବା ଜିଲ୍ଲାର ଶତ୍ରୁ ସୀମା ପଟୁ ଦୁଇଥର ଡ୍ରୋନ୍ ଅନୁପ୍ରବେଶ କରାଯାଇଥିଲା । ଶନିବାର ବିଳମ୍ବିତ ରାତିରେ ଡ୍ରୋନ୍ ପ୍ରଥମେ ଚଲିୟାଡିରୁ ପ୍ରବେଶ କରି ରାଜପଥର ଉତ୍ତର ପାର୍ଶ୍ୱରେ ଥିବା ଆଇଟିବିପି କ୍ୟାମ୍ପ ଉପରେ ବୁଲିବା ପରେ ପାକିସ୍ତାନକୁ ଫେରିଥିଲା । ଏହା ପରେ ଜତୱାଲରେ ଡ୍ରୋନ୍ ଦ୍ୱିତୀୟ ଥର ଉଡୁଥିବା ଦେଖିବାକୁ ମିଳିଥିଲା । ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ସେନା ସମେତ ଅନ୍ୟ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।
ସୂଚନା ଅନୁସାରେ, ଚଲିୟାଡି ଦେଇ ରାତି ପ୍ରାୟ ୮.୧୫ ରେ ଭାରତ ସୀମାକୁ ପ୍ରବେଶ କରିଥିଲା ଡ୍ରୋନ୍ । ବବ୍ବର ନାଳ ରୁଟରେ ୪୦୦ ମିଟର ଉପରେ ଉଡ଼ୁଥିବା ଏହି ଡ୍ରୋନ୍ ରେଇରେ ଥିବା ଆଇଟିବିପି କ୍ୟାମ୍ପ ଉପରେ ଚକ୍କର କାଟୁଥିଲା । ଏହା ପରେ ସାନୁରା ଲାଲିଆ ଚକ ଓ ଚଲିୟାଡି ଦେଇ ସୀମା ସେପାରିକୁ ଚାଲି ଯାଇଥିଲା ।
]]>ଏହି ଘଟଣା ପରେ ଜାମ୍ମୁ ଓ କାଶ୍ମୀର ବୁଡଗାମ ଅଞ୍ଚଳରୁ ୮ରୁ ୧୦ ଜଣ ୱାର୍ଡ ମେମ୍ବର ଓ ସରପଞ୍ଚ ଇସ୍ତଫା ଦେଇଥିବା ଜଣେ ସରକାରୀ ଅଫିସର ସୂଚନା ଦେଇଛନ୍ତି। ତେବେ ସେମାନଙ୍କର ଇସ୍ତଫାପତ୍ର ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନଥିବା ସୂଚନା ମିଳିଛି। ଘଟଣା ପରେ ଧମକ ଦେଇଥିବା ଅଜଣା ବ୍ୟକ୍ତି ବିରୋଧରେ ଏକ ମାମଲା ରୁଜୁ ହୋଇଛି ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ସୂଚନା ଦେଇଛି। ତେବେ ଜାମ୍ମୁ ଓ କାଶ୍ମୀରରେ ଥିବା ପାକିସ୍ତାନ ପରୋଚିତ ଆତଙ୍କବାଦୀ କିମ୍ବା ଅନ୍ୟ କେଉଁ ଆତଙ୍କବାଦୀ ସଂଗଠନ ଏହା ପଛରେ ରହିଛି ତାହା ଜାଣିବା ପାଇଁ ତଦନ୍ତ ଚାଲିଛି ବୋଲି ବୁଡଗାମ ସିନିୟର ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ୍ ସୂଚନା ଦେଇଛନ୍ତି।
ଏତିମଧ୍ୟରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସବୁ ସମୟରେ ବୁଲେଟ୍ ପ୍ରୁଫ୍ ଗାଡ଼ି ସହିତ ସୁରକ୍ଷାକର୍ମୀ ଦେବାକୁ ନିର୍ବାଚିତ ପ୍ରତିନିଧି ସଂଘ ଦାବି କରିଛି।
ଧମକ୍ ଓ ଇସ୍ତଫା ସମ୍ପର୍କରେ ସୂଚନା ଦେଇ ବୁଡଗାମ ନରବାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଜିଦ ମଞ୍ଜୋର କହିଛନ୍ତି ଯେ ପାଖାପାଖି ୮ରୁ ୧୦ ଜଣ ସରପଞ୍ଚ ଓ ୱାର୍ଡମେମ୍ବର ଇସ୍ତଫା ଦେଇସାରିଲେଣି। ତେବେ କାହାରି ବି ଇସ୍ତଫାପତ୍ର ଗ୍ରହଣ କରାଯାଇ ନାହିଁ। ଏନେଇ ସେ କହିଛନ୍ତି “ ଇସ୍ତଫାପତ୍ର ଗ୍ରହଣ କରିବା ସହଜ କଥା ନୁହେଁ, କାରଣ ଶାନ୍ତଶୃଙ୍ଖଳାରେ ନିର୍ବାଚନ କରାଇବା ପାଇଁ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଓ କେନ୍ଦ୍ର ସରକାର କେତେ ପରିଶ୍ରମ କରିଛନ୍ତି ତାହା ସମସ୍ତେ ଜାଣନ୍ତି। ଧମକ ମିଳିଥିବା ବ୍ୟକ୍ତିଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯିବ ସେ ବିଷୟରେ ଚିନ୍ତା କରାଯାଉଛି।”
୨୦୧୮ ସହରାଞ୍ଚଳ ସ୍ଥାନୀୟ ନିର୍ବାଚନରେ ବିଜୟୀ ହୋଇଥିବା ପାଖାପାଖି ଶତାଧିକ ସରପଞ୍ଚ ଓ ୱାର୍ଡମେମ୍ବରଙ୍କୁ ଆତଙ୍କବାଦୀ ଧମକ ପାଇଁ ବିଭିନ୍ନ ସରକାରୀ ସୁବିଧା ଦିଆଯାଇଛି। ଯେଉଁମାନେ ପରାଜିତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ସୁବିଧା ଦିଆଯାଇଛି।
ବୁଡଗାମର ଜଣେ ସରପଞ୍ଚ ଆଶା ପରଭୀନ କହିଛନ୍ତି ଯେ ତାଙ୍କୁ ଦୁଇଟି ଧମକ୍ପୂର୍ଣ୍ଣ କଲ୍ ଆସିଛି। ଆତଙ୍କବାଦୀ ନିଜକୁ କାଶ୍ମୀର ବୋଲି କହି ଆଶାଙ୍କୁ ପଦରୁ ଇସ୍ତଫା ଦେବାକୁ ଧମକ ଦେଇଛି। ସେ ସରପଞ୍ଚ ପଦରୁ ଇସ୍ତଫା ଦିଅନ୍ତୁ ନହେଲେ ତାଙ୍କୁ ଟିକ୍ ଟିକ୍ କରି କାଟିଦିଆଯିବ ବୋଲି ଫୋନ୍ରେ ଧମକ୍ ଦିଆଯାଇଥିବା ଆଶା ସୂଚନା ଦେଇଚନ୍ତି। ଏମିତିକି ଆଶା ବିଜେପି ଦଳର ନୁହେଁ ବୋଲି ଆତଙ୍କବାଦୀମାନଙ୍କୁ କହିଥିଲେ ବି ସେ କିଛି ଶୁଣି ନଥିଲେ। ଶେଷରେ ଭୟଭୀତ ହୋଇ ସରପଞ୍ଚ ପଦରୁ ଇସ୍ତଫା ଦେଇଛନ୍ତି ଆଶା।
]]>ଆଇଜି କାଶ୍ମୀର ଭିଜୟ କୁମାରଙ୍କ ସୂଚନାନୁସାରେ, ମେ ୨୦ ତାରିଖ ରମଦାନ ସମୟରେ ପଣ୍ଡାଚ ଚୌକ୍ ନିକଟରେ ଯେଉଁ ଦୁଇ ବିଏସ୍ଏପ୍ ଯବାନ ସହିତ ହୋଇଥିଲେ ତା ପଛରେ ଏହି ଆତଙ୍କବାଦୀମାନେ ସାମିଲ ଥିଲେ। ତେବେ ଏନ୍କାଉଣ୍ଟର ପରେ ଉକ୍ତ ସ୍ଥାନରେ ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ପୁଣିଥରେ ଇଣ୍ଟରନେଟ୍ ସେବା ଆରମ୍ଭ ହେଲା କି ନାହିଁ ସେ ନେଇ ଏପର୍ଯ୍ୟନ୍ତ ରିପୋର୍ଟ ମିଳିପାରି ନାହିଁ।
ସକାଳେ ଜାମ୍ମୁ-କାଶ୍ମୀର ପୁଲିସ୍ ଓ ସିଆର୍ପିଏଫ୍ ଯବାନଙ୍କ ମିଳିତ ଉଦ୍ୟମରେ ଜଦିବାଲ ଅଞ୍ଚଳରେ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଥିଲା ସେନା। ଆତଙ୍କବାଦୀ ଲୁଚି ରହିଥିବା ଅଞ୍ଚଳରେ ସେନା ପହଛିବା ପରେ ଏକ ଘର ଭିତରେ ଲୁଚି ଯାଇ ସେନା ଉପରେ ଗୁଳି ବର୍ଷଣ କରିଥିଲେ ଆତଙ୍କବାଦୀ। ପ୍ରଥମେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲେ ବି ସେମାନେ ଶୁଣିନଥିଲେ। ପରେ ସେନାର ପାଲଟା ଯବାବରେ ନିହତ ହୋଇଥିଲେ ରକ୍ତର ହୋଲି ଖେଳୁଥିବା ଏହି ସୈତାନମାନେ।
ସେହିପରି ଗତକାଲି ମଧ୍ୟ ସର୍ଚ୍ଚ ଅପରେସନ କରି ଜାମ୍ମୁ-କାଶ୍ମୀରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ୮ ଆତଙ୍କବାଦୀଙ୍କୁ ନିପାତ କରିଥିଲା ସେନା। ସେଥିମଧ୍ୟରୁ ୩ ପୁଲୱାମାର ଅୱନ୍ତିପୂରାରେ ଓ ୫ ସୋପିଆନ୍ରେ ଏନ୍କାଉଣ୍ଟର କରାଯାଇଥିଲା।
]]>
ଏନେଇ ସେନା ପକ୍ଷରୁ ଏକ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଯେଉଁଥିରେ ଲେଖାଯାଇଛି “ ସୋପିଆନ୍ ଜିଲ୍ଲାରେ ଅପରେସନ ଲାକିରପୁରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ତା ପାଖରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ମିଳିତ ଅପରେସନ ଜାରି ରହିଛି।”
ଶୁକ୍ରବାର ବି ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରିଥିଲା ସେନା। ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଏନ୍କାଉଣ୍ଟର ହୋଇଥିଲା। ଏଥିରେ ୮ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଜାମ୍ମୁକାଶ୍ମୀର ପୁଲିସ୍ ଡିଜି ଦିଲ୍ବାଗ ସିଂହ କହିଛନ୍ତି। ଏଥିରେ ୩ ଜଣ ପୁଲ୍ୱାମା ଜିଲ୍ଲାର ଅୱନ୍ତିପୁରାରେ ନିହତ ହୋଇଥିଲେ ଆଉ ୫ ଜଣ ସୋପିଆନ୍ରେ ନିହତ ହୋଇଥିଲେ ବୋଲି ସୂଚନା ଦେଇଥିଲେ ଡିଜିପି। ଏମାନେ ସମସ୍ତେ ଜୈଶ-ଇ ମୁହମ୍ମନଦର ଆତଙ୍କବାଦୀ ଥିଲେ ବୋଲି ସୂଚନା ମିଳିଥିଲା।
]]>
ତେବେ ମୃତ ଆତଙ୍କବାଦୀମାନଙ୍କ ମଧ୍ୟରୁ ୩ ଜଣଙ୍କ ଶବ ପମ୍ପୋରେରୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଶବର ପତ୍ତା ମିଳିନି। ସୋପିଆନ୍ରେ ଏବେବି ଅପରେସନ ଜାରି ରହିଥିବା ବେଳେ ଦୁଇ ଶବକୁ ଉଦ୍ଧାର କରାଯାଇପାରିନଥିବା ସୂଚନା ମିଳିଛି।
ପମ୍ପୋରେର ହୋଇଥିବା ସଂଘର୍ଷରେ ଆତଙ୍କବାଦୀମାନେ ଏକ ମସ୍ଜିଦ୍ରେ ଲୁଚିଥିଲେ। ସେନା ପ୍ରଥମେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ବୁଝାଇଥିଲା। ସେମାନେ ନମାନିବାରୁ ବାଧ୍ୟ ହୋଇ ମସ୍ଜିଦ୍ରେ ପଶିଥିଲା ସେନା। ଗୁରୁବାର ସକାଳ ଠାରୁ ଏହି ଆତଙ୍କବାଦୀମାନେ ମସ୍ଜିଦ୍ରେ ପଶିଥିଲେ। ସେବେଠାରୁ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।
ଗତକାଲି ଅପରେସନ ଆରମ୍ଭ ହୋଇଥିଲା ଆଜି ସକାଳୁ ପୁଣି ଉଭୟ ସ୍ଥାନରେ ଅପରେସନ ଆରମ୍ଭ କରାଯାଇଛି ବୋଲି ଜାମ୍ମୁ-କାଶ୍ମରୀର ପୁଲି ଡିଜି ଦିଲ୍ବାଗ ସିଂହ ସୂଚନା ଦେଇଛନ୍ତି। ତାଙ୍କ ସୂଚନାନୁସାରେ ସେନା ପମ୍ପୋରେର ଜଣେ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟରେ ପରେ ଦୁଇ ଆତଙ୍କବାଦୀ ସ୍ତାନୀୟ ଜାମିଆ ମସ୍ଜିଦ୍ରେ ପଶିଯାଇଥିଲେ।
]]>ଅନ୍ୟପଟେ କାଶ୍ମୀର ଘାଟି ଅଞ୍ଚଳରୁ ଆଜି ଲସ୍କର-ଏ-ତୋଇବାର ଜଣେ ଆତଙ୍କବାଦୀ ଜାକିର ଖାନ୍କୁ ଗିରଫ କରିଛି ପୋଲିସ। ଜମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲା ଖୋଜପୁରା ରେବେଣା ଗାଁରୁ ଏହି ଆତଙ୍କବାଦୀକୁ ଗିରଫ କରାଯାଇଛି। ଜମ୍ମୁ ଓ କାଶ୍ମୀର ପୋଲିସର ସ୍ପେସାଲ ଟିମ୍ ଜାକିରଠାରୁ ୯ ଏମ୍ଏମ୍ ପିସ୍ତଲ, ୨ଟି ମାଗାଜିନ ଓ ଅନ୍ୟ ମାରଣାସ୍ତ୍ର ଜବତ କରିଛି।
ଗତ କିଛି ଦିନ ହେବ ଜାକିର ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବାରେ ସାମିଲ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମାଲି ଥିବା ସହ କିଛି ସ୍ଥାନରେ ହିଂସା ଘଟାଇଥିଲା। ଗତକାଲି ହଣ୍ଡଓ୍ୱାରାରୁ ୩ ଜଣ ଆତଙ୍କୀଙ୍କୁ ଗିରଫ ହୋଇଥିଲେ। ପୋଲିସ ଜମ୍ମୁ ଓ କାଶ୍ମୀରରେ ଶାନ୍ତି ଫେରାଇ ଆଣିବା ପାଇଁ ଗତ କିଛି ଦିନ ହେବ ଦକ୍ଷିଣ କାଶ୍ମୀରରେ ସେନା ଓ ପୋଲିସ ପକ୍ଷରୁ ନିୟମିତ ଅପରେସନ ଜାରି ରହିଛି। ଗତ ୧୫ ଦିନ ମଧ୍ୟରେ ୨୫ରୁ ଅଧିକ ଆତଙ୍କବାଦୀକୁ ନିପାତ କରିଛି ସେନା ଓ ପୋଲିସର ମିଳିତ ଟିମ୍।
]]>ମୃତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତଙ୍କୀ ନେତା ବୁରହାନ ୱାନି ସହ ସଂପୃକ୍ତି ଥିବା ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଆତଙ୍କବାଦୀ ମାନଙ୍କୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦିଆଯାଇଥିଲା। ଏପରିକି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପିତାମାତାଙ୍କ ସହାୟତାରେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ। ପାଲଟା ଆକ୍ରମଣରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।
ସିଆରପିଏଫ୍, ସେନା ଓ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଯବାନ ଓ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଗତକାଲି ଶ୍ରୀନଗରରେ ଏନ୍କାଉଣ୍ଟରରେ ଜଣେ ଲସ୍କର କମାଣ୍ଡରଙ୍କ ସହ ତିନିଜଣଙ୍କ ମୃତ୍ୟୁ ହୋଇଥିଲା।
]]>ପ୍ରଥମେ ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀମାନେ ଘନ ଘନ ହମ୍ଲା କରିଥିଲେ। ଏହାପରେ ଯବାନମାନେ ସର୍ଚ୍ଚ ଅପରେସନ୍ କରି ସୋପିଆନ୍ ଓ ଅନନ୍ତନାଗରେ ଭିନ୍ନ ଭିନ୍ନ ସ୍ଥାନରେ ଏନ୍କାଉଣ୍ଟର କରିଥିଲେ।
ଏଥିରେ ୭ ଆତଙ୍କବାଦୀ ସୋପିଆନ୍ରେ ନିହତ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ଅନନ୍ତନାଗ ଜିଲ୍ଲାରେ ନିହତ ହୋଇଛି। ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ବନିହାଲ ଓ ଶ୍ରୀନଗର ମଧ୍ୟରେ ରେଳ ସେବାକୁ ବନ୍ଦ ରଖାଯାଇଛି। ଇଣ୍ଟରନେଟ୍ ସେବାକୁ ମଧ୍ୟ ଦକ୍ଷିଣ କାଶ୍ମୀରର କିଛି ସ୍ଥାନରେ ବନ୍ଦ ରଖାଯାଇଛି।
ଗତ ତିନି ଦିନ ଧରି ଆତଙ୍କବାଦୀଙ୍କ ପକ୍ଷରୁ ସିରିଜ୍ ହମ୍ଲା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଅପରେସନ୍ ଚାଲିଥିଲା।
]]>ଆଜି ବଡ଼ି ଭୋରରୁ ପାକିସ୍ତାନ ସେନାଙ୍କ ଦ୍ୱାରା ପ୍ରଥମେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା ଓ ପରେ ବାଲାକୋଟ୍ ସେକ୍ଟରରେ ଗୁଳିମାଡ଼ ଆରମ୍ଭ ହୋଇଥିଲା।
ଅନ୍ୟପକ୍ଷରେ, ପାକିସ୍ତାନୀ ସେନାର ଏଭଳି ଗୁଳିମାଡ଼ର ପାଲଟା ଜବାବ ଦେଇଛନ୍ତି ଭାରତୀୟ ସେନା।
]]>ରାଜ୍ୟର ଏହି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀରେ ଲଗାତର ଦୁଇ ଦିନ ଧରି ପ୍ରବଳ ପରିମାଣରେ ତୁଷାରପାତ ଦେଖିବାକୁ ମିଳୁଛି। ବରଫପାତ ଯୋଗୁଁ ଅନନ୍ତନାଗ ଜିଲ୍ଲାରେ ଥିବା ଏ ଅଞ୍ଚଳକୁ ବହୁ ସଂଖ୍ୟା ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।
ଗଲା ଦୁଇ ଦିନ ଧରି ଏ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଥିବାରୁ ତୁଷାରପାତ ଦେଖିବାକୁ ମିଳିଛି। ଖରାଦିନ ଆରମ୍ଭରୁ ଏଭଳି ବରଫପାତର ଦୃଶ୍ୟ ଦେଖି ଖୁବ ମଜା ନେଇଥିଲେ ପର୍ଯ୍ୟଟକ।
କେବଳ ପହଲଗାମ ନୁହେଁ, ଗୁଲମାର୍ଗ, କୁଫ୍ରି ଅଞ୍ଚଳରେ ମଧ୍ୟ କେତେକାଂଶରେ ବରଫପାତ ଦେଖିବାକୁ ମିଳିଛି। ସେପଟେ ଏଭଳି ଅଦିନିଆ ବରଫପାତ ଯୋଗୁଁ କିଛି ଅଞ୍ଚଳରେ ବରଫ ଅତଡ଼ା ଧସିବା ନେଇ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କ ସୁଚନା ଜାରି ହୋଇଛି।
]]>ଏହି ବ୍ରିଜ୍ ନର୍ଦ୍ଦର୍ଣ୍ଣ ରେଲୱେର ୨୭୨ କିଲୋମିଟର ଉଦ୍ଧାମପୁର-ଶ୍ରୀନଗର-ବାରମୂଳା ରେଳ ଲିଙ୍କ୍ ପ୍ରକଳ୍ପର ଏକ ଅଂଶ ବିଶେଷ। ୧ କିଲୋମିଟର ୩୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ କାଶ୍ନୀର ଉପତ୍ୟକା ସହ ରାଜ୍ୟର ବିଭିନ୍ନ ବିଛିନ୍ନାଞ୍ଚଳକୁ ଯୋଗାଯୋଗ କରିବାରେ ସହାୟକ ହେବ। ସେତୁ ର୍ନିମାଣ ପାଇଁ ଇସ୍ପାତକୁ ବିଶେଷ ଭାବରେ ଚୟନ କରାଯାଇଥିଲା।
ଏଥିରେ ବ୍ୟବହୃତ ଧାତୁ ମାଇନସ୍ ୨୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାକୁ ଏବଂ ଘଣ୍ଟା ପ୍ରତି ୨୦୦ କିଲୋମିଟରରୁ ଅଧିକ ପବନର ଗତିକୁ ପ୍ରତିରୋଧ କରିବାରେ ସକ୍ଷମ ହେବ।
]]>